Categories
ଆଜିର ଖବର ରାଜ୍ୟ ଖବର

ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ରାଜ୍ୟବ୍ୟାପୀ ବିପୁଳ ଜନସମର୍ଥନ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସୋମବାର ଷଷ୍ଠ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ବିପୁଳ ସ୍ୱାଗତ କରାଯାଇଛି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି। ଜିଲ୍ଲାର ବୋରିଗୁମ୍ମା ବ୍ଲକ୍‌ ଶଶାହାଣ୍ଡି ପଞ୍ଚାୟତରେ ଆୟୋଜିତ ସଂକଳ୍ପ ଯାତ୍ରାରେ ବହୁ ସଂଖ୍ୟାରେ ହିତାଧିକାରୀ ସାମିଲ ହୋଇଥିଲେ। ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ପାଉଥିବା ନେଇ ନିଜ ପ୍ରତିକ୍ରିୟାରେ କହିଥିଲେ। ଏଥିସହିତ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ନୂଆ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପଞ୍ଜୀକରଣ କରାଯାଇଥିଲା। ସ୍ଥାନୀୟ ଲୋକମାନେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇ ଶପଥ ପାଠ କରିଥିଲେ।

ଅନୁରୂପ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି। ଯାତ୍ରାର ସଚେତନତା ରଥ ଜିଲ୍ଲାର କୋଣଅନୁକୋଣରେ ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛି। ଜିଲ୍ଲାର କୋରୁକୋଣ୍ଡା ବ୍ଲକ୍‌ ପୋଟ୍ରେଲ ଠାରେ ଆୟୋଜିତ ସଂକଳ୍ପ ଯାତ୍ରାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ସଂଗଠନୀକରଣ ଯୋଜନା, ପୋଷଣ ଅଭିଯାନ ଆଦି ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଏକ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା। ସେମାନେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ ଗ୍ରାମପଞ୍ଚାୟତ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ସଚେତନତା ବାହନକୁ ବିପୁଳ ସ୍ୱାଗତ କରାଯାଇଥିଲା। ପଞ୍ଚାୟତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳାମାନଙ୍କୁ ସଚେତନତା ପୁସ୍ତିକା ମଧ୍ୟ ବିତରଣ କରାଯାଇଥିଲା। ସେହିପରି ଊଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ଗ୍ୟାସ୍‌ ବିତରଣ କରାଯାଇଥିଲା। କିଛି ହିତାଧିକାରୀ ଯୋଜନାର ଲାଭ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଥିଲେ।

ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ବାଉରୀପଡ଼ା ଗ୍ରାମରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି। ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କ ପଞ୍ଜୀକରଣ ଏବଂ ସହାୟତା ମଧ୍ୟ ବିତରଣ କରାଯାଇଛି। ଅନ୍ୟପଟେ ଜିଲ୍ଲାର ଜନାର୍ଦ୍ଦନପୁର ଠାରେ ମଧ୍ୟ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଯାଇଛି। ହିତାଧିକାରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସୁଫଳ ସମ୍ପର୍କରେ ପ୍ରତିକ୍ରିୟା ରଖିବା ସହିତ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବହୁସଂଖ୍ୟାରେ ସାଧାରଣ ଲୋକ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇ ବିକଶିତ ଭାରତ ପାଇଁ ଶପଥ ପାଠ କରିଛନ୍ତି। ଏହି ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ ସେମାନଙ୍କୁ ସହାୟତା ମଧ୍ୟ ବିତରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ସୁନିଶ୍ଚିତ କରିବା ଲାଗି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆସନ୍ତା ୨୫ ଜାନୁଆରୀ ୨୦୨୪ରେ ସମାପନ ହେବ।

Categories
ଆଜିର ଖବର ବ୍ୟବସାୟ

କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍‍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ କଲା ଜିଓ

ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ  କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି। ମହାମାରୀ ସମୟରେ ଡିଜିଟାଲ ମାଧ୍ୟମରେ ସଂଯୁକ୍ତ ରହିବା କ୍ଷେତ୍ରରେ ଏହାର ଭୂମିକା ଓ ଗୁରୁତ୍ୱ ମଧ୍ୟ ଏହାର ପ୍ରାଧାନ୍ୟକୁ ଅଧିକ ବୃଦ୍ଧିକରିଛି। ତେବେ ଦୁର୍ଗମ ଅଞ୍ଚଳ ଏବଂ ବିଭିନ୍ନ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଥିବା ଅଞ୍ଚଳଗୁଡିକରେ ଅନେକ ଲୋକ ଏବେ ମଧ୍ୟ ଡିଜିଟାଲ ରୂପାନ୍ତରଣ ଯାତ୍ରାରୁ ଦୂରରେ ରହିଛନ୍ତି।

ଏହି ତାରତମ୍ୟକୁ ଦୂର କରିବା ଏବଂ ଏପର୍ଯ୍ୟନ୍ତ ଅସଂଯୁକ୍ତ ଅବସ୍ଥାରେ ରହିଯାଇଥିବା ଜନପଦଗୁଡିକୁ ଡିଜିଟାଲ ରୂପାନ୍ତରଣର ଲାଭ ପହଞ୍ଚାଇବା ସକାଶେ ଜିଓ ଓଡ଼ିଶାରେ ‘ଅସଂଯୁକ୍ତଙ୍କୁ ସଂଯୁକ୍ତ କରିବା’ ସୁଦୂରପ୍ରସାରୀ ଲକ୍ଷ୍ୟର ଅଂଶସ୍ୱରୂପ ଏହିଭଳି ପ୍ରତିକୂଳ ସ୍ଥିତି ରହିଥିବା ଅନେକ ଦୁର୍ଗମ ଭୌଗୋଳିକ ଅଞ୍ଚଳ ଏବଂ ଗ୍ରାମାଞ୍ଚଳଗୁଡିକୁ ନିଜର ୪ଜି ଡିଜିଟାଲ ଉପସ୍ଥିତି ନିରନ୍ତର ସମ୍ପ୍ରସାରିତ କରିଚାଲିଛି।

ନିକଟରେ ଜିଓ ତାହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହିତ ପାହାଡ ପର୍ବତ ପରିବେଷ୍ଠିତ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ବ୍ଲକ ସଦର ମହକୁମା ଓ ନିକଟବର୍ତ୍ତୀ ଗ୍ରାମଗୁଡିକୁ ସଂଯୁକ୍ତ କରିଛି ଏବଂ ଏହାଦ୍ୱାରା ହଜାର ହଜାର ଅଧିବାସୀଙ୍କ ପାଇଁ ଡିଜିଟାଲ ବିପ୍ଳବର ଶୁଭାରମ୍ଭ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ୪ଜି ଇଣ୍ଟରନେଟ୍‍ ସେବାର ଲାଭ ଅନୁଭବ କରିଛନ୍ତି।

ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ପ୍ରଶାସନିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ନାରାୟଣପାଟଣା ସହର ସମେତ ଜିଓ ୪ଜି ନେଟୱର୍କ ନିକଟବର୍ତ୍ତୀ ଗ୍ରାମ ବିକ୍ରମପୁର, ମୁଣ୍ଡିଗୁରା, ବଚନାପୁଟ, ଅଞ୍ଚଳପୁର ଆଦିର ଅଧିବାସୀଙ୍କୁ ମଧ୍ୟ ଫାଇଦା ପହଞ୍ଚାଉଛି ଏବଂ ଉକ୍ତ ଦୁର୍ଗମ ଅଞ୍ଚଳରେ ଏହା ପ୍ରାୟ ୭୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି। ଜିଓ ଓଡ଼ିଶା ଟିମ୍‍ର ଏହି ତ୍ୱରିତ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ, ବ୍ୟବସାୟୀ ଗୋଷ୍ଠୀ ଏବଂ ଜିଲ୍ଲା ପ୍ରଶାସନ ସମେତ ସବୁ ମହଲରୁ ପ୍ରଶଂସା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ ସଂଯୋଗିକରଣ କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂର କରିବାରେ ଜିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଏହାର ୪ଜି ଡିଜିଟାଲ ଜୀବନରେଖାର ଉପସ୍ଥିତିକୁ ସମଗ୍ର ଦେଶର ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରିତ କରି ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଯାଇଥିବା ନିୟୁତାଧିକ ନାଗରିକଙ୍କୁ ସଶକ୍ତ କରୁଛି। ଏଥିସହିତ ଗୁଗଲ୍‍ ଏବଂ ଜିଓ ପକ୍ଷରୁ ମିଳିତ ଭାବରେ ବିକଶିତ ଅତ୍ୟନ୍ତ ସୁଲଭ ଏବଂ ବୈଶିଷ୍ଟ୍ୟରେ ସମୃଦ୍ଧ ସ୍ମାର୍ଟଫୋନ୍‍ ‘ଜିଓଫୋନ୍‍ ନେକ୍ସଟ’ ହଜାର ହଜାର ବ୍ୟବହାରକାରୀଙ୍କୁ ଆନନ୍ଦ ଆଣିଦେଇଛି, ବିଶେଷକରି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବାସକରୁଥିବା ବୟସ ବର୍ଗ ନିର୍ବିଶେଷରେ ପ୍ରଥମ ଥର ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁଲଭ ମୂଲ୍ୟରେ ହାଇ-ଏଣ୍ଡ ସ୍ମାର୍ଟଫୋନ ବ୍ୟବହାର କରିବା ସ୍ୱପ୍ନ ସାକାର କରିବା ଦିଗରେ ସହାୟତା କରୁଛି। ଏହି ପତଳା ସ୍ମାର୍ଟଫୋନ୍‍ରେ ହାଇ-ଏଣ୍ଡ୍‍ ସ୍ମାର୍ଟଫୋନ୍‍ଗୁଡିକର ସର୍ବାଧୁନିକ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି ଏବଂ ତାହା ସହିତ ଏହା ଗୁଗଲ୍‍ର ସମସ୍ତ ଆପ୍‍ ଏବଂ ଜିଓର ପ୍ରିମିୟମ୍‍ ଆପ୍ଲିକେସନ ସମୂହର ସମ୍ମିଳିତ ଶକ୍ତି  ସହିତ ଆସୁଛି, ଯେଉଁଥିରେ ଉଚ୍ଚ କ୍ଷମତା ସଂପନ୍ନ ପଛ ଓ ସମ୍ମୁଖ ଭାଗ କ୍ୟାମେରା ରହିଛି ଏବଂ ଏହା ଫିଚର୍‍ ଫୋନ୍‍ରୁ ସ୍ମାର୍ଟଫୋନ ଶ୍ରେଣୀକୁ ଉନ୍ନୀତ ହେବାକୁ ଚାହୁଁଥିବା ହଜାର ହଜାର ବ୍ୟବହାରକାରୀଙ୍କ ଚାହିଦା ପୂରଣ କରୁଛି।

Categories
ବିଶେଷ ଖବର ରାଜ୍ୟ ଖବର

ଦେଶବିଦେଶକୁ ଯିବ ‘କୋରାପୁଟ କଫି’ ବିକ୍ରି ପାଇଁ ‘ଟାଟା କଫି’ର ସହମତି

ଭୁବନେଶ୍ୱର: ଆମ କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି।

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରି ସୁଲୋଚନା ଖର ସଫଳ କଫି ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ‘କୋରାପୁଟ କଫି’ର ଚାହିଦା ପୂରଣରେ ତାଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ।”

“କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାର କରୁଥିବା ପ୍ରୟାସରେ ‘ଟାଟା କଫି’ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ। କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।