ରାଜ୍ୟରେ ବଢୁଛି ଥଣ୍ଡା: ଜାଣନ୍ତୁ କେଉଁ ସହରରେ ରହିଛି କେତେ ତାପମାତ୍ରା

Published: Dec 5, 2020, 11:22 am IST

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢିବାରେ ଲାଗିଛି। ଆଜି ରାଜ୍ୟର ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ସବୁଠୁ ଥଣ୍ଡା ସହର ଭାବେ ସୋନପୁର ସହରର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୯ ଓ ଦାରିଙ୍ଗିବାଡ଼ିରେ ୯.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି।

ସେହିପରି ଦାରିଙ୍ଗିବାଡ଼ିର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ, ଭବାନୀପାଟଣା ୧୦.୫ ଡିଗ୍ରୀ, ଅନୁଗୁଳ ୧୦.୬ ଡିଗ୍ରୀ, ତାଳଚେର ୧୧.୭ ଡିଗ୍ରୀ, ଝାରସୁଗୁଡା ୧୨.୨, ସୁନ୍ଦରଗଡ ୧୨.୫, କେନ୍ଦୁଝର ୧୨.୬, ବଲାଙ୍ଗିର ୧୨.୮, ସମ୍ବଲପୁରରେ ୧୩.୬ ଏବଂ ବୌଦ୍ଧରେ ସର୍ବନିମ୍ନ ତାପମାତ୍ରା ୧୩.୫ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ କଟକର ସର୍ବନିମ୍ନ ତାପାମାତ୍ରା ୧୪.୮ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୬.୯ ଡ଼ିଗ୍ରୀ ସେଲସିୟସ ରହିଛି।

Related posts