Categories
PanchayatElection ଆଜିର ଖବର ରାଜ୍ୟ ଖବର

ରାଜ୍ୟ ନିର୍ବାଚନ କମିଶନର ଘୋଷଣା କଲେ ପଞ୍ଚାୟତ ନିର୍ବାଚନର ଫଳାଫଳ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ରାଜ୍ୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଗତକାଲି ଏହି ଗଣତି ବିଭିନ୍ନ ବ୍ଲକରେ କରାଯାଇଥିଲା। ତେବେ ସୂଚନା ଅନୁସାରେ

ଗଣନା ତାରିଖ- ୨୭.୦୨.୨୨
ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ -୩୦୫
ଫଳାଫଳ ଘୋଷିତ- ୨୯୫
ବିଜେଡି -୨୬୦
ବିଜେପି – ୧୬
କଂଗ୍ରେସ – ୧୬
ସ୍ବାଧୀନ – ୦୧
ଅନ୍ୟମାନେ – ୦୨

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନର ଆଜି ଶେଷ ପର୍ଯ୍ୟାୟ ଭୋଟ ଗଣତି, ସଂଧ୍ୟାରେ ଚିତ୍ର ହେବ ସ୍ପଷ୍ଟ

ଭୁବନେଶ୍ବର: ଆଜି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗଣତି। ଆଜି ମୋଟ 230ଟି ଜିଲ୍ଲା ପରିଷଦ ଜୋରର ଭୋଟ ଗଣତି ହେବ। ଆଜି ସକାଳ ଆଠଟାରୁ ଏହି ଗଣତି ପକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି କରାଯାଇଥିଲା।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଗଣିତ ଗତକାଲି କରାଯାଇଥିଲା। ଏଥିରେ ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି କରାଯାଇଥିଲା।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଶୁଭ ଖବର: ଜଣେ ମହିଳା ଡାକ୍ତର ଜିତିଲେ ଜିଲ୍ଲା ପରିଷଦ ନିର୍ବାଚନ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ 2 ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ  ଜଣେ ମହିଳା ଡାକ୍ତର ବିଜୟୀ ହୋଇଛନ୍ତି। ସେ ହେଲେ ନାସା ଗଳା କର୍ଣ୍ଣ ବିଶେଷଜ୍ଞ ଡାକ୍ତର ଲିପିକା ମାଝୀ। ତାଙ୍କର ଆଉ ଏକ ପରିଚୟ ହେଉଛି ସେ ହେଉଛନ୍ତି ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଆଦିବାସୀ ସେଲ୍ ର ଅଧକ୍ଷ ଭୁଜବଳ ମାଝୀଙ୍କ କନ୍ୟା।
ସେ ଡାକ୍ତର ଭାବେ ନିଜର ବୃତ୍ତିଗତ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଜନସେବା କରିବା ଲକ୍ଷ୍ୟ ନେଇ ସେ ରାଜନୀତିରେ ପାଦଥାପିଲେ। ଫଳରେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ପ୍ରତିଦ୍ବନ୍ଦିତାରେ ଭାଗ ନେଲେ,ଆଉ ଜିତିଲେ ମଧ୍ୟ। ଯାହାକୁ ନେଇ ସମସ୍ତେ ବେଶ ପ୍ରଶଂସା କରିବାରେ ଲାଗିଛନ୍ତି।
Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ଜିଲ୍ଲା ପରିଷଦ ବିଜେତାଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ, କେତେ ଭୋଟରେ ଜିତିଲେ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ବିଧିବଧ ଭାବେ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୧୫ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ହୋଇଥିଲା। ଏଥିରେ ବିଜେଡି-୨୮୧, ବିଜେପି -୧୫, କଂଗ୍ରେସ-୧୪, ସ୍ବାଧୀନ-୨ ଏବଂ ଅନ୍ୟାନ୍ୟ-୨ ଜଣ ଜିତିଛନ୍ତି। ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେଉଁ ଦଳର କିଏ ଜିତିଲା। ଏଥିସହିତ ସେ କେତେ ଭୋଟରେ ଜିତିଲେ।

ତେବେ ୩୧୫ ଜିଲ୍ଲା ପରିଷଦ ଜୋନ ମଧ୍ୟରୁ କେବଳ ନିଆଳିର ଜୋନ ୧ ଘୋଷଣା କରାଯାଇ ନାହିଁ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ବିଧିବଧ ଭାବେ ଭୋଟ ଗଣତିର ଫଳାଫଳ ଘୋଷଣା କଲେ ନିର୍ବାଚନ କମିଶନର

