ଭୁବନେଶ୍ବର: ପ୍ରୀତି ପ୍ରମାଣିକ ଭୁବନେଶ୍ବରର ଝିଅ Vogue Star Miss India 2023 ରେ ଭାଗ ନେବା ପାଇଁ ମନୋନିତ ହୋଇଛନ୍ତି। ଏ ନେଇ Vogue Stare ତରଫରୁ ପ୍ରୀତି ମନୋନିତ ହୋଇଥିବାର ଏକ ପ୍ରମାଣ ପତ୍ର ପ୍ରଦାନ କରିଛି। ପ୍ରୀତି ହେଉଛନ୍ତି କ୍ୟାରିୟର କାଉନସିଲର ତଥା ଲେଖକ ପ୍ରଦୀପ ପ୍ରମାଣିକଙ୍କ ଝିଅ।
ଏହି ପ୍ରତିଯୋଗୀତାରେ ଯୋଗ ଦେବା ପାଇଁ ପ୍ରୀତି କେତେକ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟତଃ ସେ ଉପସ୍ଥାପନା ଶୈଳୀ ଏବଂ ଦୃଢ ମନୋବଳ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି। ସେହି ଆଧାରରେ ତାଙ୍କୁ ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ମନୋନିତ କରାଯାଇଛି।
ପ୍ରୀତିଙ୍କ ସହିତ ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀଙ୍କୁ ଏହି ସଂସ୍ଥା ମନୋନିତ କରିଛି। ସେମାନଙ୍କୁ ସଂସ୍ଥା ତରଫରୁ ମିସ ଇଣ୍ଡିଆ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରିବ। ସେଥିପାଇଁ ସଂସ୍ଥା ସମସ୍ତ ବ୍ୟବସ୍ଥା କରିବ। ସେହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ପ୍ରୀତି। ଆସନ୍ତା 2023 ରେ ଏହି ପ୍ରତିଯୋଗୀତାର ଆୟୋଜନ କରାଯିବ।