Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଗା ପୂଜା ଅବସରରେ ରାଜ୍ୟବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମାତୃଶକ୍ତି ଆରାଧନାର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତିକୁ ଗରୀୟାନ କରିଛି। ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଓ ସମୃଦ୍ଧିରେ ଭରି ଦେଉ ବୋଲି ଶ୍ରୀ ପଟ୍ଟନାୟକ କାମନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମିସିଡ୍ କଲ୍ ନୁହେଁ, ଲୋକଙ୍କ ପାଖକୁ ଯାଇ ଦଳରେ ସାମିଲ କର, ଆହ୍ୱାନ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜି ଠାରୁ ତାହାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରାଇଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳ ର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ସେ କହିଥିଲେ ଯେ ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟମାନେ , ପ୍ରତି ଘରକୁ ଯାଆନ୍ତୁ। ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଓଡିଶା ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଅନଲାଇନ ଜରିଆରେ ଦଳ ରେ ସାମିଲ ହେବା ପାଇଁ ଶ୍ରୀ ପଟ୍ଟନାୟକ ନିମନ୍ତ୍ରଣ ଜଣାଇଥିଲେ। କିଛି ଦଳ, ଯେପରି ମିସିଡ୍ କଲ କରି, ସଭ୍ୟ ସଂଗ୍ରହ କରୁଛନ୍ତି ତାକୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ କହିଥିଲେ, ମିସିଡ କଲ ଡାଇରୀରେ ରେଜିଷ୍ଟ୍ରେସନ ହୋଇପାରେ ହେଲେ ହୃଦୟରେ ନୁହେଁ। ହେଲେ ବିଜୁ ଜନତା ଦଳ, ସେସବୁ ଠାରୁ ବହୁ ଦୂରରେ।

ଶ୍ରୀ ପଟ୍ଟନାୟକ କହିଥିଲେ ସେବା, ସ୍ୱାଭିମାନ ଓ ସଂଗ୍ରାମ, ଆମର ଆଦର୍ଶ । ଓଡିଶା ବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ୱାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ୱାର୍ଥ ପାଇଁ ଆମର ପ୍ରିୟ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି। ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା। ବିଜୁ ଜନତା ଦଳ ସରକାର ସମୟରେ, ହୋଇଥିବା ଭଲ କାମ ସମ୍ପର୍କ ରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରଙ୍କ ଯୋଜନା, ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇଛି।

ଭାରତ ସରକାର ବି, ଆମର ଅନେକ ଯୋଜନାକୁ ପ୍ରଣୟନ କରିଛନ୍ତି। ଭୋଟ ବ୍ୟାଙ୍କ ସୃଷ୍ଟି କରିବା, କେବେ ବି ବିଜେଡି ସରକାରର ଲକ୍ଷ୍ୟ ନ ଥିଲା । ବିକାଶ ଓ କଲ୍ୟାଣ ହେଉଛି, ଆମର ଲକ୍ଷ୍ୟ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତାଙ୍କ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡିଶା ବାସୀଙ୍କୁ କେହି ବଞ୍ଚିତ କରି ପାରିବ ନାହିଁ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜୁ ଜନତା ଦଳ, ଓଡିଶାର ଏକ ନମ୍ବର ଦଳ। ଗତ ନିର୍ବାଚନ ରେ ବିଜେଡି , ଅଧିକ ଭୋଟ ପାଇଥିଲା ଓ ଭୋଟ ହାର ମଧ୍ୟ ଅଧିକ ଥିଲା। ସେ କହିଥିଲେ ଯେ ବିଜୁ ଜନତା ଦଳ, ଓଡିଶାବାସୀଙ୍କ, ହୃଦୟରେ ଅଛି। ଓଡିଶାର ଗୌରବ ପାଇଁ, ନିଷ୍ଠାର ସହ, କରିଚାଲିଛି। ତେଣୁ ଆସନ୍ତୁ, ଆମେ ସମସ୍ତେ, ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ, ଓଡିଶା ମା ର ସେବକ।

ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟ୍ୟରେ ସଭ୍ୟ ସଂଗ୍ରହ କମିଟିର ମୁଖ୍ୟ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ।

ଭିଡ଼ିଓ କନଫ୍ରେସିଂ ଯୋଗେ ସାରା ରାଜ୍ୟର ତେତିଶ ଟି ସାଂଗଠନିକ ଜିଲ୍ଲା ର ହକାର ହଜାର କର୍ମୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡା, ପୁରୀ ବରଗଡ ଓ ରାଉରକେଲାରେ ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

‘ଯୋଜନାର ନାମ ବଦଳାଇପାରିବେ, ଇତିହାସ ନୁହେଁ’: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜିଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ଵରର ନେତାଜୀ ପଡ଼ିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ସେ ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଜନସଭାକୁ ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, “ମିଛ ପ୍ରତିଶ୍ରୁତି ଦେଇ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି। ନିର୍ବାଚନର ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପୂରା କରି ପାରୁନାହାନ୍ତି। ଦରଦାମକୁ ନିୟନ୍ତ୍ରଣ କରିବାରେ ବିଜେପି ସରକାର ବିଫଳ। ଓଡ଼ିଶାରେ ମହିଳାମାନେ ଥାନାରେ ବି ସୁରକ୍ଷିତ ନାହାନ୍ତି। ସରକରୀ କର୍ମଚାରୀ ରାଜଭବନରେ ମଧ୍ୟ ସୁରକ୍ଷିତ ନାହାନ୍ତି। ଆମେ ସରକାରରେ ନଥିଲେ ମଧ୍ୟ ଲୋକଙ୍କ ସେବା ଜାରି ରଖିବୁ।”

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେଡି ସରକାରର ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ରାଜ୍ୟର କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। ବର୍ତ୍ତମାନ ସରକାର ଅନେକ ଯୋଜନାର ନାମ ବଦଳାଇ ଦେଇଛନ୍ତି। ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ। ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି। ଆଜି ବି ବିଜେଡି ସମସ୍ତଙ୍କ ହୃଦୟରେ ରହିଛି।”

ନବୀନ କହିଛନ୍ତି ଯେ, ”୨୦୦୦ ମସିହା ସମୟରେ ଓଡ଼ିଶାର ଦ୍ରାରିଦ୍ର୍ୟ ହାର ୭୦ ପ୍ରତିଶତ ଥିଲା କିନ୍ତୁ ଆଜି ଏହା ୧୦ ପ୍ରତିଶତକୁ ଖସିଆସିଛି। ରାଜ୍ୟର ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି। ବିଜେଡି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭଲ ପ୍ରଦର୍ଶନ କରୁଛି।”

ପୂର୍ବତନ ମୁଖ୍ୟମନ୍ତ୍ରୀ କଇଛନ୍ତି ଯେ, ରାଜ୍ୟ ସରକାରକୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ, ରାଜ୍ୟରେ କେତେ ଜଣ ୩୦୦ ୟୁନିଟ୍ ମାଗଣା ବିଜୁଳୀ ପାଉଛନ୍ତି ଓ କେତେ ଜଣ ମହିଳା ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପାଇଲେଛନ୍ତି?”