ଭୁବନେଶ୍ବର: ଆଜି ବିଧିବଧ ଭାବେ ରାଜ୍ୟ ନିର୍ବାଚନ କମିଶନର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ଫଳାଫଳ ଘୋଷଣା କରିଛନ୍ତି। ଏହି ଫଳାଫଳ ସମସ୍ତେ ଅବଗତ ଥିଲେ ମଧ୍ୟ କମିଶନରଙ୍କ ତରଫରୁ ତାହା ଘୋଷଣା କରାଯାଇ ନ ଥିଲା। ବର୍ତ୍ତମାନ ଘୋଷଣା ଅନୁସାରେ ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ଗଣନା ତାରିଖ-୨୬.୦୨.୨୦୨୨
ସମୁଦାୟ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା -୩୧୫
ଫଳାଫଳ ଘୋଷିତ -୩୧୪ ( ନିଆଳି ଜୋନ ୧ ଘୋଷିତ ହୋଇ ନାହିଁ)
ବିଜେଡି-୨୮୧
ବିଜେପି -୧୫
କଂଗ୍ରେସ-୧୪
ସ୍ବାଧୀନ-୨
ଅନ୍ୟାନ୍ୟ-୨

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି: ଦ୍ଵିତୀୟ ସ୍ଥାନକୁ ଉଠିଲା କଂଗ୍ରେସ

ଭୁବନେଶ୍ବର: ଗତକାଲି ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗଣତି ହୋଇଛି। ଏଥିରେ ବିଜେଡ଼ି ୨୮୧ ଟି ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ କଂଗ୍ରେସ-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ବିରୋଧୀ ଦଳ ଦ୍ଵିତୀୟ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି। ବିଜେପି ୧୫ ଆସନରେ ଆଗୁଆ କିମ୍ବା ବିଜୟ ହୋଇଥିବା ବେଳେ କଂଗ୍ରେସ ୧୪ ଟି ଆସନରେ ଆଗୁଆ ରହିଛି। ତେବେ ଆଜି ମଧ୍ୟ ରାଜ୍ୟର ୩୧୪ ବ୍ଲକର ୩୦୬ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଆରମ୍ଭ ହୋଇସାରିଛି। ଆଉ କିଛି ସମୟ ପରେ ଟ୍ରେଣ୍ଡ ସାମ୍ନାକୁ ଆସିବ।

ମୋଟ ଜିଲ୍ଲାପରିଷଦ- ୮୫୧/ ଗଣତି ଚାଲିଛି- ୩୩୫

ବିଜେଡି-୨୯୪ ଟିରେ ଆଗୁଆ

କଂଗ୍ରେସ- ୧୭ ଟିରେ ଆଗୁଆ

ବିଜେପି- ୧୬ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ଫଳାଫଳ: ଭଲ ସ୍ଥିତିରେ ବିଜେଡ଼ି, ଜାଣନ୍ତୁ କେଉଁ ଦଳ କେତୋଟି ଆସନରେ ଆଗୁଆ

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୨୬୮ ଟିରେ ଆଗୁଆ

ବିଜେପି- ୨୬ ଟିରେ ଆଗୁଆ

କଂଗ୍ରେସ- ୧୬ ଟିରେ ଆଗୁଆ

ଅନ୍ୟାନ୍ୟ-୦୫ ଟିରେ ଆଗୁଆ

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ଭୋଟ ଗଣତି: ବିରୋଧୀ ଦଳଙ୍କୁ ପଛରେ ପକାଇ ଆଗରେ ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୧୮୯ ଟିରେ ଆଗୁଆ

ବିଜେପି- ୨୪ ଟିରେ ଆଗୁଆ

କଂଗ୍ରେସ- ୧୪ ଟିରେ ଆଗୁଆ

ଅନ୍ୟାନ୍ୟ-୦୪ ଟିରେ ଆଗୁଆ

Categories
ଆଜିର ଖବର ରାଜ୍ୟ ଖବର

ଚାଲିଛି ପଞ୍ଚାୟତ ଭୋଟ ଗଣତି, ପ୍ରଥମ ପର୍ଯ୍ୟାୟରେ ବିଜେଡି ୧୩୭ଟି ସିଟରେ ଆଗୁଆ

ଭୁବନେଶ୍ବର: ଆଜି ସକାଳୁ ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି। ଏଥିରେ ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ଚାଲିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜେଡି ବର୍ତ୍ତମାନ ବେଶ୍ ଆଗରେ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତ୍ତମାନର ବିଭିନ୍ନ ଦଳର ଯେଉଁ ସ୍ଥିତି ରହିଛି ତାହା ହେଲା

