Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ହେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ଛତ୍ରପୁର: ଗଂଜାମ ଜିଲ୍ଲା ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇନ, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଛତ୍ରପୁରଠାରେ ଆୟୋଜିତ ଏକ ରଂଗାରଂଗ କାର୍ଯ୍ୟକ୍ରମରେ ସେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ସେ ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ସମାରୋହ ଅବସରରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ଅଧିକାରୀ ଗଣ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି କକ୍ଷତ୍ୟାଗ ନେଇ ବିଜେପି କଲା ସମାଲୋଚନା, ଆଇନ ମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଜେଡି ବିରୋଧି ଦଳ ହୋଇଥିବାରୁ ଅସହିଷ୍ଣୁ ହୋଇପଡ଼ିଛି। ଏହିପରି ଅଭିଯୋଗ କରିଛି ବିଜେପି। ଦଳ କହିଛି ଯେ, ବିଧାନସଭାରେ ଆଜି ଥିଲା ନୂତନ ସରକାରଙ୍କ ପ୍ରଥମ ଅଧିବେଶନ। ଏହି ଅବସରରେ ରାଜ୍ୟପାଳ ଉପସ୍ଥାପନା କରିଥିବା ଅଭିଭାଷଣରେ ନୂତନ ସରକାରଙ୍କ ଆଗାମୀ ଦିନର ଯୋଜନା ଏବଂ ଓଡ଼ିଶା ବିକାଶର ଚିତ୍ର ପ୍ରତିଫଳିତ ହୋଇଛି । ଏହା ନ ଶୁଣି ବିଭିନ୍ନ ବାହାନା ଦେଖାଇ ବିଧାନସଭା କକ୍ଷ୍ୟ ପରିତ୍ୟାଗ କରିବା ଦୁର୍ଭାଗ୍ୟଜନକ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ତାରିଖରେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଯାଂଚ କରିବାକୁ ପୁରୀର ଜିଲାପାଳଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ ବିଜେଡି ସରକାର ସମୟରେ ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ଆଇନକୁ ତା ବାଟରେ ଯିବାକୁ ଦିଆଯାଉନଥିଲା। ମାତ୍ର ବର୍ତମାନ ମୋହନ ମାଝୀ ସରକାରରେ ଆଇନକାନୁନକୁ ତା’ବାଟରେ ଯିବା ପାଇଁ ସଂପୂର୍ଣ୍ଣ ଅଗ୍ରାଧିକାର ଦିଆଯିବା ଏବଂ କୈାଣସି ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ବିଜେପି ସରକାର ପ୍ରତିଶୃତିବଦ୍ଧ। ବିଜେପି ସରକାର ଉପରେ ରାଜ୍ୟବାସୀଙ୍କ ଭରପୁର ଭରଷା ରହିଛି। ଏଣୁ ବିରୋଧି ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ଅସହଯୋଗ କରିବାର ମାନସିକତା ଛାଡ଼ି ଧୈର୍ଯ୍ୟ ଧରିବା ଆବଶ୍ୟକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି।

Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଖୋଲିବ ରତ୍ନ ଭଣ୍ଡାର, ଆଇନ ମନ୍ତ୍ରୀ କଲେ ଘୋଷଣା, ଦିନ ଗୋଟାଏ ବେଳେ ଶୁଭ ବେଳା

ଭୁବନେଶ୍ବର: ବହୁ ବିବାଦୀୟ ତଥା ପ୍ରତୀକ୍ଷିତ ରତ୍ନ ଭଣ୍ଡାର ଆସନ୍ତାକାଲି ଖୋଲା ଯିବ। ଆଜି ସଂଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ଘୋଷଣା କରିଛନ୍ତି। ଏସବୁ ପକ୍ରିୟା ଧାର୍ମିକ ଭାବାବେଗ ମଧ୍ୟରେ ସଂପର୍ଣ୍ଣ କରାଯିବ। ସେଥିପାଇଁ ରତ୍ନ ଭଣ୍ଡାର କମିଟକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରତ୍ନ ଭଣ୍ଡାରରେ ସମସ୍ତ ପକ୍ରିୟାକୁ ଭିଡିଓ ରେକର୍ଡିଂ କରାଯିବା ସହିତ ଡିଜିଟାଇଜ କରାଯିବ। ଫଳରେ ଏହା ଭବିଷ୍ୟତରେ ରେଫ୍ରେରେନସ ଭାବେ ଏହି ଡିଜିଟାଇଜ ପୁସ୍ତକକୁ ବ୍ୟବହାର କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟରେ ଅତ୍ୟନ୍ତ ସ୍ୱଚ୍ଛତା ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି। ପ୍ରତ୍ୟେକଟି କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ। ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତଜର୍ମା କରାଯାଇଛି।

ଏହି ସମସ୍ତ ପ୍ରକ୍ରିୟାର ସୁପରିଚାଳନା ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏସଓପିରେ ସବୁକଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କେଉଁ କମିଟି କ’ଣ କାର୍ଯ୍ୟ କରିବ ତାହା ମଧ୍ୟ ଉଲ୍ଲେଖ ରହିଛି। ଗଣତି ସମୟରେ ରିଜର୍ଭବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ମଧ୍ୟ ରହିବେ।

ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ ପାଇଁ ୭୦/୭୨ଦିନ ସମୟ ଲାଗିଥିଲା। କିନ୍ତୁ ଚଳିତଥର ଟେକ୍ନୋଲୋଜିରେ ସୁଧାର ଆସିଛି। ମାତ୍ର ଏହି କାର୍ଯ୍ୟ ପାଇଁ କେତେଦିନ ସମୟ ଲାଗିବ ତାହା କହିବା ଏବେ ସମ୍ଭବପର ନୁହେଁ। ଏହି ମରାମତି ଓ ଗଣତିମଣତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ତେବେ ରତ୍ନ ଭଣ୍ଡାର କମିଟର ସଦସ୍ୟମାନେ କିଏ କେଉଁଠି ରହିବେ ତାହାର ନିଷ୍ପତି ସେମାନେ କରିବେ। ଏପରିକି ଶ୍ରୀମନ୍ଦିର ପ୍ରଶାସକଙ୍କ ଏହି କାର୍ଯ୍ୟକୁ ସୁଚାରୁ ରୂପେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ନେଇ କମିଟ ବୈଠକ ବସି ଚୁଡାନ୍ତ ନିଷ୍ପତି କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ତେବେ ଦିନ ଗୋଟିଏ ବେଳେ ରତ୍ନଭଣ୍ଡାର ଖୋଲାଯିବ ବୋଲି କମିଟ ତରଫରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାଙ୍ଗିଲା ରତ୍ନଭଣ୍ଡାର ଯାଞ୍ଚ କମିଟ, ନୂଆ ସରକାର ଗଢିଲେ ୧୬ ଜଣିଆ ନୂଆ କମିଟ

