Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଦିଲ୍ଲୀରେ ଜୁହାର୍ ନୂଆଁଖାଇ ପର୍ବ-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗଣପର୍ବ “ନୂଆଁଖାଇ” ସାରା ଦେଶରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଛି। ଗାଁରୁ ସହର, ରାଜ୍ୟରୁ ଦେଶ ତଥା ବିଦେଶରେ ମଧ୍ୟ ଓଡ଼ିଆମାନେ ଉତ୍ସାହ ଉଦ୍ଦୀପନାରେ ଏହି ପର୍ବ ସହ ଯୋଡିହେବା ଖୁସିର ବିଷୟ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ‘ଜୁହାର୍ ନୂଆଁଖାଇ ପରବ୍-୨୦୨୪’ର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା ।

ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ରହୁଥିବା ଆମର ଓଡ଼ିଆ ଭାଇ ଭଉଣୀମାନେ ଉତ୍ସାହର ସହ ନୂଆଁଖାଇ ପାଳି ବେଶ୍ ଆନନ୍ଦ ଅନୁଭବ କରିଛନ୍ତି। ନୂଆଁଖାଇ ଆଉ ରାଜ୍ୟ ଭିତରେ ସୀମିତ ହୋଇ ରହିଛି। ଦେଶରୁ ବିଦେଶ ପର୍ଯ୍ୟନ୍ତ ବ୍ୟାପିଲାଣି। ସମ୍ବଲପୁର ଲୋକସଭାର ପ୍ରତିନିଧି ଭାବରେ ଦାୟିତ୍ୱ ନେବା ପରେ ଦିଲ୍ଲୀରେ ଏହି ପର୍ବରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ବିଷୟ। ରାଷ୍ଟ୍ରୀୟ ରାଜଧାନୀରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ଏକ ଅପୂର୍ବ ଅବସର। ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପାଳନ କରିବା ସହ ନୂଆଦିଲ୍ଲୀରେ ଓଡ଼ିଶାର ଭ୍ରମ ସୃଷ୍ଟି କରିପାରିଥିବାରୁ ଜୁହାର୍ ପରିବାରର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି।  ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ଦିଗରେ ଜୁହାର୍ ପରିବାରର ଉଦ୍ୟମ ସଫଳ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ସମଲେଇଙ୍କ ପାଖରେ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆୟୋଜିତ ହେଲା ନୂଆଁଖାଇ ଭେଟଘାଟ

ଭୁବନେଶ୍ୱର: ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଭେଟଘାଟ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ନିକଟ ବୁଲନ୍ ନନା ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ଓଡିଶାର ୧୦ଜଣ ସଫଳ ଚାଷୀଙ୍କୁ ଅନ୍ନଦାତା ୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଛି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ଯୋଗଦାନ କରି କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରକାର ୧୦୦ ଦିନରେ ଚାଷୀମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା କରି ଐତିହାସିକ ପଦକ୍ଷେପ ନେଇଛନ୍ତି ।

ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା କରିବା, ୫୮ ସବଡିଭିଜନରେ ଶୀତଳ ଭଣ୍ଡାର କରିବା, ୬ଲକ୍ଷ ଚାଷୀଙ୍କୁ ପିଏମ୍ କିସାନରେ ସାମିଲ କରିବା ସହିତ ସହରାଂଚଳର ଚାଷୀମାନଙ୍କୁ ସାମିଲ କରିବା, ଚାଷୀ ପରିବାର ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚଶିକ୍ଷା ପାଇଁ ୨ଲକ୍ଷ ଟଙ୍କା ଛାତ୍ରବୃତି ପ୍ରଦାନ କରିବା, ସମସ୍ତ ବ୍ଲକରେ ପନିପରିବା ମଣ୍ଡି ଖୋଲିବା, ସମସ୍ତ ଚାଷ ଜମିକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ଆଗାମୀ ଖରିଫ୍ ଧାନ କିଣା କାରବାରର ବ୍ୟାପକ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଯେଉଁ ଅସାଧୁ ବ୍ୟକ୍ତିମାନେ ଧାନ କିଣା କାରବାରରେ ହେରଫେର କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରାକୃତିକ ପରିବେଶ ପ୍ରଦ୍ୟୁଷଣରୁ ରକ୍ଷା ପାଇବା ପାଇଁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କରିବା ପାଇଁ ଆହ୍ୱାନ ଦେବା ସହ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର କୃଷକ କଲ୍ୟାଣକାରୀ ଯୋଜନାକୁ ସିଧାସଳଖ ଭାବରେ ଚାଷୀମାନଙ୍କ ପାଖରେ ପହଁଚାଇବା ପାଇଁ କୃଷକ ମୋର୍ଚ୍ଚାର ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତର୍ାମାନଙ୍କୁ ପରାମର୍ଶ ଦେଇଥିଲେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ।

ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ଯେ, ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦିଜୀ ପରିବେଶର ସୁରକ୍ଷା ପାଇଁ ମା’ ପାଇଁ ଗଛଟିଏ ଆହ୍ୱାନକୁ ସଫଳ କରିବା ନେଇ ୩୦ଲକ୍ଷ ବୃକ୍ଷ କୃଷକ ମୋର୍ଚ୍ଚା ରାଜ୍ୟରେ ରୋପଣ କରିବ । ତତ୍‌ସହିତ ସଦସ୍ୟତା ଅଭିଯାନକୁ ବ୍ୟାପକ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ସାରା ରାଜ୍ୟରେ ଘରକୁ ଘର ଯାଇ ସଦସ୍ୟତା କରିବା ପାଇଁ ଆହ୍ୱାନ ଦେବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ଚାଷୀଙ୍କ ପାଖରେ ପହଁଚାଇବା କାମ କରିବ କୃଷକ ମୋର୍ଚ୍ଚା ।

ଏହି କ଼ାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିମ୍ବାଧର କୁଅଁର, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ବିଜେପି ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚା ପ୍ରଭାରୀ ଶ୍ରୀ ଗୋଲକ ମହାପାତ୍ର, ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ସିନେମା ତାରକା ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ବିଜେପି ଡବଲ ଇଞ୍ଜିନ ସରକାରର କୃଷକ କଲ୍ୟାଣକାରୀ ଯୋଜନାର ସଫଳତା ଉପରେ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବିଜେପି କୃଷକ ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ପୁଲିନ୍ ପ୍ରକାଶ ପୁହାଣ, ହୃଷୀକେଶ ଜେନା, ହଳପାଣି ମାଝୀ, ସୂର୍ଯ୍ୟନାରାୟଣ ମହାପାତ୍ର, ସମ୍ପାଦକ ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ସୁଦର୍ଶନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସିଏମ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଭିଡ଼ିଓ କନଫରେନ୍ସରେ ଯୋଡ଼ି ହେଲେ ଆଇନ ମନ୍ତ୍ରୀ

ଖୋର୍ଦ୍ଧା: ଆଜି ପବିତ୍ର ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସିଏମ କିଷାନ ସହାୟତାର ଶୁଭାରମ୍ଭ କରିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଡିଟରିମରୁ ଭିଡ଼ିଓ କନଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅପରାହ୍ନ ୪:୩୦ ରେ କରିଥିଲେ।

ଖୋର୍ଦ୍ଧାରୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଭିଡ଼ିଓ କନଫ୍ୱରେନ୍ସରେ ଏହି କାର୍ଯ୍ୟକ୍ରମରେ ଯୋଡି ହେଇଥିଲେ।

ସିଏମ କିଷାନ ଓଡିଶା ସରକାରଙ୍କ ରାଜ୍ୟ ଯୋଜନା ଅନ୍ତର୍ଗତ ଏକ କୃଷକ କଲ୍ୟାଣକାରୀ ଯୋଜନା। ଉକ୍ତ ଯୋଜନାର ସହାୟତ ର ଶୁଭାରମ୍ଭ ସିଏମ -କିସାନ ପୋର୍ଟାଲର ଉନ୍ମୋଚନ, ପିଏମ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ, କୃଷକ ଓଡ଼ିଶାର ଏକିକୃତ ପୋର୍ଟାଲର ଉନ୍ମୋଚନ କରାଯାଇଛି।

ପ୍ରଚଳିତ ନିର୍ଦ୍ଦେଶାବଳୀ ଅନୁସାରେ ସିଧାସଳଖ ସହାୟତା ରାଶି, ସିଏମ କିଷାନ ଯୋଜନା ରେ ଅନ୍ତର୍ଭୂକ୍ତ ଚାଷୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୨ ଗୋଟି ସମାନ କିସ୍ତିରେ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରାଯିବ।

