Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହେଲେ ନୂଆ କୂଳପତି

ଭୁବନେଶ୍ବର: ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ରବିନ୍ଦ୍ର ପଣ୍ଡା। ଆଜି ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୂଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ପ୍ରଫେସର ପଣ୍ଡା ଏହି ପଦବୀରେ ଚାରି ବର୍ଷ ପାଇଁ ରହିବେ ବୋଲି ନିଯୁକ୍ତି ପତ୍ରରେ ଉଲ୍ଲେଖ କରାଯାଇଛି। ଅଥବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ ବୋଲି କୁହାଯାଇଛି।

ପ୍ରଫେସର ପଣ୍ଡା ବର୍ତ୍ତମାନ ବରୋଦାସ୍ଥିତ ମହାରାଜା ସୟାଜୀରାଓ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଶିକ୍ଷା ପ୍ରଦାନ କ୍ଷେତ୍ରରେ 29 ବର୍ଷର ଅଭିଜ୍ଞତା ରହିଛି। ଏହି ସମୟରେ ସେ 45ଟି ପୁସ୍ତକ ରଚନା କରିବା ସହିତ ତାଙ୍କ ଅଧିନରେ 10 ଜଣ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।