Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦିଲ୍ଲୀ ଭାରତ ମଣ୍ଡପମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆର ଆଇ ଏସ ନୂଆ ଦିଲ୍ଲୀ ଦ୍ଵାରା ଆମନ୍ତ୍ରିତ ହୋଇ ଭାରତ ମଣ୍ଡପମ୍ ଠାରେ ଜି ୨୦ ୟୁନିଭର୍ସିଟି କନେକ୍ଟ ଫାଇନାଲ କାର୍ଯକ୍ରମରେ ଯୋଗ ଦେଇଥିଲା। କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ନେତୃତ୍ୱରେ ଇଂରାଜୀ ବିଭାଗର ମୁଖ୍ୟ ଡକ୍ଟର ଜୟଦେବ ସାହୁ, ପିଜି ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ, ଛାତ୍ରୀ କୁମାରୀ ସ୍ପର୍ଶା ମିଶ୍ର, ପିଜି ଛାତ୍ର ସତ୍ୟବ୍ରତ ମହାପାତ୍ର ଓ ଶୁଭମ୍ ମହାକୁଡ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ପ୍ରତିନିଧିତ୍ଵ କରିଥିଲେ।

ପ୍ରଧାନମନ୍ତ୍ରୀ ସମ୍ମାନୀୟ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭାରତର ବିକାଶ ଓ ସ୍ବଚ୍ଛତା ପାଇଁ କାର୍ଯ କରିବାକୁ ଉପଦେଶ ଦେଇଥିଲେ। ସବୁଠୁ ସୌଭାଗ୍ୟର ବିଷୟ ଯେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଛାତ୍ରୀ କୁମାରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ଶ୍ରୀ ସତ୍ୟବ୍ରତ ମହାପାତ୍ରଙ୍କୁ ୩୦୦୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀଙ୍କ ସହିତ ବସିବାର ସୁଯୋଗ ମିଳିଥିଲା। ଏହା କଳାହାଣ୍ଡି ଓ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

ଏହି ଛାତ୍ର ଓ ଛାତ୍ରୀ ମାନଙ୍କ ଆରଟିପିସିଆର ଟେଷ୍ଟ କରାଯାଇ ଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଛାତ୍ରୀଙ୍କୁ ତମେ କେଉଁଠୁ ଆସିଛ ବୋଲି ପଚାରି ଥିଲେ ଏବଂ ଓଡ଼ିଶାରୁ ଆସିଛନ୍ତି ଜାଣି ଜୟ ଜଗନ୍ନାଥ ବୋଲି କହିଥିଲେ। ଦିଲ୍ଲୀ ୟୁନିଭର୍ଶିଟିର ଜନୈକ ପ୍ରାଧ୍ୟାପକ ନୂଆ ଭାବରେ ପ୍ରତିଷ୍ଠିତ ହୋଇଥିବା କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଛାତ୍ର ଛାତ୍ରୀ ମୋଦୀଙ୍କ ସାଙ୍ଗରେ ବସିବାର ବହୁ ସମ୍ମାନର କଥା ବୋଲି ଡକ୍ଟର ଜୟଦେବ ସାହୁଙ୍କୁ କହିଥିଲେ।

ପ୍ରକାଶ ଥାଉକି, ଓଡ଼ିଶାର ଏହି ବିଶ୍ଵବିଦ୍ୟାଳୟ ଜି୨୦ ୟୁନିଭରସିଟି କନେକ୍ଟ କାର୍ଯକ୍ରମ କରିବାକୁ ଭାରତ ସରକାରଙ୍କ ଆର ଆଇ ଏସ ସଂସ୍ଥା ଦ୍ଵାରା ମନୋନୀତ ହୋଇ ଥିଲା ଏବଂ ଏପ୍ରିଲ ୧୦ ତାରିଖ ଦିନ ମହାସମାରୋହରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ଯେଉଁ ଥିରେ ଡାଇରେକ୍ଟର ଜେନେରାଲ ପ୍ରଫେସର ଚତୁର୍ବେଦି ଯୋଗ ଦେଇ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ପ୍ରଶଂସା କରିଥିଲେ। ଜାତୀୟ ସ୍ତରରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର ଆଦରକୁ ନେଇ ଅଞ୍ଚଳବାସୀ ଆନନ୍ଦିତ ହୋଇଛନ୍ତି।

କୁଳପତି ଓ ତାଙ୍କ ଟିମ୍ ଆଜି ଯେତେବେଳେ ବିଶ୍ୱବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କଲେ ରେଜିଷ୍ଟ୍ରାର ଓ ବିତ୍ତନୀୟନ୍ତକ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ତଥା ଶହ ଶହ ଛାତ୍ର ଛାତ୍ରୀ ମହା ଉତ୍ସାହରେ ସ୍ବାଗତ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରେଖ୍ୟାଳୟରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀ , କୁଳପତି ଓ ଡକ୍ଟର ସାହୁ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଟ୍ୟୁବ୍ ଯାତ୍ରା: ୧୫ ବର୍ଷର ବିଶ୍ୱସ୍ତରୀୟ ପ୍ରଭାବ

ନୂଆଦିଲ୍ଲୀ: ମୋର ସାଥୀ ୟୁଟ୍ୟୁବରମାନେ, ମୁଁ ଆଜି ଜଣେ  ୟୁଟ୍ୟୁବର ଭାବରେ ଆପଣଙ୍କ ମଧ୍ୟରେ ରହି ବହୁତ ଖୁସି। ମୁଁ ଆପଣମାନଙ୍କ  ଠାରୁ ଆଦୌ  ଅଲଗା ନୁହେଁ। ୧୫ ବର୍ଷ ହେବ ମୁଁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଦେଶ ସହ ଯୋଡ଼ି ହୋଇ ରହୁଛି  ଓ ବିଶ୍ୱଭ୍ରମଣ କରିଛି। ମୋର ଅନେକ ସବ୍‌ସ୍କ୍ରାଇବର (ଅନୁଗାମୀ) ମଧ୍ୟ  ଅଛନ୍ତି।

ମୁଁ ଜାଣିବାକୁ ପାଇଛି ଯେ ପାଖାପାଖି ୫,୦୦୦ କ୍ରିଏଟର୍ସ (ଭିଡିଓ ପ୍ରସ୍ତୁତକାରୀ), ଉଦୀୟମାନ କ୍ରିଏଟର୍ସଙ୍କ ଏକ ବିଶାଳ ସମୁଦାୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି। କେହି ଗେମିଂ ଉପରେ କାମ କରନ୍ତି, କେହି ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦିଅନ୍ତି, କେହି ଫୁଡ୍ ବ୍ଲଗିଂ କରନ୍ତି, ଆଉ କିଛି ଟ୍ରାଭେଲ ବ୍ଲଗର କିମ୍ବା ଜୀବନଶୈଳୀ ପ୍ରଭାବଶାଳୀ ଅଟନ୍ତି।

ବନ୍ଧୁଗଣ, ବର୍ଷ ବର୍ଷ ଧରି ମୁଁ ଦେଖୁଛି ଯେ ଆପଣଙ୍କ ବିଷୟବସ୍ତୁ ବା କଣ୍ଟେଣ୍ଟ ସବୁ ଆମ ଦେଶର ଲୋକଙ୍କୁ କିପରି ପ୍ରଭାବିତ କରିପାରୁଛି। ଆଉ ଏହି ପ୍ରଭାବକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆମ ପାଖରେ ଏକ ସୁଯୋଗ ଅଛି। ଆମେ ମିଳିମିଶି ଆମ ଦେଶର ଏକ ବିଶାଳ ଜନସଂଖ୍ୟାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବା। ମିଳିମିଶି ଆମେ ଆହୁରି ଅନେକ ବ୍ୟକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିପାରିବା। ଏକାଠି ହୋଇ ଆମେ ସହଜରେ କୋଟି କୋଟି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦେଇପାରିବା ଏବଂ ବୁଝାଇ ପାରିବା। ଆମେ ସେମାନଙ୍କୁ ଆମ ସହ ଯୋଡ଼ିପାରିବା।

ବନ୍ଧୁଗଣ, ଯଦିଓ ମୋ ଚ୍ୟାନେଲରେ ହଜାର ହଜାର ଭିଡିଓ ଅଛି, ତଥାପି ମୋ ପାଇଁ ସବୁଠାରୁ ସନ୍ତୋଷଜନକ ହେଉଛି ଯେତେବେଳେ ମୁଁ ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ଚାପ, ସେମାନଙ୍କ ପ୍ରତି ରହିଥିବା ପ୍ରତ୍ୟାଶାର ପରିଚାଳନା, ଉତ୍ପାଦକତା ଭଳି ବିଷୟରେ ୟୁଟ୍ୟୁବ୍ ମାଧ୍ୟମରେ କଥା ହୋଇଥିଲି।

ଯେତେବେଳେ ମୁଁ ଦେଶର ଏତେ ବଡ଼ ସୃଜନଶୀଳ ସମୁଦାୟ ମଧ୍ୟରେ ଥାଏ, ମୁଁ ଆପଣଙ୍କ ସହ କିଛି ବିଷୟରେ କଥା ହେବାକୁ ମନେ କରେ। ଏହି ପ୍ରସଙ୍ଗଗୁଡ଼ିକ ଜନ ଆନ୍ଦୋଳନ ସହ ଜଡ଼ିତ, ଦେଶର ଜନସାଧାରଣଙ୍କ ଶକ୍ତି ହିଁ ସେମାନଙ୍କ ସଫଳତାର ଆଧାର।

ପ୍ରଥମ ପ୍ରସଙ୍ଗ ହେଉଛି ସ୍ୱଚ୍ଛତା – ସ୍ୱଚ୍ଛ ଭାରତ ଗତ ୯ ବର୍ଷ ମଧ୍ୟରେ ଏକ ବଡ଼ ଅଭିଯାନ ପାଲଟିଛି। ଏଥିରେ ସମସ୍ତେ ଯୋଗଦାନ ଦେଇଥିଲେ, ପିଲାମାନେ ଏଥିରେ ଏକ ଭାବନାତ୍ମକ ଶକ୍ତି ଆଣିଥିଲେ। ସେଲିବ୍ରିଟିମାନେ ଏହାକୁ ଶୀର୍ଷରେ ପହଞ୍ଚାଇଥିଲେ, ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ମିଶନରେ ପରିଣତ କରିଥିଲେ ଏବଂ ଆପଣଙ୍କ ଭଳି ୟୁଟ୍ୟୁବରମାନେ ସ୍ୱଚ୍ଛତାକୁ ଅଧିକ ଆକର୍ଷଣୀୟ କରିଥିଲେ।

କିନ୍ତୁ ଆମେ ଅଟକିବା  ଉଚିତ ନୁହେଁ। ଯେପର୍ଯ୍ୟନ୍ତ ସ୍ୱଚ୍ଛତା ଭାରତର ପରିଚୟ ପାଲଟିବ ନାହିଁ, ସେ ପର୍ଯ୍ୟନ୍ତ ଆମେ ଅଟକିବୁ ନାହିଁ। ତେଣୁ ସ୍ୱଚ୍ଛତା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଦରକାର।

ଦ୍ୱିତୀୟ ବିଷୟ ହେଉଛି- ଡିଜିଟାଲ ପେମେଣ୍ଟ। ୟୁପିଆଇର ସଫଳତା ଯୋଗୁଁ ଆଜି ବିଶ୍ୱର ଡିଜିଟାଲ ପେମେଣ୍ଟରେ ଭାରତର ୪୬ ପ୍ରତିଶତ ଅଂଶ ରହିଛି। ଆପଣ ଦେଶର ଅଧିକରୁ ଅଧିକ ଲୋକଙ୍କୁ ଡିଜିଟାଲ ପେମେଣ୍ଟ କରିବାକୁ ଅନୁପ୍ରାଣିତ କରନ୍ତୁ, ଆପଣଙ୍କ ଭିଡିଓ ମାଧ୍ୟମରେ ସରଳ ଭାଷାରେ ଡିଜିଟାଲ ଅର୍ଥ ପଇଠ କରିବା ଶିଖାନ୍ତୁ।

ଆଉ ଏକ ବିଷୟ ହେଉଛି ଭୋକାଲ ଫର ଲୋକାଲ। ଆମ ଦେଶରେ ସ୍ଥାନୀୟ ସ୍ତରରେ ଅନେକ ଉତ୍ପାଦ ପ୍ରସ୍ତୁତ ହୋଇଥାଏ। ଆମର ସ୍ଥାନୀୟ କାରିଗରଙ୍କ ଦକ୍ଷତା ଆଶ୍ଚର୍ଯ୍ୟଜନକ। ଆପଣ ନିଜ କାମ ମାଧ୍ୟମରେ ସେମାନଙ୍କୁ ପ୍ରୋତ୍ସାହିତ କରିପାରିବେ ଏବଂ ଭାରତର ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାରେ ସାହାଯ୍ୟ କରିପାରିବେ।

ମୋର ଆଉ ଏକ ଅନୁରୋଧ ଅଛି। ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ, ଭାବପ୍ରବଣ ନିବେଦନ କରନ୍ତୁ ଯେ ଆମେ ସେହି ଉତ୍ପାଦ କିଣିବୁ ଯେଉଁଥିରେ ଆମ ମାଟିର ସୁଗନ୍ଧ ଅଛି, ଯେଉଁଥିରେ ଆମ ଦେଶର ଜଣେ ଶ୍ରମିକ କିମ୍ବା କାରିଗରଙ୍କ ଝାଳ ଅଛି। ଖଦୀ ହେଉ, ହସ୍ତତନ୍ତ ହେଉ, ହସ୍ତଶିଳ୍ପ ହେଉ କିମ୍ବା ଅନ୍ୟ କିଛି। ଦେଶକୁ ଜାଗ୍ରତ କରନ୍ତୁ, ଆନ୍ଦୋଳନ ଆରମ୍ଭ କରନ୍ତୁ।

ଆଉ ଏକ କଥା ମୁଁ ମୋ ତରଫରୁ ପରାମର୍ଶ ଦେବାକୁ ଚାହେଁ। ୟୁଟ୍ୟୁବର ଭାବରେ ଆପଣଙ୍କର ପରିଚୟ ସହିତ, ଆପଣ ଏକ କାର୍ଯ୍ୟକଳାପ ଯୋଡିପାରିବେ କି? ପ୍ରତ୍ୟେକ ଅଧ୍ୟାୟ ଶେଷରେ ଏକ ପ୍ରଶ୍ନ ରଖିବାକୁ ବିଚାର କରନ୍ତୁ କିମ୍ବା କିଛି କରିବା ପାଇଁ ଆକ୍ସନ ପଏଣ୍ଟ ପ୍ରଦାନ କରନ୍ତୁ। ଲୋକମାନେ ଏହି କାର୍ଯ୍ୟକଳାପ କରିପାରିବେ ଏବଂ ଏହାକୁ ଆପଣଙ୍କ ସହ ଶେୟାର କରିପାରିବେ। ଏହାଦ୍ୱାରା ଆପଣଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବ ଏବଂ ଲୋକମାନେ କେବଳ ଶୁଣିବେ ନାହିଁ ବରଂ କିଛି କରିବାରେ ନିୟୋଜିତ ହେବେ।

ମୁଁ ଆପଣ ସମସ୍ତଙ୍କ ସହ କଥାବାର୍ତ୍ତାକୁ ପ୍ରକୃତରେ ଉପଭୋଗ କଲି। ଭିଡିଓ ଶେଷରେ ଆପଣମାନେ କ’ଣ କୁହନ୍ତି… ମୁଁ ମଧ୍ୟ ତାହାର ପୁନରାବୃତ୍ତି କରିବି: ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ମୋର ସମସ୍ତ ଅପଡେଟ୍ ପାଇବାକୁ ବେଲ୍ ଆଇକନ୍ ହିଟ୍ କରନ୍ତୁ।

