ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୨ଲକ୍ଷ ୯୨ ହଜାର ୯୨ କୁ ହ୍ରାସ ପାଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୮ ପ୍ରତିଶତ। ସମଗ୍ର ଦେଶରେ ବଜର୍ତ୍ତମାନ ସୁଦ୍ଧା ସମୁଦାୟ ୪ କୋଟି ୧୯ ଲକ୍ଷ ୭୭ ହଜାର ୨୩୮ ଆରୋଗ୍ୟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୬୬ ହଜାର ୨୫୪ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୧୨ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୮୦ ହଜାର ୨୩୫ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୮୨୬ ଜଣକୁ ହ୍ରାସ ପାଇଛି।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୦ ହଜାର ୯୦୫ କୁ ବୃଦ୍ଧି ପାଇଛି। ସକ୍ରୀୟ ଆକ୍ରାନ୍ତ ୦.୬୮ ପ୍ରତିଶତ ରହିଛି। ଆରୋଗ୍ୟ ହୋଇଛନ୍ତି ୯୮.୧୨ ପ୍ରତିଶତ। ସେହିପରି ମୃତ୍ୟୁ ସଂଖ୍ୟା ୧.୩୮ ପ୍ରତିଶତରେ ରହିଛି।