Categories
ଆଞ୍ଚଳିକ

ରଣପୁର ବ୍ଲକରେ ପୁଣି ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଳିଲା ଫାଇନାଲ ପେନସନ

ରଣପୁର: ଜନ୍ମ ମୃତ୍ୟୁ ଯେପରି ମୁଦ୍ରାର ଦୁଇଟି ପାର୍ଶ୍ୱ, ଠିକ ସେହିପରି ଚାକିରୀରେ ଯୋଗ ଦେବା ଓ ବିଦାୟ ନେବା ମଧ୍ୟ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ଅର୍ଥାତ ଚାକିରୀରୁ କ୍ଷେତ୍ରରୁ ଦିନେ ସମସ୍ତଙ୍କୁ ଅବସରର ନେବାକୁ ପଡିଥାଏ। ଗତ ଅପ୍ରେଲ ମାସରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ୧୦ ଶିକ୍ଷକ ଶିକ୍ଷୟତ୍ରୀ ଅବସର ନେଇଥିଲା ବେଳେ ପୁଣି ମେ ମାସରେ ୩ ଜଣ ଅବସର ନେଇଛନ୍ତି। ଅପ୍ରେଲ ମାସରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଫାଇନାଲ ପେନସନ ପ୍ରଦାନ କରାଯାଇଥିଲା। ମେ ମାସ ୩୧ ତାରିଖରେ ବିଦାୟ ନେଇଥିବା ୩ ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କୁ ପୁଣି ଫାଇନାଲ ଫାଇନାଲ ପେନସନ ପ୍ରଦାନ କରାଯାଇଛି।

ବେଣ୍ଟ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା, ଏକତାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଜୟନ୍ତୀ ବେହେରା ଓ ଫତେପୁର ବେଗୁନିଆପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସ୍ବର୍ଣ୍ଣପ୍ରଭା ମହାପାତ୍ରଙ୍କୁ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରା ବିଦାୟ ସମ୍ବର୍ଦ୍ଧନା ସହ ଫାଇନାଲ ପେନସନ ପ୍ରଦାନ କରିଛନ୍ତି।

ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନଙ୍କ ସମେତ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଂଯୋଜକ ଜ୍ୟୋତି ରଂଜନ ଦାଶ, ରଣପୁର ବ୍ଲକ ସମନ୍ୱୟ ସମିତି ସଙ୍ଘ ସମ୍ପାଦକ ଜ୍ୟୋତି ରଞ୍ଜନ କର, ମିଡ଼ିଆ ସଂଯୋଜକ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ପେନସନ ପ୍ରଦାନ କରିବାରେ ଧନେଶ୍ୱର ପ୍ରଧାନ, ବିରେନ ଜେନା, କୃଷ୍ଣଚନ୍ଦ୍ର ରାଉତରାୟ, ଜତିନ କୁମାର ସାହୁ, ଗୁଣନିଧି ମିଶ୍ର, କୈଳାଶ ଚନ୍ଦ୍ର ମାଝୀ, ଦେବୀପ୍ରସାଦ ରାଉତରାୟଙ୍କ ସମେତ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନେ ଅବସର ଗ୍ରହଣ କରିବା ଦିନ ଫାଇନାଲ ପେନସନ କାଗଜପତ୍ର ପାଇ ଖୁସିରେ ବ୍ଲକ ଶିକ୍ଷା ଅଧିକାରିଣୀ ଓ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ। ଅବସର ଦିନ ଫାଇନାଲ ପେନସନ ପ୍ରଦାନ କରିବାରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପ୍ରଥମ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଥିଲେ।

