Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୀପୁ ପାତ୍ର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ୟାସୀ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ହତ୍ୟା ମାମଲାରେ କୋଦଳା ପୋଲିସ ଜେ. ଛଚିନା ଗ୍ରାମର ସଂଗ୍ରାମ ପରିଡା, ଲିଟୁ ନାହକ, ଭ୍ରମର ପାଣ୍ଡି, ସଞ୍ଜୟ ରାଉତ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସନ୍ୟାସୀ ସେଠୀ (ସନିଆ ) କୁ କୋଦଳା ପୋଲିସ ମାଲାକାନଗିରି ରୁ ଗିରଫ କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ ସୁରାଟରେ ଏକ ବେଆଇନ ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏ ନେଇ କୋଦଳା ଥାନାରେ କେସ ନଂ ୪୮୨ /୬.୧୦.୨୩ ୟୁ /ଏସ୍ ୩୬୫ ଆଇପିସି ୩୬୪/୩୦୨/୧୨୦ ବି /୩୪ ଆଇପିସି ରେ କୋର୍ଟ ଚାଲାଣ କରିଛି। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଦିପୁ ଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଥିଲା।

ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା। ଶେଷରେ ସମସ୍ତ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୀପୁ ପାତ୍ର ହତ୍ୟା ମାମଲା: ଜଣେ ନାବାଳକ ସମେତ ୫ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ହତ୍ୟା ମାମଲାରେ କୋଦଳା ପୋଲିସ ଜେ. ଛଚିନା ଗ୍ରାମର ସଂଗ୍ରାମ ପରିଡା, ଲିଟୁ ନାହକ, ଭ୍ରମର ପାଣ୍ଡି, ସଞ୍ଜୟ ରାଉତ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ ସୁରାଟରେ ଏକ ବେଆଇନ ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏ ନେଇ କୋଦଳା ଥାନାରେ କେସ ନଂ ୪୮୨ /୬.୧୦.୨୩ ୟୁ /ଏସ୍ ୩୬୫ ଆଇପିସି ୩୬୪/୩୦୨/୧୨୦ ବି /୩୪ ଆଇପିସି ରେ କୋର୍ଟ ଚାଲାଣ କରିଛି। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁ ଙ୍କ କ୍ଷତାକ୍ତ ମୃତଦେହ।

ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା। ଶେଷରେ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧରାକୋଟରେ ବିଜେଡି ଯୁବ ନେତାଙ୍କୁ ହତ୍ୟା ମାମଲା: ୨ ଗିରଫ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବରିଗୁଡ଼ା ଗ୍ରାମର ଯୁବ ବିଜେଡି ନେତା ଅନିଲଙ୍କୁ ଶୁକ୍ରବାର ଗ୍ରାମ ଉପ କଣ୍ଠରେ ହତ୍ୟା କରା ଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବରି ଗୁଡ଼ା ଗ୍ରାମର ସଞ୍ଜୟ ପୋଲାଇ ଓ ସହଯୋଗୀ ଶ୍ରୀଧର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମାନ୍ୟବର କୋର୍ଟ ଜାମିନ୍ ଖାରଜ କରିବା ସହିତ, ଆସିକା ଉପ କାରାଗାରକୁ ଅପରାଧୀ ମାନଙ୍କୁ ପଠାଇ ଦେଇ ଥିବା ସୂଚନା ମିଳିଛି।

ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥ‌ିବା ନେଇ ତଦନ୍ନ ଜାରି ରହିବା ସହିତ ପୋଲିସ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖୁବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି। ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଏ ଘଟଣାର ତଦନ୍ତ ନିଜେ କରୁଥ‌ିବା ବେଳେ ପୂର୍ବ ଶତ୍ରୁତା ଏବଂ ରାଜନୈତିକ ତିକ୍ତତା ଯୋଗୁଁ ଏହି ହତ୍ୟା କାଣ୍ଡ ଘଟିଥିବା କଥା ସେ କହିଛନ୍ତି। ପ୍ରକାଶ ଥାଉ କି ମୁଦଲା ଙ୍କ ତରଫରୁ ଆଇନଜିବୀ ନାରାୟଣ ମୁନି ମାମଲା ପରିଚାଳନା କରୁଛନ୍ତି।

Categories
ବିଶେଷ ଖବର

ଖାଲିସ୍ତାନ ପାଇଁ ଇନ୍ଦିରା ଗାନ୍ଧୀଙ୍କ ସହ ଲଢ଼ିଥିଲେ ଟ୍ରୁଡୋଙ୍କ ପିତା

ନୂଆଦିଲ୍ଲୀ: ଏହା ୧୯୮୦ ଦଶକର ଏକ କାହାଣୀ। ପଞ୍ଜାବରେ କାନାଡା ପଳାଇ ଆସିଥିବା ଦୁଇ ଜଣ ପୁଲିସ ଅଧିକାରୀଙ୍କ ହତ୍ୟା ମାମଲାରେ ଖଲିସ୍ତାନୀ ତଲବିନ୍ଦର ସିଂହ ପରମାରଙ୍କ ନାମ ସାମ୍ନାକୁ ଆସିଥିଲା। ଜଷ୍ଟିନ ଟ୍ରୁଡୋଙ୍କ ପିତା ଥିଲେ ପିୟର ଟ୍ରୁଡୋ, ଯିଏ କି ସେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଥିଲେ। ତାଲବିନ୍ଦରଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ ପିୟର ଟ୍ରୁଡୋଙ୍କୁ କହିଥିଲେ ଇନ୍ଦିରା ଗାନ୍ଧୀ। ଟ୍ରୁଡୋ ସ୍ପଷ୍ଟ ମନା କରିଦେଇଥିଲେ। ଏହାକୁ ନେଇ ଇନ୍ଦିରା ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାର ୩ ବର୍ଷ ପରେ ୧୯୮୫ ମସିହା ଜୁନ୍ ମାସରେ ଏୟାର ଇଣ୍ଡିଆର କନିଷ୍କ ବିମାନ କାନାଡାର ମଣ୍ଟ୍ରିଆଲରୁ ଉଡ଼ାଣ ଭରିଥିଲା। ଏହା ଲଣ୍ଡନ ଦେଇ ବମ୍ବେ ଯିବାର ଥିଲା। ବାଟରେ ଏହି ବିମାନ ବିସ୍ଫୋରଣ ହୋଇଥିଲା। ୨୭୦ ଜଣ କାନାଡାବାସୀଙ୍କ ସମେତ ସମୁଦାୟ ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ଖାଲିସ୍ତାନୀମାନେ କରିଥିଲେ ଏବଂ ଏହାର ମାଷ୍ଟରମାଇଣ୍ଡ ଥିଲେ ତଲବିନ୍ଦର ସିଂ ପରମାର। ସେହି ତଲବିନ୍ଦର ଯାହାକୁ କାନାଡା ଭାରତକୁ ହସ୍ତାନ୍ତର କରିବାକୁ ମନା କରିଦେଇଥିଲା।

