ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବହୁଚର୍ଚ୍ଚିତ ପାଠକ ବାପା-ପୁଅ ଆଜି ଦୁଇଟି ମାମଲାରେ ଗୋଳନ୍ଥରା ପୋଲିସ୍ ପକ୍ଷରୁ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କେସ ନଂ ୨୨୫୦/୨୦, ୬୨/୨୧ ମାମଲାରେ ଉଭୟ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକକୁ ହାଜର କରାଯାଇଥିବାବେଳେ ୬୧/୨୧ ମାମଲାରେ ଗୋଳନ୍ଥରା ପୋଲିସ୍ ଗୋଟିଏ ଦିନ ପାଇଁ ପୁଅ ଆକାଶ ପାଠକକୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି।
ତେବେ ୧୩ ତାରିଖ ଯାଏଁ ଉଭୟ ବାପା-ପୁଅ ଜେଲ୍ରେ ରହିବା ପରେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି। ଆଜି କଡ଼ା ସୁରକ୍ଷା ମଧ୍ୟରେ ଉଭୟ ବାପା ପୁଅକୁ କଡ଼ାସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟକୁ ଅଣାଯାଇଥିଲା। ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଯେଉଁ ଅଭିଯୋଗ ହୋଇଛି ସେହି ଏଫ୍ଆଇଆର୍ କପିରେ ଉଭୟ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ନାମରେ କୌଣସି ଅଭିଯୋଗ ନାହିଁ।
ଯଦି ପ୍ରଦୀପ ପାଣିଗ୍ରାହୀ ଟଙ୍କା ଖାଇଲେ କିମ୍ବା ଅନ୍ୟ କୌଣସି ଜାଲିଆତି କଲେ ତେବେ ପାଠକ ବାପାପୁଅଙ୍କ ଏଥିରେ କୌଣସି ସଂପୃକ୍ତି ନାହିଁ ବୋଲି ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ତେବେ ପୋଲିସ୍ର କାର୍ଯ୍ୟକଳାପ ଉପରେ ଶ୍ରୀ ପଟ୍ଟନାୟକ ପ୍ରଶ୍ନଚିହ୍ନ ଲଗାଇଛନ୍ତି।