ଆପଣଙ୍କୁ ଶୁଭେଚ୍ଛା।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ବିଂଶତମ ସମାରୋହ କାର୍ଯ୍ୟକ୍ରମରେ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ସମାରୋହରେ ଆଜି (୨୭-୦୯-୨୦୨୩) ବିଜ୍ଞାନ ନଗରୀ ଅହମ୍ମଦାବାଦ ଠାରେ ନିଜର ଅଭିଭାଷଣ ରଖିଛନ୍ତି । ତତ୍କାଳିନ ମୁଖ୍ୟମନ୍ତ୍ରୀ ଦୂରଦୃଷ୍ଟି ସମ୍ପନ୍ନ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଏହି ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ସେପ୍ଟେମ୍ବର ୨୮, ୨୦୦୩ ରେ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଏହା ବାସ୍ତବ ପକ୍ଷରେ ଏକ ବୈଶ୍ୱିକ କାର୍ଯ୍ୟକ୍ରମ ହେବା ସହ ଦେଶର ମୁଖ୍ୟ ବ୍ୟାବସାୟିକ ଶିଖର ସମ୍ମିଳନୀର ମାନ୍ୟତା ଲାଭ କରିଛି।

ଶିଳ୍ପ ଜଗତ ପ୍ରମୁଖ ବ୍ୟକ୍ତିଗଣ ମଧ୍ୟ ଏହି ଚିନ୍ତାଧାରା ସହ ଏକମତ ହୋଇଛନ୍ତି ।
ୱେଲସ୍ପୁନର ଅଧ୍ୟକ୍ଷ ବି.କେ. ଗୋଏଙ୍କା ଉତ୍ସାହୀ ଗୁଜରାଟ ଯାତ୍ରାର ସ୍ମୃତିଚାରଣ କରି କହିଛନ୍ତି ଯେ ଉତ୍ସାହୀ ଗୁଜରାଟ ବାସ୍ତବରେ ଏକ ବୈଶ୍ୱିକ କାର୍ଯ୍ୟକ୍ରମ । ସେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ମନେ ପକାଇ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ବୃଦ୍ଧି ତାଙ୍କର ଏକ ଅଭିଯାନ ଥିଲା । ସେହି ଘଟଣା ଅନ୍ୟ ରାଜ୍ୟଗୁଡ଼ିକ ନିମନ୍ତେ ପରବର୍ତ୍ତୀ କାଳରେ ରୋଲ୍ ମଡେଲ୍ ପାଲଟିଥିଲା । ପ୍ରଥମ ଉତ୍ସାହୀ ଗୁଜରାଟ ସମ୍ପର୍କରେ ସ୍ମୃତିଚାରଣ କରି ସେ କହିଥିଲେ ଯେ ସେତେବେଳେ ଭୂମିକମ୍ପ ଯୋଗୁ ଧ୍ୱସ୍ତବିଧ୍ୱସ୍ତ କଚ୍ଛ ଅଞ୍ଚଳରେ ବ୍ୟବସାୟ ବିସ୍ତାର କରିବାକୁ ଶ୍ରୀ ମୋଦୀ ତାଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ଗୋଏଙ୍କା କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ପରାମଶ ଐତିହାସିକ ଥିଲା ଓ ସମସ୍ତ ସହଯୋଗ ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ସେମାନେ ଉତ୍ପାଦନ ଆରମ୍ଭ କରିପାରିଥିଲେ। ବର୍ତ୍ତମାନର ଉତ୍ସାହୀ କିଛି ଅଞ୍ଚଳ ଯାହାକି ଏକ ନୀଚ ଅଞ୍ଚଳ ଥିଲା ଖୁବଶୀଘ୍ର ତାହା ବିଶ୍ୱ ନିମନ୍ତେ ସବୁଜ ଉଦଜାନର ଭଣ୍ଡାର ହେବାକୁ ଯାଉଛି ବୋଲି ସେ କହିଥିଲେ । ସେହିପରି ୨୦୦୯ ମସିହାର ବୈଶ୍ୱିକ ଆର୍ଥିକ ଜଟିଳତା ସତ୍ତ୍ୱେ ଆଶାବାଦୀ ପ୍ରଧାନମନ୍ତ୍ରୀଙ୍କ ଯୋଗୁ ଉତ୍ସାହୀ ଗୁଜରାଟ କିପରି ସଫଳତା ହାସଲ କରିଥିଲା ଓ ଶତପଡ଼ା ୭୦ ଭାଗରୁ ଅଧିକ ବୁଝାମଣାପତ୍ର ରାଜ୍ୟରେ ପୁଞ୍ଜି ବିନିଯୋଗ ଆରମ୍ଭ କରିଥିଲା ବୋଲି ଶ୍ରୀ ଗୋଏଙ୍କା କହିଥିଲେ ।

ଜେଟ୍ରୋର (ଦକ୍ଷିଣ ଏସିଆ)ର ମୁଖ୍ୟ ମହାନିର୍ଦେଶକ ଟାକାସୀ ସୁଜୁକୀ ଉତ୍ସାହୀ ଗୁଜରାଟର ୨୦ତମ ବାର୍ଷିକ ସମାରୋହ ନିମନ୍ତେ ଗୁଜରାଟ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ମେକ ଇନ୍ ଇଣ୍ଡିଆ ପଦକ୍ଷେପରେ ଜାପାନର ସର୍ବାଧିକ ଅବଦାନ ରହିଛି ବୋଲି କହିଥିଲେ । ୨୦୦୯ରୁ ଜେଟ୍ରୋର ଗୁଜରାଟ ସହ ଭାଗିଦାରିତା ନେଇ ସେ କହିଥିଲେ ଯେ, ସମୟ ଗଡ଼ିବା ସହ ଗୁଜରାଟ ସହ ସାଂସ୍କୃତିକ ଓ ବ୍ୟାବସାୟିକ ସମ୍ପର୍କ ଆହୁରି ନିବିଡ଼ ହୋଇଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଶ୍ରେୟ ଦେବା ସହ ୨୦୧୩ରେ ତାଙ୍କ ସୁପାରିସରେ ଜେଟ୍ରୋ ଅହମ୍ମଦାବାଦରେ ଜାପାନୀ କମ୍ପାନୀ ଦ୍ୱାରା ପୁଞ୍ଜିନିବେଶ ନିମନ୍ତେ ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିଥିଲା । ଦେଶ ଭାରତରେ ଟାଉନସିପ ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହନ ଦେବା ପରେ ଏଥିପ୍ରତି ନିବେଶ ବୃଦ୍ଧି ପାଇଲା ଓ ଗୁଜରାଟର ପ୍ରକଳ୍ପ କାର୍ଯ୍ୟାଳୟ ୨୦୧୮ ମସିହାରେ ଆଞ୍ଚଳିକ କାର୍ଯ୍ୟାଳୟକୁ ଉନ୍ନୀତ ହେଲା । ଗୁଜରାଟରେ ୩୬୦ ଜାପାନୀ କମ୍ପାନୀ ଓ କାରଖାନା ରହିଛି ବୋଲି ଶ୍ରୀ ସୁଜୁକୀ କହିଥିଲେ । ସେମି କଣ୍ଡକ୍ଟର, ସବୁଜ ଉଦଜାନ, ଅକ୍ଷୟ ଶକ୍ତି ଓ ଔଷଧୀୟ କ୍ଷେତ୍ରକୁ ପ୍ରବେଶ କରିବା ତଥା ପରବର୍ତ୍ତୀ ଉତ୍ସାହୀ ଗୁଜରାଟ ନିମନ୍ତେ ସେମି କଣ୍ଡକ୍ଟର ଇଲେକଟ୍ରୋନିକ୍ସ ପାଇଁ ଏକ ଜାପାନୀ ବ୍ୟାବସାୟିକ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଶ୍ରୀ ସୁଜୁକୀ ପ୍ରକାଶ କରିଥିଲେ । ଭାରତକୁ ପୁଞ୍ଜି ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନକୁ ଶ୍ରୀ ସୁଜୁକୀ ପ୍ରଶଂସା କରିଥିଲେ ।

ଆର୍ସେଲର ମିତ୍ତଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ମିତ୍ତଲ କହିଥିଲେ ଯେ, ଉତ୍ସାହୀ ଗୁଜରାଟ ଭଳି ଆରମ୍ଭ କରାଯାଇଥିବା ଧାରାକୁ ଅନ୍ୟାନ୍ୟ ରାଜ୍ୟମାନେ ଅନୁସରଣ କରି ଭାରତକୁ ପୁଞ୍ଜି ନିବେଶର ଲକ୍ଷ୍ୟସ୍ଥଳ ଭାବେ ବାଛିବାକୁ ବୈଶ୍ୱିକ ନିବେଶକମାନଙ୍କୁ ପ୍ରଭାବିତ କରୁଛନ୍ତି । ସେ ଏହାର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷତାକୁ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଜି-୨୦ ବିଶ୍ୱ ସହମତ ମଞ୍ଚ ଭାବେ ବିବେଚିତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଥିଲେ । ଗୁଜରାଟ କିପରି ଦେଶର ଅଗ୍ରଣୀ ଶିଳ୍ପଭିତ୍ତିକ ରାଜ୍ୟ ହୋଇ ବୈଶ୍ୱିକ ପ୍ରତିଯୋଗିତାକୁ ଦକ୍ଷତାପୂର୍ବକ ଦର୍ଶାଇଛି ତାହା ଉପରେ ବର୍ଣ୍ଣନା କରିବା ସହ ଗୁଜରାଟରେ ଆର୍ସେଲର ମିତ୍ତଲ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ ।

ସମବେତ ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୨୦ ବର୍ଷ ପୂର୍ବରୁ ପୋତା ଯାଇଥିବା ମଞ୍ଜି ଆଜି ଏକ ଚିତ୍ତାକର୍ଷକ ଓ ବିବିଧ ଉତ୍ସାହପୂର୍ଣ୍ଣ ଗୁଜରାଟର ରୂପ ନେଇଥିବା ପ୍ରକାଶ କରିଥିଲେ । ଉତ୍ସାହୀ ଗୁଜରାଟ ଶିଖର ବୈଠକର ୨୦ତମ ବାର୍ଷିକୀରେ ଯୋଗ ଦେଇଥିବାରୁ ସେ ଖୁସୀ ପ୍ରକଟ କରିଥିଲେ । ଉତ୍ସାହୀ ଗୁଜରାଟ କେବଳ ଏକ ଛାପ ନୁହେଁ ବରଂ ଏକ ବନ୍ଧନରେ ଆବଦ୍ଧ ହେବାର ଏକ ମୁହୂର୍ତ୍ତ । ଶିଖର ସମ୍ମିଳନୀ ତାଙ୍କ ସହ ସଂଶ୍ଳିଷ୍ଟ ଏକ ନିବିଡ଼ ବନ୍ଧନ ଓ ରାଜ୍ୟର ସାତ କୋଟି ଜନସାଧାରଣଙ୍କ ସାମର୍ଥ୍ୟ । “ଏହି ବନ୍ଧନ ମୋ ପ୍ରତି ଲୋକମାନଙ୍କ ଭଲପାଇବା ଉପରେ ପର୍ଯ୍ୟବସିତ” ବୋଲି ସେ କହିଥିଲେ ।

୨୦୦୧ରେ ଭୂମିକମ୍ପ ପର ଗୁଜରାଟ ଅବସ୍ଥା ଚିନ୍ତା କରିବା ମଧ୍ୟ କଷ୍ଟକର । ଏପରିକି ଭୂମିକମ୍ପ ପୂର୍ବରୁ ମଧ୍ୟ ଗୁଜରାଟରେ ଭୟଙ୍କର ମରୁଡ଼ି ପଡ଼ିଥିଲା । ମାଧବପୁର ବାଣିଜି୍ୟକ ସମବାୟ ବ୍ୟାଙ୍କ ଭୁଶୁଡ଼ି ପଡ଼ିବା ଦ୍ୱାରା ଏହି ସମସ୍ୟା ବହୁଗୁଣିତ ହେବା ସହ ଅନ୍ୟାନ୍ୟ ସମବାୟ ବ୍ୟାଙ୍କଗୁଡ଼ିକ ଉପରେ ଏହାର ପ୍ରତିକ୍ରିୟା ଅନୁଭୂତ ହୋଇଥିଲା । ସେତେବେଳେ ସରକାର ଚଳାଇବାର ନୂତନ ଦାୟିତ୍ୱ ସହ ଏସବୁ ଘଟଣା ମଧ୍ୟ ତାଙ୍କ ପାଇଁ ନୂତନ ଥିଲା । ଏତିକିବେଳେ ହୃଦୟବିଦାରକ ଗ୍ରୋଧା ଘଟଣା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଅଭିଜ୍ଞତା କମ୍ ଥିଲେ ମଧ୍ୟ ତାଙ୍କର ଗୁଜରାଟ ଓ ଏହାର ଜନସାଧାରଣଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥିଲା ବୋଲି ଶ୍ରୀ ମୋଦୀ କହିଥିଲେ । ସେତେବେଳେ କେତେକ ହତାଶ ବ୍ୟକ୍ତି ମଧ୍ୟ ଗୁଜରାଟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କାର୍ଯ୍ୟକ୍ରମକୁ ଭିତ୍ତିକରି ଷଡ଼ଯନ୍ତ୍ର ଚଳାଇଥିଲେ ।

“ମୁଁ ଯେନତେନ ପ୍ରକାରଣ ଗୁଜରାଟକୁ ଏହି ପରିସ୍ଥିତିରୁ ରକ୍ଷା କରିବାକୁ ଶପଥ ନେଲି । ଆମେ ସେତେବେଳେ ପୁନର୍ଗଠନ କଥା ଭାବୁ ନ ଥିଲୁ ଓ ଭବିଷ୍ୟତ ଯୋଜନା ମଧ୍ୟ କରିଥିଲୁ ଓ ଏହି ଉତ୍ସାହୀ ଗୁଜରାଟ ଶିଖର ସମ୍ମିଳନୀ ତାହାର ଏକ ମୁଖ୍ୟ ମାଧ୍ୟମ ଥିଲା” ବୋଲି ଶ୍ରୀ ମୋଦୀ କହିଥିଲେ । ଉତ୍ସାହୀ ଗୁଜରାଟ ରାଜ୍ୟର ଉତ୍ସାହ ବର୍ଦ୍ଧନ ନିମନ୍ତେ ଏକ ମାଧ୍ୟମ ହେବା ସହ ବିଶ୍ୱ ସହ ଯୋଡ଼ି ହେବାକୁ ଚାହୁଁଥିଲା । ଏହି ଶିଖର ସମ୍ମିଳନୀ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିଶ୍ୱକୁ ଜଣାଇବାର ମାଧ୍ୟମ ହେବା ସହ ଦେଶର ଶିଳ୍ପ ସାମର୍ଥ୍ୟରେ ମଧ୍ୟ ଅବଗତ କରାଇଲା । ଉତ୍ସାହୀ ଗୁଜରାଟ ମଧ୍ୟ ଦକ୍ଷତାପୂର୍ଣ୍ଣ ଢଙ୍ଗରେ ବିଭିନ୍ନ କ୍ଷେତ୍ରରେ ଥିବା ଅସଂଖ୍ୟ ସୁଯୋଗ, ଦେଶର ମେଧାଶକ୍ତିର ବହୁଳତା ସହ ଦେଶ ଆଧ୍ୟାତ୍ମିକତା, ଉକ୍ରର୍ଷ ଓ ସାଂସ୍କୃତିକ ପରମ୍ପରା ନେଇ ଅବଗତ କରାଇବାରେ ସମର୍ଥ ହେଲା ବୋଲି ସେ କହିଥିଲେ । ଶିଖର ସମ୍ମିଳନୀର ଆୟୋଜନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ସାହୀ ଗୁଜରାଟ ଶିଳ୍ପ ବିକାଶର ରାଜ୍ୟ ପାଇଁ ଏକ ଉତ୍ସବ ହେବା ସହ ନବରାତ୍ରୀ ଓ ଗରବାର ଧୂମଧଡ଼ାକା ମଧ୍ୟରେ ଆୟୋଜନ କରିବାକୁ ସ୍ଥିର ହୋଇଥିଲା ।