ଉଲେଖା ଯୋଗ୍ୟ ଯେ, ବିଜେଡିର ଜନସମ୍ପର୍କ ପଦଯାତ୍ରା ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ବ୍ଲକ୍‌ ତଥା ପୌରାଞ୍ଚଳରେ ପଦଯାତ୍ରାର ଆୟୋଜନ କରିବ। ଏଥିରେ ବିଜେଡି ସରକାର ସମୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ନେଇ ଲକ୍ଷ୍ୟ ରଖାଯାଇଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଭଦ୍ରକ ଓ ସୋନପୁର ଜିଲ୍ଲାର ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ଭଦ୍ରକ ଓ ସୋନପୁର ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶା ର ଛବି କୁ ମଳିନ କରିଛି।

ପ୍ରଥମେ ବାଲେଶ୍ୱର ପରେ ପରେ ଖୋର୍ଦ୍ଧା, ଧାମନଗର ଓ ଭଦ୍ରକ ରେ ସାମ୍ପ୍ରଦାୟିକ ଅଶାନ୍ତି ସରକାର ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଶାନ୍ତି ଓ ସଦଭାବ ଓଡିଶା ର ପରିଚୟ.ଏହାକୁ ବଜାୟ ରଖିବା ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ସରକାର ସମୟ ରେ ଗରିବୀ ହ୍ରାସ ପାଇଁ ଅନେକ କାମ ହୋଇଛି. ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦% ରୁ କମି ଦଶ % ରେ ପହଂଚିଛି. ବିକାଶ ର ବିଭିନ୍ନ ସୂଚକଙ୍କରେ ଓଡିଶା ଭଲ ପ୍ରଦର୍ଶନ କରିଛି। ବିଜେଡ଼ି ସରକାର ସମୟ ର ଭଲ କାମ ବିଷୟରେ ଲୋକ ଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପି ର ମିଛ ଲୋକଙ୍କୁ ଜଣାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଶ୍ରୀ ପଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କ କୁ ଅଧିକ ମଜବୁତ କରିବାକୁ ହେବ।ଏଥିପାଇଁ ଦଳ ର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନ ରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ନିରଞ୍ଜନ ପୂଜାରୀ ,ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ,ପଦ୍ମନାଭ ବେହେରା ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଜଗନ୍ନାଥ ସ୍ୱାଇଁ ମଧୁ ହୋତା, ସୋନପୁରଜିଲ୍ଲା ପରିଷଦ ସଭାପତି, ପୌରପରିଷଦ ଓ ଦୁଇ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ନୟାଗଡ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ଦଳକୁ ସଶକ୍ତ କରିବା ପାଇଁ ଦେଲେ ଏହି ପରାମର୍ଶ

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ନୟାଗଡ଼ର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ।ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର ଶହେଦିନ ବିତିଗଲାଣି। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଦରବୃଦ୍ଧି ଓ ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣୁ
ସାଧାରଣ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାରରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଅରୁଣ ସାହୁ, ବିଧାୟକ ଶ୍ରୀ ରମେଶ ବେହେରା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲ୍ଲା ସଭାପତି ଦେବାଶିଷ ପଟ୍ଟନାୟକ, ଖଣ୍ଡପଡାର ବେଣୁଧର ପଟ୍ଟନାୟକ, ଇରାନୀ ରାୟଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ
ଏବଂ ପଂଚାୟତ ପ୍ରତିନିଧିମାନେ ଉଦବୋଧନ ଦେଇ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଚାରି ବିଧାନସଭା ନିର୍ବାଚନ ମଣ୍ଡଳୀ, ଆଠ ବ୍ଲକ, ୩ ଏନଏସି ଓ ନୟାଗଡ ମୁନିସିପାଲିଟି ଅଂଚଳରେ ଦଳୀୟ ନେତା ମାନେ ଭାଗ ନେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଟୋବର ୨ ରୁ ବିଜେଡିର ପଦଯାତ୍ରା ଓ ସଭ୍ୟ ସଂଗ୍ରହ, କିପରି କରାଯିବ ନବୀନ ଦେଲେ ପରାମର୍ଶ

ଭୁବନେଶ୍ୱର: ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ନାରୀ ସୁରକ୍ଷା, ପୁଞ୍ଜି ବିନିଯୋଗ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ବିଜେପି ସରକାର ବିଫଳ ହୋଇଛି। ଏ ସରକାର ଶହେ ଦିନ ପୂରଣ କରିସାରିଲାଣି। କିନ୍ତୁ ସରକାରର ବିଫଳତା ଆଜି ସବୁଆଡେ ନିରାଶା ସୃଷ୍ଟି କରିଛି। ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଘର ଚଳାଇବା କଷ୍ଟ କରି ଦେଲାଣି। ମହିଳା ମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ନାରୀ ନିର୍ଯାତନା ବଢି ଚାଲିଛି।ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି।

ପୁରୀ ରାଜଭବନରୁ ଆରମ୍ଭ କରି ଭରତପୁର ଥାନା ପର୍ଯ୍ୟନ୍ତ ଏ ସବୁ ଘଟଣା ସରକାରଙ୍କ ବିଫଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଓଡିଶାରୁ ପୁଞ୍ଜି ଫେରି ଯାଉଛି। ଶିଳ୍ପପତି ମାନଙ୍କର ଓଡିଶା ସରକାର ଭରସା ନାହିଁ। ଏହିପରି ଅନେକ ବିଫଳତା ଶହେ ଦିନର ସରକାରର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଶଙ୍ଖ ଭବନରେ ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ମିଛ କାହାଣୀ କହି ବିଜେପି ନିର୍ବାଚନରେ ଜିତିଛି। ମିଛ କହି ନିର୍ବାଚନ ଜିତା ଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ନୁହେଁ। ସୁଭଦ୍ରା ଯୋଜନା ହେଉ ବା ମାଗଣା ବିଜୁଳି ବା ଭତ୍ତା ବୃଦ୍ଧି, ବିଜେପିର ମିଥ୍ୟା ପ୍ରତିଶୃତି ଆଜି ସାଧାରଣ ଲୋକଙ୍କୁ ହତଚକିତ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ବିଜେପି ସରକାରର ବିଫଳତା ଓ ମିଛ ପ୍ରତିଶୃତି ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ଏକ ଦାୟୀତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବରେ କାମ କରୁଛି। ଆମ ପାଇଁ ସାଧାରଣ ଲୋକର ସମସ୍ୟାର ସମାଧାନ ଓ ଓଡିଶାର ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଗତ ଚବିଶ ବର୍ଷ ଭିତରେ ବିଜେଡି ସରକାରର ସଫଳତା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ୨୦୦୦ ରୁ ୨୦୨୪ ମସିହା ମଧ୍ୟରେ ଓଡିଶାର ମୁଣ୍ଡପିଛା ରୋଜଗାର ସର୍ବାଧିକ ବୃଦ୍ଧି ଘଟିଛି ଯାହାକି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆସାମ ଆଦି ବିଜେପି ଶାସିତ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ ଅଧିକ। ସେହିପରି ମୁଣ୍ଡପିଛା ଋଣ ପରିମାଣ ମଧ୍ୟ ଡବଲ ଇଞ୍ଜିନ ରାଜ୍ୟମାନଙ୍କ ଠାରୁ କମ୍‌ ରହିଛି।

ଜନ ସମ୍ପର୍କ ପଦଯାତ୍ରା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରତିବର୍ଷ ପରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ। ଅକ୍ଟୋବର ୬ ରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହେବ। ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରୀ ରହିବ ବୋଲି ଘୋଷଣା କରିଥିଲେ।

ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଓ ପଦାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ସଞ୍ଜୟ ଦାସ ବର୍ମା, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ଅରୁଣ ସାହୁ, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ସୁଦାମ ମାର୍ଣ୍ଡି, ଶ୍ରୀ ବିକ୍ରମ ଆରୁଖ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ବଦ୍ରୀ ପାତ୍ର, ଶ୍ରୀ ଦେବୀରଞ୍ଜନ ମିଶ୍ର, ଦୀପାଳୀ ଦାସ ଓ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଆଗାମୀ ଦିନରେ ସଙ୍ଗଠନକୁ ଆହୁରି ମଜବୁତ୍‌ କରିବା ପାଇଁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କନ୍ଧମାଳ ଢେଙ୍କାନାଳ ଜିଲ୍ଲାର ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା. କନ୍ଧମାଳ ଓ ଢେଙ୍କାନାଳ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି।

