Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଗୋଟିଏ ଦିନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କ ୫ ଟି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି। ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି। ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି। ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ।

ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି। କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି। ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ। ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ। ତା’ହେଲେ ଆସାମକୁ କ’ଣ କରିବେ ? ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ। କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର… ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ। ସେମାନେ ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ। ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ। ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି।

ପୁରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦାହରଣ ଦେଇ ସେ କହିଲେ ଯେ, ପୁରୀ କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି। କହୁଛନ୍ତି ଯେ ଏଥିପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା। ସେମାନଙ୍କୁ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ।

ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି, ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି, ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ

ବିଜେପି ଦଳରୁ ବହୁତ ନେତା ଆସି କହୁଛନ୍ତି ଚିଲିକାରେ ସେତୁ କରିବେ। ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି ଆସି କହିଥିଲେ ଚିଲିକାରେ ସେତୁ କରିବେ ବୋଲି, ଏ ପର୍ଯ୍ୟନ୍ତ ହେଲା କି ? କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ମତ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ। ସେମାନଙ୍କ କଥାରେ ତାଳମେଳ ରହୁନି, କେବଳ ଲୋକଙ୍କୁ ଠକିବା ପାଇଁ କହୁଛନ୍ତି। ଭୋଟବେଳେ ବିଜେପି ଦଳ ଲୋକଙ୍କ ପ୍ରତି ଯେଉଁ ଆନ୍ତରିକତା ଦେଖାଉଛି। ଭୋଟ ପରେ ମଧ୍ୟ ଲୋକଙ୍କ ପ୍ରତି ସେଭଳି ଆନ୍ତରିକତା ସେମାନେ ରଖିବେ ବୋଲି ମୋର ଆଶା। ଯଦି ଚିଲିକାରେ ସେତୁ ହେବ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ସେ କହିଥିଲେ।

ନବୀନ ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ ପରି ବଡ଼ ବଡ଼ ନଦୀରେ ସେତୁ କରିଛନ୍ତି ବୋଲି ପ୍ରକାଶ କରି ସେ କହିଲେ ଯେ, ଯଦି କେନ୍ଦ୍ର ସରକାରଙ୍କ ଅନୁମତି ମିଳିବ, ତେବେ ନବୀନବାବୁ ୩ ବର୍ଷ ମଧ୍ୟରେ ଚିଲିକା ଉପରେ ସେତୁ କରି ଦେଖାଇଦେବେ। ମତ୍ସ୍ୟଜୀବୀଙ୍କ ପାଇଁ ହେବ ସ୍ୱତନ୍ତ୍ର ପ୍ୟାକେଜ ହେବ ବୋଲି ସେ ଘୋଷଣା କରିଥିଲେ।

ବ୍ରହ୍ମଗିରିରେ ସେ କହିଲେ ଯେ, ଏବେକାର ବିଧାୟକ ୫ ବର୍ଷ ମଧ୍ୟରେ ଥରେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ସମସ୍ୟା ନେଇ ଆସିନାହାନ୍ତି, ତା’ହେଲେ ସେ ଲୋକଙ୍କ ପାଇଁ କାମ କଣ କରିଛନ୍ତି ?

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରକାଶ କରି ସେ କହିଲେ ଯେ, ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ। ଆପଣମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଡବଲ କାମ ହେବ। ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ।

ଡେଲାଙ୍ଗ, ପିପିଲିରେ ସେ କହିଲେ ଯେ, ନିର୍ବାଚନ ପରେ ମୁଁ ଏଠାକୁ ଆସିବି ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ। ନୂଆ ସରକାରର ପ୍ରାଥମିକତା ଘୋଷଣା କରି ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ଶପଥ ନେବାପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ ହେବ। ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା କରାଯିବ।

ସେ ପୁଣି କହିଲେ ଯେ, ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ। ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି। ଏମାନେ କେବଳ ଆପଣମାନଙ୍କୁ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ। ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ। ଯୁବ ବଜେଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି ବୋଲି ସେ କହିଥିଲେ।

ଏତେସବୁ କାମ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି। ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି। ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ। ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ।

ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ଆପଣମାନଙ୍କର ଘର ଆଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ।

ବିଭିନ୍ନ ସ୍ଥାନରେ ଶ୍ରୀ ପାଣ୍ଡିଆନ ବିକାଶ କାମର ହିସାବ ଦେଇଥିଲେ। ବ୍ରହ୍ମଗିରିରେ ସେ କହିଲେ ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି। ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି। ଫନୀ ବାତ୍ୟାବେଳେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା କୃଷ୍ଣପ୍ରସାଦ ବ୍ଲକ, ସେ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତି ପଞ୍ଚାୟତକୁ, ମନ୍ତ୍ରୀ, ଏମ୍‍.ଏଲ୍‍.ଏ ଓ ଅଧିକାରୀମାନଙ୍କୁ ପଠାଇଥିଲେ ମୁଖ୍ୟମନ୍ତ୍ରୀ

ବାଣପୁରରେ ସେ କହିଲେ ଯେ, ଚିଲିକାରେ ସେତୁ ନିର୍ମାଣ କରାଯିବ। ଏହା ପୂର୍ବରୁ ଚିଲିକାରେ ଯାତ୍ରୀବାହୀ ଡଙ୍ଗାସଂଖ୍ୟା ବୃଦ୍ଧି କରାଯିବ। ଚିଳିକାରେ ଡ୍ରେଜିଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ୧୨.୭୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି ସେ କହିଥିଲେ। ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

ପିପିଲିରେ ସେ କହିଲେ ଯେ, ଆପଣମାନଙ୍କ ଲୋ ଭୋଲଟେଜ୍‍ ସମସ୍ୟା (ମଙ୍ଗଳପୁର, ପିପିଲି) ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍‌ଜିଦ୍‌ର ବିକାଶ କାମ କରାଯାଇଛି ବୋଲି ସେ କହିଥିଲେ। ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଲେ ଯେ, ଅରୂପ ହେଉଛନ୍ତି ପିପିଲି ଡେଲାଙ୍ଗ ମାଟିର ପୁଅ। ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି। ଆପଣମାନେ ତାଙ୍କୁ ଆଶୀର୍ବାଦ କଲେ ସେ ଆପଣଙ୍କ ପାଇଁ ଦିନରାତି କାମ କରିବେ।

ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଥିଲେ ଯେ, ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ଓଡ଼ିଶାରେ ସମସ୍ତଙ୍କ ଘରକୁ ଖୁସି ଆଣିଛି ଏହି ଦଳ। ଏବେ ସମସ୍ତଙ୍କ ଘର ଆଲୋକିତ ହେବ। ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଜୟଦେବରେ ଶ୍ରୀ ପାଣ୍ଡିଆନ କହିଲେ ଯେ, ଭୁବନେଶ୍ୱର ସାଂସଦ ଏ ଅଞ୍ଚଳ ପାଇଁ କିଛି କରିନାହାନ୍ତି। ଭୁବନେଶ୍ୱର ପାଇଁ ସେ କୌଣସି ପ୍ରୋଜେକ୍ଟ ଆଣିନାହାନ୍ତି। ଭୁବନେଶ୍ୱର ସାଂସଦ ଲୋକଙ୍କ ସୁଖଦୁଃଖରେ ନାହାନ୍ତି। ଦରକାରବେଳେ ଖୋଜିଲେ ଲୋକେ ତାଙ୍କୁ ପାଆନ୍ତି ନାହିଁ। ଏଥର ଲୋକ ତାଙ୍କୁ ଉଚିତ ଜବାବ ଦେବେ। ବିଜେପି ଦଳ ୨୦୧୪ରେ କହିଥିଲେ ଆମେ ସରକାରକୁ ଆସିଲେ ଦରଦାମ କମାଇବୁ ବୋଲି ହେଲେ କିଛି କମାଇଲେ ନାହିଁ। ସବୁ ଦରଦାମ୍‍ ବଢ଼ି ବଢ଼ି ଚାଲିଲା। ଏଥର ନିର୍ବାଚନରେ ଲୋକମାନେ ତାଙ୍କୁ ଦରଦାମ୍‍ ବୃଦ୍ଧିର ଉଚିତ ହିସାବ ଦେବେ।

ସେ ପୁଣି କହିଲେ ଯେ ଏ ସରକାର ବିଜୁ ଜନତା ଦଳର ସରକାର ନୁହେଁ, ଏହା ହେଉଛି ଲୋକଙ୍କ ସରକାର। ଲୋକମତକୁ ଏଠାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ଲୋକଙ୍କ ମୁଣ୍ଡ ଉପରେ ଥିବା ବୋଝକୁ ହାଲ୍‍କା କରିବା ପାଇଁ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ, ମିଶନଶକ୍ତି, ମମତା ଲକ୍ଷ୍ମୀବସ୍‍, ଆହାର, ଚାଉଳ କାର୍ଡ,ବି.ଏସ୍‍.କେ.ୱାଇ ପରି ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି।

କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବ୍ରହ୍ମଗିରି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ, ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟକୁମାର ଦାସବର୍ମା, ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ମହାରଥୀ, ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ. ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଏବଂ ଜୟଦେବ ବିଧାୟକ ପ୍ରାର୍ଥୀ ନବକିଶୋର ମଲ୍ଲୀକ ପ୍ରମୁଖ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଜୁଲାଇ ମାସରୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ, ନିର୍ବାଚନ ପ୍ରଚାରରେ ପ୍ରତିଶୃତି ଦେଲେ ପାଣ୍ଡିଆନ

ଭୁବନେଶ୍ବର: ଗତକାଲି ବିଜୁ ଜନତାଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଳସରା ଓ ରାଜଗାଙ୍ଗପୁରରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଲୋକସଭା ପ୍ରାର୍ଥୀ ଶ୍ରୀ ଦିଲୀପ ତିର୍କୀ ଓ ତଳସରା ବିଧାନସଭା ପ୍ରାର୍ଥୀ ଶ୍ରୀ ବିନୟ ଟପ୍ପୋ ଓ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ଶ୍ରୀ ଅନିଲ ବରୁଆଙ୍କ ପାଇଁ ଯୋଡ଼ିଶଙ୍ଗରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଛନ୍ତି ।