ସି ଏମ୍- କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ୍ ଓ ମାନଦଣ୍ଡ:

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିମନ୍ତେ-

୧. ଆଧାର କାର୍ଡ
୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା
୩. ଜମି ପଟ୍ଟା
୪. ରାସନ୍ କାର୍ଡ

ଏହା ସହିତ କୃଷକ ଓଡିଶା ପୋର୍ଟାଲରେ ନିଜର ଜମିକୁ ସଂଯୁକ୍ତ କରିବା ସହିତ ନିଜର ଫୋନ ନମ୍ବର ଓ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୁକ୍ତ କରିବା ଆବଶ୍ୟକ।

ଭୁମିହୀନ କୃଷକ ପରିବାରଙ୍କ ନିମନ୍ତେ

୧. ଆଧାର କାର୍ଡ
୨. ଆଧାର ସଂଯୁକ୍ତ ବ୍ୟାଙ୍କ ଖାତା
୩. କାର୍ଯ୍ୟ ପତ୍ର
୪. ରାସନ୍ କାର୍ଡ

ଅଦ୍ୟାବଧି ଖୋର୍ଦ୍ଧା ଜିଲ୍ଲାର ୧୧୨୦୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୭୮୧୬୭ ଜଣ ଭୁମିହୀନ କୃଷକ ପରିବାର କାଳିଆ ଯୋଜନାର ଲାଭ ପାଉଛନ୍ତି।

ଯୋଗ୍ୟ ବିବେଚିତ କାଳିଆ ହିତାଧିକାରୀମାନେ ସି ଏମ୍- କିଷାନ ଯୋଜନାରେ ଲାଭ ପାଇପାରିବେ।

ବାଦ୍ ପଡିଯାଇଥିବା ଚାଷୀମାନେ ନୂତନ ସି ଏମ୍- କିଷାନ ପୋର୍ଟାଲରେ ଆବେଦନ କରିପାରିବେ।

ଆଜି ସି ଏମ୍- କିଷାନ ଯୋଜନାର ସହାୟତା ହସ୍ତାନ୍ତର ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ରୁ ୨୫ ଜଣ ଚାଷି ଅଂଶଗ୍ରହଣ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରତି ବ୍ଲକ୍ ରେ ୧୦ ଜଣ ଚାଷୀ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଅଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର , ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ କସ୍ତୁରୀ ବାଳା ଜେନା, ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡ଼ଃ ପ୍ରଦିପ୍ତ ପଣ୍ଡା, ସି ଡିଭିଓ, ଆସିଷ୍ଟାଣ୍ଟ ଡିରେକ୍ଟର, ହର୍ଟିକଲଚର, ଜିଲ୍ଲା ମତ୍ସ୍ୟାଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ନୂଆଖାଇ ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ।

ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତା। ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ସିଏମ୍ କିଷାନ ଯୋଜନା: ଦୁଇଟି କିସ୍ତିରେ ମୋଟ ୪ ହଜାର ଆର୍ଥିକ ସହାୟତା ପାଇବେ କୃଷକ

ଭୁବନେଶ୍ଵର: ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟ ସରକାର ସିଏମ୍ କିଷାନ ଯୋଜନା ଲାଗୁ କରିବେ ବୋଲି ଘୋଷଣା କରିଛନ୍ତି। ତେଣୁ ଏହି ପ୍ରରିପ୍ରେକ୍ଷୀରେ ଆଜିଠାରୁ ସିଏମ୍ କିଷାନ ଯୋଜନା ଆରମ୍ଭ ହେବ। ଖରିଫ ଓ ରବି ଫସଲ ପୂର୍ବରୁ କୃଷକମାନଙ୍କ ପାଇଁ ଏହା ଏକ ଉପହାର ବୋଲି କୁହାଯାଉଛି। ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନେ ଡିବିଟି ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇପାରିବେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୂଆଖାଇ ନେଇ ପଶ୍ଚିମ ଓଡିଶା ଉତ୍ସବ ମୁଖର, ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାହ୍ନ

