Categories
ଆଜିର ଖବର ଜାତୀୟ ଖବର

ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍‌-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାଫଳରେ ଆର୍ଥିକ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ। ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ ଏବଂ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଉପଲବ୍ଧ କରାଇବା ପାଇଁ ଏନଇପିରେ ସୁପାରିସ କରାଯାଇଥିଲା। ଏହାକୁ ଗ୍ରହଣ କରି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଅଣାଯାଇଛି। ଏହାଦ୍ୱାରା ଗୁଣାତ୍ମକ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଯେକୌଣସି ଛାତ୍ରଛାତ୍ରୀ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ସମ୍ପୂର୍ଣ୍ଣ ପରିମାଣର ଟ୍ୟୁସନ୍ ଫି’ ଏବଂ ପାଠ୍ୟକ୍ରମ ସମ୍ବନ୍ଧୀୟ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ପାଇଁ ବନ୍ଧକ ମୁକ୍ତ, ଗ୍ୟାରେଣ୍ଟର ମୁକ୍ତ ଋଣ ପାଇବାକୁ ଯୋଗ୍ୟ ହେବେ। ଏହି ଯୋଜନା ଏକ ସରଳ,  ସ୍ୱଚ୍ଛ ଏବଂ ବିଦ୍ୟାର୍ଥୀ ଅନୁକୂଳ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେବ ଏବଂ ଏହା ଆନ୍ତଃପରିଚାଳନାଯୋଗ୍ୟ (ଇଣ୍ଟର-ଅପରେବଲ) ତଥା ସମ୍ପୂର୍ଣ୍ଣ ଡିଜିଟାଲ ହେବ।

ଏହି ଯୋଜନା ଦେଶର ଉଚ୍ଚକୋଟୀର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଏନଆଇଆରଏଫ ମାନ୍ୟତାରେ ବର୍ଗ ଆଧାରିତ ଏବଂ ଡୋମେନ୍‌ ଆଧାରିତ ରେଙ୍କିଙ୍ଗ୍‌ ସହିତ ଶୀର୍ଷ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଥିବା ଶିକ୍ଷାନୁଷ୍ଠାନ, ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ୍ୟତାରେ ୧୦୧-୨୦୦ ମଧ୍ୟରେ ସ୍ଥାନ ପାଇଥିବା ଅନୁଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ଯୋଜନା ଲାଗୁ ହେବ। ସଦ୍ୟତମ ଏନଆଇଆରଏଫ ମାନ୍ୟତା ବ୍ୟବହାର କରି ଏହି ତାଲିକାକୁ ପ୍ରତିବର୍ଷ ସଂଶୋଧନ ବା ଅପଡେଟ୍‌ କରାଯିବ ଏବଂ ୮୬୦ଟି ଯୋଗ୍ୟତାପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ନେଇ ଏହି ଯୋଜନା ଆରମ୍ଭ ହେବ, ଯେଉଁଥିରେ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କର ଆବଶ୍ୟକତା ଅନୁଯାୟୀ, ପିଏମ-ବିଦ୍ୟାଲକ୍ଷ୍ମୀର ସମ୍ଭାବ୍ୟ ଲାଭ ଉଠାଇବାରେ ସକ୍ଷମ ହେବେ।

ସାଢ଼େ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ବକେୟା ଖିଲାପୀ ଉପରେ ଛାତ୍ରଛାତ୍ରୀ ୭୫% ଋଣ ଗ୍ୟାରେଣ୍ଟି ପାଇବାକୁ ଯୋଗ୍ୟ ହେବେ। ଫଳରେ ଏହି ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଋଣ ଉପଲବ୍ଧ କରାଇବାରେ ବ୍ୟାଙ୍କଗୁଡ଼ିକୁ ସହଯୋଗ ମିଳିବ।

ଉପରୋକ୍ତ ବ୍ୟତୀତ ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଏବଂ ଅନ୍ୟ କୌଣସି ସରକାରୀ ବୃତ୍ତି କିମ୍ବା ସୁଧ ଛାଡ଼ ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଋଣସ୍ଥଗନ ଅବଧି ବା ମୋରେଟାରିୟମ ପିରିୟଡ଼ ମଧ୍ୟରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରାଯିବ। ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସୁଧ ରିହାତି ସହାୟତା ପ୍ରଦାନ କରାଯିବ। ସରକାରୀ ଅନୁଷ୍ଠାନରୁ ଆସିଥିବା ଏବଂ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ବାଛିଥିବା ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ। ୨୦୨୪-୨୫ରୁ ୨୦୩୦-୩୧ ମଧ୍ୟରେ ଏହି ଯୋଜନା ଲାଗି ୩,୬୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ଏହି ସମୟ ମଧ୍ୟରେ ୭ ଲକ୍ଷ ନୂତନ ଛାତ୍ରଛାତ୍ରୀ ଏହି ସୁଧ ଛାଡ଼ର ଲାଭ ପାଇବେ ବୋଲି ଆଶା କରାଯାଉଛି।

ଉଚ୍ଚଶିକ୍ଷା ବିଭାଗର ଏକ ସମନ୍ୱିତ ପୋର୍ଟାଲ “ପିଏମ-ବିଦ୍ୟାଲକ୍ଷ୍ମୀ” ରହିବ, ଯେଉଁଥିରେ ଛାତ୍ରଛାତ୍ରୀମାନେ ସମସ୍ତ ବ୍ୟାଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଥିବା ସରଳୀକୃତ ଆବେଦନ ପ୍ରକ୍ରିୟା ମାଧ୍ୟମରେ ଶିକ୍ଷା ଋଣ ଏବଂ ସୁଧ ଛାଡ଼ ପାଇଁ ଆବେଦନ କରିପାରିବେ। ଇ-ଭାଉଚର ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ୱାଲେଟ୍ ଜରିଆରେ ସୁଧ ରିହାତି ପ୍ରଦାନ କରାଯିବ।

ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଭାରତର ଯୁବବର୍ଗଙ୍କ ପାଇଁ ଗୁଣାତ୍ମକ ଉଚ୍ଚ ଶିକ୍ଷାର ସର୍ବାଧିକ ଉପଲବ୍ଧତାକୁ ସକ୍ଷମ କରିବ। ଏହା ଶିକ୍ଷା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିସର ଓ ପହଞ୍ଚକୁ ଆହୁରି ବୃଦ୍ଧି କରିବ। ଏହା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ-ୟୁଏସପିର ଦୁଇଟି ଉପାଦାନ ଯୋଜନା କେନ୍ଦ୍ରୀୟ କ୍ଷେତ୍ର ସୁଧ ସବସିଡି (ସିଏସ୍ଆଇଏସ୍) ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ସ୍କିମ୍ ଫର୍ ଏଜୁକେସନ୍ ଲୋନ୍ (ସିଜିଏଫ୍ଏସ୍ଇଏଲ୍)କୁ ସମର୍ଥନ କରିବ।

ପିଏମ-ୟୁଏସପି ସିଏସଆଇଏସ୍ ଅଧୀନରେ ବାର୍ଷିକ ୪.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଏବଂ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବୈଷୟିକ/ ବୃତ୍ତିଗତ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ପାଇଁ ଋଣ ସ୍ଥଗନ ବା ମୋରେଟୋରିୟମ୍ ଅବଧି ରେ ସମ୍ପୂର୍ଣ୍ଣ ସୁଧ ରିହାତି ମିଳିଥାଏ। ତେଣୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଏବଂ ପିଏମ-ୟୁଏସପି ମିଳିତ ଭାବେ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ଏବଂ ମାନ୍ୟତାପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବୈଷୟିକ/ ବୃତ୍ତିଗତ ଶିକ୍ଷା ପାଇଁ ସାମଗ୍ରିକ ସହାୟତା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଛଟ୍ ପୂଜାର ପ୍ରଥମ ଦିନରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମହାପର୍ବ ଛଟ୍ ର ଆଜି ନହାୟ-ଖାୟର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା। ବିଶେଷ ଭାବେ ବ୍ରତଧାରୀମାନଙ୍କୁ ମୋର ଅଭିନନ୍ଦନ। ଛଟ୍ ମା’ଙ୍କ କୃପାରୁ ଆପଣ ସମସ୍ତଙ୍କ ପୂଜା ସଫଳତାପୂର୍ବକ ସମ୍ପନ୍ନ ହେଉ, ଏହା ହିଁ ମୋର କାମନା।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ପ୍ରୟାସକୁ ଦୃଢ଼ ନିନ୍ଦା କରିଛନ୍ତି। ଭାରତର ଦୃଢ଼ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରି ସେ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଆଇନର ଶାସନକୁ ବଜାୟ ରଖିବାକୁ କାନାଡା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି।

ଏକ୍ସରେ ପୋଷ୍ଟ କରିଥିବା ନିଜ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି:

କାନାଡ଼ାର ଏକ ହିନ୍ଦୁ ମନ୍ଦିର ଉପରେ ଯୋଜନାବଦ୍ଧ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କାପୁରୁଷତାପୂର୍ଣ୍ଣ ପ୍ରୟାସ ମଧ୍ୟ ସେତିକି ଉଦବେଗଜନକ। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ। କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ଶାସନକୁ ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ।

Categories
ଆଜିର ଖବର ଜାତୀୟ ଖବର

ଯକ୍ଷ୍ମା ରୋଗ ବିରୋଧରେ ଲଢ଼େଇରେ ଭାରତର ପ୍ରଗତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଯକ୍ଷ୍ମା ରୋଗର ଲୋପ ଦିଗରେ ଭାରତର ପ୍ରଚେଷ୍ଟାକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯକ୍ଷ୍ମା ରୋଗ ହ୍ରାସ ଦିଗରେ ଭାରତର ଉପଲବ୍ôଧ ଉପରେ ଗୁରୁତ୍ୱ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ୨୦୧୫ରୁ ୨୦୨୩ ମଧ୍ୟରେ ଯକ୍ଷ୍ମା ରୋଗକୁ ୧୭.୭% ପର୍ଯ୍ୟନ୍ତ ହ୍ରାସ କରିବା ଦିଗରେ ଭାରତର ଉଲ୍ଲେଖନୀୟ ପ୍ରଗତିକୁ ମାନ୍ୟତା ପ୍ରଦାନ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କର ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପ୍ରଶଂସନୀୟ ପ୍ରଗତି! ଯକ୍ଷ୍ମା ରୋଗରେ ହ୍ରାସ ଭାରତର ସମର୍ପିତ ଏବଂ ଅଭିନବ ପ୍ରୟାସର ପରିଣତି। ସାମୂହିକ ଭାବନା ମାଧ୍ୟମରେ ଆମେ ଆମେ ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ କାମ କରିଚାଲିଥିବା।”

Categories
ଆଜିର ଖବର ଜାତୀୟ ଖବର

ଭାଇ ଦୁଜ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଭାଇ ଦୁଜ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ସମସ୍ତ ଦେଶବାସୀଙ୍କୁ ଭାଇ ଦୁଜ୍‌ର ଅନେକ ଶୁଭକାମନା। ଏହି ପବିତ୍ର ଉତ୍ସବ ଅବସରରେ ଭାଇ-ଭଉଣୀମାନଙ୍କର ପରସ୍ପର ପ୍ରତି ସ୍ନେହ ଓ ଭଲପାଇବା ଅଧିକ ଗଭୀର ହେଉ, ଏହା ମୋର କାମନା।”

Categories
ଆଜିର ଖବର ଜାତୀୟ ଖବର

ଗ୍ରୀସ୍‌ର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଗ୍ରୀସ୍‌ର ପ୍ରଧାନମନ୍ତ୍ରୀ କିରିୟାକୋସ୍ ମିତ୍‌ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ମିତ୍‌ସୋଟାକିସ୍ ଭାରତରେ ସାଧାରଣ ନିର୍ବାଚନରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ପ୍ରତି ଉଚ୍ଚ ସ୍ତରୀୟ ବିନିମୟ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କରେ ସୃଷ୍ଟି ହୋଇଥିବା ଗତିକୁ ଉଭୟ ନେତା ପ୍ରଶଂସା କରିଛନ୍ତି ଏବଂ ଭାରତ-ଗ୍ରୀସ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ଏହି ଅବସରରେ ସେମାନେ ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ମିତ୍‌ସୋଟାକିସ୍‌ଙ୍କ ଭାରତ ଗସ୍ତ ପରେ ବାଣିଜ୍ୟ, ପ୍ରତିରକ୍ଷା, ପରିବହନ ଏବଂ ଯୋଗାଯୋଗ ସହିତ ଦ୍ୱିପାକ୍ଷିକ ସହଯୋଗ ସମେତ ଅନେକ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ।

ଏହି ଦୁଇ ନେତା ଆଇଏମ୍‌ଇଇସି ଏବଂ ପଶ୍ଚିମ ଏସିଆର ବିକାଶ ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।

ଦୁଇ ନେତା ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଥିଲେ।

Categories
ଜାତୀୟ ଖବର

ଜମ୍ମୁ କାଶ୍ମୀରର ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀରର ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସେ ଜଣେ ଅନୁଭବି ନେତା ଥିଲେ, ଯିଏ ଜମ୍ମୁ କାଶ୍ମୀରର ଅଗ୍ରଗତି ଦିଗରେ ଯତ୍ନବାନ ଥିଲେ। ସେ ନିକଟରେ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ଜମ୍ମୁ କାଶ୍ମୀରରେ ବିଜେପିକୁ ମଜବୁତ କରିବା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲ। ଦୁଃଖର ଏହି ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ମୋର ସମବେଦନା ରହିଛି। ଓମ୍ ଶାନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଭାରତୀୟ ସେନାବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ସୀମା ସୁରକ୍ଷା ବଳ (ବିଏସଏଫ), ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମର ସୁରକ୍ଷା କର୍ମୀଙ୍କ ପାଇଁ ଅତ୍ୟନ୍ତ ଗର୍ବିତ, ଯେଉଁମାନେ ଦୁର୍ଗମ ସ୍ଥାନରେ ଦୃଢ଼ ଭାବରେ ଠିଆ ହୁଅନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି। ଅତ୍ୟଧିକ ତାପମାତ୍ରା ହେତୁ କଚ୍ଛର କ୍ରିକ୍ ଅଞ୍ଚଳ ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ। ଏଥିରେ ଅନ୍ୟାନ୍ୟ ପରିବେଶଜନିତ ଆହ୍ଵାନ ମଧ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘‘ଗୁଜରାଟର କଚ୍ଛରେ ବୀର ଯବାନଙ୍କ ସହ ଦୀପାବଳି ପାଳନ କରୁଛି।

ଆମର ସୁରକ୍ଷା କର୍ମୀମାନେ ବିଭିନ୍ନ ଦୁର୍ଗମ ସ୍ଥାନରେ ଦୃଢ଼ତାର ସହ ଠିଆ ହୋଇ ଆମକୁ ସୁରକ୍ଷା ଦେଉଛନ୍ତି। ଆମେ ସେମାନଙ୍କ ପାଇଁ ଗର୍ବିତ।

କଚ୍ଛର କ୍ରିକ୍ ଅଞ୍ଚଳର ଲକ୍କି ନାଲାଠାରେ ବିଏସଏଫ, ସ୍ଥଳ ସେନା, ନୌସେନା ଏବଂ ବାୟୁସେନାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରି ଖୁସି ଅନୁଭବ କରୁଛି । ଏହି କ୍ଷେତ୍ର ଉଭୟ ଆହ୍ୱାନପୂର୍ଣ୍ଣ ଏବଂ ଦୁର୍ଗମ ଅଟେ । ଦିନ ଗୁଡ଼ିକ ପ୍ରବଳ ଗରମ ହେବା ସହ ବେଳେ ବେଳେ ଥଣ୍ଡା ମଧ୍ୟ ହୋଇଥାଏ। କ୍ରିକ୍ ଅଞ୍ଚଳରେ ଅନ୍ୟାନ୍ୟ ପରିବେଶଗତ ଆହ୍ଵାନ ମଧ୍ୟ ରହିଛି।

କ୍ରିକ୍ ଅଞ୍ଚଳରେ ଏକ ଭାସମାନ ବିଓପିକୁ ଯାଇ ବୀର ସୁରକ୍ଷା କର୍ମୀଙ୍କୁ ମିଠା ବାଣ୍ଟିଲି।’’

Categories
ଆଜିର ଖବର ଜାତୀୟ ଖବର

ଉଦ୍ଭାବନ ଓ ଟେକ୍ନୋଲୋଜିରେ ଭାରତୀୟ ଯୁବପିଢ଼ୀ ସର୍ବଶ୍ରେଷ୍ଠ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗିଟ୍‌ହବ୍‌ର ସିଇଓ ଥୋମାସ୍ଡୋମ୍‌କେଙ୍କ ମନ୍ତବ୍ୟକୁ ଉଦ୍ଧୃତ କରିଛନ୍ତି ଯିଏ, ଭାରତକୁ ବିଶ୍ୱରସବୁଠାରୁ ଦୃତ ଅଭିବୃଦ୍ଧିଶୀଳ ବିକଶିତ ଜନସଂଖ୍ୟା ବିଶିଷ୍ଟ ଦେଶଭାବରେ ପ୍ରଶଂସା କରିଥିଲେ। ବିଶ୍ୱସ୍ତରୀୟ ଟେକ୍ ଟାଇଟନ୍ ଭାବରେଦେଶର ଅଭିବୃଦ୍ଧି ନିଶ୍ଚିତ ବୋଲି ସେ କହିଥିଲେ।