ପଞ୍ଜାବକୁ ଏକ ଅଲଗା ଦେଶ ଭାବରେ ଗଠନ ପାଇଁ ପ୍ରଥମେ ୧୯୨୯ ମସିହାରେ ଦାବି କରାଯାଇଥିଲା। ୧୯୪୭ମସିହାରେ ଏହି ଦାବି ଆନ୍ଦୋଳନରେ ପରିଣତ ହୋଇଥିଲା। ଏହାର ନାମ ପଞ୍ଜାବୀ ସୁବା ଆନ୍ଦୋଳନ ରଖାଯାଇଥିଲା। ୧୯୭୩ ମସିହାରେ ଆନନ୍ଦପୁର ସାହିବ ସଂକଳ୍ପ ମାଧ୍ୟମରେ ଏକ ସ୍ୱୟଂଶାସିତ ଖାଲିସ୍ତାନ ଦାବି କରାଯାଇଥିଲା। ୧୯୮୦ ଦଶକରେ ଖାଲିସ୍ତାନ ପ୍ରତି ଶିଖ୍ ସମର୍ଥନ ବଢ଼ିବାରେ ଲାଗିଲା। ଯେହେତୁ ଶିଖମାନେ କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଆମେରିକାରେ ବସବାସ କରୁଥିଲେ, ତେଣୁ ସେଠାରେ ମଧ୍ୟ ଏହାର ଚମକ ପହଞ୍ଚିଥିଲା।

କାନାଡାରେ ଖାଲିସ୍ତାନୀଙ୍କ ଯାତ୍ରା ୪୧ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା

୨୬ ଜାନୁଆରୀ, ୧୯୮୨ରେ ସୁର୍ଜନ ସିଂ ଗିଲ୍ କାନାଡାର ଭାନକୁଭରରେ ନିର୍ବାସିତ ଖାଲିସ୍ତାନ ସରକାରଙ୍କ କାର୍ଯ୍ୟାଳୟ ଖୋଲିଥିଲେ। ଗିଲ୍ ନୀଳ ଖଲିସ୍ତାନୀ ପାସପୋର୍ଟ ସହିତ ରଙ୍ଗୀନ ମୁଦ୍ରା ମଧ୍ୟ ଜାରି କରିଥିଲେ। ତେବେ ସ୍ଥାନୀୟ ଶିଖ୍‍ମାନଙ୍କ ମଧ୍ୟରେ ତାଙ୍କୁ ସୀମିତ ସମର୍ଥନ ମିଳିଥିଲା।

ସୁରଜନ ସିଂ ଗିଲ ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ଭାରତ ଓ ଇଂଲଣ୍ଡରେ ଅଧ୍ୟୟନ କରିଥିଲେ। ଏହାପରେ ସେ କାନାଡା ଯାଇଥିଲେ। ୧୯୮୦ ଦଶକରେ ବବର ଖାଲସା ଏବଂ ବିଶ୍ୱ ଶିଖ୍‍ ସଙ୍ଗଠନ ଭଳି ଅନ୍ୟକିଛି ଖାଲିସ୍ତାନୀ ସଙ୍ଗଠନ ମଧ୍ୟ ବିଦେଶ ମାଟିରେ ଗଠିତ ହୋଇଥିଲା।

୧୯୮୧ ମସିହା ନଭେମ୍ବର ୧୯ ତାରିଖରେ ପଞ୍ଜାବର ଲୁଧିଆନାରେ ଖାଲିସ୍ତାନୀ ସଙ୍ଗଠନ ବବର ଖାଲସାର କାନାଡା ମୁଖ୍ୟ ତଲବିନ୍ଦର ସିଂ ପରମାର ଦୁଇ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ୧୯୮୨ରେ ଭାରତ ତଲବିନ୍ଦର ସିଂହ ପରମାରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ସେହି ସମୟରେ ତଲବିନ୍ଦର କାନାଡାରେ ରହୁଥିଲେ।

୧୯୮୨ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ପିୟର ଟ୍ରୁଡୋଙ୍କୁ ତଲବିନ୍ଦର ସିଂହଙ୍କୁ ଭାରତକୁ ହସ୍ତାନ୍ତର କରିବାକୁ କହିଥିଲେ। ଟ୍ରୁଡୋ ଭାରତର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ରାଜ୍ୟଗୋଷ୍ଠୀ ଦେଶଗୁଡ଼ିକ ମଧ୍ୟରେ ପ୍ରତ୍ୟର୍ପଣ ପ୍ରୋଟୋକଲ୍ ଲାଗୁ ହେଉନାହିଁ, ତେଣୁ ସେ ତଲବିନ୍ଦରଙ୍କୁ ପ୍ରତ୍ୟର୍ପଣ କରିବେ ନାହିଁ।

କାନାଡାର ବରିଷ୍ଠ ସାମ୍ବାଦିକ ତଥା ଖଲିସ୍ତାନୀ ଆନ୍ଦୋଳନ ଉପରେ ଦୀର୍ଘ ଦିନ ଧରି ସାମ୍ବାଦିକ ଥିବା ଟେରି ମିଲେଭସ୍କି ତାଙ୍କ ପୁସ୍ତକ ‘ବ୍ଲଡ୍ ଫର୍ ବ୍ଲଡ୍: ଫିଫ୍ଟି ଇୟର୍ସ ଅଫ୍ ଦି ଗ୍ଲୋବାଲ୍ ଖାଲିସ୍ତାନ ପ୍ରୋଜେକ୍ଟ’ରେ ଏହି ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି।

୧୯୮୨ ମସିହାରେ ଇନ୍ଦିରା ଗାନ୍ଧୀ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ କାନାଡାର ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ପିୟର ଟ୍ରୁଡୋଙ୍କୁ କଡ଼ା ସମାଲୋଚନା କରିଥିଲେ। କାନାଡାର ଏହି ପ୍ରତିକ୍ରିୟାକୁ ଇନ୍ଦିରା ଗାନ୍ଧୀଙ୍କ ସମେତ ସମସ୍ତ ଭାରତୀୟ ରାଜନେତା ସମାଲୋଚନା କରିଥିଲେ।

ଅନ୍ୟପକ୍ଷରେ ୧୯୮୩ମସିହାରେ ପଞ୍ଜାବରେ ଦୁଇଜଣ ପୁଲିସ ଅଧିକାରୀଙ୍କ ହତ୍ୟା ମାମଲାରେ ଜର୍ମାନୀ ପୁଲିସ ତଲବିନ୍ଦରଙ୍କୁ ଗିରଫ କରିଥିଲା। ତେବେ ପ୍ରାୟ ବର୍ଷକ ମଧ୍ୟରେ ତଲବିନ୍ଦରଙ୍କୁ ମୁକ୍ତ କରି କାନାଡା ଫେରାଇ ଦିଆଯାଇଥିଲା।