ବିରୋଧୀ ପ୍ରାର୍ଥୀଙ୍କୁ ଆକ୍ଷେପ କରି ସେ କହିଲେ ଯେ ଆପଣମାନେ ଏଠାରୁ ଜଣକୁ ୪/୫ ଥର ସାଂସଦ କରି ପଠାଇଲେଣି । ସେ କଣ ଆପଣଙ୍କ ସୁଖଦୁଃଖରେ ଆସି ଠିଆ ହେଉଛନ୍ତି ? ଆପଣଙ୍କ ପାଇଁ କାମ କରୁଛନ୍ତି । ସେହିଭଳି ଆପଣ ଯାହାକୁ ବିଧାୟକ କରି ପଠାଇଥିଲେ ୫ ବର୍ଷ ମଧ୍ୟରେ ଥରେ ବି ଆପଣଙ୍କର କୌଣସି ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିନାହାନ୍ତି ।

ସେ କହିଲେ ଯେ କେନ୍ଦ୍ରର ବିଜେପି ସରକାର ୨୦୧୪-୨୦୧୯ ସବୁ ନିର୍ବାଚନରେ ଦର ଦାମ୍‍ କମେଇବା କଥା କହିଛନ୍ତି, କିନ୍ତୁ ଆପଣଙ୍କ ଏଲ୍‍.ପି.ଜି. ସିଲିଣ୍ଡର ଦାମ୍‍ କମିଲା କି, ପେଟ୍ରୋଲ, ଡିଜେଲ ଦାମ କମିଲା କି ? ପ୍ରତିବର୍ଷ ୨ କୋଟି ଚାକିରୀ ଦେବେ ବୋଲି କହିଥିଲେ । ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ନିଯୁକ୍ତି ମିଳିବା କଥା । ସୁନ୍ଦରଗଡ଼ରେ ୫ ଲକ୍ଷ ନିଯୁକ୍ତି ମିଳିବା କଥା । କିନ୍ତୁ ଆପଣମାନେ କେନ୍ଦ୍ରସରକାରଙ୍କ ଠାରୁ ଚାକିରୀ ପାଇଛନ୍ତି କି ? କେବଳ ମିଛ । ବଡ଼ ବଡ଼ ମିଛ କଥା କହି ସେମାନେ କୁମ୍ଭୀର କାନ୍ଦଣା କାନ୍ଦିବେ, ଭୋଟ ନେବେ ତା’ପରେ ଆଉ ଦେଖା ମିଳିବ ନାହିଁ ।

କେନ୍ଦ୍ରମନ୍ତ୍ରୀଙ୍କୁ ଟାରଗେଟ କରି କହିଲେ ଯେ, ଆପଣଙ୍କ କେନ୍ଦ୍ରଶିକ୍ଷା ମନ୍ତ୍ରୀ ୧୦ ବର୍ଷ ହେଲା ମନ୍ତ୍ରୀ ହେଲେଣି । ଓଡ଼ିଶାରେ ଗୋଟିଏ ହେଲେ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି ? କୌଣସି ସ୍କଲାରସିପ ସ୍କିମ୍‍ କରିଛନ୍ତି କି ? କେବଳ ବଡ଼ ବଡ଼ କଥା କହିବା ଛଡ଼ା ସେମାନେ କିଛି ଜାଣନ୍ତି ନାହିଁ । ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ରାଜ୍ୟରେ ୧୦ ପ୍ରତିଶତରୁ ମଧ୍ୟ କମ୍ ପିଲା ସ୍କଲାରସିପ ପାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆମର ୯୦ ପ୍ରତିଶତ ପିଲାଙ୍କୁ ନୂଆ ଓ ସ୍କଲାରସିପ ଦେଉଛନ୍ତି ।

ବିଜୁ ଜନତା ଦଳର ଇସ୍ତାହାର ପ୍ରସଙ୍ଗରେ ସେ କହିଲେ ଯେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଛନ୍ତି । ଜୁଲାଇ ମାସରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ଆଉ ବିଜୁଳି ବିଲ୍‍ ଦେବାକୁ ପଡ଼ିବ ନାହିଁ । ନବୀନ ସରକାର ଆପଣମାନଙ୍କ ବୋଝ ହାଲ୍‍କା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ୫ ଟଙ୍କାରେ ମା’ମାନେ, ଛାତ୍ରଛାତ୍ରୀମାନେ ଲକ୍ଷ୍ମୀ ବସର ସୁବିଧା ପାଉଛନ୍ତି। ନୂଆ-ଓ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚିନ୍ତା ଦୂର ହୋଇଛି, ଏବେ ପୁଣି ନୂଆ-ଓ ରେ ଝିଅଙ୍କୁ ୧୪ ହଜାର ଓ ପୁଅଙ୍କୁ ୧୨ ହଜାର ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କର କୌଣସି ବାଛବିଚାର ନଥାଏ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର, ତେଣୁ ସମସ୍ତଙ୍କୁ ଏବଂ ସବୁ ଅଞ୍ଚଳର ବିକାଶକୁ ସେ ସମାନଦୃଷ୍ଟିରେ ଦେଖନ୍ତି। ମୋର ବିଶ୍ୱାସ ଚଳିତ ନିର୍ବାଚନରେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ସଂଖ୍ୟାରେ ଆଶୀର୍ବାଦ କରିବେ ।

ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀମାନଙ୍କ ବନ୍ଧୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ କାମ କରିଥାନ୍ତି । ଗତକାଲି ଯେଉଁ ଇସ୍ତାହାର ପ୍ରକାଶ ପାଇଛି ସେଥିରେ ମୁଖ୍ୟମନ୍ତ୍ରୀ ଚାଷୀ ପରିବାରର ଝିଅ ବାହାଘର ପାଇଁ ୨୫,୦୦୦ ଟଙ୍କା, ପିଲାମାନଙ୍କ ପାଠ ପଢ଼ିବା ପାଇଁ କାଳିଆ ଛାତ୍ର ବୃତ୍ତି, ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ସେମାନଙ୍କର କୃଷିକାର୍ଯ୍ୟ ଓ ଘରୋଇକାର୍ଯ୍ୟରେ ବ୍ୟବହୃତ ବିଜୁଳି ବିଲ୍‍କୁ ଛାଡ଼ କରିଛନ୍ତି । ବି.ଏସ୍‍.କେ.ୱାଇରେ ସାମିଲ ହୋଇନଥିବା ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଇସ୍ତାହାର ଅନୁଯାୟୀ ନୂଆ-ଓ ଛାତ୍ରବୃତ୍ତିରେ ଝିଅଙ୍କ ପାଇଁ ୧୪,୦୦୦ ଓ ପୁଅଙ୍କ ପାଇଁ ୧୨,୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ୯୫ ପ୍ରତିଶତ ପିଲା ଏହି ବୃତ୍ତି ପାଉଛନ୍ତି । ଅନ୍ୟ ଯେକୌଣସି ରାଜ୍ୟରେ ବି ଏହି ବୃତ୍ତି ଦିଆଯାଉଛି, କେଉଁଠାରେ ୧୦ ପ୍ରତିଶତରୁ ଅଧିକ ପିଲା ପାଉନାହାନ୍ତି ।

ସୁନ୍ଦରଗଡ଼ ଠାରେ ବିଶ୍ୱକପ୍‍ ହକି ଆୟୋଜନ କରି ସୁନ୍ଦରଗଡ଼କୁ ନୁଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇଭଉଣୀମାନଙ୍କର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ାର ବିକାଶ ବିଷୟରେ ଅନ୍ୟ କୌଣସି ସରକାର ଚିନ୍ତା କରନ୍ତି ନାହିଁ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏହାର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି।

ତଳସରା ନିର୍ବାଚନ ମଣ୍ଡଳୀରେ ବିକାଶ ହିସାବ ଦେଇ ସେ କହିଥିଲେ ଯେ ଉରାମ୍‍, ଓରାମ୍‍, ଓରାଓଁ, ଧାଙ୍ଗରା ଓ ଓରାଓଁମୁଡି ସମ୍ପ୍ରଦାୟଙ୍କୁ ନୂତନ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି।ମାଦ୍ରି କାଲୋ ସ୍ମୃତି ସଦନ ପାଇଁ ୩୦ ଲକ୍ଷ, ମାଁ ସମଲେଶ୍ୱରୀ ପାଇଁ ୧୦ ଲକ୍ଷ, ସିକାଯୋର ମୁସଲିମ୍‍ ବିବାହ ମଣ୍ଡପ ପାଇଁ ୧୦ ଲକ୍ଷ, ଇବ୍‍ ନଦୀ କୁଡ଼ାବେଗା ନଦୀଗର୍ଭଜଳାଶୟ ପାଇଁ ୧୬୦ କୋଟି ଟଙ୍କା, ସରଫଗଡ଼ ଜଳସେଚନ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ୯.୬୦ କୋଟି ଟଙ୍କା, ବାଲିଶଙ୍କରା କୁକୁଡାନାଳ ଡ୍ୟାମ୍‍ ପାଇଁ ୪୦ କୋଟି ଟଙ୍କା, ବାଲିଶଙ୍କରା, ଲେଫ୍‍ରିପଡ଼ା, ସବଡେଗା ଓ ବଡ଼ଗାଁ ବ୍ଲକରେ ସିନ୍ଥେଟିକ୍‍ ହକି ଟର୍ଫ ତାଲିମ କେନ୍ଦ୍ର ପାଇଁ ୪୮ କୋଟି ଟଙ୍କାର କାମ ଚାଲିଛି । ଜିଲ୍ଲାରେ ୬୦,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ବୋନସ୍‍ ଏବଂ ଇନସେଣ୍ଟିଭ୍‍ ଜରିଆରେ ୮.୬ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଦୁଇଜଣ ଯୁବପ୍ରାର୍ଥୀ ଦେଇଛନ୍ତି। ସେମାନେ ଆପଣଙ୍କ ସୁଖଦୁଃଖର ସାଥୀ ହେବେ। ଆପଣ ସେମାନଙ୍କୁ ଯୋଡ଼ିଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଦିଲ୍ଲୀପ ବାବୁ ଭାରତୀୟ ହକି ଟିମ୍‍ର କ୍ୟାପଟେନ୍‍ ଥିଲେ। ସେ ହେଉଛନ୍ତି ଆପଣମାନଙ୍କର ଗୌରବ, ସାରା ରାଜ୍ୟର ଗୌରବ । ତାଙ୍କୁ ଆପଣ ଭୋଟ ଦେଲେ ସାରା ଓଡ଼ିଶାର ସମ୍ମାନ ବଢ଼ିବ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀ କହିଲେ ବିଜୟୀ ଭବ

ଭୁବନେଶ୍ବର: ଆଜି ନିଜ ସମର୍ଥକଙ୍କ ସହିତ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ପ୍ରଣବ ପ୍ରକାଶ ଦାସ। ସେ ଏକ ବିରାଟ ଶୋଭାଯାତ୍ରାରେ ଯାଇ ସମ୍ବଲପୁର ଜିଲ୍ଲାପାଳ ଅଫିସରେ ନାମାଙ୍କନ ଦାଖଲ କରିଥିଲେ। ସେ ଚାରିସେଟ ନାମାଙ୍କନ ଦାଖଲ କରିଥିବାର ଜଣାପଡିଛି। ତାଙ୍କ ସହିତ ସମ୍ବଲପୁର ଲୋକସଭା ଅଧିନରେ ଥିବା ବିଧାନସଭା ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ଥିଲେ।

ତେବେ ନାମାଙ୍କନ ଦାଖଲ ପୂର୍ବରୁ ପ୍ରଣବ ମା ସମଲେଶ୍ବରୀ ମନ୍ଦିର ଯାଇ ଦର୍ଶନ କରି ପୂଜାପାଠ କରିଥିଲେ। ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରୀ କରି ତାଙ୍କର ମଙ୍ଗଳ କାମନା କରିଛନ୍ତି। ସେ କହିଛନ୍ତି ଅଲ ଦ ବେଷ୍ଟ ବବି, ଆଇ ଆମ ସିଓର ୟୁ ଉଇଲ ୟୁଇନ୍।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ମେ ୨୦ରେ ମତଦାନ

ଭୁବନେଶ୍ବର: ଆଜି ଓଡିଶା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆସନ୍ତା ମେ ୨୦ ତାରିଖ ମତଦାନ ହେବ। ଏହି ପର୍ଯ୍ୟାୟରେ ଓଡିଶାର ପାଞ୍ଚଟି ଲୋକସଭା ଏବଂଏହା ଅଧିନରେ ଥିବା ବିଧାନସଭାଗୁଡିକରେ ନିର୍ବାଚନ ହେବ। ଯେଉଁ ଲୋକସଭାଗୁଡିକରେ ନିର୍ଗୁବାଚନ ହେବ ସେଗୁଡିକ ହେଲା ବରଗଡ, ସୁନ୍ଦରଗଡ, ବଲାଙ୍ଗୀରି, କନ୍ଧମାଳ ଏବଂ ଆସିକା।

ଏହି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ମେ 3 ତାରିଖ। ସେହିପରି ପ୍ରାର୍ଥୀପତ୍ର ଯାଞ୍ଚ 4 ତାରିଖରେ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ 6 ତାରିଖ। ମେ ୨୦ ତାରିଖରେ ଭୋଟ ଗ୍ରହଣ ହେବ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପିର ପ୍ରଚାରରେ କେତେ ବଦଳିଛି ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ କମ୍ ମତଦାନ ଭାରତୀୟ ଜନତା ପାର୍ଟିକୁ ନିଜର ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଏପର୍ଯ୍ୟନ୍ତ ନିରବ ଥିବା ପ୍ରସଙ୍ଗକୁ ନେଇ ଦଳର ଜାତୀୟ ଅଭିଯାନ ଅଧିକ ପ୍ରଭାବିତ ହେଉଛି।

ଏପ୍ରିଲ ୧୯ରେ ଦେଶର ୧୦୨ଟି ଲୋକସଭା ଆସନରେ ମତଦାନ ହୋଇଛି। ଏହି ୧୦୨ଟି ଆସନରେ ୪ ପ୍ରତିଶତ ମତଦାନ କମ୍‍ ହୋଇଥିବାବେଳେ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏହି ମାମଲା ମୁଖର ହୋଇଛି।

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ରାଜସ୍ଥାନର ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପୁରୁଣା ଶୈଳୀରେ ମୁଖ୍ୟ ପ୍ରସଙ୍ଗ ଉପରେ କହିବା ଆରମ୍ଭ କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୁସଲମାନ, ରାମନବମୀ ଏବଂ କଂଗ୍ରେସର ତୁଷ୍ଟୀକରଣ ବିଷୟରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ବିଜେପିର ଶୀର୍ଷ ନେତାମାନେ ବିଗତ ୫ ବର୍ଷ ଧରି ‘ବିକଶିତ ଭାରତ’, ‘୪୦୦ ପାର୍‍’ ଏବଂ ‘ତୃତୀୟ ବୃହତ୍ତମ ଅର୍ଥନୀତି’ ସ୍ଲୋଗାନରେ ଲୁଚି ରହିଥିବା ପ୍ରସଙ୍ଗ ଉଠାଇବା ଆରମ୍ଭ କରିଛନ୍ତି।

କେତେ ବଦଳିଲା ବିଜେପିର ପ୍ରଚାର ?

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଂଶୱାଡ଼ା, ଟୋଙ୍କ, ସୱାଇ ମାଧୋପୁର, ଛତିଶଗଡ଼ର ସରଗୁଜା, ମହାସମୁନ୍ଦ ଏବଂ ଜାଞ୍ଜଗିର-ଚାମ୍ପାରେ ରାଲି କରିଛନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣ ଦେଇ ବିଜେପିର ପ୍ରଚାରର ଦିଗ ବଦଳାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ୪ଟି ପ୍ରମୁଖ ପ୍ରସଙ୍ଗକୁ ପ୍ରାଥମିକତା ଦେଇଛନ୍ତି।

ପୁଣି ଫେରିଲା କଠୋର ହିନ୍ଦୁତ୍ୱ ପ୍ରସଙ୍ଗ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀ କଠୋର ହିନ୍ଦୁତ୍ୱ ପ୍ରସଙ୍ଗକୁ ଉଠାଇବା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ରାଲିରେ ରାମନବମୀ ଏବଂ ହନୁମାନ ଚାଳିସା ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରୁଛନ୍ତି।

ଜାଞ୍ଜଗିର ଲୋକସଭା ଆସନରେ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କଂଗ୍ରେସ ଶାସନରେ ହନୁମାନ ଚାଳିସା ପଢ଼ିବା ଏକ ଅପରାଧ ଥିଲା। ଆପଣ କଂଗ୍ରେସ ଶାସନ ଉପରେ ଆପଣଙ୍କ ବିଶ୍ୱାସ କରିପାରିବେ ନାହିଁ ।

ଟୋଙ୍କ-ସୱାଇ ମାଧୋପୁରରେ ଆୟୋଜିତ ରାଲିରେ ମୋଦି କହିଥିଲେ, କଂଗ୍ରେସ ଶାସନରେ ରାମଙ୍କ ନାମ ନେବା ମଧ୍ୟ ଅପରାଧ ବୋଲି ବିବେଚନା କରାଯାଉଥିଲା। ଏଠାରେ ରାମ ନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଥିଲା।

ମୁସଲମାନ ଭୟ

ପ୍ରଥମ ପର୍ଯ୍ୟାୟ ପରେ ବିଜେପି, ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଚାରରେ ମୁସଲମାନଙ୍କ ଭୟ ସିଧାସଳଖ ଦେଖାଯାଉଛି। ରାଜସ୍ଥାନର ବାଂଶଓ୍ଵାଡ଼ାରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ଆପଣଙ୍କ ସମ୍ପତ୍ତି ଅଧିକ ସନ୍ତାନ ଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରାଯିବ। ଏହି ଲୋକମାନେ ଦେଶର ଅନୁପ୍ରବେଶକାରୀ। ତୁମେ ତୁମର ସମ୍ପତ୍ତି ମୁସଲମାନମାନଙ୍କୁ ଦେବାକୁ ଗ୍ରହଣ କରିବ କି?

ଲକ୍ଷ୍ନୌରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶରିଆ ଆଇନ ବିଷୟରେ ଉଲ୍ଲେଖ କରିଛନ୍ତି। ଯୋଗୀ ତାଙ୍କ ଅଭିଭାଷଣରେ କହିଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଶରିଆ ଆଇନ କାର୍ଯ୍ୟକାରୀ ହେବ।

ଜାତୀୟତାବାଦ ଓ ଆତଙ୍କବାଦ ପ୍ରସଙ୍ଗ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ନିଜର ପ୍ରଚାରରେ ଜାତୀୟତାବାଦ ଓ ଆତଙ୍କବାଦ ପ୍ରସଙ୍ଗକୁ ତୀବ୍ର କରିବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସେମାନଙ୍କ ରାଲିରେ ଏସବୁ ପ୍ରସଙ୍ଗକୁ ଅଧିକ ପ୍ରାଥମିକତା ଦିଆଯାଉଛି।

ସମ୍ବିଧାନ ନ ବଦଳାଇବାର ଭରଷା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପିର ଅନେକ ନେତା ୪୦୦ ପାର୍‍ ହେବାର ସ୍ଲୋଗାନକୁ ସମ୍ବିଧାନ ପରିବର୍ତ୍ତନ ସହ ଯୋଡ଼ିଥିଲେ। ବିରୋଧୀ ଏହାକୁ ଏକ ବଡ଼ ପ୍ରସଙ୍ଗ କରି ଲୋକସଭାର ଏହି ଲଢ଼େଇକୁ ସମ୍ବିଧାନ ରକ୍ଷା ପାଇଁ ଲଢ଼େଇ ସହ ଯୋଡ଼ିଥିଲେ। ପ୍ରଥମ ପର୍ଯ୍ୟାୟ ମତଦାନ ମନ୍ଥର ହେବା ପରେ ବିଜେପିର ବଡ଼ ବଡ଼ ନେତାମାନେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଏବଂ ପ୍ରତ୍ୟେକ ରାଲିରେ ଏହି ପ୍ରସଙ୍ଗ ଉଠାଉଛନ୍ତି। ଛତିଶଗଡ଼ର ରାଲିରେ ନିଜେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମ୍ବିଧାନ ବଦଳିବ ନାହିଁ।

ଏହି ସବୁ କଥା ଆଉ ରାଲିରେ ଉଲ୍ଲେଖ କରାଯାଇନାହିଁ

ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ବିଜେପି ନିଜ ଅଫିସିଆଲ ହ୍ୟାଣ୍ଡେଲରୁ ନିଜ ଇସ୍ତାହାରରେ ଅନେକ କଥା କହିଥିଲା, କିନ୍ତୁ ଗତ ୨ ଦିନ ହେଲା ଇସ୍ତାହାର ପରେ ଦଳର ସୋସିଆଲ ମିଡିଆ ଅଦୃଶ୍ୟ ହୋଇଯାଇଛି।