ଶ୍ରୀ ମୋଦୀ ଅଭିନବ ତଥା ପ୍ରଯୁକ୍ତିବିଦ୍ୟାରେ ସଫଳତା ପାଇଁ ଶ୍ରୀ ମୋଦୀ ଭାରତର ଯୁବପିଢ଼ୀଙ୍କୁ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଯେତେବେଳେ ଉଦ୍ଭାବନ ଏବଂ ଟେକ୍ନୋଲୋଜି କଥା ଆସେ, ଭାରତୀୟ ଯୁବକମାନେ ସର୍ବଶ୍ରେଷ୍ଠ।”

Categories
ଆଜିର ଖବର ଜାତୀୟ ଖବର

ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟ ଗସ୍ତ କରିବେ। ଆଜି ସେ ଏକତା ନଗର, କେଭାଡିଆ ଯିବେ ଏବଂ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଏକତା ନଗରରେ ୨୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାପରେ ସନ୍ଧ୍ୟା ପ୍ରାୟ ୬ ଟାରେ ସେ ଆରମ୍ଭ ୬.୦ରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରିବେ। ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ଏହା ପରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯିବ ।

ପ୍ରଧାନମନ୍ତ୍ରୀ ଏକତା ନଗରରେ ବିଭିନ୍ନ ଭିତ୍ତିଭୂମି ଏବଂ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡିକ ପର୍ଯ୍ୟଟନ ଅଭିଜ୍ଞତାକୁ ବଢ଼ାଇବା, ଉପଲବ୍ଧତା ରେ ଉନ୍ନତି ଆଣିବା ଏବଂ ଏହି ଅଞ୍ଚଳରେ ସ୍ଥାୟୀତା ପଦକ୍ଷେପକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଆରମ୍ଭ ୬.୦ରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରିବେ। ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଆତ୍ମନିର୍ଭର ଓ ବିକଶିତ ଭାରତର ରୋଡ୍ ମ୍ୟାପ୍’। ୯୯ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମ – ଆରମ୍ଭ ୬.୦ – ଭାରତର ୧୬ଟି ସିଭିଲ୍ ସର୍ଭିସ୍ ଏବଂ ଭୁଟାନର ୩ଟି ସିଭିଲ୍ ସର୍ଭିସର ୬୫୩ ଜଣ ଅଫିସର ପ୍ରଶିକ୍ଷଣର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ଅକ୍ଟୋବର ୩୧ ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ଏକତା ଦିବସ ଶପଥ ପାଠ କରାଇବେ ଏବଂ ଏକତା ଦିବସ ପରେଡ୍ ର ସାକ୍ଷୀ ହେବେ ଯେଉଁଥିରେ ୯ଟି ରାଜ୍ୟ ଏବଂ ୧ଟି କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଏନସିସି ଏବଂ ଏକ ଶୋଭାଯାତ୍ରା ଦଳ ସାମିଲ ହେବେ। ଏନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା ‘ସୂର୍ଯ୍ୟ କିରଣ’ ଫ୍ଲାଇପାଷ୍ଟ ଆଦି ବିଶେଷ ଆକର୍ଷଣ ରହିଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଡବ୍ଲୁଏଏଫଏକ୍ସ ୱେଭ୍ସ ଭିଏଫଏକ୍ସ ଚାଲେଞ୍ଜର ଶୁଭାରମ୍ଭ କଲା ଏବିଏଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ’ (ଭାରତରେ ନିର୍ମାଣ) ସଂକଳ୍ପକୁ ସାକାର କରିବା ଲାଗି ଦେଶର ଅଗ୍ରଣୀ ଏଭିଜିସି (ଏନିମେସନ, ଭିଜୁଆଲ ଇଫେକ୍ଟସ୍‌, ଗେମିଂ ଓ କମିକ୍ସ) ସଂଘ-ଏବିଏଆଇ ଦ୍ୱାରା ଡବ୍ଲୁଏଏଫଏକ୍ସ ୱେଭ୍ସ ଭିଏଫଏକ୍ସ ଚାଲେଞ୍ଜର ଶୁଭାରମ୍ଭ ଘୋଷଣା କରାଯାଇଛି। ଭିଜୁଆଲ ଇଫେକ୍ଟସ୍‌ (ଭିଏଫଏକ୍ସ) କ୍ଷେତ୍ରରେ ଭାରତର ଦୃଢ଼ ପ୍ରତିଭା ଇକୋସିଷ୍ଟମକୁ ଆବିଷ୍କାର କରିବା, ଲୋକଲୋଚନକୁ ଆଣିବା ଏବଂ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡବ୍ଲୁଏଏଫଏକ୍ସ ଚାଲେଞ୍ଜକୁ ପ୍ରସ୍ତୁତ କରାଯାଇଛି।

ଭାରତର ଚଳଚ୍ଚିତ୍ର ଏବଂ ଗଣମାଧ୍ୟମ ଶିଳ୍ପରେ ଭିଜୁଆଲ ଇଫେକ୍ଟରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଥିବା ବେଳେ ଏହି ଜାତୀୟ ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଶିଳ୍ପର ଚାହିଦା ପୂରଣ କରିବା ଏବଂ ବିଶ୍ୱ ସ୍ତରରେ ଭାରତର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ଏବଂ ଦକ୍ଷତାକୁ ଆଗକୁ ବଢ଼ାଇବା ପାଇଁ ନୂଆ ପିଢ଼ିର ଭିଏଫଏକ୍ସ ପେସାଦାରଙ୍କୁ ପ୍ରସ୍ତୁତ କରିବା।

ନିଜର ସୃଜନଶୀଳତା ଏବଂ କାହାଣୀ ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଭାରତୀୟ ସିନେମା ବର୍ତ୍ତମାନ ବିଶ୍ୱସ୍ତରୀୟ ମାନଦଣ୍ଡରେ ଅନ୍ତର୍ଜାତୀୟ ସମକକ୍ଷଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି, କାରଣ ଏହାର ଅଧିକାଂଶ ବିକାଶ ଆମର ଭିଏଫଏକ୍ସ ଦକ୍ଷତା ପାଇଁ ହୋଇଛି। ଏହି ଅଭିବୃଦ୍ଧି ସତ୍ତ୍ୱେ, ବଢୁଥିବା ଚାହିଦା ପୂରଣ କରିବା ପାଇଁ ଏହି କ୍ଷେତ୍ରରେ ଦକ୍ଷ ପେସାଦାରଙ୍କ ଅଭାବ ରହିଛି, ଯାହା ନିରନ୍ତର ଶିଳ୍ପ ଅଭିବୃଦ୍ଧି ଲାଗି ଭିଏଫଏକ୍ସରେ ଦକ୍ଷତା ବିକାଶ ଏବଂ ନିୟୋଜନକୁ ଗୁରୁତ୍ୱପୂର୍ଣ୍ଣ କରିଛି। ଯୁବ ପ୍ରତିଭାମାନଙ୍କୁ ଖୋଜିବା ଏବଂ ସେମାନଙ୍କୁ ଏଭିଜିସି କ୍ଷେତ୍ରରେ ଆକର୍ଷଣୀୟ ସୁଯୋଗ ପାଇଁ ପ୍ରସ୍ତୁତ କରିବା ପାଇଁ ଡବ୍ଲୁଏଏଫ୍ଏକ୍ସ ୱେଭ୍ସ ଭିଏଫଏକ୍ସ ଚ୍ୟାଲେଞ୍ଜ- ଏବିଏଆଇର ପ୍ରମୁଖ ପ୍ରତିଯୋଗିତା ପ୍ରସ୍ତୁତ କରାଯାଇଛି।

ଏବିଆଇର ସଭାପତି ତଥା ଟେକ୍ନିକୋଲର ଗ୍ରୁପର ଏସିଆ ପ୍ରଶାନ୍ତ ମହାସାଗରୀୟ ପରିଚାଳନା ନିର୍ଦ୍ଦେଶକ ବିରେନ ଘୋଷ ବ୍ୟବସାୟ ପାଇଁ ଡବ୍ଲୁଏଏଫଏକ୍ସ ଏବଂ ୱେଭ୍ସର ବିଶେଷ ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ବୈଷୟିକ ଉନ୍ନତି ଏବଂ ଅତ୍ୟାଧୁନିକ ଇମର୍ସିଭ କଣ୍ଟେଣ୍ଟ ଗ୍ରାହକଙ୍କ ଅଭିଜ୍ଞତାକୁ ବଢ଼ାଇବା ସହିତ ସୃଜନଶୀଳ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସୁଛି ବୋଲି ସେ କହିଛନ୍ତି। ‘‘ଆମେ ଏହି ନୂତନ ଅର୍ଥବ୍ୟବସ୍ଥା ପ୍ରବେଶ କରିବା ସହିତ, ଚିତ୍ର ଓ କାହାଣୀ ଟିଭି ଓ ଚଳଚ୍ଚିତ୍ରଠାରୁ ଆଗକୁ ବଢ଼ି ସଂଗ୍ରହାଳୟ, ବିମାନବନ୍ଦର ଏବଂ ସର୍ବସାଧାରଣ ସ୍ଥାନରେ ପହଞ୍ଚିଛି। ଏହା ଅଭିନବତାକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ଦକ୍ଷତା ପ୍ରତିଭା ଓ ବିବିଧ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ,’’  ଶ୍ରୀ ଘୋଷ କହିଛନ୍ତି।

କର୍ଣ୍ଣାଟକସ୍ଥିତ ଏଭିଜିସି-ଏକ୍ସଆର ଶିଳ୍ପ ପାଇଁ ଅଗ୍ରଣୀ ବାଣିଜ୍ୟ ସଂଘ ଏବିଏଆଇ  ସମସ୍ତ ଉଦୀୟମାନ ଭିଜୁଆଲ ଇଫେକ୍ଟ କଳାକାରଙ୍କୁ ଚମତ୍କାର ଭିଏଫଏକ୍ସ ମାଷ୍ଟରପିସ୍ ତିଆରି କରିବା ପାଇଁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇ ‘ୱାଫ୍ ଏକ୍ସ ଚ୍ୟାଲେଞ୍ଜ’ର ଜାତୀୟ ପଦକ୍ଷେପ ଆରମ୍ଭ କରିଛି।

ପ୍ରଥମ ପର୍ଯ୍ୟାୟରେ ଏକ ଅନଲାଇନ୍ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଅନୁଷ୍ଠିତ ହେବ ଯେଉଁଥିରେ ଆମେ ୨୦୦୦+  ଆବେଦନ ଆଶା କରାଯାଉଛି, ଯେଉଁଥିରୁ ‘ପ୍ରି-ସିଲେକ୍ସନ’ ବିଚାରକ ୧୦ ଜଣ ଛାତ୍ର ଏବଂ ୧୦ ଜଣ ବୃତ୍ତିଗତ ପ୍ରତିଯୋଗୀଙ୍କୁ ଦ୍ବିତୀୟ ପର୍ଯ୍ୟାୟକୁ ଯିବା ଏବଂ ଜୋନାଲ ସ୍ତରୀୟ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ କରିବେ। ଏହାପରେ ଜୋନାଲ ବିଜେତାମାନେ ଗ୍ରାଣ୍ଡ ଫିନାଲେରେ ପ୍ରବେଶ କରିବେ ଯାହା ଜାତୀୟ ପୁରସ୍କାର ବିଜେତା ପ୍ରସିଦ୍ଧ ଭିଏଫଏକ୍ସ ସୁପରଭାଇଜରଙ୍କୁ ନେଇ ଗଠିତ ଗ୍ରାଣ୍ଡ ଜୁରି ସମ୍ମୁଖରେ ୨୪ ଘଣ୍ଟିଆ ଭିଏଫଏକ୍ସ ମାରାଥନ ଫର୍ମାଟରେ ଅନୁଷ୍ଠିତ ହେବ ।

ଡବ୍ଲ୍ୟୁଏଏଫ୍ଏକ୍ସରେ ଅଂଶଗ୍ରହଣକାରୀମାନେ ୩୦ ସେକେଣ୍ଡର ଭିଏଫଏକ୍ସ କ୍ଲିପ୍ ମାଧ୍ୟମରେ “ଡେଲି ଲାଇଫ୍ ସୁପରହିରୋ” ବିଷୟବସ୍ତୁକୁ ପ୍ରଦର୍ଶିତ କରିବେ ଏବଂ ଯୋଗ୍ୟତା ପର୍ଯ୍ୟାୟରେ ଅନଲାଇନରେ ସେମାନଙ୍କ କାର୍ଯ୍ୟ ଦାଖଲ କରିବେ। ପ୍ରତିଯୋଗିତାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଏବଂ ଅନ୍ୟ ଉପହାର ରଖାଯାଇଛ । ସେମାନେ ସ୍ୱତନ୍ତ୍ର ଷ୍ଟୁଡିଓ ଇଣ୍ଟର୍ନସିପ୍ ମଧ୍ୟ କରିବେ। ଅନଲାଇନ୍ କ୍ୱାଲିଫାୟର୍ସ ବିଜେତାମାନେ ଚଣ୍ଡିଗଡ଼, ମୁମ୍ବାଇ, ବେଙ୍ଗାଲୁରୁ ଏବଂ କୋଲକାତାରେ ହେବାକୁ ଥିବା ଜୋନାଲ ଫାଇନାଲ୍ସରେ ପ୍ରବେଶ କରିବେ, ଯେଉଁଠାରେ ସେମାନେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞଙ୍କ ଏକ ପ୍ୟାନେଲ ସମ୍ମୁଖରେ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବେ। ଫେବ୍ରୁଆରି ୫ରୁ ୯ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ୱେଭସ୍‌ ସମିଟ୍ ର ଗ୍ରାଣ୍ଡ ଫିନାଲେରେ ଶ୍ରେଷ୍ଠ ଫାଇନାଲିଷ୍ଟମାନେ ଭାଗନେବେ। ଡବ୍ଲ୍ୟୁଏଏଫ୍ଏକ୍ସ ଚ୍ୟାଲେଞ୍ଜକୁ ଉଦ୍ୟୋଗ ବିଶେଷଜ୍ଞଙ୍କ ଏକ ବିଶିଷ୍ଟ ପ୍ୟାନେଲ୍ ଦ୍ୱାରା ବିଚାର କରାଯିବ।

Categories
ଆଜିର ଖବର ଜାତୀୟ ଖବର

୧୨,୮୫୦ କୋଟିର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଧନନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ)ରେ ପ୍ରାୟ ୧୨,୮୫୦ କୋଟି ଟଙ୍କାର ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧନନ୍ତ୍ୱରୀ ଜୟନ୍ତୀ ଓ ଧନତେରସ ଅବସରର ଉଲ୍ଲେଖ କରିବା ସହ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଅଧିକାଂଶ ଲୋକ ନିଜ ଘର ପାଇଁ କିଛି ନୂଆ କିଣିବା ସହ ଦୀପାବଳି ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଥିବାରୁ ସେ ଦେଶର ସମସ୍ତ ବ୍ୟବସାୟୀ ମାଲିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ହଜାର ହଜାର ଦୀପରେ ଆଲୋକିତ ହେଉଥିବାରୁ ଏହି ଦୀପାବଳି ଏକ ଐତିହାସିକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। “ଚଳିତ ବର୍ଷ ଦୀପାବଳିରେ ଭଗବାନ ରାମ ପୁଣି ଥରେ ନିଜ ବାସଭବନକୁ ଫେରିଛନ୍ତି”, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରତୀକ୍ଷାର ଅନ୍ତ ୧୪ ବର୍ଷ ପରେ ନୁହେଁ ବରଂ ୫୦୦ ବର୍ଷ ପରେ ଶେଷରେ ଶେଷ ହୋଇଛି।

ଶ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷର ଧନତେରସ ପର୍ବ ସମୃଦ୍ଧି ଓ ସ୍ୱାସ୍ଥ୍ୟର ମିଶ୍ରଣ ନୁହେଁ ବରଂ ଭାରତର ସଂସ୍କୃତି ଓ ଜୀବନ ଦର୍ଶନର ପ୍ରତୀକ। ଋଷି ଓ ସନ୍ଥମାନଙ୍କୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ସମ୍ପତ୍ତି ବୋଲି ବିବେଚନା କରାଯାଏ ଏବଂ ଏହି ପ୍ରାଚୀନ ଧାରଣା ଯୋଗ ଆକାରରେ ସମଗ୍ର ବିଶ୍ୱରେ ଗ୍ରହଣୀୟତା ଲାଭ କରୁଛି। ଆଜି ୧୫୦ରୁ ଅଧିକ ଦେଶରେ ଆୟୁର୍ବେଦ ଦିବସ ପାଳନ କରାଯାଉଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରି କହିଥିଲେ ଯେ ଏହା ଆୟୁର୍ବେଦ ପ୍ରତି ବଢୁଥିବା ଆକର୍ଷଣ ଏବଂ ପ୍ରାଚୀନ ଅତୀତରୁ ବିଶ୍ୱ ପ୍ରତି ଭାରତର ଅବଦାନର ପ୍ରମାଣ।

