ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା

Published: Feb 21, 2022, 1:46 pm IST

ଭବାନୀପାଟଣା: ଗତକାଲି ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏହି ଭୋଟ ସମୟରେ ଜଣେ ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରଶଂସା ମିଳିବାରେ ଲାଗିଛି। ତାହା ହେଲା ଚାଲିବାକୁ ସକ୍ଷମ ନଥିବା ଜଣେ ବୃଦ୍ଧାଙ୍କୁ ଟେକିଟେକି କନେଷ୍ଟବଳ ବୁଥ ଭିତରକୁ ନେବା ଘଟଣା। ସେଠାରେ ଥିବା ସମସ୍ତ କର୍ମକର୍ତ୍ତା ଏହି ପୋଲିସ ଅଫିସରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ଏକ ବୁଥରେ। ଆଉ ଯେଉଁ କନେଷ୍ଟବଳ ଏହି କାର୍ଯ୍ୟ କରିଛନ୍ତି ସେ ହେଉଛନ୍ତି ମମତା ରଣା। ଜଣେ ବୃଦ୍ଧା ଭୋଟ ଦେବା ପାଇଁ ଏକ ଅଟୋରେ ଆସିଥିଲେ। ହେଲେ ତାଙ୍କ ସାଥୀରେ ଯେଉଁମାନେ ଥିଲେ ସେମାନେ ବୃଦ୍ଧାଙ୍କୁ ଟେକି ବୁଥ ଭିତରକୁ ନେବା ପାଇଁ ଚାହିଁଲେ।

ହେଲେ ସେଠାରେ ଥିବା କନେଷ୍ଠବଳ ମମତା ରଣା ତାହାକୁ ବାରଣ କଲେ। ନିଜେ ବୃଦ୍ଧାଙ୍କୁ ଟେକିଟେକି ନେଇ ବୁଥ ଭିତରକୁ ଯାଇ ଭୋଟ ପ୍ରଦାନରେ ସହାୟତା କରିଥିଲେ। ଏହାକୁ ନେଇ କଳାହାଣ୍ଡି ଏସପି ପ୍ରଶଂସା କରିଛନ୍ତି।

Related posts