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବ ପାଇଁ ଆଜି ସାରା ପଶ୍ଚିମ ଓଡିଶା ଦୁଲୁକିବାରେ ଲାଗିଛି। କାରଣ ଆଜି ଚାଷିପୁଅ ତାହାର ପ୍ରଥମ ଫସଲ ଅମଳ କରି ସେବାନ କରିବ। ତା ପୂର୍ବରୁ ମା ସମେଲଶ୍ବରୀଙ୍କ ନିକଟରେ ଲାଗି କରାଯିବ। ପରିବାରର ସମସ୍ତେ ଏକାଠି ବସି ଏହା ସେବନ କରିବେ।

ନୂଆଖାଇ ବା ନବାହ୍ମ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହି ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାବାସୀ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ବିଭିନ୍ନ ପୂଜା ସାମଗ୍ରୀ ସହିତ ଲୁଗାପଟା ମଧ୍ୟ କିଣାଯାଇଥାଏ। ଏହାର ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଏହାର ପୂଜା କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ନୂଆଖାଇକୁ ନେଇ ଆସିଲା ବଡ ଖବର, ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ।

ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ magisterial court ( କାର୍ଯ୍ୟ ନିର୍ବାହୀ ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଧାର୍ଯ୍ୟ ହେଲା ବଲାଙ୍ଗୀର ପାଇଁ ନୂଆଖାଇ ଲଗ୍ନ, ଜାଣନ୍ତୁ କେବେ

ନୂଆଁଖାଇ :ପାଖେଇଲା ନୂଆଖାଇ। ପଶ୍ଚିମ ଓଡିଶାର ଏହା ହେଉଛି ଏକ ବଡ ପର୍ବ। ଯେଉଁଥିରେ ସମସ୍ତେ ଏକାଠି ବସି ନୂଆ ଫସଲର ଭୋଗ ଖାଇଥାନ୍ତି। ତେବେ ପଶ୍ଚିମ ଓଡିଶାର ବଲାଙ୍ଗୀର ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ବା ସେପ୍ଟେମ୍ବର ୮ ତାରିଖ ରବିବାର ଲାଗିହେବ ନବାନ୍ନ।

ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି। ବିଶୁଦ୍ଧ ତୁଳା ଲଗ୍ନେ ଶୁଭବେଳା ଦିନ ୯ ଘଣ୍ଟା ୩୫ ମିନିଟରୁ ୧୦ ଘଣ୍ଟା ୭ ମିନିଟ ମଧ୍ୟରେ ଲାଗି ହେବ ନବାନ୍ନ। ପାଟଣା ଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହୋଇଛି ଏହି ଲଗ୍ନ।

Categories
ଆଜିର ଖବର ଜାତୀୟ ଖବର

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ନୂଆଁଖାଇର ଶୁଭେଚ୍ଛା। ଆଜି ଆମ ଚାଷୀଙ୍କ ପରିଶ୍ରମକୁ କୃତଜ୍ଞତା ଜଣାଇବାର ଅବସର। ମୁଁ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରୁଛି। ନୂଆଁଖାଇ ଜୁହାର୍ !”

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ନୂଆଖାଇ। ସାରା ପଶ୍ଚିମ ଓଡିଶାରେ ଚାଲିଛି ଏହାର ପାଳନ। ଘରେ ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆ ଖାଇବେ। ଏହି ପର୍ବ ପାଇଁ ପଶ୍ଚିମ ଓଡିଶାର ଯିଏ ଯେଉଁଠି ଥାଏ ନା କାହିଁକି ସମସ୍ତେ ଆସି ଏକାଠି ହୁଅନ୍ତି।

ଏହି ପବିତ୍ର ପର୍ବ ପାଇଁ ସମସ୍ତେ ନୂଆଖାଇ ଜୁହାକ କରିଥାନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନୂଆଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ” କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ମା’ ସମଲେଶ୍ବରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।’

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆଜି ନୂଆଖାଇ, ଦୁଲୁକୁଛି ପଶ୍ଚିମ ଓଡିଶା

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବ ପାଇଁ ଆଜି ସାରା ପଶ୍ଚିମ ଓଡିଶା ଦୁଲୁକିବାରେ ଲାଗିଛି। କାରଣ ଆଜି ଚାଷିପୁଅ ତାହାର ପ୍ରଥମ ଫସଲ ଅମଳ କରି ସେବାନ କରିବ। ତା ପୂର୍ବରୁ ମା ସମେଲଶ୍ବରୀଙ୍କ ନିକଟରେ ଲାଗି କରାଯିବ। ପରିବାରର ସମସ୍ତେ ଏକାଠି ବସି ଏହା ସେବନ କରିବେ।