ଦରଦାମ ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର ଶହେଦିନ ବିତିଗଲାଣି। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଦରବୃଦ୍ଧି ଓ ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣୁ ସାଧାରଣ ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହେବା ସହ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ ଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଚକ୍ରପାଣି କଂହର,ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ସାଂସଦ ପ୍ରାର୍ଥୀ ମହେଶ ସାହୁ, ଅବିନାଶ ସାମଲ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନ, ସୁଧୀର ସାମଲଙ୍କ ସମେତ ଦୁଇ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ
ଏବଂ ପଂଚାୟତ ପ୍ରତିନିଧି ମାନେ ଉଦବୋଧନ ଦେଇ ବିଜେଡି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନୂଆପଡା ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୂଆପଡା ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ନୂଆପଡା ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି।

ଦରଦାମ ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ଏବେ ଚିନ୍ତାଜନକ. ଏହାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ସାଧାରଣ ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହୋଇ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା.ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି.ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡିର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରାଜେନ୍ଦ୍ର ଢୋଲକିଆ ,ବିଧାୟକ ଅଧୀରାଜ ପାଣିଗ୍ରାହୀ , ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ପଂଚାୟତ ପ୍ରତିନିଧି ମାନେ ଉଦବୋଧନ ଦେଇ ବିଜେଡି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି। କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି। ବିଭିନ୍ନ କ୍ଷେତ୍ର ରେ କଳାହାଣ୍ଡି ର ବିକାଶ ଯଥା, ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ କଲେଜ ଶିଳ୍ପ ଭିତିଭୂମି ଆଦି କଳାହାଣ୍ଡିର ପରିଚୟ ଉଜ୍ଜଳ କରିଛି।

ଦରଦାମ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି। ସାଧାରଣ ଲୋକଙ୍କ ସ୍ୱାର୍ଥ ର ସୁରକ୍ଷା ଓ ମହିଳା ଙ୍କ ସମ୍ମାନ ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା.ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି.ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ଉଭୟ ବୈଠକ ସଂଯୋଜନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମନୋହର ରନ୍ଧାରୀ ,ବିଧାୟକ ଦିବ୍ୟଶଙ୍କର ମିଶ୍ର ,ବିଧାୟକ ମନୋରମା ମହାନ୍ତି,ବିଧାୟକ ପ୍ରଦୀପ ଦିଶାରୀ ପୂବର୍ତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ.ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ତଥାବିଭିନ୍ନ ବ୍ଲକର ଅଧ୍ୟକ୍ଷ ଓ କର୍ମକର୍ତ୍ତା ମାନେ ଉଦବୋଧନ ଦେଇ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାର ନିର୍ବାଚିତ ପ୍ରତିନିଧି, କର୍ମକର୍ତ୍ତାଙ୍କୁ କଣ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି। ଏହା ଭାରତ ସରକାର ଙ୍କ ରିପୋର୍ଟ କହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏଥର ଯଦି ବିଜେଡି କ୍ଷମତାକୁ ଅସିଥାନ୍ତା ତେବେ ଓଡିଶା ରୁ ଗରିବୀ ସମ୍ପୂର୍ଣ ଭାବରେ ଦୂର ହୋଇଥାନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସେ କହିଥିଲେ କେନ୍ଦ୍ରାପଡ଼ା ସବୁବେଳେ ତାଙ୍କ ପାଇଁ ଓ ବିଜୁ ବାବୁ ଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହି ଆସିଛି। ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାର ର ସମ୍ପର୍କ ବହୁତ ପୁରୁଣା।
ଲୋକଙ୍କ ଭଲ ପାଇବା ଏବେବି ବିଜେଡି ପ୍ରତି ଅତୁଟ ରହିଛି ବୋଲି ମତ ଦେଇ ଶ୍ରୀ ପଟନାୟକ ବିଜେପି ସରକାରର ମିଛ ପ୍ରତିଶ୍ରୁତି ସେ ସୁଭଦ୍ରା ଯୋଜନା ରେ ଦୁଇ ବର୍ଷ ରେ ପଚାଶ ହଜାର ଟଙ୍କା ହେଉ ଵା ମାଗଣା ବିଜୁଳି ଓ ଭତ୍ତା ସବୁ ବିଷୟ ରେ ଲୋକଙ୍କୁ ସଚେତନ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଦୁଃଖ ର କଥା ଭୁବନେଶ୍ୱର ପରି ଜାଗା ରେ ଥାନାରେ ମହିଳା ଅସୁରକ୍ଷିତ। ରାଜଭବନ ରେ କର୍ମଚାରୀ ମାଡ ଖାଉଛନ୍ତି। ରାଜ୍ୟ ରେ ଆଇନ ଶୃଙ୍ଖଳା ଥିବା ପରି ଲାଗୁ ନାହିଁ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାର ରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ରାପଡା ବୈଠକ ସଂଯୋଜନା କରିଥିଲେ ଆଳି ବିଧାୟକ ପ୍ରତାପ ଦେବ। ଗଜପତି ବୈଠକ ସଂଯୋଜନା କରିଥିଲେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଗଣେଶ୍ୱର ବେହେରା,ବିଧାୟକ ଧ୍ରୁବ ସାହୁ ,ବିଧାୟକ ଅରବିନ୍ଦ ମହାପାତ୍ର ପୂବର୍ତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଧାୟକ ରୁପେଶ ପାଣିଗ୍ରାହୀ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ର ତଥା ବିଭିନ୍ନ ବ୍ଲକ ର ଅଧ୍ୟକ୍ଷ ଓ କର୍ମକର୍ତ୍ତା ମାନେ ଉଦବୋଧନ ଦେଇ ବିଜେଡି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବିଜେଡି ଉପରେ ବର୍ଷିଲେ ସୌମ୍ୟରଂଜନ ପଟ୍ଟନାୟକ, କହିଲେ ଏପରି କଥା

ଭୁବନେଶ୍ବର: ପୁଣିଥରେ ବିଜେଡି ଉପରେ ବର୍ଷିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏଥର ସେ ପରୋକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ବର୍ତ୍ତମାନ ସରକାରଙ୍କୁ ବଞ୍ଚେଇବା ପାଇଁ ପୁରୁଣା ବିଜେଡି ସରକାରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବରୁ ସେ ବହୁବାର ବିଜେଡିକୁ ସମାଲୋଚନା କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ।

ଏଥର ସେ କହିଛନ୍ତି ଯେ, ପୂର୍ବ ବିଜେଡି ସରକାର 24 ବର୍ଷ ଶାସନ କରିଛନ୍ତି। ଏଥର ସରକାରକୁ ମାତ୍ର 100 ଦିନ ହୋଇଛି। ଏହି ଅଳ୍ପଦିନରେ ତାଙ୍କ ଠାରୁ ବହୁତ କିଛି ଆଶା କରାଯାଇ ନ ପାରେ। ଭରତପୁର ଥାନା ଘଟଣା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହା ଉତ୍ତରରେ ସେ କହିଥିଲେ ଯେ, ବର୍ତ୍ତମାନ ସରକାରଙ୍କୁ ସମୟ ଦିଆଯାଉ। ଅନ୍ତତଃ ତାଙ୍କୁ 200 ଦିନ ସମୟ ଦିଆଯାଉ। ତାପରେ ଯଦି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବ ତେବେ ତାଙ୍କୁ ସମାଲୋଚନା କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲର ବୈଠକରେ କଣ କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ର ବୈଠକ ଆଜି ଶଙ୍ଖ ଭବନ ରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡିର ପ୍ରତିଶୃତି ଦୋହରାଇଥିଲେ।