ସେହିଭଳି ପ୍ରତି ରାଲି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମୀଙ୍କୁ ‘ଅବ୍‍କି ବାର, ୪୦୦ ପାର୍‍’ ସ୍ଲୋଗାନ ଦେଉଥିଲେ, କିନ୍ତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏହାକୁ ବନ୍ଦ କରି ଦିଆଯାଇଛି।

ଏବେ ପ୍ରତ୍ୟେକ ରାଲି ଶେଷରେ ପ୍ରଧାନମନ୍ତ୍ରୀ କର୍ମୀଙ୍କୁ ଅଧିକରୁ ଅଧିକ ଭୋଟ୍ ପାଇବାପାଇଁ ନିବେଦନ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ଅଡୁଆରେ ବିଜେପି, ବଢୁଛି ଗୋଷ୍ଠୀ କନ୍ଦଳ

ଭୁବନେଶ୍ବର: ଦିଗପହଣ୍ଡି ନିର୍ବାଚନ ମଣ୍ଡଳିରେ ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀତ୍ବକୁ ନେଇ ବଢୁଛି ଅଡୁଆ। ସେଠାରେ ବିଜେପି ନେତା ଥିବା ବେଳେ ସିଦ୍ଧାନ୍ତ ମହାପାତ୍ରଙ୍କୁ କଣ ପାଇଁ ବିଜେପି ପ୍ରାର୍ଥୀ କଲା ତାହାକୁ ବିରୋଧ କରାଯାଉଛି। ଫଳରେ ସିଦ୍ଧାନ୍ତ ମହାପାତ୍ର ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏ ପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ପାରୁ ନାହାଁନ୍ତି।

ଦିଗପହଣ୍ଡି ହେଉଛି ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦବଦବା ଥିବା ନିର୍ବାଚନ ମଣ୍ଡଳି। ତାଙ୍କ ପରଲୋକରେ ବିଜେଡି ସେଠାରେ ତାଙ୍କ ପୁତ୍ର ବିପ୍ଲବ ପାତ୍ରଙ୍କୁ ପ୍ରାର୍ଥୀ କରିଛି। ପୂର୍ବରୁ ସେଠାରେ ଦବଦବା ରଖିଥିବା ନେତା ବିପିନ ପ୍ରଧାନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଆଶା ଥିଲା ତାଙ୍କୁ ବିଜେପି ଟିକେଟ ଦେବ।

ହେଲେ ତାହା ନ ହେବାରୁ ସେ ଏବଂ ତାଙ୍କ କର୍ମି ଉତକ୍ଷିପ୍ତ ହୋଇପଡିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାନ୍ତ ମହାପାତ୍ରଙ୍କୁ କେହି ସହଯୋଗ କରୁ ନାହାଁନ୍ତି। ଫଳରେ ବର୍ତ୍ତମାନ ସେଠାରେ ଅଡୁଆ ପରିସ୍ଥିତିରେ ପଡିଯାଇଛି ବିଜେପିଷ

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଧାଡିରେ ଛିଡା ହୋଇ ଭୋଟ ଦେଲେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ, ଅଜିଥ କୁମାର

ନୂଆଦିଲ୍ଲୀ: ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ଆଜି ସକାଳ ୭:୦୦ ରେ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହୋଉଛି। ଏଥିରେ ୧୦୨ ଟି ଆସନରେ ଭୋଟ ଗ୍ରହଣ ଚାଲିଛି।

ଏହି ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ତାମିଲନାଡୁରେ ପ୍ରଖ୍ୟାତ ଅଭିନେତାମାନେ ସକାଳୁ ଧାଡିରେ ଛିଡା ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଅଭିନେତା ଅଜିଥ କୁମାର ଆଜି ଭୋଟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ବୁଥ ନିକଟରେ ପହଞ୍ଚିଥିଲେ। ଏହା ପରେ ପରେ ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ମଧ୍ୟ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିଲେ।

ଉଭୟ ଭୋଟ ଦେବା ପରେ ସେମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ଭୋଟ ଗ୍ରହଣ ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପଣା ସଂକ୍ରାନ୍ତି ଅବସରରେ ପୁରୀର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କଲେ ଡକ୍ଟର ସମ୍ବିତ ପାତ୍ର

ପୁରୀ: ପୁରୀ ସହରର ସମସ୍ତ ଜାଗା ଆଖଡ଼ା ପରିଦର୍ଶନ କରି ଓଡ଼ିଆଙ୍କ ପ୍ରିୟ ପର୍ବ ପବିତ୍ର ପଣା ସଂକ୍ରାନ୍ତି ପାଳନ କରିଛନ୍ତି ପୁରୀ ଲୋକସଭା ନିର୍ବାଚନ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ସେ ପଣା ସଂକ୍ରାନ୍ତି ଉତ୍ସବ ପାଳନ ଆରମ୍ଭ କରିଥିଲେ।

ଏହି ଦିନ ଓଡ଼ିଆ ନବବର୍ଷ ପାଳନ କରାଯାଉଥିବାରୁ ସେ ପୁରୀ ନଗରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ପଣା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ସହିତ ମହାବୀର ହନୁମାନଙ୍କ ଜୟନ୍ତୀ ଅବସରରେ ପୁରୀର ବିଭିନ୍ନ ହନୁମାନ ମନ୍ଦିର ଓ ଜାଗା ଆଖଡ଼ା ପରିଦର୍ଶନ କରିଥିଲେ ଡକ୍ଟର ସମ୍ବିତ ପାତ୍ର।

ଏହି କ୍ରମରେ ସେ ମହାବୀର ହନୁମାନ ଜୟନ୍ତୀର ଶୁଭ ଅବସରରେ ପୁରୀ ସହର ସ୍ଥିତ ସୁଗ୍ରୀବ ମହାବୀରଙ୍କ ଦର୍ଶନ କରିଥିଲେ। ମହାବୀର ହନୁମାନଙ୍କ ନିକଟରେ ପୁରୀ ଲୋକସଭାର ସର୍ବାଙ୍ଗୀନ ଉନ୍ନତି କାମନା କରିବା ସହିତ ସମସ୍ତ ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବା ନିମନ୍ତେ ପ୍ରାର୍ଥନା କରିଥିଲେ। ସେହିଭଳି ପୁରୀର ଚୂଡ଼ଙ୍ଗ ଗଡ଼ ଜାଗା ଆଖଡ଼ାର ଅନନ୍ୟ ପରମ୍ପରା ସାହିଯାତ୍ରାରେ ମଧ୍ୟ ଭାଗନେବାର ସୁଯୋଗ ପାଇଥିଲେ।

ରାମଚଣ୍ଡୀ ସାହି ଥିବା ସୁନ୍ଦର ଆଖଡ଼ା ପରିଦର୍ଶନ କରିବା ସହ ଆଖଡ଼ା ରେ ବ୍ୟାମ କରିବାର ପରମ୍ପରାରେ ଭାଗ ନେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସାହିର ବାଣବରେଶ୍ୱର, ମାର୍କଣ୍ଡେଶ୍ୱର ସାହିର ମାର୍କଣ୍ଡେଶ୍ୱର ମନ୍ଦିର, ପଞ୍ଚମୁଖି ବ୍ୟାୟାମ ବିଦ୍ୟାଳୟ, ବାସେଳିସାହିର ମହାବୀର ମନ୍ଦିର, ହରଚଣ୍ଡୀ ସାହିର ବାରବାଟୀ ଜାଗା ଘର ଏବଂ ତାପଙ୍ଗ ଜାଗା ଘର ଆଦି ପରିଦର୍ଶନ କରିଥିଲେ।

ଏହି ଅବସରରେ ସେ ନିଜେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପୁରୀର ସଂସ୍କୃତି ଅନନ୍ୟ ତଥା ଏହା ଉତ୍କଳୀୟ ସଂସ୍କୃତିର କେନ୍ଦ୍ର ବିନ୍ଦୁ। ପୁରୀର ଆଖଡ଼ା ଓ ଜଗାଘର ଉତ୍କଳୀୟ ବୀର ସଂସ୍କୃତିର ଆଧାର। ଏହା ଆଜି ମଧ୍ୟ ନିଜ ଗୌରବକୁ ବଜାୟ ରଖିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ ଇସ୍ତାହାର କମିଟର ସଦସ୍ୟା କରି ଶ୍ରୀମୟୀଙ୍କୁ ସନ୍ତୁଷ୍ଠ କରାଇଲା ବିଜେଡି

ଭୁବନେଶ୍ବର: ଅସନ୍ତୁଷ୍ଠ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଥଇଥାନ କରିଛି ବିଜୁ ଜନତା ଦଳ। ଆଜି ଘୋଷଣା ହୋଇଥିବା ବିଜେଡି ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ଜଣେ ସଦସ୍ୟା ଭାବେ ଦଳ ନିଯୁକ୍ତି କରିଛି। ଫଳରେ ଚଳିତ ନିର୍ବାଚନରେ ଦଳ କେଉଁ ଆଭିମୁଖ୍ୟ ନେଇ ଲୋକଙ୍କୁ ପାଖକୁ ଯିବ ତାହା ଏହି କମିଟ ନିଷ୍ପତି କରିବ। ଏହି କମିଟର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ।

ଶ୍ରୀମୟୀ ମିଶ୍ର ଭୁବନେଶ୍ବର ଲୋକସଭା ଆସନରୁ ଲଢିବେ ବୋଲି ତାଙ୍କୁ ଦଳ ସବୁଜ ସଙ୍କେତ ପ୍ରଦାନ କରିଥିଲା। ଫଳରେ ସେ ଏହି ଲୋକସଭା ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିସାରିଥିଲେ। ହେଲେ ଶେଷ ମୂହୁର୍ତ୍ତରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ନଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ବର ଲୋକସଭା ଟିକେଟ ନେଇଗଲେ।