ବିଜେଡି-୧୩୭ ଟିରେ ଆଗୁଆ

ବିଜେପି- ୨୨ଟିରେ ଆଗୁଆ

କଂଗ୍ରେସ- ୦୯ ଟିରେ ଆଗୁଆ

ଅନ୍ୟାନ୍ୟ-୦୩ ଟିରେ ଆଗୁଆ

Categories
PanchayatElection ଆଜିର ଖବର ରାଜ୍ୟ ଖବର

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନରେ ପରାଜୟ ଜାଣିବାପରେ ଓଡ଼ିଶା ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି। ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଲତା ଦେଓ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଶ୍ରୀମତୀ ଦେଓ କହିଛନ୍ତି ଯେ ଓଡିଶା ବିଜେପି ସଭାପତିଙ୍କର ଆଜିର ସାମ୍ବାଦିକ ସମ୍ମିଳନୀ ହତାଶ ହୋଇ ପଡିଥିବା ବିଜେପି କର୍ମୀଙ୍କୁ କୌଣସି ପ୍ରକାରେ ଉତ୍ସାହିତ କରିବା ପାଇଁ ଏକ ପ୍ରୟାସ ଥିଲା। ତେବେ ସେ ତାହା କରିବାରେ ବିଫଳ ହୋଇଛନ୍ତି।

ଓଡ଼ିଶାର ଲୋକ ଏକ ସ୍ୱରରେ ଓଡ଼ିଶା ବିଜେପିକୁ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗାମୀ ପୌର ନିର୍ବାଚନରେ ମଧ୍ୟ ଓଡିଶା ବିଜେପିକୁ ପରାସ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀମତୀ ଦେଓ କହିଛନ୍ତି।

Categories
ବିଶେଷ ଖବର

ସରିଲା ପଞ୍ଚାୟତ ନିର୍ବାଚନ, ଆସନ୍ତାକାଲିଠୁ ନିର୍ଦ୍ଧାରଣ ହେବ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ଵର: ୨୦୨୨ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ପାଞ୍ଚଟି ପର୍ଯ୍ୟାୟ କ୍ରମରେ ସରିଯାଇଛି। ଯାହା ଫେବୃୟାରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖ କ୍ରମରେ ନିର୍ବାଚନ ହୋଇଥିଲା। ଫେବୃୟାରୀ ୨୬ ତାରିଖରେ ଭୋଟ ଗଣତି ହେବ ସେହିଦିନ ହିଁ ଜଣାପଡ଼ିବ ଯେ, କାହା ହାତରେ ଭାଗ୍ୟ। ଓଡ଼ିଶାର ୮୫୩ ଟି ଜିଲ୍ଲା ପରିଷଦ, ୬୭୯୪ଟି ସରପଞ୍ଚ ଓ ସମିତି ସଭ୍ୟ, ୯୧୯୧୬ଟି ୱାର୍ଡ଼ମେମ୍ବରଙ୍କ ଭାଗ୍ୟ ୩.୨୯କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି ଯାହା ଫେବୃୟାରୀ ୨୬ରେ ଜଣାପଡ଼ିବ।

ସାଧାରଣତଃ ପଞ୍ଚାୟତ ନିର୍ବାଚନ ୫ଟି ପର୍ଯ୍ୟାୟରେ ହୋଇଥିଲା ତେଣୁ ଫେବୃୟାରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଯାହା ୨୦୦ ଜିଲ୍ଲା ପରିଷଦ, ୧୬୬୯ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୨୩୭୯ ୱାର୍ଡ଼ମେମ୍ବର, ଫେବୃୟାରୀ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ୧୮୬ ଜିଲ୍ଲା ପରିଷଦ,୧୫୧୪ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୦୪୩୬ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟରେ ୧୭୧ଟି ଜିଲ୍ଲା ପରିଷଦ, ୧୩୮୨ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ୧୮୪୯୫ଟି ୱାର୍ଡ଼ମେମ୍ବର, ଫେବୃୟାରୀ ୨୨ରେ ଚତୁର୍ଥ ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ, ୧୨୫୪ଟି ସରପଞ୍ଚ ଓ ସମିତିସଭ୍ୟ ଓ୧୭୦୮୯ଟି ୱାର୍ଡ଼ମେମ୍ବର ଏବଂ ଫେବୃୟାରୀ ୨୪ ତାରିଖ ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ, ୯୭୫ଟି ସରପଞ୍ଚ ଓ ସମିତି ସଭ୍ୟ ଓ୧୩୫୧୪ଟି ୱାର୍ଡ଼ମେମ୍ବର ଆସନ ପାଇଁ ଲଢେଇ ହୋଇଥିଲା। ଏହି ଆସନ କିଏ ପାଇବ ତାହା ଜଣାନାହିଁ କିନ୍ତୁ ଏହି ଆସନ ପାଇଁ ୩.୨୯ କୋଟି ଓଡ଼ିଶାବାସୀଙ୍କ ହାତରେ ରହିଛି । କିନ୍ତୁ ଏବେ ସମୟ ଆସିଛି ଭୋଟ ଗଣତି ପରେ ଜଣାପଡ଼ିବ ଜନତା କାହାକୁ ପସନ୍ଦ କରିଛନ୍ତି ଓ କାହା ମୁଣ୍ଡରେ କଳସ ବସିବ।

ଦେଖିବାକୁ ଗଲେ ସମସ୍ତଙ୍କ ନଜର ରହିଛି ଜିଲ୍ଲା ପରିଷଦ ଉପରେ କାହିଁକି ନା ଏଠାରେ ତିନୋଟି ପ୍ରମୁଖ ଦଳ ବିଜେଡ଼ି (ବିଜୁ ଜନତା ଦଳ), ବିଜେପି (ଭାରତୀୟ ଜନତା ପାର୍ଟି) ଓ ଭାରତୀୟ ଜାତୀୟ କଂଗ୍ରେସ ଦଳ ଗୁଡ଼ିକ ୮୫୩ଟି ଆସନ ପାଇଁ ଲଢେଇ ହୋଇଥିଲା। ଭୋଟ ଗଣତି ପରେ ଜଣାଯିବ କେଉଁ ଦଳ କେତେ ବାଜିମାତ କରିଛି। ଏହାକୁ ଦେଖି ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ତିନି ଦଳ ପ୍ରସ୍ତୁତ ରହିବେ।

ବାପି ନାୟକ- ମୋ : ୭୩୭୭୪୧୦୫୭୧

Categories
PanchayatElection ଆଜିର ଖବର ରାଜ୍ୟ ଖବର

ମତଦାନ ପରେ ଭୋଟ ବାକ୍ସ ଆଗରେ ସାଂସଦ ପ୍ରମିଳା ବିଶୋଇ ଯାହା କଲେ ସମସ୍ତେ ତାଜୁବ୍

ଗଂଜାମ: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଥିଲା। ଏଥିରେ ଆସ୍କା ନିର୍ବାଚନ ମଣ୍ଡଳୀରେ ମଧ୍ୟ ମତଦାନ କରାଯାଇଥିଲା। ଆଜି ବିଜେଡି ସାଂସଦ ପ୍ରମିଳା ବିଶୋଇଙ୍କର ମଧ୍ୟ ଭୋଟଦାନ ପାଇଁ ଦିନ ଥିଲା। ସେହି ଅନୁସାରେ ସେ ତାଙ୍କ ବୁଥକୁ ଭୋଟ ଦେବା ପାଇଁ ଆସିଲେ। ହେଲେ ବୁଥ ଭିତରେ ସେ ଯାହା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ତାହା ହେଲା ଯେ, ସେ ଭୋଟ ଦେବା ପରେ ବାଲଟ ପେପରକୁ ବାକ୍ସ ଭିତରେ ଭର୍ତ୍ତି କରିଥିଲେ। ପାଖରେ ଥିବା ପୁଲିଂ କର୍ମଚାରୀ ତାହା ଠିକରେ ଗଲାକି ନାହିଁ ତାହା ତଦାରଖ କରିଥିଲେ। ବାଲଟ ପେପର ବାକ୍ସ ଭିତରକୁ ଯିବା ପରେ ପ୍ରମିଳା ସେହିଠାରେ ଛିଡା ହୋଇ ଭୋଟ ବାକ୍ସକୁ ମୁଣ୍ଡିଆ ମାରିଲେ। ଏହାପରେ ସେ ଟିକିଏ ପଛକୁ ଘୁଞ୍ଚି ଆଣ୍ଠୁମାଡି ତଳେ ମୁଣ୍ଡିଆ ମାରିଲେ। ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଟଙ୍କା ବଣ୍ଟୁଥିବା ବେଳେ ଧରାପଡିଲେ ବିଜେପି ପ୍ରାର୍ଥୀ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ବିଜେପି ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଛନ୍ତି। ସେ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ସଦର ଜୋନ ଏ ର ବିଜେପି ପ୍ରାର୍ଥୀ ପ୍ରବୀଣ ନାୟକ।

ଗତକାଲି ରାତିରେ ସେ ଭୋଟରଙ୍କୁ ଟଙ୍କା ବାଣ୍ଟି ପ୍ରଭାବିତ କରୁଥିଲେ। ବିଜେଡି କର୍ମି ତାଙ୍କ କାରସାଦି ଧରା ପକାଇ ପୋଲିସ ଜିମା ଦେଇଥିଲେ। ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବୀ କରିଛି। ଆଜି ଦଳର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ଦିନ ୧୨ ଟା ୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଦାନ ଚାଲିଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଦିନ ୧୨ ଟା ୩୦ ସୁଦ୍ଧା ରାଜ୍ୟରେ ୫୫ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ସାତଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା। ଆଉ ଅଳ୍ପ ସମୟ ପରେ ଏହି ମତଦାନ ପକ୍ରିୟା ଶେଷ ହେବ।

ଶେଷ ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ହେବ ଏହି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆଜି ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ, ୫୨୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ହେବ ଏହି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଜାଣନ୍ତୁ ଏଥର କେମିତି ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପକ୍ରିୟା

ଭୁବନେଶ୍ୱର: ତ୍ରିରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ। ମତଦାନର ପୂର୍ବଦିନ ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ୱିତୀୟ ଡୋଜ କୋଭିଡ୍‌ ଟିକା ନେଇଥିବେ।

ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ। ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ବ୍ୟବହାର କରାଯିବ। ପ୍ରତ୍ୟେକ ଭୋଟର ମାସ୍କ ପରିଧାନ କରି ମତଦାନ କରିବେ।

ସେହିପରି ମତଗଣନା ନିମନ୍ତେ ନିରୁପିତ ହୋଇଥିବା ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ। ମତଗଣନା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଦ୍ୱିତୀୟ ମାତ୍ରା କୋଭିଡ୍‌ ଟିକା ନେଇଥିବା ଆବଶ୍ୟକ। ଏତଦ୍‌ବ୍ୟତୀତ ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବସ୍‌ ପରିଧାନ କରି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ। କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପରିଧାନ ସହ କୋଭିଡ୍‌ ଦ୍ୱିତୀୟ ପାନ ଟିକା ନେଇଥିବା ବାଧ୍ୟତାମୂଳକ ଅଟେ। ମତଗଣନା କେନ୍ଦ୍ର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି କର୍ମଚାରୀମାନେ କାର୍ଯ୍ୟ କରିବେ।

କୋଭିଡ୍‌-୧୯ ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟିଂ ହୋଇଥିବା ନିତାନ୍ତ ଜରୁରୀ। ମତଦାନ କେନ୍ଦ୍ର ଓ ମତଗଣନା କେନ୍ଦ୍ରଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମଚାରୀମାନେ ମଧ୍ୟ କୋଭିଡ୍‌ ନିୟମାନୁସାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ।

କୋଭିଡ୍‌ ଦ୍ୱିତୀୟ ମାତ୍ରା ଟିକା ନେଇଥିବା ସତ୍ତେ୍ୱ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ପ୍ରକାଶ ପାଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ସାବଧାନ: ଯଦି ଆପଣ ଭୋଟ ଦେବାକୁ ଯାଉଛନ୍ତି ତେବେ ଜାଣନ୍ତୁ ଏହି କେତୋଟି କଥା

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ତେବେ ଏଥର କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଭୋଟ ଗ୍ରହଣ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନର କେତେକ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ଏହା ଉପରେ ନଜର ପକାଇବା ନିହାତି ଜରୁୁରୀ ଅଟେ। ସେଗୁଡିକ ହେଲା

୧- ଭୋଟ ଗ୍ରହଣ କେନ୍ଦ୍ରକୁ ଯିବା ପୂର୍ବରୁ ମୁହଁରେ ନିଶ୍ଚିତ ମାସ୍କ ପିନ୍ଧିବା ଆବଶ୍ୟକ। ଏଥିସହିତ ଲାଇନରେ ଛିଡା ହେଲେ ଶାରିରୀକ ଦୂରତା ବଜାଇ ରଖିବା ଜରୁରୀ। ସେଠାରେ ମୁତୟନ ପୋଲିସ କର୍ମଚାରୀ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଯେଉଁମାନେ ମାସ୍କ ଆଣି ନ ଥିବେ ସେମାନଙ୍କୁ ମାସ୍କ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

୨- ବୁଥ ପ୍ରବେଶ ଦ୍ବାରରେ ସାଇନଟାଇଜର ରଖାଯାଇଥିବ। ତାହାକୁ ଲଗାଇ ହାତ ସାଇନଟାଇଜେସନ କରିବାକୁ ପଡିବ।  ଯଦି ପୁଲିଂ ଅଫିସର ଚିହ୍ନଟ ପାଇଁ ଚାହିଁବେ ତେବେ ଭୋଟର ମାସ୍କକୁ ଖସାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

୩- ବୁଥ ଭିତରେ ଆପଣଙ୍କ ହାତରେ କାଳି ଲଗାଇବା ପାଇଁ ପୁଲିଂ ଅଫିସରଙ୍କୁ କେତେକ ଗାଇଡ ଲାଇନ ଜାରୀ କରାଯାଇଛି। ସେଥିରେ ଭୋଟରଙ୍କୁ ସ୍ପର୍ଷ ନ କରି ତାଙ୍କ ହାତରେ କାଳି ଲଗାଇବାକୁ କୁହାଯାଇଛି। ଯଦି କେହି ହାତରେ ଗ୍ଲୋବ ପରିଧାନ କରିଛନ୍ତି, ତେବେ ସେ ଗ୍ଲୋବ ବାହାର କରି କାଳି ଲଗାଇବା ବାଧ୍ୟତାମୂଳକ କରାଯାଇଛି।

୪- ବୁଥରେ ଯଦି କୌଣସି କର୍ମଚାରୀଙ୍କ ଜ୍ବର ଦେଖାଦିଏ ତେବେ ସେଠାରେ ତୁରନ୍ତ ତାଙ୍କ ବଦଳରେ ଆଉ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିସହିତ ସ୍ଥାନୀୟ ସ୍ବାସ୍ଥ୍ୟ କର୍ମି ଆସି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବା ପାଇଁ କୁହାଯାଇଛି।

୫- କୋଭିଡ ଆକ୍ରାନ୍ତଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ସେମାନେ ଭୋଟ ଗ୍ରହଣର ଶେଷ ସମୟକୁ ଆସିବା ପାଇଁ କୁହାଯାଇଛି। ଏଥିରେ ସେ ସ୍ବାସ୍ଥ୍ୟ କର୍ମିଙ୍କ ତତ୍ବାବଧନାରେ ବୁଥ ଭିତରକୁ ପ୍ରବେଶ କରିବେ। ଏଥିସହିତ ସେ କୋଭିଡ ଗାଇଡ ଲାଇନ ଅନୁସାରେ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

୬- ପ୍ରତି ଭୋଟର ସେମାନଙ୍କ ପରିଚୟ ପତ୍ର ସାଙ୍ଗରେ ଆଣିବା ପାଇଁ କୁହାଯାଇଛି। ଏଥିରେ ଭୋଟର କାର୍ଡ କିମ୍ବା ଅନ୍ୟ ଯେ କୌଣସି ସରକାରଙ୍କ ସ୍ବକୃତି ପ୍ରାପ୍ତ ପରିଚୟ ପତ୍ର ଆଣିବା ଜରୁରୀ ଅଟେ।

୭- ସମସ୍ତ ବୁଥରେ ତିନୋଟି ଲାଇନ ହେବ। ପୁରୁଷ, ମହିଳା ଏବଂ ଭିନ୍ନକ୍ଷମ ପାଇଁ ଏକ ସ୍ବତନ୍ତ୍ର ଲାଇନ ହେବ। ଏହି ଲାଇନରେ ଶାରୀରିକ ଦୂରତା ବଜାଇ ରଖିବା ପାଇଁ କୁହାଯାଇଛ।

୮- ଯଦି ବୁଥ ଭିତରେ ଭୋଟର କିମ୍ବା କର୍ମଚାରୀଙ୍କ କୌଣସି ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ସେଠାରେ ଥିବା ଏକ ସ୍ବତନ୍ତ୍ର ପ୍ରକୋଷ୍ଠକୁ ଯାଇ ବିଶ୍ରାମ କରିବେ। ସେଠାରେ ଥିବା ଭଲ୍ୟୁଣ୍ଟିୟରମାନେ ସ୍ବାସ୍ଥ୍ୟ କର୍ମିଙ୍କୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଞ୍ଚଳିକ

ଚିଲିକା: ପ୍ରଶାସନ ଉପରେ ନାହିଁ ଭରସା, ଷ୍ଟ୍ରଙ୍ଗ୍ ରୁମ୍ ଜଗୁଛନ୍ତି ନେତା

ସୀତାରାମ ଅଗ୍ରୱାଲ

ଚିଲିକା: ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ହାର ଜିତକୁ ନେଇ ନେତା, କର୍ମୀ ତଥା ପ୍ରାର୍ଥୀଙ୍କୁ ଚିନ୍ତା ଘାରିଛି। ଏଭଳି ପରିସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ରେ ଥିବା ବାଲାଟ୍ ପେପର ବାକ୍ସ ଭିତରେ ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି। ଭୋଟ ବାକ୍ସକୁ ଷ୍ଟ୍ରଙ୍ଗରୁମ୍ ଭିତରେ କିଏ ଅଦଳ ବଦଳ କରାଇ ଦେବା ଭୟରେ ପ୍ରାର୍ଥୀ ଏବଂ ବିଜେପି କର୍ମୀମାନେ ଶୀତ କାକରରେ ଜଗି ରହିଥିବା ଦେଖିବାକୁ ମିଳିଛି। ଏପରି ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳିଛି।

ଉଭୟ ବାଣପୁର ଏବଂ ଚିଲିକା ବ୍ଲକ ସମ୍ମୁଖରେ ବିଜେପି କର୍ମୀମାନେ ଷ୍ଟ୍ରଙ୍ଗରୁମ୍ କୁ ଦିନରାତି ଜଗି ରହୁଥିବାର ଦେଖିବାକୁ ମିଳିଛି। ଶାସକ ଦଳ ସମର୍ଥିତ ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଯେତିକି ମାତ୍ରାରେ ଏହି ଭୟ ଘାରୁନାହଁ, ତା’ଠାରୁ ଅଧିକ ବିରୋଧୀ ଦଳଗୁଡିକର ସମର୍ଥିତ ପ୍ରାର୍ଥୀମାନେ ଏ ବାବଦରେ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଉଛି। ଏଥର ପଞ୍ଚାୟତ ବଦଳରେ ବ୍ଲକ କାର୍ଯ୍ୟାଳୟରେ ଷ୍ଟ୍ରଙ୍ଗ୍‌ ରୁମ୍‌ କରାଯାଇଥିବାରୁ ଭୋଟ୍‌ ଏପଟ ସେପଟ ହୋଇପାରେ ବୋଲି ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।

ପାଳି ପାଳି କରି କର୍ମୀମାନେ ଚବିଶ ଘଣ୍ଟା ଷ୍ଟ୍ରଙ୍ଗ ରୁମକୁ ପ୍ରହରା ଦେଉଥିବାର ଦେଖାଯାଇଛି। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଉପରେ ଭରସା ନାଇଁ, କେତେବେଳେ କିଏ ଓଲଟପାଲଟ କରିଦେବା ଆଶଙ୍କାରେ ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏପରି ଆମେ ଷ୍ଟ୍ରଙ୍ଗ ରୁମକୁ ଜଗିବୁ ବୋଲି ବିଜେପି କର୍ମୀ ଓ ସମର୍ଥକମାନେ କହିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଆସନ୍ତା ୨୬ରୁ ଭୋଟ ଗଣନା, ରାତି ପର୍ଯ୍ୟନ୍ତ ଚାଲିପାରେ, ସୁରକ୍ଷା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଗୁରୁବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହାପରେ ଆସନ୍ତା ୨୬, ୨୭ ଏବଂ ୨୮ ତାରିଖରେ ସମସ୍ତ ବ୍ଲକ୍‌ ମୁଖ୍ୟାଳୟଠାରେ ତିନିଦିନଧରି ଭୋଟ ଗଣନା କାର୍ଯ୍ୟ କରାଯିବ।

