Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଦଣ୍ଡାଦେଶ: ତଦନ୍ତକାରୀ ଅଧିକାରୀଙ୍କୁ ମିଳିଲା ପ୍ରଶଂସା ପତ୍ର

ବାଣପୁର: ଏକ ନାବାଳିକା ଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିବା ସହ ଉତ୍କୃଷ୍ଟ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଅବସରପ୍ରାପ୍ତ ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ଦାସ ଏବଂ କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ତଥା ପୂର୍ବତନ ବାଣପୁର ଥାନା ଏସଆଇ ରାଜକିଶୋର ବେହେରାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ।

ସୂଚନା ମୁତାବକ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଉକ୍ତ ମାମଲାର ତତ୍କାଳୀନ ବାଣପୁର ଥାନା ଏସଆଇ ତଥା ବର୍ତ୍ତମାନ କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ରାଜକିଶୋର ବେହେରା ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଖୋର୍ଦ୍ଧା ଅତିରିକ୍ତ ଏସପି (ବର୍ତ୍ତମାନ ଅବସରପ୍ରାପ୍ତ) ସୁରେଶ କୁମାର ଦାସ ମାମଲାକୁ ପରିଚାଳନା କରୁଥିଲେ।

ତେବେ ଉଭୟ ଅଧିକାରୀଙ୍କ ଉତ୍କୃଷ୍ଟ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଦଳବେହେରାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଜଜ(ପୋକସୋ) ତଥା ଅତିରିକ୍ତ ଦୌରା ଜଜ ପ୍ରଦୀପ କୁମାର ବେହେରା ୨୦ ବର୍ଷ କାରାଗାର ଓ ଦଶ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁବ୍ରତ ପ୍ରିୟଦର୍ଶି ପରିଚାଳନା କରୁଥିଲେ।

ତେବେ ଉକ୍ତ ରାୟ ଦ୍ୱାରା ଓଡିଶା ପୋଲିସର ମନୋବଳ ବଢିଥିବା ବେଳେ ପୋଲିସ ଅଧିକାରୀ ମାନେ ଏହା ଦ୍ୱାରା ପ୍ରେରିତ ହୋଇ ଆଗକୁ ଆହୁରି ଦକ୍ଷତାର ସହ ମାମଲାର ତଦନ୍ତ କରିବେ ବୋଲି ଡିଜିପି ଆଶା କରିଛନ୍ତି। ଏହି ଅବସରରେ ଓଡିଶା ଡିଜିପି ଶ୍ରୀ ଖୁରାନିଆ ଉଭୟ ଅଧିକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଅଧିକାରୀ ନିଜର ଡ୍ୟୁଟି ପ୍ରତି ସମ୍ପର୍ପିତ ହୋଇ କାର୍ଯ୍ୟ କରିଥିବାରୁ ଓଡିଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପତ୍ରରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଏସପି ଏବଂ ବାଣପୁର ଥାନା ଆଇଆଇସିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କଲେ ଓଡିଶା ଡିଜିପି: ଜାଣନ୍ତୁ କାରଣ

ଖୋର୍ଦ୍ଧା: ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ସହ ଉତ୍କୃଷ୍ଟ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ଆଜୀବନ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଏସପି ସାଗରୀକା ନାଥ ଏବଂ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ।

ସୂଚନା ମୁତାବକ ୨୦୧୯ ମସିହାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ଥାନା ଅଞ୍ଚଳର ରାସନ ଦୋକାନୀ ତ୍ରିନାଥ ହୋତାଙ୍କୁ ଅଭିଯୁକ୍ତ ମୁକୁ ସାନ୍ତା ଟାଙ୍ଗିଆରେ ହାଣି ମାରିଦେଇଥିବା ଅଭିଯୋଗ କରିଥିଲେ ମୃତ ତ୍ରିନାଥ ଙ୍କ ପୁତ୍ର ଡମ୍ବୁରୁଧର ହୋତା। ଏ ନେଇ ବୈପାରୀଗୁଡା ଥାନାରେ କେସ ନମ୍ବର ୪୪/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ତତ୍କାଳୀନ ବୈପାରୀଗୁଡା ଥାନା ଓଆଇସି ତଥା ବର୍ତ୍ତମାନ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଜୟପୁର ଏସଡିପିଓ ତଥା ବର୍ତ୍ତମାନ ଖୋର୍ଦ୍ଧା ଏସପି ସାଗରିକା ନାଥ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ।

ତେବେ ଉଭୟ ଅଧିକାରୀଙ୍କ ଉତ୍କୃଷ୍ଟ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ ନିକଟରେ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମୁକୁ ସାନ୍ତାଙ୍କୁ ଜୟପୁର ଅତିରିକ୍ତ ଦୌରା ଜଜ ବିଦ୍ୟାଧର ପୃଷ୍ଟି ଆଜୀବନ କାରାଗାର ଓ ଦୁଇ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି।

ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଧୀର ତ୍ରିପାଠୀ ପରିଚାଳନା କରୁଥିଲେ। ତେବେ ଉକ୍ତ ରାୟ ଦ୍ୱାରା ଓଡିଶା ପୋଲିସର ମନୋବଳ ବଢିଥିବା ବେଳେ ପୋଲିସ ଅଧିକାରୀ ମାନେ ଏହା ଦ୍ୱାରା ପ୍ରେରିତ ହୋଇ ଆଗକୁ ଆହୁରି ଦକ୍ଷତାର ସହ ମାମଲାର ତଦନ୍ତ କରିବେ ବୋଲି ଡିଜିପି ଆଶା କରିଛନ୍ତି।

ଏହି ଅବସରରେ ଓଡିଶା ଡିଜିପି ଶ୍ରୀ ଖୁରାନିଆ ଉଭୟ ଖୋର୍ଦ୍ଧା ଏସପି ସାଗରିକା ନାଥ ଓ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଅଧିକାରୀ ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିଥିବାରୁ ଓଡିଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପତ୍ରରେ ଉଲ୍ଲେଖ କରିଛନ୍ତି।