ନୂଆଖାଇ ବା ନବାହ୍ମ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହି ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାବାସୀ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ବିଭିନ୍ନ ପୂଜା ସାମଗ୍ରୀ ସହିତ ଲୁଗାପଟା ମଧ୍ୟ କିଣାଯାଇଥାଏ। ଏହାର ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଏହାର ପୂଜା କରାଯାଇଥାଏ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଖାଇ, ଯେଉଁଥିରେ ରହିଛି ଭକ୍ତି ସହ ଭାବର ଏକ ପ୍ରଚଣ୍ଡ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ।

ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତା। ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର

୨୧ରେ ଅନୁଷ୍ଠିତ ବାଚସ୍ପତି ନିର୍ବାଚନରେ ଯୋଗଦେଇ ପାରିବେ ନାହିଁ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ଆସନ୍ତା ତା. ୨୧.୦୯.୨୦୨୩ ରିଖ ଦିନ ଓଡ଼ିଶାର ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଦିନ ଧାର୍ଯ୍ୟ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଅଛି ଏବଂ ୨୧ ତାରିଖ ଦିନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଧାରଣତଃ ଏହି ଗଣପର୍ବରେ ପଶ୍ଚିମ ଓଡ଼ିଶାର ଅଧିବାସୀ ସମସ୍ତ କାର୍ଯ୍ୟକୁ ପଛରେ ପକାଇ ସପରିବାର ନବାନ୍ନ ଭକ୍ଷଣ କରିଥାନ୍ତି।

ଏହି ଉତ୍ସବ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଆବେଗପୂର୍ଣ୍ଣ ହୋଇଥିବାରୁ ଏଥିନିମନ୍ତେ ସାଧାରଣତଃ ସରକାର ୨ଦିନ ସରକାରୀ ଛୁଟି ଘୋଷଣା କରିଥାନ୍ତି, ମାତ୍ର ଚଳିତବର୍ଷ ସରକାର ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି। ସୁତରାଂ ଏହି ଗଣପର୍ବ ପାଇଁ କଂଗ୍ରେସ ବିଧାୟକଗଣ ନିଜ ଅଂଚଳରେ ଉପସ୍ଥିତ ରହୁଥିବାରୁ ଆଗାମୀ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନୂଆଁଖାଇରୁ ଆରମ୍ଭ ହେଲା ଏ ବର୍ଷର ନୂଆ ମାସ, ଜାଣନ୍ତୁ ସେପ୍ଟେମ୍ବରର ପର୍ବପର୍ବାଣୀ

ଭୁବନେଶ୍ବର: ଚଳିତ ବର୍ଷର ସେପ୍ଟେମ୍ବର ମାସ ଏକ ଶୁଭ ବେଳାରୁ ଆରମ୍ଭ ହୋଇଛି। ଓଡିଶାର ଗଣପର୍ବ ନୂଆଁଖାଇରୁ ଆରମ୍ଭ ହୋଇଛି ଏହି ମାସ। ଏଥିସହିତ ଏହି ମାସରେ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ। ଜାଣନ୍ତୁ ସେଗୁଡିକ କଣ

୧ ସେପ୍ଟେମ୍ବର, ଗୁରୁବାର- ଓଡିଶାର ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହେଉଛି। ଏହି ଦିନ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ସାଧାରଣ ଲୋକେ ପ୍ରସାଦ ପାଇଥାନ୍ତି।

୩ ସେପ୍ଟେମ୍ବର ଶୁକ୍ରବାର- ଏହି ଦିନ ଓଡିଶାର ଏକ ପ୍ରାଚୀନ ପର୍ବ ଷଷ୍ଠୀଓଷା ପାଳିତ ହୋଇଥାଏ। ଏହାକୁ ଷଠିବୁଢୀ ପୂଜା ବୋଲି କୁହାଯାଏ। ପିଲାଙ୍କ ମଙ୍ଗଳ କାମନା କରି ଏହି ପୂଜା ଘରେଘରେ କରାଯାଏ।

୫ ସେପ୍ଟେମ୍ବର ସୋମବାର- ଏହି ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇଥାଏ। ଏହିଦିନ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିନ। ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ ହୁଏ।