ଖାଲିସ୍ତାନୀଙ୍କୁ ଆଶ୍ରୟ ଦେବା ପାଇଁ କାନାଡା ନାଗରିକଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି

ଜୁନ୍ ୧୯୮୪ରେ ଭାରତୀୟ ସେନା ସୁର୍ଣ୍ଣ ମନ୍ଦିରରୁ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଅପରେସନ୍ ବ୍ଲୁଷ୍ଟାର ଆରମ୍ଭ କରିଥିଲା। ଏହାପରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖାଲିସ୍ତାନ ଆନ୍ଦୋଳନକୁ ଜୋରଦାର କରାଯାଇଥିଲା।

୧୯୮୪ ଗ୍ରୀଷ୍ମ ଋତୁରେ କାନାଡାର କାଲଗରୀରେ ଥିବା ଏକ ଗୁରୁଦ୍ୱାରରେ ୨୦ ଜଣ କାନାଡା ଶିଖ୍‍ ଏକାଠି ହୁଅନ୍ତି। ସେପଟେ ବବର ଖାଲସାର ଶୀର୍ଷ ଆତଙ୍କବାଦୀ ତଲବିନ୍ଦର ସିଂ ପରମାର ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି। ଖୁବଶୀଘ୍ର ଏୟାର ଇଣ୍ଡିଆ ବିମାନ ଆକାଶରୁ ଖସିପଡ଼ିବ ବୋଲି ସେ କହିଥିଲେ।

ପରମାରଙ୍କ ଭାଷଣର ଠିକ୍ ବର୍ଷକ ପରେ ୧୯୮୫ ମସିହା ଜୁନ୍ ମାସରେ ଏୟାର ଇଣ୍ଡିଆର ଏକ କନିଷ୍କ ବିମାନ କାନାଡାର ମଣ୍ଟ୍ରିଆଲରୁ ଉଡ଼ାଣ ଭରିଥିଲା। ଏହା ଲଣ୍ଡନ ଦେଇ ବମ୍ବେ ଯିବାର ଥିଲା। ବାଟରେ ଏହି ବିମାନଟି ଆୟର୍ଲାଣ୍ଡ ଉପକୂଳରେ ବିସ୍ଫୋରଣ ହୋଇଥିଲା। ୨୭୦ ଜଣ କାନାଡାବାସୀଙ୍କ ସମେତ ସମୁଦାୟ ୩୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତରୁ ଜଣାପଡିଛି ଯେ ଏହାର ମାଷ୍ଟରମାଇଣ୍ଡ ହେଉଛନ୍ତି ବବର ଖାଲସା ମୁଖ୍ୟ ତଲବିନ୍ଦର ସିଂ ପରମାର। ସେହି ତଲବିନ୍ଦର ଯାହାକୁ କାନାଡା ଭାରତକୁ ହସ୍ତାନ୍ତର କରିବାକୁ ମନା କରିଦେଇଥିଲା।

ଟେରି ମିଲେଭସ୍କି ଏହି ଘଟଣା ଉପରେ ଲେଖିଛନ୍ତି- ଭାରତର ପ୍ରତ୍ୟର୍ପଣ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କାନାଡା କିଛି ଲାଭ କରିନାହିଁ, ବରଂ କେବଳ କ୍ଷତି କରିଛି। ଆତଙ୍କବାଦୀ ତଲବିନ୍ଦର ସିଂହ, ଯାହାକୁ ସେ ପ୍ରତ୍ୟର୍ପଣ କରିବାକୁ ମନା କରିଦେଇଥିଲେ, ୧୯୮୫ରେ ଏୟାର ଇଣ୍ଡିଆର କନିଷ୍କ ବିମାନକୁ ଟାଇମ୍ ବୋମାରେ ଉଡ଼ାଇ ଦେଇଥିଲା। ଏଥିରେ ବିମାନରେ ଥିବା ସମସ୍ତ ୩୨୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ କାନାଡାର ଥିଲେ।

କାନାଡାରେ ତଲବିନ୍ଦରଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିନଥିବାରୁ ପିଏରେ ଟ୍ରୁଡୋଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ତଲବିନ୍ଦରଙ୍କୁ କାନାଡା ପୁଲିସ ଧରିଥିଲା, କିନ୍ତୁ କିଛିଦିନ ମଧ୍ୟରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଏହାପରେ ସେ ପାକିସ୍ତାନ ଯାଇଥିଲେ। ଏହି ନିଷ୍ପତ୍ତି କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ମନୋବଳ ବୃଦ୍ଧି କରିଛି। ସେମାନେ ଅନୁଭବ କଲେ ଯେ ସେମାନଙ୍କ ଉପରେ ଆଉ କେହି ହାତ ରଖିପାରିବେ ନାହିଁ।

ଭାରତରେ ଖାଲିସ୍ତାନୀ ଆନ୍ଦୋଳନ ଥଣ୍ଡା, କାନାଡାରେ ଉଗ୍ର ରୂପ ଧାରଣ କରିଛି

୯୦ ଦଶକବେଳକୁ ଭାରତରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଥଣ୍ଡା ହୋଇଯାଇଥିଲା। ତେବେ କାନାଡାରେ ଖଲିସ୍ତାନ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କାନାଡାର ଟରୋଣ୍ଟୋରେ ପଞ୍ଜାବୀ ଭାଷାରେ ସାଞ୍ଜ ସାଭେରା ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଥିଲା। ଅକ୍ଟୋବର ୨୦୦୨ରେ ଏହି ପତ୍ରିକାର ପ୍ରଥମ ପୃଷ୍ଠାରେ ଏକ ଫଟୋ ପ୍ରକାଶ ପାଇଥିଲା। ଏଥିରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକୁ ଦର୍ଶାଯାଇଥିଲା। ନିମ୍ନରେ ଲେଖାଯାଇଥିଲା-‘ପାପୀଙ୍କୁ ମାରିଥିବା ସହିଦମାନଙ୍କୁ ସଲାମ।’