ଭୁବନେଶ୍ବର: ରତ୍ନଭଣ୍ଡାର ଯାଞ୍ଚ ପାଇଁ ବିଜେଡି ସରକାର ଗଠନ କରିଥିବା କମିଟ ଭାଙ୍ଗି ଦିଆଯାଇଛି। ଏହି କମିଟର ଅଧ୍ୟକ୍ଷ ଥିଲେ ଅରଜିତ ପଶାୟତ। ଗୁରୁବାର ଦିନ ସେ ଏହି ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ପୁରୀ ଆସିଛନ୍ତି। ସେଠାରେ ସେ ରତ୍ନ ଭଣ୍ଡାର ଉପରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ତା ପୂର୍ବରୁ ନୂଆ ସରକାର ସେହି କମିଟକୁ ଭାଙ୍ଗି ଦେଇ ନୂଆ କମିଟ ଘୋଷଣା କରିଛନ୍ତି।

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଅଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ। ଏଥିସହିତ ଏହି କମିଟରେ ଓଡିଶାର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ଡକ୍ଟର ସି ବି କେ ମହାନ୍ତି, ଚାର୍ଟଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ଏବଂ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ପ୍ରମୁଖ ଅଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଏହି ନୂଆ କମିଟ ଆସନ୍ତା ୬ ତାରିଖରେ ବୈଠକ କରିବେ। ଏହି କମିଟ ରତ୍ନ ଭଣ୍ଡାର କେବେ ଖୋଲାଯିବ, କିପରି ଏହାର ରୂପରେଖ ରହିବ ସେ ନେଇ ନିଷ୍ପତି ଗ୍ରହଣ କରିବେ। ଏହି କମିଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪ରେ ଅଧ୍ୟକ୍ଷତା କରି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ।

କମିଟିର ସଦସ୍ୟ ମାନଙ୍କ ମତାମତ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ। ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସତର୍କ ମୋବାଇଲ୍ ଆପ୍ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଓଡ୍ରାଫ୍ ହେଉଛି ପ୍ରଥମ ରାଜ୍ୟସ୍ତରୀୟ Disaster Response Force ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ search and rescue  କାର୍ଯ୍ୟ ପାଇଁ ଓଡ୍ରାଫ୍ ଓଡିଶାକୁ ସୁନାମ ଆଣିଛି। ବର୍ତ୍ତମାନ ଏହା ୨୦ ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ ଟି ୟୁନିଟ୍ କରିବା ସହ ଏକ Dedicated force କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ସେହିପରି ଅଗ୍ନିଶମ ବିଭାଗ  ଜିଲ୍ଲା ସ୍ତରରେ ଯେକୌଣସି ବିପର୍ଯ୍ୟୟ ହେଲେ ପ୍ରଥମେ ଅଂଶଗ୍ରହଣ କରନ୍ତି।

ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ରୁ  ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ   ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ।

ବାହାନଗାର ଟ୍ରେନ୍ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି Regional Fire Service Hub ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ଏହାସହିତ ଏ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ଏବଂ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କିପରି ହ୍ରାସ କରାଯିବ ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ରାଜ୍ୟ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ।  ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ଅଧିକ ରହିଥିଲେ ମଧ୍ୟ ବଜ୍ରପାତ, ଅଂଶୁଘାତ, ଘୁର୍ଣ୍ଣିଝଡ, ପାଣିରେ ବୁଡି ମୃତ୍ୟୁ, ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ବିପର୍ଯ୍ୟୟମାନ ବର୍ଷ ତମାମ ଲାଗିରହିଥାଏ ।

ବାହାନଗାରେ ରେଳ ଦୁର୍ଘଟଣାରେ ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଉପଯୁକ୍ତ ଚିକିତ୍ସା  ଆଦିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ  ଏବଂ ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣଙ୍କର ଅବଦାନ ମଧ୍ୟ ଅତୁଳନୀୟ ବୋଲି ସେ ପ୍ରଶଂସା କରିଥିଲେ।

ଏହା ସହିତ ନିକଟ ଅତୀତରେ ଝାରସୁଗୁଡା ଜିଲ୍ଲାରେ ଘଟିଯାଇଥିବା ମହାନଦୀ ଡଙ୍ଗାବୁଡି, ପୁରୀର ଅଗ୍ନିକାଣ୍ଡ ଏବଂ ପଶ୍ଚିମ ଓଡିଶାର ଅଂଶୁଘାତ ଜନିତ ମୃତ୍ୟୁ ନିମନ୍ତେ ସେ ଉଦବେଗ ପ୍ରକାଶ କରିଥିଲେ।

ସେ କହିଥିଲେ ଯେ  ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟା ପ୍ରତି ଆମେ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସିଛୁ। ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେପରି କୌଣସି ଜୀବନ ହାନୀ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦେଇ ପ୍ରଚଳିତ ବ୍ୟବସ୍ଥାକୁ ଆମକୁ ସୁଦୃଢ କରିବାକୁ ହେବ। ସେଥି ପାଇଁ ଏ ସବୁର ସଫଳ ମୁକାବିଲା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ହୋଇଗଲାଣି ଏବେଠାରୁ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆମ ରାଜ୍ୟ ପାଇଁ ପ୍ରଚୁର ବୃଷ୍ଟିପାତ, ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟର ସମ୍ଭାବନା ରହିଛି। ତେଣୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।
ଆମକୁ ବନ୍ୟା-ବାତ୍ୟା ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପ୍ରସ୍ତୁତିର ଉପଯୁକ୍ତ ସମୀକ୍ଷା  କରିବାକୁ ହେବ ବୋଲି ସେ କହିଥିଲେ। ଏପରିକି କ୍ଷେତ୍ରୀୟ ସ୍ତର ପର୍ଯ୍ୟନ୍ତ ପ୍ରଶାସନକୁ ପରିସ୍ଥିତର ସାମନା କରିବା ପାଇଁ ସଜାଗ ରହିବାକୁ ପଡିବ। ଆଗୁଆ ସତର୍କ ସୂଚନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସା ଆଦି କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପମାନ ନିଆଯିବାର ଆବଶ୍ୟକତା ରହିଛି। ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମାନଙ୍କୁ ତ୍ୱରିତ ପଦକ୍ଷେପ ନିମନ୍ତେ ସର୍ବଦା ସଜାଗ ରହିବାକୁ ହେବ।

ଅପହଞ୍ଚ ଇଲାକାରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଗୋଖାଦ୍ୟ ମହଜୁଦ ରହିବା ଆବଶ୍ୟକ। ସମସ୍ତ ଆଶ୍ରୟସ୍ଥଳୀ ମାନଙ୍କରେ ମଧ୍ୟ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଯୋଗାଣ ସାମଗ୍ରୀ ଗଚ୍ଛିତ ରହିବା ଆବଶ୍ୟକ। ଏପରିକି ଗର୍ଭବତୀ ମାଆ, ଶିଶୁ ଏବଂ ରୋଗୀ/ ବୃଦ୍ଧ ମାନଙ୍କର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ବ୍ଲକ ମାନଙ୍କରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ।

ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ତ୍ୱରିତ ପଦକ୍ଷେପ ନିଆଯିବ । ଆହତ ମାନଙ୍କୁ ଆଶୁଚିକିତ୍ସା ସହିତ ଉପଯୁକ୍ତ ଡାକ୍ତରୀ ଚିକିତ୍ସାର ମଧ୍ୟ ବ୍ୟବସ୍ଥା କରାଯିବ। ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଲୋକମାଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ।