ଏହା ଘୋଷଣା ପରେ ଶ୍ରୀମୟୀ କିଛିଦିନ ପାଇଁ ମୋବାଇଲ ସୁଇଚ ଅପ କରି କୁଆଡେ ଉଭାନ ହୋଇଗଲେ। ଫଳରେ ତାଙ୍କର ଅସନ୍ତୁଷ୍ଠକୁ ଦେଖି ଦଳ ବର୍ତ୍ତମାନ ନିର୍ବାଚନ ଇସ୍ତାହାର କମିଟରେ ତାଙ୍କୁ ସଦସ୍ୟା ଭାବେ ନିଯୁକ୍ତି କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଆଜି ଘୋଷଣା ହେବ ବିଜେଡିର ବାକିଥିବା ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜେଡି ଘୋଷଣା କରିବ ତାହାର ବାକିଥିବା କିଛି ବିଧାନସଭା ଆସନ ସହିତ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ବିଶେଷ ସୁତ୍ର ଅନୁସାରେ ବିଜେଡି ବର୍ତ୍ତମାନ ବାକିଥିବା ୩୯ ଆସନ ମଧ୍ୟରୁ ୨୦ ରୁ ୨୫ ଟି ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହୋଇସାରିଛି। ସେଥିପାଇଁ ଆଜି କିମ୍ବା ଆସନ୍ତାକାଲି ଏହି ଘୋଷଣା କରାଯିବ ବୋଲି ଜଣାପଡିଛି।

ସେହିପରି ବିଜେଡିର ବାକିଥିବା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଏହି ଆସନରେ ଲଢେଇ କରିବେ ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ରବିବାର ଦିନ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ପ୍ରାର୍ଥୀତ୍ବକୁ ଦଳର ସଭାପତି କୁଆଡେ ଚୁଡାନ୍ତ କରିଛନ୍ତି ବୋଲି କୁହାଯାଉଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏଥର ଓଡିଶା କଂଗ୍ରେସ ନାମକୁ ମାତ୍ର ଲଢ଼େଇ କରିବ !!!

ଭୁବନେଶ୍ବର: ରଜ୍ୟରେ କଂଗ୍ରେସର ନେତାମାନଙ୍କ ସ୍ଥିତିକୁ ଦେଖିଲେ ଯାହା ଜଣାପଡ଼ୁଛି, ଚଳିତ ନିର୍ବାଚନରେ ଦଳ ଜିତିବା ପାଇଁ ନୁହେଁ କେବଳ ନିଜ ନାମ ରକ୍ଷା କରିବା ପାଇଁ ନିର୍ବାଚନ ଲଢ଼ିବ ବୋଲି ଆଲୋଚନା ହେଉଛି। କାରଣ କଂଗ୍ରେସ ନେତାମାନେ ଏବେ ରାଜ୍ୟର ଶାସନ କ୍ଷମତାେର ଥିବା ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହେବାରେ ସଫଳ ହେଉଛନ୍ତି।

ରାଜ୍ୟ କଂଗ୍ରେସର ନେତାମାନେ ଜାଣଗଲେଣି ଯେ ସେମାନେ କଂଗ୍ରେସରେ ରହିଲେ ନିର୍ବାଚନ ଜିତିପାରିବେ ନାହିଁ। ତେଣୁ ସେମାନେ ନିଜ ଭବସିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଉପରୋକ୍ତ ଦୁଇଟି ଦଳରେ ଯୋଗ ଦେଉଛନ୍ତି।

୨୦୦୦ରୁ ରାଜ୍ୟରେ ଚାଲିଥିବା ବିଜେପି-ବିଜେଡି ମେଣ୍ଟ ୨୦୦୯ରେ ଭାଙ୍ଗିଯାଇଥିଲା। ଏହାପରଠାରୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡିର କଂଗ୍ରେସ ନେତାମାନଙ୍କ ଉପରେ ନିର୍ଭରଶୀଳତା ଆରମ୍ଭ ହୋଇଥିଲା, ଯାହାକି ଏବେ ଶୀର୍ଷ ସ୍ତରରେ ପହଞ୍ଚିଛି। ୨୦୦୯ରେ ବିଜେଡି ଯୁବ କଂଗ୍ରେସ ସଭାପତି ରୋହିତ ପୂଜାରୀ ଓ ୨୦୦୪ ନିର୍ବାଚନରେ ପୁରୀ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀଙ୍କଠାରୁ ହାରଥିବା କଂଗ୍ରେସ ନେତା ପିନାକୀ ମିଶ୍ରଙ୍କୁ ଦଳକୁ ଆଣି ପ୍ରାର୍ଥୀ କରିଥିଲା।

ରୋହିତ ରେଢ଼ାଖୋଲରୁ ବିଧାୟକ ହୋଇଥିବାବେଳେ ପିନାକୀ ପୁରୀରୁ ସାଂସଦ ନିର୍ବାଚିତ ହୋଇଥିଲେ। ପାଲଲହଡ଼ାର କଂଗ୍ରେସ ବିଧାୟକ ନୃସିଂହ ସାହୁ ବିଜେଡିକୁ ଆସି ନିର୍ବାଚନ ଲଢ଼ିଥିଲେ। ସେହିପରି କେନ୍ଦୁଝର ଲୋକସଭାରୁ ପୂର୍ବରୁ ହାରିଥିବା କଂଗ୍ରେସ ପ୍ରାର୍ଥୀ ଯଶବନ୍ତ ନାରାୟଣ ଲାଗୁରୀ ବିଜେଡିରେ ଯୋଗଦେଇ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏପରିକି ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ୨୦୧୪ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ।

ଏହାପରେ ୨୦୧୪ ନିର୍ବାଚନରେ ବିରୋଧୀଦଳ ନେତା ତଥା କଂଗ୍ରେସ ବିଧାୟକ ଭୂପିନ୍ଦର ସିଂହ, ବ୍ରଜରାଜନଗରରୁ ନିର୍ବାଚିତ କଂଗ୍ରେସ ବିଧାୟକ ଅନୁପାଏ ବିଜେଡିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡିକୁ ଅଣାଯାଇ ଉପନିର୍ବାଚନରେ ପ୍ରାର୍ଥୀ କରାଯାଇଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବ ଦାସ, ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, କଂଗ୍ରେସ ନେତା ବିକ୍ରମ ପଣ୍ଡା, ଢେଙ୍କାନାଳର କଂଗ୍ରେସ ନେତା ସୁଧୀର ସାମଲ ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ସୁନ୍ଦରଗଡ଼ ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିଲେ।

ବର୍ତ୍ତମାନ ବିଜଦର କ୍ରାଇସିସ୍‍ ମ୍ୟାନେଜର ହୋଇଥିବା ମାନସ ମଙ୍ଗରାଜଙ୍କ ଉତ୍ପତ୍ତି ମଧ୍ୟ କଂଗ୍ରେସରୁ ହୋଇଛି। ସେ କଂଗ୍ରେସ ଟିକଟରେ ଚିଲିକାରୁ ଲଢ଼ି ପରାଜିତ ହୋଇଥିଲେ। ଏହିପରି ଆହୁରି ଅନେକ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ।

ପୂର୍ବର ୩ଟି ନିର୍ବାଚନ ଅପେକ୍ଷା ଚଳିତ ୨୦୧୪ ନିର୍ବାଚନ କଂଗ୍ରେସ ନେତାମାନଙ୍କୁ ବିଜେଡି ପ୍ରାର୍ଥୀ କରିବାରେ ସମସ୍ତ ରେକର୍ଡ ପଛରେ ପକାଇ ଦେଇଛି। ଚଳିତ ନିର୍ବାଚନରେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ସୁରେନ୍ଦ୍ର ସିଂହ ଭୋଇ, ଧନୁର୍ଜୟ ସିଦ୍ଧୁ, କେ, ସୂରୟା ରାଓ, ରୋହିତ ତିର୍କୀ, ଅଧିରାଜ ପାଣିଗ୍ରାହୀଙ୍କୁ ବିଜେଡି ପକ୍ଷରୁ ଚଳିତ ନିର୍ବାଚନରେ ପ୍ରାର୍ଥ କରାଯାଇଛି।

ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ, ଗଣେଶ୍ୱର ବେହେରା, ବାପି ସର୍ଖେଲ, ପ୍ରଦୀପ ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବାବେଳେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ତାରାପ୍ରସାଦ ବାହିନୀପତି ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

କେବଳ ବିଜେଡି ନୁହେଁ ବିଜେପି ମଧ୍ୟ କେତେକ ଆସନରେ କଂଗ୍ରେସ ନେତାମାନଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ କରିଛି। ସେମାନଙ୍କ ମଧ୍ୟରେ ଅତାବିରାରୁ ନିହାର ମହାନନ୍ଦ, ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିସାରିଛି। ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେବା ଆଶାରେ ଅଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡିର ପ୍ରାର୍ଥୀ ତାଲିକା, ପୁରୁଣାଙ୍କୁ କରାଯାଇନି ଅଣଦେଖା, ନୂଆ ପ୍ରାର୍ଥୀଙ୍କୁ ଦିଆଯାଇଛି ଗୁରୁତ୍ବ

ଭୁବନେଶ୍ବର: ବିଜେଡି ବର୍ତ୍ତମାନ ସୁଦ୍ଧା ୯୯ ବିଧାନସଭା ଏବଂ ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏବେ କେବଳ ଗୋଟିଏ ଲୋକସଭା ଏବଂ ୪୮ ଟି ବିଧାନସଭା ଆସନ ପାଇଁ ଘୋଷଣା ବାକି ରହିଛି। ଗତକାଲି ଦଳ ୨୭ ଟି ବିଧାନସଭା ଏବଂ ୫ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କେବଳ ବାଲେଶ୍ବର ଲୋକସଭା ବ୍ୟତିତ ଅନ୍ୟ ସବୁ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି।

ତେବେ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଦଳ ବରିଷ୍ଠଙ୍କୁ ଅଣଦେଖା କରି ନାହିଁ। ହେଲେ ଅନ୍ୟପଟେ ଦଳ ନୂଆ ପ୍ରାର୍ଥୀଙ୍କୁ ବେଶ ଗୁରୁତ୍ବ ଦେଇଛି। ଆସନ୍ତୁ ନଜର ପକାଇବା ଗତକାଲି ଘୋଷଣାରେ ନୂଆ ପ୍ରାର୍ଥୀ କେଉଁମାନେ

ଲୋକସଭା

ଗତକାଲି ଘୋଷଣା ହୋଇଥିବା ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି । ସେମାନେ ହେଲେ