ଜଣେ ବନ୍ଧୁତ୍ୱପୂର୍ଣ୍ଣ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ମହିମା ନେଇ ଏକ ପତ୍ରିକାକୁ ଚେତାବନୀ ଦେବା ପରିବର୍ତ୍ତେ କାନାଡା ସରକାର ଆଗାମୀ ବର୍ଷଗୁଡ଼ିକରେ ସାଞ୍ଜ ସାଭେରା ପାଇଁ ସରକାରୀ ବିଜ୍ଞାପନ ଦେବା ଆରମ୍ଭ କରିଥିଲେ। ସାଞ୍ଜ ସାବେରା ବିଶ୍ୱ ଶିଖ୍ ସଙ୍ଗଠନ ଅର୍ଥାତ୍ ଡବ୍ଲୁଏସଓ ନାମକ ଏକ ସଙ୍ଗଠନ ସହିତ ସମ୍ପୃକ୍ତ ଥିଲେ। ଡବ୍ଲୁଏସଓ ନିଜକୁ ସମଗ୍ର ବିଶ୍ୱରେ ଶିଖମାନଙ୍କର ନେତା ଭାବରେ ବିବେଚନା କରେ। ଡବ୍ଲୁଏସଓର ମୁଖ୍ୟାଳୟ କାନାଡାରେ ରହିଛି।

ଟେରି ମିଲେଭସ୍କି ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ବିଶ୍ୱ ଶିଖ ସଂଗଠନ ୨୦୦୭ ପର୍ଯ୍ୟନ୍ତ ଏହାର ୱେବ୍‍ସାଇଟରେ ଲେଖିଥିଲା ଯେ ଏହା ଆମେରିକାର ମ୍ୟାଡିସନ୍ ସ୍କୋୟାର ଗାର୍ଡେନରେ ସ୍ଥାପିତ ହୋଇଥିଲା। ଏହି ସମୟରେ ଖାଲିସ୍ତାନୀ ନେତା ଅଜୟ ସିଂହ ବାଗରୀ ତାଙ୍କ ଭାଷଣରେ କହିଥିଲେ- ୫୦ ହଜାର ହିନ୍ଦୁଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।

କନିଷ୍କ ବୋମା ମାମଲାର ଅନ୍ୟତମ ଅଭିଯୁକ୍ତ ଅଜୈବ ସିଂ ବାଗରୀ ମଧ୍ୟ ଥିଲେ, କିନ୍ତୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନଥିଲା। ବାସ୍ତବରେ କାନିଷ୍କ ମାମଲାରେ କାନାଡା ସରକାର ଅବହେଳା କରିଥିଲେ। ୨୦୦୦ ମସିହାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜଣେ ସାକ୍ଷୀଙ୍କୁ ହତ୍ୟା କରାଯାଇଥିବାବେଳେ ଅନ୍ୟ ଜଣେ ସାକ୍ଷୀଙ୍କୁ ସୁରକ୍ଷା ଦେବାକୁ ପଡ଼ିଥିଲା।

ଶେଷରେ ଉଭୟଙ୍କୁ ଛାଡ଼ି ଦିଆଯାଇଥିଲା। କେବଳ ବୋମା ତିଆରି କରିଥିବା ଇନ୍ଦ୍ରଜିତ ସିଂହ ରେୟତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ୨୦୧୧ରେ କୋର୍ଟରେ ମିଛ କହିବା ଅଭିଯୋଗରେ ରେୟତଙ୍କୁ ଆଉ ୯ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।

ଜେଏନୟୁର ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜର ପ୍ରଫେସର ଉମ୍ମୁ ସଲମା ବାୱା କହନ୍ତି ଯେ ୧୯୯୦ରେ ନେତୃତ୍ୱ ଦୌଡ଼ ସମୟରେ ଉଦାରବାଦୀ ଦଳର ନେତାମାନଙ୍କୁ ବିଶ୍ୱ ଶିଖ୍ ସଙ୍ଗଠନ ଏବଂ ଅନ୍ତର୍ଜାତୀୟ ଶିଖ୍ ଯୁବ ମହାସଂଘର ସମର୍ଥନ ମିଳିଥିଲା। ଏଭଳି ପରିସ୍ଥିତିରେ କାନାଡାର ରାଜନେତାମାନେ ଶିଖ୍ ପ୍ରବାସୀଙ୍କ ପାଇଁ ଓକିଲାତି କରିବା ନୂଆ କଥା ନୁହେଁ।

ମନମୋହନ ସିଂହ ଓ ହାର୍ପରଙ୍କ ଅମଳରେ ଭାରତ-କାନାଡା ସମ୍ପର୍କରେ ସୁଧାର ଆସିଥିଲା
୨୦୦୬ରେ କଞ୍ଜରଭେଟିଭ୍ ପାର୍ଟି ନେତା ଷ୍ଟିଫେନ୍ ହାର୍ପର କାନାଡାର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ମନମୋହନ ସିଂହ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଏହି ସମୟରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କରେ ସୁଧାର ଆସିବାରେ ଲାଗିଥିଲା। ତେବେ ୨୦୦୭ ମସିହାରେ ଏକ ଘଟଣା ଘଟିଥିବାରୁ ଏହି ସମ୍ପର୍କ ଅଧିକ ଦିନ ଧରି ରହିପାରିନଥିଲା।

ବୈଶାଖୀ ଦିନ କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ସହରର ଦଶମେଶ ଗୁରୁଦ୍ୱାରରୁ ଏକ ପରେଡ୍ ବାହାରିଥିଲା। ରାଲିରେ କାନାଡା ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାର୍ପରଙ୍କ ପ୍ରତିନିଧି ଏବଂ ବିରୋଧୀ ଦଳର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ରାଲିରେ ବ୍ରିଟିଶ କଲମ୍ବିଆ ସରକାରଙ୍କ ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ସେଦିନ କାନାଡାରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା।

୩୨୯ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ତଲବିନ୍ଦର ସିଂ ପରମାରଙ୍କ ଫଟୋ ଉତ୍ତୋଳନ କରାଯାଉଥିଲା। ପରମାରଙ୍କ ପୁଅ ଏବଂ ଦୁଇ ପ୍ରମୁଖ ଖାଲିସ୍ତାନୀ ନେତା ମଞ୍ଚରେ କାନାଡା ନେତାଙ୍କ ସହ ଠିଆ ହୋଇଥିଲେ। ରାଲି ପରେ ଏ ସମ୍ପର୍କରେ ପଚରାଯିବାରୁ ଖାଲିସ୍ତାନ କିମ୍ବା କନିଷ୍କ ଆକ୍ରମଣ ଉପରେ କେହି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ।

ଟେରି ମିଲେଭସ୍କି ଲେଖିଛନ୍ତି ଯେ, କାନାଡାର ରାଜନୈତିକ ଦଳଗୁଡ଼ିକ ଉପରେ ଖାଲିସ୍ତାନୀ ସଂଗଠନର ପ୍ରଭାବ ସେଦିନଠାରୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା। ଏହା ଏବେ ଆହୁରି ବୃଦ୍ଧି ପାଇଛି। କାନାଡାର ଲିବରାଲ ପାର୍ଟି ହେଉ ଅବା କନଜର୍ଭେଟିଭ୍, କେହି ଖାଲିସ୍ତାନୀ ସଙ୍ଗଠନକୁ ଏଡ଼ାଇ ନାହାନ୍ତି। ଶିଖ୍ ଭୋଟ୍ ବ୍ୟାଙ୍କ ଏହାର ମୁଖ୍ୟ କାରଣ ରହିଛି।