ଆମ ରାଜ୍ୟର ସମସ୍ତ ଜନତା ସେମାନଙ୍କ ଅଞ୍ଚଳର ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ବନ୍ଧରେ ସଚେତନ ହେବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାଂସଦ, ବିଧାୟକ ଓ ଅନ୍ୟ ସଦସ୍ୟମାନେ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରର ହୋମିଓପ୍ୟାଥିକ କଲେଜର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଏପରି କଥା କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱାସ ରହିଲେ ହୋମିଓପ୍ୟାଥିକ ଔଷଧ ଦ୍ୱାରା ସମସ୍ତ ଦୁରାରୋଗ୍ୟ ବ୍ୟାଧି ରୁ ମୁକ୍ତି ମିଳିବ ବୋଲି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ଭୁବନେଶ୍ୱର ସ୍ଥିତ ଦେଶର ପ୍ରଥମ ଡିଗ୍ରୀ କଲେଜ ଡା ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୫୬ ତମ ପ୍ରତିଷ୍ଠା ଦିବସ ଏବଂ ଷଷ୍ଠ ବାର୍ଷିକ ପୁରାତନ ଛାତ୍ର ସଂସଦ ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରଥମେ ହୋମିଓପ୍ୟାଥିକ ଚିକିତ୍ସା ର ଜନକ ଡା ସାମୁଏଲ ହ୍ୟାନିମ୍ୟାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଗୁଛ ଅର୍ପଣ କରିଥିଲେ।

ରାଜ୍ୟର ସର୍ଵ ପୁରାତନ ଓ ଦେଶର ପ୍ରଥମ ହୋମିଓପ୍ୟାଥିକ ଭେଷଜ ଡିଗ୍ରୀ ମହାବିଦ୍ୟାଳୟ ର ସମସ୍ତ ପ୍ରକାର ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ଅଭିହିତ କରିଥିଲେ ମହାବିଦ୍ୟାଳୟ ରେ ଭିତ୍ତିଭୂମିର ଅଭାଵ ସଙ୍ଗକୁ ମାନବ ସମ୍ବଳ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ରଥଯାତ୍ରା ପରେ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ, ସଚିବ ଏବଂ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ନେଇ ରାଜ୍ୟ ଲୋକସେବା ଭବନ ରେ ବୈଠକ କରାଯାଇ ତୁରନ୍ତ ସମସ୍ୟାର ସମାଧାନ ଆସନ୍ତା ଏକ ବର୍ଷ ମଧ୍ୟରେ କରାଯିବ ବୋଲି ଉପସ୍ଥିତ ଆଲୁମିନ ସଦସ୍ୟ ର ଡାକ୍ତର ମାନଙ୍କୁ କହିଥିଲେ।

ରାଜ୍ୟରେ ସ୍ୱତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ର ଆବଶ୍ୟକତା ରହିଛି ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟବରିଷ୍ଠ ଅଧିକାରୀ ଙ୍କୁ ନେଇ ଏହା ଉପରେ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଏକାମ୍ର ବିଧାୟକ ବାବୁ ସିଂ କହିଥିଲେ ୫୬ ବର୍ଷ ର ପୁରାତନ ଅନୁଷ୍ଠାନ ଏବେ ସମସ୍ୟା କବଳିତ। ରାଜ୍ୟର ରାଜଧାନୀ ରେ ଯଦି ଏହି ସମସ୍ୟା ତେବେ ରାଜ୍ୟର ସମସ୍ତ ଆୟୁଷ କଲେଜ କି ଭଳି ସ୍ଥିତି ରେ ଥିବ ତାହା ଅନୁମାନ କରାଯାଇପାରେ। ରାଜ୍ୟ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ କହିଲେ ହୋମିଓପ୍ୟାଥିକ ଚିକିତ୍ସା ଅତ୍ୟନ୍ତ ଫଳପ୍ରଦ ଓ ବତୀଘର ସଦୃଶ,ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ।

ମୁଖ୍ୟ ବକ୍ତା ଭାବରେ ସୋଆ ବିଶ୍ୱବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦେଶକ ଡା ଅଶୋକ କୁମାର ମହାପାତ୍ର କହିଲେ ହୋମିଓପ୍ୟାଥିକ ଚିକିତ୍ସା ହେଉଛି ବିଶଲ୍ୟ କରଣୀ ସଦୃଶ ଏହାକୁ ସମସ୍ତ ପ୍ରକାର ସମ୍ମାନ ଦେବା ସମୟ ଆସିଯାଇଛି। କାର୍ଯ୍ୟକ୍ରମ ରେ ପ୍ରଥମ ବର୍ଷ ର ମେଧାବୀ କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟକ୍ଷ ପ୍ରଫେସର ଡା ଜ୍ଞାନ ରଞ୍ଜନ ମହାନ୍ତି, ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଡା ଚତୃଭୂଜ ନାୟକ, ସଂପାଦକ ଡା ରାଜେନ୍ଦ୍ର କୁମାର ଦାଶ ଉପସ୍ଥିତ ଥିଲେ।

ଏହି ଭେଷଜ ମହାବିଦ୍ୟାଳୟ ରେ ନୂତନ ଭାବେ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ଶ୍ରୀ ଗଣେଶ ଓ ମା ସରସ୍ୱତୀ ଙ୍କ ମୂର୍ତ୍ତି କୁ ଅନାବରନ କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ରେ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଏବଂ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ସାମାଜିକ ଜୀବନରେ ଆଧ୍ୟାତ୍ମିକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଆୟୁଷ ଡାକ୍ତର, ହୋମିଓପ୍ୟାଥିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ସୁଦ୍ଧା ଆୟୁଷ ନିର୍ଦେଶକ ଅନୁପସ୍ଥିତ ଥିବାରୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଣପୁରରେ ଯୋଗ ଦିବସ: ସାମିଲ ହେଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ମନ୍ତ୍ରୀ ମହାବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ଦେବାଦେବୀ ଏବଂ ପ୍ରତିଷ୍ଠାତା ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଷ୍ଟାଡିଅମ ମଧ୍ୟକୁ ପ୍ରବେଶ କରିଥିଲେ।ଏହି ଅବସରରେ ତାଙ୍କୁ ବାଣପୁର ବ୍ଲକ ବିଡ଼ିଓ ଶୀତଲ ଅଗ୍ରୱାଲ ସ୍ୱାଗତ ଜଣାଇଥିଲେ।

ପରବର୍ତ୍ତୀ ସମୟରେ ଯୋଗ ଅଧିବେଶନରେ ମନ୍ତ୍ରୀ ଯୋଗଦେଇଥିଲେ। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମାଜସେବୀ ଜିତେନ୍ଦ୍ର ଭୋଳ, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ, ଛାତ୍ରଛାତ୍ରୀ ଏବଂ ବହୁ ବୁଦ୍ଧିଜୀବୀ ଓ କ୍ରୀଡ଼ାବିତ ମାନେ ଉକ୍ତ ଯୋଗ ଅଧିବେଶନରେ ଭାଗ ନେଇଥିଲେ।