ଗତ ଏକ ଦଶନ୍ଧି ମଧ୍ୟରେ ଆୟୁର୍ବେଦ ଜ୍ଞାନର  ଆଧୁନିକ ଚିକିତ୍ସା ସହିତ ମିଶ୍ରଣ ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏହି ଅଧ୍ୟାୟର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ସେ କହିଛନ୍ତି। ୭ ବର୍ଷ ପୂର୍ବେ ଆୟୁର୍ବେଦ ଦିବସରେ ସେ ଏହି ଅନୁଷ୍ଠାନର ପ୍ରଥମ ପର୍ଯ୍ୟାୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ସୌଭାଗ୍ୟ ଲାଭ କରିଥିଲେ ଏବଂ ଆଜି ଭଗବାନ ଧନନ୍ତ୍ୱରୀଙ୍କ ଆଶୀର୍ବାଦରେ ସେ ଅନୁଷ୍ଠାନର ଦ୍ବିତୀୟ ପର୍ଯ୍ୟାୟକୁ ଉଦଘାଟନ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଆୟୁର୍ବେଦ ଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉନ୍ନତ ଗବେଷଣା ଅଧ୍ୟୟନ ସହିତ ପଞ୍ଚକର୍ମ ଭଳି ପ୍ରାଚୀନ ଜ୍ଞାନକୌଶଳକୁ ଏହି ଅନୁଷ୍ଠାନରେ ଆଧୁନିକ ଜ୍ଞାନକୌଶଳରେ ମିଶାଇ ଦେଖିବା  ସମ୍ଭବ ହେବ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ଉନ୍ନତି ପାଇଁ ଶ୍ରୀ ମୋଦୀ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ ରାଷ୍ଟ୍ରର ପ୍ରଗତି ସିଧାସଳଖ ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ସମାନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହାର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସରକାରଙ୍କ ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ ଏବଂ ସ୍ୱାସ୍ଥ୍ୟ ନୀତିର ପାଞ୍ଚଟି ସ୍ତମ୍ଭ ବିଷୟରେ ଆଲୋକପାତ କରିଥିଲେ। ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ରୋଗର ଶୀଘ୍ର ଚିହ୍ନଟ, ମାଗଣା ଓ ଶସ୍ତା ଚିକିତ୍ସା ଓ ଔଷଧ, ଛୋଟ ସହରରେ ଡାକ୍ତରଙ୍କ ଉପଲବ୍ଧତା ଏବଂ ଶେଷରେ ସ୍ୱାସ୍ଥ୍ୟ ସେବାରେ ବୈଷୟିକ ଜ୍ଞାନକୌଶଳର ପ୍ରସାର ଆଦି ଏହି ୫ଟି ସ୍ତମ୍ଭକୁ ସେ ତାଲିକାଭୁକ୍ତ କରିଥିଲେ। “ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସାମଗ୍ରିକ ସ୍ୱାସ୍ଥ୍ୟ ଭାବରେ ଦେଖୁଛି”, ଶ୍ରୀ ମୋଦୀ କହିଲେ ଯେ ଆଜିର ପ୍ରକଳ୍ପଗୁଡିକ ଏହି ପାଞ୍ଚଟି ସ୍ତମ୍ଭର ଝଲକ ପ୍ରଦାନ କରେ। ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ୪ଟି ଉତ୍କର୍ଷ କେନ୍ଦ୍ର ସୃଷ୍ଟି, ଡ୍ରୋନ୍ ବ୍ୟବହାର କରି ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ, ଋଷିକେଶସ୍ଥିତ ଏମସରେ ହେଲିକପ୍ଟର ସେବା, ଏମସ, ନୂଆଦିଲ୍ଲୀ ଏବଂ ଏମସ, ବିଳାସପୁରରେ ନୂତନ ଭିତ୍ତିଭୂମି, ଦେଶର ଅନ୍ୟ ପାଞ୍ଚଟି ଏମସରେ ସେବା ସମ୍ପ୍ରସାରଣ ବିଷୟରେ ଉଲ୍ଲେଖ କରିଥିଲେ। ମେଡିକାଲ କଲେଜ ପ୍ରତିଷ୍ଠା, ନର୍ସିଂ କଲେଜର ଭୂମି ପୂଜନ ଓ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ଅନ୍ୟାନ୍ୟ ପ୍ରକଳ୍ପ। ଶ୍ରମିକଙ୍କ ଚିକିତ୍ସା ପାଇଁ ଅନେକ ହସ୍ପିଟାଲ ପ୍ରତିଷ୍ଠା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ଶ୍ରମିକଙ୍କ ଚିକିତ୍ସା କେନ୍ଦ୍ର ରେ ପରିଣତ ହେବ ବୋଲି କହିଥିଲେ। ଉନ୍ନତ ଔଷଧ ଏବଂ ଉଚ୍ଚମାନର ଷ୍ଟେଣ୍ଟ ଏବଂ ପ୍ରତିରୋପଣ ଉତ୍ପାଦନ ଏବଂ ଭାରତର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଫାର୍ମା ୟୁନିଟ୍ ଗୁଡ଼ିକର ଉଦଘାଟନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ମଧ୍ୟରୁ ଅଧିକାଂଶ ଏପରି ପୃଷ୍ଠଭୂମିରୁ ଆସିଛନ୍ତି ଯେଉଁଠାରେ ଅସୁସ୍ଥତାର ଅର୍ଥ ସମଗ୍ର ପରିବାର ଉପରେ ବଜ୍ରପାତ ହୁଏ ଏବଂ ବିଶେଷ କରି ଗରିବ ପରିବାରରେ ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ ହୁଅନ୍ତି, ତେବେ ପରିବାରର ପ୍ରତ୍ୟେକ ସଦସ୍ୟ ଗଭୀର ଭାବରେ ପ୍ରଭାବିତ ହୁଅନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ସମୟ ଥିଲା ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ସେମାନଙ୍କ ଘର, ଜମି, ଗହଣା, ସବୁକିଛି ବିକ୍ରି କରୁଥିଲେ ଏବଂ ବିପୁଳ ପକେଟ୍ ଖର୍ଚ୍ଚ ବହନ କରିବାକୁ ଅସମର୍ଥ ହେଉଥିଲେ ଏବଂ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଏବଂ ପରିବାରର ଅନ୍ୟାନ୍ୟ ପ୍ରାଥମିକତା ମଧ୍ୟରୁ ଗୋଟିଏ ବାଛିବାକୁ ପଡୁଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ଗରିବଙ୍କ ନିରାଶା ଦୂର କରିବା ପାଇଁ ଆମ ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି, ଯେଉଁଠାରେ ଗରିବଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବାର ଖର୍ଚ୍ଚ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବହନ କରିବେ । ଦେଶର ପ୍ରାୟ ୪ କୋଟି ଗରିବ ଲୋକ ବିନା ଟଙ୍କାରେ ଚିକିତ୍ସା କରାଇ ଆୟୁଷ୍ମାନ ଯୋଜନାରୁ ଉପକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ଦେଶର ବିଭିନ୍ନ ରାଜ୍ୟରେ ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କୁ ଭେଟିବା ବେଳେ ସେ ସନ୍ତୁଷ୍ଟ ଅନୁଭବ କରନ୍ତି ଯେ ଏହି ଯୋଜନା ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଶୀର୍ବାଦ, ସେ ଡାକ୍ତର ହୁଅନ୍ତୁ କିମ୍ବା ପାରାମେଡିକାଲ କର୍ମଚାରୀ ହୁଅନ୍ତୁ।

ଆୟୁଷ୍ମାନ ଯୋଜନାର ସମ୍ପ୍ରସାରଣକୁ ନେଇ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଏହାକୁ ଅପେକ୍ଷା କରିଛନ୍ତି ଏବଂ ତୃତୀୟ ଥର ପାଇଁ ନିର୍ବାଚିତ ହେଲେ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନା ପରିସରଭୁକ୍ତ କରିବାର ନିର୍ବାଚନୀ ଗ୍ୟାରେଣ୍ଟି ପୂରଣ ହେଉଛି। ଆୟୁଷ୍ମାନ ବୟ ବନ୍ଦନା କାର୍ଡ ମାଧ୍ୟମରେ ଦେଶର ୭୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ମାଗଣା ରେ ଚିକିତ୍ସା କରାଯିବ । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ କାର୍ଡ ସାର୍ବଜନୀନ ଏବଂ ଗରିବ ହେଉ କି ମଧ୍ୟବିତ୍ତ କିମ୍ବା ଉଚ୍ଚବର୍ଗର, ଆୟ ଉପରେ କୌଣସି ପ୍ରତିବନ୍ଧକ ନାହିଁ | ଏହି ଯୋଜନା ଏହାର ସାର୍ବଜନୀନ ପ୍ରୟୋଗ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଘରେ ଜଣେ ବୟସ୍କଙ୍କ ପାଇଁ ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଦ୍ୱାରା ପକେଟ୍ ବ୍ୟୟ ବହୁ ପରିମାଣରେ ହ୍ରାସ ପାଇବ। ଏହି ଯୋଜନା ପାଇଁ ସେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଏହି ଯୋଜନା କାର୍ଯ୍ୟକାରୀ ହୋଇନଥିବା ମଧ୍ୟ ସୂଚନା ଦେଇଛନ୍ତି।

ଗରିବ ହୁଅନ୍ତୁ ବା ମଧ୍ୟବିତ୍ତ, ଚିକିତ୍ସା ଖର୍ଚ୍ଚ ହ୍ରାସ କରିବା ପାଇଁ ସରକାରଙ୍କ ପ୍ରାଥମିକତାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୧୪,୦୦୦ରୁ ଅଧିକ ଜନଔଷଧି କେନ୍ଦ୍ର ର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ୮୦ ପ୍ରତିଶତ ରିହାତିରେ ଔଷଧ ଉପଲବ୍ଧ। ଶସ୍ତା ଔଷଧ ଉପଲବ୍ଧ ଥିବାରୁ ଗରିବ ଓ ମଧ୍ୟବିତ୍ତ ମାନେ ୩୦ ହଜାର କୋଟି ଟଙ୍କା ସଞ୍ଚୟ କରିବାରେ ସଫଳ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଷ୍ଟେଣ୍ଟ ଓ ଆଣ୍ଠୁ ପ୍ରତିରୋପଣ ଭଳି ଉପକରଣର ମୂଲ୍ୟ ହ୍ରାସ କରାଯାଇଛି, ତେଣୁ ସାଧାରଣ ନାଗରିକଙ୍କୁ ୮୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିବ ନାହିଁ। ମାରାତ୍ମକ ରୋଗ ରୋକିବା ଏବଂ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ମାଗଣା ଡାଏଲିସିସ୍ ଯୋଜନା ଏବଂ ମିଶନ ଇନ୍ଦ୍ରଧନୁଷ ଅଭିଯାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଦେଶର ଗରିବ ଓ ମଧ୍ୟବିତ୍ତ ଲୋକମାନେ ମହଙ୍ଗା ଚିକିତ୍ସା ବୋଝରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ରୋଗ ସହିତ ଜଡ଼ିତ ବିପଦ ଏବଂ ଅସୁବିଧାକୁ ହ୍ରାସ କରିବା ରେ ଠିକ୍ ସମୟରେ ରୋଗ ନିର୍ଣ୍ଣୟ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଶୀଘ୍ର ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ପାଇଁ ସମଗ୍ର ଦେଶରେ ୨ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି ବୋଲି ସେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଏହି ଆରୋଗ୍ୟ ମନ୍ଦିର କୋଟି କୋଟି ନାଗରିକଙ୍କୁ କର୍କଟ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗକୁ ସହଜରେ ଯାଞ୍ଚ କରିବାରେ ସକ୍ଷମ କରିଥାଏ। ସେ କହିଛନ୍ତି ଯେ ଠିକ୍ ସମୟରେ ରୋଗ ନିର୍ଣ୍ଣୟ କରାଗଲେ ତୁରନ୍ତ ଚିକିତ୍ସା ମିଳିଥାଏ, ଯାହା ଶେଷରେ ରୋଗୀଙ୍କ ଖର୍ଚ୍ଚ ସଞ୍ଚୟ କରିଥାଏ। ଇ-ସଞ୍ଜୀବନୀ ଯୋଜନା ଅଧୀନରେ ସ୍ୱାସ୍ଥ୍ୟସେବା ବୃଦ୍ଧି ଏବଂ ନାଗରିକଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ସରକାର ପ୍ରଯୁକ୍ତିବିଦ୍ୟାର ଉପଯୋଗ କରୁଛନ୍ତି, ଯେଉଁଠାରେ ୩୦ କୋଟିରୁ ଅଧିକ ଲୋକ ଅନଲାଇନରେ ଡାକ୍ତରଙ୍କ ପରାମର୍ଶ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ। “ଡାକ୍ତରଙ୍କ ମାଗଣା ଏବଂ ସଠିକ ପରାମର୍ଶ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିଛି”, ସେ ଆହୁରି ମଧ୍ୟ କହିଛନ୍ତି। ଶ୍ରୀ ମୋଦୀ ୟୁ-ୱିନ୍ ପ୍ଲାଟଫର୍ମର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି ଯାହା ଭାରତକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ସ୍ତରରେ ଉନ୍ନତ ଇଣ୍ଟରଫେସ୍ ପ୍ରଦାନ କରି । ସେ କହିଛନ୍ତି ଯେ ମହାମାରୀ ସମୟରେ ବିଶ୍ୱ ଆମର କୋ-ୱିନ୍ ପ୍ଲାଟଫର୍ମର ସଫଳତା ଦେଖିଛି ଏବଂ ୟୁପିଆଇ ପେମେଣ୍ଟ ସିଷ୍ଟମର ସଫଳତା ଏକ ବିଶ୍ୱସ୍ତରୀୟ କାହାଣୀରେ ପରିଣତ ହୋଇଛି, ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ସଫଳତାକୁ ଦୋହରାଇବାକୁ ଭାରତ ଲକ୍ଷ୍ୟ ରଖିଛି।

ଗତ ୬ରୁ ୭ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ଅଗ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଗତ ୧୦ ବର୍ଷ ମଧ୍ୟରେ ଆମେ ରେକର୍ଡ ସଂଖ୍ୟକ ନୂତନ ଏମସ ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ଦେଖିଛୁ”। ଆଜିର ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଡାକ୍ତରଖାନା ଉଦଘାଟିତ ହୋଇଛି। କର୍ଣ୍ଣାଟକର ନରସାପୁର ଏବଂ ବୋମ୍ମାସାନ୍ଦ୍ରା, ମଧ୍ୟପ୍ରଦେଶର ପିଥମପୁର, ଆନ୍ଧ୍ରପ୍ରଦେଶର ଅଚିତାପୁରମ୍ ଏବଂ ହରିୟାଣାର ଫରିଦାବାଦରେ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହାବ୍ୟତୀତ ଉତ୍ତରପ୍ରଦେଶର ମିରଟରେ ନୂତନ ଇଏସଆଇସି ହସ୍ପିଟାଲ ଉପରେ କାମ ଆରମ୍ଭ ହୋଇଛି ଏବଂ ଇନ୍ଦୋରରେ ଏକ ନୂତନ ହସ୍ପିଟାଲ ଉଦଘାଟିତ ହୋଇଛି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଡାକ୍ତରୀ ସିଟ୍ ରେ ଆନୁପାତିକ ବୃଦ୍ଧିକୁ ପ୍ରତିଫଳିତ କରୁଛି । କୌଣସି ଗରିବ ପିଲାଙ୍କ ଡାକ୍ତର ହେବାର ସ୍ୱପ୍ନ ଭାଙ୍ଗିବ ନାହିଁ ଏବଂ ଭାରତରେ ବିକଳ୍ପ ଅଭାବରୁ କୌଣସି ମଧ୍ୟବିତ୍ତ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବାକୁ ବାଧ୍ୟ ହେବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ୧ ଲକ୍ଷ ନୂଆ ଏମ୍ ବିବିଏସ୍ ଓ ଏମ୍ ଡି ସିଟ୍ ଯୋଡ଼ାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଆଉ ୭୫,୦୦୦ ସିଟ୍ ଘୋଷଣା କରିବାକୁ ପ୍ରତିଶ୍ରୁତି ଦୋହରାଇଥିଲେ।