ସେତେବେଳେ ଗୁଜରାଟ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ଭାବର ଶ୍ରୀ ମୋଦୀ ସ୍ମରଣ କରିଥିଲେ । ଗୁଜରାଟ ବିକାଶ ଦ୍ୱାରା ଦେଶର ବିକାଶ ଭଳି ଅକାଟ୍ୟ ପ୍ରମାଣ ବର୍ଦ୍ଧନ ସତ୍ତ୍ୱେ ଗୁଜରାଟର ବିକାଶକୁ ଏକ ରାଜନୀତିକ ଯବକାଚ ଜରିଆରେ ଦେଖାଗଲା । ଏପରି ଦମନ ନୀତି ସତ୍ତ୍ୱେ ବିଦେଶୀ ନିବେଶକ ଗୁଜରାଟକୁ ବାଛିଲେ । ଏହା କୌଣସି ସ୍ୱତନ୍ତ୍ର ପ୍ରୋତ୍ସାହନ ନ ଥିଲା । ଏହାର ମୁଖ୍ୟ ଆକର୍ଷଣ ଥିଲା ସୁଶାସନ, ଉତ୍ତମ ଓ ନୀତିଗତ ପ୍ରଶାସନ ଓ ସମାନୁପାତିକ ଅଭିବୃଦ୍ଧି ପଦ୍ଧତି ଓ ସ୍ୱଚ୍ଛତା ।

୨୦୦୯ ମସିହାରେ ସମଗ୍ର ବିଶ୍ୱ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଚକ୍ରରେ ପଡ଼ିଥିଲା ସେତେବେଳ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ଶ୍ରୀ ମୋଦୀ କାର୍ଯ୍ୟକ୍ରମ ଆୟୋଜନ ଦିଗରେ ଆଗେଇ ଯିବାକୁ ଅନୁମତି ଦେଇଥିଲେ । ଏହା ଫଳରେ ୨୦୦୯ ମସିହାରେ ଗୁଜରାଟ ସଫଳତାର କାହାଣୀ ଉତ୍ସାହୀ ଗୁଜରାଟ ଶିଖର ସମ୍ମିଳନୀ ଜରିଆରେ ଲେଖାଯାଇପାରେ ।

ପ୍ରଧାନମନ୍ତ୍ରୀ ଶିଖର ସମ୍ମିଳନୀର ସଫଳତାର ଯାତ୍ରା କାହାଣୀ ବଖାଣି ଥିଲେ । ଏହାର ୨୦୦୩ ସଂସ୍କରଣରେ ଅଳ୍ପ କେତେ ଶହ ଅଂଶଗ୍ରହଣ କରିଥିଲେ ମଧ୍ୟ ଆଜି ୧୩୫ଟି ଦେଶର ୪୦ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ପ୍ରଦର୍ଶନକାରୀଙ୍କ ସଂଖ୍ୟା ୨୦୦୩ରେ ମାତ୍ର ୩୦ ଥିବାବେଳେ ଆଜି ୨୦୦୦ରୁ ଅଧିକରେ ପହଞ୍ଚôଛି ।

ଧାରଣା, କଳ୍ପନା ଓ ତ୍ୱରାନ୍ୱିତ କରିବା ଉତ୍ସାହୀ ଗୁଜରାଟର ସଫଳତାର ମୁଖ୍ୟ ଦିଗ ବୋଲି ସେ କହିଥିଲେ । ଏହି ଧାରଣା ଓ କଳ୍ପନା ଏତେ ଅଧିକ ଥିଲା ଯେ ଉତ୍ସାହୀ ଗୁଜରାଟର କାର୍ଯ୍ୟକୁ ଆଜି ଅନେକ ରାଜ୍ୟ ଅନୁସରଣ କରୁଛନ୍ତି ।

“ଧାରଣା ଯେତେ ମହାନ ହେଉ ନା କାହିଁକି ପଦ୍ଧତିକୁ ତ୍ୱରାନ୍ୱିତ କରି ଫଳାଫଳ ପ୍ରଦର୍ଶନ ଅପରିହାର୍ଯ୍ୟ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଭଳି ସଂଗଠନ ପାଇଁ ବିଧିବଦ୍ଧ ଯୋଜନା, ସାମର୍ଥ୍ୟ ବିକାଶ ପାଇଁ ନିବେଶ, ଉତ୍ସର୍ଗୀ ଭାବ ଓ ଅତ୍ୟନ୍ତ କୁଶଳ ପର୍ଯ୍ୟାଲୋଚନା ଆବଶ୍ୟକ । ରାଜ୍ୟ ସରକାର ସେହି ଅଧିକାରୀ, ସମ୍ବଳ ଓ କଟକଣା ସତ୍ତ୍ୱେ ଉତ୍ସାହୀ ଗୁଜରାଟ ଯାହା ହାସଲ କଲା ତାହା ଅନ୍ୟାନ୍ୟ ସରକାରଙ୍କ କଳ୍ପନା ବାହାରେ ଥିଲା । ଆଜି ଉତ୍ସାହୀ ଗୁଜରାଟ ଗୋଟିଏ ନିର୍ଦ୍ଦିଷ୍ଟ ସମୟର କାର୍ଯ୍ୟକ୍ରମରୁ ଏକ ଅନୁଷ୍ଠାନର ରୂପ ସରକାର ମଧ୍ୟରେ ଓ ବାହାରେ ରୂପ ନେଇପାରିଛି ।

ଉତ୍ସାହୀ ଗୁଜରାଟର ପ୍ରେରଣାର ଲକ୍ଷ୍ୟ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତିର ସହ ପ୍ରକାଶ କରିଥିଲେ । ସମ୍ମିଳନୀର ନିର୍ଯାସକୁ ଏକ ସୁଯୋଗ ଭାବେ ବିବେଚନା କରିବାକୁ ସେ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ କହିଥିବା ସ୍ମରଣ କରିଥିଲେ ।

ଗୁଜରାଟର ପରିଚୟ ବିଂଶ ଶତାବ୍ଦୀରେ କେବଳ ବାଣିଜ୍ୟଭିତ୍ତିକ ଥିବାବେଳେ ବିଂଶରୁ ଏକବିଂଶ ଶତାବ୍ଦୀର ଅବସ୍ଥାନ୍ତର ଏହାକୁ କୃଷିର ଏକ ଗନ୍ତାଘର ଓ ଆର୍ଥିକ ପେଣ୍ଠସ୍ଥଳ କରିବା ସହ ଶିଳ୍ପ ଓ ନିର୍ମାଣକୁ ବାତାବରଣର ଏକ ରାଜ୍ୟ ଭାବେ ପରିଚୟ ମିଳିଲା । ବାଣିଜ୍ୟଭିତ୍ତିକ ଗୁଜରାଟର ସୁନାମ ଆହୁରି ମଜଭୁତ ହେଲା । ଉତ୍ସାହୀ ଗୁଜରାଟ ସଫଳତା ରାଜ୍ୟକୁ ସଫଳତା ଆଣିଦେଲା । ଏହା ଶିଳ୍ପ, ନବୋନ୍ମେଷ ଓ ଧାରଣାର ଏକ ଏନ୍ତୁଡ଼ିଶାଳ ଭାବେ କାର୍ଯ୍ୟ କଲା । ୨୦ ବର୍ଷର ସଫଳତାର କାହାଣୀ ଓ ଅନୁଧ୍ୟାନର ନଜିର ଦେଇ ଦକ୍ଷ ନୀତି ନିର୍ଦ୍ଧାରଣ, ଦକ୍ଷତାପୂର୍ଣ୍ଣ ପ୍ରକଳ୍ପ ତ୍ୱରାନ୍ୱିତ କରିବା ଯୋଗୁ ଏହା ସମ୍ଭବ ହେଲା ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିବେଶରେ ଅଭିବୃଦ୍ଧି, ବୟନ ଓ କପଡ଼ା ନିର୍ମାଣ ଶିଳ୍ପରେ ନିଯୁକ୍ତି ଓ ରପ୍ତାନୀ ଅଭିବୃଦ୍ଧିର ଉଦାହରଣ ଦେଇଥିଲେ । ୨୦୦୧ ମସିହା ତୁଳନାରେ ଯାନବାହନ କ୍ଷେତ୍ରରେ ନଅ ଗୁଣ ପୁଞ୍ଜି ନିବେଶ ବୃଦ୍ଧି ପାଇଥିବା ବେଳେ, ନିର୍ମାଣ କ୍ଷେତ୍ରରେ ବାର ଗୁଣ, ରଙ୍ଗ ଓ ମଧ୍ୟମ ନିର୍ମାଣ କ୍ଷେତ୍ରରେ ଶତକଡ଼ା ୭୫ ଭାଗ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ସର୍ବାଧିକ ନିବେଶ, ୩୦ ହଜାରରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଶତକଡ଼ା ୫୦ ଭାଗରୁ ଅଧିକ ଡାକ୍ତରୀ ଉପକରଣ ପ୍ରସ୍ତୁତି, ପ୍ରାୟ ଶତକଡ଼ା ୮୦ ଭାଗ ହାର୍ଟଷ୍ଟେଣ୍ଟ ନିର୍ମାଣ, ବିଶ୍ୱର ଶତକଡ଼ା ୭୦ ଭାଗରୁ ଅଧିକ ହୀରା ପ୍ରକ୍ରିୟାକରଣ, ଭାରତର ଶତକଡ଼ା ୮୦ ଭାଗ ହୀରା ରପ୍ତାନୀ ଦେଶର ଶତକଡ଼ା ୯୦ ଭାଗ ସେରାମିକ ବଜାର ଓ ୧୦ ହଜାର ସେରାମିକ ଟାଇଲ ତିଆରି କାରଖାନା, ପରିମଳ, ଉପକରଣ ଓ ସେରାମିକ ବସ୍ତୁ ଅନ୍ତର୍ଭୁକ୍ତ । ଦୁଇ ବିଲିଅନ ଆମେରିକୀୟ ଡଲାର ସହ ଗୁଜରାଟ ବର୍ତ୍ତମାନ ଦେଶର ବୃହତ୍ତମ ରପ୍ତାନୀକାରୀ ରାଜ୍ୟ ହୋଇଛି । “ଆଗାମୀ ଦିନରେ ପ୍ରତିରକ୍ଷା ନିର୍ମାଣ ଏକ ବିରାଟ କ୍ଷେତ୍ର ରୂପ ନେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯେତେବେଳେ ଉତ୍ସାହୀ ଗୁଜରାଟ କାର୍ଯ୍ୟକ୍ରମ ଆରମ୍ଭ କଲୁ, ସେତେବେଳେ ଏହା ଦେଶର ଅଭିବୃଦ୍ଧିର ଇଞ୍ଜିନ ହେବ ବୋଲି ଆମର ଅଭିପ୍ରାୟ ଥିଲା । ଏହି ଦୂରଦୃଷ୍ଟି ଆଜି ଦେଶରେ ବାସ୍ତବ ରୂପ ନେଇଛି” । ଭାରତକୁ ବିଶ୍ୱର ଅଭିବୃଦ୍ଧିର ଇଞ୍ଜିନ ପାଇଁ ରହିଥିବା ୨୦୧୪ର ଲକ୍ଷ୍ୟ ଆଜି ଆନ୍ତର୍ଜାତିକ ବିଶେଷଜ୍ଞ ଓ ସଂସ୍ଥାମାନଙ୍କ ହୃଦୟରେ ଅନୁରଣିତ ହେଉଛି । “ଆଜି ଭାରତ ବିଶ୍ୱରେ ଦ୍ରୁତତମ ଆର୍ଥିକ ଅଭିବୃଦ୍ଧିର ଦେଶ ହୋଇଛି । ଆମେ ଆଜି ଯେଉଁ ମୋଡ଼ରେ ଠିଆ ହୋଇଛୁ ଭାରତ ବିଶ୍ୱର ଆର୍ଥିକ ଶକ୍ତି ଏକାଠି ହେବାକୁ ଯାଉଛି ।
ବର୍ତ୍ତମାନ ବିଶ୍ୱରେ ତୃତୀୟ ବୃହତ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ଦେଶ ହେବ” ବୋଲି ସେ କହିଥିଲେ । ଭାରତ ପାଇଁ ଯେଉଁ ନୂତନ ସମ୍ଭାବନା ଦିଗ ରହିଛି ସେଥିପାଇଁ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଶିଳ୍ପପତିମାନଙ୍କୁ କହିଥିଲେ । ଷ୍ଟାର୍ଟଅପ ବାତାବରଣକୁ ଗତିଦେବା । ଏଗ୍ରିଟେକ, ଖାଦ୍ୟ ପ୍ରକ୍ରିୟାକରଣ ଓ ଶ୍ରୀ ଅନ୍ନର ବିକାଶ ନିମନ୍ତେ ଆଲୋଚନାର ରାସ୍ତା ବାହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର କ୍ରବବର୍ଦ୍ଧିଷ୍ଣୁ ଆବଶ୍ୟକତା ସମ୍ପର୍କରେ ଶ୍ରୀ ମୋଦୀ କହିଥିଲେ ଯେ ଗିଫ୍ଟସିଟିର ଆବଶ୍ୟକତା ରହିଛି । “ଆମ ସରକାରଙ୍କ ମନୋଭାବ ଏଥି ସହ ରହିଛି । ଏଠାରେ କେନ୍ଦ୍ର, ରାଜ୍ୟ ଓ ଆଇଏଫଏସସି କର୍ତ୍ତୃପକ୍ଷ ମିଳିମିଶି ବିଶ୍ୱ ପାଇଁ ଶ୍ରେଷ୍ଠ ନିୟନ୍ତ୍ରଣଧର୍ମୀ ବାତାବରଣ ଉପରେ ଆଲୋଚନା କରିବା ଆବଶ୍ୟକ । ଆମେ ଏହାକୁ ବୈଶ୍ୱିକ ପ୍ରତିଯୋଗୀମୂଳକ ଆର୍ଥିକ ବଜାର ସ୍ଥଳୀରେ ପରିଣତ କରିବା ପାଇଁ ଆମର ପ୍ରୟାସ ଜୋରଦାର କରିବା ଉଚିତ” ବୋଲି ସେ କହିଥିଲେ ।

ଏବେ ଆଉ ଅଟକିବାର ସମୟ ନାହିଁ । “ଗତ ୨୦ ବର୍ଷ ତୁଳନାରେ ଆଗାମୀ ୨୦ ବର୍ଷ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଉତ୍ସାହୀ ଗୁଜରାଟ ୪୦ ବର୍ଷ ସମ୍ପୂର୍ଣ୍ଣ କରିବ, ଭାରତ ସେତେବେଳେ ଏହାର ସ୍ୱାଧୀନତାର ଶତବାର୍ଷିକୀ ଠାରୁ ବେଶୀ ଦୂରରେ ନ ଥିବ । ବର୍ତ୍ତମାନ ହିଁ ଭାରତ ୨୦୪୭ ବେଳକୁ ଏକ ଉନ୍ନତ ଓ ଆତ୍ମନିର୍ଭରଶୀଳ ଦେଶ ପାଇଁ ମାର୍ଗଦର୍ଶିକା ତିଆରି କରିବ” ବୋଲି କହି ଶିଖର ସମ୍ମିଳନୀର ସଫଳତା କାମନା କରି ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନ ଶେଷ କରିଥିଲେ ।
ଗୁଜରାଟ ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, ସଂସଦ ସଦସ୍ୟ ଶ୍ରୀ ସି. ଆର. ପାଟିଲ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ ଏବଂ ଶିଳ୍ପଗୋଷ୍ଠୀ ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀରେ ୨୦ତମ ବାର୍ଷିକୀ ବିଜ୍ଞାନ ନଗରୀ ଅହମ୍ମଦାବାଦରେ ଅନୁଷ୍ଠିତ ହେଉଥିବା ବେଳେ, ଏଥିରେ ଶିଳ୍ପ ସଂଘ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଗଣ୍ୟମାନ୍ୟ ବ୍ୟକ୍ତି, ଯୁବ ଉଦ୍ୟୋଗୀ ଓ ଉଚ୍ଚ ଓ ବୈଷୟିକ ଶିକ୍ଷାର ବିଦ୍ୟାର୍ଥୀମାନେ ଯୋଗ ଦେଇଛନ୍ତି ।

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ୨୦ ବର୍ଷ ପୂର୍ବରୁ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଆରମ୍ଭ ହୋଇଥିଲା । ଏହା ଇତି ମଧ୍ୟରେ ବାସ୍ତବ ବୈଶ୍ୱିକ ରୂପ ନେଇ ଦେଶର ପ୍ରମୁଖ ବ୍ୟାବସାୟିକ ଶିଖର ସମ୍ମିଳନୀ ହୋଇଯାଇଛି । ୨୦୦୩ରେ ୩୦୦ ଆନ୍ତର୍ଜାତିକ ଅଂଶଗ୍ରହଣକାରୀ ଏଥିରେ ଯୋଗ ଦେଇଥିବା ବେଳେ ୧୩୫ଟି ଦେଶରୁ ହଜାରରୁ ଊଦ୍ଧ୍ୱର୍ ପ୍ରତିନିଧି ୨୦୧୯ରେ ଯୋଗ ଦେଇଥିଲେ ।

