Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନିମାପଡା ବିଜେପି ରାଜନୀତି ସରଗରମ, ପୂର୍ବତନ ମନ୍ତ୍ରୀ ସମୀର ଦାସ ବନାମ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ଭୁବନେଶ୍ବର: ବର୍ତ୍ତମାନ ନିମାପଡା ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଏହି ନିର୍ବାଚନ ମଣ୍ଡଳିରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ପୂର୍ବତନ ମନ୍ତ୍ରୀ ସମୀର ଦାସ। ଉଭୟ ବିଜେପି ଦଳର। ହେଲେ ନିର୍ବାଚନ ପର ଉଭୟଙ୍କ ମଧ୍ୟରେ ଭଲ ନାହିଁ ତାହା ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଭିତରେ ଭତିରେ ଥିଲା ହେଲେ ଏବେ ଫୁଟି ପଦାକୁ ବାହାରିଲାଣି।

କିଛିଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ କାର୍ଯ୍ୟକ୍ରମ କରିଥିଲେ। ଯାହାର ନାମ ଥିଲା ଉତ୍କର୍ଷ ନିମାପଡା। ଏଥିରେ ନିମାପଡାର କଣ କଣ ଉନ୍ନତି ହୋଇଛି ତାହାର ଏକ ଆଲୋଚନା ତଥା ତାଲିକା ଲୋକଙ୍କୁ ଦିଆଯାଇଛି। ଯାହାକୁ ନେଇ ସମୀର ଦାସ ଖପ୍ପା ହୋଇଉଠିଛନ୍ତି। ସେ କହିଛନ୍ତି ବର୍ଷେ ହେଲା ନିମାପଡାରେ ମାଟି ମୁଠାଟିଏ ପଡି ନାହିଁ।

ସମୀର ଆହୁରି କହିଛନ୍ତି ଯେ, ବିଗତ ଦିନରେ ମୁଁ ନିମାପଡାର ଉନ୍ନତି ପାଇଁ ବହୁ ଚେଷ୍ଠା କରିଛି। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ଯାହା ହିସାବ ଦେଉଛନ୍ତି ତାହା ପୂର୍ବ ସରକାରର ଟଙ୍କା। ତାହାକୁ ନେଇ ସମସ୍ତଙ୍କ ଆଗରେ ଉପସ୍ଥାପିତ କରିବା କିଛି ଲାଭ ନାହିଁ। ମୁଁ ବିଜେପିର ଯୋଗଦେବା ପରେ ନିମାପଡାର ବହୁତ କିଛି ଉନ୍ନତି ହେବ ବୋଲି ଆଶା କରିଥିଲି ହେଲେ ତାହା ହେଲା ନାହିଁ ବୋଲି ସମୀର କହିଛନ୍ତି।

ଏହାର ଯବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ନିମାପଡାରେ କଣ କାମ ହୋଇଛି ତାହା ଲୋକେ କହିବେ। ତେବେ ମୋ ଠାରୁ ବହୁତ ଆଶା କରିବା ଭଲ କଥା। ଘରର ବରିଷ୍ଠ ଲୋକ ଏପରି ଆଶା ରଖିବା କିଛି ଖରାପ ନୁହେଁ ବୋଲି ପ୍ରଭାତି କହିଛନ୍ତି।

ତେବେ ସମୀର ଓ ପ୍ରଭାତିଙ୍କ ମଧ୍ୟରେ ଏପରି କଥା କଟାକଟିକୁ ନେଇ ସେଠାକାର ରାଜନୀତି ବେଶ ସରଗରମ ହୋଇଯାଇଛି। ଏପରିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏହାକୁ ନେଇ ଟୁପୁରଟାପର ଆରମ୍ଭ ହୋଇଯାଇଛି। ଉଭୟଙ୍କ ମଧ୍ୟରେ କିପରି ସମନ୍ବୟ ରଖାଯିବ ସେ ନେଇ କୁଆଡେ ଉଚ୍ଚ ସ୍ତରୀୟ ନେତା ଉଦ୍ୟମ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଅତ୍ୟାଧୁନିକ ଡିଜିଟାଲ ହେଲ୍‌ଥ କିଓସ୍କ- ସ୍ବୟମ୍ ହେଲ୍‌ଥ ଏଟିଏମ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ନିମାପଡା: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୁରୀ ଜିଲ୍ଲା ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅତ୍ୟାଧୁନିକ ଡିଜିଟାଲ ହେଲ୍‌ଥ କିଓସ୍କ- ସ୍ବୟମ୍ ହେଲ୍‌ଥ ଏଟିଏମ୍‌ ଉଦ୍‌ଘାଟନ କରିଛନ୍ତି। ଏହି ହେଲ୍‌ଥ ଏଟିଏମ୍‌ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ବରିତ, ଶସ୍ତା ଓ ଉପଯୁକ୍ତ ନିଦାନ ସେବା ପାଇପାରିବେ।

ଏହି ହେଲ୍‌ଥ ଏଟିଏମ୍‌ ରାଜ୍ୟ ପ୍ରାଥମିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି। ଏହି ହେଲ୍‌ଥ ଏଟିଏମ୍‌ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକ ସ୍ବାସ୍ଥ୍ୟସେବା ଜଡିତ ପରୀକ୍ଷା ସହିତ ତ୍ବରିତ ରିପୋର୍ଟ ମିଳିପାରିବ।