୭ ସେପ୍ଟେମ୍ବର ବୁଧବାର- ଏହି ଦିନକୁ ବାମନ ଜନ୍ମ ଦିନ ଭାବେ ପାଳନ କରାଯାଏ। ଆଜିର ଦିନରେ ଭଗବାନ ବାମନ ରୂପେ ଜନ୍ମ ନେଇ ବଳିରାଜାକୁ ବଧ କରିଥିଲେ। ଏହିଦିନ ଶ୍ରୀଜଗନ୍ନାଥ ମଧ୍ୟ ବାମନ ବେଶ ଧାରଣ କରିଥାନ୍ତି।

୯ ସେପ୍ଟେମ୍ବର ଶୁକ୍ରବାର- ଏହିଦିନ ଅନନ୍ତ ବ୍ରତ ପାଳନ କରାଯାଏ। ଏହି ଦିନ ଅଘୋର ଚତୁର୍ଦ୍ଦଶୀ ଉପବାସ ମଧ୍ୟ ଗ୍ରହଣ କରାଯାଇଥାଏ।

୧୦ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି ପୂର୍ଣ୍ଣିମା। ଭାଗବତ ଜନ୍ମ ଏବଂ ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା।

୧୭ ସେପ୍ଟେମ୍ବର ଶନିବାର- ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି। ଏହି ଦିନ ବିଶ୍ବକର୍ମା ପୂଜା ପାଳନ କରାଯିବ।

୨୫ ସେପ୍ଟେମ୍ବର ରବିବାର- ଏହି ଦିନ ହେଉଛି ମହାଳୟା ଅମାବ୍ୟାସା। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ।

୨୬ ସେପ୍ଟେମ୍ବର ସୋମବାର- ଏହିଦିନ ହେଉଛି ମା ବିରଜା ଦେବୀଙ୍କ ରଥଯାତ୍ରା

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଖାଇ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନୂଆଖାଇର ଶୁଭ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ନୂଆଖାଇ ଜୁହାର୍ ! ସମସ୍ତଙ୍କୁ ଏହି ବିଶେଷ ଦିନର ହାର୍ଦ୍ଦିକ ଶୁଭେଚ୍ଛା । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟାନ୍ନ ଯୋଗାଉଥିବା ଆମର ଚାଷୀ ଭାଇ ମାନଙ୍କୁ କୃତଜ୍ଞତା ଜଣାଇବାର ଏହି ଅବସର । ଆମ ସମାଜ ପ୍ରଗତିର ନୂତନ ଶିଖରରେ ପହଞ୍ଚୁ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।”

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ହେଉଛି ନୂଆଁଖାଇ। ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହିଦିନ ଚାଷୀ ତାହାର ନୂଆ ଫସଲ କାଟି ଅମଳ କରିଥାଏ। ଆଜିର ଦିନରେ ସେ ତାହାକୁ ଭୋଗ ଭାବେ ସେବନ କରେ। ସେଥିପାଇଁ ଏହାର ନାମକରଣ ନୂଆଁଖାଇ ବୋଲି କରାଯାଇଛି। ଏହି ଉପଲକ୍ଷେ ପରସ୍ପର ନୂଆଁଖାଇ ଜୁହାର ବୋଲି ସମ୍ବୋଧୀତ କରିଥାନ୍ତି।

ଆଜିର ଏହି ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡିଶା ବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂଆଖାଇ ଜୁହାର। ନୂଆଖାଇ ଅବସରରେ ମୁଁ ଓଡ଼ିଶାର ଭାଇ ଓ ଭଉଣୀ ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ନେହ,ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଏହି ଅନନ୍ୟ ଗଣପର୍ବ ସମସ୍ତଙ୍କ ପାଇଁ ସୁଖ,ଶାନ୍ତି ଓ ସମୃଦ୍ଧି ଆଣୁ,ଏହା ମୋର ଆନ୍ତରିକ କାମନା।”

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ ପର୍ବ ଓଡିଶାରେ କାହିଁକି ପାଳନ ହୁଏ, ଜାଣନ୍ତୁ ଏହାର କାରଣ ସହ ପୂଜା ପଦ୍ଧତି