Categories
ଆଞ୍ଚଳିକ

ରଣପୁର ବ୍ଲକରେ ୬ ଜଣ ଶିକ୍ଷକଙ୍କୁ ମିଳିଲା ଫାଇନାଲ ପେନସନ

ରଣପୁର: ଜନ୍ମ ମୃତ୍ୟୁ ଯେପରି ମୁଦ୍ରାର ଦୁଇଟି ପାର୍ଶ୍ୱ, ଠିକ ସେହିପରି ଚାକିରୀରେ ଯୋଗ ଦେବା ଓ ବିଦାୟ ନେବା ମଧ୍ୟ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ। ଅର୍ଥାତ ଚାକିରୀରୁ କ୍ଷେତ୍ରରୁ ଦିନେ ସମସ୍ତଙ୍କୁ ଅବସର ନେବାକୁ ପଡିଥାଏ। ଆଜି ନୟାଗଡ ଜିଲ୍ଲା ରଣପୁର ବ୍ଲକର ୧୦ ଶିକ୍ଷକ ଶିକ୍ଷୟତ୍ରୀ ଅବସର ନେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇଥିବା ବେଳେ ୬ ଜଣଙ୍କୁ ଫାଇନାଲ ପେନସନ ପ୍ରଦାନ କରାଯାଇଛି।

ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୁମୁଦିନୀ ସାହୁ ଓ ଗୋପବନ୍ଧୁନଗର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜୟଲକ୍ଷ୍ମୀ ରଥଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇଥିବା ଜଣା ପଡିଛି। ସେହିପରି ବୃନ୍ଦାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ମିଶ୍ର, ଗମ୍ଭାରୀଖୋଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବେଣୁଧର ଜେନା, ଲତାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର କୁମାର ସାମନ୍ତରାୟ, ଆମ୍ବଝର ପ୍ରାଥମିକ ବିଦ୍ୟାଳୟର ପୁର୍ଣଚନ୍ଦ୍ର ନାୟକ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ବିଶ୍ୱାଳ, ଗୋପୀନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିମଳା ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ଫାଇନାଲ ପେନସନ ପ୍ରଦାନ କରାଯାଇଛି। କିଶୋର ଚନ୍ଦ୍ର ହରିଚନ୍ଦନ ଓ ଗୋପାଳ ଚନ୍ଦ୍ର ଜେନାଙ୍କୁ ମଧ୍ୟ ବ୍ଲକ କାର୍ଯ୍ୟାଳୟ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।  ଏଥିରେ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ନିଜେ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଫାଇନାଲ ପେନସନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନଙ୍କ ସମେତ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ସଂଯୋଜକ ଜ୍ୟୋତି ରଂଜନ ଦାଶ, ରଣପୁର ବ୍ଲକ ସମନ୍ୱୟ ସମିତି ସଙ୍ଘ ସଭାପତି ପ୍ରଫୁଲ କୁମାର ବିଶ୍ୱାଳ, ସମ୍ପାଦକ ଜ୍ୟୋତି ରଞ୍ଜନ କର, ଉପଦେଷ୍ଟା ଜଗନ୍ନାଥ ଦାଶ, ମିଡ଼ିଆ ସଂଯୋଜକ ସୁଶୀଲ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ପେନସନ ପ୍ରଦାନ କରିବାରେ ଧନେଶ୍ୱର ପ୍ରଧାନ, ଜତିନ କୁମାର ସାହୁ, ଗୁଣନିଧି ମିଶ୍ର, କୈଳାଶ ଚନ୍ଦ୍ର ମାଝୀଙ୍କ ସମେତ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ।

ବିଦାୟୀ ଶିକ୍ଷକ ଶିକ୍ଷୟତ୍ରୀମାନେ ଅବସର ଗ୍ରହଣ କରିବା ଦିନ ଫାଇନାଲ ପେନସନ କାଗଜପତ୍ର ପାଇ ଖୁସିରେ ବ୍ଲକ ଶିକ୍ଷା ଅଧିକାରିଣୀ ଓ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରିଣୀ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ଅବସର ଜୀବନର କିଛି କିଛି ସମୟ ବିଦ୍ୟାଳୟରେ ଅତିବାହିତ କରିବା ପାଇଁ କହିଥିଲେ।