Categories
ଆଞ୍ଚଳିକ

ଜବାହର ନବୋଦୟ ବିଦ୍ୟାଳୟର ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଫଳତା

ନୟାଗଡ ଟାଉନ (ସୁଧାକର ମିଶ୍ର): ଚଳିତ CBSE ପରୀକ୍ଷାରେ ନୟାଗଡ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀରେ ଶିବାଶିଷ ପଢି ୫୦୦ ରୁ ୪୯୦ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୟୁତ କରିଛନ୍ତି। ବିଜୟାଲକ୍ଷ୍ମୀ ଦାଶ ୪୮୯ ମାର୍କ ରଖି ଦ୍ଵିତୀୟ ସ୍ଥାନ ଓ ଅବିନାଶ କହ୍ନର ୪୮୩ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଦ୍ଵାଦଶ ବିଜ୍ଞାନରେ କ୍ଷ୍ୟାତି ଅଗ୍ରୱାଲ ୫୦୦ ରୁ ୪୭୬ ରଖି ବିଦ୍ୟାଳୟକୁ ଗୌରବାନ୍ୟୁତ କରିଛନ୍ତି। ଯୁଜୁନ ସାହୁ ୪୭୫ ମାର୍କ ରଖି ଦ୍ଵିତୀୟ ଓ ଦେବାଶିଷ ସାହୁ, ଦିପ୍ତୀରଂଜନ ନାୟକ, ଶୁଭମ ମହାରଣା, ରାଜେଶ କୁମାର ସେଠି ଚାରିଜଣ ଛାତ୍ର ୪୬୯ ମାର୍କ ରଖି ତୃତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି।

ଉଭାୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଅଭିଭାବକ ଖୁସିବ୍ୟକ୍ତ କରିଛନ୍ତି।