Panchayat Election: ସରିଲା ତୃତୀୟ ପର୍ଯ୍ୟାୟ ଭୋଟ, ୭୧ ପ୍ରତିଶତ ମତଦାନ

Published: Feb 20, 2022, 6:42 pm IST

ଭୁବନେଶ୍ବର: ଶେଷ ହୋଇଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଆଜି ସକାଳ ୭ ଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଯାହା ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ଏହି ପର୍ଯ୍ୟାୟରେ ସର୍ବମୋଟ ୭୧ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ତେବେ ଏହି ଭୋଟ ଗ୍ରହଣ ସମୟରେ କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ଜଣାପଡିଛି। ଯାଜପୁରର ବିଞ୍ଜାରପୁର ଅଞ୍ଚଳରେ ଦୁର୍ବତମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି। ଭୋଟ ବାକ୍ସ ଅପହରଣ କରୁଥିବା ସମୟରେ ଖବର ସଂଗ୍ରହ କରିବାରୁ ସେମାନେ ଆକ୍ରମଣ କରିଥିଲେ।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହୋଇଥିଲା। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହୋଇଛି। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ୧୮ ହଜାର ୪୯୫ ଟି ବୁଥ କରାଯାଇଥିଲା। ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାର ଥିଲା।

Related posts