ଯୋଗ ଅଧିବେଶନ ସରିବା ପରେ ମହାବିଦ୍ୟାଳୟ ସହକାରୀ ପ୍ରଶାସନିକା ଅଧିକାରିଣୀ ଡ ସୁଜାତା ମିଶ୍ର ଶାନ୍ତିମନ୍ତ୍ର ଓ ଶପଥ ପାଠ କରାଇଥିଲେ। ପରିସରରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ରଖି ଉକ୍ତ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

ତେବେ ମନ୍ତ୍ରୀଙ୍କ ଆଗମନରେ ବାଣପୁର ଅଞ୍ଚଳରେ ଏକ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶହ ଶହ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ବାଣପୁର କଲେଜ ଅଧ୍ୟକ୍ଷ ବିନାୟକ ହୋତା ମନ୍ତ୍ରୀଙ୍କୁ କଲେଜ ପରିସର ବୁଲାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଆଗକୁ କଲେଜକୁ ନାକ ଟିମ ଗସ୍ତ ଥିବା ବେଳେ ସମସ୍ତ ସମସ୍ୟା ଯଥାଶୀଘ୍ର ପୁରୁଣ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେବା ସହ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଣିଙ୍କୁ ଡକାଇ ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ କଲେଜ ପରିସରରେ ପକ୍କା ରୋଡ ତୁରନ୍ତ ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆଇନି, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବିଭିନ୍ନ କାର୍ଯ୍ୟକ୍ରମରେ ଦେଲେ ଯୋଗ

ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ରଜ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଆଇନି, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସକାଳ ଭୁବନେଶ୍ବରର ରଥ ବୈଠକ ଶେଷ କରିବା ପରେ ସେ ଖୋର୍ଦ୍ଧାରେ ପହଞ୍ଚିଥିଲେ। ସେ ବରୁଣେଈ ପୀଠ ଠାରେ ୧୬ ତମ ବରୁଣେଈ ରଜ ମହୋତ୍ସବ ରେ ଯୋଗଦେଇ ପାଇକ ଗଡ ରେ ରଜ ପର୍ବ ସହିତ ଓଡ଼ିଆ ଅସ୍ମିତା ର ମହତ୍ତ୍ଵ ଓ ଆକାଂକ୍ଷା ସଂପର୍କରେ ବର୍ଣ୍ଣନା କରିଥିଲେ।

ଏହାପରେ ସେ ଗଡ଼ ଖୋର୍ଦ୍ଧା ସ୍ଥିତ ପଞ୍ଚ ପାଇକ ପୀଠ ଠାରେ ପାଇକ ବିଦ୍ରୋହର‌‌ ମହାନାୟକ ବକ୍ସି ଜଗବନ୍ଧୁ,ଜୟୀ ରାଜଗୁରୁ,କୃତ୍ତିବାସ ପାଟ୍ଟଶାଣୀ, ମାଧବ ଚ଼ନ୍ଦ୍ର ରାଉତରାୟ, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସାଥୀରେ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

ଏହାପରେ ସେ ଭୂଷୁଣ୍ଡପୁର ସ୍ଥିତ ଆରାଧ୍ୟ ଦେବୀ ମା’ ଉଗ୍ରତାରାଙ୍କ ପୀଠରେ ମା’ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅନୁଷ୍ଠିତ‌ ହେଉଥିବା ରଜ ମହୋତ୍ସବରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେହିପରି କାଳୁପଡ଼ାଘାଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ଗ୍ରସ୍ତ କରି ପବିତ୍ର ସମାଧି ମନ୍ଦିରରେ ଶ୍ରୀ ମାଆ ଅରବିନ୍ଦଙ୍କୁ‌ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଶିକ୍ଷା କେନ୍ଦ୍ରର ପ୍ରଧାନଶିକ୍ଷକ ଶ୍ରୀ ସଞ୍ଜୟ ମହାପାତ୍ର, ସମସ୍ତ ଭାଇ ଓ ଅପା ଙ୍କ ସହ ଶିକ୍ଷା କେନ୍ଦ୍ରର ପରିଚାଳନା ବିଷୟରେ ଆଲୋଚ଼ନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ବର: ଆଜି ରବିବାର ଛୁଟିରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ସରକାରୀ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି। ଆଜି ସେ ଅତିଥୀ ଭବନରେ ରଥଯାତ୍ରା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଏଥିରେ ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇଥିଲେ। ଏଥିରେ କିପରି ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ହେବ ସେ ନେଇ ବିସ୍ତୁତ ଆଲୋଚନା କରାଯାଇଛି।

ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିର୍ମା ନେଇ ଆଲୋଚନା କରିଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ କିପରି ଶୃଙ୍ଖଳିତ ନୀତିକାନ୍ତି ଓ ସହଜ ଦର୍ଶନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ସହିତ ବହୁ ଅଧିକାରୀ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୁଏତ୍ ଅଗ୍ନିକାଣ୍ଡରେ ମୃତ ଓଡ଼ିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ଭୁବନେଶ୍ୱର: କୁଏତ୍ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆ ମହମ୍ମଦ ଜହୁୂର ଓ ସନ୍ତୋଷ ଗୌଢ଼ଙ୍କ ମୃତ୍ୟୁ ଘଟିଛି । ଜହୁରଙ୍କ ଘର କଟକ ଜିଲା ତିଗିରଆ ଥାନା ଅନ୍ତର୍ଗତ କରଡାପଲ୍ଳୀ ଗ୍ରାମରେ ହୋଇଥିବା ବେଳେ ସନ୍ତୋଷଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତମ ବ୍ଲକର ରଣଝାଲି ଗାଁରେ।

ଜହୁର ୨୦୧୭ରୁ କୁଏତ୍‌ରେ ଲାବୋରୋଟାରୀ ଟେକନିସିଆନ ଭାବେ କାମ କରୁଥିଲେ । ସନ୍ତୋଷ ୨ବର୍ଷ ପୂର୍ବେ କୁଏତ୍ ଯାଇଥିଲେ । ଗତ ବୁଧବାର ଭୋର ସମୟରେ କୁଏତ୍‌ରେ ସେମାନେ ରହୁଥିବା ୬ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜହୁର ଓ ସନ୍ତୋଷ ମଧ୍ୟ ରହିଛନ୍ତି।

ଉଭୟଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ଓ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇଛନ୍ତି। ଉଭୟ ମୃତକଙ୍କ ପରିବାରଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ଘୋଷଣା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାକୁ ୨୪ ବର୍ଷ ପରେ ଫେରିଲା ମନ୍ତ୍ରୀପଦ, ଦେବେନ୍ଦ୍ର ମାନସିଂହଙ୍କ ପରେ ପୃଥୀରାଜ ହରିଚନ୍ଦନ

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ଅପେକ୍ଷା ପରେ ଚିଲିକା ନିର୍ବାଚନ ମଣ୍ଡଳୀକୁ ମିଳିଛି ମନ୍ତ୍ରୀପଦ। ଗତକାଲି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚିଲିକାର ନବ ନିର୍ବାଚିତ ବିଧାୟକ ପୃଥୀରାଜ ହରିଚନ୍ଦନ। ସେ ପ୍ରଥମ ଥର ପାଇଁ ବିଜୟ ଲାଭ କରିଛନ୍ତି।  ସେ ପ୍ରଥମ ଥର  ବିଧାୟକ ହେବା ସହିତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇପାରିଛନ୍ତି।

ଏହି ନିର୍ବାଚନ ମଣ୍ଡଳୀରେ ୧୯୯୫ ମସିହାରେ ଜିିତିଥିବା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ମାନସିଂହ ଶେଷ ମନ୍ତ୍ରୀ ଥିଲେ। ସେତେବେଳେ ସେ ଜିତିବା ପରେ ମୁଖ୍ୟ ସଚେତକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ୧୯୯୯ ମସିହାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଶିଳ୍ପମନ୍ତ୍ରୀ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ପୁଣି ୨୦୦୦ ମସିହାରେ ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ହୋଇଥିଲେ। ତା ପରେ ଏହି ନିର୍ବାଚନ ମଣ୍ଡଳୀରୁ ଆଉ କେହି ମନ୍ତ୍ରୀ ହୋଇପାରି ନାହାଁନ୍ତି।

ଦେବେନ୍ଦ୍ର ମାନସିଂହଙ୍କ ପରେ ପୃଥୀରାଜଙ୍କ ଦାଦା ବିଭୂତି ଭୂଷଣ ହରିଚନ୍ଦନ ଚିଲିକାରୁ ବିଧାୟକ ହେଲେ। ସେ ତିନି ଥର ଚିଲିକାରୁ ବିଧାୟକ ହୋଇଥିଲେ ମଧ୍ୟ କେବେ ବି ମନ୍ତ୍ରୀ ହୋଇପାରି ନ ଥିଲେ। ତେବେ ଏହି ନିର୍ବାଚନ ମଣ୍ଡଳୀର ସବୁଠାରୁ ଲୋକପ୍ରିୟ ମନ୍ତ୍ରୀ ଥିଲେ ପୃଥୀରାଜଙ୍କ ବାପା ବିଶ୍ବଭୂଷଣ ହରିଚନ୍ଦନ।

ସେ ଦୁଇଥର ଚିଲିକାରୁ ବିଧାୟକ ହୋଇ ମନ୍ତ୍ରୀ ଥିଲେ। ତାଙ୍କର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବେଶ ଦବଦବା ମଧ୍ୟ ରହିଥିଲା। ସେ ସେତେବେଳେ ଏକାଥରେ ୭ଟି ବିଭାଗର ମନ୍ତ୍ରୀ ହୋଇ ବେଶ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ସେ ୧୯୯୬ ଏବଂ ୨୦୦୦ ମସିହାରେ ସେ ଭୁବନେଶ୍ବର ବିଧାନସଭା ଆସନରୁ ବିଧାୟକ ହୋଇ ନବୀନ ସରକାରରେ ମନ୍ତ୍ରୀ ଥିଲେ।

ବର୍ତ୍ତମାନ ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡର ରାଜ୍ୟପାଳ ଅଛନ୍ତି। ବାପା ବିଶ୍ବଭୂଷଣଙ୍କ ପରି ପୃଥୀରାଜ ମଧ୍ୟ ମନ୍ତ୍ରୀମଣ୍ଡଳରେ ନିଜର ପତିୟାରା ଦେଖାଇପାରିବେ ବୋଲି ଚିଲିକାବାସୀ ଆଶା ରଖିଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକାରେ କିଏ ଜିତିବ ? ବିଜେଡି ବିଜେପି ଶିବିରରେ ଅସମ୍ଭବ ନିରବତା

ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ ପରିଶ୍ରମ ଏବଂ ଜାନ ଲଗାଇ ଲଢେଇ କରିଛନ୍ତି ସେହି ପ୍ରାର୍ଥୀ ଜିତିବ କି ନାହିଁ ତାହାକୁ ଅପେକ୍ଷା କରି ରହିଛନ୍ତି।

ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟାନ୍ୟ ସ୍ଥାନରେ କେଉଁ ପ୍ରାର୍ଥୀ ଜିତିବ ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଚିଲିକାରେ କିଏ ଜିତିବ ତାହା ଜଣାପଡୁ ନାହିଁ। କାରଣ ଚିଲିକାରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ସହିତ ବିଜେପିର ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି।

ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର କର୍ମିମାନେ ଖାତାକଲମ ଧରି ହିସାବ ନିକାସ କରିଥିଲେ। ତେବେ ସେହି ହିସାବରେ ଯେତେ ଯିଏ ନିଜ ଆଡକୁ ଭିଡି ନମ୍ବର ବଢାଇଲେ ମଧ୍ୟ ତାହାର ବ୍ୟବଧାନ ଅଧିକ ରହିଲା ନାହିଁ। ଫଳରେ କିଏ ଜିତିବ ସେ ନେଇ କର୍ମିମାନେ କୌଣସି ପ୍ରକାରର ଆକଳନ କେହି କରିପାରିଲେ ନାହିଁ। ଏହା ଜଣାପଡିବା ପରେ ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପି ଶିବିରରେ ଅସମ୍ଭବ ନିରବତା ପରିଲକ୍ଷିତ ହୋଇଛି।

ତେବେ ବିଭିନ୍ନ ସଂଗଠନର ଆକଳନ ଅନୁସାରେ ଚିଲିକାରେ କଡା ଟକ୍କର ହେଉଛି ତାହା ସତକଥା। ଆଉ ସେହି ଟକ୍କର ଭିତରେ ବିଜେଡି ପଲା ଭାରୀ ରହିଛି ବୋଲି ଜଣାପଡିଛି। ସେହିପରି ଚିଲିକାରେ କଂଗ୍ରେସ ସ୍ଥିତି ପୂର୍ବରୁ ଭଲ ନ ଥିଲା, ବର୍ତ୍ତମାନ ତାହା ଆହୁରି ତଳକୁ ଖସିଯିବ ବୋଲି କୁହାଯାଇଛି।

Categories
ଆଞ୍ଚଳିକ

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ, ଯୋଗ ଦେଲେ ପାଞ୍ଚଟି ଗ୍ରାମ ପଞ୍ଚାୟତର‌ ବହୁ ବିଜେଡ଼ି କର୍ମୀ

ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚ଼ନ ମଣ୍ଡଳୀର କୁମାରଙ୍ଗ, ବିଷ୍ଣୁଡ଼ିହ, ମାନସିଂହପୁର, କୁମାଣ୍ଡଳ,ଭବାନୀପୁର ଗ୍ରାମ ପଞ୍ଚାୟତର‌ ୧୦୦ ରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦେଇଛନ୍ତି। ସେମାନେ ଦଳର ନୀତି, ଆଦର୍ଶ ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ବିଜେପିରେ ଯୋଗଦେଇଛନ୍ତି।

ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ସାମିଲ୍ ହେଲେ।ଦଲରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ବିଧାୟକ ପ୍ରାର୍ଥୀ ଶ୍ରୀ ହରିଚ଼ନ୍ଦନ।