୭.୫ ଲକ୍ଷ ପଞ୍ଜିକୃତ ଆୟୁଷ ଚିକିତ୍ସକ ଦେଶର ସ୍ୱାସ୍ଥ୍ୟସେବାରେ ଯୋଗଦାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସେ ଏହି ସଂଖ୍ୟାକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭାରତରେ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପର୍ଯ୍ୟଟନର ବଢୁଥିବା ଚାହିଦା ଉପରେ ଆଲୋକପାତ କରିଥିଲେ। ପ୍ରତିଷେଧକ କାର୍ଡିଓଲୋଜି, ଆୟୁର୍ବେଦିକ ଅର୍ଥୋପେଡିକ୍ସ ଏବଂ ଆୟୁର୍ବେଦିକ ଥଇଥାନ କେନ୍ଦ୍ର ଭଳି କ୍ଷେତ୍ରକୁ ଉଭୟ ଭାରତ ତଥା ବିଦେଶରେ ବିସ୍ତାର କରିବା ପାଇଁ ଯୁବ ଓ ଆୟୁଷ ଚିକିତ୍ସକମାନେ ପ୍ରସ୍ତୁତ ହେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆୟୁଷ ଡାକ୍ତରଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେଉଛି। ଆମର ଯୁବପିଢ଼ି ଏହି ସୁଯୋଗ ମାଧ୍ୟମରେ କେବଳ ନିଜକୁ ଉନ୍ନତ କରିବେ ନାହିଁ ବରଂ ମାନବତା ପାଇଁ ଏକ ମହାନ ସେବା ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏକବିଂଶ ଶତାବ୍ଦୀରେ ଔଷଧର ଦ୍ରୁତ ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ପୂର୍ବରୁ ଦୁରାରୋଗ୍ୟ ରୋଗର ଚିକିତ୍ସାରେ ସଫଳତା ପାଇଥିଲେ। ବିଶ୍ୱ ଚିକିତ୍ସା ସହିତ ସୁସ୍ଥତାକୁ ଗୁରୁତ୍ୱ ଦେଉଥିବା ବେଳେ ଭାରତ ପାଖରେ ଏହି କ୍ଷେତ୍ରରେ ହଜାର ହଜାର ବର୍ଷର ଜ୍ଞାନ ରହିଛି। ପ୍ରଧାନମନ୍ତ୍ରୀ ଆୟୁର୍ବେଦ ନୀତି ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆଦର୍ଶ ଜୀବନଶୈଳୀ ଏବଂ ବିପଦ ବିଶ୍ଳେଷଣ ଡିଜାଇନ୍ କରିବା ଉଦ୍ଦେଶ୍ୟରେ ପ୍ରକୃତି ପରୀକ୍ଷା ଅଭିଯାନର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି ପଦକ୍ଷେପ ବିଶ୍ୱସ୍ତରରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପୁନଃସଂକଳ୍ପିତ କରିପାରିବ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଅଶ୍ଵଗନ୍ଧା, ହଳଦୀ ଓ ଗୋଲମରିଚ ଭଳି ପାରମ୍ପରିକ ଔଷଧକୁ ବୈଜ୍ଞାନିକ ଅଧ୍ୟୟନ ମାଧ୍ୟମରେ ମାନ୍ୟତା ଦେବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। “ଆମର ପାରମ୍ପରିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ପରୀକ୍ଷାଗାର ବୈଧତା କେବଳ ଏହି ଔଷଧର ମୂଲ୍ୟ ବୃଦ୍ଧି କରିବ ନାହିଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ମଧ୍ୟ ସୃଷ୍ଟି କରିବ”, ସେ କହିଛନ୍ତି, ଅଶ୍ୱଗନ୍ଧାର ବଢୁଥିବା ଚାହିଦାକୁ ସୂଚାଇ, ଯାହା ଚଳିତ ଦଶନ୍ଧି ଶେଷ ସୁଦ୍ଧା ୨.୫ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଆୟୁଷର ସଫଳତା କେବଳ ସ୍ୱାସ୍ଥ୍ୟ କ୍ଷେତ୍ର ନୁହେଁ ବରଂ ଅର୍ଥନୀତିକୁ ମଧ୍ୟ ପରିବର୍ତ୍ତନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ ଉତ୍ପାଦନ କ୍ଷେତ୍ର ୨୦୧୪ରେ ୩ ବିଲିୟନ ଡଲାରଥିବା ବେଳେ ଆଜି ଏହା ପ୍ରାୟ ୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା କି ମାତ୍ର ୧୦ ବର୍ଷ ମଧ୍ୟରେ ୮ ଗୁଣ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ବର୍ତ୍ତମାନ ୯୦୦ରୁ ଅଧିକ ଆୟୁଷ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ୧୫୦ଟି ଦେଶକୁ ଆୟୁଷ ଉତ୍ପାଦର ବିଶ୍ୱବ୍ୟାପୀ ରପ୍ତାନୀ ଉପରେ ଆଲୋକପାତ କରିଥିଲେ, ଯାହା ସ୍ଥାନୀୟ ଜଡ଼ିବୁଟି ଏବଂ ସୁପରଫୁଡକୁ ବିଶ୍ୱସ୍ତରୀୟ ସାମଗ୍ରୀରେ ପରିଣତ କରି ଭାରତୀୟ କୃଷକମାନଙ୍କୁ ଉପକୃତ କରିଥିଲା । ଗଙ୍ଗା ନଦୀ କୂଳରେ ପ୍ରାକୃତିକ ଚାଷ ଏବଂ ଔଷଧଚାଷକୁ ପ୍ରୋତ୍ସାହିତ କରୁଥିବା ନମାମି ଗଙ୍ଗେ ପ୍ରକଳ୍ପ ଭଳି ପଦକ୍ଷେପ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ଜାତୀୟ ଚରିତ୍ର ଏବଂ ସାମାଜିକ ଢାଞ୍ଚାର ଆତ୍ମା। ବିଗତ ୧୦ ବର୍ଷ ମଧ୍ୟରେ ସରକାର ଦେଶର ନୀତିକୁ ‘ସବକା ସାଥ, ସବ୍ କା ବିକାଶ’ର ଦର୍ଶନ ସହିତ ଯୋଡ଼ିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ୨୫ ବର୍ଷ ମଧ୍ୟରେ ଏହି ପ୍ରୟାସ ଏକ ବିକଶିତ ଏବଂ ସୁସ୍ଥ ଭାରତ ପାଇଁ ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବ ବୋଲି ଶ୍ରୀ ମୋଦୀ ଶେଷରେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜେପି ନଡ୍ଡା ଏବଂ ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଫ୍ଲାଗସିପ୍ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ)ରେ ଏକ ପ୍ରମୁଖ ସଂଯୋଜନ ଭାବରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସମ୍ପ୍ରସାରଣ ର ଶୁଭାରମ୍ଭ କରିଛନ୍ତି। ଏହା ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟ ନିର୍ବିଶେଷରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବାରେ ସହାୟକ ହେବ।

ସମଗ୍ର ଦେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ । ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକାଧିକ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ। ଏଥିରେ ପଞ୍ଚକର୍ମ ହସ୍ପିଟାଲ, ଔଷଧ ଉତ୍ପାଦନ ପାଇଁ ଆୟୁର୍ବେଦିକ ଫାର୍ମାସି, ସ୍ପୋର୍ଟସ ମେଡିସିନ୍ ୟୁନିଟ୍, ସେଣ୍ଟ୍ରାଲ ଲାଇବ୍ରେରୀ, ଆଇଟି ଓ ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ସେଣ୍ଟର ଓ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ରହିଛି। ସେ ମଧ୍ୟପ୍ରଦେଶର ମନ୍ଦସୌର, ନିମଚ ଏବଂ ସିଓନୀରେ ତିନୋଟି ମେଡିକାଲ କଲେଜର ଉଦଘାଟନ କରିଛନ୍ତି। ଏହାବ୍ୟତୀତ ସେ ହିମାଚଳ ପ୍ରଦେଶର ବିଳାସପୁର, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତରପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୌହାଟୀ ଏବଂ ନୂଆଦିଲ୍ଲୀର ବିଭିନ୍ନ ଏମସରେ ସୁବିଧା ଏବଂ ସେବା ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଛତିଶଗଡ଼ର ବିଳାସପୁରସ୍ଥିତ ସରକାରୀ ମେଡିକାଲ କଲେଜରେ ସୁପର ସ୍ପେଶାଲିଟି ବ୍ଲକ ଏବଂ ଓଡ଼ିଶାର ବରଗଡ଼ରେ ଏକ କ୍ରିଟିକାଲ କେୟାର ବ୍ଲକକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଶିବପୁରୀ, ରତଲାମ, ଖଣ୍ଡୱା, ରାଜଗଡ଼ ଏବଂ ମନ୍ଦସୌରରେ ୫ଟି ନର୍ସିଂ କଲେଜର ଶିଳାନ୍ୟାସ କରିଛନ୍ତି। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ-ଏଭିଆଇଏମ୍) ଅଧୀନରେ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଣିପୁର, ତାମିଲନାଡୁ ଏବଂ ରାଜସ୍ଥାନରେ ୨୧ଟି କ୍ରିଟିକାଲ କେୟାର ବ୍ଲକ୍ ଏବଂ ନୂଆଦିଲ୍ଲୀର ଏମସ ଏବଂ ହିମାଚଳ ପ୍ରଦେଶର ବିଳାସପୁରରେ ଅନେକ ସୁବିଧା ଏବଂ ସେବା ସମ୍ପ୍ରସାରଣ ଆଦି ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏକ ଇଏସଆଇସି ହସ୍ପିଟାଲର ଉଦଘାଟନ କରିବା ସହ ହରିୟାଣାର ଫରିଦାବାଦ, କର୍ଣ୍ଣାଟକର ବୋମ୍ମାସାନ୍ଦ୍ରା ଏବଂ ନରସାପୁର, ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ମିରଟ ଏବଂ ଆନ୍ଧ୍ରପ୍ରଦେଶର ଅଚୁତପୁରମରେ ଇଏସଆଇସି ହସ୍ପିଟାଲର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ପାଖାପାଖି ୫୫ ଲକ୍ଷ ଇଏସଆଇ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବା ଲାଭ ପ୍ରଦାନ କରିବ।

ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଣକୁ ବୃଦ୍ଧି କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାରକୁ ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ଦୃଢ ସମର୍ଥକ ଅଟନ୍ତି। ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ କରିବା ପାଇଁ ସେବା ପ୍ରଦାନକୁ ବଢ଼ାଇବା ପାଇଁ ଡ୍ରୋନ୍ ଟେକ୍ନୋଲୋଜିର ଅଭିନବ ବ୍ୟବହାର ରେ ପ୍ରଧାନମନ୍ତ୍ରୀ ୧୧ଟି କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଡ୍ରୋନ୍ ସେବାର ଶୁଭାରମ୍ଭ କରିଥିଲେ। ସେଗୁଡ଼ିକ ହେଲା ଉତ୍ତରାଖଣ୍ଡର ଏମସ ଋଷିକେଶ, ତେଲେଙ୍ଗାନାର ଏମସ ବିବିନଗର, ଆସାମର ଗୌହାଟୀ, ମଧ୍ୟପ୍ରଦେଶର ଏମସ ଭୋପାଳ, ରାଜସ୍ଥାନର ଏମସ ଯୋଧପୁର, ବିହାରର ଏମସ ପାଟନା, ହିମାଚଳ ପ୍ରଦେଶର ଏମସ ବିଳାସପୁର, ଉତ୍ତରପ୍ରଦେଶର ଏମସ ରାୟବରେଲି, ଛତିଶଗଡ଼ର ଏମସ ରାୟପୁର, ଆନ୍ଧ୍ରପ୍ରଦେଶର ଏମସ ମଙ୍ଗଳାଗିରି ଏବଂ ମଣିପୁରର ରିମସ ଇମ୍ଫାଲ। ସେ ଏମସ ଋଷିକେଶରୁ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବାର ଶୁଭାରମ୍ଭ କରିଥିଲେ, ଯାହା ଦ୍ରୁତ ଚିକିତ୍ସା ସେବା ଯୋଗାଇବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ୟୁ-ୱିନ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଟିକାକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ କରି ଗର୍ଭବତୀ ମହିଳା ଓ ଶିଶୁମାନେ ଉପକୃତ ହେବେ। ଏହା ଦ୍ୱାରା ଗର୍ଭବତୀ ମହିଳା ଏବଂ ଶିଶୁ (ଜନ୍ମରୁ ୧୬ ବର୍ଷ ପର୍ଯ୍ୟନ୍ତ) ୧୨ଟି ଟିକା ପ୍ରତିରୋଧଯୋଗ୍ୟ ରୋଗ ବିରୋଧରେ ଜୀବନ ରକ୍ଷାକାରୀ ଟିକା ଠିକ୍ ସମୟରେ ପ୍ରଦାନ ସୁନିଶ୍ଚିତ ହେବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆନୁଷଙ୍ଗିକ ଏବଂ ସ୍ୱାସ୍ଥ୍ୟସେବା ପେସାଦାର ଏବଂ ଅନୁଷ୍ଠାନଗୁଡିକ ପାଇଁ ଏକ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏହା ବର୍ତ୍ତମାନର ସ୍ୱାସ୍ଥ୍ୟସେବା ପେସାଦାର ଏବଂ ଅନୁଷ୍ଠାନର ଏକ କେନ୍ଦ୍ରୀଭୂତ ଡାଟାବେସ୍ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମରେ ଉନ୍ନତି ଆଣିବା ପାଇଁ ଗବେଷଣା ଓ ବିକାଶ ଏବଂ ପରୀକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଓଡ଼ିଶାର ଭୁବନେଶ୍ୱରର ଗୋଠପାଟଣାଠାରେ ଏକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରକୁ ଉଦଘାଟନ କରିଥିଲେ।

ଓଡ଼ିଶାର ଖୋର୍ଦ୍ଧା, ଛତିଶଗଡ଼ର ରାୟପୁରଠାରେ ଯୋଗ ଓ ପ୍ରାକୃତିକ ଚିକିତ୍ସା କ୍ଷେତ୍ରରେ ଦୁଇଟି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି। ଗୁଜରାଟର ଏନ୍ଆଇପିଇଆର ଅହମ୍ମଦାବାଦଠାରେ ଚିକିତ୍ସା ଉପକରଣ ପାଇଁ ୪ଟି ଉତ୍କର୍ଷ କେନ୍ଦ୍ର, ବଲ୍କ ଔଷଧ ପାଇଁ ତେଲେଙ୍ଗାନାର ଏନ୍ଆଇପିଇଆର ହାଇଦ୍ରାବାଦ, ଫାଇଟୋଫାର୍ମାସ୍ୟୁଟିକାଲ୍ ପାଇଁ ଆସାମର ଏନ୍ଆଇପିଇଆର୍ ଗୁଆହାଟୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ଆଣ୍ଟି-ଭାଇରାଲ୍ ଔଷଧ ଆବିଷ୍କାର ଓ ବିକାଶ ପାଇଁ ପଞ୍ଜାବର ନାଇପର ମୋହାଲିରେ ଶିଳାନ୍ୟାସ କରିଛନ୍ତି।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଡାଇବେଟିସ୍ ଆଣ୍ଡ ମେଟାବୋଲିକ୍ ଡିସଅର୍ଡର ନାମରେ ୪ଟି ଆୟୁଷ ସେଣ୍ଟର ଅଫ୍ ଏକ୍ସଲେନ୍ସର ଶୁଭାରମ୍ଭ କରିଥିଲେ। ଆଇଆଇଟି ଦିଲ୍ଲୀରେ ରସୌସଧୀଙ୍କ ପାଇଁ ଉନ୍ନତ ବୈଷୟିକ ସମାଧାନ, ଷ୍ଟାର୍ଟଅପ୍ ସହାୟତା ଏବଂ ନିଟ୍ ଶୂନ୍ୟ ସ୍ଥାୟୀ ସମାଧାନ ପାଇଁ ସ୍ଥାୟୀ ଆୟୁଷ ଉତ୍କର୍ଷ କେନ୍ଦ୍ର; ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ଔଷଧ ଗବେଷଣା ପ୍ରତିଷ୍ଠାନରେ ଆୟୁର୍ବେଦରେ ମୌଳିକ ଏବଂ ଅନୁବାଦିକ ଗବେଷଣା ପାଇଁ ଉତ୍କର୍ଷ କେନ୍ଦ୍ର; ଏବଂ ନୂଆଦିଲ୍ଲୀର ଜେଏନୟୁରେ ଆୟୁର୍ବେଦ ଏବଂ ପ୍ରଣାଳୀ ମେଡିସିନ୍ ଉପରେ ଉତ୍କର୍ଷ କେନ୍ଦ୍ର ଆଦି ରହିଛି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗୁଜୁରାଟର ବାପି, ତେଲେଙ୍ଗାନାର ହାଇଦ୍ରାବାଦ, କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର କାକିନାଡା ଏବଂ ହିମାଚଳ ପ୍ରଦେଶର ନାଲାଗଡ଼ଠାରେ ଚିକିତ୍ସା ଉପକରଣ ଏବଂ ବଲ୍କ ଔଷଧ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅଧୀନରେ ପାଞ୍ଚଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ୟୁନିଟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବଲ୍କ ଔଷଧ ସହିତ ଅଙ୍ଗ ପ୍ରତିରୋପଣ ଏବଂ କ୍ରିଟିକାଲ କେୟାର ଉପକରଣ ଭଳି ଉଚ୍ଚସ୍ତରୀୟ ଚିକିତ୍ସା ଉପକରଣ ଉତ୍ପାଦନ କରିବେ।

ପ୍ରଧାନମନ୍ତ୍ରୀ “ଦେଶ କା ପ୍ରକୃତି ପରୀକ୍ଷଣ ଅଭିଯାନ” ନାମରେ ଏକ ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ନାଗରିକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା। ସେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନାର ଶୁଭାରମ୍ଭ କରିଥିଲେ ଯାହା ଜଳବାୟୁ ସହନଶୀଳ ସ୍ୱାସ୍ଥ୍ୟସେବାର ବିକାଶ ଦିଗରେ ଅନୁକୂଳ ରଣନୀତି ପ୍ରସ୍ତୁତ କରିବ।

Categories
ଆଜିର ଖବର ଜାତୀୟ ଖବର

‘ଏକତା ଦୌଡ଼’କୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ଏକତା ଦୌଡ଼’କୁ ସବୁଜ ବତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାଷିକୀ ଅକ୍ଟୋବର ୩୧ ତାରିଖରେ ପାଳନ କରାଯାଉଥିବା ଜାତୀୟ ଏକତା ଦିବସର ଅଂଶ ଭାବେ ‘ଏକତା ଦୌଡ଼’ ଆୟୋଜନ କରାଯାଇଛି। କ୍ୟାବିନେଟ ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଡ. ମନସୁଖ୍ ମାଣ୍ଡଭିୟ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଉଦବୋଧନରେ କହିଥିଲେ, ଦେଶବାସୀଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ଉଦବୁଦ୍ଧ କରିବା ଲକ୍ଷ୍ୟରେ ମହାନ୍ ନେତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ୨୦୧୫ ମସିହାରେ ‘ଏକତା ଦୌଡ଼’ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଥିଲେ। ସେହିଦିନରୁ ଆଜି ପର୍ଯ୍ୟନ୍ତ ସମଗ୍ର ଦେଶ ଏକତା ଦୌଡ଼ରୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସଂକଳ୍ପ ନେବା ସହ ନିଜକୁ ଭାରତ ମାତାର ସେବାରେ ସମର୍ପିତ ମଧ୍ୟ କରୁଛନ୍ତି। ଆଜି ‘ଏକତା ଦୌଡ଼’ ଦେଶର ଏକତା ପାଇଁ ସଂକଳ୍ପ ହେବା ସହ ବିକଶିତ ଭାରତର ସଂକଳ୍ପ ମଧ୍ୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ସମ୍ମୁଖରେ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣର ସଂକଳ୍ପ ରଖିଛନ୍ତି, ଯାହାକି ପ୍ରତ୍ୟେକ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତକୁ ସର୍ବପ୍ରଥମ ସାବ୍ୟସ୍ତ କରିବ।

