Categories
ଆଜିର ଖବର ଆଞ୍ଚଳିକ ମନୋରଂଜନ ରାଜ୍ୟ ଖବର

ମିଷ୍ଟର ଆଣ୍ଡ ମିସ୍ ଗଂଜାମ ଫେସନ ସୋ ଅନୁଷ୍ଠିତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଟୁଇକଲ ଫେସନ ଏକାଡ଼େମୀ ତରଫରୁ ବଡ଼ବଜାର ଗୌଡ଼ ସାହି ସ୍ଥିତ ବିନାୟକ ଭବନ ପରିସରରେ ମିଷ୍ଟର ଆଣ୍ଡ ମିସ୍ ଗଂଜାମ ୨୦-୨୧ ସିଜନ-୨ ନାମରେ ଫେସନ ଅଡ଼ିସନ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ମୁଖ୍ୟ ପରିଚାଳିକା ଟୁଇକଲ୍ ଗମାଙ୍ଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିନ ଫେସନ ଅଡ଼ିସନରରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେଡ଼ି ସଂପାଦକ ସୁବାସ ମହାରଣା, ଯୁବ ବିଜେଡ଼ି ସଭାପତି ଅଜିତ ପଣ୍ଡା, ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ, ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ର ସୁନ୍ଦରୀ ରାମେଶ୍ୱରୀ ନନ୍ଦ, କିନ୍ନର ବାବୁଲା ପାଣିଗ୍ରାହୀ, ଖ୍ୟାତାନାମା ନୃତ୍ୟଶିଳ୍ପୀ ଆୟେଶା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଚାରକ ଭାବେ ସ୍ମୃତି ପଣ୍ଡା ଓ କିନ୍ନର ପ୍ରୀତି ଯୋଗଦେଇଥିବାବେଳେ କାହ୍ନୁ ରାଉତ ସଂଯୋଜନା କରିଥିଲେ।

ପ୍ରତିଯୋଗିତାରେ ୩୭ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଫେବୃୟାରୀ ମାସରେ ଏହାର ଫାଇନାଲ୍ ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।