Categories
ଆଜିର ଖବର ଜାତୀୟ ଖବର

ମାଗଣା ବିଜୁଳି ପାଇଁ ”ପିଏମ ସୂର୍ଯ୍ୟ ଘର”: ଜାଣନ୍ତୁ କେଉଁମାନେ ପାଇବେ ଏହି ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ‘ଆଦର୍ଶ ସୌର ଗ୍ରାମ’ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି।

‘ଆଦର୍ଶ ସୌର ଗ୍ରାମ’ ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା।

ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ।

ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ ଯାହାର ଜନସଂଖ୍ୟା ୫୦୦୦ରୁ ଅଧିକ (କିମ୍ବା ସ୍ୱତନ୍ତ୍ର ବର୍ଗ ରାଜ୍ୟ ପାଇଁ ୨୦୦୦) ହୋଇଥିବ। ଚୟନ ପ୍ରକ୍ରିୟା ଏକ ପ୍ରତିଯୋଗିତାମୂଳକ ପଦ୍ଧତି, ଯେଉଁଥିରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା ଘୋଷଣା ହେବାର ୬ ମାସ ପରେ ସ୍ଥାପିତ ସେମାନଙ୍କର ସାମଗ୍ରିକ ବିତରଣ ଅକ୍ଷୟ ଶକ୍ତି (ଆରଇ) କ୍ଷମତା ଉପରେ ଗ୍ରାମଗୁଡ଼ିକର ମୂଲ୍ୟାଙ୍କନ କରାଯାଏ।

ସର୍ବାଧିକ ଆରଇ କ୍ଷମତା ଥିବା ପ୍ରତ୍ୟେକ ଜିଲ୍ଲାର ବିଜେତା ଗ୍ରାମକୁ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁଦାନ ମିଳିବ। ଜିଲ୍ଲାସ୍ତରୀୟ କମିଟି (ଡିଏଲସି)ର ତତ୍ତ୍ୱାବଧାନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯିବ, ଯାହା ସୁନିଶ୍ଚିତ କରିବ ଯେ ଚିହ୍ନଟ ଗ୍ରାମଗୁଡ଼ିକ ସୌର ଚାଳିତ ଗ୍ରାମକୁ ପ୍ରଭାବଶାଳୀ ଭାବରେ ପରିବର୍ତ୍ତିତ ହେବ ଏବଂ ଦେଶର ଅନ୍ୟ ଗ୍ରାମଗୁଡିକ ପାଇଁ ଆଦାର୍ଶ ଭାବରେ କାର୍ଯ୍ୟ କରିବ।

ସୌର ଛାତ କ୍ଷମତାର ପରିସୀମା ବୃଦ୍ଧି କରିବା ଏବଂ ଆବାସିକ ପରିବାରମାନଙ୍କୁ ସେମାନଙ୍କର ନିଜସ୍ୱ ବିଜୁଳି ଉତ୍ପାଦନ ପାଇଁ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୯ ଫେବୃଆରୀ ୨୦୨୪ରେ ପିଏମ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୭୫,୦୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଏହା ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ; ୨୦୨୭ ସୁଦ୍ଧା ଏକ କୋଟି ଲକ୍ଷ୍ୟ

ଭୁବନେଶ୍ଵର: ବିଶ୍ୱର ସର୍ବ ବୃହତ ଘରୋଇ ସୌର ଶକ୍ତି ଯୋଜନା ହେଉଛି ପିଏମ ସୂର୍ଯ୍ୟ ଘର – ମାଗଣା ବିଜୁଳି ଯୋଜନା ବା ପିଏମଏସଜିଏମବିୱ।ଇ। ଭାରତବର୍ଷରେ ସୌର ଶକ୍ତିର ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ବିଶେଷ ସହାୟକ ହୋଇପାରିଛି। ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ, ଅକ୍ଟୋବର ୨୦୨୫ ସୁଦ୍ଧା ୨୦ ଲକ୍ଷ, ମାର୍ଚ୍ଚ ୨୦୨୬ ସୁଦ୍ଧା ୪୦ ଲକ୍ଷ, ମାର୍ଚ୍ଚ ୨୦୨୭ ସୁଦ୍ଧା ଏକ କୋଟି ଆବଶ୍ୟକୀୟ ଯନ୍ତ୍ରପାତି ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ମାସ ପିଛା ୭୦ ହଜାର ଲେଖାଏଁ ନଅ ମାସ ଭିତରେ ୬.୩ ଲକ୍ଷ ଆବଶ୍ୟକୀୟ ଯନ୍ତ୍ରପାତି ଲଗାଯାଇଥିବା କୁହାଯାଇଛି। ଫେବୃଆରୀ ୨୦୨୪ରେ ଏହି ଯୋଜନା ଆରମ୍ଭ ହେବା ପରେ ପ୍ରତି ମାସରେ ଲଗାଯାଉଥିବା ଯନ୍ତ୍ରପାତିକୁ ଏବେ ଦଶଗୁଣା ବୃ୍‌ଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏକ୍ଷେତ୍ରରେ ଗୁଜରାଟ, ମହାରାଷ୍ଟ୍ର, କେରଳ ଓ ଉତରପ୍ରଦେଶ ବିଶେଷ ଅଗ୍ରଗତି କରିଛି।

