Categories
ଆଜିର ଖବର ରାଜ୍ୟ ଖବର

ପାନୀୟ ଜଳ ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କଲେ ସରକାର, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ନମ୍ବର ଜାରି

ଭୁବନେଶ୍ବର: ଏଣିକି ପିଇବା ପାଣି ପାଇଁ ଅସୁବିଧା ହେବ ନାହିଁ। ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ରାଜ୍ୟ ସରକାର  ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି ।  ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ 1916 ଏବଂ ସହରାଞ୍ଚଳ ପାଇଁ 1800 3456783 କୁ ମାଗଣାରେ ଫୋନ୍ କରିହେବ। ରାଜ୍ୟରେ ତାତି ବଢିବା ସହିତ ପିଇବା ପାଣିର ସମସ୍ୟା ଉପୁଜି ପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଏଥିପାଇଁ ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ, ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ।  ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଲୋକଙ୍କୁ ଯେପରି ପାନୀୟ ଜଳର ଅସୁବିଧା ନ ହେବ, ସେଥି ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର ।ଉଭୟ ଗାଁ ଓ ସହରରେ ବିଶୁଦ୍ଧ ଜଳଯୋଗାଣ ନେଇ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପଞ୍ଚାୟତରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା।