Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂଘାତିକ ହେଲାଣି ବିଜେଡିର ଭବିଷ୍ୟତ, ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଉଥିବାରୁ ଏବେ ନବୀନଙ୍କୁ ଟାର୍ଗେଟ କଲେଣି ଦଳର ନେତା
ବିଶେଷ ଖବର

ସାଂଘାତିକ ହେଲାଣି ବିଜେଡିର ଭବିଷ୍ୟତ, ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଉଥିବାରୁ ଏବେ ନବୀନଙ୍କୁ ଟାର୍ଗେଟ କଲେଣି ଦଳର ନେତା

April 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
bjd
ସାଂଘାତିକ ହେଲାଣି ବିଜେଡିର ଭବିଷ୍ୟତ, ପାଣ୍ଡିଆନଙ୍କୁ ଘଣ୍ଟ ଘୋଡାଉଥିବାରୁ ଏବେ ନବୀନଙ୍କୁ ଟାର୍ଗେଟ କଲେଣି ଦଳର ନେତା

ଭୁବନେଶ୍ବର: ଧିରେ ଧିରେ ବିଜେଡିର ଗୋଷ୍ଠୀ କନ୍ଦଳ ଏକ ସାଂଘାତିକ ସ୍ଥିତି ଆଡକୁ ଗତି କରିବାରେ ଲାଗିଛି। କାରଣ ଦିନକୁ ଦିନ ଦଳର ବରିଷ୍ଠ ନେତାମାନେ ଯେପରି ବିବୃତି ଦେବାରେ ଲାଗିଛନ୍ତି ତାହା ଦଳର କନ୍ଦଳକୁ ସ୍ପଷ୍ଟ ସୂଚାଇ ଦେଉଛି। ତେବେ ପୂର୍ବରୁ  ନେତାମାନେ ଦଳର ଆଭିମୁଖ୍ୟ ନେଇ ଅସନ୍ତୋଷ ଜାହିରୀ କରି ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ।

ହେଲେ ବର୍ତ୍ତମାନ ପାଣ୍ଡିଆନଙ୍କ ସହ ନେତାମାନେ ସିଧା ଦଳର ସୁପ୍ରିମୋଙ୍କୁ ମଧ୍ୟ ଟାର୍ଗେଟ କଲେଣି। ଯାହାର ଜ୍ବଳନ୍ତ ଉଦାହର ହେଉଛି ପୂର୍ବତ୍ତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ମନ୍ତବ୍ୟ। ପ୍ରଫୁଲ ସିଧା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଦେ ଶୁଣେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ହୋଟେଲରେ ବୈଠକ କଲେ କେହି ମନା କରିପାରିବେ ନାହିଁ। ସେ ନାଲି ଆଖିକୁ ଆମେ ଡରିବୁ ନାହିଁ। ଆମ ଇଚ୍ଛା ଆମେ ଯେଉଁଠି ଚାହିଁବୁ ସେଠି ବସିବୁ। ଏଥିପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ।

ହୋଟେଲରେ କେତେକ ବିଜେଡି ନେତା ମେଳି କରିଥିବାରୁ ତାହାକୁ ନାପସନ୍ଦ କରିଥିଲେ ନବୀନ ପଟ୍ଟନାୟକ। ସେ ଗଣମାଧ୍ୟମକୁ କହିଥିଲେ ଯେ, ବିଜେଡି ନେତାଙ୍କର ବୈଠକ କରିବା ପାଇଁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ରହିଛି। ସେଠାରେ ବୈଠକ କରନ୍ତୁ। ବାହାରେ ସଭା କରିବା ଠିକ ନୁହେଁ ବୋଲି ନବୀନ କହିଥିଲେ। ଯାହାର ଯବାବ ଦେଇଛନ୍ତି ପ୍ରଫୁଲ ମଲ୍ଲିକ। ଏହା ସିଧା ନବୀନଙ୍କୁ ଧମକ ବୋଲି କୁହାଯିବ।

ପ୍ରଫୁଲ କହିଛନ୍ତି ଯେ, ଯେତେବେଳ ଦଳୀୟ ବୈଠକ ହେବ କିମ୍ବା କମିଟ ବୈଠକ ହେବ ସେତେବେଳେ ଆମେ ପାର୍ଟି ଅଫିସରେ ବସିବୁ। ଅନ୍ୟ ସମୟରେ କାହିଁକି ପାର୍ଟି ଅଫିସରେ ବସିବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଆମର ବୟସ ହେଲାଣି, ଆମେ କେଉଁଠି ବସି ହସଖୁସି କରିବୁ ସେଥିରେ କେହି ଆମକୁ ବାରଣ କରିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।

