ତାତିରୁ ନାହିଁ ତ୍ରାହି, ଆଜି ମଧ୍ୟ ଜଳେଇ ଦେଲାଣି, ଜାଣନ୍ତୁ ଆଜି ସକାଳେ ଆପଣଙ୍କ ସହରର ତାପମାତ୍ରା

Published: Apr 27, 2024, 1:07 pm IST

ଭୁବନେଶ୍ବର: ବର୍ତ୍ତମାନ ଓଡିଶାବାସୀ ତାତିରୁ ତ୍ରାହି ପାଇବାର ସମ୍ବାବନା ନାହିଁ। କାରଣ ଲଗାତର ଦୀର୍ଘଦିନ ଧରି ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବଢିବାରେ ଲାଗିଛି। ଏହା ଆହୁରି 4 ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ଆଜି ସକାଳୁ ମଧ୍ୟ ପୂର୍ବଦିନ ପରେ ତାତି ବଢିବାରେ ଲାଗିଛି। ଆଜି ସକାଳ ତାପମାତ୍ରା ଯଦି ବୃଦ୍ଧି ପାଇଛି ତେବେ ଦିନର ତାପମାତ୍ରା ମଧ୍ୟ ଆହୁରି ବଢିବ ବୋଲି ଅନୁମାନ କରାଯାଇସାରିଲାଣି। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବିଭିନ୍ନ ସହରର ତାପମାତ୍ରା ହେଲା..

ତାଳଚେର- ୩୬.୮ ଡିଗ୍ରୀ

ବାରିପଦା- ୩୬ ଡିଗ୍ରୀ

କେନ୍ଦୁଝର- ୩୪.୮ ଡିଗ୍ରୀ

ରାଉରକେଲା- ୩୪.୮ ଡିଗ୍ରୀ

ବଲାଙ୍ଗୀର- ୩୪.୮ ଡିଗ୍ରୀ

ଭବାନୀପାଟଣା- ୩୪ ଡିଗ୍ରୀ

ବାଲେଶ୍ୱର- ୩୪ ଡିଗ୍ରୀ

ବୌଦ୍ଧ- ୩୪ ଡିଗ୍ରୀ

ଅନୁଗୁଳ- ୩୩.୬ ଡିଗ୍ରୀ

ଭୁବନେଶ୍ୱର- ୩୩.୪ ଡିଗ୍ରୀ

ଜଗତସିଂହପୁର- ୩୩.୪ ଡିଗ୍ରୀ

ଭଦ୍ରକ- ୩୩ ଡିଗ୍ରୀ

ଟିଟିଲାଗଡ- ୩୩ ଡିଗ୍ରୀ

କଟକ- ୩୩ ଡିଗ୍ରୀ

ଯାଜପୁର-୩୩ ଡିଗ୍ରୀ

Related posts