ଆଗାମୀ ଦିନରେ ବିଜେଡି ଅନୁସୂଚିତ ଜାତି ବର୍ଗ ର ଭାଇଭଉଣୀ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ତାର ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ। ଏହି ବୈଠକରେ ଅନୁସୂଚିତ ଜାତି ବର୍ଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟ ତଥା ସେଲକୁ ଅଧିକ ଶକ୍ତିଶାଳୀ କରାଯିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା,ଶ୍ରୀ ମହେଶ ସାହୁ,ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ପୂର୍ବତନ ସାସଂଦ ଡା. ରାଜଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଆ ଅସ୍ମିତା ଓ ପାଇକ ବିଦ୍ରୋହ

ସୁବାସ କୁମାର ତାରଣିଆଁ

ଗତ ଜୁନ୍ ମାସରେ ଶେଷ ହୋଇଛି ଦେଶର ଅଷ୍ଟାଦଶ ଲୋକସଭା ନିର୍ବାଚନ ସହିତ ଚାରୋଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ। ୫୪୩ଟି ଲୋକସଭା ଆସନ ପାଇଁ ଏପ୍ରିଲ ମାସ ୧୯, ୨୬, ମେ ମାସ ୭, ୧୩, ୨୦, ୨୫ ଏବଂ ଜୁନ୍ ମାସ ୧ ତାରିଖ ମୋଟ ୭ଟି ପର୍ଯ୍ୟାୟରେ ଏବଂ ଓଡ଼ିଶାରେ ମେ ମାସ ୧୩, ୨୦, ୨୫ ଓ ଜୁନ୍ ୧ ତାରିଖ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ଦୀର୍ଘ ୨୪ବର୍ଷ ଶାସନ ଡୋରୀ ଧରିଥିବା ବିଜୁ ଜନତା କ୍ଷମତାଚ୍ୟୁତ ହୋଇଥିଲା ଏବଂ ଓଡ଼ିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରି ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି କ୍ଷମତା ହାସଲ କରିଛି।

ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଦଳ ନିଜ ନିଜର ନର୍ବାଚନୀ ଇସ୍ତାହାରରେ ବିଭିନ୍ନ ଜନହିତକର ଯୋଜନାମାନ ଘୋଷଣା କରିଥିଲେ। ବିଶେଷ କରି ବିଜୁ ଜନତା ଦଳ ରାଜ୍ୟର ବିକାଶ କଥା କହୁଥିବା ବେଳେ ଭାରତୀୟ ଜନତା ପାର୍ଟି ଓଡ଼ିଆର ଅସ୍ମିତା ଓ ରତ୍ନ ଭଣ୍ଡାରକୁ ନେଇ ମୁଖ୍ୟ ପ୍ରସଙ୍ଗ କରିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ, ରେଳମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ସାଂସଦ ଓଡ଼ିଶାଗସ୍ତରେ ଆସି ବିଭିନ୍ନ ବିଜୟ ସଂକଳ୍ପ ସମାବେଶରେ ୨୫ ବର୍ଷ ଧରି ଶାସନ କରିଆସୁଥିବା ବିଜୁ ଜନତା ଦଳର ଜନବିରୋଧୀ କାର୍ଯ୍ୟକୁ ଦୃଢ ନିନ୍ଦା କରିଥିଲେ ଏବଂ ବିଜେପିକୁ ଭୋଟ ଦେଇ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଓଡ଼ିଶାରେ ପରିବର୍ତ୍ତନ ହେଲା ଏବଂ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କଲା।

୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ ଶାହା ବିଭିନ୍ନ ସ୍ଥାନରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଭାରତୀୟ ଜନତା ପାର୍ଟି ୭୫ଟି ବିଧାନସଭା ଆସନରେ ବିଜୟୀ ହୋଇ ନିଶ୍ଚିତ ଭାବେ ଓଡ଼ିଶାରେ ସରକାର ଗଢିବ ଓ ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢତାର ସହ କହିଥିଲେ। ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଓ ନକଲି ଚାବି ତଥା ଚାରିଦ୍ୱାର ଖୋଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଓ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୧୮ ମାସ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ, ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଏକଲକ୍ଷ ଯୁବକଙ୍କୁ ନିଯୁକ୍ତି ଓ ଏକମାସ ମଧ୍ୟରେ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ଯାଞ୍ଚ ରିପୋର୍ଟ ସାର୍ବଜନୀନ କରିବା ସହିତ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ବିଜେପି ପ୍ରାର୍ଥୀଙ୍କୁ ପଦ୍ମଚିହ୍ନରେ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀ ଶାହା ଓଡ଼ିଶାବାସୀଙ୍କୁ ନିବେଦନ କରିଥିଲେ।

ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ମୋଦୀ ଓଡ଼ିଶା ଗସ୍ତରେ ଆସି ତିନୋଟି ବିଜୟ ସଂକଳ୍ପ ସମାବେଶରେ ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏବଂ ଜଣେ ଓଡ଼ିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦୃଢତାର ସହ କହିଥିଲେ। ଏହା ପୂର୍ବରୁ ଓଡ଼ିଶା ଗସ୍ତରେ ପ୍ର୍ରଚାର ପାଇଁ ଆସିଥିବା ବେଳେ ଓଡ଼ିଆର ଅସ୍ମିତା, ରତ୍ନଭଣ୍ଡାରର ଚାବି ହଜିବାକୁ ମୁଖ୍ୟ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ଏବଂ ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଘୋଷଣା କରିଥିଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ ବାରମ୍ବାର ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ କହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ବିକାଶ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଭାରତ ରତ୍ନ ନ ମିଳିବା ଏବଂ ମହାନଦୀ ଜଳ ବିବାଦର ସମାଧାନ ଦିଗରେ କୌଣସି ମନ୍ତବ୍ୟ ଦେଲେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଓଡ଼ିଶାର ଅସ୍ମିତା, ଓଡ଼ିଶାର ଗର୍ବ ଓ ଗୌରବ ପାଇକ ବିଦ୍ରୋହ। ୧୮୧୭ ରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ପାଇକ ବିଦ୍ରୋହ ଇଂରେଜ ଶାସନ ବିରୁଦ୍ଧରେ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଐତିହାସିକମାନେ ମତ ଦେଇଥିଲେ। ମାତ୍ର ପାଇକ ବିଦ୍ରୋହ ବିଷୟରେ ବିବୃତ୍ତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ କୌଣସି କେନ୍ଦ୍ରୀୟ ନେତା ଆଗ୍ରହ ପ୍ରକାଶ କରିନଥିଲେ।

ଜାତୀୟତାବାଦୀ ମହାଜାଗରଣ, ଉଚ୍ଚାଙ୍ଗ ଚେତନାବୋଧ ଆଉ ଦେଶାତ୍ମବୋଧ ଭାବନାକୁ ହୃଦୟରେ ଜାବୁଡ଼ି ଧରି ଓଡ଼ିଶା ମାଟିର ବୀର ପାଇକମାନେ ଭାରତବର୍ଷରେ ପ୍ରଥମଥର ପାଇଁ ଇଂରେଜମାନଙ୍କ ବିରୁଦ୍ଧରେ ମେଳି ବାନ୍ଧିଥିଲେ। ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା ଇଂରେଜମାନଙ୍କ ବିରୁଦ୍ଧରେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ। ଏହାର ୪୦ ବର୍ଷ ପରେ ଅର୍ଥାତ୍ ୧୮୫୭ ମସିହାରେ ସଂଗଠିତ ହୋଇଥିଲା ସିପାହୀ ବିଦ୍ରୋହ ଯାହାକୁ ସିପାହୀ ମିଉଟିନି କୁହାଯାଏ।