ସୌର ଶକ୍ତି ଯନ୍ତ୍ରପାତି ଲଗାଇବା ନେଇ ପ୍ରାଥମିକ ପର୍ଯ୍ୟାୟରେ ରହିଥିବା ସମସ୍ତ ସମସ୍ୟାକୁ ଏହା ଭିତରେ ସମାଧାନ କରାଯାଇଛି। ଆବଶ୍ୟକୀୟ ଶକ୍ତି ସଂସ୍ଥାପନ ଲାଗି ବିତରକ ସମ୍ପାନୀଗୁଡିକ କାମ କରିଛନ୍ତି। ଏପରିକି ୧୦ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଟେକ୍ନିକାଲ ଫିଜିବିଲିଟି ରିପୋର୍ଟ ବା ଟିଏଫଆରକୁ ଛାଡ କରାଯାଇଛି। ବିତରକ କମ୍ପାନୀଗୁଡିକର ପରିଦର୍ଶନ ଦ୍ୱାରା ସବସିଡ ମଞ୍ଜୁର ହେବା ସହ ନେଟ ମିଟର ସଂସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୩ କିଲୋ ବାଟ ପର୍ଯ୍ୟନ୍ତ ସିଷ୍ଟମ ଲାଗି ଜନ ସମର୍ଥ ପୋର୍ଟାଲର ବି ବ୍ୟବସ୍ଥା କରାଯାଇଛି।

ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପଦକ୍ଷେପ

୯୦ରୁ ଅଧିକା ବିତରକ କମ୍ପାନୀ, ବ୍ୟାଙ୍କ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ସଙ୍ଗଠିତ କରିବା ଲାଗି ଆଇଟି କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନିଆଯାଇଛି। ବିକ୍ରେତାମାନଙ୍କୁ ମୁତୟନ କରିବାକୁ ଅଗ୍ରାଧିକାର ଦିଆଯାଇଛି। ପ୍ରାୟ ନଅ ହଜାର ବିକ୍ରେତାମାନଙ୍କୁ କାର୍ଯ୍ୟକ୍ଷମ କରାଯାଇଛି ଓ ପ୍ରତିଦିନି ନୂଆ ନୂଆ ବିକ୍ରେତା ଯୋଡି ହେଉଛନ୍ତି। ଉଚ୍ଚମାନର ସଂସ୍ଥାପନ ଓ ସେବା ଯୋଗାଇବା ଲାଗି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇ ପାଖାପାଖି ୪୦ ହଜାର ଲୋକଙ୍କୁ ତାଲିମ ଦିଆଯାଇଛି। ଆସନ୍ତା ୮ ମାସ ଭିତରେ ଆଉ ୨ ଲକ୍ଷ ଟେକ୍ନିସିଆନମାନଙ୍କୁ ତାଲିମ ଦିଆଯିବାକୁ ଯୋଜନା ବି ରଖାଯାଇଛି। ଅନୁଧ୍ୟାନ, ସୌର ପ୍ଲାଂଟ କମିଶନ ଓ ନେଟ ମିଟର ଯୋଗାଇବା ଲାଗି ୫୦ ହଜାରୁ ଅଧିକା ବିତରକ କମ୍ପାନୀର ଇଞ୍ଜିନିୟରମାନଙ୍କୁ ସ୍ୱତନ୍ତ୍ର ତାଲିମ ଯୋଗାଯାଉଛି।