ଗତ ୨୦ ବର୍ଷ ମଧ୍ୟରେ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀରେ “ଗୁଜରାଟକୁ ପସନ୍ଦର ବିନିଯୋଗ ଲକ୍ଷ୍ୟସ୍ଥଳ”ଲକ୍ଷ୍ୟରୁ “ନବଭାରତ ନୂତନ ଛବି” ଦିଗରେ ଆଗେଇ ଚାଲିଛି । ଉତ୍ସାହୀ ଗୁଜରାଟର ଆଶାତୀତ ସଫଳତା ସମଗ୍ର ଦେଶ ପାଇଁ ମଡେଲ୍ ବନିବା ସହ ଅନ୍ୟାନ୍ୟ ରାଜ୍ୟଗୁଡ଼ିକୁ ଏଭଳି ବିନିଯୋଗ ଶିଖର ସମ୍ମିଳନୀ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ।

Categories
ଆଜିର ଖବର ଜାତୀୟ ଖବର

ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଅହମ୍ମଦାବାଦସ୍ଥିତ ସାଇନ୍ସ ସିଟି (ବିଜ୍ଞାନ ସହର) ପରିଦର୍ଶନ କରିଛନ୍ତି। ସେ ରୋବୋଟିକ୍ସ ଗ୍ୟାଲେରୀ, ନେଚର ପାର୍କ, ଆକ୍ୱାଟିକ୍ ଗ୍ୟାଲେରୀ ଏବଂ ସାର୍କ ଟନେଲ ପରିଦର୍ଶନ କରିବା ସହ ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ।

ପ୍ରଧାନମନ୍ତ୍ରୀ X  ରେ ଏକ ପୋଷ୍ଟ କରିଛନ୍ତି:

ଗୁଜରାଟ ସାଇନ୍ସ ସିଟିର ଚମତ୍କାର ଆକର୍ଷଣକୁ ଅନୁସନ୍ଧାନ କରିବା ପାଇଁ ସକାଳର କିଛି ସମୟ ବିତାଇଥିଲି। ଏହା ରୋବୋଟିକ୍ସ ଗ୍ୟାଲେରୀରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ରୋବୋଟିକ୍ସର ଅସୀମ ସମ୍ଭାବନାକୁ ଚମତ୍କାର ଭାବରେ ପ୍ରଦର୍ଶନ କରାଯାଇଛି। ଏହି ଜ୍ଞାନକୌଶଳ କିପରି ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସୁକତା ଜାଗ୍ରତ କରୁଛି ତାହା ଦେଖି ଆନନ୍ଦିତ।

ରୋବୋଟିକ୍ସ ଗ୍ୟାଲେରୀରେ ଡିଆରଡିଓ ରୋବୋଟ, ମାଇକ୍ରୋବଟ, ଏକ କୃଷି ରୋବୋଟ, ମେଡିକାଲ ରୋବଟ, ମହାକାଶ ରୋବଟ ଏବଂ ଆହୁରି ଅନେକ କିଛି ରହିଛି। ଏହି ଆକର୍ଷଣୀୟ ପ୍ରଦର୍ଶନୀ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା, ଉତ୍ପାଦନ ଏବଂ ଦୈନନ୍ଦିନ ଜୀବନରେ ରୋବୋଟିକ୍ସର ପରିବର୍ତ୍ତନଶୀଳ ଶକ୍ତି ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।

ଏହା ସହିତ ରୋବୋଟିକ୍ସ ଗ୍ୟାଲେରୀରେ ଥିବା କାଫେରେ ରୋବୋଟ୍ ମାନଙ୍କ ଦ୍ୱାରା ପରିବେଷିତ ଏକ କପ୍ ଚା’ର ମଜା ନେଇଥିଲେ।

ସେ କହିଛନ୍ତି, ଗୁଜରାଟ ସାଇନ୍ସ ସିଟି ଭିତରେ ଥିବା ଏକ ଶାନ୍ତ ଓ ଆକର୍ଷଣୀୟ ସ୍ଥାନ ହେଉଛି ନେଚର ପାର୍କ। ପ୍ରକୃତିପ୍ରେମୀ ଓ ଉଦ୍ଭିଦ ବିଜ୍ଞାନୀ ମାନଙ୍କ ପାଇଁ ଏହା ଦେଖିବା  ନିହାତି ଜରୁରୀ। ଏହି ପାର୍କ କେବଳ ଜୈବ ବିବିଧତାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଲୋକ ମାନଙ୍କ ପାଇଁ ଏକ ଶିକ୍ଷାଗତ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ।

“ସଠିକ ପାଦଚଲା ରାସ୍ତା ବାଟରେ ବିଭିନ୍ନ ଅନୁଭୂତି ପ୍ରଦାନ କରିଥାଏ। ଏହା ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀତା ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରେ। କ୍ୟାକଟସ୍ ଗାଡେନ୍‌, ବ୍ଲକ୍ ପ୍ଲାଣ୍ଟେସନ୍‌, ଅକ୍ସିଜେନ୍ ପାର୍କ ଭଳି ଅନ୍ୟାନ୍ୟ ଆକର୍ଷଣକୁ ମଧ୍ୟ ବୁଲି ଦେଖନ୍ତୁ।

ସାଇନ୍ସ ସିଟିରେ ଥିବା ଆକ୍ୱାଟିକ୍ ଗ୍ୟାଲେରୀ ଜଳଜ ଜୈବ ବିବିଧତା ଏବଂ ସାମୁଦ୍ରିକ ଆଶ୍ଚର୍ଯ୍ୟର ଏକ ଉତ୍ସବ। ଏହା ଆମ ଜଳୀୟ ପରିବେଶର ସୂକ୍ଷ୍ମ ତଥା ଗତିଶୀଳ ସନ୍ତୁଳନ ଉପରେ ଆଲୋକପାତ କରେ। ଏହା କେବଳ ଏକ ଶିକ୍ଷଣୀୟ ଅନୁଭୂତି ନୁହେଁ,  ବରଂ ତରଙ୍ଗ ତଳେ ଥିବା ବିଶ୍ୱ ପ୍ରତି ସଂରକ୍ଷଣ ଏବଂ ଗଭୀର ସମ୍ମାନ ର ଆହ୍ୱାନ ମଧ୍ୟ।

ଶାର୍କ ଟନେଲ ହେଉଛି ଏକ ଆନନ୍ଦଦାୟକ ଅନୁଭୂତି ଯାହା ବିଭିନ୍ନ ଶାର୍କ ପ୍ରଜାତିର ପ୍ରଦର୍ଶନ କରୁଛି। ସୁଡ଼ଙ୍ଗ ଦେଇ ଯିବା ବେଳେ ସାମୁଦ୍ରିକ ଜୀବନର ବିବିଧତା ଦେଖି ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ପ୍ରକୃତରେ ଆକର୍ଷଣୀୟ।

“ଏହା ସୁନ୍ଦର”

ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ନେହା ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ନେହା ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘ନିଷ୍ଠା ଏବଂ ଦୃଢ଼ତାର ଏକ ଚମତ୍କାର ଉଦାହରଣ! ନେହା ଠାକୁର ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ଅସାଧାରଣ ପ୍ରଦର୍ଶନ ତାଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମର ପ୍ରମାଣ। ତାଙ୍କୁ ଶୁଭେଚ୍ଛା ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ଦଶନ୍ଧି ପରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଦ୍ୱାରା ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ପ୍ରତିଯୋଗିତାରେ ଦୀର୍ଘ ୪୧ ବର୍ଷ ପରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଟିମ୍‌ର ହୃଦୟ ଛେଡା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ୍ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ‘ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଅନେକ ଦଶନ୍ଧି ପରେ ଆମର ଇକ୍ୱେଷ୍ଟେରିଆନ୍ ଡ୍ରେସେଜ୍ ଟିମ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି!

ହୃଦୟ ଛେଡ଼ା, ଅନୁଷ ଅଗ୍ରୱାଲା, ସୁଦୀପ୍ତି ହାଜେଲା ଏବଂ ଦିବ୍ୟକ୍ରିତ ସିଂ ଅନନ୍ୟ କୌଶଳ,   ଟିମୱର୍କ ପ୍ରଦର୍ଶନ କରିଛନ୍ତି ଓ ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶ ପାଇଁ ସମ୍ମାନ ଆଣିଛନ୍ତି।

ଏହି ଐତିହାସିକ ସଫଳତା ପାଇଁ ମୁଁ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।’

Categories
ଆଜିର ଖବର ଜାତୀୟ ଖବର

ଜି – ୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜି -୨୦ ବିଶ୍ୱବିଦ୍ୟାଳୟ କନେକ୍ଟ ଫିନାଲେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଜି-୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜି-୨୦ ଭାରତ ଅଧ୍ୟକ୍ଷତାର ବୃହତ୍ ସଫଳତା: ଦୂରଦର୍ଶୀ ନେତୃତ୍ୱ, ଅନ୍ତର୍ଭୁକ୍ତି ଆଭିମୁଖ୍ୟ, ଭାରତର ଜି -୨୦ ଅଧ୍ୟକ୍ଷତା: ବସୁଧୈବ କୁଟୁମ୍ବକମ୍‌;  ଜି-୨୦ ବିଶ୍ୱବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମର ସଂକଳନ; ଏବଂ ଜି-୨୦ରେ ଭାରତୀୟ ସଂସ୍କୃତି ପ୍ରଦର୍ଶନ ଶୀର୍ଷକ ୪ଟି ପ୍ରକାଶନକୁ ଉନ୍ମୋଚନ କରିଥିଲେ।

ଦୁଇ ସପ୍ତାହ ତଳେ ଜି -୨୦ ଶିଖର ସମ୍ମିଳନୀ ସମୟରେ ଭାରତ ମଣ୍ଡପମରେ ଲାଗି ରହିଥିବା ଜନଗହଳିକୁ  ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ଏହା ଏକ ସମ୍ପୂର୍ଣ୍ଣ ଭାବରେ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହୋଇଛି। ସେହି ସ୍ଥାନରେ ଆଜି ଭାରତର ଭବିଷ୍ୟତ ଦେଖିବାକୁ ମିଳୁଥିବାରୁ ସେ ଆନନ୍ଦ ପ୍ରକାଶ କରିଛନ୍ତି। ଭାରତ ଜି-୨୦ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ମାନଦଣ୍ଡକୁ ଉନ୍ନତ କରିଛି ଏବଂ ବିଶ୍ୱ ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ,  ସେ କିନ୍ତୁ ଏଥିରେ ଆଦୌ ଆଶ୍ଚର୍ଯ୍ୟ ନୁହଁନ୍ତି , କାରଣ ଭାରତର ପ୍ରତିଭାବାନ ଯୁବକମାନେ ହିଁ ଏଭଳି ଏକ କାର୍ଯ୍ୟକ୍ରମ ସହିତ ନିଜକୁ ଯୋଡ଼ିଥିଲେ। ଯୁବପିଢ଼ି ଏଥିରେ ନିଜକୁ ଯୋଡ଼ିଲେ ଏଭଳି ଘଟଣା ସଫଳ ହେବା ନିଶ୍ଚିତ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ଅନୁଷ୍ଠିତ ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଦେଶର ଯୁବ ଶକ୍ତିକୁ ଶ୍ରେୟ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ଘଟଣା ଘଟୁଥିବା ସ୍ଥାନରେ ପରିଣତ ହେଉଛି । ଗତ ୩୦ ଦିନର କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ହୋଇଛି । ବିଗତ ୩୦ ଦିନର କାର୍ଯ୍ୟର ସାରାଂଶ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ସଫଳ ଚନ୍ଦ୍ରଯାନ ଅଭିଯାନକୁ ମନେ ପକାଇ ଆରମ୍ଭ କରିଥିଲେ ସେ ଏହା ଘଟିବା ସମୟରେ ସମଗ୍ର ବିଶ୍ୱ ‘ଭାରତ ଚନ୍ଦ୍ରରେ ଅଛି’ ବୋଲି ଅନୁଭବ କରିଥିଲା । “ଅଗଷ୍ଟ ୨୩ ଆମ ଦେଶରେ ଜାତୀୟ ମହାକାଶ ଦିବସ ଭାବରେ ଅମର ହୋଇ ଯାଇଛି”,  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସଫଳତାକୁ ଦୃଷ୍ଟିରେ ରଖି ଭାରତ ନିଜର ସୌର ଅଭିଯାନକୁ ସଫଳତାର ସହ ଉତକ୍ଷେପଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରଯାନ ୩ ଲକ୍ଷ କିଲୋମିଟର ଯାତ୍ରା କରିଛି ଏବଂ ସୌର ପ୍ରକଳ୍ପ ୧୫ ଲକ୍ଷ କିଲୋମିଟର ଅତିକ୍ରମ କରିବ । “ଭାରତର ପରିସୀମାର କୌଣସି ତୁଳନା ଅଛି କି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗତ ୩୦ ଦିନ ମଧ୍ୟରେ ଭାରତର କୂଟନୀତି ନୂତନ ଉଚ୍ଚତାକୁ ଛୁଇଁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜି -୨୦ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ,  ଯେଉଁଠାରେ ଭାରତର ପ୍ରୟାସରେ ୬ଟି ନୂତନ ରାଷ୍ଟ୍ରକୁ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଗ୍ରୀସ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ,  ଯାହା ଚାରି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା । ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ଇଣ୍ଡୋନେସିଆରେ ବିଶ୍ୱର ଅନେକ ନେତାଙ୍କୁ ଭେଟିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଏହି  ଭାରତ ମଣ୍ଡପମରେ ବିଶ୍ୱର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଧ୍ରୁବୀକରଣ ପରିବେଶରେ ସମାନ ମଞ୍ଚରେ ସମସ୍ତ ସଦସ୍ୟ ରାଷ୍ଟ୍ର ପାଇଁ ଏକ ସମାନ ଆଧାର ଖୋଜିବା ସରକାରଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପଲବ୍ଧି । ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଫଳାଫଳର ନେତୃତ୍ୱ ନେଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ସର୍ବସମ୍ମତିକ୍ରମେ ନୂଆଦିଲ୍ଲୀ ଘୋଷଣାନାମା ସମଗ୍ର ବିଶ୍ୱରେ  ଚର୍ଚ୍ଚାର ବିଷୟ ପାଲଟିଛି” । ଏକବିଂଶ ଶତାବ୍ଦୀର ଦିଗକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବାର କ୍ଷମତା ରଖିଥିବା ଜି -୨୦ର ପରିବର୍ତନକାରୀ ନିଷ୍ପତ୍ତି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଭାରତ, ଭାରତ ମଧ୍ୟପ୍ରାଚ୍ୟ ୟୁରୋପୀୟ କ୍ଷେତ୍ର ନେତୃତ୍ୱରେ ଅନ୍ତର୍ଜାତୀୟ ଜୈବ ଇନ୍ଧନ ମେଂଟର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ଜି – ୨୦ରେ ଅନ୍ତର୍ଭୁକ୍ତ କରିବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଜି-୨୦ ଶିଖର ସମ୍ମିଳନୀ ଶେଷ ହେବା ମାତ୍ରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ଭାରତକୁ  ରାଷ୍ଟ୍ରୀୟ ଗସ୍ତରେ ଆସିଥିଲେ ଏବଂ ସାଉଦି ଆରବ ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଗତ ୩୦ ଦିନ ମଧ୍ୟରେ ବିଶ୍ୱର ପ୍ରାୟ ଅଧା ଅଞ୍ଚଳରେ ୮୫ ଜଣ ବିଶ୍ୱ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଭାରତର ବୃଦ୍ଧି ପାଉଥିବା ଅନ୍ତର୍ଜାତୀୟ ପ୍ରୋଫାଇଲର ଲାଭ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଭାରତକୁ ନୂତନ ସୁଯୋଗ, ନୂତନ ବନ୍ଧୁ ଏବଂ ନୂତନ ବଜାର ମିଳିଥାଏ ଏବଂ ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିଥାଏ ।

