Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଏସପି ଏବଂ ବାଣପୁର ଥାନା ଆଇଆଇସିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କଲେ ଓଡିଶା ଡିଜିପି: ଜାଣନ୍ତୁ କାରଣ
ଆଜିର ଖବର

ଖୋର୍ଦ୍ଧା ଏସପି ଏବଂ ବାଣପୁର ଥାନା ଆଇଆଇସିଙ୍କୁ ପ୍ରଶଂସା ପତ୍ର ପ୍ରଦାନ କଲେ ଓଡିଶା ଡିଜିପି: ଜାଣନ୍ତୁ କାରଣ

April 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କରିବା ସହ ଉତ୍କୃଷ୍ଟ ତଦନ୍ତ ଓ ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ଲାଗି ଅଭିଯୁକ୍ତଙ୍କୁ ଆଜୀବନ କାରାଗାର ଦଣ୍ଡାଦେଶ ହୋଇଥିବାରୁ ଖୋର୍ଦ୍ଧା ଏସପି ସାଗରୀକା ନାଥ ଏବଂ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିପି ୱାଇ.ବି ଖୁରାନିଆ।

ସୂଚନା ମୁତାବକ ୨୦୧୯ ମସିହାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ଥାନା ଅଞ୍ଚଳର ରାସନ ଦୋକାନୀ ତ୍ରିନାଥ ହୋତାଙ୍କୁ ଅଭିଯୁକ୍ତ ମୁକୁ ସାନ୍ତା ଟାଙ୍ଗିଆରେ ହାଣି ମାରିଦେଇଥିବା ଅଭିଯୋଗ କରିଥିଲେ ମୃତ ତ୍ରିନାଥ ଙ୍କ ପୁତ୍ର ଡମ୍ବୁରୁଧର ହୋତା। ଏ ନେଇ ବୈପାରୀଗୁଡା ଥାନାରେ କେସ ନମ୍ବର ୪୪/୧୯ ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ତତ୍କାଳୀନ ବୈପାରୀଗୁଡା ଥାନା ଓଆଇସି ତଥା ବର୍ତ୍ତମାନ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଏବଂ ତତ୍କାଳୀନ ଜୟପୁର ଏସଡିପିଓ ତଥା ବର୍ତ୍ତମାନ ଖୋର୍ଦ୍ଧା ଏସପି ସାଗରିକା ନାଥ ଉକ୍ତ ମାମଲାକୁ ପରିଚାଳନା କରୁଥିଲେ।

ତେବେ ଉଭୟ ଅଧିକାରୀଙ୍କ ଉତ୍କୃଷ୍ଟ ତଦନ୍ତ, ପରିଚାଳନା ଓ ସାକ୍ଷ୍ୟ ପ୍ରମାଣ ବଳରେ ନିକଟରେ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ମୁକୁ ସାନ୍ତାଙ୍କୁ ଜୟପୁର ଅତିରିକ୍ତ ଦୌରା ଜଜ ବିଦ୍ୟାଧର ପୃଷ୍ଟି ଆଜୀବନ କାରାଗାର ଓ ଦୁଇ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅତିରିକ୍ତ ଦୁଇ ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି।

ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଧୀର ତ୍ରିପାଠୀ ପରିଚାଳନା କରୁଥିଲେ। ତେବେ ଉକ୍ତ ରାୟ ଦ୍ୱାରା ଓଡିଶା ପୋଲିସର ମନୋବଳ ବଢିଥିବା ବେଳେ ପୋଲିସ ଅଧିକାରୀ ମାନେ ଏହା ଦ୍ୱାରା ପ୍ରେରିତ ହୋଇ ଆଗକୁ ଆହୁରି ଦକ୍ଷତାର ସହ ମାମଲାର ତଦନ୍ତ କରିବେ ବୋଲି ଡିଜିପି ଆଶା କରିଛନ୍ତି।

ଏହି ଅବସରରେ ଓଡିଶା ଡିଜିପି ଶ୍ରୀ ଖୁରାନିଆ ଉଭୟ ଖୋର୍ଦ୍ଧା ଏସପି ସାଗରିକା ନାଥ ଓ ବାଣପୁର ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଏବଂ ଉଭୟ ଅଧିକାରୀ ନିଜର କର୍ତ୍ତବ୍ୟ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିଥିବାରୁ ଓଡିଶା ପୋଲିସ ପାଇଁ ପ୍ରେରଣା ପାଲଟିଥିବା ପ୍ରଶଂସା ପତ୍ରରେ ଉଲ୍ଲେଖ କରିଛନ୍ତି।

କୋରାପୁଟ ଜିଲ୍ଲା ଖୋର୍ଦ୍ଧା ଏସପି ବଳିଷ୍ଠ ସାକ୍ଷ୍ୟ ପ୍ରମାଣ ହତ୍ୟା ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଲଘୁ ଉଦ୍ୟୋଗ ପାଇଁ ଋଣ ଗ୍ୟାରେଣ୍ଟି ପାଣ୍ଠି ଜାରି ରଖିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

November 11, 2026

ନୋଇଡ଼ାରୁ ଗ୍ରେଟର ନୋଇଡା ପର୍ଯ୍ୟନ୍ତ ନିର୍ମାଣ ହେବ ଆକ୍ୱା ଲାଇନ୍‍ ମେଟ୍ରୋ କରିଡର

November 11, 2026

ଫସଫେଟ୍ ଏବଂ ପୋଟାସିୟମ୍ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

November 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଆବେଗିକ ଓ ମାନସିକ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ

November 11, 2026
Latest News

ଲଘୁ ଉଦ୍ୟୋଗ ପାଇଁ ଋଣ ଗ୍ୟାରେଣ୍ଟି ପାଣ୍ଠି ଜାରି ରଖିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

November 11, 2026

ନୋଇଡ଼ାରୁ ଗ୍ରେଟର ନୋଇଡା ପର୍ଯ୍ୟନ୍ତ ନିର୍ମାଣ ହେବ ଆକ୍ୱା ଲାଇନ୍‍ ମେଟ୍ରୋ କରିଡର

November 11, 2026

ଫସଫେଟ୍ ଏବଂ ପୋଟାସିୟମ୍ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

November 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଆବେଗିକ ଓ ମାନସିକ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ

November 11, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ନାଁ ଉଲ୍ଲେଖକୁ ନେଇ କ୍ଷୁବ୍ଧ ଆନ୍ନା ହଜାରେ: ଦେଲେ କଡ଼ା ପ୍ରତିକ୍ରିୟା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.