ବ୍ୟାପକ ଭିତିଭୂମି ଉପରେ ଗୁରୁତ୍ୱ

ବିଭିନ୍ନ ଖାଉଟିଙ୍କ ଲାଗି ଏହି ଯୋଜନାକୁ ବି ସରଳୀକରଣ କରାଯାଇଛି । ପୂର୍ବରୁ ଆବେଦନକାରୀମାନେ ବିବିଧ କାଗଜପତ୍ର ଦେଉଥିଲେ ଓ ବିଭିନ୍ନ ବିତରକ କମ୍ପାନୀ ଅଫିସକୁ ଲଗାତର ଦୌଡୁଥିଲେ। ୧୦ କିଲୋବାଟ ସିଷ୍ଟମ ଲାଗି ଦରକାରୀ ପ୍ରଯୁକ୍ତିଗତ ସୁବିଧା ସୁଯୋଗକୁ ବିଭିନ୍ନ ବିତରକ କମ୍ପାନୀ ଏବେ ସୁଲଭ କରିଛନ୍ତି। ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରି ଏବେ କମ୍ପାନୀଗୁଡିକ ଡିଜିଟାଲ ମାଧ୍ୟମ ଆପଣେଇଛନ୍ତି । ପିଏମ ସୂର୍ଯ୍ୟଘର ବେବସାଇଟରେ ମାତ୍ର ପାଂଚ ମିନିଟ ସମୟ ଭିତରେ ଆବେଦନକାରୀମାନେ ଆବେଦନ କରିପାରୁଛନ୍ତି । ପୋର୍ଟାଲର ଜିଆଇଏସ ଫିଚର ମାଧ୍ୟମରେ ଆବେଦନକାରୀମାନେ ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ ପାଇଁ ପ୍ଲାନ କରିପାରୁଛନ୍ତି । ପୋର୍ଟାଲ ମାଧ୍ୟମରେ ୭ ପ୍ରତିଶତ ସୁଧ ହାରରେ ଋଣ ବି ଯୋଗାଯାଉଛି । ଅନୁସନ୍ଧାନ କରିବାକୁ ପୋର୍ଟାଲ ମାଧ୍ୟମରେ ବିତରକ କମ୍ପାନୀଗୁଡିକୁ ସୂଚନା ଦିଆଯାଉଛି । ପରେ ସେହି ପୋର୍ଟାଲ ମାଧ୍ୟମରେ ଆବେଦନକାରୀ ରିହାତି ବା ସବସିଡ ପାଇପାରୁଛି ।

ଖାଉଟି ପ୍ରକ୍ରିୟାକରଣରେ ସରଳତା

ସବସିଡ ପ୍ରଦାନରେ କ୍ଷେତ୍ରରେ ବି ଅନେକ ସଫଳତା ମିଳିଛି । ଜୁନ ୨୦୨୪ ଆଦର୍ଶ ଆଚରଣ ବିଧି ସରିବା ପରେ ସବସିଡ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ନଭେମ୍ବର ୨୦୨୪ ସୁଦ୍ଧା ଚାରି ଲକ୍ଷରୁ ଅଧିକା ଖାଉଟିଙ୍କୁ ପ୍ରାୟ ୩୧ ଶହ କୋଟି ଟଙ୍କାର ସବସିଡ ଦିଆଯାଇଛି । ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ମାସିକ ପ୍ରାୟ ୬୭ ହଜାର ଘର ଏହି ସବସିଡ ପାଉଛନ୍ତି । ଏବେ ପ୍ରାୟ ପନ୍ଦର ଦିନ ଭିତରେ ଖାଉଟିମାନଙ୍କୁ ସବସିଡ ମିଳିପାରୁଛି ।

ସବସିଡ ପ୍ରଦାନରେ ସଫଳତା

ସବସିଡ ମିଳିବାରେ ସୁଲଭତା ଓ ବିଜୁଳି ବିଲରେ ଅହେତୁକ ହ୍ରାସ ଯୋଗୁଁ ଅଧିକରୁ ଅଧିକ ଲୋକେ ଏଭଳି ସୌର ପ୍ୟାନେଲ ବ୍ୟବହାର କରିବାକୁ ଚାହୁଁଛନ୍ତି । ୨୮ ପ୍ରତିଶତ ଘରେ ବିଜୁଳି ବିଲ ପ୍ରାୟ ଶୂନ୍ୟ ରହୁଥିବା ଦେଖିବାକୁ ମିଳିଛି ।

ସନ୍ତୁଷ୍ଟ ହିତାଧିକାରୀ

ଏହି ଯୋଜନାର ଉପାଦେୟତା ସମ୍ପର୍କରେ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି । ଏପ୍ରକାର ଯୋଜନା ମାଧ୍ୟମରେ ଅଧିକରୁ ଅଧିକା ଲୋକେ ଏହାର ସୁଫଳ ନେବାକୁ ଆଗ୍ରହ ପରିପ୍ରକାଶ କରୁଥିବା କୁହାଯାଇଛି ।

ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ଛାତ ଉପରେ ସୌର ପ୍ୟାନେଲ ସଂସ୍ଥାପନ କ୍ଷେତ୍ରରେ ପିଏମଏସଜିଏମବିବାଇ ଏକ ଯୁଗାନ୍ତକାରୀ ସରକାରୀ ଅଭିଯାନ । ସୁଦୃଢ ଭତିଭୂମି ସହ ଏହାର କାର୍ଯ୍ୟକାରିତା ସାମାଜିକ, ଆର୍ଥନୀତିକ ଅଗ୍ରଗତିରେ ବେଶ ସହାୟକ ହୋଇପାରିଛି । ଦେଶର ଲକ୍ଷ ଲକ୍ଷ ଘର ଏହାର ସୁଫଳ ପାଇବା ସହ ପରିବର୍ତନଶୀଳ ଶକ୍ତି କ୍ଷେତ୍ରରେ ଏହା ଏକ ବୈବ୍ଲବିକ ପରିବର୍ତନ ଆଣିପାରିଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମାଗଣା ବିଜୁଳି ଯୋଜନାରେ ପିଏମ ସୂର୍ଯ୍ୟ ଘର ପାଇଁ ଆସିଲା ମାର୍ଗଦର୍ଶିକା, ଜାଣନ୍ତୁ କେଉଁମାନେ ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ‘ଆଦର୍ଶ ସୌର ଗ୍ରାମ’ର କାର୍ଯ୍ୟକାରିତା ନିମନ୍ତେ ମାର୍ଗଦର୍ଶିକା ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇଛି।