ଗତ ୩୦ ଦିନ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ଓବିସି ସମ୍ପ୍ରଦାୟ ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବା ବିଷୟରେ ଉଲ୍ଲେଖ କରିଥିଲେ ଯାହା କାରିଗର, ଶିଳ୍ପକାର ଏବଂ ପାରମ୍ପରିକ ଶ୍ରମିକ ମାନଙ୍କୁ ବହୁ ପରିମାଣରେ ଉପକୃତ କରିବ ।

୧ ଲକ୍ଷରୁ ଅଧିକ ଯୁବକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରିବା ପାଇଁ ସେ ରୋଜଗାର ମେଳା ଆୟୋଜନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ରୋଜଗାର ମେଳା ଆରମ୍ଭ ହେବା ପର ଠାରୁ ୬ ଲକ୍ଷରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦର ଉଦ୍‌ଘାଟନୀ ଅଧିବେଶନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ , ଯେଉଁଠାରେ ପ୍ରଥମ ବିଲ୍ ଭାବରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା ।

ଇଲେକ୍ଟ୍ରିକ୍ ମୋବିଲିଟିର ସଦ୍ୟତମ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶରେ ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାକୁ ସଶକ୍ତ କରିବା ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ ବିଷୟରେ ଉଲ୍ଲେଖ କରିଥିଲେ । ଅନ୍ୟାନ୍ୟ ଘଟଣାକ୍ରମ ମଧ୍ୟରେ ଶ୍ରୀ ମୋଦୀ ନୂଆଦିଲ୍ଲୀର ଦ୍ୱାରକା ଠାରେ ଯଶୋଭୂମି ସମ୍ମିଳନୀ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ ସମ୍ପର୍କରେ , ବାରଣାସୀ ଠାରେ ଏକ ନୂତନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ ବିଷୟରେ ଏବଂ ୯ଟି ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରାଯିବା ସମ୍ବନ୍ଧରେ ଆଲୋଚନା କରିଥିଲେ ।  ମଧ୍ୟପ୍ରଦେଶର ଏକ ବିଶୋଧନାଗାରରେ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ସହିତ ଅକ୍ଷୟ ଶକ୍ତି ଆଇଟି ପାର୍କ, ଏକ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ଏବଂ ରାଜ୍ୟରେ ଛଅଟି ନୂତନ ଶିଳ୍ପ କ୍ଷେତ୍ରର ଶିଳାନ୍ୟାସ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ସମସ୍ତ ବିକାଶ ନିଯୁକ୍ତି ସୃଷ୍ଟି ଏବଂ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ସହିତ ଜଡ଼ିତ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଯେଉଁଠାରେ ଆଶାବାଦ, ସୁଯୋଗ ଏବଂ ମୁକ୍ତ ଚିନ୍ତାଧାରା ଅଛି ସେଠାରେ ଯୁବଗୋଷ୍ଠୀ ପ୍ରଗତି କରନ୍ତି । ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ବଡ଼ କଥା ଚିନ୍ତା କରିବାକୁ କହିଥିଲେ ।  “ଏପରି କୌଣସି ଉପଲବ୍ଧି ନାହିଁ ଯାହା ଆପଣ ମାନଙ୍କ ପରିସୀମା ବାହାରେ ଅଛି କିମ୍ବା ଦେଶ ଆପଣଙ୍କ ପଛରେ ନାହିଁ” ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୌଣସି ଅବସରକୁ ଛୋଟ ଭାବରେ ବିବେଚନା କରାଯିବା ଉଚିତ  ନୁହେଁ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଏକ ମାନଦଣ୍ଡରେ ପରିଣତ କରିବାକୁ ପ୍ରୟାସ କରାଯିବା ଉଚିତ୍ ।

ଜି-୨୦ର ଉଦାହରଣ ଦେଇ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହ ିକାର୍ଯ୍ୟକ୍ରମ କେବଳ କୂଟନୈତିକ ଏବଂ ଦିଲ୍ଲୀ କେନ୍ଦ୍ରିତ ଘଟଣା ହୋଇଥାନ୍ତା । କିନ୍ତୁ ଭାରତ ଜି-୨୦କୁ ଏକ ଜନଚାଳିତ ଜାତୀୟ ଆନ୍ଦୋଳନରେ ପରିଣତ କରିଛି । ଜି – ୨୦ ବିଶ୍ୱ ବିଦ୍ୟାଳୟ ସଯୋଗ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ମଧ୍ୟ ପ୍ରଶଂସା କରିଥିଲେ । ବିଦ୍ୟାଳୟ, ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନ ଗୁଡିକର ୫ କୋଟି ଛାତ୍ରଛାତ୍ରୀଙ୍କ ନିକଟରେ ଜି-୨୦କୁ କେନ୍ଦ୍ର ସରକାର ପହଂଚାଇଛନ୍ତି । “ଆମର ଲୋକମାନେ ବଡ଼ କଥା ସମ୍ପର୍କରେ ଭାବୁଛନ୍ତି ଏବଂ ଆହୁରି ଅଧିକ ମହାନ ପ୍ରଦର୍ଶନ କରୁଛନ୍ତି\”,  ବୋଲି ସେ ଆହୁରି ମଧ୍ୟ କହିଛନ୍ତି ।

ଅମୃତ କାଳର ପରବର୍ତ୍ତୀ ୨୫ ବର୍ଷର ଗୁରୁତ୍ୱକୁ ଦୋହରାଇ ପ୍ରଧାନମନ୍ତ୍ରୀ ଉଭୟ ଦେଶ ଏବଂ ଯୁବବର୍ଗଙ୍କ ପାଇଁ ଏହି ସମୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଯୋଗଦାନକାରୀ କାରଣ ଗୁଡ଼ିକର ସମନ୍ୱୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ କାରଣ ଦେଶ ଖୁବ୍ କମ୍ ସମୟ ମଧ୍ୟରେ ଦଶମ ସ୍ଥାନରୁ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଭାରତ ଉପରେ ବିଶ୍ୱର ବିଶ୍ୱାସ ଦୃଢ଼ ହେଉଛି ଏବଂ ଦେଶରେ ରେକର୍ଡ ପରିମାଣର ବିଦେଶୀ ପୁଞ୍ଜିନିବେଶ ହେବାରେ ଲାଗିଛି । ରପ୍ତାନି, ଉତ୍ପାଦନ ଓ ସେବା କ୍ଷେତ୍ର ନୂଆ ଉଚ୍ଚତାକୁ ଛୁଇଁବାରେ ଲାଗିଛି । ମାତ୍ର ୫ ବର୍ଷରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳି ଭାରତର ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି । “ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମିରେ ଅଗ୍ରଗତି ବିକାଶର ନୂତନ ଗତିକୁ ସୁନିଶ୍ଚିତ କରୁଛି । ଭୌତିକ ଭିତ୍ତିଭୂମିରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେଉଛି । ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଇପିଏଫଓ ପେରୋଲରେ ପାଖାପାଖି ୫ କୋଟି ପଞ୍ଜୀକରଣ ହୋଇଛି । ସେଥି ମଧ୍ୟରୁ ପ୍ରଥମ ଥର ପାଇଁ ୩.୫ କୋଟି ଇପିଏଫଓ ପରିସରକୁ ଆସିଛି ଅର୍ଥାତ୍ ଏହା ସେମାନଙ୍କର ପ୍ରଥମ ଆନୁଷ୍ଠାନିକ ବ୍ଲକ । ୨୦୧୪ ପରେ ଦେଶରେ ଷ୍ଟାର୍ଟଅପ୍‌ର ଅଭୂତପୂର୍ବ ଅଭିବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ , ସେତେବେଳେ ତାହାର ସଂଖ୍ୟା ୧୦୦ ଥିବା ବେଳ ଆଜି ୧ ଲକ୍ଷରୁ ଅଧିକ ହେବ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ୍ ହ୍ୟାଣ୍ଡସେଟ୍ ନିର୍ମାତା । ୨୦୧୪ ତୁଳନାରେ ପ୍ରତିରକ୍ଷା କ୍ଷେତ୍ରର ରପ୍ତାନି ପରିମାଣ ୨୩ ଗୁଣ ବୃଦ୍ଧି ପାଇଛି । ମୁଦ୍ରା ଯୋଜନା ଯୁବପିଢ଼ିଙ୍କୁ ରୋଜଗାର ସୃଷ୍ଟିକାରୀ କରୁଛି ବୋଲି ସେ କହିଥିଲେ । ଏହି ଯୋଜନାରେ ୮ କୋଟି ପ୍ରଥମ ଥର ଉଦ୍ୟୋଗୀ ସୃଷ୍ଟି ହୋଇଥିବା ବେଳେ ଗତ ୯ ବର୍ଷ ମଧ୍ୟରେ ଭାରତରେ ୫ ଲକ୍ଷ ସାଧାରଣ ସେବା କେନ୍ଦ୍ର ଖୋଲାଯାଇଛି ବୋଲି ସେ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଘଟୁଥିବା ସକାରାତ୍ମକ ବିକାଶ ପାଇଁ ରାଜନୈତିକ ସ୍ଥିରତା, ନୀତି ସ୍ପଷ୍ଟତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶ୍ରେୟ ଦେଇଛନ୍ତି । ବିଗତ ୯ ବର୍ଷ ମଧ୍ୟରେ ଦୁର୍ନୀତି ରୋକିବା ପାଇଁ ସରକାର ସଚ୍ଚୋଟ ପ୍ରୟାସ କରିଛନ୍ତି ଏବଂ ଦଲାଲଙ୍କୁ ନିୟନ୍ତ୍ରଣ କରିବା ଏବଂ ବ୍ୟବସ୍ଥାରେ ଥିବା ଫାଙ୍କକୁ ବନ୍ଦ କରିବା ପାଇଁ ପ୍ରଯୁକ୍ତି ଭିତ୍ତିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସଚ୍ଚୋଟ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଅସାଧୁ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଦେଶର ବିକାଶ ଯାତ୍ରା ଜାରି ରଖିବା ପାଇଁ ସ୍ୱଚ୍ଛ, ସ୍ପଷ୍ଟ ଏବଂ ସ୍ଥିର ଶାସନ ବାଧ୍ୟତାମୂଳକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯଦି ଭାରତର ଯୁବପିଢ଼ି ସଂକଳ୍ପବଦ୍ଧ ହୁଅନ୍ତି, ତେବେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହେବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଥିଲେ । ସମଗ୍ର ବିଶ୍ୱ ଏବେ ଭାରତ ଏବଂ ଏହାର ଯୁବବର୍ଗଙ୍କ ସାମର୍ଥ୍ୟକୁ ଚିହ୍ନି ପାରୁଥିବାରୁ ଆଶାର ସହ ଭାରତ ଆଡକୁ ଚାହିଁରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ବିଶ୍ୱର ପ୍ରଗତି ପାଇଁ ଭାରତ ଏବଂ ଏହାର ଯୁବବର୍ଗଙ୍କ ପ୍ରଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁବଗୋଷ୍ଠୀଙ୍କ ଭାବନା ହିଁ ପ୍ରଧାନମନ୍ତ୍ରୀଙ୍କୁ ଦେଶ ତରଫରୁ ପ୍ରତିଶ୍ରୁତି ଦେବା ପାଇଁ ସକ୍ଷମ କରିଥାଏ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଯେତେବେଳେ ସେ ବିଶ୍ୱ ମଞ୍ଚରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରନ୍ତି ସେତେବେଳେ ଭାରତର ଯୁବପିଢ଼ି ହିଁ ତାଙ୍କ ପଛରେ ପ୍ରେରଣା ଭାବେ ରହିଥାନ୍ତି ।  “ମୋର ଶକ୍ତି ଭାରତର ଯୁବବର୍ଗଙ୍କ ମଧ୍ୟରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭାରତର ଯୁବବର୍ଗଙ୍କ ଉନ୍ନତ ଭବିଷ୍ୟତ ପାଇଁ ଅକ୍ଳାନ୍ତ ପରିଶ୍ରମ କରିବେ ବୋଲି ସମସ୍ତଙ୍କୁ ଆଶ୍ୱାସନା ଦେଇଥିଲେ ।

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଯୁବବର୍ଗଙ୍କ ଅବଦାନରେ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ ଗାନ୍ଧୀ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧, ୨୦୨୩ରେ ସାରା ଦେଶରେ ଆୟୋଜିତ ହେବାକୁ ଥିବା ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ନିବେଦନ କରିଥିଲେ । ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ତାଙ୍କର ଦ୍ୱିତୀୟ ଅନୁରୋଧ ଥିଲା । ସପ୍ତାହକ ମଧ୍ୟରେ ଅତି କମରେ ୭ ଜଣଙ୍କୁ ୟୁପିଆଇ ପରିଚାଳନା କିପରି କରାଯିବ ସେ ସମ୍ପର୍କରେ ଶିଖାଇବାକୁ ସେ କହିଛନ୍ତି । ତାଙ୍କର ତୃତୀୟ ଅନୁରୋଧ ଥିଲା ଭୋକାଲ୍ ଫର୍ ଲୋକାଲ ବିଷୟରେ । ପର୍ବପର୍ବାଣୀ ସମୟରେ ‘ମେଡ୍ ଇନ୍ ଇଣ୍ଡିଆ’ ଭାରତରେ ତିଆରି ଉପହାର କିଣିବା ପାଇଁ ସେ କହିଥିଲେ ଏବଂ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ନିବେଦନ କରିଥିଲେ । ଦୈନନ୍ଦିନ ବ୍ୟବହୃତ ଜିନିଷର ତାଲିକା ପ୍ରସ୍ତୁତ କରିବା ସହ ସେଥି ମଧ୍ୟରୁ କେତେ ବିଦେଶୀ ନିର୍ମିତ ତାହା ଯାଞ୍ଚ କରିବାକୁ ସେ କହିଥିଲେ । ସେ କହିଛନ୍ତି ଯେ ଆମ ପାଇଁ ଅଜଣା ଅନେକ ବିଦେଶୀ ନିର୍ମିତ ଜିନିଷ ଆମ ଜୀବନକୁ ଜବରଦଖଲ କରିଛି ଏବଂ ଦେଶକୁ ବଞ୍ଚାଇବା ପାଇଁ ସେଥିରୁ ମୁକ୍ତି ପାଇବା ନିହାତି ଭାବେ ଗୁରୁତ୍ୱପୂର୍ଣ୍ଣ ।

