Categories
ଆଜିର ଖବର ଜାତୀୟ ଖବର

ତାମିଲନାଡ଼ୁର କୃଷ୍ଣଗିରି ବାଣ ଫ୍ୟାକ୍ଟ୍ରି ଦୁର୍ଘଟଣାରେ ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି। ସେ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ତାମିଲନାଡ଼ୁର କୃଷ୍ଣଗିରିରେ ଏକ ବାଣ ଫ୍ୟାକ୍ଟ୍ରିରେ ଘଟିଥିବା ଦୁର୍ଘଟଣାରେ ବହୁତ ମୂଲ୍ୟବାନ ଜୀବନ ଯାଇଥିବାରୁ ମର୍ମାହତ। ଏପରି ଅତ୍ୟନ୍ତ କଠିନ ସମୟରେ ପୀଡ଼ିତଙ୍କ ପରିବାର ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି। ଆହତମାନେ ଖୁବଶୀଘ୍ର ଠିକ୍ ହୋଇଯାଆନ୍ତୁ।

ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ବିଧାୟକ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାୟକ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ବିଧାୟକ ବିଷ୍ଣୁପଦ ରାୟଙ୍କ ଅକାଳ ବିୟୋଗରେ ଦୁଃଖିତ। ସେ ଜଣେ ପରିଶ୍ରମୀ ବିଧାୟକ ଥିଲେ, ଯିଏ କି ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ଅନେକ ଉଦ୍ୟମ କରିଥିଲେ। ପଶ୍ଚିମବଙ୍ଗରେ ବିଜେପିକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା। ଓମ୍ ଶାନ୍ତି।’

Categories
ଆଜିର ଖବର ଜାତୀୟ ଖବର

ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ବରିଷ୍ଠ ଆରଏସଏସ ନେତା ମଦନ ଦାସ ଦେବୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟୁଇଟରେ ଶ୍ରୀ ମୋଦୀ କହିଛନ୍ତି ଯେ, ମଦନ ଦାସ ଦେବୀ ନିଜ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ଦିବଗଂତ ନେତାଙ୍କ ସହ ନିଜ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେପକାଇ କହିଛନ୍ତି ଯେ, ତାଙ୍କଠାରୁ ସେ ବହୁତ କିଛି ଶିଖିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ, ‘ଶ୍ରୀ ମଦନ ଦାସ ଦେବୀଙ୍କ ଦେହାନ୍ତରେ ବହୁତ ଦୁଃଖିତ। ସେ ନିଜ ସମଗ୍ର ଜୀବନ ଦେଶସେବାରେ ସମର୍ପିତ କରିଦେଇଛନ୍ତି। ତାଙ୍କ ସହ ମୋର କେବଳ ଘନିଷ୍ଠ ସମ୍ପର୍କ ନ ଥିଲା ବରଂ ସବୁବେଳେ କିଛି ନା କିଛି ଶିଖିବାକୁ ମିଳିଛି। ଏହି ଦୁଃଖଦ ସମୟରେ ଈଶ୍ୱର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’।

Categories
ଆଜିର ଖବର ଜାତୀୟ ଖବର

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଶ୍ରୀ ଓମାନ ଚାଣ୍ଡିଙ୍କ ଦେହାନ୍ତରେ ଆମେ ଜଣେ ନମ୍ର ତଥା ଉତ୍ସର୍ଗୀକୃତ ନେତାଙ୍କୁ ହରାଇଛୁ, ଯେ କି ନିଜ ଜୀବନକୁ ଜନସେବାରେ ଉତ୍ସର୍ଗ କରିଥିଲେ ଏବଂ କେରଳର ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ତାଙ୍କ ସହ ହୋଇଥିବା ବିଭିନ୍ନ କଥାବାର୍ତ୍ତା ମନେ ଅଛି, ବିଶେଷକରି ଯେତେବେଳେ ଆମେ ଦୁହେଁ ନିଜ ନିଜ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲୁ ଏବଂ ପରେ ମୁଁ ଯେତେବେଳେ ଦିଲ୍ଲୀକୁ ଗଲି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ମୋର ସମବେଦନା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ’।

Categories
ଆଜିର ଖବର ଜାତୀୟ ଖବର

ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ସୀତା ଦହଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପତ୍ନୀ ସୀତା ଦହଲଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, “ଶ୍ରୀମତୀ ସୀତା ଦହଲଙ୍କ ବିୟୋଗ ସମ୍ପର୍କରେ ଜାଣି ଅତ୍ୟନ୍ତ ଦୁଃଖିତ। @cmprachandaଙ୍କୁ ଆନ୍ତରିକ ସମବେଦନା ଜଣାଉଛି ଓ ଦିବଂଗତ ଆତ୍ମା ଚିରଶାନ୍ତି ଲାଭ କରୁ ବୋଲି ପ୍ରାର୍ଥନା କରୁଛି। ଓମ ଶାନ୍ତି।”

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରରେ ଟ୍ରାକ୍ଟର ଦୁର୍ଘଟଣାରେ ଜୀବନହାନିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ: ସହାୟତା ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝୁନଝୁନୁଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଜୀବନହାନିକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମଏନଆରଏଫ୍‌) ରୁ  ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି ଯେ, ରାଜସ୍ଥାନର ଝୁନଝୁନୁଠାରେ ଟ୍ରାକ୍ଟର ଦୁର୍ଘଟଣାରେ ଦୁଃଖିତ। ମୃତକଙ୍କ ପରିବାରକୁ ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ପିଏମଏନଆରଏଫରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଓଡିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସେ ଉଭୟ ଇଂରାଜୀ ଏବଂ ଓଡିଆରେ ଏହି ଶୋକ ବାର୍ତ୍ତା ଲେଖି ଟୁଇଟ କରିଛନ୍ତି।

ସେ ଓଡିଆରେ ଲେଖିଥିବା ଟୁଇଟରେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ଦେହାନ୍ତରେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା। ଓଁ ଶାନ୍ତି।

Categories
ଆଜିର ଖବର ଜାତୀୟ ଖବର

କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୨୬ ମୃତ, ପ୍ରଧାନମନ୍ତ୍ରୀଙ୍କ ଶୋକ

କାନପୁର: ଉତ୍ତରପ୍ରଦେଶର କାନପୁରରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏପର୍ଯ୍ୟନ୍ତ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୮ ଜଣ ଆହତ ହୋଇଛନ୍ତି, ସେଥିମଧ୍ୟରୁ ତିନି ଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତଥାପି କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତେ ନବରାତ୍ରୀ ଅବସରରେ ଉନ୍ନାଓର ଚନ୍ଦ୍ରିକା ଦେବୀ ମନ୍ଦିର ଦର୍ଶନ କରିବା ପରେ କୋରଥା ଗ୍ରାମକୁ ଫେରୁଥିଲେ।

ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ଟ୍ରାକ୍ଟରରେ ୫୦ ରୁ ଅଧିକ ଲୋକ ଯାଉଥିଲେ।