ବରଗଡ- ପରିଣିତା ମିଶ୍ର

ବ୍ରହ୍ମପୁର- ଭୃଗୁବକ୍ସି ପାତ୍ର

ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ

କେନ୍ଦୁଝରରୁ- ଧନୁର୍ଜୟ ସିନ୍ଧୁ

ବିଧାନସଭା

ବୁଧବାର ଘୋଷିତ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୨୭ ଜଣଙ୍କ ନାମ ଥିବାବେଳେ ଏଥିରେ ଅଛନ୍ତି ୯ ନୂଆ ପ୍ରାର୍ଥୀ ।

ସେମାନେ ହେଲେ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ରାଜଗାଙ୍ଗପୁର- ଅନୀଲ ବରୁଆ

ଯଶିପୁର- ଚକ୍ରଧର ହେମ୍ବ୍ରମ

ତଳସରା- ଅନୂସୟା ପାତ୍ର

ମୋରଡା- ପ୍ରତିନିନ୍ଦନା କାନୁନଗୋ

ସୋର- ମାଧବ ଧଡ଼ା

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି କଲା ଦଳର ଉପସଭାପତି ସହ ଇସ୍ତାହାର କମିଟର ଅଧ୍ୟକ୍ଷ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବଡ ପଦବୀ ପ୍ରଦାନ କରିଛି। ତାଙ୍କୁ ଦଳର ଉପସଭାପତି କରିବା ସହିତ ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ କରାଯାଇଛି। ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସେଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଦାୟିତ୍ବ ପ୍ରଦାନ କାରଯାଇଛି। ଏଥିସହିତ ତାଙ୍କୁ ଦଳର ଇସ୍ତାହାର କମିଟ ଅଧ୍ୟକ୍ଷ ମଧ୍ୟ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ଘୋଷଣା କଲା ନୂଆ ଦଳିୟ ପଦପଦବୀ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ କର୍ମକର୍ତ୍ତାଙ୍କ ନୂଆ ପଦପଦବୀ ଘୋଷଣା କରିଛି। ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ଚିଲିକା ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିଛି। ଏ ନେଇ ଦଳ ତରଫରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉତ୍ପଳ ପାଇକରାୟ– ରାଜ୍ୟ ସଂପାଦକ, ବିଜୁ ଜନତା ଦଳ

ରାକେଶ କୁମାର ସେନ, ନାଚୁଣୀ ବାଣପୁର ବ୍ଲକ– ରାଜ୍ୟ ସଂପାଦକ, ବିଜୁ ଯୁବ ଜନତା ଦଳ

ମିକୁନ ସାହୁ, ଆୟତପୁର, ବାଣପୁର ବ୍ଲକ– ଖୋର୍ଦ୍ଧା ଜିଲ୍ଲା ଉପସଭାପତି, ବିଜୁ ଯୁବ ଜନତା ଦଳ

ଅସୀତ କୁମାର ନାଥ, ରାଜେନ୍ଦ୍ରପୁର ଚିଲିକା ବ୍ଲକ– ବିଜେଡି ସାଧାରଣ ସଂପାଦକ, ଖୋର୍ଦ୍ଧା ଜିଲ୍ଲା

ଏହି ପଦପଦବୀ ତୁରନ୍ତ ଲାଗୁ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ତାଲିକାରେ ଜାଣନ୍ତୁ ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କିଏ କରିବ ଲଢେଇ

ଭୁବନେଶ୍ବର: ଆଜି ବିଜେପି ଓଡିଶା ବିଧାନସଭାର ପୁରା 112 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ନିର୍ବାଚନ ମଣ୍ଡଳୀରେ କିଏ ହେଲେ ପ୍ରାର୍ଥୀ

ପଦ୍ମପୁର– ଗୋବର୍ଦ୍ଧନ ଭୋଇ
ବିଜେପୁର- ସନତ କୁମାର ଗର୍ତ୍ତିଆ
ବରଗଡ଼- ଅଶ୍ୱିନୀ କୁମାର ଷଡ଼ଙ୍ଗୀ
ଅତାବିରା- ନିହାର ରଞ୍ଜନ ମହାନନ୍ଦ
ଭଟଲି- ଇରାଶିଷ ଆଚାର୍ଯ୍ୟ
ବ୍ରଜରାଜ ନଗର- ସୁରେଶ ପୂଜାରୀ
ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ
ତଳସରା- ଭବାନୀ ଶଙ୍କର ଭୋଇ
ସୁନ୍ଦରଗଡ଼– ଶ୍ରୀମତୀ କୁସୁମ ଟେଟେ
ବୀରମିତ୍ରପୁର- ଶଙ୍କର ଓରାମ
ରଘୁନାଥପଲ୍ଲୀ- ଦୁର୍ଗାଚରଣ ତନ୍ତୀ
ରାଜଗାଙ୍ଗପୁର– ନରସିଂହ ମିଞ୍ଜ୍
ବଣାଇ– ଶ୍ରୀମତୀ ସେବତୀ ନାୟକ
କୁଚିଣ୍ଡା- ରବିନାରାୟଣ ନାଏକ
ରେଙ୍ଗାଲି- ନାଉରି ନାୟକ
ସମ୍ବଲପୁର- ଜୟନାରାୟଣ ମିଶ୍ର
ରେଢ଼ାଖୋଲ– ଦେବେନ୍ଦ୍ର ମହାପାତ୍ର
ଦେବଗଡ଼- ସୁବାସ ଚନ୍ଦ୍ର ପାଣିଗ୍ରାହୀ
ଆନନ୍ଦପୁର– ଆଲୋକ କୁମାର ସେଠୀ
କେନ୍ଦୁଝର- ମୋହନ ଚରଣ ମାଝୀ
ଯଶୀପୁର- ଗଣେଶ ରାମ ସିଂହ ଖୁଣ୍ଟିଆ
ଉଦଳା- ଭାସ୍କର ମଢ଼େଇ
ବଡ଼ସାହି– ସନାତନ ବିଜୁଳି
ବାରିପଦା– ପ୍ରକାଶ ସୋରେନ୍
ମୋରଡ଼ା- ଡ. କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର- ବ୍ରଜ ପ୍ରଧାନ
ବାଲେଶ୍ୱର– ମାନସ କୁମାର ଦତ୍ତ
ରେମୁଣା– ଗୋବିନ୍ଦ ଚନ୍ଦ୍ର ଦାସ
ସୋର- ରାଜେନ୍ଦ୍ର ଦାସ
ସିମୁଳିଆ– ପଦ୍ମଲୋଚନ ପଣ୍ଡା
ଭଦ୍ରକ- ସୀତାଶୁଂ ଶେଖର ମହାପାତ୍ର
ଧାମନଗର– ସୂର୍ଯ୍ୟବଂଶୀ ସୂରଜ
ଚାନ୍ଦବାଲି– ମନମୋହନ ସାମଲ
ବିଝାଂରପୁର- ଶ୍ରୀମତୀ ବବିତା ମଲ୍ଲିକ
ବଡ଼ଚଣା– ଅମର କୁମାର ନାୟକ
ଧର୍ମଶାଳା- ଶ୍ରୀମତୀ ସ୍ମୃତିରେଖା ପାଢ଼ୀ
ଯାଜପୁର– ଗୌତମ ରାୟ
କୋରେଇ- ଆକାଶ ଦାସ ନାୟକ
ସୁକିନ୍ଦା- ପ୍ରଦୀପ ବଳସାମନ୍ତ
ଢ଼େଙ୍କାନାଳ– କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର– ଶତ୍ରୁଘ୍ନ ଜେନା
ପରଜଙ୍ଗ– ବିଭୂତି ଭୂଷଣ ଜେନା
ପାଲଲହଡ଼ା– ଅଶୋକ ମହାନ୍ତି
ତାଳଚେର– କାଳନ୍ଦୀ ଚରଣ ସାମଲ
ଅନୁଗୁଳ– ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା– ଅଗସ୍ତି ବେହେରା
ଆଠମଲ୍ଲିକ- ସଞ୍ଜୀବ ସାହୁ
ବୀରମହାରାଜପୁର– ରଘୁନାଥ ଜଗଡାଲା
ସୋନପୁର– ପ୍ରମୋଦ ମହାପାତ୍ର
ଲୋଇସିଂହା– ଡ. ମୁକେଶ ମହାଲିଙ୍ଗ
ପାଟଣାଗଡ଼– କନକ ବର୍ଦ୍ଧନ ସିଂହଦେଓ
ବଲାଙ୍ଗୀର– ଗୋପଳଜୀ ପାଣିଗ୍ରାହୀ
ଟିଟିଲାଗଡ଼– ନବୀନ ଜୈନ
କଣ୍ଟାବାଞ୍ଜି– ଲକ୍ଷ୍ମଣ ବାଗ୍
ନୂଆପଡ଼ା– ଅଭିନନ୍ଦନ କୁମାର ପଣ୍ଡା
ଖରିଆର– ହିତେଶ କୁମାର ବଗର୍ତ୍ତି
ଉମରକୋଟ– ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର- ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼– ରମେଶ ଚନ୍ଦ୍ର ମାଝୀ
ଜୁନାଗଡ଼- ମନୋଜ କୁମାର ମେହେର
ଧର୍ମଗଡ଼– ସୁଧୀର ପାଟ୍ଟଯୋଶୀ
ଭବାନୀପାଟଣା– ପ୍ରଦୀପ୍ତ କୁମାର ନାୟକ
ନର୍ଲା– ଅନିରୁଦ୍ଧ ପଧାନ
ବାଲିଗୁଡ଼ା– ଶ୍ରୀମତୀ କଳ୍ପନା କୁମାର କହଁର
ଜି.ଉଦୟଗିରି– ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ– ଉମାର ଚରଣ ମଲ୍ଲିକ
କଣ୍ଟାମାଳ– କହ୍ନାଇ ଚରଣ ଡାଙ୍ଗ
ବୌଦ୍ଧ– ସରୋଜ ପ୍ରଧାନ
ବଡ଼ମ୍ବା– ସମ୍ବିତ୍ ତ୍ରିପାଠୀ
ବାଙ୍କୀ- ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼- ଅଭୟ କୁମାର ବାରିକ
ଚୌଦ୍ୱାର କଟକ- ନୟନ କିଶୋର ମହାନ୍ତି
ନିଆଳି– ଛବି ମଲ୍ଲିକ
କଟକ ସଦର- ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା- ସୁମନ୍ତ କୁମାର ଘଡ଼େଇ
ପାଟକୁରା- ତେଜେଶ୍ୱର ପରିଡ଼ା
ଆଳି- କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ
ପାରାଦ୍ୱୀପ– ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ– ରାଜକିଶୋର ବେହେରା
ନିମାପଡ଼ା- ଶ୍ରୀମତୀ ପ୍ରତିଭା ପରିଡ଼ା
ପୁରୀ– ଜୟନ୍ତ କୁମାର ଷଡ଼ଙ୍ଗୀ
ବ୍ରହ୍ମଗିରି– ଶ୍ରୀମତୀ ଉପାସନା ମହାପାତ୍ର
ସତ୍ୟବାଦୀ– ଓମ୍ ପ୍ରକାଶ ମିଶ୍ର
ପିପିଲି- ଆଶ୍ରିତ କୁମାର ପଟ୍ଟନାୟକ
ଜୟଦେବ– ଅରବିନ୍ଦ ଢ଼ାଲି
ଭୁବନେଶ୍ୱର ମଧ୍ୟ– ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର- ପ୍ରିୟଦର୍ଶୀ ମିଶ୍ର
ଏକାମ୍ର ଭୁବନେଶ୍ୱର- ବାବୁ ସିଂହ
ଜଟଣୀ- ବିଶ୍ୱରଞ୍ଜନ ବଡ଼ଜେନା
ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ
ରଣପୁର- ତାପସ ରଞ୍ଜନ ମାର୍ଥା
ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା- ରାଘବ ମଲ୍ଲିକ
ନୟାଗଡ଼– ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
ଭଞ୍ଜନଗର– ପ୍ରଦ୍ୟୁମ୍ନ କୁମାର ନାୟକ
ପୋଲସରା– ଗୋକୁଳା ନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର- ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ– ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର– କୃଷ୍ଣଚନ୍ଦ୍ର ନାୟକ
ଆସ୍କା- ସରୋଜ କୁମାର ପାଢ଼ୀ
ସୋରଡ଼ା- ନୀଳମଣି ବିଶୋଇ
ହିଞ୍ଜିଳି– ଶିଶିର ମିଶ୍ର
ଗୋପାଳପୁର- ବିଭୂତି ଭୂଷଣ ଜେନା
ବ୍ରହ୍ମପୁର- କେ.ଅନୀଲ କୁମାର
ଦିଗପହଣ୍ଡି- ସିଦ୍ଧାନ୍ତ ମହାପାତ୍ର
ଚିକିଟି– ମନୋରଞ୍ଜନ ଦ୍ୟାନ ସାମନ୍ତରାୟ
ପାରଳାଖେମୁଣ୍ଡି– କେ. ନାରାୟଣ ରାଓ
ଗୁଣୁପୁର– ତ୍ରିନାଥ ଗମାଙ୍ଗ
କୋରାପୁଟ- ରଘୁରାମ ମାଛ
ପଟ୍ଟାଙ୍ଗୀ- ଚୈତନ୍ୟ ହନ୍ତାଳ
ମାଲକାନଗିରି- ନରସିଂହ ମାଡ଼କାମୀ