ଅମିତ ଶାହ କହିଥିଲେ, ଆଜି ଭାରତ ଏକ ବିକଶିତ ଏବଂ ମଜବୁତ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱ ସମ୍ମୁଖରେ ଛିଡ଼ା ହୋଇଛି। ଯଦି ଆମେ ଇତିହାସକୁ ଫେରି ଅନାଇବା, ସ୍ୱାଧୀନତା ପରେ ବର୍ତ୍ତମାନର ଭାରତ ନିର୍ମାଣ ପାଇଁ ୫୫୦ରୁ ଅଧିକ ରାଜା ଶାସିତ ଅଞ୍ଚଳକୁ ଏକାଠି କରିବା କେବଳ ସର୍ଦ୍ଦାର ସାହେବଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ତ୍ୱରିତ ନିର୍ଣ୍ଣୟ ଯୋଗୁ ସମ୍ଭବ ହୋଇ ପାରିଥିଲା। କେବଳ ସର୍ଦ୍ଦାର ପଟେଲଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଆଜି ଭାରତ ଏକଜୁଟ ହୋଇ ବିଶ୍ୱ ସମ୍ମୁଖରେ ମଜୁବତ୍ ସହକାରେ ଛିଡ଼ା ହୋଇପାରିଛି। ଆଜି ଭାରତ ସମଗ୍ର ବିଶ୍ୱ ସମ୍ମୁଖରେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହୋଇ ଛିଡ଼ା ହେବା ରାସ୍ତାରେ ଅଛି ଏବଂ ଏହାର ମୂଳଭିତ୍ତି ସର୍ଦ୍ଦାର ପଟେଲ ହିଁ ପକାଇଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରୀତା ମନ୍ତ୍ରୀ କହିଥିଲେ, ଦୁର୍ଭାଗ୍ୟର କଥା ଯେ, ବର୍ଷ ବର୍ଷ ପର୍ଯ୍ୟନ୍ତ ସର୍ଦ୍ଦାର ପଟେଲଙ୍କୁ ସ୍ମୃତିକୁ ହଜାଇ ଦେବା କାମ କରାଯାଇଥିଲା ଏବଂ ତାଙ୍କୁ ଭାରତ ରତ୍ନ ଭଳି ଉଚିତ ସମ୍ମାନରୁ ମଧ୍ୟ ବଞ୍ଚିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟର କେୱଡ଼ିଆରେ ବିଶ୍ୱର ସର୍ବୋଚ୍ଚ ପ୍ରତିମା ସ୍ଥାପନ କରି ସର୍ଦ୍ଦାର ପଟେଲଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର କାମ କରିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣ, ଚିନ୍ତାଧାରା ଓ ବାର୍ତ୍ତାକୁ ବାସ୍ତବ ରୂପ ଦେବାର କାମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଅମିତ ଶାହ କହିଥିଲେ, ସର୍ଦ୍ଦାର ପଟେଲଙ୍କ ମହାନ ଚିନ୍ତାଧାରା ନିଶ୍ଚିତ ଭାବେ ଦେଶର ଯୁବପିଢ଼ିଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ। ‘ଏକତା ଦୌଡ଼’ ମାଧ୍ୟମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତର ଏକତାକୁ ମଜବୁତ କରିବା ସହ ୨୦୪୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

୫୧ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ସରକାରୀ ବିଭାଗ ଏବଂ ସଂଗଠନ ମାନଙ୍କରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଧନତେରାସର ପବିତ୍ର ଅବସରକୁ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇ ଥିଲେ। ଚଳିତ ବର୍ଷର ଦୀପାବଳି ଏକ ସ୍ୱତନ୍ତ୍ର ଦୀପାବଳି ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦୦ ବର୍ଷ ପରେ ଭଗବାନ ଶ୍ରୀରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ସ୍ଥାପିତ ହେବା ପରେ ଏହା ହେଉଛି ପ୍ରଥମ ଦୀପାବଳି। ସେ କହିଛନ୍ତି ଯେ ଏହି ଦୀପାବଳି ପାଇଁ ଅନେକ ପିଢ଼ି ଅପେକ୍ଷା କରିଥିବା ବେଳେ ଅନେକ ଏଥିପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି କିମ୍ବା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନର ପିଢ଼ି ଏଭଳି ଉତ୍ସବର ସାକ୍ଷୀ ହେବା ଏବଂ ଅଂଶୀଦାର ହେବା ଅତ୍ୟନ୍ତ ଭାଗ୍ୟର କଥା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉତ୍ସବର ବାତାବରଣ ଭିତରେ ୫୧ ହଜାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ସ୍ଥାୟୀ ସରକାରୀ ଚାକିରି ଦେବା, ଯାହା କ୍ରମାଗତ ଭାବରେ ଚାଲିଛି, ତାହା ଏକ ଗୌରବାବହ କଥା ବୋଲି ପ୍ରଧାନମନ୍ତ୍ରୀ ଏହା ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏବଂ ଏନଡିଏ ସହଯୋଗୀମାନଙ୍କ ଦ୍ୱାରା ପରିଚାଳିତ ରାଜ୍ୟରେ ମଧ୍ୟ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ହରିୟାଣାରେ  ନବଗଠିତ ସରକାର ୨୬,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ସହିତ ହରିୟାଣାରେ ଉତ୍ସବର ବାତାବରଣ ରହିଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ହରିୟାଣା ସରକାର ବିନା କୌଣସି ଖର୍ଚ୍ଚ ଏବଂ ବିନା କୌଣସି ସୁପାରିସରେ ଚାକିରି ଦେବା ନେଇ ଏକ ସ୍ୱତନ୍ତ୍ର ପରିଚୟ ରଖିଛନ୍ତି। ଆଜିର ରୋଜଗାର ମେଳାରେ ୫୧ ହଜାର ଚାକିରିଆଙ୍କୁ ନିଯୁକ୍ତି ପତ୍ର ଦେବା ବ୍ୟତୀତ ଆଜି ନିଯୁକ୍ତି ପତ୍ର ପ୍ରଦାନ କରାଯିବାକୁ ଥିବା ହରିୟାଣାର ୨୬ ହଜାର ଯୁବକଯୁବତୀଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ଦେଶର ଯୁବବର୍ଗଙ୍କୁ ଅଧିକରୁ ଅଧିକ ନିଯୁକ୍ତି ମିଳିବା ଉଚିତ ବୋଲି ସରକାର ଦେଇଥିବା ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ। ନିଯୁକ୍ତି ସୃଷ୍ଟି ଉପରେ ସରକାରଙ୍କ ନୀତି ଓ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ୍ସପ୍ରେସ ୱେ, ରାଜପଥ, ସଡ଼କ, ରେଳ, ବନ୍ଦର, ବିମାନ ବନ୍ଦର, ଫାଇବର କେବୁଲ ବିଛାଇବା, ମୋବାଇଲ ଟାୱାର ସ୍ଥାପନ ଏବଂ ଦେଶର ସମସ୍ତ ସ୍ଥାନରେ ନୂତନ ଶିଳ୍ପର ସମ୍ପ୍ରସାରଣ ଉପରେ ଆଲୋକପାତ କରିଥିଲେ। ଜଳ ଓ ଗ୍ୟାସ ପାଇପ ଲାଇନ ବିଛାଇବା, ନୂତନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ଭିତ୍ତିଭୂମିରେ ଖର୍ଚ୍ଚ କରି ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା କେବଳ ନାଗରିକଙ୍କ ପାଇଁ ଲାଭଦାୟକ ନୁହେଁ, ବରଂ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

ଗତ କାଲି ଗୁଜରାଟର ଭଦୋଦରା ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ବିମାନ ଉତ୍ପାଦନ କାରଖାନାର ଉଦଘାଟନ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ହଜାର ହଜାର ନାଗରିକ ଏଥିରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ଏବଂ ଏମଏସଏମଇ ଶିଳ୍ପ ଗୁଡ଼ିକ ସ୍ପେୟାର ପାର୍ଟସ ଏବଂ ଅନ୍ୟାନ୍ୟ ଉପକରଣ ଉତ୍ପାଦନ ଦ୍ୱାରା ବହୁତ ଲାଭବାନ ହେବେ, ଯାହା ଯୋଗାଣ ଶୃଙ୍ଖଳାର ଏକ ବିଶାଳ ନେଟୱର୍କ ସୃଷ୍ଟି କରିବ। ଗୋଟିଏ ବିମାନରେ ୧୫,୦୦୦ ରୁ ୨୫,୦୦୦ ପାର୍ଟସ ରହିଥାଏ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ହଜାର ହଜାର କ୍ଷୁଦ୍ର କାରଖାନା ଏକ ବୃହତ୍ କାରଖାନାର ଚାହିଦା ପୂରଣ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବେ, ଯାହା ଦ୍ୱାରା ଭାରତର ଏମଏସଏମଇ ଗୁଡ଼ିକ ଉପକୃତ ହେବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବି କୌଣସି ଯୋଜନାର ଶୁଭାରମ୍ଭ କରାଯାଏ, ସେତେବେଳେ କେବଳ ନାଗରିକଙ୍କୁ ମିଳୁଥିବା ଲାଭ ଉପରେ ଧ୍ୟାନ ଦିଆଯାଏ ନାହିଁ, ବରଂ ଏହାକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରି ନିଯୁକ୍ତି ସୃଷ୍ଟିର ଏକ ସମଗ୍ର ପାରିବେଶିକ ବ୍ୟବସ୍ଥାକୁ ବ୍ୟାପକ ପରିସରରେ ଚିନ୍ତା କରି ବିକଶିତ କରାଯାଏ। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାର ଉଦାହରଣ ଦେଇ ସେ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ପ୍ରାୟ ୨ କୋଟି ଗ୍ରାହକ ଏହି ଯୋଜନା ପାଇଁ ପଞ୍ଜୀକରଣ କରିଛନ୍ତି, ୯,୦୦୦ ରୁ ଅଧିକ ବିକ୍ରେତା ଏହି ଯୋଜନା ସହିତ ଜଡ଼ିତ ଅଛନ୍ତି, ୫ ଲକ୍ଷରୁ ଅଧିକ ଘରେ ସୌର ପ୍ୟାନେଲ ଲଗା ଯାଇଛି ଏବଂ ନିକଟ ଭବିଷ୍ୟତରେ ଏହି ଯୋଜନା ଅଧୀନରେ ୮୦୦ ସୌର ଗ୍ରାମ ସୃଷ୍ଟି କରିବାକୁ ଯୋଜନା ହୋଇଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ମଧ୍ୟ ୩୦,୦୦୦ ଲୋକଙ୍କୁ ତାଲିମ ଦିଆଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ବିଜୁଳି ଯୋଜନା ଭଳି ଏହି ଗୋଟିଏ ଯୋଜନା ସାରା ଦେଶରେ ଉତ୍ପାଦନକାରୀ, ଭେଣ୍ଡର, ଆସେମ୍ବଲର ଏବଂ ମରାମତିକାରୀଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ବିଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ନୀତି ଦ୍ୱାରା ଭାରତର ଖଦି ଶିଳ୍ପରେ ପରିବର୍ତ୍ତନ ଆସିଛି ଏବଂ ଗ୍ରାମର ଲୋକମାନେ ପ୍ରଭାବିତ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଖଦି ଗ୍ରାମ ଉଦ୍ୟୋଗର ବ୍ୟବସାୟ ଆଜି ୧.୫ ଲକ୍ଷ କୋଟି ଅତିକ୍ରମ କରିଛି। ୧୦ ବର୍ଷ ପୂର୍ବର ସମୟ ସହିତ ଯଦି ତୁଳନା କରାଯାଏ, ତେବେ ଖଦି ବିକ୍ରି ୪୦୦ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାଦ୍ୱାରା କଳାକାର, ବୁଣାକାର ଏବଂ ବ୍ୟବସାୟୀମାନେ ଉପକୃତ ହେବା ସହ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲକ୍ଷପତି ଦିଦି ଯୋଜନାରେ ଗ୍ରାମୀଣ ମହିଳାଙ୍କୁ ନୂଆ ରୋଜଗାର ଓ ସ୍ୱରୋଜଗାର ସୁଯୋଗ ଯୋଗାଇ ଦିଆ ଯାଉଥିବା ନେଇ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। “ଗତ ଦଶନ୍ଧି ମଧ୍ୟରେ ୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି’, ସେ ଆହୁରି ମଧ୍ୟ କହିଥିଲେ ଯେ ୧୦ କୋଟି ମହିଳା ବର୍ତ୍ତମାନ ଅର୍ଥନୈତିକ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି। ପ୍ରତ୍ୟେକ ପଦକ୍ଷେପରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ସହାୟତାକୁ ସେ ଶ୍ରେୟ ଦେବା ସହ ୩ କୋଟି ଲକ୍ଷପତି ସୃଷ୍ଟି ପାଇଁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଦୋହରାଇ ଥିଲେ। ବର୍ତ୍ତମାନ ସୁଦ୍ଧା ୧.୨୫ କୋଟିରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇ ସାରିଲେଣି ଏବଂ ସେମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଦେଶର ପ୍ରଗତି ବିଷୟରେ ଆଲୋକପାତ କରି ସେ ଭାରତର ଯୁବ ବର୍ଗଙ୍କ ଅନୁସନ୍ଧାନକୁ ଉଲ୍ଲେଖ କରିଥିଲେ, ଯେଉଁମାନେ ପ୍ରାୟତଃ ପଚାରନ୍ତି ଯେ ଦେଶ ପୂର୍ବରୁ କାହିଁକି ଏହି ଗତି ହାସଲ କରି ପାରିଲା ନାହିଁ। ଏହାର ଉତ୍ତର ଆକାରରେ ପୂର୍ବ ସରକାର ମାନଙ୍କର ସ୍ପଷ୍ଟ ନୀତି ଏବଂ ଉଦ୍ଦେଶ୍ୟର ଅଭାବ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଭାରତ ଅନେକ କ୍ଷେତ୍ର, ବିଶେଷ କରି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପଛରେ ରହିଛି। ସେ ସ୍ମରଣ କରିଥିଲେ ଯେ ଭାରତ ସାରା ବିଶ୍ୱରୁ ନୂତନ ଜ୍ଞାନ କୌଶଳକୁ ଅପେକ୍ଷା କରୁଥିଲା ଏବଂ ପାଶ୍ଚାତ୍ୟରେ ଯାହା ପୁରୁଣା ବୋଲି ବିବେଚନା କରା ଯାଉଥିଲା, ତାହା ଶେଷରେ ଆମ ଦେଶ ପାଖରେ ପହଞ୍ଚୁ ଥିଲା। ଭାରତରେ ଆଧୁନିକ ଜ୍ଞାନ କୌଶଳର ବିକାଶ ହୋଇ ପାରିବ ନାହିଁ ବୋଲି ଦୀର୍ଘ ଦିନର ବିଶ୍ୱାସ କେବଳ ଭାରତକୁ ଅଭିବୃଦ୍ଧି ଦୃଷ୍ଟିରୁ ପଛକୁ ଠେଲି ଦେଇନାହିଁ, ବରଂ ଦେଶକୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗରୁ ମଧ୍ୟ ବଂଚିତ କରିଛି ବୋଲି ସେ ଦର୍ଶାଇ ଥିଲେ।

ଦେଶକୁ ଏହି ପୁରୁଣା ଚିନ୍ତାଧାରାରୁ ମୁକ୍ତ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେଇ ମହାକାଶ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକ୍ ଯାନ ଭଳି କ୍ଷେତ୍ରରେ ଏହି ପୁରୁଣା ମାନସିକତାରୁ ମୁକ୍ତି ପାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ବୈଷୟିକ ଉନ୍ନତି ଏବଂ ପୁଞ୍ଜିନିବେଶର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ନୂତନ ଜ୍ଞାନ କୌଶଳ ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆଣିବା ପାଇଁ ପିଏଲଆଇ ଯୋଜନା ଆରମ୍ଭ କରାଯାଇଛି, ଯାହା ମେକ୍ ଇନ୍ ଇଣ୍ଡିଆ ପଦ​‌କ୍ଷେପ ସହିତ ନିଯୁକ୍ତି ସୃଷ୍ଟି  କରୁଛି।

ସେ ଉଲ୍ଲେଖ କରିଥିଲେ ଯେ ପ୍ରତ୍ୟେକ କ୍ଷେତ୍ର ଏବେ ଯୁବକମାନଙ୍କୁ ସୁଯୋଗ ପ୍ରଦାନ କରିବାକୁ ପ୍ରୋତ୍ସାହନ ପାଉଛି। “ଆଜି ଭାରତରେ ବିପୁଳ ପୁଞ୍ଜିନିବେଶ ହେଉଛି ଏବଂ ରେକର୍ଡ ସୁଯୋଗ ସୃଷ୍ଟି ହେଉଛି”, ସେ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଆରମ୍ଭ କରାଯାଇଛି, ଯାହା ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ଷେତ୍ରଗୁଡ଼ିକ ଆମର ଯୁବବର୍ଗଙ୍କୁ ଅଭିବୃଦ୍ଧି ଏବଂ ରୋଜଗାର ହାସଲ କରିବାର ସୁଯୋଗ ଦେଉଛି।

