Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଶେଷ ହେବ ପଞ୍ଚାୟତ ନିର୍ବାଚନ ମତଦାନ, ୨୬ରୁ ଆରମ୍ଭ ହେବ ଗଣତି

ଭୁବନେଶ୍ବର: ଆସନ୍ତାକାଲି ହେଉଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ। ଆସନ୍ତାକାଲି ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ହେବ ଏହି ମତଦାନ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

କଡା ସୁରକ୍ଷା ମଧ୍ୟରେ ଚାଲିଛି ବାତିଲ ହୋଇଥିବା ବୁଥର ପୁନଃଭୋଟ ଗ୍ରହଣ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରି ଦିଆଯାଇଥିଲା ସେ ସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆଜି ପୁନଃ ଭୋଟ ଗ୍ରହଣ ଚାଲିଛି।

ସେସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି। ଏହା ଅପରହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍‌ର ୪ଟି, ବନ୍ତ ବ୍ଲକ୍‌ର ଗୋଟିଏ ରହିଛି।

ସେହିପରି ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକ୍‌ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍‌ର ୯ଟି, ଧର୍ମଶାଳା ବ୍ଲକ୍‌ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍‌ର ୩ଟି ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯାଉଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍‌ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍‌ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ର ଗୋଟିଏ, ଶୁଳିଆପଦା ବ୍ଲକ୍‌ର ଦୁଇଟି ସ୍ଥାନରେ ପୁନଃ ଭୋଟ ଗ୍ରହଣ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ହେଲା ମତଦାନ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି। ଆଜି ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ଏହି ନିର୍ବାଚନ ହେଉଛି। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ଭୋଟିଂ ଚାଲିଛି। ଏଥିପାଇଁ ୧୭ ହଜାର ୮୯ ଟି ବୁଥ କରାଯାଇଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ, ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୭ ଟି ଜିଲ୍ଲାରେ ଚାଲିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଛି।

ଆଜି ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ଏହି ନିର୍ବାଚନ ହେଉଛି। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ଭୋଟିଂ ଚାଲିଛି। ଏଥିପାଇଁ ୧୭ ହଜାର ୮୯ ଟି ବୁଥ କରାଯାଇଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚାଲିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୭ ଟି ଜିଲ୍ଲାରେ ଚାଲିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେଉଛି। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ଏହି ନିର୍ବାଚନ ଚାଲିଛି। ଏଥିପାଇଁ ୧୭ ହଜାର ୮୯ ଟି ବୁଥର କରାଯାଇଛି। ଏଥିମଧ୍ୟରୁ ୨୫୬୩ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ: ଭୋଟ ଗଣତି ପାଇଁ ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ଵର: ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଯାଇଛି। ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ହେବାକୁ ଥିବା ବେଳେ ୨୪ ତାରିଖରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ତେବେ ଆସନ୍ତା ୨୬ ତାରିଖରୁ ଭୋଟ ଗଣତି ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ। ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ। ତଥାପି ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ।

ଆସନ୍ତା ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୬୩ ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୭ ଟି ଜିଲ୍ଲାରେ ଏହି ନିର୍ବାଚନ ହେବ। ଏଥିରେ ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୭ ହଜାର ୮୯ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏଥିମଧ୍ୟରୁ ୨୫୬୩ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି ।  ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ଏବଂ ଆଣ୍ଟିଜେନ୍ ଟେଷ୍ଟ ଆବଶ୍ୟକ ନାହିଁ। କେବଳ ଥର୍ମାଲ ସ୍କାନିଂ କରି ଭିତରକୁ ଛଡ଼ାଯିବ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା

ଭବାନୀପାଟଣା: ଗତକାଲି ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏହି ଭୋଟ ସମୟରେ ଜଣେ ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରଶଂସା ମିଳିବାରେ ଲାଗିଛି। ତାହା ହେଲା ଚାଲିବାକୁ ସକ୍ଷମ ନଥିବା ଜଣେ ବୃଦ୍ଧାଙ୍କୁ ଟେକିଟେକି କନେଷ୍ଟବଳ ବୁଥ ଭିତରକୁ ନେବା ଘଟଣା। ସେଠାରେ ଥିବା ସମସ୍ତ କର୍ମକର୍ତ୍ତା ଏହି ପୋଲିସ ଅଫିସରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ଏକ ବୁଥରେ। ଆଉ ଯେଉଁ କନେଷ୍ଟବଳ ଏହି କାର୍ଯ୍ୟ କରିଛନ୍ତି ସେ ହେଉଛନ୍ତି ମମତା ରଣା। ଜଣେ ବୃଦ୍ଧା ଭୋଟ ଦେବା ପାଇଁ ଏକ ଅଟୋରେ ଆସିଥିଲେ। ହେଲେ ତାଙ୍କ ସାଥୀରେ ଯେଉଁମାନେ ଥିଲେ ସେମାନେ ବୃଦ୍ଧାଙ୍କୁ ଟେକି ବୁଥ ଭିତରକୁ ନେବା ପାଇଁ ଚାହିଁଲେ।

ହେଲେ ସେଠାରେ ଥିବା କନେଷ୍ଠବଳ ମମତା ରଣା ତାହାକୁ ବାରଣ କଲେ। ନିଜେ ବୃଦ୍ଧାଙ୍କୁ ଟେକିଟେକି ନେଇ ବୁଥ ଭିତରକୁ ଯାଇ ଭୋଟ ପ୍ରଦାନରେ ସହାୟତା କରିଥିଲେ। ଏହାକୁ ନେଇ କଳାହାଣ୍ଡି ଏସପି ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ଚିଲିକା ବ୍ଲକରେ ସରିଲା ମତଦାନ, ପୁରଷଙ୍କ ଠାରୁ ମହିଳା ଆଗରେ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ବ୍ଲକର ୧୭ ଗୋଟି ପଂଚାୟତର ୨୨୫ ଗୋଟି ବୁଥରେ ସମୁଦାୟ ୭୦ ହଜାର ୫ ଶହ ୪୬ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ତନ୍ମଧ୍ୟରୁ ପୁରୁଷ ମତଦାତା ୩୩ ହଜାର ୯ ଶହ ୬୩ ଜଣ ରହିଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ରହିଛି ୩୬ ହଜାର ୫ ଶହ ୮୩। ମୋଟ ମତଦାନ ପ୍ରତିଶତ ୭୩.୩୮ ଥିବା ଜଣାପଡ଼ିଛି।

ଆଇନ ଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଏସପି ସୁରେଶ ଦାସଙ୍କ ତତ୍ୱାବଧାନରେ ୪ ଜଣ ଡ଼ିଏସପି, ୫ ଜଣ ଇନ୍ସପେକ୍ଟର, ୧୭ ଜଣ ଏସଆଇ, ୨୫ ଜଣ ଏଏସଆଇ ଏବଂ ୧୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ତେବେ ଚିଲିକା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ଭୋଟରଙ୍କୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଛନ୍ତି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

Panchayat Election: ସରିଲା ତୃତୀୟ ପର୍ଯ୍ୟାୟ ଭୋଟ, ୭୧ ପ୍ରତିଶତ ମତଦାନ

ଭୁବନେଶ୍ବର: ଶେଷ ହୋଇଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଆଜି ସକାଳ ୭ ଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଯାହା ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ଏହି ପର୍ଯ୍ୟାୟରେ ସର୍ବମୋଟ ୭୧ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ତେବେ ଏହି ଭୋଟ ଗ୍ରହଣ ସମୟରେ କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ଜଣାପଡିଛି। ଯାଜପୁରର ବିଞ୍ଜାରପୁର ଅଞ୍ଚଳରେ ଦୁର୍ବତମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି। ଭୋଟ ବାକ୍ସ ଅପହରଣ କରୁଥିବା ସମୟରେ ଖବର ସଂଗ୍ରହ କରିବାରୁ ସେମାନେ ଆକ୍ରମଣ କରିଥିଲେ।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହୋଇଥିଲା। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହୋଇଛି। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ୧୮ ହଜାର ୪୯୫ ଟି ବୁଥ କରାଯାଇଥିଲା। ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାର ଥିଲା।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନ ବାତିଲ ହୋଇଥିବା ୪୪ଟି ସ୍ଥାନରେ ପୁନଃଭୋଟ ଗ୍ରହଣ, ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରି ଦିଆଯାଇଥିଲା ସେ ସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ଆସନ୍ତା ୨୩ ଫେବୃୟାରୀ ପୁନଃ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।

ସେସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ଟାରୁ ଅପରହ୍ନ ୩ଟା ପର୍ଯ୍ୟନ୍ତ ମତଦାନ କରାଯିବ । ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍‌ର ୪ଟି, ବନ୍ତ ବ୍ଲକ୍‌ର ଗୋଟିଏ, ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକ୍‌ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍‌ର ୯ଟି, ଧର୍ମଶାଳା ବ୍ଲକ୍‌ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍‌ର ୩ଟି ମତଦାନ କେନ୍ଦ୍ରରେ ପୁନଃମତଗ୍ରହଣ କରାଯିବ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍‌ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍‌ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ର ଗୋଟିଏ, ଶୁଳିଆପଦା ବ୍ଲକ୍‌ର ଦୁଇଟି ସ୍ଥାନରେ ପୁନଃ ଭୋଟ ଗ୍ରହଣ କରାଯିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

Panchayat Voting: ଦିନ ୧୨ ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ସକାଳୁ ଆରମ୍ଭ ହୋଇଛି। ଦିନ ୧୨ ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହେଉଛି। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେଉଛି।

ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ନିର୍ବାଚନ ଚାଲିଛି। ଏଥିପାଇଁ ୧୮ ହଜାର ୪୯୫ ଟି ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ: ୧୭୧ଟି ଜିଲ୍ଲା ପରିଷଦ ପାଇଁ ହେବ ମତଦାନ

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହେବ। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହେବ। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହେବ। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୧୮ ହଜାର ୪୯୫ ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

PanchayatPoll: ପ୍ରଥମ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା

ଭୁବନେଶ୍ବର: ଆଜି ଅପରାହ୍ନରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ହାରାହାରି 71 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଯେପରି ଗଣ୍ଡଗୋଳ ହୋଇଥିଲା 2ୟ ପର୍ଯ୍ୟାୟରେ ସେପରି ହୋଇ ନ ଥିଲା। କାଁ ଭାଁ ଗଣ୍ଡଗୋଳ ଛାଡି ଦେଲେ ଭଲ ମତଦାନ ହୋଇଥିବାର ଜଣାପଡିଛି।

ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଜଗତସିଂହପୁର ଏବଂ ଯାଜପୁରରେ କିଛି ବୁଥରେ ବିଶୃଙ୍ଖଳା ଯୋଗୁଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତି ସମୟରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି କେତେକ ସ୍ଥାନରେ ବାଲଟ ପେପରରେ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁଠି ବିଶୃଙ୍ଖଳା ଦେଖାଦେଇଛି ତାହାର ସଂପୂର୍ଣ୍ଣ ରିପୋର୍ଟ ନିର୍ବାଚନ କମିଶନର ରିପୋର୍ଟ ମାଗିଛନ୍ତି। ଏହି ରିପୋର୍ଟ ମିଳିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କେତେକ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ ହୋଇଥିବାର ପରିଲକ୍ଷିତ ହୋଇଥିଲା। ଫଳରେ ନିର୍ବାଚନ କମିଶନର ପୋଲିସ ଡିଜିଙ୍କ ସହିତ ଆଲୋଚନା କରି ଏହା ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବ ଅପେକ୍ଷା ଭଲ ଭାବେ ସଂପର୍ଣ୍ଣ ହୋଇପାରିଛି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହୋଇଥିଲା।ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନରେ ୭୪୭ ଜଣ ପ୍ରାର୍ଥୀ ଲଢେଇରେ ସାମିଲ ହୋଇଛନ୍ତି। ଏଥିସହିତ ୧ ହଜାର ୫୧୪ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା। ଏଥିପାଇଁ ୨୦ ହଜାର ୪୩୬ଟି ବୁଥର କରାଯାଇଥିଲା।

ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ରବିବାର ଦିନ କରାଯିବ। ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ 20 ତାରିଖରେ, ଚତୁର୍ଥ ପର୍ଯ୍ୟାୟ 22 ତାରିଖରେ ଏବଂ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ 24 ତାରିଖରେ କରାଯିବ। 28 ତାରିଖରେ ଭୋଟଗଣତି କରାଯିବ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ଦିଆଗଲା ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯାଇଛି ।

ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବାବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍‌ସନ୍‌ ଅଧିକାରୀ ଉତ୍ତମ କୁମାର ପରିଡ଼ା ଉପସ୍ଥିତ ରହି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ ସଂପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ।

ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍‌ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଆସନ୍ତାକାଲି ଅବଶିଷ୍ଟ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ।

ରାଜ୍ୟର ସମୁଦାୟ ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ। ଗୋଟିଏ କାଉନ୍‌ସିଲର/କର୍ପୋରେଟର ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ। ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍‌ ପୌରସଂସ୍ଥା ନିର୍ବାଚନରେ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁରରେ ବିଜେପିର ଗୁଣ୍ଡାଗିରି ନେଇ ଅଭିଯୋଗ କଲା ବିଜେଡି

ଭୁବନେଶ୍ୱର: ଆଜି ବିଜେଡିର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି। ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏହି ଦଳ କମିଶନରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ବିଜେପି ନିର୍ବାଚନ ହାରିଯିବା ଭୟରେ ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ କରୁଛି ବୋଲି ଦଳ କହିଛି।

ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ପରି ଦ୍ବିତୀୟ ପର୍ଯ୍ୟାୟରେ ସମାନ ଢ଼ଙ୍ଗରେ ବିଜେପି ହିଂସାର ରାସ୍ତା ଆପଣେଇଛି। ଆଜି ଜଗତସିଂହପୁରର ୨ଟି ସ୍ଥାନରେ ବିଜେପିର ଗୁଣ୍ଡାଗିରି ଯୋଗୁ ଭୋଟ ଦାନ ବନ୍ଦ ରହିଛି। ନିର୍ବାଚନ କମିଶନର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

Panchayat Election: ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଆଜି ଦିନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ମତଦାନ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଆଜି ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହେଉଛି।

ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନ ହେଉଛି। ଏଥିରେ ୭୪୭ ଜଣ ପ୍ରାର୍ଥୀ ଲଢେଇରେ ସାମିଲ ହୋଇଛନ୍ତି।ଏଥିସହିତ ଆଜି ୧ ହଜାର ୫୧୪ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୨୦ ହଜାର ୪୩୬ଟି ବୁଥର ବନ୍ଦୋବସ୍ତ କରାଯାଇଛି। ଏହି ଗଣତନ୍ତ୍ର ପର୍ବର ଦ୍ବିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ବୁଥ ପରିଦର୍ଶନ କରି ଭୋଟ ଗ୍ରହଣ ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ଆଜି ବିଭିନ୍ନ ସ୍ଥାନରେ ଚାଲିଛି ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ମତଦାନ ପକ୍ରିୟା ତଦାରଖ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମାହାପାତ୍ର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି। ସେ ଆଜି ସକାଳେ ବେଗୁନିଆ ବ୍ଲକର ବଡବେରନା, ପୋଡାଡିହ, ସିମୋର ବୁଥ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ସ୍ଥାନୀୟ ତହସିଲଦାର, ବିଡିଓ ଏବଂ ଇନସ୍ପେକ୍ଟର ମଧ୍ୟ ସାମିଲ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ସହିତ ଭୋଟ ଗ୍ରହଣ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୧୮୬ଟି ଜିଲ୍ଲା ପରିଷଦ ପାଇଁ ୭୪୭ ଜଣ ପ୍ରାର୍ଥୀ

ଭୁବନେଶ୍ବର: ଚାଲିଛି ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

ଆଜି ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହେଉଛି। ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନ ହେଉଛି। ଏଥିରେ ୭୪୭ ଜଣ ପ୍ରାର୍ଥୀ ଲଢେଇରେ ସାମିଲ ହୋଇଛନ୍ତି।ଏଥିସହିତ ଆଜି ୧ ହଜାର ୫୧୪ଟି ପଞ୍ଚାୟତରେ ନିର୍ବାଚନ ହେବ। ଏଥିପାଇଁ ୨୦ ହଜାର ୪୩୬ଟି ବୁଥର ବନ୍ଦୋବସ୍ତ କରାଯାଇଛି।  ଏହି ଗଣତନ୍ତ୍ର ପର୍ବର ଦ୍ବିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ୯୩୮ ଜଣ ଭୋଟର ସେମାନଙ୍କ ମତାଧିକାର ସାବସ୍ୟ କରିବେ।