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର

ବିଜେପିରେ ରାଜପରିବାରର ଦବଦବା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। ବିଜେପି, କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ବିଜେପି ଏଥର ୪୦୦ରୁ ଅଧିକ ଆସନ ପାଇଁ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ଜୋରଦାର ପଦକ୍ଷେପ ନେଉଛି। ସ୍ୱତନ୍ତ୍ର ରଣନୀତି ସହ ଲୋକସଭା ନିର୍ବାଚନ ଲଢ଼େଇରେ ଡେଇଁପଡ଼ିଛି ବିଜେପି।

ସେହି ରଣନୀତି ଅନୁଯାୟୀ ବିଜେପି ୧୦ ଜଣ ପୂର୍ବତନ ରାଜପରିବାରର ବଂଶଧରଙ୍କୁ ପ୍ରାର୍ଥୀ କରିଛି। ଏମାନଙ୍କ ମଧ୍ୟରେ ରାଜସ୍ଥାନର ପୂର୍ବତନ ମହାରାଜା ହେମନ୍ତ ସିଂହ, ମଧ୍ୟପ୍ରଦେଶର ପୂର୍ବତନ ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମହାରାଜା କୁଅଁର ରାଘବେନ୍ଦ୍ର ସିଂହ ରହିଛନ୍ତି।

ରାଜପରିବାରର ବଂଶଧରଙ୍କ ଉପରେ ବିଜେପିର ବାଜି

ପୂର୍ବତନ ମହୀଶୂର ରାଜପରିବାରର ସନ୍ତାନ ଯଦୁବୀର କୃଷ୍ଣଦତ୍ତ ଚାମରାଜା ୱାଡିଆରଙ୍କୁ ଦଳ ପ୍ରାର୍ଥୀ କରିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ଜେଜେବାପା ଶ୍ରୀକାନ୍ତ ଦତ୍ତ ନରସିମରାଜା ୱାଡିଆର ୧୯ ପର୍ଯ୍ୟନ୍ତ ୪ ଥର କଂଗ୍ରେସ ସାଂସଦ ଥିଲେ। ୨୦୦୪ ନିର୍ବାଚନରେ ପରାଜୟ ପରେ ସେ ରାଜନୀତିରୁ ଅବସର ନେଇଥିଲେ। ଯଦୁବୀରଙ୍କ ଜରିଆରେ ପୁଣିଥରେ ରାଜନୀତିରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ପରିବାର।

ପୂର୍ବତନ ମେୱାର ରାଜପରିବାରର ବୋହୂ ମହିମା କୁମାରୀ ବିଶ୍ୱରାଜ ସିଂହ ରାଜସମନ୍ଦର ବିଜେପି ପ୍ରାର୍ଥୀ। ଏହି ରାଜପୁତ ଅଧ୍ୟୁଷିତ ଅଞ୍ଚଳରେ ତାଙ୍କର ବିଜୟ ସମ୍ଭାବନା ଦୃଢ଼ ବୋଲି ବିବେଚନା କରାଯାଉଛି। ରାଜସମନ୍ଦର ବିଜେପି ପ୍ରାର୍ଥୀ ମହିମା କୁମାରୀ ମେୱାର ରାଜପୁତ ସମ୍ପ୍ରଦାୟର।

ସେ ହେଉଛନ୍ତି ମେୱାର ରାଜପରିବାରର ପୂର୍ବତନ ସଦସ୍ୟ ବିଶ୍ୱରାଜ ସିଂହଙ୍କ ପତ୍ନୀ। ରାଜନୀତିକୁ ଆସିଲେ ସେ ଆଗାମୀ ନିର୍ବାଚନରେ ନାଥଦ୍ୱାରରୁ ନିର୍ବାଚନ ଲଢୁଛନ୍ତି। ତ୍ରିପୁରା ପୂର୍ବରୁ ବିଜେପି ପ୍ରାର୍ଥୀ କୃତିସିଂହ ଦେବବର୍ମା ତ୍ରିପୁରାର ମାଣିକ୍ୟ ରାଜପରିବାରରୁ ଆସିଛନ୍ତି। ସେ ଟିପ୍ରା ମୋଟା ପାର୍ଟି ନେତା ପ୍ରଦ୍ୟୋତ ଦେବବର୍ମାଙ୍କ ବଡ଼ ଭଉଣୀ। ନିକଟରେ ଟିଏମପି ରାଜ୍ୟର ଏନଡିଏ ସରକାରରେ ସାମିଲ ହୋଇଛି। କୃତିଙ୍କ ସ୍ୱାମୀ ଯୋଗେଶ୍ୱର ରାଜ ସିଂହ ସମ୍ମାନଜନକ କୱର୍ଧା ବଂଶରୁ ଆସିଛନ୍ତି।

ବିଜେଡିର ପୂର୍ବତନ ସାଂସଦ ଅରକା କେଶରୀ ଦେବଙ୍କ ପତ୍ନୀ ତଥା କଳାହାଣ୍ଡି

ରାଜପରିବାରର ସଦସ୍ୟ ମାଳବିକା କେଶରୀ ଦେବ ୨୦୨୩ରେ ବିଜେପିରେ ଯୋଗ ଦେଇଥିଲେ। ଏଥର ସେ କଳାହାଣ୍ଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶାରେ ବିଜେପି ପାଟଣାଗଡ଼-ବଲାଙ୍ଗୀର ରାଜପରିବାର ସଦସ୍ୟ ତଥା ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ପୁଣିଥରେ ମନୋନୀତ କରିଛି। ତାଙ୍କ ସ୍ୱାମୀ କେ.ଭି. ସିଂହଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବ। ପଶ୍ଚିମବଙ୍ଗରେ କୃଷ୍ଣନଗରର ପୂର୍ବତନ ରାଜପରିବାରର ସନ୍ତାନ ରାଜମାତା ଅମୃତା ରାୟ ତୃଣମୂଳ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ।

ଅନେକ ପୂର୍ବତନ ଲୋକସଭା ସାଂସଦ ମଧ୍ୟ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆଗାମୀ ନିର୍ବାଚନ ପାଇଁ ବିଜେପି ଉଭୟ ନୂଆ ଓ ଅଭିଜ୍ଞ ପ୍ରାର୍ଥୀ ଚୟନ କରିଛି। ପଟିଆଲାର ପୂର୍ବତନ କଂଗ୍ରେସ ସାଂସଦ ପ୍ରନୀତ କୌର ତାଙ୍କ ସ୍ୱାମୀ କ୍ୟାପଟେନ ଅମରିନ୍ଦର ସିଂହ ଦଳ ବଦଳାଇବା ପରେ ଏବେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଗ୍ୱାଲିୟରର ରାଜ ବଂଶର କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନାରୁ ବିଜେପି ପ୍ରାର୍ଥୀ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଆଗାମୀ ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନର ସଙ୍କେତ ଦେଉଛି।

