Categories
ଜାତୀୟ ଖବର ବିଶେଷ ଖବର

ପ୍ରଥମ ଥର ଓଡିଆ ଓ ଅନ୍ୟ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କନେଷ୍ଟବଳ ନିଯୁକ୍ତି ପରୀକ୍ଷା

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ରେ କନେଷ୍ଟବଳ (ଜିଡି) ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ। ଫେବ୍ରୁଆରି ୨୦ ରୁ ମାର୍ଚ୍ଚ ୭, ୨୦୨୪ ପର୍ଯ୍ୟନ୍ତ ଦେଶର ୧୨୮ ଟି ସହରରେ ପ୍ରାୟ ୪୮ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ୨୦୨୪ ଜାନୁଆରୀ ୧ରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ସିଏପିଏଫରେ ନିଯୁକ୍ତି ପାଇଁ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ସ୍ଥାନୀୟ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି ଏବଂ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଉଦ୍ୟମରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି।

କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷାର ପ୍ରଶ୍ନପତ୍ର ଏବେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନିମ୍ନଲିଖିତ ୧୩ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ।

୧. ଆସାମୀ

୨. ବଙ୍ଗଳା

୩. ଗୁଜରାଟୀ

୪. ମରାଠୀ

୫. ମାଲାୟାଲମ୍

୬. କନ୍ନଡ

୭. ତାମିଲ

୮. ତେଲୁଗୁ

୯. ଓଡ଼ିଆ

୧୦. ଉର୍ଦ୍ଦୁ

୧୧. ପଞ୍ଜାବୀ

୧୨. ମଣିପୁରୀ

୧୩. କୋଙ୍କଣୀ

ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ଦ୍ୱାରା ପରିଚାଳିତ କନଷ୍ଟେବଳ ଜିଡି ପରୀକ୍ଷା ହେଉଛି ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଆକୃଷ୍ଟ କରୁଥିବା ଏକ ପ୍ରମୁଖ ପରୀକ୍ଷା । ତେଣୁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଉପରୋକ୍ତ ୧୩ ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ ପାଇଁ ଗୃହ ମନ୍ତ୍ରଣାଳୟ ଓ କର୍ମଚାରୀ ଚୟନ ଆୟୋଗ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସେହି ଅନୁଯାୟୀ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ (ଜିଡି) ପରୀକ୍ଷା, ୨୦୨୪ ଆୟୋଜନ ପାଇଁ ଏସଏସସି ବିଜ୍ଞପ୍ତି ଜାରି କରିଛି।

ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଯୁବକ ନିଜ ମାତୃଭାଷା / ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଚୟନ ସମ୍ଭାବନାରେ ଉନ୍ନତି ଆଣିବେ। ଫଳରେ ସମଗ୍ର ଦେଶରେ ପ୍ରାର୍ଥୀଙ୍କ ମଧ୍ୟରେ ଏହି ପରୀକ୍ଷାର ପହଂଚ ବୃଦ୍ଧି ପାଇବ ଏବଂ ସମସ୍ତଙ୍କୁ ରୋଜଗାର ପାଇଁ ସମାନ ସୁଯୋଗ ମିଳିବ ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସାରା ଦେଶର ଯୁବକମାନେ ନିଜ ମାତୃଭାଷାରେ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷାରେ ଭାଗ ନେଇ ଦେଶ ସେବାରେ କ୍ୟାରିୟର ଗଢ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛନ୍ତି ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ଭୋଟ ଦେବା ପାଇଁ ଜଣେ ବୃଦ୍ଧାଙ୍କୁ ଟେକି଼ଟେକି ନେଲେ କନେଷ୍ଟବଳ ମମତା ରଣା

ଭବାନୀପାଟଣା: ଗତକାଲି ସରିଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ତେବେ ଏହି ଭୋଟ ସମୟରେ ଜଣେ ମହିଳା କନେଷ୍ଟବଳଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରଶଂସା ମିଳିବାରେ ଲାଗିଛି। ତାହା ହେଲା ଚାଲିବାକୁ ସକ୍ଷମ ନଥିବା ଜଣେ ବୃଦ୍ଧାଙ୍କୁ ଟେକିଟେକି କନେଷ୍ଟବଳ ବୁଥ ଭିତରକୁ ନେବା ଘଟଣା। ସେଠାରେ ଥିବା ସମସ୍ତ କର୍ମକର୍ତ୍ତା ଏହି ପୋଲିସ ଅଫିସରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର ଏକ ବୁଥରେ। ଆଉ ଯେଉଁ କନେଷ୍ଟବଳ ଏହି କାର୍ଯ୍ୟ କରିଛନ୍ତି ସେ ହେଉଛନ୍ତି ମମତା ରଣା। ଜଣେ ବୃଦ୍ଧା ଭୋଟ ଦେବା ପାଇଁ ଏକ ଅଟୋରେ ଆସିଥିଲେ। ହେଲେ ତାଙ୍କ ସାଥୀରେ ଯେଉଁମାନେ ଥିଲେ ସେମାନେ ବୃଦ୍ଧାଙ୍କୁ ଟେକି ବୁଥ ଭିତରକୁ ନେବା ପାଇଁ ଚାହିଁଲେ।

ହେଲେ ସେଠାରେ ଥିବା କନେଷ୍ଠବଳ ମମତା ରଣା ତାହାକୁ ବାରଣ କଲେ। ନିଜେ ବୃଦ୍ଧାଙ୍କୁ ଟେକିଟେକି ନେଇ ବୁଥ ଭିତରକୁ ଯାଇ ଭୋଟ ପ୍ରଦାନରେ ସହାୟତା କରିଥିଲେ। ଏହାକୁ ନେଇ କଳାହାଣ୍ଡି ଏସପି ପ୍ରଶଂସା କରିଛନ୍ତି।