ଭାରତର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ସରକାର ଆଜି ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ତେଣୁ ସରକାର ସ୍କିଲ୍ ଇଣ୍ଡିଆ ଭଳି ମିଶନ ଆରମ୍ଭ କରିଛନ୍ତି ଏବଂ ଅନେକ ଦକ୍ଷତା ବିକାଶ କେନ୍ଦ୍ରରେ ଯୁବକମାନଙ୍କୁ ତାଲିମ ଦିଆଯାଉଛି ବୋଲି ସେ କହିଛନ୍ତି। ଭାରତର ଯୁବପିଢ଼ିଙ୍କୁ ଯେପରି ଅଭିଜ୍ଞତା ଓ ସୁଯୋଗ ପାଇଁ ଭ୍ରମଣ କରିବାକୁ ପଡ଼ିବ ନାହିଁ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଉଦାହରଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତର ଶ୍ରେଷ୍ଠ ୫୦୦ କମ୍ପାନୀରେ ପେଡ୍ ଇଣ୍ଟର୍ଣ୍ଣସିପ୍ ପାଇଁ ବ୍ୟବସ୍ଥା କରାଯାଇଛି, ଯେଉଁଠାରେ ପ୍ରତ୍ୟେକ ଇଣ୍ଟର୍ଣ୍ଣଙ୍କୁ ଏକ ବର୍ଷ ପାଇଁ ମାସିକ ୫,୦୦୦ ଟଙ୍କା ହିସାବରେ ଦିଆଯିବ। ଆଗାମୀ ୫ ବର୍ଷ ମଧ୍ୟରେ ୧ କୋଟି ଯୁବକଯୁବତୀଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଏହା ଦ୍ୱାରା ଯୁବପିଢ଼ି ବିଭିନ୍ନ କ୍ଷେତ୍ରରେ ବାସ୍ତବ ଜୀବନର ବ୍ୟବସାୟିକ ବାତାବରଣ ସହ ଯୋଡ଼ି ହେବାର ସୁଯୋଗ ପାଇବେ ଏବଂ ସେମାନଙ୍କ କ୍ୟାରିୟରରେ ଏକ ଲାଭଦାୟକ ଅନୁଭୂତି ଯୋଡ଼ିପାରିବେ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଯୁବକମାନଙ୍କୁ ବିଦେଶରେ ଚାକିରି ମିଳିବା ସହଜ କରିବା ପାଇଁ ଭାରତ ସରକାର ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି । ନିକଟରେ ପ୍ରକାଶିତ ଜର୍ମାନୀର ଭାରତ କୁଶଳୀ ଶ୍ରମ ରଣନୀତିକୁ ଉଦାହରଣ ଦେଇ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଜର୍ମାନୀ ପ୍ରତିବର୍ଷ କୁଶଳୀ ଭାରତୀୟ ଯୁବକମାନଙ୍କୁ ଦିଆଯାଉଥିବା ଭିସା ସଂଖ୍ୟା ୨୦ ହଜାରରୁ ୯୦ ହଜାରକୁ ବୃଦ୍ଧି କରିଛି। ଏହାଦ୍ୱାରା ଭାରତର ଯୁବବର୍ଗ ବହୁତ ଉପକୃତ ହେବେ ବୋଲି ସେ କହିଛନ୍ତି।

ଶ୍ରୀ ମୋଦୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ଉପସାଗରୀୟ ଦେଶ ବ୍ୟତୀତ ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ମରିସସ୍, ଇସ୍ରାଏଲ, ବ୍ରିଟେନ୍ ଏବଂ ଇଟାଲୀ ଭଳି ଦେଶ ସମେତ ୨୧ଟି ଦେଶ ସହିତ ପ୍ରବାସ ଏବଂ ନିଯୁକ୍ତି ସମ୍ବନ୍ଧୀୟ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରତି ବର୍ଷ ୩ ହଜାର ଭାରତୀୟ ବ୍ରିଟେନରେ କାମ କରିବା ଲାଗି ଓ ଅଧ୍ୟୟନ କରିବା ପାଇଁ ୨ ବର୍ଷର ଭିସା ପାଇପାରିବେ ଏବଂ ୩ ହଜାର ଭାରତୀୟ ଛାତ୍ରଛାତ୍ରୀ ଅଷ୍ଟ୍ରେଲିଆରେ ଅଧ୍ୟୟନ କରିବାର ସୁଯୋଗ ପାଇବେ। “ଭାରତର ପ୍ରତିଭା କେବଳ ଭାରତର ପ୍ରଗତିକୁ ନୁହେଁ ବରଂ ବିଶ୍ୱର ପ୍ରଗତିକୁ ମଧ୍ୟ ଦିଗ ଦେବ”, ବୋଲି ଶ୍ରୀ ମୋଦୀ କହିଥିଲେ। ଭାରତ ସେହି ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି।

ଆଜିର ସରକାରଙ୍କ ଭୂମିକା ହେଉଛି ଏକ ଆଧୁନିକ ବ୍ୟବସ୍ଥା ସୃଷ୍ଟି କରିବା, ଯେଉଁଠାରେ ପ୍ରତ୍ୟେକ ଯୁବକଯୁବତୀଙ୍କୁ ସୁଯୋଗ ମିଳିବ ଏବଂ ସେମାନେ ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ତେଣୁ ବିଭିନ୍ନ ପଦବୀରେ ନବନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ଭାରତର ଯୁବକ ଓ ନାଗରିକଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବା ସେମାନଙ୍କର ଲକ୍ଷ୍ୟ ହେବା ଦରକାର ବୋଲି ସେ ଅନୁରୋଧ କରିଛନ୍ତି।

ସରକାରୀ ଚାକିରି ସୁରକ୍ଷିତ କରିବାରେ ଟିକସଦାତା ଏବଂ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ସରକାର ନାଗରିକମାନଙ୍କ ପାଇଁ ଅଛନ୍ତି ଏବଂ ସେମାନଙ୍କ ସେବା କରିବା ପାଇଁ ନିଯୁକ୍ତ ହୋଇଛନ୍ତି । ପୋଷ୍ଟମ୍ୟାନ୍ ହୁଅନ୍ତୁ ବା ପ୍ରଫେସର ପଦରେ ରହି ଦେଶର ସେବା କରିବା ପ୍ରାଥମିକ କର୍ତ୍ତବ୍ୟ ବୋଲି ସେ ଦୋହରାଇଥିଲେ। ଦେଶର ବିକାଶ ପାଇଁ ସଂକଳ୍ପ ନେଇଥିବା ବେଳେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ସରକାରରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ତେଣୁ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ହେବା ସହ ସମ୍ପୂର୍ଣ୍ଣ ଯୋଗଦାନ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ନୂତନ ନିଯୁକ୍ତି ପାଇଥିବା ଖେଳାଳିମାନଙ୍କୁ କେବଳ ଭଲ ପ୍ରଦର୍ଶନ କରିବାକୁ ନୁହେଁ ବରଂ ଉତ୍କର୍ଷତା ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ। “ଆମ ଦେଶର ସରକାରୀ କର୍ମଚାରୀମାନେ ବିଶ୍ୱବ୍ୟାପୀ ସ୍ୱୀକୃତିପ୍ରାପ୍ତ ଏକ ଉଦାହରଣ ସୃଷ୍ଟି କରିବା ଉଚିତ”, ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ସେମାନଙ୍କ ଠାରୁ ଦେଶର ଅଧିକ ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଏହି ଆଶା ପୂରଣ ହେବା ଜରୁରୀ ବୋଲି କହିଥିଲେ ।

ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନେ ସେମାନଙ୍କ ପଦବୀ ନେଇ ଯେଉଁ ନୂତନ ଯାତ୍ରା ଆରମ୍ଭ କରୁଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ ସେମାନଙ୍କୁ ସର୍ବଦା ନମ୍ର ରହିବାକୁ ଏବଂ ସେମାନଙ୍କ ଯାତ୍ରା ସମୟରେ ଶିଖିବାର ଅଭ୍ୟାସ ବଜାୟ ରଖିବାକୁ ଅନୁରୋଧ କରିଥିଲେ। ସେ ଆଇଜିଓଟି କର୍ମଯୋଗୀ ପ୍ଲାଟଫର୍ମରେ ସରକାରୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପାଠ୍ୟକ୍ରମର ଉପଲବ୍ଧତା ଉପରେ ଆଲୋକପାତ କରିବା ସହ ଏହି ଡିଜିଟାଲ ପ୍ରଶିକ୍ଷଣ ମଡ୍ୟୁଲକୁ ନିଜ ସୁବିଧା ଅନୁସାରେ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ, “ଆଜି ପୁଣି ଥରେ ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

ପୃଷ୍ଠଭୂମି

ଦେଶର ୪୦ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଉଛି, ଯେଉଁଥିରେ ରାଜସ୍ୱ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭଳି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନୂତନ ନିଯୁକ୍ତ କର୍ମଚାରୀ କେନ୍ଦ୍ର ସରକାରରେ ଯୋଗ ଦେଉଛନ୍ତି।

ନବନିଯୁକ୍ତ କର୍ମଚାରୀମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ମୌଳିକ ପ୍ରଶିକ୍ଷଣ ନେବାର ସୁଯୋଗ ପାଇବେ। ୧୪୦୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ ଅଛି ଯାହା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସେମାନଙ୍କ ଭୂମିକାରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଏବଂ ଏକ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର

ଆଜି ରୋଜଗାର ମେଳା ଅଧିନରେ ୫୧,୦୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ କରିବେ।

ରୋଜଗାର ମେଳା ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହା ଯୁବପୀଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ।

ସମଗ୍ର ଦେଶରେ ୪୦ଟି ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯିବ, ଯେଉଁଥିରେ ନୂଆ କର୍ମଚାରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ, ଯେପରିକି ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ସହ ସାମିଲ ହେବେ।

ନବ ନିଯୁକ୍ତମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ଭିତ୍ତିଭୂମି ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ। କର୍ମଯୋଗୀ ପୋର୍ଟାଲ୍‌ରେ ୧୪୦୦ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ ଯାହାକି ନୂଆ ନିଯୁକ୍ତମାନଙ୍କୁ ସେମାନଙ୍କ ଭୂମିକା ଅଧିକ ପ୍ରଭାବଶାଳୀ କରିବା ଏବଂ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ କୌଶଳ ସହିତ ଅଧିକ ଦକ୍ଷ କରିବ।

Categories
ଆଜିର ଖବର ଜାତୀୟ ଖବର

ସି – ୨୯୫ ବିମାନ କାରଖାନା ଏକ ନୂତନ ଭାରତର ନୂତନ କାର୍ଯ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଙ୍କର ପ୍ରଥମ ଭାରତ ଗସ୍ତ ଏବଂ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ଆଜି ଏକ ନୂତନ ଦିଗ ଖୋଜୁଛି। ସି – ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ନାହିଁ ବରଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ (ଭାରତରେ ତିଆରି, ବିଶ୍ଵ ପାଇଁ ତିଆରି) ଅଭିଯାନକୁ ତ୍ୱରାନ୍ୱିତ କରିବ। ଏହି ଅବସରରେ ଶ୍ରୀ ମୋଦୀ ଏୟାରବସ୍ ଏବଂ ଟାଟାର ସମଗ୍ର ଟିମ୍ କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ରତନ ଟାଟାଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସି – ୨୯୫ ବିମାନ କାରଖାନାର ନୂତନ ଭାରତର ନୂତନ କାର୍ଯ୍ୟ ସଂସ୍କୃତିର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଦେଶର ଯେକୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ ଭାରତର ଗତି ଏଠାରେ ଦେଖିବାକୁ ମିଳିଥାଏ । ଅକ୍ଟୋବର ୨୦୨୨ରେ କାରଖାନାର ଶିଳାନ୍ୟାସକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସି – ୨୯୫ ବିମାନ ଉତ୍ପାଦନ ପାଇଁ ଏହି କାରଖାନା ଏବେ ପ୍ରସ୍ତୁତ ଅଛି । ପ୍ରକଳ୍ପ ଗୁଡ଼ିକର ଯୋଜନା ଏବଂ କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବକୁ ଦୂର କରିବା ଉପରେ ଗୁରୁତ୍ଵାରୋପ କରି ପ୍ରଧାନମନ୍ତ୍ରୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଭଦୋଦରାରେ ବମ୍ବାର୍ଡିୟର ଟ୍ରେନ୍ କୋଚ୍ ଉତ୍ପାଦନ କାରଖାନା ସ୍ଥାପନକୁ ମନେ ପକାଇଥିଲେ ଏବଂ କହିଥିଲେ ଯେ ଉତ୍ପାଦନ ପାଇଁ କାରଖାନା ରେକର୍ଡ ସମୟରେ ପ୍ରସ୍ତୁତ ହୋଇଛି । ଏହି କାରଖାନାରେ ନିର୍ମିତ ମେଟ୍ରୋ କୋଚ୍ ଆଜି ଅନ୍ୟ ଦେଶକୁ ରପ୍ତାନି କରାଯାଉଛି ବୋଲି ସେ କହିଛନ୍ତି। ଆଜିର ଉଦଘାଟିତ କାରଖାନାରେ ନିର୍ମିତ ବିମାନ ଗୁଡ଼ିକ ରପ୍ତାନି କରାଯିବ ବୋଲି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

ପ୍ରସିଦ୍ଧ ସ୍ପେନ୍ କବି ଆଣ୍ଟୋନିଓ ମାଚାଡୋଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଆମେ ଲକ୍ଷ୍ୟ ଆଡକୁ ଆଗେଇବା ଆରମ୍ଭ କରୁ, ଲକ୍ଷ୍ୟ ଆଡକୁ ମାର୍ଗ ଆପେ ଆପେ ସୃଷ୍ଟି ହୋଇଯାଏ ।  ଭାରତର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ଆଜି ନୂତନ ଶୀର୍ଷରେ ପହଞ୍ଚୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଯଦି ୧୦ ବର୍ଷ ପୂର୍ବେ ଠୋସ୍ ପଦକ୍ଷେପ ଗ୍ରହଣ କରା ଯାଇନଥାନ୍ତା , ତେବେ ଆଜି ଏହି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଅସମ୍ଭବ ହୋଇଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏକ ଦଶନ୍ଧି ପୂର୍ବେ ପ୍ରତିରକ୍ଷା ଉତ୍ପାଦନର ପ୍ରାଥମିକତା ଏବଂ ପରିଚୟ ଆମଦାନୀ ଉପରେ ଆଧାରିତ ଥିଲା ଏବଂ ଭାରତରେ ପ୍ରତିରକ୍ଷା ଉତ୍ପାଦନ ଏତେ ବଡ଼ ସ୍ତରରେ ହୋଇପାରିବ ବୋଲି କେହି କଳ୍ପନା କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଏକ ନୂତନ ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି, ଭାରତ ପାଇଁ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାର ଫଳାଫଳ ଆଜି ସ୍ପଷ୍ଟ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପ୍ରତିରକ୍ଷା କ୍ଷେତ୍ରରେ ଭାରତର ରୂପାନ୍ତରଣ ଏକ ଉପଯୁକ୍ତ ଯୋଜନା ଏବଂ ଭାଗିଦାରୀ କିପରି ସମ୍ଭାବନାକୁ ସମୃଦ୍ଧିରେ ପରିଣତ କରିପାରିବ ତାହାର ଉଦାହରଣ । ଗତ ଦଶନ୍ଧି ମଧ୍ୟରେ ରଣନୈତିକ ନିଷ୍ପତ୍ତି ଭାରତରେ ଏକ ଜୀବନ୍ତ ପ୍ରତିରକ୍ଷା ଶିଳ୍ପର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। “ଆମେ ପ୍ରତିରକ୍ଷା ଉତ୍ପାଦନରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ବିସ୍ତାର କରିଛୁ, ସରକାରୀ କ୍ଷେତ୍ରର ୟୁନିଟ୍ଗୁଡ଼ିକୁ ଅଧିକ ଦକ୍ଷ କରିଛୁ, ଗୋଳାବାରୁଦ କାରଖାନାଗୁଡ଼ିକୁ ସାତଟି ପ୍ରମୁଖ କମ୍ପାନୀରେ ପୁନର୍ଗଠନ କରିଛୁ ଏବଂ ଡିଆରଡିଓ ଏବଂ ହାଲ୍ କୁ ସଶକ୍ତ କରିଛୁ”, ବୋଲି ଶ୍ରୀ ମୋଦୀ କହିଥିଲେ। ସେ କହିଥିଲେ ଯେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁରେ ପ୍ରତିରକ୍ଷା କରିଡର ପ୍ରତିଷ୍ଠା ଏହି କ୍ଷେତ୍ରରେ ନୂତନ ଶକ୍ତି ସୃଷ୍ଟି କରିଛି। ଆଇଡିଏକ୍ସ (ଇନୋଭେସନ ଫର୍ ଡିଫେନ୍ସ ଏକ୍ସଲେନ୍ସ) ଯୋଜନା  ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗତ ପାଞ୍ଚରୁ ଛଅ ବର୍ଷ ମଧ୍ୟରେ ପ୍ରାୟ ୧,୦୦୦ ପ୍ରତିରକ୍ଷା ଷ୍ଟାର୍ଟଅପ୍ ର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି । ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନି ୩୦ ଗୁଣ ବୃଦ୍ଧି ପାଇଛି ଏବଂ ଭାରତ ବର୍ତ୍ତମାନ ୧୦୦ରୁ ଅଧିକ ଦେଶକୁ ଉପକରଣ ରପ୍ତାନି କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଦକ୍ଷତା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଏୟାରବସ୍- ଟାଟା ଫ୍ୟାକ୍ଟ୍ରି ଭଳି ପ୍ରକଳ୍ପ ହଜାର ହଜାର ନିଯୁକ୍ତି ସୃଷ୍ଟି କରିବ । ଏହି କାରଖାନା ୧୮,୦୦୦ ଏୟାରକ୍ରାଫ୍ଟ ପାର୍ଟସ୍ ର ସ୍ୱଦେଶୀ ଉତ୍ପାଦନରେ ସହାୟତା କରିବ ଏବଂ ସମଗ୍ର ଭାରତରେ ଏମଏସଏମଇ ପାଇଁ ପ୍ରଚୁର ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଭାରତ ଆଜି ବି ବିଶ୍ୱର ପ୍ରମୁଖ ବିମାନ କଂପାନୀଗୁଡ଼ିକ ପାଇଁ ବିମାନର ବିଭିନ୍ନ ପାର୍ଟସର ସବୁଠାରୁ ବଡ଼ ଯୋଗାଣକାରୀ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ନୂତନ ବିମାନ କାରଖାନା ଭାରତରେ ନୂତନ ଦକ୍ଷତା ଏବଂ ନୂତନ ଶିଳ୍ପକୁ ଏକ ବଡ଼ ପ୍ରୋତ୍ସାହନ ଦେବ।