ମିଉଟିନି ଶବ୍ଦର ଅର୍ଥ ପୋଲିସ୍ ବିଭାଗର ତଳିଆ କର୍ମଚାରୀମାନେ ସଂଗଠିତ ହୋଇ ଉପରିସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବା। ତେଣୁ ସିପାହୀ ବିଦ୍ରୋହ ସ୍ୱାଧୀନତା ସଂଗ୍ରାମ ପାଇଁ ଉଦ୍ଦିଷ୍ଟ ନଥିଲା, ତାହା ଥିଲା ସିପାହୀ ମାନଙ୍କର ଉପରିସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ବିଦ୍ରୋହ। କିନ୍ତୁ ପାଇକ ବିଦ୍ରୋହ ଦେଶ ଓ ଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ତଥା ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା। ଇତି ମଧ୍ୟରେ ପାଇକ ବିଦ୍ରୋହ ୨୦୬ ବର୍ଷ ଅତିକ୍ରାନ୍ତ କରିସାରିଲାଣି, ମାତ୍ର ଦୁଃଖ ଓ ପରିତାପର ବିଷୟ, ୧୮୫୭ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇଛି କିନ୍ତୁ ପାଇକ ବିଦ୍ରୋହକୁ ଏପର୍ଯ୍ୟନ୍ତ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଇ ନାହିଁ।

ଐତିହାସିକ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ଦାବି ହୋଇଥିଲା। ରାଜ୍ୟ ସରକାରଙ୍କ ସହଯୋଗ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବ ବୋଲି ଆଶା କରାଯାଉଥିଲା। ୨୦୧୭ ମସିହା ଜୁଲାଇ ମାସରେ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ସମାରୋହରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉପସ୍ଥିତିକୁ ନେଇ ଆଶା କରାଯାଉଥିଲା ଯେ, ଓଡ଼ିଶାକୁ ଉଚିତ୍ ନ୍ୟାୟ ମିଳିବ, ମାତ୍ର ତାହା ସମ୍ଭବ ହୋଇପାରିଲା ନାହିଁ।

ବୀର ପାଇକମାନଙ୍କ ବାରମ୍ବାର ଦାବି ପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହୋଇ ସହୀଦ ହୋଇଥିବା ପାଇକ ପରିବାରର ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇବା ସହ ଏହା ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ଆଗାମୀ ପିଢି ପାଇଁ ଏହା ଏକ ବାର୍ତ୍ତା ହେବ। ହେଲେ ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ପୁନର୍ବାର ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଯୋଗୁ ପାଇକ ବିଦ୍ରୋହକୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିପାରିଲା ନାହିଁ।

ଗତ ସେପ୍ଟେମ୍ବର ୮ ତାରିଖରେ ପାଇକଗଡ଼ ଖୋର୍ଦ୍ଧାରେ ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାରରେ ବେଶ ସହାୟକ ହେବ। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୂହିକ ବିକାଶ ଏବଂ କେନ୍ଦ୍ର, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ।

ଓଡ଼ିଶା ପାଇକ ଏକାଡ଼େମୀ ଓ ଗବେଷଣା କେନ୍ଦ୍ର ଦେଶ ତଥା ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ୍ ସହାକୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ପାଇକମାନଙ୍କ ସାମୂହିକ ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ବିସ୍ତୃତ ପ୍ରକଳ୍ପ ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଓଡ଼ିଶାର ଅସ୍ମିତା ଓ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ଏହା ସହିତ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ବିକାଶ, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଓଡ଼ିଶାର ବରପୁତ୍ର ମାନଙ୍କୁ ଭାରତ ରତ୍ନ ପ୍ରଦାନ ଏବଂ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପଦକ୍ଷେପ ନେବା, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରାଗଲେ, ଓଡ଼ିଶା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ତେଣୁ ରାଜ୍ୟବାସୀଙ୍କ ସମୂହ ଦାବିକୁ ମୋଦୀ ପୂରଣ କରିପାରିଲେ, ଏହା ହିଁ ହେବ ଓଡ଼ିଶାବାସୀଙ୍କ ପ୍ରତି ମୋଦିଜୀଙ୍କ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଦୁଇ ସାଂସଦଙ୍କୁ ନେଇ ନବୀନ କହିଲେ ଏପରି କଥା

ଭୁବନେଶ୍ବର: ବିଜେଡି ଛାଡି ବିଜେପି କ୍ୟାମ୍ପରେ ଯୋଗଦେଇଥିବା ଦୁଇ ରାଜ୍ୟସଭା ସାଂସଦଙ୍କୁ ନେଇ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଗତକାଲି ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ସମାବେଶରେ ଯୋଗ ଦେଇ ନବୀନ ଏହି ଦଳ ଛାଡୁଥିବା ନେତାଙ୍କୁ ଚରମ ବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ ସୁବିଧାବାଦୀ ନେତାମାନେ ଏମିତି ଦଳ ଛାଡିବେ। ହେଲେ ତାହା ଆମକୁ ଆହୁରି ସଶକ୍ତ କରିବାକୁ ବଳ ଦେଇଛି।

ସେ ଆହୁରି କହିଥିଲେ ଯେ, ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମକୁ ଲହୁ ଲୁହ ଦେଇ ଆହୁରି ଶକ୍ତିଶାଳୀ କରିବ। ବିଜୁ ବାବୁଙ୍କ ଆଦର୍ଶରେ ଅଟଳ ରହି ସମୃଦ୍ଧ ଓଡିଶା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ଯୁବସମାଜକୁ ଆହ୍ୱାନ ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତିନିମାସ ବିତିଗଲା,ଏବେ ଆଈ ମା ଗପ ଛାଡି କାମ କରି ଦେଖାନ୍ତୁ; ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବଡ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ହୃଦୟ ଜିତିବା ସହଜ ହୋଇପାରେ କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ଏକମାତ୍ର ମାର୍ଗ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥା ରେ ବିଜେପି ର ମିଛ, ଦୁଇ ପ୍ରକାର କଥା।ତିନି ମାସ ହୋଇଗଲା। ଏବେ ଆଈ ମା ଗପ ଛାଡି କାମ କରି ଦେଖାଇବାକୁ ଶ୍ରୀ ପଟ୍ଟନାୟକ ବିଜେପି କୁ ପରାମର୍ଶ ଦେଇଛନ୍ତି।

ସାମ୍ପ୍ରତିକ ଘଟଣା ବଳୀ ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କିଛି ଲୋକ ସେମାନଙ୍କ ଚିନ୍ତାଧାରା କୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି. କିନ୍ତୁ ଭାରତ ପରି ଏକ ଗଣତାନ୍ତ୍ରିକ ସମାଜ ରେ ଏହା ଗ୍ରହଣୀୟ ନୁହେଁ। ଏପରିକି କିଛି ଲୋକ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଆମ ବରପୁତ୍ର ମାନଂକୁ ନିନ୍ଦା କରିବାକୁ ମଧ୍ୟ୍ୟ ପଛଉନାହାନ୍ତି।