ଭୋଟ ଗଣନା କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିିର ନିୟନ୍ତ୍ରଣ ଏବଂ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍‌.କେ. ଶର୍ମାଙ୍କ ସହ ସୁରକ୍ଷା ସଂପର୍କିତ ସମୀକ୍ଷା ବୈଠକ କରିଥିଲେ ।

ଭୋଟ ଗଣତି କେନ୍ଦ୍ର ବାହାରେ, ବିଶେଷ କରି ଭୋଟଗଣତି ସମୟରେ ହେବାକୁ ଥିବା ଭିଡ଼କୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଭୋଟଗଣତି କାର୍ଯ୍ୟ ରାତି ପର୍ଯ୍ୟନ୍ତ ଚାଲିଲେ, ସେ ସମୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ରକ୍ଷା ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। କୌଣସି ପରିସ୍ଥିତିରେ କୌଣସିଠାରେ ଯେପରି ବିଶୃଙ୍ଖଳା ନ ଉପୁଜିବ ସେ ଦିଗରେ ତୀକ୍ଷ୍‌ଣ ଦୃଷ୍ଟିଦେବାକୁ ସଂପୃକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯିବ ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ନିର୍ବାଚନ ଆୟୋଗଙ୍କ ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟାର ପ୍ରମୁଖ ଉପସ୍ଥିତ ଥିଲେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ଭୋଟବାକ୍ସ ସୁରକ୍ଷା ପାଇଁ ଏହିସବୁ ପଦକ୍ଷେପ ନିଅ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍‌ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ। ଏଥି ନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍‌ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ ମଧ୍ୟରେ ରଖାଯାଉଛି ।

କିନ୍ତୁ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ଦିଗରେ କେତେକ ଅଭିଯୋଗ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ବିଚାରକୁ ନେଇ ନିର୍ବାଚନ କମିଶନ ଷ୍ଟ୍ରଙ୍ଗରୁମ୍‌ର କଡ଼ା ସୁରକ୍ଷା ନିମନ୍ତେ କେତେକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ହୋଇଥିବା ଭୋଟବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିସାରି ସିଲ୍‌ କରିସାରିଲା ପରେ କୌଣସି ପରିସ୍ଥିତିରେ ଏହାକୁ ଖୋଲାଯାଇପାରିବ ନାହିଁ।

ଯେଉଁ ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ, ସେସବୁ ଭୋଟବାକ୍ସଗୁଡ଼ିକୁ ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍‌ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଷ୍ଟ୍ରଙ୍ଗରୁମ୍‌ ହୋଇଥିବା କୋଠାରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ସହ ଷ୍ଟ୍ରଙ୍ଗରୁମ୍‌ ହୋଇଥିବା ଅଞ୍ଚଳଟି ସିସିଟିଭି ନଜରରେ ରହିବ। ଭୋଟଗଣତି କେନ୍ଦ୍ରକୁ ପ୍ରବେଶ କଲାବେଳେ ପ୍ରାର୍ଥମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରାଧିକୃତ ପ୍ରତିନିଧିମାନଙ୍କୁ ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯିବ, ଯେପରି କୌଣସି ବ୍ୟକ୍ତି ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ୍‌ ଫୋନ୍‌, ସ୍ପାଏପେନ୍‌ କିମ୍ବା କୌଣସି ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ନେଇ ଯାଇପାରିବେ ନାହିଁ ।

ଭୋଟ ଗଣତି ପ୍ରକ୍ରିୟାରେ ବାଧାସୃଷ୍ଟି କଲା ଭଳି କୌଣସି ସାମଗ୍ରୀ ଭୋଟଗଣତି କେନ୍ଦ୍ର ମଧ୍ୟକୁ ଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଉପରୋକ୍ତ ସମସ୍ତ ନିଷୋଧାଦେଶଗୁଡ଼ିକ ମଧ୍ୟ ଭୋଟଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ମଧ୍ୟ ଲାଗୁ କରାଯିବ। ଭୋଟଗଣତି କେନ୍ଦ୍ର ମଧ୍ୟକୁ ପାଣି ବୋତଲ ନ ନେଇ କେନ୍ଦ୍ର ବାହାରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।