ମିଲେଭସ୍କି ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ବିଶ୍ୱର ସବୁଠାରୁ ବଡ଼ ଶିଖ୍ ନେତା କାନାଡା ସରକାରଙ୍କୁ ଚେତାବନୀ ଦେବାକୁ ଯାଇଥିଲେ। ହେଲେ କାନାଡା ନେତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା।

ଷ୍ଟିଫେନ୍ ହାର୍ପର ୨୦୦୬ରୁ ୨୦୧୫ ପର୍ଯ୍ୟନ୍ତ କାନାଡାର ପ୍ରଧାନମନ୍ତ୍ରୀ ଥିଲେ। ବିକ୍ଷିପ୍ତ ଘଟଣାକୁ ବାଦ୍ ଦେଲେ ଖାଲିସ୍ତାନୀ ପ୍ରସଙ୍ଗ ଦୁଇ ଦେଶର ସମ୍ପର୍କ ଉପରେ ବିଶେଷ ପ୍ରଭାବ ପକାଇନଥିଲା। ଏହି ସମୟ ମଧ୍ୟରେ କାନାଡାରୁ ଭାରତକୁ ୧୯ଟି ଉଚ୍ଚସ୍ତରୀୟ ଗସ୍ତ ହୋଇଥିଲା।

ଏହାପରେ ୨୦୧୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ଗସ୍ତ କରିଥିଲେ। କାନାଡାର ଏକ କମ୍ପାନିଠାରୁ ଭାରତକୁ ୩,୦ ଟନ୍ ୟୁରାନିୟମ ଯୋଗାଣ ପାଇଁ ଦୁଇ ଦେଶ ମହାକାଶ, ରେଳବାଇ, ବେସାମରିକ ବିମାନ ଚଳାଚଳ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି।

୨୦୧୪ରେ ଭ୍ୟାନକୁଭରରେ ପାସପୋର୍ଟ, ଭିସା ଏବଂ ଗୋଷ୍ଠୀ ବ୍ୟାପାର ଉପରେ ପରାମର୍ଶ ଦେଇଥିବା ଅମରଦୀପ ସିଂହ କହିଛନ୍ତି ଯେ ପ୍ରଥମେ ମୋଦି ସରକାର ମଧ୍ୟ ସମନ୍ୱୟ ପ୍ରୟାସ କରିଥିଲେ। ପଶ୍ଚିମ କାନାଡାରେ ମୋ ଅଧୀନରେ ଥିବା ଅତି କମରେ ୪୦୦ ଲୋକଙ୍କୁ କଳା ତାଲିକାରୁ ହଟାଇ ଦିଆଯାଇଛି। ମୁଁ ଅନେକ ମୌଳବାଦୀଙ୍କୁ ଭେଟିଥିଲି ଏବଂ ସେହି ସମୟରେ ଦୂତାବାସ ବାହାରେ କୌଣସି ବିକ୍ଷୋଭ ହୋଇନଥିଲା।

୨୦୧୦ରେ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କାନାଡା ଯାଇଥିଲେ। ଏହି ସମୟରେ ଭାରତ ଓ କାନାଡା ମଧ୍ୟରେ ଏକ ବେସାମରିକ ପରମାଣୁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଦୁଇ ଦେଶର ସମ୍ପର୍କରେ ଏହା ଏକ ବଡ଼ ମାଇଲଖୁଣ୍ଟ ଥିଲା।

ଏହି ସମୟରେ ପ୍ରଧାନମନ୍ତ୍ରୀ ମନମୋହନ ଏକ ଶକ୍ତିଶାଳୀ ଭାଷଣ ଦେଇ ଖାଲିସ୍ତାନ ପ୍ରସଙ୍ଗରେ କାନାଡାକୁ ଘେରିଥିଲେ। ପଞ୍ଜାବରେ ଖାଲିସ୍ତାନ ଆନ୍ଦୋଳନ ଶେଷ ହୋଇଛି, କିନ୍ତୁ ଭାରତ ବାହାରେ ବିଶେଷ କରି କାନାଡାରେ କିଛି ତତ୍ତ୍ୱ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଏହି ନିଆଁକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି। ଅନେକ କ୍ଷେତ୍ରରେ ଏହି ଲୋକମାନଙ୍କର ଆତଙ୍କବାଦୀଙ୍କ ସହ ମେଣ୍ଟ ରହିଛି।

୨୦୧୫ରେ ଆସିଲେ ଜଷ୍ଟିନ ଟ୍ରୁଡୋ, ଖଲିସ୍ତାନ ଯୋଗୁଁ ଖରାପ ହେଲା ସମ୍ପର୍କ

ନଭେମ୍ବର ୨୦୧୫ରେ ଲିବରାଲ ପାର୍ଟି ନେତା ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ହୋଇଥିଲେ। ୩୦ ଜଣିଆ କ୍ୟାବିନେଟରେ ୪ ଜଣ ଶିଖ୍‍ ମନ୍ତ୍ରୀ ଅଛନ୍ତି। ମୋଦିଙ୍କ ତୁଳନାରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଧିକ ଶିଖ୍‍ ଅଛନ୍ତି ବୋଲି ସେ ଦାବି କରିଛନ୍ତି। ତେବେ ଏହି ଶିଖ୍ ମନ୍ତ୍ରୀଙ୍କ ମଧ୍ୟରେ ଖାଲିସ୍ତାନ ସହ ଜଡ଼ିତ ଅନେକ ଲୋକ ଥିଲେ। ଏହି କାରଣରୁ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ପୁଣି ଖରାପ ହେବାକୁ ଲାଗିଲା।

୨୦୧୭ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ହରଜିତ ସିଂହ ସଜ୍ଜନଙ୍କ ବିଚ୍ଛିନ୍ନତାବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଥିଲେ। ସେ ମଧ୍ୟ ସେମାନଙ୍କୁ ଭେଟିବାକୁ ମନା କରିଦେଇଥିଲେ। ଏହାର ବର୍ଷକ ପରେ ୨୦୧୮ରେ ଟ୍ରୁଡୋ ଭାରତ ଗସ୍ତରେ ଆସିଥିଲେ। ବିମାନବନ୍ଦରରେ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଗସ୍ତ ସମୟରେ ଟ୍ରୁଡୋଙ୍କ ଖାଲିସ୍ତାନ ପ୍ରତି ଭଲପାଇବାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଥିଲା।

