Categories
ଆଜିର ଖବର ଜାତୀୟ ଖବର

ନଦୀକୁ ଖସିଲା ଅନିୟନ୍ତ୍ରିତ ଟ୍ରକ, ୧୦ ମୃତ୍ୟୁ, ୩୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଦତିୟାରେ ଏକ ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। ଏକ ଅନିୟନ୍ତ୍ରିତ ଟ୍ରକ ନଦୀରେ ଖସିପଡିପଡିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ସମସ୍ତ ଲୋକ ଏକ ଟ୍ରକରେ ବିବାହ ଉତ୍ସବରେ ଯୋଗଦେବା ପରେ ଫେରୁଥିଲେ।

ସୂଚନାନୁସାରେ, ଏହି ଦୁଃଖଦ ଘଟଣା ଦତିୟାର ଦୁରସାଡା ପୋଲିସ ଷ୍ଟେସନ ଅଞ୍ଚଳର ବୁହାରା ଗ୍ରାମରେ ଘଟିଛି।

ସୂଚନା ପାଇବା ମାତ୍ରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ।