Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପଦ୍ମପୁରର ମହାନ ସ୍ବାଧୀନତା ସଂଗ୍ରାମୀ ଗଜେନ୍ଦ୍ର ପ୍ରସାଦ ଦାସଙ୍କ ପରଲୋକ

ବରଗଡ: ଆଜି ମହାନ ସ୍ଵାଧୀନତା ସଂଗ୍ରାମୀ ଗଜେନ୍ଦ୍ର ପ୍ରସାଦ ଦାସ 94 ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତି ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର ହେଉଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର। ସେ ସେହି ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ବାଲ୍ୟକାଳରେ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ପ୍ରଚାର ପତ୍ର ବାଣ୍ଟି ଇଂରେଜ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ।

ଗାନ୍ଧୀଙ୍କ ପରଲୋକ ପରେ ସେ ବିନୋବାଭାବେଙ୍କ ଭୂଦାନ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ। ସେ ଦେଶରେ ହୋଇଥିବା ଦୁଇଟି ଭୂଦାନ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ଗାନ୍ଧୀବାଦୀ ଅନୁଷ୍ଠାନ ଏବଂ ଭୂଦାନ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗରେ ବରଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।