Categories
PanchayatElection ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଣପୁର ବ୍ଲକରେ ପୋଲିସର ଫ୍ଲାଗ ମାର୍ଚ୍ଚ

ରିପୋର୍ଟ-ସୀତାରାମ ଅଗ୍ରୱାଲା

ବାଣପୁର: ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ଦାସଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଠାରେ କରାଯାଇଛି ପୋଲିସର ଶକ୍ତି ପ୍ରଦର୍ଶନ। ଆସନ୍ତାକାଲି ବାଣପୁରରେ ପଞ୍ଚାୟତ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ବାଣପୁର ବ୍ଲକର ସମସ୍ତ ପଞ୍ଚାୟତରେ କରାଯାଇଛି ଫ୍ଲାଗ ମାର୍ଚ୍ଚ।

ଉକ୍ତ ଫ୍ଲାଗମାର୍ଚ୍ଚରେ ବାଣପୁର ତହସିଲଦାରଙ୍କ ସମେତ ବାଲୁଗାଁ ଏସଡିପିଓ, ୩ ଜଣ ଡ଼ିଏସପି, ଚାରି ଜଣ ଆଇଆଇସି ଏବଂ 20 ଗୋଟି ମୋବାଇଲ ଭ୍ୟାନରେ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ। ଅତିରିକ୍ତ ଏସପି ଶ୍ରୀ ଦାସ ସ୍ଥାନୀୟ ପଲଟନ ପଡିଆରେ ପୋଲିସ ବ୍ରିଫିଙ୍ଗ କଲା ପରେ ଆରମ୍ଭ ହୋଇଥିଲା ଫ୍ଲାଗମାର୍ଚ୍ଚ।

ପଞ୍ଚାୟତ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାର କହିଛନ୍ତି ଅତରିକ୍ତ ଏସପି ଶ୍ରୀ ଦାସ। ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ କରିବାପାଇଁ ସଂକଳ୍ପବଧ ଖୋର୍ଦ୍ଧା ଜିଲ୍ଲା ପୋଲିସ ବୋଲି ଶ୍ରୀ ଦାସ କହିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତରଟି ପଞ୍ଚାୟତରେ ହେବ ନିର୍ବାଚନ

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତjଟି ପଞ୍ଚାୟତରେ ଅନୁଷ୍ଠିତ ହେବ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସ୍ଥିତି ପରଖିବାକୁ ଆଜି ବାଣପୁର ବ୍ଲକ ପରିଦର୍ଶନରେ ଆସିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଶ୍ରୀ ମହାପାତ୍ର ବାଣପୁର ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କ ସହ ଏକ ବୈଠକ କରିଥିଲେ। ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଣପୁରରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରିଶେଷରେ ନିର୍ବାଚନ ଶେଷ ହେବା ପରେ ବ୍ୟାଲଟ ବାକ୍ସ ରଖିବା ନିମନ୍ତେ ବ୍ଲକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।

ତେବେ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ ଏଥି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ଏଥି ପାଇଁ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ।

ତେବେ ଆସନ୍ତାକାଲି ଜିଲ୍ଲାର ବେଗୁନିଆ ଏବଂ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ସବୁ ସ୍ଥାନରେ ପୋଲିଙ୍ଗ ପାର୍ଟି ପହଁଚିସାରିଥିବାର କହିଛନ୍ତି ଜିଲ୍ଲାପାଳ। ଏଥିସହିତ ପୋଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହ ସ୍ପର୍ଶକାତର ବୁଥକୁ ବିଶେଷ ଦୃଷ୍ଟି ଦିଆଯାଇଛି।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି l ମହିଳାଙ୍କ ପାଇଁ ବାଣପୁରରେ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି। ମୋଟାମୋଟି କହିବାକୁ ଗଲେ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଉପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ଆସନ୍ତାକାଲି ବାଣପୁରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।