ଏହି ମିଶ୍ରଣ ପର୍ବରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ବିରଜାଈ ମଣ୍ଡଳ ଭାଜପା ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ଭୋଳ,ବିଷ୍ଣୁଡ଼ିହ ପଞ୍ଚାୟତର‌ ସଂଗଠକ ଶ୍ରୀ ରାଜେଶ ନାୟକ, ଭବାନୀପୁର ପଞ୍ଚାୟତର‌ ସରପଞ୍ଚ ଶ୍ରୀ କାର୍ତ୍ତିକ ବାରିକ,ଭେଟେଶ୍ବର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାବିତ୍ରୀ ଭୋଳ,ଭେଟେଶ୍ବର ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ରଶ୍ମିତା ପ୍ରଧାନ,ମାନସିଂହପୁର ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ରତ୍ନାକର ବେହେରା ଏବଂ କୁମାରଙ୍ଗ ପଞ୍ଚାୟତ ର‌ ଭାଜପା ସଭାପତି ଶ୍ରୀ ସନାତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ମା ଭଗବତୀଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କଲେ ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନ

ବାଣପୁର( ସୀତାରାମ ଅଗ୍ରୱାଲ): ବିଜେପି ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳି ବିଧାୟକ ପ୍ରାର୍ଥୀ  ପୃଥ୍ଵୀରାଜ ହରିଚନ୍ଦନ ନିଜର ଶହ ଶହ ସମର୍ଥକଙ୍କ ସହ ବାଣପୁର ମା’ ଭଗବତୀଙ୍କୁ ଦର୍ଶନ କରି ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି।ଏହି ଅବସରରେ ଶ୍ରୀ ହରିଚନ୍ଦନଙ୍କ ମା ଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ। ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଛାମୁଆ ନେତାଙ୍କ ସହ ଉଭୟ ବ୍ଲକ ଅଧ୍ୟକ୍ଷ ଏବଂ ବିଜେପି ସମର୍ଥିତ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ଶ୍ରୀ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକାରେ ବିଜେପି ନିଶ୍ଚୟ ଭାବେ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଗତ ପାଞ୍ଚ ବର୍ଷ ହେଲା ସେ ଚିଲିକା ଜନସାଧାରଣଙ୍କ ସହ ଅଛନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସାମିଲ ହେଉଥିବା କହିଛନ୍ତି ଶ୍ରୀ ହରିଚନ୍ଦନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଜନହିତକାରି ଯୋଜନାର ଲାଭ ନିଶ୍ଚୟ ଚିଲିକାବାସୀ ପାଇବେ ଏବଂ ତାଙ୍କୁ ଚଳିତ ବର୍ଷ ବିଧାନସଭାକୁ ପଠାଇବେ ବୋଲି ଆଶା ପ୍ରକଟ କରିଛନ୍ତି ଶ୍ରୀ ହରିଚନ୍ଦନ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେବ ବିଜେପିର ୧୦୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଖୁବ ଶିଘ୍ର ଓଡିଶାର ୧୦୦ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏ ନେଇ ଆଜି ଗଣମାଧ୍ୟମକୁ କହିଛନ୍ତି ବିଜେପି ନେତା ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଦଳ ତରଫରୁ ସମସ୍ତ ସମୀକ୍ଷା ଶେଷ ହୋଇଛି। କେବଳ କେନ୍ଦ୍ରୀୟ ନିର୍ବାଚନ କମିଟର ମୋହର ବାଜିଲେ ତାହା ଘୋଷଣା କରାଯିବ।

ଏହି ପ୍ରାର୍ଥୀ ଘୋଷଣା କରିବା ପାଇଁ ଆଜି ସକାଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଆଜି ସିଇସି ବୈଠକରେ ଏହି ପ୍ରାର୍ଥୀଙ୍କ ତାଲିକା ଉପରେ ଆଲୋଚନା କରିବେ। ଏହାପରେ ଆସନ୍ତାକାଲି କିମ୍ବା ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ‘ଆମ ଓଡିଶା ନବୀନ ଓଡିଶା’ ଉଦଘାଟନକୁ ବୟକଟ କରିବ ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଆସନ୍ତାକାଲି ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ଭରଚୁଆଲି ଉଦଘାଟନ କରିଵେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ନିମନ୍ତେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବ ବିରୋଧୀ ବିଜେପି। ଏ ନେଇ ଆଜି ନାଚୁଣୀରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଆସନ୍ତାକାଲି ଉଭୟ ବ୍ଲକରେ କାର୍ଯ୍ୟକ୍ଷମ ହେବାକୁ ଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ବୟକଟ କରିବ ବିଜେପି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବ୍ଲକର ଦୁଇ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ 23 ଜଣ ବିଜେପି ସମର୍ଥିତ ସରପଞ୍ଚ ଏବଂ 24 ଜଣ ସମିତି ସଭ୍ୟ ଉକ୍ତ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେ ନାହିଁ। ତତସହିତ ଉଭୟ ବ୍ଲକରେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବେ।

ଦରକାର ପଡ଼ିଲେ ଆନ୍ଦୋଳନକୁ ଓଲ୍ହାଇବା ସହ ନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ହରିଚନ୍ଦନ। ସରକାର ମନଇଛା ଉକ୍ତ ଯୋଜନାକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସରପଞ୍ଚ, ସମିତି ସଭ୍ୟ ତଥା ୱାର୍ଡ ମେମ୍ବରଙ୍କ ସୁପାରିଶ ଆଧାରରେ ପ୍ରକଳ୍ପ ଜାରି ନକରି ଶାସକ ଦଳର ନେତାମାନଙ୍କ ସୁପାରିଶ କ୍ରମେ ଏହାକୁ ଲାଗୁ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ନିର୍ବାଚନମଣ୍ଡଳିରେ ଏହାକୁ ପ୍ରବଳ ବିରୋଧ କରାଯିବ ଏବଂ ଉଭୟ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯିବନି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଉକ୍ତ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ପୁନଃ ସୂଚୀ କରାଯାଉ ଏବଂ ତାହା ପଲ୍ଲିସଭା/ଗ୍ରାମ ସଭା, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଙ୍କ ସହମତିରେ କରାଯାଉ ବୋଲି ଦାବି କରିଛି ବିଜେପି।

ଏହି ସାମ୍ବାଦିକ ସମ୍ମିଳନୀରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରେ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏପରି କଥା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଲିକା ଭଳି ଅଞ୍ଚଳରେ ରହୁଥିବା ମତ୍ସ୍ୟଜୀବୀ ବ୍ୟବସାୟକୁ ବଢାଇବା ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପରଶ୍ରୀକାତର ତଥା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ବିକାଶରେ ବାଧକ ସାଜିଛନ୍ତି । ଶନିବାର ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଠାରେ ଆୟୋଜିତ ‘ସଂକଳ୍ପ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ  ଚିଲିକା ମାଟି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ କାଳିଜାଇ, ମାଆ ଭଗବତୀଙ୍କ ପ୍ରତି ଥିବା ଆବେଗକୁ ଦର୍ଶାଏ। ଓଡ଼ିଶାର ଜନଜୀବନକୁ ବୁଝିବାକୁ ହେଲେ ଏହି ଅଞ୍ଚଳକୁ ଭଲରେ ବୁଝିବାକୁ ହେବ। ସୋରଣ ମାନସିଂହପୁର ଏକ ମତ୍ସ୍ୟଜୀବୀ ଆଧାରିତ ଗାଁ। ଚିଲିକାର ଖଇଙ୍ଗା ମାଛ ଭାରି ସ୍ୱାଦିଷ୍ଟ। ମାତ୍ର ଭୁବନେଶ୍ୱର ବଡ ବଡିଆ ଅଧିକାରୀମାନେ ଓ ଚିଲିକା ସହ ଯୋଡି ହୋଇ ନଥିବା ଲୋକମାନେ ମାଛ ବ୍ୟବସାୟକୁ କବଜା କରିବାକୁ ଚାହୁଁଛନ୍ତି। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ହେବ।