ଫଳରେ ପାଣ୍ଡିଆନ ପାଇଁ ବର୍ତ୍ତମାନ ନବୀନ ଟାର୍ଗେଟକୁ ଆସି ଗଲେଣି। ଯାହା କେବେ ଘଟି ନ ଥିଲା। ଯଦି ଏହି ପରି ନବୀନଙ୍କୁ ଆଉ କିଛି ନେତା ଟାର୍ଗେଟ କରିବେ ତେବେ ତାହା ଏକ ସାଂଘାତିକ ଘଟଣା ହେବ। କାରଣ ଦଳର ସୁପ୍ରିମୋଙ୍କୁ ନେତାମାନେ ଟାର୍ଗେଟ କରିବା ନିଶ୍ଚିତ ଏକ ବଡ ଘଟଣା। ଅନୁମାନ କରିହେଉଛି ଯେ, ନେତାମାନେ ଦୀର୍ଘ ବର୍ଷ ଧରି ସହି ସହି ଆସିଲେଣି। ତେଣୁ ଆଉ ନବୀନଙ୍କ ପାଣ୍ଡିଆନ ପ୍ରୀତିଙ୍କୁ ଆଉ ବିଜେଡି ନେତା ହଜମ କରିବା ପରିସ୍ଥିତିରେ ନାହାଁନ୍ତି ବୋଲି ସ୍ପଷ୍ଟ ହୋଇଛି।

ସେହିପରି ପାଣ୍ଡିଆନ ପ୍ରସଂଗରେ ମଧ୍ୟ ପ୍ରଫୁଲ ଛାଡି ନାହାଁନ୍ତି। ସେ କହିଛନ୍ତି ଯେ, ପାଣ୍ଡିଆନ ସନ୍ୟାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ଦଳୀୟ କାର୍ଯ୍ୟରେ ମୁଣ୍ଡ ଖେଳାଉଛନ୍ତି। ଯଦି ସେ ସେପରି କାର୍ଯ୍ୟ କରୁ ନାହାଁନ୍ତି ତେବେ ମିଡିଆ ଆଗରେ ପାଣ୍ଡିଆନ ପ୍ରକାଶ କରନ୍ତୁ ବୋଲି ପ୍ରଫୁଲ କହିଛନ୍ତି। ସେ ୱାକଫ ବିଲ୍ କୁ ନେଇ କହିଛନ୍ତି ଦଳ ଯେପରି ନିଷ୍ପତି ନେଲା ତାହା ଏକ ଅନ୍ତଃର୍ଘାତୀ କାମ। ଏପରି କାମକୁ ଲୋକେ କେବେ କ୍ଷମା ଦେବେ ନାହିଁ ବୋଲି ପ୍ରଫୁଲ କହିଛନ୍ତି। ଏପରି ପରିସ୍ଥିତିରେ ବିଜେଡି ଭବିଷ୍ୟତ କଣ ହେବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।

BJD ନବୀନ ପଟ୍ଟନାୟକ ପାଣ୍ଡିଆନ ବିଜୁ ଜନତା ଦଳ ବିଜେଡି ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫” ର ଉଦଯାପନୀ ସନ୍ଧ୍ୟା

December 12, 2025

ଇକୋ ରିଟ୍ରିଟ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

December 12, 2025

ରାମଚଣ୍ଡୀରେ ‘ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ’ ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

December 12, 2025

ଯାତ୍ରୀ ସୁରକ୍ଷା ପାଇଁ ପୂର୍ବତଟ ରେଳପଥର ସୌରଚାଳିତ ସିସିଟିଭି ଓ ଡ୍ରୋନ୍ ନିରୀକ୍ଷଣ ବ୍ୟବସ୍ଥା

December 12, 2025
Latest News

ଆଜି ଶନିବାରରେ ଏହି ରାଶି ଉପରେ ରହିଛି ଆର୍ଶିବାଦ, ଧନରୁ ଚାକିରି ପର୍ଯ୍ୟନ୍ତ ହେବ ଲାଭ

December 13, 2025

ରାଜସୁନାଖଳା ମହୋତ୍ସବ “କାଉଁରୀ–୨୦୨୫” ର ଉଦଯାପନୀ ସନ୍ଧ୍ୟା

December 12, 2025

ଇକୋ ରିଟ୍ରିଟ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

December 12, 2025

ରାଜ୍ୟ ପାଇଁ ଗୌରବ: ଦ. ଆଫ୍ରିକାରେ ରୌପ୍ୟ ପଦକ ଜିତିଲେ ନାକଟିଦେଉଳର ଅମୀୟ

December 12, 2025

୨୦୨୬ ଋତୁ ପାଇଁ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

December 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.