ଏପରି ଘଟଣା କୁ ନାପସନ୍ଦ କରି ଶ୍ରୀ ପଟ୍ଟନାୟକ ଏହା ଓଡ଼ିଆ ଅସ୍ମିତା? ଏହା କଣ ଆମ ବରପୁତ୍ର ମାନଙ୍କ ତ୍ୟାଗ ପାଇଁ ସମ୍ମାନ ବୋଲି ପ୍ରଶ୍ନ କରି ଏଭଳି କାର୍ଯ୍ୟ ଆମ ଭବିଷ୍ୟତ ପିଢ଼ି କୁ କି ପ୍ରେରଣା ଦେବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ ଯେ ରାଜନୀତି କ୍ଷମତା ପାଇଁ ନୁହେଁ। ତାଙ୍କ ଦୃଷ୍ଟିରେ ରାଜନୀତି ହେଉଛି ସମାଜ ଦେଶ ତଥା ମାନବ ସମାଜ ପାଇଁ ସେବା କରିବାର ଏକ ମାଧ୍ୟମ

ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ. ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। କିଛି ବ୍ୟକ୍ତି ଦଳ ଛାଡ଼ିବା ଉପରେ ଟିପଣୀ ଦେଇ ଶ୍ରୀ ପଟନାୟକ କହିଲେ ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମ କୁ ଲହୁ ଲୁହ ଦେଇ ଆହୁରି ଶକ୍ତିଶାଳୀ କରିବ।

ବିଜୁ ବାବୁଙ୍କ ଆଦର୍ଶ ରେ ଅଟଳ ରହି ସମୃଦ୍ଧ ଓଡିଶା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ଯୁବସମାଜ କୁ ଆହ୍ୱାନ ଜଣାଇଥିଲେ।ଏହାସହିତ ସାମାଜିକ ଗଣମାଧ୍ୟ୍ୟମ ରେ ସକ୍ରିୟ ରହି ମିଛ ପ୍ରଚାର ବିରୋଧ ରେ ଲଢେଇ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ପ୍ରଶ୍ନର ଗୋଟିଗୋଟି ଜବାବ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଗତକାଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କର ସାମାଜିକ ଗଣ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଗୋଟିଗୋଟି ଜବାବ ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ନବୀନ ପରୋକ୍ଷରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ।

ଗତକାଲି ନବୀନ ତାଙ୍କ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ହେଲା..

“ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।”

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”

“ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?”

“କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।”

“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

ତେବେ ନବୀନଙ୍କ ଗୋଟିଗୋଟି ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ ଉଲ୍ଲେଖ କରି କହିଛନ୍ତି ଯେ,

“ନବୀନବାବୁ, ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆପଣଙ୍କୁ ଆହୁରି ଗୋଟିଏ ଜନ୍ମ ଲାଗିବ । 25 ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି ।

ପୁରୀର ମଠ, ମନ୍ଦିର, ରଘୁନନ୍ଦନ ଲାଇବ୍ରେରୀ ସହ ଓଡ଼ିଆ ଅସ୍ମିତାର ଚିହ୍ନ ଥିବା ଐତିହ୍ୟ ପ୍ରମାଣକୁ ଧୂଳିସାତ୍ କଲା ବେଳେ ଆପଣଙ୍କ ଐତିହ୍ୟ ଥିଲା କେଉଁଠି ? ରାଜଧାନୀରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ ରାସ୍ତାର ନାମକରଣ ପରିବର୍ତ୍ତନ କରିବା ଆପଣଙ୍କ ଭାଷା ପ୍ରୀତିକୁ ପ୍ରମାଣିତ କରୁଛି ।

ଆପଣ ଓ ଆପଣଙ୍କ ଦଳର ନେତୃବୃନ୍ଦମାନେ ଇତିହାସକୁ ବିକୃତ କରିବାର ଅପଚେଷ୍ଟା କରୁଛନ୍ତି, ଯେଉଁଥି ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଠିକ୍ ଭାବେ ଜବାବ୍ ଦେଇଛନ୍ତି । କଥାରେ କୋଣାର୍କ ଆପଣ ହିଁ କରୁଥିଲେ । ନରହନ୍ତା ଇଂରେଜ ଅଫିସର ଟି.ଇ ରେଭେନ୍ସାଙ୍କ ପାଇଁ ଦରଦ କାହିଁକି ? ଏହି ଇଂରେଜ ଅଫିସରଙ୍କ ଚରିତ୍ର କଣ, ତାହାର ମୁକସାକ୍ଷୀ ହେଉଛି ଉତ୍କଳ ଦୀପିକା ।

ଇତିହାସକୁ ଠିକ୍ କରିବା କାମରେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ସଂକଳ୍ପବଦ୍ଧ । ଆଜି ଯେଉଁ ମହାପୁରୁଷମାନଙ୍କର ଉଦାହରଣ ନେଇ ଆପଣ କଥାଟି ଲେଖିଛନ୍ତି, ସେ ମହାପୁରୁଷମାନଙ୍କ ପ୍ରତି ଆପଣଙ୍କ ସରକାର କେତେ ଯଥୋଚିତ ସମ୍ମାନ ଦେଇଥିଲା, ଆପଣ ଥରେ ନିଜକୁ ପଚାରନ୍ତୁ ।

ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନ ମାନଙ୍କରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି ।

ନବୀନ ବାବୁ, ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ। ବିଜେପି କହିବା ଆଉ କରିବାରେ ବିଶ୍ୱାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ୍ ଦେଇ ସରକାର ଗଠନରେ ସହାୟକ ହୋଇଛନ୍ତି। ଆପଣ ରିଲ୍ କୁ ଭାଇରାଲ୍ କରାଇବାରେ ବିଶ୍ୱାସ କରନ୍ତି ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ୱାସ ରଖେ।”

Categories
ଆଜିର ଖବର

ରେଭେନ୍ସା ନାମ ପରିବର୍ତ୍ତନ ନେଇ ଭର୍ତ୍ତୁହରିଙ୍କୁ ପରୋକ୍ଷରେ ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ କେତେ ସମର୍ଥନ ମଧ୍ୟ କରୁଛନ୍ତି। ଏ ନେଇ ସାଂସଦ ଭର୍ତ୍ତୁହରି ମହତାବ ତାଙ୍କର ସଂପାଦକୀୟରେ ଭିନ୍ନ କଥା ଲେଖିଛନ୍ତି। ସେ ସିଧା ନ କହିଲେ ମଧ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେଉ ବୋଲି କହିଛନ୍ତି।

ସେତିକି ନୁହେଁ ଭର୍ତ୍ତୁହରି ମୟୁରଭଂଜ ରାଜାଙ୍କୁ ମଧ୍ୟ ତାଙ୍କ ଲେଖାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ସେ ଲେଖିଛନ୍ତି ଯେ, ‘ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ଅନେକ ଘୋରିମାରି ତିଳତାଳ କଲେଣି। ସେତେ ଯେମିତି ରେଭେନ୍ସା ହେଉଛନ୍ତି ଏମାନଙ୍କ ଗୋସାଇଁ। ଏମାନଙ୍କ ମରମକୁ କାହିଁକି ବାଧୁଛି ବୋଲି ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।’

ଭର୍ତ୍ତୁହରିଙ୍କ ଏହି ଲେଖାକୁ ନେଇ ପରୋକ୍ଷରେ ବାଣ ମାରିଛନ୍ତି ନବୀନ ପଟ୍ଟନାୟକ। ସେ ଭର୍ତ୍ତୁହରିଙ୍କ ନାମ ବା ତାଙ୍କ ଲେଖା ସଂପର୍କରେ ସେ କିଛି ଉଲ୍ଲେଖ କରି ନାହାଁନ୍ତି। ହେଲେ ସେ ଯାହା କିଛି ମତ ଦେଇଛନ୍ତି ତାହା ଭର୍ତ୍ତୁହରିଙ୍କ ଲେଖାର ପ୍ରତ୍ୟୁତର ବୋଲି ସ୍ପଷ୍ଟ ଜଣାପଡୁଛି। କାରଣ ନବୀନ ତାଙ୍କ ଲେଖାରେ ମୟୁରଭଂଜ ରାଜା ଏବଂ ଫକୀର ମୋହନଙ୍କ ଅବଦାନକୁ ଉଲ୍ଲେଖ କରିଛନ୍ତି। ଯାହା ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ସାମାଜିକ ଗଣମାଧ୍ୟମରେ ଯାହା ଉଲ୍ଲେଖ କରିଛନ୍ତି ତାହା ହେଲା,

” ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।”

“ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”

“ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ?”