‘ଆଦର୍ଶ ସୌର ଗ୍ରାମ’ ଯୋଜନା ଅଧୀନରେ ସମଗ୍ର ଭାରତରେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାର ଲକ୍ଷ୍ୟ ହେଉଛି ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମସମୂହମାନଙ୍କୁ ସେମାନଙ୍କ ଶକ୍ତି ଆବଶ୍ୟକତା ପୂରଣ କରିବାରେ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ କରିବା ।

ଏହି ଯୋଜନା ପାଇଁ ମୋଟ ୮୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି, ଯେଉଁଥିରେ ମନୋନୀତ ଆଦର୍ଶ ସୌର ଗ୍ରାମ ପିଛା ୧ କୋଟି ଟଙ୍କା ପ୍ରଦାନ କରାଯିବ ।

ପ୍ରତିଯୋଗିତା ପଦ୍ଧତିରେ ଏକ ଗ୍ରାମ ଭାବରେ ବିବେଚିତ ହେବା ପାଇଁ, ଗୋଟିଏ ଗ୍ରାମ ଏକ ରାଜସ୍ୱ ଗ୍ରାମ ହେବା ଆବଶ୍ୟକ ଯାହାର ଜନସଂଖ୍ୟା ୫୦୦୦ରୁ ଅଧିକ (କିମ୍ବା ସ୍ୱତନ୍ତ୍ର ବର୍ଗ ରାଜ୍ୟ ପାଇଁ ୨୦୦୦) ହୋଇଥିବ । ଚୟନ ପ୍ରକ୍ରିୟା ଏକ ପ୍ରତିଯୋଗିତାମୂଳକ ପଦ୍ଧତି, ଯେଉଁଥିରେ ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା ଘୋଷଣା ହେବାର ୬ ମାସ ପରେ ସ୍ଥାପିତ ସେମାନଙ୍କର ସାମଗ୍ରିକ ବିତରଣ ଅକ୍ଷୟ ଶକ୍ତି (ଆରଇ) କ୍ଷମତା ଉପରେ ଗ୍ରାମଗୁଡ଼ିକର ମୂଲ୍ୟାଙ୍କନ କରାଯାଏ।

ସର୍ବାଧିକ ଆରଇ କ୍ଷମତା ଥିବା ପ୍ରତ୍ୟେକ ଜିଲ୍ଲାର ବିଜେତା ଗ୍ରାମକୁ ୧ କୋଟି ଟଙ୍କାର କେନ୍ଦ୍ରୀୟ ଆର୍ଥିକ ସହାୟତା ଅନୁଦାନ ମିଳିବ। ଜିଲ୍ଲାସ୍ତରୀୟ କମିଟି (ଡିଏଲସି)ର ତତ୍ତ୍ୱାବଧାନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଅକ୍ଷୟ ଶକ୍ତି ଉନ୍ନୟନ ଏଜେନ୍ସି ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ କରାଯିବ, ଯାହା ସୁନିଶ୍ଚିତ କରିବ ଯେ ଚିହ୍ନଟ ଗ୍ରାମଗୁଡ଼ିକ ସୌର ଚାଳିତ ଗ୍ରାମକୁ ପ୍ରଭାବଶାଳୀ ଭାବରେ ପରିବର୍ତ୍ତିତ ହେବ ଏବଂ ଦେଶର ଅନ୍ୟ ଗ୍ରାମଗୁଡିକ ପାଇଁ ଆଦାର୍ଶ ଭାବରେ କାର୍ଯ୍ୟ କରିବ ।

ସୌର ଛାତ କ୍ଷମତାର ପରିସୀମା ବୃଦ୍ଧି କରିବା ଏବଂ ଆବାସିକ ପରିବାରମାନଙ୍କୁ ସେମାନଙ୍କର ନିଜସ୍ୱ ବିଜୁଳି ଉତ୍ପାଦନ ପାଇଁ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ୨୯ ଫେବୃଆରୀ ୨୦୨୪ରେ ପିଏମ-ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୭୫,୦୨୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଏବଂ ଏହା ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।