Categories
PanchayatElection ଆଜିର ଖବର ରାଜ୍ୟ ଖବର

ଟଙ୍କା ବଣ୍ଟୁଥିବା ବେଳେ ଧରାପଡିଲେ ବିଜେପି ପ୍ରାର୍ଥୀ, ବିଜେଡି କଲା ଅଭିଯୋଗ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ବିଜେପି ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ବେଳେ ଧରାପଡିଛନ୍ତି। ସେ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ସଦର ଜୋନ ଏ ର ବିଜେପି ପ୍ରାର୍ଥୀ ପ୍ରବୀଣ ନାୟକ।

ଗତକାଲି ରାତିରେ ସେ ଭୋଟରଙ୍କୁ ଟଙ୍କା ବାଣ୍ଟି ପ୍ରଭାବିତ କରୁଥିଲେ। ବିଜେଡି କର୍ମି ତାଙ୍କ କାରସାଦି ଧରା ପକାଇ ପୋଲିସ ଜିମା ଦେଇଥିଲେ। ଟଙ୍କା ବାଣ୍ଟୁଥିବାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବୀ କରିଛି। ଆଜି ଦଳର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ଦିନ ୧୨ ଟା ୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଦାନ ଚାଲିଛି। ରାଜ୍ୟ ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଦିନ ୧୨ ଟା ୩୦ ସୁଦ୍ଧା ରାଜ୍ୟରେ ୫୫ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ସାତଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିଲା। ଆଉ ଅଳ୍ପ ସମୟ ପରେ ଏହି ମତଦାନ ପକ୍ରିୟା ଶେଷ ହେବ।

ଶେଷ ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକରେ ହେବ ଏହି ମତଦାନ। ଆଜି ସକାଳ ସାତଟାରୁ ଏହି ମତଦାନ ପକ୍ରିୟା ଆରମ୍ଭ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ୧୩୫୧୪ଟି ବୁଥ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଶେଷ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ କରାଯିବ। ଏଥିପାଇଁ ମୋଟ ୫୨୦ ଜଣ ପ୍ରାର୍ଥୀ ପ୍ରତିଦ୍ବିନ୍ଦିତା କରୁଛନ୍ତି। ସେହିପରି ୯୭୫ଟି ଗ୍ରାମ ପଞ୍ଚାୟତରେ ଏହି ଭୋଟ ଗ୍ରହଣ ହେବ। ଶେଷ ପର୍ଯ୍ୟାୟରେ ୪୧ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏହି ଭୋଟ ଗ୍ରହଣ ସରିବା ପରେ ଆସନ୍ତା ୨୬ ତାରିଖରୁ ପର୍ଯ୍ୟାୟ କ୍ରମେ ଗଣତି ଆରମ୍ଭ ହେବ। ଏହି ଗଣତି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ନିର୍ବାଚନରେ ବିଜେପି କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଅଭିଯୋଗ ନେଇ ବିକ୍ଷୋଭ କଲା ବିଜେଡି

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେପି କର୍ମିମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ କରୁଛନ୍ତି। ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ନିର୍ବାଚନ କମିଶନର କୌଣସି ପଦକ୍ଷେପ ନେଉ ନାହିଁନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବୀ କରି ଆଜି ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ବିକ୍ଷୋଭ କରିଛି।

ବିଜେଡିର ଭୁବନେଶ୍ବର ବିଧାୟକ ସହିତ ବହୁ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏଥିସହିତ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ।

ଏଥିରେ ଦଳ କହିଛି ଯେ, ପଞ୍ଚାୟତ ନିର୍ବାଚନ ଆରମ୍ଭ ପୂର୍ବରୁ ବିଜେପି ନେତା ତଥା କର୍ମିମାମେ ବିଭିନ୍ନ ସମୟରେ ବେନିୟମ କାର୍ଯ୍ୟ କରିଛନ୍ତି। ସେମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲମଖୁଲା ଉଲ୍ଲଘଂନ କରିଛନ୍ତି। ଏ ନେଇ କମିଶନରଙ୍କୁ ପ୍ରମାଣ ସହିତ ଅଭିଯୋଗ କରାଯାଇଛି। ହେଲେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେଡି କହିଛି।

ଦାବୀ ପତ୍ରରେ ଦଳ ଉଲ୍ଲେଖ କରିଛି ଯେ, ବିଜେପି ବିଭିନ୍ନ ସ୍ଥାନରେ ସେମାନଙ୍କ ଦ୍ବାରା ନିୟୋଜିତ ଗୁଣ୍ଡାବାହିନୀ ପୋଲିସ, ନିର୍ବାଚନ କର୍ମଚାରୀ, ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସାଂସଦ ସୁରେଶ ପୂଜାରୀ ନିର୍ବାଚନ ଅଚରଣ ବିଧି ଉଲ୍ଲଘଂନ କରି ବହୁ ସଂଖ୍ୟାରେ କର୍ମିଙ୍କୁ ନେଇ ସଭାସମିତିର ଆୟୋଜନ କରିଛନ୍ତି।

ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ହୋଡିଂ ଏ ପର୍ଯ୍ୟନ୍ତ ଲାଗି ରହିଥିଲେ ମଧ୍ୟ ତାହା ବାହାର କରାଯାଇ ନାହିଁ। ଖୋର୍ଦ୍ଧା ଜିଲ୍ଲାର ଜୋନ 30ର ବିଜେପି ପ୍ରାର୍ଥିନୀ ଶତାଧିକ କର୍ମିଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ସେହିପରି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ ଧର୍ମ ନାମରେ ଶପଥପାଠ କରାଇ ଭୋଟ ଦେବା ପାଇଁ ଲୋକଙ୍କୁ ବାଧ୍ୟ କରାଇଥିଲେ। ଏସବୁ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହିଁନ୍ତି। ନିର୍ବାଚନ ହାରିବା ଭୟରେ ବିଜେପି ଏପରି ହିଂସାତ୍ମକ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ, ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୭ ଟି ଜିଲ୍ଲାରେ ଚାଲିଛି ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୧୧ଟା ସୁଦ୍ଧା ୩୬ ପ୍ରତିଶତ ମତଦାନ ହୋଇଛି।

ଆଜି ୧୬୩ ଟି ଜିଲ୍ଲା ପରିଷଦ ପଦବୀ ପାଇଁ ଏହି ନିର୍ବାଚନ ହେଉଛି। ଏଥିସହିତ ୧ ହଜାର ୨୫୪ ଟି ପଞ୍ଚାୟତରେ ଭୋଟିଂ ଚାଲିଛି। ଏଥିପାଇଁ ୧୭ ହଜାର ୮୯ ଟି ବୁଥ କରାଯାଇଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

Panchayat Election: ସରିଲା ତୃତୀୟ ପର୍ଯ୍ୟାୟ ଭୋଟ, ୭୧ ପ୍ରତିଶତ ମତଦାନ

ଭୁବନେଶ୍ବର: ଶେଷ ହୋଇଛି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ଆଜି ସକାଳ ୭ ଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଯାହା ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ଏହି ପର୍ଯ୍ୟାୟରେ ସର୍ବମୋଟ ୭୧ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ତେବେ ଏହି ଭୋଟ ଗ୍ରହଣ ସମୟରେ କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ଜଣାପଡିଛି। ଯାଜପୁରର ବିଞ୍ଜାରପୁର ଅଞ୍ଚଳରେ ଦୁର୍ବତମାନେ ସାମ୍ବାଦିକମାନଙ୍କୁ ଆକ୍ରମଣ କରିଛନ୍ତି। ଭୋଟ ବାକ୍ସ ଅପହରଣ କରୁଥିବା ସମୟରେ ଖବର ସଂଗ୍ରହ କରିବାରୁ ସେମାନେ ଆକ୍ରମଣ କରିଥିଲେ।

ଆଜି ୨୯ ଟି ଜିଲ୍ଲାର ୬୩ଟି ବ୍ଲକରେ ଏହି ନିର୍ବାଚନ ହୋଇଥିଲା। ଏଥିରେ ୧୭୧ଟି ଜିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ହୋଇଛି। ଏଥିସହିତ ୧ ହଜାର ୩୮୨ଟି ପଞ୍ଚାୟତରେ ମଧ୍ୟ ଭୋଟ ଗ୍ରହଣ କରାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ୧୮ ହଜାର ୪୯୫ ଟି ବୁଥ କରାଯାଇଥିଲା। ଏହି ଗଣତନ୍ତ୍ର ପର୍ବର ତୃତୀୟ ପର୍ଯ୍ୟାୟରେ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାର ଥିଲା।