ଭାରତର କଲେଜ ଏବଂ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ‘ଭୋକାଲ୍ ଫର୍ ଲୋକାଲ୍‌’ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ପାରିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ଖଦିକୁ କ୍ୟାମ୍ପସର ଏକ ଫ୍ୟାଶନ ସାମଗ୍ରୀ କରିବାକୁ ଅନୁରୋଧ କରିଥିଲେ । ଖଦି ଫ୍ୟାସନ ସୋ ଆୟୋଜନ କରିବା  ଏବଂ କଲେଜ ସାଂସ୍କୃତିକ ଉତ୍ସବରେ ବିଶ୍ୱକର୍ମା ମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଆଜିର ଯୁବପିଢ଼ି ଓ ଭବିଷ୍ୟତ ପିଢ଼ିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ତିନୋଟି ନିବେଦନ କରିଛନ୍ତି ତାହା ଉଲ୍ଲେଖ କରି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଏହି ସଂକଳ୍ପ ନେଇ ଯୁବପିଢ଼ି ଆଜି ଭାରତ ମଣ୍ଡପମ୍ ଛାଡ଼ିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମର ମହାପୁରୁଷ ମାନଙ୍କ ପରି ଆମକୁ ଦେଶ ପାଇଁ ମୃତ୍ୟୁବରଣ କରିବା ପାଇଁ ସୁଯୋଗ ମିଳିନାହିଁ,  କିନ୍ତୁ ଦେଶ ପାଇଁ ବଞ୍ଚିବାର ସମସ୍ତ ସୁଯୋଗ ଆମ ପାଖରେ ରହିଛି । ସେ କହିଥିଲେ ଯେ ଏକ ଶତାବ୍ଦୀ ପୂର୍ବେ ଯୁବପିଢ଼ି ସ୍ୱାଧୀନତାର ମହାନ ଲକ୍ଷ୍ୟ ଉପରେ ନିଷ୍ପତ୍ତି ନେଇଥିଲେ ଏବଂ ଦେଶବ୍ୟାପୀ ଶକ୍ତି ଦେଶକୁ ଉପନିବେଶବାଦୀ ଶକ୍ତିରୁ ମୁକ୍ତ କରିଥିଲା । “ବନ୍ଧୁଗଣ, ମୋ ସହିତ ଚାଲ, ମୁଁ ଆପଣ ମାନଙ୍କୁ ନିମନ୍ତ୍ରଣ କରୁଛି । ୨୫ ବର୍ଷ ଆମ ସାମ୍ନାରେ ଅଛି, ୧୦୦ ବର୍ଷ ପୂର୍ବେ ଯାହା ଘଟିଥିଲା, ସେମାନେ ସ୍ୱରାଜ ପାଇଁ ପଦକ୍ଷେପ ନେଇଥିଲେ, ଆମେ ସମୃିଦ୍ଧି (ସମୃଦ୍ଧି) ପାଇଁ ଆଗକୁ ଯିବା ବୋଲି ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ଆତ୍ମନିର୍ଭର ଭାରତ ସମୃଦ୍ଧିର ନୂତନ ଦ୍ୱାର ଉନ୍ମୁକ୍ତ କରିଛି ଏବଂ ଆତ୍ମବିଶ୍ୱାସକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି ବୋଲି ସେ କହିଛନ୍ତି । ସେ ଭାରତକୁ ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ପରିଣତ କରିବାର ପ୍ରତିଶ୍ରୁତିକୁ ଦୋହରାଇ ଥିଲେ, ସେଥିପାଇଁ ମୋତେ ମା’ ଭାରତୀ ଏବଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଆପଣଙ୍କ ସମର୍ଥନ ଏବଂ ସହଯୋଗ ଦରକାର ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଜି-୨୦ ଜନ ଭାଗିଦାରୀ ଆନ୍ଦୋଳନରେ ଦେଶର ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ଓ ଦକ୍ଷତା ବିକାଶ ଅନୁଷ୍ଠାନର ରେକର୍ଡ ପରିମାଣର ୫ କୋଟିରୁ ଅଧିକ ଯୁବକ ଯୁବତୀ  ଅଂଶଗ୍ରହଣ କରିଥିଲେ । ଭାରତର ଯୁବବର୍ଗଙ୍କ ମଧ୍ୟରେ ଭାରତର ଜି – ୨୦ ଅଧ୍ୟକ୍ଷତାକୁ ନେଇ ସଚେତନତା  ସୃଷ୍ଟି କରିବା ଏବଂ ବିଭିନ୍ନ ଜି – ୨୦ କାର୍ଯ୍ୟକ୍ରମରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜି – ୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତର ବିଶ୍ୱ ବିଦ୍ୟାଳୟର ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ପ୍ରଥମେ ୭୫ଟି ବିଶ୍ୱ ବିଦ୍ୟାଳୟ ପାଇଁ ଯୋଜନା କରାଯାଇଥିଲା, କିନ୍ତୁ ଶେଷରେ ଏହି ପଦକ୍ଷେପ ଭାରତର ୧୦୧ଟି ବିଶ୍ୱବିଦ୍ୟାଳୟରେ ଏହାର ପହଂଚକୁ ବିସ୍ତାର କରିଥିଲା ।

ଜି-୨୦ ବିଶ୍ୱ ବିଦ୍ୟାଳୟ ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ, ପ୍ରଥମେ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ପାଇଁ ଏକ କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ  ଶୀଘ୍ର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାରେ ଲାଗିଲା ଏବଂ ଏହା ଆହୁରି ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚିଲା ।

ଜି -୨୦ ବିଶ୍ୱ ବିଦ୍ୟାଳୟ କନେକ୍ଟ ଫିନାଲେରେ ଅଂଶଗ୍ରହଣକାରୀ ବିଶ୍ୱ ବିଦ୍ୟାଳୟର ପ୍ରାୟ ୩,୦୦୦  ଛାତ୍ରଛାତ୍ରୀ, ଅଧ୍ୟାପକ ଓ କୁଳପତି ଯୋଗ ଦେଇଥିବା ବେଳେ ସାରା ଦେଶରୁ ଛାତ୍ରଛାତ୍ରୀ ମାନେ ଏହି ଲାଇଭ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ। ଯୁବ ଶକ୍ତି ଦ୍ୱାରା ଭାରତରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଜି-୨୦ ୟୁନିଭର୍ସିଟି କନେକ୍ଟ ଫିନାଲେ ରେ ଉତ୍ସାହୀ ଯୁବକଙ୍କ ସହ ଯୋଗ ଦେଇ ଆନନ୍ଦିତ।

Categories
ଆଜିର ଖବର ଜାତୀୟ ଖବର

ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଅବଦାନକୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସିନେମାରେ ଦିବଂଗତ ଅଭିନେତା ଦେବ ଆନନ୍ଦଙ୍କ ଅବଦାନକୁ ତାଙ୍କ ୧୦୦ତମ ଜୟନ୍ତୀରେ ସ୍ମରଣ କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଦେବ ଆନନ୍ଦ କାଳଜୟୀ ଆଇକନ୍ ଭାବେ ସ୍ମରଣୀୟ। ସିନେମା ଏବଂ  କାହାଣୀ ପ୍ରତି ତାଙ୍କ ଅତୁଳନୀୟ ଆଗ୍ରହ ଥିଲା। ତାଙ୍କ ଚଳଚ୍ଚିତ୍ରଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ ବରଂ ଭାରତର ପରିବର୍ତ୍ତିତ ସମାଜ ଏବଂ ଆକାଂକ୍ଷାକୁ ମଧ୍ୟ ପ୍ରତିଫଳିତ କରିଥିଲା। ତାଙ୍କ କାଳଜୟୀ ପ୍ରଦର୍ଶନ ପିଢ଼ି ପରେ ପିଢ଼ିକୁ ପ୍ରଭାବିତ କରିବ । ତାଙ୍କ ୧୦୦ତମ ଜୟନ୍ତୀରେ ତାଙ୍କୁ ମନେପକାଉଛି।’

Categories
ବିଶେଷ ଖବର

ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ବିଭାଗ ପକ୍ଷରୁ ମନୋନୀତ ହୋଇ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ସରକାରଙ୍କ ସହ ଯୋଗ ଦେବେ । ସାରା ଦେଶରେ ୪୬ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜି ନିଯୁକ୍ତି ପତ୍ର ପାଇଥିବା କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେମାନେ ନିଜ କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହି ସ୍ଥାନରେ ପହଂଚି ପାରିଛନ୍ତି ଏବଂ ଲକ୍ଷ ଲକ୍ଷ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ସେମାନଙ୍କୁ ଚୟନ କରାଯାଇଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସମଗ୍ର ଦେଶରେ ଗଣେଶ ଉତ୍ସବର ପର୍ବ ପାଳନ ହେଉଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପବିତ୍ର ଅବସର ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କ ପାଇଁ ଏହା ଏକ ନୂତନ ଜୀବନର ‘ଶ୍ରୀଗଣେଶ’ ଅଟେ । “ଭଗବାନ ଗଣେଶ ହେଉଛନ୍ତି ସଫଳତାର ଦେବତା”, ସେବା ପ୍ରତି ନୂତନ ନିଯୁକ୍ତିପ୍ରାପ୍ତ କର୍ମଚାରୀ ମାନଙ୍କର ନିଷ୍ଠା ଦେଶକୁ ତା’ର ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଐତିହାସିକ ସଫଳତାର ସାକ୍ଷୀ । ସେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ଉଲ୍ଲେଖ କରିଥିଲେ,  ଯାହା ଅଧା ଜନସଂଖ୍ୟାକୁ ସଶକ୍ତ କରିଛି । ଦୀର୍ଘ ୩୦ ବର୍ଷ ଧରି ଅଟକି ରହିଥିବା ମହିଳା ସଂରକ୍ଷଣ ପ୍ରସଙ୍ଗ ଉଭୟ ଗୃହରେ ରେକର୍ଡ ଭୋଟରେ ପାରିତ ହୋଇଛି । ନୂଆ ସଂସଦର ପ୍ରଥମ ଅଧିବେଶନରେ ଏହି ନିଷ୍ପତ୍ତି ନିଆ ଯାଇଛି, ଏହା ଗୋଟିଏ ପ୍ରକାରରେ ନୂଆ ସଂସଦରେ ଦେଶ ପାଇଁ ଏକ ନୂଆ ଆରମ୍ଭ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ନୂତନ ନିଯୁକ୍ତିପ୍ରାପ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ମହିଳା ମାନଙ୍କର ଉଲ୍ଲେଖନୀୟ ଉପସ୍ଥିତିକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଦେଶର ଝିଅମାନେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଅର୍ଜନ କରୁଛନ୍ତି । “ନାରୀ ଶକ୍ତିର ସଫଳତାରେ ମୁଁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ଏବଂ ସେମାନଙ୍କ ଅଭିବୃଦ୍ଧି ପାଇଁ ନୂତନ ମାର୍ଗ ଖୋଲିବା ହେଉଛି ସରକାରଙ୍କ ନୀତି” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୌଣସି କ୍ଷେତ୍ରରେ ମହିଳା ମାନଙ୍କର ଉପସ୍ଥିତି ସବୁବେଳେ ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ।

ନୂତନ ଭାରତର ବୃଦ୍ଧି ପାଉଥିବା ଆକାଂକ୍ଷା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂତନ ଭାରତର ସ୍ୱପ୍ନ ବହୁତ ଉଚ୍ଚ । ୨୦୪୭ ସୁଦ୍ଧା ଭାରତ ବିକଶିତ ଭାରତ ହେବା ପାଇଁ ସଂକଳ୍ପ ନେଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆଗାମୀ କିଛି ବର୍ଷ ମଧ୍ୟରେ ଦେଶ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଯେଉଁଠାରେ ଆଗାମୀ ଦିନରେ ସରକାରୀ କର୍ମଚାରୀ ମାନଙ୍କର ଅନେକ ଅବଦାନ ରହିବ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ସେମାନେ ‘ପ୍ରଥମେ ନାଗରିକ’ ଆଭିମୁଖ୍ୟକୁ ଅନୁସରଣ କରନ୍ତି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ । ଆଜିର ନିଯୁକ୍ତି ପ୍ରଯୁକ୍ତି ବିଦ୍ୟା ସହିତ ବଢ଼ୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାକୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କରିବା ଏବଂ ଶାସନର ଦକ୍ଷତାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଶାସନରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଅନଲାଇନ୍ ରେଳ ସଂରକ୍ଷଣ, ଆଧାର କାର୍ଡ, ଡିଜିଲକର, ଇ କେୱାଇସି, ଗ୍ୟାସ ବୁକିଂ, ବିଲ୍ ଦେୟ, ଡିବିଟି ଏବଂ ଡିଜିଯାତ୍ରା ଦ୍ୱାରା ଦସ୍ତାବିଜର ଜଟିଳତା ଦୂର କରିବା ବିଷୟରେ ଉଲ୍ଲେଖ କରିଥିଲେ । ବୈଷୟିକ ଜ୍ଞାନକୌଶଳ ଦୁର୍ନୀତିକୁ ରୋକିଛି, ବିଶ୍ୱସନୀୟତା ବୃଦ୍ଧି କରିଛି, ଜଟିଳତା ହ୍ରାସ କରିଛି, ଆରାମ ବଢ଼ାଇଛି ବୋଲି ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କୁ ଏ ଦିଗରେ ଆଗକୁ କାମ କରିବାକୁ ଅନୁରୋଧ କରିଛନ୍ତି ।

ଗତ ୯ ବର୍ଷ ମଧ୍ୟରେ, ସରକାରଙ୍କ ନୀତି ଏକ ନୂତନ ମାନସିକତା, ନିରନ୍ତର ତଦାରଖ, ମିଶନ ମୋଡ୍ କାର୍ଯ୍ୟକାରିତା ଏବଂ ଜନଭାଗିଦାରୀ ଉପରେ ଆଧାରିତ ହୋଇଛି ଏବଂ ଏହା ସ୍ମରଣୀୟ ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱଚ୍ଛ ଭାରତ ଏବଂ ଜଳ ଜୀବନ ମିଶନ ଭଳି ଅଭିଯାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସରକାରଙ୍କ ମିଶନ ମୋଡ୍ କାର୍ଯ୍ୟକାରିତା ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ଯେଉଁଠାରେ ସନ୍ତୁଳନ ହାସଲ କରିବା ପାଇଁ ପ୍ରୟାସ କରାଯାଉଛି ।

ସମଗ୍ର ଦେଶରେ ବିଭିନ୍ନ ପ୍ରକଳ୍ପ ଉପରେ ନିରନ୍ତର ନଜର ରଖାଯାଉଛି ବୋଲି ସେ ସୂଚନା ଦେଇ ପ୍ରଗତି ପ୍ଲାଟଫର୍ମର ଉଦାହରଣ ଦେଇଛନ୍ତି, ଯାହାକୁ ନିଜେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଛନ୍ତି । ସରକାରୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାର ସର୍ବୋଚ୍ଚ ଦାୟିତ୍ୱ ସରକାରୀ କର୍ମଚାରୀମାନେ ବହନ କରନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଯେତେବେଳେ ଲକ୍ଷ ଲକ୍ଷ ଯୁବକ ଯୁବତୀ ସରକାରୀ ସେବାରେ ଯୋଗ ଦେଇଥାନ୍ତି, ନୀତି କାର୍ଯ୍ୟକାରିତାର ଗତି ଏବଂ ବ୍ୟାପକତା ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ସରକାରୀ କ୍ଷେତ୍ର ବାହାରେ ନିଯୁକ୍ତି ବୃଦ୍ଧି ପାଇଥାଏ ଏବଂ ଏହା ଦ୍ୱାରା ନୂତନ ନିଯୁକ୍ତି ଢାଞ୍ଚା ପ୍ରତିଷ୍ଠା ହୁଏ ବୋଲି ସେ ଉଲ୍ଲେଖ କରିଥିଲେ ।

ଜିଡିପି ଅଭିବୃଦ୍ଧି ଏବଂ ଉତ୍ପାଦନ ଓ ରପ୍ତାନି ବୃଦ୍ଧି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଆଧୁନିକ ଭିତ୍ତିଭୂମିରେ ଅଭୂତପୂର୍ବ ପୁଞ୍ଜି ନିବେଶ ବିଷୟରେ ଉଲ୍ଲେଖ କରିଥିଲେ । ଅକ୍ଷୟ ଶକ୍ତି, ଜୈବିକ କୃଷି, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଏକ ନୂତନ ଗତିଶୀଳତା ଦୃଶ୍ୟମାନ ହେଉଛି ବୋଲି ସେ କହିଥିଲେ । ଭାରତର ଆତ୍ମନିର୍ଭର ଅଭିଯାନରେ ମୋବାଇଲ  ଫୋନ୍ ଠାରୁ ଆରମ୍ଭ କରି ଏୟାରକ୍ରାଫ୍ଟ କ୍ୟାରିୟର, କରୋନା ଟିକା ଠାରୁ ଆରମ୍ଭ କରି ଲଢ଼ୁଆ ବିମାନ ପର୍ଯ୍ୟନ୍ତ କ୍ଷେତ୍ରରେ ଏହି ପରିମାଣ ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ ଆଜି ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି ।

ଆଗାମୀ ୨୫ ବର୍ଷର ଅମୃତ କାଳର ଦେଶ ତଥା ନୂତନ ନିଯୁକ୍ତିର ଗୁରୁତ୍ୱକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ । ସାମୁହିକ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି – ୨୦ ଆମ ପରମ୍ପରା, ସଂକଳ୍ପ ଏବଂ ଆତିଥେୟତାର ଏକ କାର୍ଯ୍ୟକ୍ରମ ପାଲଟିଥିଲା । ଏହି ସଫଳତା ମଧ୍ୟ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗର ସଫଳତା । ଜି – ୨୦ର ସଫଳତା ପାଇଁ ସମସ୍ତେ ଏକ ସମୂହ ଭାବେ କାମ କରିଥିଲେ । “ମୁଁ ଆନନ୍ଦିତ ଯେ ଆଜି ଆପଣ ମାନେ ମଧ୍ୟ ଭାରତର ସରକାରୀ କର୍ମଚାରୀଙ୍କ ଦଳର ଅଂଶ ପାଲଟି ଯାଇଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ସରକାରଙ୍କ ସହ ସିଧାସଳଖ କାମ କରିବାର ସୁଯୋଗ ପାଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଶିଖିବାର ଯାତ୍ରା ଜାରି ରଖିବାକୁ ଅନୁରୋଧ କରିଥିଲେ ଏବଂ ସେମାନଙ୍କ ଆଗ୍ରହ କ୍ଷେତ୍ରରେ ସେମାନଙ୍କ ଜ୍ଞାନକୁ ଆଗକୁ ବଢ଼ାଇବା ପାଇଁ ଆଇଜିଓଟି କର୍ମଯୋଗୀ ପୋର୍ଟାଲର ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ବକ୍ତବ୍ୟ ସମାପ୍ତ କରି ପ୍ରଧାନମନ୍ତ୍ରୀ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ୨୫ ବର୍ଷ ମଧ୍ୟରେ ଏକ ବିକଶିତ ରାଷ୍ଟ୍ରର ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ ।