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା। ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି। ଏହା ନୂଆଖାଇ ପର୍ବର ଏକ ବିଶେଷତା। ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରୀ ଭାଷାରେ ନୂଆଖାଇ ଅଭିନନ୍ଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଏକ ବଡ ପର୍ବ ହେଉଛି ନୂଆଖାଇ। ଏହି ଦିନ ସାରା ପଶ୍ଚିମ ଓଡିଶା ହୋଇଯାଏ ଉତ୍ସବ ମୁଖର। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ କରିଛନ୍ତି। ସମ୍ବଲପୁରୀ ଭାଷାରେ ସେ ଏହି ଅଭିନନ୍ଦନ କରିଛନ୍ତି। ତାହା ହେଲା

“ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍।”

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ନୂଆଖାଇ, ଏଭଳି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି କୃଷି, ଧର୍ମ ସହିତ ସାମାଜିକ ବନ୍ଧନ

ଭୁବନେଶ୍ବର: ଓଡିଶାର ଏକ ଗଣ ପର୍ବ ହେଉଛି ନୂଆଁଖାଇ, ଯାହା ପଶ୍ଚିମ ଓଡିଶାରେ ବିଶେଷ ଭାବେ ପାଳିତ ହେଉଛି। ଏହି ପର୍ବଟି ଧାନ ଅମଳର ଖୁସିରେ ଚାଷୀମାନେ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ। ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ ।

ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ କୁହାଯାଏ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା ‘ତିଥି’ ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେ କୌଣସି ଏକ ତିଥିରେ ପାଳିତ ହେଉଥିଲା

ତେବେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ ଏବଂ ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ଘୋଷଣା କରିଥିଲେ। ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତା କରାଯାଇ ସର୍ବସମ୍ମତ କ୍ରମେ ଗଣେଷ ପୂଜାର ପରଦିନ ଅର୍ଥାତ ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି ।

ଏହି ପର୍ବର କୃଷି ଏବଂ ଧାର୍ମିକ ଚେତନା ସହିତ ସମାଜିକ ଏକତା ମଧ୍ୟ ସୃଷ୍ଟି କରିଥାଏ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି ।

ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା । ସେଥିପାଇଁ ନୂଆଖାଇ ହେଉଛି ଏପରି ଏକ ପର୍ବ ଯେଉଁଠି ଯୋଡି ହୋଇ ରହିଛି ଧର୍ମ ସହିତ କୃଷି ଓ ସାମାଜିକ ବନ୍ଧନ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ସାମାଜିକ ଗଣମାଧ୍ୟମରେ ଭକ୍ତ ଦେଖିଲେ ମାଙ୍କ ପୂଜା

ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଲୋକମାନେ ଏହା ଦେଖିବା ପରେ ନିଜଘରେ ପୂଜା ଆରମ୍ଭ କରିଛନ୍ତି। ତେବେ ଚଳିତ ବର୍ଷ ମା ସମଲେଶ୍ବରୀଙ୍କ ନବାନ୍ନ ବାହାରିବ ନାହିଁ। ସେଥିପାଇଁ ମନ୍ଦିର ଟ୍ରଷ୍ଟ ଲୋକମାନଙ୍କୁ ନିଜ ଘରେ ନବାନ୍ନ କରି ସାରିବା ପାଇଁ କୁହାଯାଇଛି।

ପୂର୍ବରୁ ଭକ୍ତମାନେ ମାଙ୍କ ନିକଟରେ ନବାନ୍ନ ଲାଗି କରିବା ପାଇଁ ଆସିଥାନ୍ତି। ହେଲେ କରୋନା ପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ନିବେଦନ କରାଯାଇଥିଲା। ମା ଙ୍କ ନିକଟରେ ନବାହ୍ନରେ ପୂଜା କେବଳ ସେବକମାନେ ଯଥା ରିତିରେ କରିବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ଆଜି ନିର୍ଦ୍ଧାରିତ ସମୟରେ ମାଙ୍କ ନିକଟରେ ଏହି ନବାହ୍ନ ପୂଜା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆ ଏବଂ ଇଂରାଜୀରେ କଲେ ଅଭିନନ୍ଦନ

ନୂଆଦିଲ୍ଲୀ, ଆଜି ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଏହି ଅଭିନନ୍ଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ ଯାହା କହିଛନ୍ତି ତାହା ହେଲା, ” ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆଁଖାଇ ଜୁହାର।