ପରିବହନ ବିମାନ ଉତ୍ପାଦନ ବ୍ୟତୀତ ଆଜିର କାର୍ଯ୍ୟକ୍ରମ ଉପରେ ସେ ଦୃଷ୍ଟି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗତ ଦଶନ୍ଧିରେ ଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଭାରତ ଦେଶର ଶତାଧିକ କ୍ଷୁଦ୍ର ସହରକୁ ବିମାନ ସଂଯୋଗ ପ୍ରଦାନ କରୁଛି ଏବଂ ଏହା ସହିତ ଦେଶକୁ ବିମାନ ଚଳାଚଳ ଏବଂ ଏମଆରଓ କ୍ଷେତ୍ରର ଏକ କେନ୍ଦ୍ରରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି । ଭବିଷ୍ୟତରେ ମେଡ୍ ଇନ୍ ଇଣ୍ଡିଆ ବେସାମରିକ ବିମାନ ପାଇଁ ମଧ୍ୟ ଏହି ଇକୋସିଷ୍ଟମ୍ ପଥ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ବିଭିନ୍ନ ଭାରତୀୟ ଏୟାରଲାଇନ୍ସ ୧୨୦୦ ନୂଆ ବିମାନ ଅର୍ଡର କରିଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ଅର୍ଥ ହେଉଛି ନୂତନ ଭାବେ ଉଦଘାଟିତ କାରଖାନା ଭବିଷ୍ୟତରେ ଭାରତ ଏବଂ ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ବେସାମରିକ ବିମାନ ଡିଜାଇନ୍ ଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଭଦୋଦରା ସହର ଏମଏସଏମଇର ଗଡ଼ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ସହର ଭାରତର ଏହି ପ୍ରୟାସରେ ଉତପ୍ରେରକ ଭାବରେ କାର୍ଯ୍ୟ କରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସହରରେ ଏକ ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟ ଅଛି, ଯାହା ଭାରତର ବିଭିନ୍ନ କ୍ଷେତ୍ର ପାଇଁ ପେସାଦାରମାନଙ୍କୁ ପ୍ରସ୍ତୁତ କରୁଥିଲା । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭଦୋଦରାରେ ଫାର୍ମା କ୍ଷେତ୍ର, ଇଞ୍ଜିନିୟରିଂ ଏବଂ ଭାରୀ ଯନ୍ତ୍ରପାତି, ରସାୟନ ଏବଂ ପେଟ୍ରୋକେମିକାଲ୍ସ , ଶକ୍ତି କ୍ଷେତ୍ରର ଉପକରଣ ଭଳି ଅନେକ କ୍ଷେତ୍ର ସହ ଜଡ଼ିତ ଅନେକ କମ୍ପାନୀ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ସମଗ୍ର ଅଞ୍ଚଳ ମଧ୍ୟ ଭାରତରେ ବିମାନ ଚଳାଚଳ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ହେବାକୁ ଯାଉଛି । ଆଧୁନିକ ଶିଳ୍ପ ନୀତି ଏବଂ ନିଷ୍ପତ୍ତି ପାଇଁ ଶ୍ରୀ ମୋଦୀ ଗୁଜରାଟ ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ତାଙ୍କ ସମଗ୍ର ଦଳକୁ ଅଭିନନ୍ଦନ ଜଣାଇଥିଲେ ।

ଭଦୋଦରା ମଧ୍ୟ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ସହର ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସ୍ପେନର ସମସ୍ତ ବନ୍ଧୁମାନଙ୍କୁ ସ୍ୱାଗତ କରି ସେ ଆନନ୍ଦିତ । “ଭାରତ ଏବଂ ସ୍ପେନ୍ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମତ ଦେଇଥିଲେ ଯେ ଫାଦର କାର୍ଲୋସ ଭାଲେ ସ୍ପେନରୁ ଆସି ଗୁଜରାଟରେ ବସବାସ କରିଥିଲେ ଏବଂ ତାଙ୍କ ଜୀବନର ପଚାଶ ବର୍ଷ ବିତାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଫାଦର ଭାଲେ ତାଙ୍କ ଚିନ୍ତାଧାରା ଏବଂ ଲେଖା ଦ୍ୱାରା ସଂସ୍କୃତିକୁ ସମୃଦ୍ଧ କରିଥିଲେ । ଫାଦର ଭାଲେଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମଧ୍ୟ ତାଙ୍କୁ ମିଳିଥିଲା ଏବଂ ତାଙ୍କ ମହାନ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ ।

ସ୍ପେନରେ ମଧ୍ୟ ଯୋଗ ଅତ୍ୟନ୍ତ ଲୋକପ୍ରିୟ ଏବଂ ଭାରତରେ ସ୍ପେନିଶ ଫୁଟବଲକୁ ମଧ୍ୟ ପସନ୍ଦ କରାଯାଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ରିୟଲ ମାଦ୍ରିଦ ଓ ବାର୍ସିଲୋନା କ୍ଲବ ମଧ୍ୟରେ ଗତକାଲି ଖେଳାଯାଇଥିବା ଫୁଟବଲ ମ୍ୟାଚ୍ ସମ୍ପର୍କରେ ଶ୍ରୀ ମୋଦୀ କହିଛନ୍ତି ଯେ ବାର୍ସିଲୋନାର ମହାନ ବିଜୟ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ଥିଲା ଏବଂ ସ୍ପେନ୍ ଭଳି ଭାରତରେ ମଧ୍ୟ ଉଭୟ କ୍ଲବର ପ୍ରଶଂସକଙ୍କ ଉତ୍ସାହ ସମାନ ଥିଲା। ଭାରତ ଏବଂ ସ୍ପେନର ବହୁମୁଖୀ ଭାଗିଦାରୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଖାଦ୍ୟ, ଚଳଚ୍ଚିତ୍ର ହେଉ କିମ୍ବା ଫୁଟବଲ ହେଉ, ଆମ ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ସର୍ବଦା ଆମ ସମ୍ପର୍କକୁ ସୁଦୃଢ଼ କରିଛି। ୨୦୨୬କୁ ଭାରତ – ସ୍ପେନ ସଂସ୍କୃତି, ପର୍ଯ୍ୟଟନ ଏବଂ ଏଆଇ ବର୍ଷ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ବକ୍ତବ୍ୟ ସମାପ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମ ଭାରତ ଏବଂ ସ୍ପେନ ମଧ୍ୟରେ ଅନେକ ନୂତନ ମିଳିତ ସହଯୋଗ ପ୍ରକଳ୍ପକୁ ପ୍ରେରଣା ଯୋଗାଇବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ । ସେ ସ୍ପେନର ଶିଳ୍ପଗୁଡିକୁ ଏବଂ ଉଦ୍ଭାବକମାନଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କୁ ଭାରତ ଆସି ଦେଶର ବିକାଶ ଯାତ୍ରାରେ ଅଂଶୀଦାର ହେବାକୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ୍. ଜୈଶାକର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସି- ୨୯୫ କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୫୬ଟି ବିମାନ ଯୋଗାଇ ଦିଆଯିବ, ସେଥିମଧ୍ୟରୁ ୧୬ଟି ସିଧାସଳଖ ସ୍ପେନ୍ରୁ ଏୟାରବସ୍ ଏବଂ ବାକି ୪୦ଟି ଭାରତରେ ନିର୍ମିତ ହେବ।

ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ ଭାରତରେ ଏହି ୪୦ଟି ବିମାନ ନିର୍ମାଣ କରିବାର ଦାୟିତ୍ୱ ନେଇଛି। ଏହି କେନ୍ଦ୍ର ଭାରତରେ ସାମରିକ ବିମାନ ପାଇଁ ପ୍ରଥମ ଘରୋଇ କ୍ଷେତ୍ରର ଫାଇନାଲ ଆସେମ୍ବଲି ଲାଇନ୍ (ଏଫ୍ଏଏଲ୍) ପାଲଟିଛି। ଏଥିରେ ନିର୍ମାଣଠାରୁ ଆରମ୍ଭ କରି ଆସେମ୍ବଲି, ପରୀକ୍ଷା ଓ ଯୋଗ୍ୟତା ଠାରୁ ଆରମ୍ଭ କରି ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ଡେଲିଭରି ଓ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ସମ୍ପୂର୍ଣ୍ଣ ବିକାଶ କରାଯିବ।

ଟାଟା ବ୍ୟତୀତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଓ ଭାରତ ଡାଇନାମିକ୍ସ ଲିମିଟେଡ୍ ଭଳି ଅଗ୍ରଣୀ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଘରୋଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଏହା ପୂର୍ବରୁ ୨୦୨୨ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବଲି ଲାଇନ୍ (ଏଫ୍ଏଏଲ୍)ର ଶିଳାନ୍ୟାସ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ଜାଣନ୍ତୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ। ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ। ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

ଭଦୋଦରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ସି-୨୯୫ କାର୍ଯ୍ୟକ୍ରମରେ ମୋଟ ୫୬ଟି ବିମାନ ଅନ୍ତର୍ଭୁକ୍ତ। ଏହା ମଧ୍ୟରୁ ୧୬ଟି ସିଧାସଳଖ ସ୍ପେନରୁ ଏୟାରବସ୍ ପକ୍ଷରୁ ଆସିବ ଏବଂ ବଳକା ୪୦ଟି ଭାରତରେ ନିର୍ମାଣ କରାଯିବ।

ଭାରତରେ ଏହି ୪୦ଟି ବିମାନ ନିର୍ମାଣର ଦାୟିତ୍ୱ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ହାତରେ ରହିଛି। ଭାରତରେ ଏହା ଭାରତରେ ମିଲିଟାରୀ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ। ଏଥିରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ସଂଯୋଜନ, ପରୀକ୍ଷଣ ଏବଂ ଯୋଗ୍ୟତା, ବିତରଣ ଏବଂ ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମ୍ବନ୍ଧିତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ପୂର୍ଣ୍ଣ ବିକାଶ ସାମିଲ ହେବ।

ଏହି କାର୍ଯ୍ୟକ୍ରମରେ ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ଭଳି ପ୍ରତିରକ୍ଷା କ୍ଷେତ୍ରର ଘରୋଇ ସେକ୍ଟର ସାମିଲ ହେବେ। ଏଥିସହ ଘରୋଇ କ୍ଷେତ୍ରର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ସାମିଲ ହେବେ।

ପୂର୍ବରୁ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବ୍ଲି ଲାଇନ (ଏଫଏଏଲ)ର ଶିଳାନ୍ୟାସ କରିଥିଲେ।

ଆମ୍ରେଲିରେ ପ୍ରଧାନମନ୍ତ୍ରୀ

ଆମ୍ରେଲିର ଦୁଧାଲାଠାରେ ପ୍ରଧାନମନ୍ତ୍ରୀ ଭାରତମାତା ସରୋବରକୁ ଉଦଘାଟନ କରିବେ। ସରକାରୀ-ଘରୋଇ ସହଭାଗିତା (ପିପିପି ମଡେଲ)ରେ ଗୁଜରାଟ ସରକାର ଏବଂ ଢୋଲକିଆ ଫାଉଣ୍ଡେସନ ମିଳିତଭାବେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଛନ୍ତି। ବାସ୍ତବରେ ଏହି ଡ୍ୟାମର ୪.୫ କୋଟି ଲିଟର ଜଳଧାରଣ କ୍ଷମତା ଥିବା ବେଳେ ଏହାର ନବୀକରଣ ପରେ ଏହାର କ୍ଷମତା ୨୪.୫ କୋଟି ଲିଟରକୁ ବୃଦ୍ଧି ପାଇଛି। ଡ୍ୟାମର ଖନନ, ଚଉଡ଼ା ପରେ ପାଖଆଖ ଅଞ୍ଚଳରେ କୂପ, ନଳକୂପରେ ଜଳସ୍ତର ବୃଦ୍ଧି ପାଇଛି ଯାହ୯ାକି ସ୍ଥାନୀୟ ଅଧିବାସୀଙ୍କୁ ଫାଇଦା।

ଗୁଜରାଟର ଆମ୍ରେଲିରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ରାଜ୍ୟର ଆମ୍ରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋତାଡ଼ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ।

ପ୍ରଧାନମନ୍ତ୍ରୀ ୨୮୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି, ଏନଏଚ ୧୫୧, ଏନଏଚ ୧୫୧ ଏ, ଏନଏଚ୍ ୫୧ର ବିଭିନ୍ନ ସେକ୍ସନର ଚାରି ଲେନ୍ ଏବଂ ଜୁନାଗଡ଼ ବାଇପାସ୍। ଜାମନଗର ଜିଲ୍ଲାର ଢ଼୍ରୋଲି ବାଇପାସ୍ ଠାରୁ ମୋର୍ବି ଜିଲ୍ଲାର ଅମରାନ ପର୍ଯ୍ୟନ୍ତ ଅବଶିଷ୍ଟ ସେକ୍ସନକୁ ଚାରିଲେନ୍ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହେବ।

୧୧୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ଭୁଜ-ନାଲିୟା ରେଲ ଗଜ୍ କନଭର୍ସନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପରେ ୨୪ଟି ବଡ଼ ପୋଲ, ୨୫୪ଟି ଛୋଟ ପୋଲ, ୩ଟି ରୋଡ ଓଭରବ୍ରିଜ୍ ଏବଂ ୩୦ଟି ରୋଡ ଅଣ୍ଡରବ୍ରିଜ୍ ରହିଛି। କଚ୍ଛ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଆମ୍ରେଲି ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଜଳଯୋଗାଣ ବିଭାଗର ୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ନଭାଡ଼ା ଠାରୁ ଚାଭାନ୍ଦ ପର୍ଯ୍ୟନ୍ତ ପାଇପ ଲାଇନ ପ୍ରକଳ୍ପ। ଏହା ବୋତାଡ, ଆମ୍ରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ୧୨୯୮ ଗ୍ରାମର ୩୬ଟି ସହରର ୬୭ ଲକ୍ଷ ହିତାଧିକାରୀଙ୍କୁ ୨୮ କୋଟି ଲିଟର ଜଳଯୋଗାଣ କରିବ। ଭାବନଗର ଜିଲ୍ଲାରେ ପାସାଭି ଗ୍ରୁପ୍ ଅଗମେଣ୍ଟେସନ ୱାଟର ସପ୍ଲାଇ ସ୍କିମ୍ ଫେଜ୍‌-୨ର ଶିଳାନ୍ୟାସ କରିବେ। ଏହା ଭାବନଗର ଜିଲ୍ଲାର ମହୁଭା, ତଲାଜା ଏବଂ ପାଲିତନା ତାଲୁକର ୯୫ ଗ୍ରାମର ଲୋକଙ୍କୁ ଫାଇଦା ଦେବ।

ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସମ୍ବନ୍ଧିତ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ। ଏହାମଧ୍ୟରେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ପୋରବନ୍ଦର ଜିଲ୍ଲାର ମୋକାରସାଗରରେ କାର୍ଲି ରିଚର୍ଜ ରିଜର୍ଭରକୁ ବିଶ୍ୱସ୍ତରୀୟ ଇକୋ-ଟୁରିଜମ କ୍ଷେତ୍ରରେ ପରିଣତ କରିବା।

Categories
ଆଜିର ଖବର ଜାତୀୟ ଖବର

ପଦାତିକ ବାହିନୀ ଦିବସରେ ସମସ୍ତ ରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ

ନୂଆଦିଲ୍ଲୀ: ପଦାତିକ ବାହିନୀ ଦିବସରେ ପଦାତିକ ବାହିନୀର ସମସ୍ତରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ପଦାତିକ ବାହିନୀ ଦିବସରେ ଆମକୁ ନିରବଚ୍ଛିନ୍ନ ଭାବେସୁରକ୍ଷା ଦେଉଥିବା ପଦାତିକ ବାହିନୀର ସମସ୍ତ ରାଙ୍କ ଓଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ଆମେ ସାଲ୍ୟୁଟକରୁଛୁ। ସେମାନେ ସର୍ବଦା ବିପଦ ସମୟରେ ରାଷ୍ଟ୍ରରସୁରକ୍ଷାକୁ ନିଶ୍ଚିତ କରିବାକୁ ଦୃଢ଼ ଭାବେ ଛିଡ଼ା ହୋଇଥାନ୍ତି। ପଦାତିକ ବାହିନୀ ସାହସ, ବୀରତ୍ୱ ଓ କର୍ତ୍ତବ୍ୟ ଭାବନାରପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଛନ୍ତି।”