ଯଦି ଗୁଜୁରାଟ ଭଳି ରାଜ୍ୟ ଭାରତର ସବୁଠୁ ବଡ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦର ବଡ ରପ୍ତାନୀକାରୀ ରାଜ୍ୟ ହୋଇପାରୁଛି ତେବେ ଓଡ଼ିଶା କାହିଁକି ହୋଇପାରିବ ନାହିଁ ? ମତ୍ସ୍ୟଜୀବୀ ବିକାଶର ଲାଭ ଆଣିବା ପାଇଁ ହେଲେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କ ଅନୁଯାୟୀଙ୍କୁ ଜିତାଇବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ବେରୋଜଗାରୀ କମିଛି। ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି। ମୋଦି ସରକାରଙ୍କ ଯୋଜନାରେ ଅପେକ୍ଷାରୁ ଅଧିକ ଟଙ୍କା ଓଡ଼ିଶାକୁ ଦେଉଛନ୍ତି। କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି।  ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହୋଇଛି।

ଓଡ଼ିଶା ସରକାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା ପ୍ରାୟ ସାଢେ ୨୭ ଲକ୍ଷ ଘର ନିର୍ମାଣ କରିବା ପାଇଁ ମୋଦି ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଦିଆଯାଇଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୭ ଲକ୍ଷ ୫୬ ହଜାର ୭୧୪ ଘର ନିର୍ମାଣ ହୋଇପାରିଛି। ନିର୍ଦ୍ଧାରିତ ସମୟରେ ବଳକା ୯ ଲକ୍ଷ ୮୨ ହଜାର ୭୧୩ ଘର ନିର୍ମାଣ କରିବା ପାଇଁ ହେଲେ ଓଡ଼ିଶା ସରକାରଙ୍କୁ ଦିନକୁ ପ୍ରାୟ ୯ ହଜାର ଘର ନିର୍ମାଣ କରିବା ପାଇଁ ଆବଶ୍ୟକ ଥିବା ବେଳେ ଦିନକୁ ମାତ୍ର ୩୨ଟି ଘର ନିର୍ମାଣ କରୁଛନ୍ତି। ଏହା ଗରିବ ବିରୋଧୀ ସରକାରର ଲକ୍ଷଣ। ଓଡ଼ିଶାରେ ଓଡ଼ିଆ ଜାତି, ଆବେଗକୁ ଦବା ଯାଇପାରିବ ନାହିଁ। ଏଠାକାର ସରକାର ବିକାଶ ନୁହେଁ ବିନାଶ କରିଛନ୍ତି ବୋଲି ସେ କହିଛନ୍ତି।

ଏହି ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ସୋରଣ ମାନସିଂହପୁର ଠାରେ ମୋ ମାଟି ମୋ ଦେଶ  କାର‌୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ୧୯୯୯ ମସିହାରେ ମାଫିଆଙ୍କ ବେଆଇନ ଚିଙ୍ଗୁଡ଼ି ଘେରିକୁ ପ୍ରତିବାଦ କରି ସୋରଣ ଗୁଳିକାଣ୍ଡରେ ଶହୀଦ ହୋଇଥିବା ମତ୍ସ୍ୟଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୋ ମାଟି ମୋ ଦେଶ ଅଭିଯାନରେ ମାନସିଂହପୁରର ମାଟି ରାଷ୍ଟ୍ରୀୟ ରାଜଧାନୀରେ ସ୍ଥାପିତ ହେବା ଗୌରବ ବିଷୟ। କାରଣ ଏହି ମାଟିରେ ମହାପ୍ରଭୁଙ୍କ ସଂସ୍କାର ଅଛି।  ପଞ୍ଚସଖାଙ୍କ ଆଦର୍ଶ ଓ ବୀର ପାଇକଙ୍କ ସ୍ୱାଭିମାନ ଅଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ମନମୋହନ ସାମଲଙ୍କ ନୂଆ ଟିମ: ପୃଥୀରାଜ ଓ ଭ୍ରୁଗୁ ଆଉଟ୍ ; ଅପରାଜିତା ଷଡଙ୍ଗୀ ଇନ୍

ଭୁବନେଶ୍ବର: ବହୁ ହସ୍ତସନ୍ତ ପରେ ବିଜେପି ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ବିଜେପିର ଚାଣକ୍ୟ ଅମିତ ସାହା ଓଡିଶା ଆସିବା ପୂର୍ବରୁ ଏହି ନୂଆ ଟିମର ନାମ ଘୋଷଣା କରାଯାଇଛି। ମନମୋହନ ସଭାପତି ଭାବେ ଦାୟିତ୍ବ ନେବାର ବହୁଦିନ ହୋଇଥିଲେ ମଧ୍ୟ ସେ ନୂଆ ଟିମ ଗଠନ କରିବାରେ ସକ୍ଷମ ହୋଇପାରୁ ନ ଥିଲେ। କୁହାଯାଉଥିଲା ଯେ, ଏଥିରେ କୁଆଡେ ପେଞ୍ଚ ପଶିଯାଉଥିଲା।

ତେବେ ବହୁ ସଂଘର୍ଷ ତଥା ହତସନ୍ତ ପରେ ସେ ଟିମ ଗଠନ କରିଛନ୍ତି। ଆଉ ଏହି ଟିମକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। କାରଣ ଏଥିରେ ବିଜେପିର ବହୁ ମଙ୍ଗୁଆଳ ଆଉଟ ହୋଇଯାଇଛନ୍ତି। ପୂର୍ବରୁ ଦଳରେ ସାଧାରଣ ସଂପାଦକ ଥିବା ପୃଥୀରାଜ ହରିଚନ୍ଦନ ଏବଂ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କୁ ନୂଆ ଟିମରେ ନିଆଯାଇ ନାହିଁ। ପୃଥୀରାଜ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଦଳର ଭାବମୂର୍ତ୍ତି ଠିକ ରଖୁଥିଲେ ମଧ୍ୟ ତାଙ୍କୁ ନୂଆ ଟିମରେ ଗ୍ରହଣ କରା ନ ଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ନୂଆ ଟିମରେ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗୋଲଖ ମହାପାତ୍ରଙ୍କୁ ନିଆଯିବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ଏହି ଦୁଇ ଜଣ ଧର୍ମେନ୍ଦ୍ରଙ୍କ ଖାସ ସମର୍ଥକ ହୋଇଥିଲେ ମଧ୍ୟ ମନମୋହନ ସାମଲ କିପରି ନେଲେ ସେ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି। ଯଦି ଲେଖାଶ୍ରୀ ଓ ଗୋଲଖଙ୍କୁ ନିଆଗଲା ତେବେ ପୃଥୀରାଜ ଓ ଭ୍ରୁଗୁଙ୍କୁ କାହିଁକି ଟିମରେ ସାମିଲ କରାଗଲା ନାହିଁ ବୋଲି ଦଳ ଭିତରେ ଚାଲିଛି ଚର୍ଚ୍ଚା।