“କଥାରେ କୋଣାର୍କ ହୁଏ ନାହିଁ। ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା।”

“ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ୱାକଫ ବିଲ କୁ ବିଜେଡି ବିରୋଧ କରିବ, ସଂଖ୍ୟା ଲଘୁମାନଙ୍କୁ ସାକ୍ଷାତ କରି ପ୍ରତିଶୃତି ଦେଲେ ନବୀନ

ଭୁବନେଶ୍ବର: ଏ ଦେଶ ଆମର ଏ ମାଟି ଆମର। ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶା ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶାନ୍ତି ଓ ସଦଭାବନା ହିଁ ପ୍ରଗତି ର ଭିତ୍ତି। ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ର ର ପ୍ରଗତି ହାସଲ କରିପାରିଛି। ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ସେ କହିଥିଲେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି।

ବିଜେଡି ୱାକଫ ବିଲ କୁ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ.
ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ. ଓଡିଶା ର ସାଂସ୍କୃତିକ ବିବିଧତା ଆମର ଗୌରବ। ଦେଶ ର ପ୍ରଗତି ରେ ସଂଖ୍ୟାଲଘୁ ମାନଙ୍କ ଅବଦାନ କୁ ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ।

ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତି ର ମୂଳଧାର ବୋଲି ବର୍ଣ୍ଣନା କରି ସମାଜ ର ଦୁର୍ବଳ ବର୍ଗ ର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବୌଦ୍ଧ ଶିଖ ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମ ର ପ୍ରତିନିଧିମାନେ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସାଂସଦ ମୁନା ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜୁ ମହିଳା ଜନତା ଦଳ ସମାବେଶରେ ଏମିତି ନବୀନ କଣ କହିଲେ ଯେ, ସବୁ ମହିଳା କର୍ମି ଖୁସ୍

ଭୁବନେଶ୍ବର: ମିଛ ହେଉଛି ବିଜେପିର ସବୁଠାରୁ ବଡ଼ ପରିଚୟ। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା କୁ ଆସିଛି। ତେଣୁ ବିଜେପି ର ମିଛ କୁ ପଦାରେ ପକାଇବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।

ଆଜି ଶଙ୍ଖ ଭବନ ରେ ଆୟୋଜିତ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦ କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।ଶ୍ରୀ ପଟ୍ଟନାୟକ କହିଲେ ଯେ ନିର୍ବାଚନ ବେଳେ ସାରା ଦେଶ ରୁ ବିଜେପି ର ବଡ଼ ବଡ଼ ନେତା ଓଡିଶା ଆସିଲେ ହାତୀ ଦେବୁ ଘୋଡା ଦେବୁ କହିଲେ।

କିନ୍ତୁ କାମ ରେ ଜିରୋ। ଏ ସମ୍ପର୍କ ରେ ସୂଚନା ଦେଇ ସେ କହିଲେ ଯେ ବିଜେପି ସୁଭଦ୍ରା ଯୋଜନାରେ ଦୁଇ ବର୍ଷ ରେ ସବୁ ମାଙ୍କୁ ପଚାଶ ହଜାର ଟଙ୍କା ଦେବ ବୋଲି କହିଥିଲେ। କିନ୍ତୁ ଏବେ ଅଳ୍ପ କିଛି ମା ମାନଙ୍କୁ ସୁଭଦ୍ରା ଯୋଜନା ରେ ଛଅ ମାସରେ ଦେବେ ମାତ୍ର ପାଞ୍ଚ ହଜାର ଟଙ୍କା। ସେହିପରି 300 ୟୁନିଟ ମାଗଣା ବିଜୁଳି ମଧ୍ୟ ମିଛ।

ମା’ମାନଙ୍କ ବିଶ୍ୱାସ ସହ ସାଧାରଣ ଲୋକଙ୍କ ବିଶ୍ୱାସ ସହ ବିଜେପି ଖେଳିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।ରାଜ୍ୟର ପ୍ରତି ଘରେ ଘରେ ବିଜେପିର ମିଛ କୁ ପ୍ରଚାର କରାଯିବା ଦରକାର ବୋଲି ନବୀନ କହିଛନ୍ତି।

ସାରା ଦେଶରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଘଟଣାରେ ଚିନ୍ତା ପ୍ରକଟ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମ ସଂସ୍କୃତି ରେ ମା’ମାନଙ୍କୁ ଆମେ ଦେବୀ ଭାବରେ ପୂଜା କରୁ। ତେଣୁ ମା ମାନଙ୍କ ଉପରେ ଅତ୍ୟାଚାର ଇଶ୍ୱରଙ୍କ ସହ ଦ୍ରୋହ , ମାନବିକତା ବିରୁଦ୍ଧରେ ଦ୍ରୋହ ଭାବେ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଥିଲେ ଏବଂ ଏଭଳି ଅପରାଧୀଙ୍କୁ କଠୋରରୁ କଠୋର ତମ ଦଣ୍ଡ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଅତ୍ୟାଚାରର ଶିକାର ହେଉଥିବା ମହିଳାମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦଳର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ଆମ ସମସ୍ତଙ୍କ ସାମୁହିକ ଉଦ୍ୟମ ହିଁ ମା’ମାନଙ୍କ ପାଇଁ ଏକ ନିରାପଦ ଦୁନିଆ ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା କରିଥିଲେ।

ସାରା ଦେଶରେ ମହିଳା ସଶକ୍ତିକରଣର ମୂଳଦୁଆ ବିଜୁ ବାବୁ ହିଁ ପକାଇଥିଲେ ବୋଲି ଶ୍ରୀ ପଟ୍ଟନାୟକ ସ୍ମରଣ କରାଇଦେବା ସହ ବିଜୁ ଜନତା ଦଳ ସବୁବେଳେ ମା’ମାନଙ୍କ ସ୍ୱର ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ।

ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ବିଷୟରେ ବିରୋଧୀ ଦଳ ନେତା କହିଥିଲେ ଯେ, ଶେଷରେ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ଆସନ ଆସିବ। ସେଥିପାଇଁ ଆମର ମହିଳା ସଦସ୍ୟ ଗ୍ରହଣ କରିବା କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି। ସେହିପରି ଖୁବ ଶିଘ୍ର ଦଳୀୟ ପଦପଦବୀରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନବୀନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଧାୟିକା ପ୍ରମିଳା ମଲ୍ଲିକ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ପୂର୍ବତନ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବାଣପୁର ଏନଏସି, ଢେଙ୍କାନାଳ, ଗନ୍ଦିଆ ବ୍ଲକର ଅଧ୍ୟକ୍ଷ ଓ ପ୍ରତିନିଧି

ଭୁବନେଶ୍ୱର: ଢେଙ୍କାନାଳ ଓ ଗନ୍ଦିଆ ବ୍ଲକର ଦୁଇ ଅଧ୍ୟକ୍ଷଙ୍କ ସମେତ ପଂଚାୟତ ପ୍ରତିନିଧି ମାନେ ପୂର୍ବତନ ବିଧାୟକ ଶ୍ରୀ ସୁଧୀର ସାମଲ ଙ୍କ ନେତୃତ୍ୱ ରେ ଆଜି ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

ଏହି ଅବସରରେ ବ୍ଲକମାନଙ୍କରେ ବିକାଶ କାମରେ ସରକାରୀ କଳର ଅସହଯୋଗ ଓ ସ୍ଥାନୀୟ ବିଜେପି ନେତାଙ୍କ ବିରୋଧ ସମ୍ପର୍କରେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏ ବିଷୟ ସେ ସରକାର ଙ୍କ ଦୃଷ୍ଟି କୁ ଆଣିବେ ବୋଲି କହିବା ସହ ସୁଭଦ୍ରା ଯୋଜନା ଓ ମାଗଣା ବିଜୁଳି ପ୍ରତିଶ୍ରୁତି ବିଷୟରେ ବିଜେପି ର ମିଛ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଆଜି ମଧ୍ୟ ବାଣପୁର ଏନଏସି ର ଅଧ୍ୟକ୍ଷ ଓ କାଉନସିଲରମାନେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ଭେଟିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜୁ ଛାତ୍ର ଜନତା ବୈଠକରେ ନବୀନ ଦେଲେ ଗୁରୁମନ୍ତ୍ର, ଏପରି କରିବା ପାଇଁ ପରାମର୍ଶ

ଭୁବନେଶ୍ୱର: ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କର ଏକ ବୈଠକ ଆଜି ଶଂଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଦଳ ର ଛାତ୍ର, ଯୁବ, ମହିଳା ଶାଖା ସମସ୍ତେ ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ ଯେ ସେବା, ସଂଗ୍ରାମ, ସ୍ୱାଭିମାନ ଓ ସଚେତନତା ହେଉଛି ଦଳ ର ଆଦର୍ଶ. ଏକ ଆଞ୍ଚଳିକ ଦଳ ଭାବରେ ବିଜୁ ଜନତା ଦଳଗତ 27 ବର୍ଷ ଧରି ଓଡିଶା ବାସୀଙ୍କ ସେବା କରିଆସୁଛି। ଛାତ୍ର ଯୁବକ, ମହିଳା, ଚାଷୀ ଶ୍ରମିକ ସମସ୍ତଙ୍କୁ ସାଥିରେ ନେଇ ଏହା ଆଜି ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇ ପାରିଛି। କ୍ଷମତା ନୁହେଁ ଲୋକ ଙ୍କ ସେବା ହି ବିଜେଡିର ଲକ୍ଷ୍ୟ।

ଗତ ନିର୍ବାଚନ ବିଷୟ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନିର୍ବାଚନ ରେ ହାରଜିତ ଅଛି। ଗତ ନିର୍ବାଚନ ରେ ବିଜେଡି 41.02% ଭୋଟ ସହିତ ସର୍ବାଧିକ ସଂଖ୍ୟକ ଭୋଟ ପାଇଥିଲା। ଓଡିଶା ବାସୀ ଙ୍କ ଏ ଭଲ ପାଇବା ହିଁ ବିଜେଡି ର ସବୁଠାରୁ ବଡ଼ ଶକ୍ତି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ।

ବିଜେଡି ସରକାର ସମୟରେ ଶିକ୍ଷା ଓ କ୍ରୀଡା ର ବିକାଶ ସମ୍ପର୍କ ରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏକ ‘ଜ୍ଞାନ ସମାଜ’ ଗଠନ ଲକ୍ଷ୍ୟ ନେଇ ରାଜ୍ୟରେ ଗତ ସରକାର ସମୟରେ ଅନେକ ନୂଆ ମେଡିକାଲ କଲେଜ, ବୈଷୟିକ ଶିକ୍ଷନୁଷ୍ଠାନ ଗଠନ ହୋଇଥିଲା ଯାହାକି ଓଡିଶାକୁ ପୂର୍ବ ଭାରତର ଏକ ଶିକ୍ଷା ହବ୍ କରିପାରିଛି। ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ଏବଂ 5T ସ୍କୁଲ କଲେଜ ରୂପାନ୍ତର ସୁଫଳ ଦେବା ଆରମ୍ଭ କରିଛି।

ବଣ୍ଡା ଜନଜାତି ର ମଙ୍ଗଳା ମୁଦୁଲି ଆଜି ମେଡିକାଲ ପଢିବା ପାଇଁ ସର୍ବ ଭାରତୀୟ ପ୍ରତିଯୋଗୀତାରେ ସଫଳ ହେବା ଏହାର ଫଳ ଶ୍ରୁତି ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ ମଙ୍ଗଳା ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ଓଡିଶା ଆଜି ଦେଶ ର ସ୍ପୋର୍ଟସ କ୍ୟାପିଟାଲ ହେବା ଆନନ୍ଦର କଥା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସୋସିଆଲ ମେଡ଼ିଆର ସମାଜ ଉପରେ ପ୍ରଭାବ ବିଷୟ ରେ ଅବତାରଣା କରି ଶ୍ରୀ ପଟନାୟକ ଛାତ୍ର ସମାଜ କୁ ସମାଜିକ ଗଣମାଧ୍ୟମରେ ସକ୍ରିୟ ରହିବା ପାଇଁ ପରାମର୍ଶ ଦେଇ ଭୁଲ ଖବର ଓ ମିଛ ଖବର ବିରୋଧ ରେ ସଂଗ୍ରାମ ଜାରି ରଖିବାକୁ ସେ ଆହ୍ୱାନ ଦେଇଥିଲେ।
ପ୍ରତି ଘରକୁ 300 ୟୁନିଟ ମାଗଣା ବିଜୁଳି, ଓ ସବୁ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ 3000ଟଙ୍କା ଭତ୍ତା, ସୁଭଦ୍ରା ଯୋଜନା ରେ ପଚାଶ ହଜାର ଆଦି ବିଜେପିର ମିଛ ପ୍ରତିଶ୍ରୁତି ବିଷୟରେ ଲୋକଙ୍କୁ ସଚେତନ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ।

ସେହିପରି ସୁଭଦ୍ରା ଯୋଜନା ରେ ମା ମାନଙ୍କୁ ପଚାଶ ହଜାର ଟଙ୍କା ଘୋଷଣା କରି ପାଞ୍ଚ ହଜାର ଟଙ୍କା କିସ୍ତି ଦେବା ନିଷ୍ପତ୍ତି ରେ ଶ୍ରୀ ପଟ୍ଟନାୟକ ନୈରାଶ୍ୟ ପ୍ରକାଶ କରିଥିଲେ।
ସମାଜ ସେବା, ପରିବେଶ ସୁରକ୍ଷା, ଗରିବ ଲୋକଙ୍କୁ ସାହାଯ୍ୟ ସହିତ ଓଡ଼ିଆ ସ୍ୱାଭିମାନ ର ସୁରକ୍ଷା ଦିଗରେ କାମ କରିବାକୁ ଶ୍ରୀ ପଟ୍ଟନାୟକ ଛାତ୍ର ସମାଜ କୁ ଆହ୍ୱାନ ଜଣାଇଥିଲେ। ଛାତ୍ର ସମାଜ କୁ ଭବିଷ୍ୟତର କର୍ଣ୍ଣଧାର ଭାବ ରେ ବର୍ଣ୍ଣନା କରି ପ୍ରତିବଦ୍ଧତାର ସହ କାମ କଲେ ସଶକ୍ତ ଓଡିଶା ଗଠନ ରାସ୍ତା ପ୍ରଶସ୍ତ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।

ବାଙ୍କୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଇପ୍ସିତା ସାହୁ, ଅବିନାଶ ଠାକୁର ପ୍ରମୁଖ ଉଦବୋଧନ ଦେଇଥିଲେ।