ପୃଷ୍ଠଭୂମି

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ରାଜ୍ୟ ସରକାର / କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି । ଦେଶର ବିଭିନ୍ନ ମନ୍ତ୍ରଣାଳୟ / ବିଭାଗ, ଯଥା ; ଡାକ ବିଭାଗ, ଭାରତୀୟ ଅଡିଟ୍ ଓ ଆକାଉଣ୍ଟ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ / ବିଭାଗରେ ନିଯୁକ୍ତି ପାଇବେ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏକ ଉତ୍‌ପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକ ମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ସ୍ଥାନରେ , ଯେକୌଣସି ଡିଭାଇସ୍‌’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ – ଶିକ୍ଷଣ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ହାତରୁ ପ୍ରମାଣପତ୍ର ଗ୍ରହଣ କରିଥିବା ଶ୍ରୀଜିଉଙ୍କର ଦୟଣାମାଳି ସେବକ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କର ଦୟଣାମାଳି ସେବକ ବସନ୍ତ କୁମାର ରଣା କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନାକୁ ନେଇ ବେଶ ଉତ୍ସାହ ପ୍ରକାଶ କରିବା ସହିତ ଏହା କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି କହିଛନ୍ତି। ଗତ ୧୭ ତାରିଖରେ ପିଏମ୍‌ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଶ୍ରୀ ରଣା ବିଶ୍ୱକର୍ମା ପ୍ରମାଣପତ୍ର ପାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଅନୁଭୂତି ସ୍ୱତନ୍ତ୍ର ଥିଲା ବୋଲି  ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଶ୍ରୀ ରଣା କହିଛନ୍ତି, ୯୦ ଦଶକରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କରି ଆସୁଛନ୍ତି। ଶ୍ରୀଜିଉଙ୍କ ସବୁଠୁ ବିରଳ ବେଶ ନାଗାର୍ଜ୍ଜୁନ ବେଶ ସମୟରେ ସେ ଫୁଲମାଳ, ଟାହିଆ ଯୋଗାଇ ଦେଇଥିଲେ। ଶ୍ରୀଜିଉଙ୍କର ସ୍ନାନ ପୂର୍ଣ୍ଣିମା, ହାତୀ ବେଶ, ଗଜ ଉଦ୍ଧାରଣ ବେଶ, କୃଷ୍ଣ ବଳରାମ ବେଶ, ପଦ୍ମବେଶ, ଡାଳିକିଆ ବେଶ ମଧ୍ୟ ସେ ପ୍ରସ୍ତୁତ କରିଥାନ୍ତି। ତା’ଛଡ଼ା ସ୍ନାନପୂର୍ଣ୍ଣିମା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଟାହିଆ ମଧ୍ୟ ସେ ତିଆରି କରିଥାନ୍ତି।

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବିଶ୍ୱକର୍ମା ପ୍ରମାଣପତ୍ର ଗ୍ରହଣ କରିବାର ଅନୁଭୂତିକୁ ନେଇ ପଚାରିବାରୁ ଶ୍ରୀ ରଣା ଭାବପ୍ରବଣ ହୋଇ ପଡ଼ିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ସାଧାରଣ କାରିଗରଙ୍କୁ ଦେଶର ରାଜଧାନୀର ମଞ୍ଚରେ ଛିଡ଼ା ହେବାର ସୁଯୋଗ ମିଳିବା ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାର ଅନୁଭୂତି ସ୍ୱତନ୍ତ୍ର ଥିଲା। ମହାପ୍ରଭୁ ଜଗନ୍ନାଥଙ୍କ କେଉଁ ସବୁ ସେବା କରିଥାନ୍ତି ସେ ସମ୍ପର୍କରେ ଶ୍ରୀ ମୋଦୀ ତାଙ୍କ ସହ କଥା ହୋଇଥିଲେ ବୋଲି ସେ କହିଛନ୍ତି।

ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନେଇ ଶ୍ରୀ ରଣା କହିଛନ୍ତି, ପୁରୀ ସହରରେ ଥିବା ସବୁ ବିଶ୍ୱକର୍ମାମାନଙ୍କୁ ଚିହ୍ନଟ ଏବଂ ଏକତ୍ରିତ କରି ସେମାନଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯିବ। ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରାଯିବ। ରାଜ୍ୟର ପୁରୀ, ଭୁବନେଶ୍ୱର ଓ ସମ୍ବଲପୁର ଠାରେ କୌଳିକ ବୃତ୍ତିଧାରୀ କାରିଗରଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଦ୍ୱାରା, ରଜକ, ବାଉଁଶ ସାମଗ୍ରୀ ନିର୍ମାଣ କାରିଗର, ବଢ଼େଇ, ମାଳାକାର, ରାଜମିସ୍ତ୍ରୀ ଭଳି କୌଳିକ ବୃତ୍ତି ଧାରୀ ଅବହେଳିତ ବର୍ଗର ଲୋକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ରଣା ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ଭଳି କାରିଗରମାନଙ୍କୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଦରବାରରେ ସମ୍ମାନ ଦେଇଥିବାରୁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। କୌଳିକ ବୃତ୍ତିଧାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ହେଲେ ସବୁ କାରିଗରମାନେ ଉପକୃତ ହୋଇପାରିବେ। ପ୍ରଶିକ୍ଷଣ, ଆର୍ଥିକ ସହାୟତା, ଋଣ ବ୍ୟବସ୍ଥା ଦ୍ୱାରା ମାଳି, ରଜକ, ବଣିଆ ଭଳି ବୃତ୍ତିଧାରୀମାନେ ଉପକୃତ ହୋଇପାରିବେ। କେନ୍ଦ୍ର ସରକାରଙ୍କ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସହଯୋଗ ମିଳିଛି ବୋଲି ଶ୍ରୀ ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନାରୀ ଶକ୍ତି ବନ୍ଦନ ଅଧିନିୟମ ସମାବେଶୀ ଶାସନରେ ଏକ ନୂଆ ଯୁଗର ଆରମ୍ଭ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ ଆଲେଖ୍ୟ ମାଧ୍ୟମରେ ସ୍ୱୀକାର କରିଛନ୍ତି ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ନୀତି ଏବଂ ଆଇନ ନିର୍ମାଣରେ ମହିଳାଙ୍କ ଭାଗିଦାରୀରେ ଏକ ବଡ଼ ବାଧା ଦୂର କରି ସମାବେଶୀ ଶାସନରେ ଏକ ନୂଆ ଯୁଗ ଆରମ୍ଭ କରିବ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏକ୍ସ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବର୍ଣ୍ଣନା କରିଛନ୍ତି କିପରି ସଦ୍ୟ ପାସ୍ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ସମାବେଶୀ ଶାସନର ଏକ  ନୂଆ ଯୁଗ ଆରମ୍ଭ କରିଥାଏ’।

Categories
ବିଶେଷ ଖବର

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ‘ବିଦ୍ୟା ସମୀକ୍ଷା କେନ୍ଦ୍ର ୨.୦’ ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬-୨୭ ସେପ୍ଟେମ୍ବର ୨୦୨୩ ଦୁଇଦିନ ଧରି ଗୁଜରାଟ ଗସ୍ତ କରିବେ। ସେପ୍ଟେମ୍ବର ୨୭ ପୂର୍ବାହ୍ନ ଦଶଟା ବେଳେ ପ୍ରଧାନମନ୍ତ୍ରୀ ଭାଇବ୍ରାଣ୍ଟ ଗୁଜରାଟ ବୈଶ୍ବିକ ଶିଖର ବୈଠକରେ ୨୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ତା’ପରେ ପ୍ରାୟ ୧୨ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ବୋଦେଲୀ ଓ ଛୋଟା ଉଦୟପୁର ପହଂଚି ସେଠାରେ ୫୨୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ

ବିଜ୍ଞାନ ନଗରୀ ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ସମାରୋହରେ ଅଂଶଗ୍ରହଣ କରିବେ। ଏଠାରେ ଶିଳ୍ପ ସଂଘ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଥିବା ଖ୍ୟାତନାମା ବ୍ୟକ୍ତିଗଣ, ଉଚ୍ଚ ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀ ଆରମ୍ଭ ହୋଇଥିଲା। ୨୦ ବର୍ଷ ପୂର୍ବେ ସେପ୍ଟେମ୍ବର ୨୮, ୨୦୨୩ରେ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହା ବାସ୍ତବିକ ବୈଶ୍ବିକ ହୋଇ ଦେଶର ପ୍ରମୁଖ ବ୍ୟାବସାୟିକ ଶିଖର ବେୈଠକ ରୂପ ନେଇଛି। ପ୍ରାୟ ୩୦୦ ଅଂଶଗ୍ରହଣକାରୀଙ୍କୁ ନେଇ ୨୦୨୩ରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ୨୦୧୯ରେ ୧୩୫ଟି ଦେଶର ହଜାର ହଜାର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ।

ଗତ ୨୦ ବର୍ଷ ମଧ୍ୟରେ କମ୍ପିତ ଗୁଜରାଟ ବୈଶ୍ବିକ ଶିଖର ସମ୍ମିଳନୀ “ଗୁଜରାଟକୁ ଏକ ପସନ୍ଦଯୋଗ୍ୟ ନିବେଶର ଲକ୍ଷ୍ୟ ସ୍ଥଳ” କରିବା ପାଇଁ ଆରମ୍ଭ ହୋଇଥିବା ବେଳେ ତାହା ଏକ ‘ନୂତନ ଭାରତର ଗଠନ’ ରୂପ ନେଇଛି କମ୍ପିତ ଗୁଜରାଟର ଏହି ଅସାମାନ୍ୟ ସଫଳତା ସମଗ୍ର ଦେଶ ପାଇଁ ଏକ ରୋଲ୍ ମଡେଲ ହେବା ସହ ଏଭଳି ପୁଞ୍ଜିନିବେଶ ଶିଖର ସମ୍ମିଳନୀ ଅନ୍ୟ ରାଜ୍ୟଗୁଡ଼ିକରେ ଆୟୋଜନ କରିବା ପାଇଁ ପ୍ରେରଣା ଯୋଗାଇଛି।

ବୋଦେଲୀ ଓ ଛୋଟା ଉଦୟପୁରରେ ପ୍ରଧାନମନ୍ତ୍ରୀ

“ଉତ୍କର୍ଷ ବିଦ୍ୟାଳୟ ଅଭିଯାନ” ଅଧୀନରେ ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବାକୁ ଯାଉଥିବାରୁ ଏହା ଗୁଜରାଟ ବ୍ୟାପୀ ବିଦ୍ୟାଳୟ ଭିତ୍ତିଭୂମିକୁ ଅନେକ ପ୍ରୋତ୍ସାହନ ଦେବ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହଜାର ହଜାର ନୂତନ ଶ୍ରେଣୀ କକ୍ଷ, ସ୍ମାର୍ଟ ଶ୍ରେଣୀ କକ୍ଷ, କମ୍ପ୍ୟୁଟର ଲ୍ୟାବ, ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ ବିଦ୍ୟା ଓ ଗଣିତ) ଲ୍ୟାବ ଓ ଅନ୍ୟାନ୍ୟ ଭିତ୍ତିଭୂମି ଗୁଜରାଟର ବିଭିନ୍ନ ଅଞ୍ଚଳରେ ଉଦଘାଟନ କରିବେ। ଅଭିଯାନ ଅଧୀନରେ ମଧ୍ୟ ପ୍ରଧାନମନ୍ତ୍ରୀ ହଜାର ହଜାର ଶ୍ରେଣୀଗୃହ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟ “ବିଦ୍ୟା ସମୀକ୍ଷା କେନ୍ଦ୍ର ୨.୦” ପ୍ରକଳ୍ପର ଶିଳାନ୍ୟାସ କରିବେ। ବିଦ୍ୟା ସମୀକ୍ଷା କେନ୍ଦ୍ରଗୁଡ଼ିକର ସଫଳତାକୁ ଲକ୍ଷ୍ୟ କରି ଏହି ପ୍ରକଳ୍ପ ଲୋକାର୍ପିତ ହେବ। କାରଣ ଏହି କେନ୍ଦ୍ରଗୁଡ଼ିକ ନିରବଚ୍ଛିନ୍ନ ଭାବେ ଗୁଜରାଟରେ ବିଦ୍ୟାଳୟଗୁଡ଼ିକର ଅନୁଧ୍ୟାନ ଓ ବିଦ୍ୟାର୍ଥୀମାନଙ୍କ ଉନ୍ନତିକୁ ସୁନିଶ୍ଚିତ କରିଛି। ‘ବିଦ୍ୟା ସମୀକ୍ଷା କେନ୍ଦ୍ର ୨.୦” ଅଧୀନରେ ଗୁଜରାଟର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକରେ ବିଦ୍ୟା ସମୀକ୍ଷା କେନ୍ଦ୍ର ମାନ ସ୍ଥାପିତ ହେବ।

କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଦେଶକୁ ଅନେକ ବିକାଶମୂଳକ ପ୍ରକଳ୍ପ ଉତ୍ସର୍ଗ କରିବେ। ସେଗୁଡ଼ିକ ମଧ୍ୟରେ ନର୍ମଦା ନଦୀ ଉପରେ ଓଡ଼ାର-ସିନୋର-ମାଲସର-ଆଶା ରୋଡ ନୂତନ ପୋଲ ନିର୍ମାଣ ହେବ। ଏହା ଭଦୋଦରା ଜିଲ୍ଲା ସିନୋର ତାଲୁକରେ ରହିଛି। ଏହା ବ୍ୟତୀତ ଛାବ-ଲୋବ ପୁନଃ ବିକଶିତ ପ୍ରକଳ୍ପ, ଦହୋଡ଼ ଠାରେ ଜଳଯୋଗାଣ ପ୍ରକଳ୍ପ, ଭଦୋଦରାରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କ ନିମନ୍ତେ ୪୦୦ ନୂତନ ଘର, ୭୫୦୦ ଗ୍ରାମରେ ଓ୍ବାଇଫାଇ ପ୍ରକଳ୍ପ ଓ ଦହୋଡ଼ ଠାରେ ନୂତନ ଜବାହାର ନବୋଦୟ ବିଦ୍ୟାଳୟ ରହିଛି।

ପ୍ରଧାନମନ୍ତ୍ରୀ ଛୋଟ ଉଦୟପୁର ଠାରେ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଗୋଧ୍ରା ଓ ପଞ୍ଚ ମହଲ ଠାରେ ଉଡ଼ନ୍ତା ପୋଲ ଓ ଦହୋଡ଼ ଠାରେ ଏଫଏମ ବେତାର କେନ୍ଦ୍ର ଷ୍ଟୁଡିଓର ମଧ୍ୟ ଶିଳାନ୍ୟାସ କରିବେ। ଏହା କେନ୍ଦ୍ର ସରକାରଙ୍କ ‘ପ୍ରସାରଣ ଭିତ୍ତିଭୂମି ଓ ନେଟଓ୍ବର୍କ ବିକାଶ (ବିଆଇଏନଡି) ଯୋଜନା ଅଧୀନରେ ନିର୍ମିତ ହେବ।

Categories
ଆଜିର ଖବର ଜାତୀୟ ଖବର

ଆଜି ଜି-୨୦ ବିଶ୍ବବିଦ୍ୟାଳୟ ସମାପନ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅପରାହ୍ନ ୪ଟା ବେଳେ ଜି-୨୦ ବିଶ୍ବବିଦ୍ୟାଳୟର ସମାପନ ସମାରୋହକୁ ସମ୍ବୋଧିତ କରିବେ।