ଏହି ସମୟରେ ଟ୍ରୁଡୋ ଆଉ ଏକ ଉତ୍ତେଜନାମୂଳକ କାର୍ଯ୍ୟ କରିଥିଲେ। ୧୯୮୬ମସିହାରେ ଜଣେ ଭାରତୀୟ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜସପାଲ ଅଟୱାଲଙ୍କୁ ଟ୍ରୁଡୋଙ୍କ ସହ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ଭାରତ ବିରୋଧ କରିବାରୁ ଏହାକୁ ବାତିଲ କରାଯାଇଥିଲା। ପ୍ରଶ୍ନ ଉଠିବା ପରେ ଜଷ୍ଟିନ ଟ୍ରୁଡୋ ଏହି ନିମନ୍ତ୍ରଣର ଦାୟିତ୍ୱ କାନାଡାର ସଂସଦ ଉପରେ ପକାଇଥିଲେ।

କାନାଡାରେ ଖାଲିସ୍ତାନୀଙ୍କ ଆଧିପତ୍ୟର ଆଉ ଏକ କାହାଣୀ ରହିଛି। ଡିସେମ୍ବର ୨୦୧୮ରେ କାନାଡା ସରକାର ପ୍ରଥମେ ଆତଙ୍କବାଦୀ ଆକ୍ରମଣର ବିପଦ ସମ୍ପର୍କିତ ବାର୍ଷିକ ରିପୋର୍ଟରେ ଖାଲିସ୍ତାନ ଆତଙ୍କବାଦ ବିଷୟରେ ଉଲ୍ଲେଖ କରିଥିଲେ। ଏହି ରିପୋର୍ଟ ଆସିବାମାତ୍ରେ ପିଏମ ଟ୍ରୁଡୋ ଏବଂ ତାଙ୍କ ଲିବରାଲ ପାର୍ଟିକୁ ଧମକ ମିଳିଥିଲା ଯେ ସେମାନେ ଭାନକୁଭରରେ ବାର୍ଷିକ ବୈଶାଖୀ ରାଲିରେ ଯୋଗ ଦେଇପାରିବେ ନାହିଁ।

ବର୍ଷକ ପରେ ଏହି ରିପୋର୍ଟରୁ ଖାଲିସ୍ତାନ ଓ ଶିଖ୍ ଆତଙ୍କବାଦ ପ୍ରସଙ୍ଗକୁ ହଟାଇ ନୂତନଭାବେ ଉପସ୍ଥାପିତ କରାଯାଇଥିଲା, ଏହାପରେ ଟ୍ରୁଡୋ ଏହି ବୈଶାଖୀ ରାଲିରେ ଯୋଗ ଦେଇଥିଲେ। ଏହି ନିଷ୍ପତ୍ତିକୁ ସେତେବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଅମରିନ୍ଦର ସିଂହ ସମାଲୋଚନା କରିଥିଲେ। ୨୦୧୮ରେ ଟ୍ରୁଡୋଙ୍କ ଗସ୍ତ ସମୟରେ ଭାରତରେ ୱାଣ୍ଟେଡ୍ ଥିବା ହରଦୀପ ସିଂ ନିଜାରଙ୍କ ସମେତ ଅନେକ ଆତଙ୍କବାଦୀଙ୍କ ତାଲିକା ମଧ୍ୟ ସେ ତାଙ୍କୁ ଦେଇଥିଲେ।

୧୮ ସେପ୍ଟେମ୍ବର, ୨୦୨୨ରେ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ ଏଫ୍ ଜେ)ର ଖଲିସ୍ତାନ ସମର୍ଥକ ଗୋଷ୍ଠୀ କାନାଡାର ଅଣ୍ଟାରିଓର ବ୍ରାମ୍ପଟନ୍ ଠାରେ ‘ଖଲିସ୍ତାନ ଜନମତ’ ଆୟୋଜନ କରିଥିଲେ। କାନାଡାର ଅଧିକାରୀମାନେ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି କହିଛନ୍ତି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ବନ୍ଧୁ ରାଷ୍ଟ୍ରରେ ଉଗ୍ରବାଦୀ ଗୋଷ୍ଠୀମାନେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଘଟଣା ଘଟାଇପାରନ୍ତି ବୋଲି ଭାରତ ସରକାରଙ୍କ ଆପତ୍ତି ରହିଛି। ଏ ନେଇ ଭାରତ ସରକାର କାନାଡା ସରକାରଙ୍କ ସହ ଆଲୋଚନା କରିବେ।

୨୦୨୦ରେ କୃଷକ ଆନ୍ଦୋଳନ ସମୟରେ ଟ୍ରୁଡୋ ଖଲିସ୍ତାନୀଙ୍କୁ ଉତ୍ତେଜିତ କରିଥିବା ଭାରତ ଅଭିଯୋଗ କରିଥିଲା । ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଜାରି ହୋଇଥିବା ଏକ ଅନଲାଇନ୍ ବାର୍ତ୍ତାରେ ଟ୍ରୁଡୋ କହିଥିଲେ ଯେ ଯଦି ସେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ଧ୍ୟାନ ନ ଦିଅନ୍ତି, ତେବେ ଏହା ତାଙ୍କର ଅବହେଳା ହେବ।

ଟ୍ରୁଡୋଙ୍କ ଏହି ବୟାନକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ତୀବ୍ର ବିରୋଧ କରିଥିଲା। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ଅନାବଶ୍ୟକ ଏବଂ ଏକ ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ସମାନ।

ଜୁନ୍ ୪ ତାରିଖରେ ଓଣ୍ଟାରିଓର ବ୍ରାମ୍ପଟନ୍ ଠାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଆୟୋଜିତ ଏକ ପରେଡ୍ ରେ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ହତ୍ୟାକାରୀଙ୍କ ଏକ ଟ୍ୟାବ୍ଲୋ ବାହାର କରାଯାଇଥିଲା। ଏହା ଉପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ଯେ କାନାଡା ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେଉଛି, ଯାହା କି ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଭଲ ନୁହେଁ।

ଏହା ସ୍ପଷ୍ଟ ଯେ କାନାଡାରେ ଖଲିସ୍ତାନୀମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି କାରଣ ସେମାନେ ଭୋଟ୍ ବ୍ୟାଙ୍କ ରାଜନୀତିର ଏକ ଅଂଶ ଅଟନ୍ତି। ଜୟଶଙ୍କରଙ୍କ ଚେତାବନୀର ୧୦ ଦିନ ପରେ ନିଜରଙ୍କୁ ବ୍ରିଟିଶ କଲମ୍ବିଆର ଏକ ଶିଖ୍ ଗୁରୁଦ୍ୱାରରେ ଗୁଳି କରି ହତ୍ୟା କରାଯାଇଥିଲା। ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମ୍ମୁଖରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ଦ୍ୱାରା ଚାଲିଥିବା ଭାରତ ବିରୋଧୀ କାର୍ଯ୍ୟକଳାପକୁ ନେଇ ଗମ୍ଭୀର ଉଦବେଗ ପ୍ରକାଶ କରିଥିଲେ।