ତିନିଥର ଝାଲାଓ୍ଵାର-ବାରନ ସାଂସଦ ତଥା ବିଜେପି ନେତା ଦୁଷ୍ମନ୍ତ ସିଂହ ପୁଣିଥରେ ନିର୍ବାଚନ ଲଢୁଛନ୍ତି। ସେ ଧୋଲପୁର ରାଜ ପରିବାରର ଅଟନ୍ତି । ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର ତଥା ବିଜେପିର ରାଜ୍ୟସଭା ସାଂସଦ ଉଦୟନରାଜେ ଭୋସଲେ ମହାରାଷ୍ଟ୍ରର ସତାରାରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଭୋସଲେ ପୂର୍ବରୁ ୨୦୧୯ରେ ଏନସିପି ସହ ଏହି ଆସନରୁ ଜିତିଥିଲେ କିନ୍ତୁ ପରେ ବିଜେପିରେ ଯୋଗ ଦେଇଥିଲେ। ଉପନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ସେ ରାଜ୍ୟସଭା ଆସନ ହାସଲ କରିଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ଗତକାଲି ସେ ଅଭିମାନରେ ବିଜେଡିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ଏଥର ମଧ୍ୟ ବିଜେଡି ଟିକେଟ ଦେବ ନାହିଁ ବୋଲି ଅନୁଭବ କରିବା ପରେ ଆକାଶ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଦଳର ସଭାପତି ମନମୋହନ ସାମଲ ଆକାଶଙ୍କୁ ଦଳିୟ ଉତ୍ତରୀୟ ପିନ୍ଧାଇ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ଏଥିରେ ଆକାଶଙ୍କ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ, କୋରେଇର ବିଜେପି ନେତ୍ରୀ ସଞ୍ଚିତା ମହାନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ୧୪୭ ଟି ଆସନରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାଁନ୍ତି, ବିଜେଡି କଲା କଟାକ୍ଷ

ଭୁବନେଶ୍ବର: ଓଡିଶାର ୧୪୭ ଟି ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବା ପାଇଁ ବିଜେପି ପାଖରେ ନେତା ନାହାଁନ୍ତି। ସେଥିପାଇଁ ତାଙ୍କର ବିଧାନସଭା ପାଇଁ ଗୋଟିଏ ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହାଁନ୍ତି। ଏହିପରି କଟାକ୍ଷ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ନେତା ନ ଥିବାରୁ ବିଜେପି ଦାଗୀ, ଜନବିରୋଧୀ ନେତାଙ୍କୁ ଗୋଟାଇବାରେ ଲାଗିଛି।

ବର୍ତ୍ତମାନ ରାଜ୍ୟର ଲୋକସଭା ପାଇଁ ବିଜେପି ସମସ୍ତ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ବିଧାନସଭା ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରି ନାହିଁ। ସେହିପରି ବିଜେଡି ୧୫ ଟି ଲୋକସଭା ଏବଂ ୭୨ ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଲଟିଲା ସୁର ରାଉତରାୟଙ୍କ ଘର ରାଜନୀତି, ଏବେ ବଡପୁଅ କହିଲେଣି ଜଟଣୀରୁ ଛିଡା ହେବେ

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଘର ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଦୁଇ ପୁଅଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ଭାଗ ବଣ୍ଟା ସରିପାରୁ ନାହିଁ। ବଡ ପୁଅ ସିଦ୍ଧାର୍ଥ ରାଉତରାୟ ପୂର୍ବରୁ ଯାହା କହୁଥିଲେ ସେଥିରେ ସେ ମତ ବଦଳାଇଲେଣି। ଏବେ ସିଦ୍ଧାର୍ଥ କହିଲେଣି ଯେ, ମୁଁ ନିମାପଡାରୁ ନୁହେଁ ଜଟଣୀ ବିଧାନସଭାରୁ ଲଢିବି।

ତେବେ ସିଦ୍ଧାର୍ଥ କହିଛନ୍ତି ଯେ, ଜଟଣୀରୁ ସ୍ବାଧୀନ ପ୍ରାର୍ଥୀ ହେବି। ସେ କାହା ନାମ ନ ନେଇ କହିଛନ୍ତି ତାଙ୍କୁ ୱାକଓଭର କରିବାକୁ ଦେବି ନାହିଁ। ଗତଥର ତାଙ୍କୁ ହରାଇବା ପାଇଁ ବହୁ ଚେଷ୍ଠା କରିଛି। ହେଲେ ଏଥର ସେ ସେମିତିରେ ନିର୍ବାଚନ ଜିତିିଯିବେ, ତାହାକୁ କଦାପି ମୁଁ ବରଦାସ୍ତ କରିବି ନାହିଁ। ସେଥିପାଇଁ ଜଟଣୀର ସ୍ବାଭିମାନ ପାଇଁ ମୁଁ ସ୍ବାଧୀନ ଭାବେ ଏଠାରୁ ଲଢେଇ କରିବି ବୋଲି ସିଦ୍ଧାର୍ଥ ଘୋଷଣା କରିଛନ୍ତି।

ତେବେ କଂଗ୍ରେସରୁ ନ ଲଢି ସ୍ବାଧୀନରୁ କାହିଁକି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଲୋକେ ଭଲ କହିବେ ନାହିଁ। ଗୋଟିଏ ପୁଅ ବିଜେଡିରେ ଆଉ ଗୋଟେ ପୁଅ କଂଗ୍ରେସରେ, ଏମାନେ କଣ ଏଠି ଖେଳ କରିବେ ? ସେପରି ପ୍ରଶ୍ନ ଜଟଣୀବାସୀଙ୍କ ମନରେ ନ ଉଠିବା ପାଇଁ ମୁଁ ସ୍ବାଧୀନରୁ ପ୍ରାର୍ଥୀ ହେବି ବୋଲି ସିଦ୍ଧାର୍ଥ କହିଛନ୍ତି। ମୋର ଗୋଟିଏ ଲକ୍ଷ୍ୟ ହେବ ସେମାନଙ୍କୁ ହରାଇବା। ସେଥିପାଇଁ ମୁଁ ନିମାପଡା ଛାଡି ଜଟଣୀ ଆସିଲି ବୋଲି ସିଦ୍ଧାର୍ଥ କହିଛନ୍ତି।

କଂଗ୍ରେସ ଉପରେ ସେ କହିଛନ୍ତି ଯେ, ଏହିଦଳ ଆମକୁ ସବୁ କିଛି ଦେଇଛି। ବାପା ସେହି ଦଳରୁ ଆଜି ନେତା ହୋଇଛନ୍ତି। ତାହା ଆମେ କେବେ ଭୁଲିପାରିବୁ ନାହିଁ। ହେଲେ ବର୍ତ୍ତମାନ ପରିସ୍ଥିତିରେ ମୁଁ କଂଗ୍ରେସରୁ ଲଢେଇ କରିପାରିବି ନାହିଁ। ‘ସରି କଂଗ୍ରେସ’ ବୋଲି କହି ସେ ଦଳକୁ କ୍ଷମା ମାଗିଛନ୍ତି। ଏପରିକି ସେ କଂଗ୍ରେସକୁ ଭଲ ପାଆନ୍ତି ବୋଲି ମଧ୍ୟ ସ୍ବୀକାର କରିଛନ୍ତି।

ତେବେ ସିଦ୍ଧାର୍ଥଙ୍କ ଏପରି ନିଷ୍ପତି ପରେ ଜଟଣୀ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ପୂର୍ବରୁ ସିଦ୍ଧାର୍ଥ ନିମାପଡାରୁ ଲଢେଇ କରିବେ ବୋଲି ଭାବି ସେଠାରେ କାମ କରୁଥିଲେ। ହେଲେ ହଠାତ ତାଙ୍କର ମତ ପରିବର୍ତ୍ତନ ଯୋଗୁଁ ଖୋଦ ସୁରେଶ ରାଉତରାୟ କଣ କରିବେ ବୋଲି କିଛି ଚିନ୍ତା କରିପାରୁ ନାହାଁନ୍ତି।

 

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିବାର କିଛି ସମୟ ପରେ ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ଶେଷରେ ବିଜେପିରେ ସାମିଲ ହେଲେ ଭୁବନେଶ୍ବର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ବିଜେଡି ଛାଡିବାର କିଛି ସମୟ ପରେ ସେ ରାଜ୍ୟ କାର୍ଯ୍ୟକାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ବିଜେପି ସଭାପତି ମନମୋହନ ସାମଲ, ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ଦେବାଶୀଷ ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରିୟଦର୍ଶୀ କହିଛନ୍ତି ଯେ, ବିଜେଡିରେ ମୋତେ କୌଣସି ଦାୟିତ୍ବ ଦିଆଗଲା ନାହିଁ। ଦଳ ପ୍ରତିଷ୍ଠା ଦିନରୁ ମୁଁ ଛାତ୍ର ନେତା ଭାବେ ସେଠାରେ ଉପସ୍ଥିତ ଥିଲି। ହେଲେ ଦଳର ପ୍ରତିଷ୍ଠା ସମୟରେ ଯେଉଁମାନେ ଥିଲେ ସେମାନଙ୍କୁ ଧିରେଧିରେ ଦଳରୁ ବାଦ ଦିଆଯାଉଛି। ସେମାନଙ୍କର କୌଣସି ସ୍ଥିତି ବିଜେଡିରେ ନାହିଁ। ସେଥିପାଇଁ ମୁଁ ବିଜେଡି ଛାଡିଲି ବୋଲି ସେ କହିଛନ୍ତି। ପ୍ରିୟଦର୍ଶୀ ହେଉଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜୁଆଁଇ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବାର ଜଣାପଡିଛି। ଅନୁଭବ ମହାନ୍ତି ବହୁ ଦିନ ଧରି ବିଜେଡିରୁ କଣଠୋସା ହୋଇ ରହିଥିଲେ। ମୁଖ୍ୟତଃ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଛେଦ ନେଇ ସେ ବିବାଦରେ ଥିଲେ। ଫଳରେ ଦଳ ତାଙ୍କୁ କୌଣସି କାର୍ଯ୍ୟରେ ଲୋଡି ନ ଥିବାର ଜଣାପଡିଛି।

ଅନୁଭବ ମହାନ୍ତି ପ୍ରଥମେ ରାଜ୍ୟସଭା ସଦସ୍ୟ ଭାବେ ଦଳ ତାଙ୍କୁ ମନୋନିତ କରିଥିଲା। ଏହାପରେ ତାଙ୍କୁ ଦଳ ଗତ 2019 ନିର୍ବାଚନରେ କେନ୍ଦ୍ରାପଡାରୁ ଲଢେଇ କରିବା ପାଇଁ ପଠାଇଥିଲା। ସେତେବେଳେ ସେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ବହୁ ଭୋଟରେ ହରାଇଥିଲେ। ବର୍ତ୍ତମାନ ସେ ବିଜେଡି ଛାଡିବା ପରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।