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାଟ ଗସ୍ତରେ ଯିବେ। ପ୍ରାୟ ପୂର୍ବାହ୍ନ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଭଦୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସ ଯିବେ। ପ୍ରଧାନମନ୍ତ୍ରୀ ଭଦୋଦରାରୁ ଆମ୍ରେଲି ଯିବେ। ଅପରାହ୍ଣ ପ୍ରାୟ ୨ଟା ୪୫ ମିନିଟରେ ସେ ଆମ୍ରେଲିର ଦୁଧାଲା ଠାରେ ଭାରତମାତା ସରୋବରର ଉଦଘାଟନ କରିବେ । ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ଆମ୍ରେଲିର ଲାଠିଠାରେ ୪,୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

ଭଦୋଦରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ମିଳିତ ଭାବେ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର ଉଦଘାଟନ କରିବେ। ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ କ୍ୟାମ୍ପସରେ ସି-୨୯୫ ବିମାନ ନିର୍ମାଣ କରାଯାଉଛି। ସି-୨୯୫ କାର୍ଯ୍ୟକ୍ରମରେ ମୋଟ ୫୬ଟି ବିମାନ ଅନ୍ତର୍ଭୁକ୍ତ। ଏହା ମଧ୍ୟରୁ ୧୬ଟି ସିଧାସଳଖ ସ୍ପେନରୁ ଏୟାରବସ୍ ପକ୍ଷରୁ ଆସିବ ଏବଂ ବଳକା ୪୦ଟି ଭାରତରେ ନିର୍ମାଣ କରାଯିବ।

ଭାରତରେ ଏହି ୪୦ଟି ବିମାନ ନିର୍ମାଣର ଦାୟିତ୍ୱ ଟାଟା ଆଡଭାନ୍ସଡ ସିଷ୍ଟମସ ଲିମିଟେଡ ହାତରେ ରହିଛି । ଭାରତରେ ଏହା ଭାରତରେ ମିଲିଟାରୀ ବିମାନ ସମ୍ବନ୍ଧିତ ଘରୋଇ କ୍ଷେତ୍ରର ପ୍ରଥମ ଚୂଡ଼ାନ୍ତ ଆସେମ୍ବ୍ଲି ଲାଇନ ହେବ । ଏଥିରେ ବିମାନ ନିର୍ମାଣ ଠାରୁ ଆରମ୍ଭ କରି ସଂଯୋଜନ, ପରୀକ୍ଷଣ ଏବଂ ଯୋଗ୍ୟତା, ବିତରଣ ଏବଂ ବିମାନର ସମ୍ପୂର୍ଣ୍ଣ ଜୀବନଚକ୍ରର ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ ସମ୍ବନ୍ଧିତ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ପୂର୍ଣ୍ଣ ବିକାଶ ସାମିଲ ହେବ ।

ଏହି କାର୍ଯ୍ୟକ୍ରମରେ ଟାଟା ସମେତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ ଭଳି ପ୍ରତିରକ୍ଷା କ୍ଷେତ୍ରର ଘରୋଇ ସେକ୍ଟର ସାମିଲ ହେବେ । ଏଥିସହ ଘରୋଇ କ୍ଷେତ୍ରର ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମଧ୍ୟ ସାମିଲ ହେବେ ।

ପୂର୍ବରୁ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭଦୋଦରା ଫାଇନାଲ ଆସେମ୍ବ୍ଲି ଲାଇନ (ଏଫଏଏଲ)ର ଶିଳାନ୍ୟାସ କରିଥିଲେ ।

ଆମ୍ରେଲିରେ ପ୍ରଧାନମନ୍ତ୍ରୀ

ଆମ୍ରେଲିର ଦୁଧାଲାଠାରେ ପ୍ରଧାନମନ୍ତ୍ରୀ ଭାରତମାତା ସରୋବରକୁ ଉଦଘାଟନ କରିବେ । ସରକାରୀ-ଘରୋଇ ସହଭାଗିତା (ପିପିପି ମଡେଲ)ରେ ଗୁଜରାଟ ସରକାର ଏବଂ ଢୋଲକିଆ ଫାଉଣ୍ଡେସନ ମିଳିତଭାବେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରିଛନ୍ତି । ବାସ୍ତବରେ ଏହି ଡ୍ୟାମର ୪.୫ କୋଟି ଲିଟର ଜଳଧାରଣ କ୍ଷମତା ଥିବା ବେଳେ ଏହାର ନବୀକରଣ ପରେ ଏହାର କ୍ଷମତା ୨୪.୫ କୋଟି ଲିଟରକୁ ବୃଦ୍ଧି ପାଇଛି । ଡ୍ୟାମର ଖନନ, ଚଉଡ଼ା ପରେ ପାଖଆଖ ଅଞ୍ଚଳରେ କୂପ, ନଳକୂପରେ ଜଳସ୍ତର ବୃଦ୍ଧି ପାଇଛି ଯାହ୯ାକି ସ୍ଥାନୀୟ ଅଧିବାସୀଙ୍କୁ ଫାଇଦା ।

ଗୁଜରାଟର ଆମ୍ରେଲିରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪,୯୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ । ରାଜ୍ୟର ଆମ୍ରେଲି, ଜାମନଗର, ମୋର୍ବି, ଦେବଭୂମି ଦ୍ୱାରକା, ଜୁନାଗଡ଼, ପୋରବନ୍ଦର, କଚ୍ଛ ଏବଂ ବୋତାଡ଼ ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ୨୮୦୦ କୋଟି ଟଙ୍କାର ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି, ଏନଏଚ ୧୫୧, ଏନଏଚ ୧୫୧ ଏ, ଏନଏଚ୍ ୫୧ର ବିଭିନ୍ନ ସେକ୍ସନର ଚାରି ଲେନ୍ ଏବଂ ଜୁନାଗଡ଼ ବାଇପାସ୍ । ଜାମନଗର ଜିଲ୍ଲାର ଢ଼୍ରୋଲି ବାଇପାସ୍ ଠାରୁ ମୋର୍ବି ଜିଲ୍ଲାର ଅମରାନ ପର୍ଯ୍ୟନ୍ତ ଅବଶିଷ୍ଟ ସେକ୍ସନକୁ ଚାରିଲେନ୍ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହେବ ।

୧୧୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ଭୁଜ-ନାଲିୟା ରେଲ ଗଜ୍ କନଭର୍ସନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପରେ ୨୪ଟି ବଡ଼ ପୋଲ, ୨୫୪ଟି ଛୋଟ ପୋଲ, ୩ଟି ରୋଡ ଓଭରବ୍ରିଜ୍ ଏବଂ ୩୦ଟି ରୋଡ ଅଣ୍ଡରବ୍ରିଜ୍ ରହିଛି । କଚ୍ଛ ଜିଲ୍ଲାର ସାମାଜିକ-ଅର୍ଥନୈତିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ଆମ୍ରେଲି ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଜଳଯୋଗାଣ ବିଭାଗର ୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ନଭାଡ଼ା ଠାରୁ ଚାଭାନ୍ଦ ପର୍ଯ୍ୟନ୍ତ ପାଇପ ଲାଇନ ପ୍ରକଳ୍ପ । ଏହା ବୋତାଡ, ଆମ୍ରେଲି, ଜୁନାଗଡ଼, ରାଜକୋଟ ଏବଂ ପୋରବନ୍ଦର ଜିଲ୍ଲାର ୧୨୯୮ ଗ୍ରାମର ୩୬ଟି ସହରର ୬୭ ଲକ୍ଷ ହିତାଧିକାରୀଙ୍କୁ ୨୮ କୋଟି ଲିଟର ଜଳଯୋଗାଣ କରିବ । ଭାବନଗର ଜିଲ୍ଲାରେ ପାସାଭି ଗ୍ରୁପ୍ ଅଗମେଣ୍ଟେସନ ୱାଟର ସପ୍ଲାଇ ସ୍କିମ୍ ଫେଜ୍‌-୨ର ଶିଳାନ୍ୟାସ କରିବେ । ଏହା ଭାବନଗର ଜିଲ୍ଲାର ମହୁଭା, ତଲାଜା ଏବଂ ପାଲିତନା ତାଲୁକର ୯୫ ଗ୍ରାମର ଲୋକଙ୍କୁ ଫାଇଦା ଦେବ ।

ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସମ୍ବନ୍ଧିତ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହାମଧ୍ୟରେ ବିଭିନ୍ନ ପ୍ରକଳ୍ପ ମଧ୍ୟରେ ରହିଛି ପୋରବନ୍ଦର ଜିଲ୍ଲାର ମୋକାରସାଗରରେ କାର୍ଲି ରିଚର୍ଜ ରିଜର୍ଭରକୁ ବିଶ୍ୱସ୍ତରୀୟ ଇକୋ-ଟୁରିଜମ କ୍ଷେତ୍ରରେ ପରିଣତ କରିବା ।

Categories
ଆଜିର ଖବର ଜାତୀୟ ଖବର

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଇଗଟ୍ ଲ୍ୟାବ ପ୍ରତିଷ୍ଠା ଏକ ପ୍ରଶଂସନୀୟ ପଦକ୍ଷେପ: ଡ. ଏଲ୍‌. ମୁରୁଗନ୍

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ସପ୍ତାହ ୨୦୨୪ ପୁରସ୍କାର ବିତରଣ ସମାରୋହ ଏବଂ ଆଇଗଟ୍ ଲ୍ୟାବ୍ ଏବଂ ଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଡ. ଏଲ୍‌. ମୁରୁଗନ୍ କର୍ମଯୋଗୀ ସପ୍ତାହ ସମାପ୍ତିର ଉତ୍ସବ ପାଳନ କରିଛନ୍ତି।

ସୂଚନା ଏବଂ ପ୍ରସାରଣ ସଚିବ ସଞ୍ଜୟ ଜାଜୁ, ସ୍ୱତନ୍ତ୍ର ସଚିବ ନୀରଜା ଶେଖର, ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ବରିଷ୍ଠ କଳାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କର୍ମଯୋଗୀ ସପ୍ତାହଜାତୀୟ ଶିକ୍ଷା ସପ୍ତାହ (ଏନ୍ଏଲ୍ଡବ୍ଲ୍ୟୁ)

କର୍ମଯୋଗୀ ସପ୍ତାହ – ଜାତୀୟ ଶିକ୍ଷା ସପ୍ତାହ (ଏନ୍‌ଏଲ୍‌ଡବ୍ଲ୍ୟୁ) ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ସିଭିଲ ସର୍ଭିସ ଗଠନ କରିବାକୁ ଏବଂ ଏହି ସପ୍ତାହରେ ସମସ୍ତ ସ୍ତରରେ ସରକାରୀ କର୍ମଚାରୀଙ୍କ ଦକ୍ଷତାକୁ ଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା, ଯାହା ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ସହିତ ଭାରତୀୟ ମୂଲ୍ୟବୋଧରେ ଗଭୀର ଭାବରେ ଗଢ଼ି ଉଠିଛି।

ଏହି ଅବସରରେ ସୂଚନା ଓ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଡକ୍ଟର ଏଲ୍‌. ମୁରୁଗନ୍ ୩ ମିଲିୟନ୍‌ରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦକ୍ଷତା ଏବଂ କୌଶଳ ବୃଦ୍ଧି କରିବା ତଥା ୨୨ ମିଲିୟନରୁ ଅଧିକ ରାଜ୍ୟ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ୫ ମିଲିୟନ୍ ସହରୀ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି) ପାଇଁ ନିରନ୍ତର ଶିକ୍ଷା ଉପଲବ୍ଧତା ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ କିପରି ଉଭୟ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଖୋଲା ରହିଛି, ଯାହା ଜାତୀୟ ଲକ୍ଷ୍ୟ ସହିତ ସମାନ୍ତରାଳ ଭାବରେ ଆଜୀବନ ଶିକ୍ଷାକୁ ପ୍ରୋତ୍ସାହିତ କରିବ ବୋଲି ସେ ଆଲୋକପାତ କରିଥିଲେ।

ଆଇଗେଟ୍ ଲ୍ୟାବ : ଶିଖିବାକୁ ବୃଦ୍ଧି କରିବା : ଡ. ଏଲ୍‌. ମୁରୁଗନ୍ କହିଥିଲେ ଯେ, ମନ୍ତ୍ରଣାଳୟ ସୋସିଆଲ୍ ମିଡିଆର ଉପଯୋଗ, ଚଳଚ୍ଚିତ୍ର ଜ୍ଞାନର ବିକାଶ ଏବଂ ଫୋଟୋଗ୍ରାଫି କୌଶଳ ବୃଦ୍ଧି ଉପରେ ୩ଟି ୱେବିନାର ଆୟୋଜନ କରିଛି। ଏହାଛଡା, ସମସ୍ତ କର୍ମଚାରୀମାନଙ୍କ ପାଇଁ ଆଇଗେଟ୍ କର୍ମଯୋଗୀ ପୋର୍ଟାଲରେ ଅତି କମରେ ୪ ଘଣ୍ଟାର ତାଲିମ ସମ୍ପୂର୍ଣ୍ଣ କରିବାକୁ ବାଧ୍ୟତାମୂଳକ କରାଯାଇଥିଲା, ଯେଉଁଥିରେ ଅଫିସ ପ୍ରକ୍ରିୟା, ଲିଙ୍ଗ ସମ୍ବେଦନଶୀଳତା ଏବଂ ନେତୃତ୍ୱ ଭଳି ପ୍ରମୁଖ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏକ ଆଇଗଟ୍ ଲ୍ୟାବ ପ୍ରତିଷ୍ଠା ସମେତ ମନ୍ତ୍ରଣାଳୟର ଅଭିନବ ଉପାୟକୁ ସେ ପ୍ରଶଂସା କରିଥିଲେ, ଯାହାକୁ ସେ ନିରନ୍ତର ଶିକ୍ଷଣ ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବର୍ଣ୍ଣନା କହିଛନ୍ତି।

ଡ. ଏଲ୍‌. ମୁରୁଗନ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ କରିଥିଲେ

ଆକାଂକ୍ଷୀ ଭାରତ ପାଇଁ ଏଆଇ :

“ଆକାଂକ୍ଷୀ ଭାରତ” ର ଲକ୍ଷ୍ୟକୁ  ଆଗକୁ ବଢ଼ାଇବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ତ୍ରିମ ବୁଦ୍ଧିମତା (ଏଆଇ)ର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଡ. ଏଲ୍‌. ମୁରୁଗନ୍ ଉତ୍ପାଦନ ବୃଦ୍ଧି ଏଆଇ ଉପକରଣକୁ ସକ୍ରିୟ ଭାବରେ ସାମିଲ କରିବାକୁ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ଉତ୍ପାଦନ ବଢ଼ାଇବା ତଥା ପୁନରବୃତ୍ତି କାର୍ଯ୍ୟ ଭାର ହ୍ରାସ କରିବାକୁ ଚାଟ୍‌ଜିପିଟି ଏବଂ ଜେମିନି ପରି ଉପକରଣ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଥିଲେ ଯେ ଏଆଇ-ଚାଳିତ ତଥ୍ୟ-ସଂଚାଳିତ ନିଷ୍ପତ୍ତି ଗ୍ରହଣ ସହିତ ସରକାରୀ କର୍ମଚାରୀମାନେ ଶାସନର ଉଚ୍ଚ-ପ୍ରଭାବ କ୍ଷେତ୍ର ଉପରେ ଧ୍ୟାନ ଦେଇପାରିବେ ଏବଂ ସେମାନଙ୍କ ବିଭାଗ ମଧ୍ୟରେ ଉନ୍ନତ ସେବା ବିତରଣ ତଥା ନୂତନତ୍ୱ ସୁନିଶ୍ଚିତ କରିପାରିବେ।

ନାଗରିକ-କୈନ୍ଦ୍ରୀକ ଶାସନକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାରିକ ପାଠ୍ୟକ୍ରମ ଉପରେ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ ଏବଂ ଉନ୍ନତ ସେବା ବିତରଣ ପାଇଁ ଦକ୍ଷ ଅଭିଯୋଗ ସମାଧାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ନିଷ୍ପତ୍ତିରେ ଭଗବାନ ବୁଦ୍ଧଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖୁସି ଜାହିର କରିଛନ୍ତି। ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ ରଖୁଥିବା ଲୋକଙ୍କ ମନରେ ଏହା ଖୁସିର ଭାବନା ପ୍ରଜ୍ୱଳିତ କରିଛି ବୋଲି ସେ କହିଛନ୍ତି। କଲମ୍ବୋ ଠାରେ ଆଇସିସିଆର ଦ୍ୱାରା ଆୟୋଜିତ ‘ପାଲି ଏକ ଶାସ୍ତ୍ରୀୟ ଭାଷା’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ଦେଶର ବିଦ୍ୱାନ ଏବଂ ଭିକ୍ଷୁ ମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଅର୍ପଣ କିଛନ୍ତି।

ଶ୍ରୀଲଙ୍କା ହ୍ୟାଣ୍ଡଲରେ ଭାରତ ପକ୍ଷରୁ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତି ଭଗବାନ ବୁଦ୍ଧଙ୍କ ବାଣୀରେ ବିଶ୍ୱାସ କରୁଥିବା ଲୋକଙ୍କ ମନରେ ଖୁସିର ଭାବନା ପ୍ରଜ୍ୱଳିତ କରିଥିବା ଜାଣି ଖୁସି ହେଲି। କଲମ୍ବୋରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ଦେଶର ବିଦ୍ୱାନ ଓ ବୌଦ୍ଧ ଭିକ୍ଷୁଙ୍କ ନିକଟରେ କୃତଜ୍ଞ।”