ଜି-୨୦ ଜନଭାଗିଦାରୀ ଆନ୍ଦୋଳନରେ ରେକର୍ଡ ସଂଖ୍ୟକ ପାଞ୍ଚ କୋଟିରୁ ଅଧିକ ଯୁବକ-ଯୁବତୀ ବିଭିନ୍ନ ବିଦ୍ୟାଳୟ, ଉଚ୍ଚଶିକ୍ଷା ଅନୁଷ୍ଠାନ ଓ କୌଶଳ ବିକାଶ ପ୍ରତିଷ୍ଠାନରେ ଅଧ୍ୟାୟରତ ଅଛନ୍ତି। ଜି-୨୦ ବିଶ୍ବବିଦ୍ୟାଳୟ ଭାରତରେ ଜି-୨୦ ଅଧ୍ୟକ୍ଷତା ନେଇ ଯୁବାଗୋଷ୍ଠୀଙ୍କୁ ସଚେତନ କରାଇବା ସହ ଏହାର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଦେଶ୍ୟରେ ପଦକ୍ଷେପ ନେଇଥିଲା। ଭାରତ ବ୍ୟାପୀ ଏକ ଲକ୍ଷ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେଶ ସ୍ବାଧୀନର ୭୫ ବର୍ଷ ସ୍ମାରକୀ ପାଇଁ ପ୍ରଥମେ ୭୫ଟି ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମେ ଯୋଜନା ହୋଇଥିଲେ ମଧ୍ୟ ପରେ ଏହା ୧୦୧କୁ ବୃଦ୍ଧି ପାଇଥିଲା।

ଜି-୨୦ ବିଶ୍ବବିଦ୍ୟାଳୟ ସଂଯୋଗୀକରଣ ପଦକ୍ଷେପ ସ୍ବରୂପ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। ଉଚ୍ଚଶିକ୍ଷା ଅନୁଷ୍ଠାନରୁ ବ୍ୟାପକ ଅଂଶଗ୍ରହଣ ପରିଲକ୍ଷିତ ହୋଇଥିଲା। ପ୍ରଥମେ ଯାହା କେବଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିଲା, ପରେ ତାହା ବିଦ୍ୟାଳୟ, ମହାବିଦ୍ୟାଳୟକୁ ସମ୍ପ୍ରସାରିତ ହୋଇଥିଲା।

ଜି-୨୦ ବିଶ୍ବବିଦ୍ୟାଳୟ ସଂଯୋଗୀକରଣ ସମାପନ କାର୍ଯ୍ୟକ୍ରମ ସ୍ଥଳୀରେ ପ୍ରାୟ ତିନି ହଜାର ଛାତ୍ରଛାତ୍ରୀ, ଶିକ୍ଷାଦାନକାରୀ ସଦସ୍ୟ ଓ ଅଂଶଗ୍ରହଣକାରୀ ବିଶ୍ବବିଦ୍ୟାଳୟ ଗୁଡ଼ିକର କୁଳପତିଗଣ ଯୋଗ ଦେବେ। ଏହାଛଡ଼ା ଦେଶବ୍ୟାପୀ ବିଦ୍ୟାର୍ଥୀଗଣ କାର୍ଯ୍ୟକ୍ରମରେ ଆଭାସୀ ଜରିଆରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ଆଜି ନବନିଯୁକ୍ତ ମାନଙ୍କୁ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଏଜେଆଇ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ଡିଭାଇସ୍’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ନାରୀ ଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ, ସେ ଯେବେ ବି ବାବା ବିଶ୍ୱନାଥଙ୍କ ସହର କାଶୀକୁ ଆସନ୍ତି, ମାତା, ଭଗିନୀ ଓ କନ୍ୟାରତ୍ନଙ୍କ ଦ୍ୱାରା ଦେଖାଯାଉଥିବା ଉତ୍ସାହରେ ଅଭିଭୂତ ହୋଇଯାଇଥାନ୍ତି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ମଜଭୁତ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ଏକ ‘ଏକ୍ସ’ ପୋଷ୍ଟରେ କହିଛନ୍ତି ଯେ,

‘‘ନାରୀ ଶକ୍ତିକୁ ପ୍ରଣାମ!

ବାବା ବିଶ୍ୱନାଥଙ୍କ ନଗରୀରେ ଆଜି ଯେଉଁଠାକୁ ବି ଯାଇଛି, ସେଠାରେ ମାତା, ଭଗିନୀ ଓ କନ୍ୟାରତ୍ନଙ୍କର ଯେଉଁଭଳି ଉତ୍ସାହ ଦେଖିଲି, ତାହା ଅଭିଭୂତ କଲା ଭଳି। ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମର ଏହି ପରିବାରଜନଙ୍କ ଭିତରେ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି।’’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିବା ପାଇଁ ଲାଇଟ୍ ୱେଟ୍ ମେନ୍ସ ଡବଲ୍ ସ୍କଲ୍ସ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ପ୍ରଥମ ପଦକ ଭାବେ ରୌପ୍ୟ ଜିତିଥିବା ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ପୁରୁଷ ଦଳକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଅର୍ଜୁନ ଲାଲ ଜଟ୍ ଏବଂ ଅରବିନ୍ଦ ସିଂଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆମ ଦେଶର ସଫଳତା ଏବଂ ଗୌରବକୁ ନିରନ୍ତର ଭାବେ ଏପରି ଆଗକୁ ବଢ଼ିବାକୁ କାମନା କରିଛନ୍ତି!

Categories
ଆଜିର ଖବର ଜାତୀୟ ଖବର

ରୋଜଗାର ମେଳା: ଆସନ୍ତାକାଲି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୬ ସେପ୍ଟେମ୍ବର, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ।

ରୋଜଗାର ମେଳା ସାରା ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି। ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍‍ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ସରକାରଙ୍କ ସହ ଯୋଗ ଦେବେ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ। ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟିରେ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତୀକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଠାରେ ‘ଯେକୌଣସି ଡିଭାଇସ୍’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟବ୍ୟାପୀ ଶ୍ରମଦାନ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଏବଂ ଆବାସ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ବହୁସଂଖ୍ୟାରେ ସାଧାରଣ ଲୋକ ସାମିଲ ହେଉଥିବା ଦେଖାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଇଛି। ଜଳାଶୟ, ନାଳନର୍ଦ୍ଦମା, ଅଧିକ ବର୍ଜ୍ୟବସ୍ତୁ ଏକତ୍ରିତ ହେଉଥିବା ସ୍ଥାନ, ଧାର୍ମିକ ସ୍ଥାନ, ବିଭିନ୍ନ ପ୍ରତିଷ୍ଠାନ, ବଜାର ଘାଟ, ସ୍ୱଚ୍ଛ ଭାରତ ମିଶନରେ ନିର୍ମିତ ପ୍ରକଳ୍ପ, ପୁଷ୍କରିଣୀ ଆଦି ସଫେଇ କରାଯାଇଛି। ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକମାନେ ସ୍ୱତଃପ୍ରବୃତ ଭାବେ ଶ୍ରମଦାନ କରି ସଫେଇ କରିଛନ୍ତି।

ସେହିପରି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପରମଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସଫା କରିଛନ୍ତି।

 ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କାଲିମେଳା ଗ୍ରାମରେ ସ୍ଥାନୀୟ ମହିଳାମାନେ ଗାଁ ହାଟକୁ ସଫା କରିବା ଲାଗି ଶ୍ରମଦାନ କରିଛନ୍ତି।

ଏହାଛଡ଼ା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ୱଚ୍ଛତାକୁ ନେଇ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରେ ସ୍ୱଚ୍ଛତା ଶପଥପାଠ, ପ୍ରଶ୍ନୋତ୍ତର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏବେ ସୁଦ୍ଧା (୨୪ ସେପ୍ଟେମ୍ବର ୨୦୨୩) ୭ ଲକ୍ଷ ୧୭ ହଜାର ୨୮୫ ଜଣ ଲୋକ ଜନ ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବେଳେ ଗ୍ରାମାଞ୍ଚଳର ୧୧ ଲକ୍ଷ ୫୬ ହଜାର ୧୯୦ ଜଣ ଲୋକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ଶ୍ରମଦାନ କରି ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ -ଗ୍ରାମୀଣ ଅଧୀନରେ ନିର୍ମିତ ସମ୍ପତ୍ତିର ରଙ୍ଗ ଓ ସୌନ୍ଦର୍ଯ୍ୟକରଣ କାମରେ ୭୨ ହଜାର ୬୯୩ ଲୋକ ଭାଗ ନେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତେଜୁ ବିମାନବନ୍ଦର ଉନ୍ନୟନ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଥିବା ତେଜୁ ବିମାନବନ୍ଦରର ନବ ବିକଶିତ ଭିତ୍ତିଭୂମିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏକ ଏକ୍ସ ପୋଷ୍ଟରେ କହିଛନ୍ତି, ‘୨୦୨୨ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡୋନି ପୋଲୋ ଏୟାରପୋର୍ଟ ଉଦଘାଟନ ପରେ ତେଜୁ ବିମାନବନ୍ଦରର ନବୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯାହା ଆମ ରାଜ୍ୟର ସଂଯୋଗୀକରଣକୁ ବହୁଗୁଣିତ କରିବ।

ଏକ୍ସରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ, ‘ଅରୁଣାଚଳ ପ୍ରଦେଶ ଏବଂ ସମଗ୍ର ଉତ୍ତର-ପୂର୍ବରେ ସଂଯୋଗୀକରଣ ପାଇଁ ଏକ ଖୁସି ଖବର।’

Categories
ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ପାଇଁ ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଏସୀୟ କୀଡ଼ା ୨୦୨୨ରେ ୧୦ ମିଟର ଏୟାର ରାଇଫଲ ମହିଳା (ବ୍ୟକ୍ତିଗତ) ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ସୁଟର ରମିତା ଜିନ୍ଦଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ରମିତାଙ୍କ ଲକ୍ଷ୍ୟ ଏବଂ ସଫଳତା ହାସଲ ପାଇଁ ଇଚ୍ଛା ଉପରେ ଆଲୋକପାତ କରିଛନ୍ତି ଏବଂ ତାଙ୍କ ପସନ୍ଦର କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

“ଏକାଠି ଏକ ତାରିଖ ଏକ ଘଣ୍ଟା” ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୯ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ସ୍ୱଚ୍ଛତା ପାଇଁ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ଭାରତର ବାର୍ତ୍ତା ନେଇ ସବୁ ବର୍ଗର ନାଗରିକମାନେ ଅତ୍ୟନ୍ତ ଉତ୍ସାହର ସହ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଫଳରେ ସ୍ୱଚ୍ଛତା ଏକ ଜାତୀୟ ଆଚରଣରେ ପରିଣତ ହେଲା ଏବଂ ସ୍ୱଚ୍ଛ ଭାରତ ମିଶନ ଘରେ ଘରେ ପରିଚିତ ହେଲା।

ଗାନ୍ଧି ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକ ନିଆରା ଆହ୍ୱାନ ଦେଇଛନ୍ତି। ‘ମନ୍ କି ବାତ୍’ର ୧୦୫ତମ ଏପିସୋଡ୍ ରେ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ଯେ ଅକ୍ଟୋବର ୧ ତାରିଖ ସକାଳ ୧୦ଟାରେ ସମସ୍ତ ନାଗରିକ ମିଳିତ ଭାବେ ବାପୁଙ୍କ ଜୟନ୍ତୀ ଅବସରରେ ତାଙ୍କ ପାଇଁ ‘ସ୍ୱଚ୍ଛାଞ୍ଜଳି’ ଭାବେ ପାଳନ କରିବେ। ସ୍ୱଚ୍ଛତା ହିଁ ସେବା ଅଭିଯାନ ସମ୍ପର୍କରେ ସେ କହିଛନ୍ତି, ଅକ୍ଟୋବର ପହିଲା ଅର୍ଥାତ୍ ରବିବାର ସକାଳ ୧୦ଟାରେ ସ୍ୱଚ୍ଛତା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଆପଣମାନେ ମଧ୍ୟ ସ୍ୱଚ୍ଛତା ସମ୍ବନ୍ଧୀୟ ଏହି ଅଭିଯାନରେ ସମୟ ବାହାର କରି ସାହାଯ୍ୟ କରିବା ଉଚିତ୍। ଆପଣ ନିଜ ରାସ୍ତା କିମ୍ବା ଆଖପାଖ ଅଞ୍ଚଳରେ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇପାରିବେ… କିମ୍ବା କୌଣସି ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ କୌଣସି ସର୍ବସାଧାରଣ ସ୍ଥାନରେ।

ଏହି ବୃହତ ସ୍ୱଚ୍ଛତା ଅଭିଯାନରେ ବଜାର ଅଞ୍ଚଳ, ରେଳଧାରଣା, ଜଳାଶୟ, ଧାର୍ମିକ ସ୍ଥଳ ଆଦି ସର୍ବସାଧାରଣ ସ୍ଥାନର ବାସ୍ତବ କାର୍ଯ୍ୟକଳାପରେ ସାମିଲ ହେବାକୁ ସବୁ ବର୍ଗର ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି। ପ୍ରତ୍ୟେକ ସହର, ଗ୍ରାମ ପଞ୍ଚାୟତ, ସରକାରଙ୍କ ସମସ୍ତ କ୍ଷେତ୍ର ଯଥା ବେସାମରିକ ବିମାନ ଚଳାଚଳ, ରେଳବାଇ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଇତ୍ୟାଦି, ସରକାରୀ ଅନୁଷ୍ଠାନଗୁଡ଼ିକ ନାଗରିକମାନଙ୍କ ନେତୃତ୍ୱରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ସୁଗମ କରିବେ।

ସଫେଇ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଗ୍ରହୀ ଏନଜିଓ/ ଆରଡବ୍ଲୁଏ/ ପ୍ରାଇଭେଟ୍ ସଂସ୍ଥା ଇତ୍ୟାଦି ପୌରାଞ୍ଚଳ/ ଜିଲ୍ଲା ପ୍ରଶାସନ ର ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ। ସ୍ୱଚ୍ଛତା କାର୍ଯ୍ୟକ୍ରମଗୁଡିକ ସ୍ୱତନ୍ତ୍ର ଭାବରେ ନିର୍ମିତ ଆଇଟି ପ୍ଲାଟଫର୍ମ ସ୍ୱଚ୍ଛତା ହିଁ ସେବା – ନାଗରିକ ପୋର୍ଟାଲ https://swachhatahiseva.com/ ଜନସାଧାରଣଙ୍କ ସୂଚନା ପାଇଁ ଉପଲବ୍ଧ ହେବ। ସ୍ୱଚ୍ଛତା ସ୍ଥାନରେ ନାଗରିକମାନେ ଫଟୋ ଉଠାଇ ପୋର୍ଟାଲରେ ଅପଲୋଡ ମଧ୍ୟ କରିପାରିବେ। ଏହି ପୋର୍ଟାଲରେ ନାଗରିକ, ପ୍ରଭାବଶାଳୀ ମାନଙ୍କୁ ଆନ୍ଦୋଳନରେ ଯୋଗ ଦେବା ଏବଂ ସ୍ୱଚ୍ଛତା ଆମ୍ବାସାଡର ହୋଇ ଜନ ଆନ୍ଦୋଳନର ନେତୃତ୍ୱ ନେବାକୁ ଆମନ୍ତ୍ରଣ କରାଯାଇଛି।

ଏହି ବୃହତ୍‍ ସ୍ୱଚ୍ଛତା ଅଭିଯାନ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ସ୍ୱଚ୍ଛତା ହିଁ ସେବା ୨୦୨୩ର ଏକ ଅଂଶ। ନାଗରିକମାନେ ପୁରୁଣା କୋଠାଗୁଡ଼ିକର ପୁନରୁଦ୍ଧାର, ଜଳାଶୟ ସଫେଇ, ଘାଟ, କାନ୍ଥ ରଙ୍ଗ କରିବା, ପଥପାର୍ଶ୍ବ ନାଟକ, ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ ଭଳି ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ପକ୍ଷ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ପାଞ୍ଚ କୋଟିରୁ ଅଧିକ ନାଗରିକ ପକ୍ଷରେ ସାମିଲ ହୋଇଛନ୍ତି।