ସେହିପରି ବଡ କଥା ହେଲା ଏହି ନୂଆ ଟିମରେ ପ୍ରବେଶ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ତାଙ୍କୁ ଦଳ ଉପସଭାପତି ଭାବେ ନିଯୁକ୍ତି ଦେଇଛି। ସେ ପୂର୍ବରୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅଛନ୍ତି। ଦଳ ପୁଣିଥରେ ତାଙ୍କୁ ଗୁରୁତ୍ବ ଦେଇ ଦ୍ବିତୀୟ ନମ୍ବର ପଦବୀରେ ବସାଇଛି। ହେଲେ ଅନ୍ୟପଟେ ଏହି ଟିମରୁ ବାଦ ପଡିଛନ୍ତି ସାଂସଦ ସଂଗୀତା ସିଂହଦେଓ।ତାଙ୍କୁ ଦଳ କୌଣସି ଗୁରୁତ୍ବ ମନେ କରିଲା ନାହିଁ।

ତେବେ ମନମୋହନଙ୍କ ଏହି ନୂଆ ଟିମରେ ଆଉ କୌଣସି ସାଂସଦକୁ କୌଣସି ପଦପଦବୀ ଦିଆଯାଇ ନ ଥିବା ବେଳେ ଅପରାଜିତାଙ୍କୁ କିନ୍ତୁ ଦୁଇ ଦୁଇଟି ପଦବୀରେ ଦଳ ବସାଇଛି। ଯଦି ଅପରାଜିତାଙ୍କୁ ଉପସଭାପତି କରାଗଲା ତେବେ ଅନ୍ୟ ସାଂସଦଙ୍କୁ କାହିଁକି ବାଦ ଦିଆଗଲା ବୋଲି ଦଳ ଭିତରେ ପ୍ରଶ୍ନ ଉଠିଛି। ସେଥିପାଇଁ ଦଳ ଭିତରେ ବର୍ତ୍ତମାନ ଅପରାଜିତା ଷଡଙ୍ଗୀଙ୍କ ଦବଦବା ପୁରା ପରିଲକ୍ଷିତ ହୋଇଛି।

ମନମୋହନଙ୍କ ଏହି ନୂଆ ଟିମ୍ ଆସନ୍ତା ନିର୍ବାଚନକୁ ସମ୍ମୁଖୀନ ହେବେ। ହେଲେ ଏହି ଟିମରୁ ଟାଣୁଆ ନେତାଙ୍କୁ ବାଦ ଦିଆଯିବାକୁ ନେଇ ଚର୍ଚ୍ଚା ଚାଲିଛି। ଏହି ନୂଆ ଟିମ୍ ବିଜେଡି ବିରୋଧରେ କେମିତି ଲଢେଇ କରିବ ତାହା ସନ୍ଦେହ ସୃଷ୍ଟି କରିଛି। ଏହି ଟିମ ଗଠନରେ ଯେତେବେଳେ ବିଳମ୍ବ ହେଲା, ସେତେବେଳେ ସମସ୍ତ ଆଶା କରିଥିଲେ ଯେ, ନିର୍ବାଚନ ପାଇଁ ମନମୋହନ ଏକ ବଡ ଟାଣୁଆ ଟିମ ଗଠନ କରିବେ। ହେଲେ ଏହି ତାଲିକାରୁ ସେମିତି କିଛି ସ୍ପଷ୍ଟ ଜଣାପଡୁ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ମୁଖପାତ୍ର ଡା.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନିଳାଦ୍ରୀପ୍ରସାଦ ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେଡି ନେତା ପ୍ରଦୀପ କୁମାର ଜାନି, ନାରାୟଣ ସାହୁ, ପିତବାସ ନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଫୁଲ୍ଲ ରାଉତ, ରମେଶ ବେହେରା, ପବିତ୍ର ଜାନି, ଦିଗାମ୍ବର ସାମନ୍ତରାୟ, ସୁକଦେବ ଲେଙ୍କା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ସଂପାଦକ ବିଦ୍ୟୁତ କୁମାର କାଣ୍ଡି, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିତେନ୍ଦ୍ର କୁମାର ଭୋଳ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ର ବିଧାନ ପରିଷଦ ସଦସ୍ୟତା ଠକେଇ ମାମାଲ, ଗିରଫ ହେବେ ଓଡିଶା ବିଜେପି ନେତା: ବିଜେଡି

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରାଇ ଦେବା ପାଇଁ ଆଶାୟୀମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି ଏବଂ ଏଥିରେ ଓଡିଶା ବିଜେପି ନେତା ଗିରଫ ହେବାର ସମ୍ଭାବନା ରହିଛି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତୁମ୍ବନାଥ ପଣ୍ଡା ଏହା କହିଛନ୍ତି। ସେ ପୃଥୀରାଜ ହରିଚନ୍ଦନଙ୍କ ନାମ ନେଇ କହିଛନ୍ତି ଯେ, ସମସ୍ତେ ଜାଣନ୍ତି, ଜୀବନରେ ୱାର୍ଡ଼ମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ ନେତା ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି। ତାଙ୍କୁ ଓଡିଶା ଲୋକେ ପ୍ରତ୍ୟାଖାତ କରିବାରେ ଲାଗିଛନ୍ତି।

ତେବେ ଆନ୍ଧ୍ରର ଏହି ଠକେଇ ଘଟଣା ଉପରେ ପୃଥୀରାଜ ରାଜ୍ୟବାସୀଙ୍କୁ ବିବୃତି ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ ରାଜ୍ୟପାଳ ଭାବେ ନେଲେ ଶପଥ, ଯୋଗଦେଲେ ଓଡିଶା ଅତିଥୀ

ରାୟପୁର: ଆଜି ପୂର୍ବାହ୍ନରେ ଛତିଶଗଡ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ରାୟପୁରର ରାଜଭବନରେ ଥିବା ଦରବାର ହଲରେ ତାଙ୍କୁ ଶପଥପାଠ କରାଇଥିଲେ ଛତିଶଗଡ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୂପ ଗୋସ୍ବାମୀ। ଏହି ସମାରୋହରେ ଛତିଶଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବରିଷ୍ଠ ମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଏହି ସମାରୋହରେ ଲେଡି ଗଭର୍ଣ୍ଣର ସୁପ୍ରଭା ହରିଚନ୍ଦନ ଏବଂ ତାଙ୍କର ପୁତ୍ର ପୃଥୀରାଜ ହରିଚନ୍ଦନ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ଓଡିଶାରୁ କେତେକ ନେତା ତଥା ବରିଷ୍ଠ ବ୍ୟକ୍ତି ଏହି ସମାହୋରରେ ଯୋଗଦେବା ପାଇଁ ଯାଇଥିଲେ। ସେମାନେ ହେଲେ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଭ୍ରୁଗ ବକ୍ସିପାତ୍ର ଏବଂ ସାମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ଯୋଗଦେଇଥିଲେ।