ନିଜ୍ଜର ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ସେପ୍ଟେମ୍ବର ୧୮ ରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହାଉସ୍ ଅଫ୍ କମନ୍ସକୁ କହିଥିଲେ ଯେ ଏହି ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ଏଜେଣ୍ଟଙ୍କ ସମ୍ପୃକ୍ତି ବିଷୟରେ ଆମ ପାଖରେ ବିଶ୍ୱସନୀୟ ସୂଚନା ରହିଛି।

ପରେ କାନାଡା ବୈଦେଶିକ ମନ୍ତ୍ରୀ ମେଲିନା ଜୋଲି ଅଧିକ ସତର୍କ ଭାଷା ବ୍ୟବହାର କରି କହିଥିଲେ ଯେ ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ଏହା ଗ୍ରହଣୀୟ ହେବ ନାହିଁ। ମେଲାନି ଜୋଲି ଭାରତର ଶୀର୍ଷ କୂଟନୀତିଜ୍ଞ ପୱନ କୁମାର ରାୟଙ୍କୁ ଦେଶରୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି।

ସେହିପରି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ କାନାଡା ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ଆମେ ଦୃଢ଼ଭାବେ ପ୍ରତ୍ୟାଖ୍ୟାନ କରୁଛୁ। କାନାଡାରେ ଯେକୌଣସି ହିଂସାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଅଯଥା ଓ ଉଦ୍ଦେଶ୍ୟମୂଳକ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଲିସ ଇନ୍ସପେକ୍ଟରଙ୍କୁ ହତ୍ୟା ମାମଲା: ପୂର୍ବତନ ବିଧାୟକଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ୧୯୯୮ରେ ଗଂଜାମ ଜିଲ୍ଲା ଛତ୍ରପୁରରେ ପୁଲିସ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେର ହତ୍ୟା ଘଟଣାରେ ଚୁଡାନ୍ତ ରାୟ ପ୍ରକାଶ ପାଇଛି। ପୂର୍ବତନ ବିଧାୟକ ଏନ ନାରାୟଣ ରେଡିଙ୍କ ସହ ୧୩ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ ରାଜ କୁମାର ଦାସ।

କୋର୍ଟରୁ କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲକୁ ପଠାଇଦିଆଯାଇଛି। ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି ନିରଞ୍ଜନ ପାଢ଼ୀ ଏହି ସୂଚନା ଦେଇଛନ୍ତି। ଦୋଷୀଙ୍କ ଭିତରେ ଜଣେ ପଖ୍ୟାଘାତ ରୋଗୀ ଅଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅୱଧେଶ ରାୟ ହତ୍ୟା ମାମଲା: ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡ, ଏକ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଅୱଧେଶ ରାୟ ହତ୍ୟା ମାମଲାରେ ବାରାଣାସୀ ସାଂସଦ ବିଧାୟକ କୋର୍ଟ ଦ୍ୱାରା ମାଫିଆ ମୁଖତାର୍ ଅନସାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ କୋର୍ଟ ତାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି। ୩ ଅଗଷ୍ଟ ୧୯୯୧ ରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଅଜୟ ରାୟଙ୍କ ଭାଇ ଅୱଧେଶ ରାୟଙ୍କୁ ବାରାଣାସୀର ଅଜୟ ରାୟଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଯେତେବେଳେ ସେ ଏହି ଅପରାଧ କରିଥିଲେ ସେତେବେଳେ ମୁଖଠାଆର୍ ଅନସାରୀ ବିଧାୟକ ନଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

୩୨ ବର୍ଷ ପରେ ଆସିଲା ରାୟ: ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖତାର୍ ଅନସାରୀ

ନୂଆଦିଲ୍ଲୀ: ବାରାଣାସୀର ସାଂସଦ-ବିଧାୟକ କୋର୍ଟ ମୁଖତାର୍ ଅନସାରୀ ସହ ଜଡିତ ୩୨ ବର୍ଷ ପୁରୁଣା ମାମଲାରେ ଆଜି ଏହାର ରାୟ ଦେଇଛନ୍ତି। ଆଜି ବାରାଣସୀ କୋର୍ଟ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅୱଧେଶ ରାୟ ହତ୍ୟା ମାମଲାରେ କୋର୍ଟ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ମୁଖତାର୍ ଅନସାରୀଙ୍କୁ ଦଣ୍ଡିତ କରାଯିବ। ଏହି ମାମଲାରେ ମୁଖତାର୍ ଅନସାରୀଙ୍କ ସମେତ ୫ ଜଣ ଅଭିଯୁକ୍ତ ଅଟନ୍ତି। ବାସ୍ତବରେ ଅୱଧେଶ ରାୟ କଂଗ୍ରେସ ନେତା ଅଜୟ ରାୟଙ୍କ ଭାଇ। ଅଦାଲତର ନିଷ୍ପତ୍ତି ଆସିବା ପୂର୍ବରୁ ଅଜୟ ରାୟ କହିଛନ୍ତି ଯେ, ତାଙ୍କର ୩୨ ବର୍ଷର ଅପେକ୍ଷା ଆଜି ଶେଷ ହେବ ଏବଂ ସେ ନ୍ୟାୟ ପାଇବେ ବୋଲି ସେ ଆଶା କରୁଛନ୍ତି। ଏହି ସମୟରେ, ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସମଗ୍ର କୋର୍ଟ କମ୍ପ୍ଲେକ୍ସକୁ ପ୍ରଶାସନ ଏକ କ୍ୟାଣ୍ଟନମେଣ୍ଟରେ ପରିଣତ କରିଛି।

ଅଗଷ୍ଟ ୩ ତାରିଖ ୧୯୯୧ରେ ଅୱଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା। ଅୱଧେଶ ରାୟ ତାଙ୍କ ସାନଭାଇ ତଥା ବର୍ତ୍ତମାନର କଂଗ୍ରେସ ନେତା ଅଜୟ ରାୟଙ୍କ ଘର ବାହାରେ ଠିଆ ହୋଇଥିଲେ। ସେହି ସମୟରେ ସେଠାରେ ଏକ ମାରୁତି ଭ୍ୟାନ୍ ଆସିଥିଲା ଏବଂ ବହୁ ଲୋକ ସେହି ଭ୍ୟାନରୁ ବାହାରି ଆସିଥିଲେ। ସେହି ଲୋକମାନେ ଅୱଧେଶ ରାୟଙ୍କ ଉପରକୁ ଗୁଳି ଚଳାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା ମାମଲା: ଅଭିଯୋଗର ୪ ଦିନ ମଧ୍ୟରେ ୪ ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡା ଗ୍ରାମ ପଞ୍ଚାୟତ ଗେରେଙ୍ଗାକିଆ ଗ୍ରାମରେ ଗତ ମାର୍ଚ୍ଚ ମାସରେ ପୁର୍ବ ଶତୃତାରୁ ପାଉଲ୍ ପ୍ରଧାନ ନାମକ ଜଣେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମର ଚାରି ଭାଇ ହତ୍ୟା କରିଥିଲେ। ଗାଁ ସ୍କୁଲ ନିକଟସ୍ଥ ଏକ ପୋଲ ତଳୁ ଗ୍ରାମବାସୀ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏବଂ ପରିବାର ଲୋକଙ୍କ ସହଯୋଗରେ ଗ୍ରାମ ଶ୍ମଶାନରେ ସମାଧି ଦେଇଥିଲେ। କିନ୍ତୁ ପାଉଲଙ୍କ ମୃତ ଏକ ସୁପରିକଳ୍ପିତ ହତ୍ୟା ବୋଲି ତାଙ୍କ ସ୍ତ୍ରୀ ସନ୍ଦେହ କରୁଥିଲେ।

ସ୍ତ୍ରୀ ଶ୍ରୀକଲା ଏହି ବିଷୟରେ କେରଳରେ ରହୁଥିବା ପୁଅକୁ ସବୁ କଥା କହିବା ପରେ ପୁଅ ଗାଁ କୁ ଆସି ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ସମାଧାନ ନହେବାରୁ ଏହି ମାସ ୨୨ ତାରିଖରେ ପୁଅ ସଞ୍ଜିରାମ ପ୍ରଧାନ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୧୩୪/୨୦୨୩ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ, ଗତ ମାର୍ଚ୍ଚ ୧୪ ତାରି ରେ ଗାଁ ରେ କେଢୁ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଉକ୍ତ ଯାତ୍ରା ପୋଢ ବଳି ଦିଆଯାଇଛି।

ଏହି ଅବସରରେ ଅଭିଯୁକ୍ତ ୪ ଭାଇ ପୁର୍ଣ୍ଣ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନ ପ୍ରମୁଖ ପୋଢ ମାଂସ ଖାଇବାକୁ ଡାକି ଆଣି ଗାଁ ସ୍କୁଲ ନିକଟରେ ନିର୍ଦ୍ଧୁମ ମାଡ଼ ମାରି ପୋଲ ତଳେ ପକାଇ ଦେଇଥିଲେ। ପରେ ଗାଁ ଲୋକେ ଦେଖି ଶବକୁ ଉଦ୍ଧାର କରିଥିଲେ। ଶୁଣିବାକୁ ମିଳୁଛି ଧର୍ମାନ୍ତରୀକରଣ, ପୁର୍ବ ଶତ୍ରୁତା ଓ ଜମିବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଅତିକ୍ ଅହମ୍ମଦ ହତ୍ୟା ମାମଲାରେ ପୋଲିସ୍ ଉପରେ କାର୍ଯ୍ୟାନୁଷ୍ଠାନ, ୫ ନିଲମ୍ବିତ

ପ୍ରୟାଗରାଜ (ୟୁପି): ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ମାମଲାରେ ପୋଲିସ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ତ୍ତବ୍ୟ ଅବହେଳା ପାଇଁ ଅତିକର ସୁରକ୍ଷା ସହ ଜଡିତ ୫ ଜଣ ପୋଲିସଙ୍କୁ ନିଲମ୍ବିତ କରାଯାଇଛି। ଏଥିରେ ଶାହଗଞ୍ଜ ଏସଓ ଇନ୍ସପେକ୍ଟର ଅଶ୍ୱନୀ କୁମାର ସିଂଙ୍କ ସମେତ ଦୁଇ ଇନ୍ସପେକ୍ଟର ଏବଂ ଦୁଇ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

ମଙ୍ଗଳବାର ଦିନ ଏସଓ ସମେତ ସମସ୍ତ ପୋଲିସ କର୍ମୀଙ୍କୁ ଏସଆଇଟି ଜେରା କରିଥିଲା। ଯାହା ପରେ ଏସଆଇଟି ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏପ୍ରିଲ ୧୫ ତାରିଖରେ ୩ ଆକ୍ରମଣକାରୀ ଶାହଗଞ୍ଜ ପୋଲିସ ଷ୍ଟେସନ ପାଖରେ ଥିବା ଅତିକ୍ ଏବଂ ଅଶ୍ରଫଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ଅତିକ୍ ଅହମ୍ମଦଙ୍କ ହତ୍ୟା ମାମଲା: ପାକିସ୍ତାନୀ ଗଣମାଧ୍ୟମର ଆସିଲା ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କ ହତ୍ୟା ପରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ଏହି ହତ୍ୟାକାଣ୍ଡ ପରେ ୟୁପି ସରକାର ଉପରେ ବିରୋଧୀ ଆକ୍ରମଣ କରୁଥିବା ବେଳେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନ୍, ଏକ୍ସପ୍ରେସ ଟ୍ରିବ୍ୟୁନ୍ ଏବଂ ବିବିସି ପରି ବିଦେଶୀ ଗଣମାଧ୍ୟମ ଅଟିକ୍ ଙ୍କ ହତ୍ୟା ଖବର ପ୍ରକାଶ କରିଛି। ଡନ୍ ପୂର୍ବତନ ସାଂସଦଙ୍କୁ ଏହାର ହେଡଲାଇନରେ ଏବଂ ହତ୍ୟା ବିଷୟରେ ଲାଇଭ ଟିଭିରେ ଉଲ୍ଲେଖ କରିଛି। ଅନ୍ୟପକ୍ଷରେ ପାକିସ୍ତାନୀ ନ୍ୟୁଜ୍ ଆଉଟଲେଟ୍ ଦି ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଏକ ପାଦ ଆଗକୁ ଯାଇ ଅଟିକ୍ ଙ୍କ ହତ୍ୟାକୁ ଏକ ମୁସଲମାନର ହତ୍ୟା ବୋଲି ଘୋଷଣା କରିବାକୁ ଚେଷ୍ଟା କରିଛି।

ଅନ୍ୟପକ୍ଷରେ ବିବିସି ଅତିକଙ୍କୁ ମାଫିଆ ବୋଲି କହିଥିବା ବେଳେ ରାଇଟର୍ସ ତାଙ୍କୁ ପୂର୍ବତନ ସାଂସଦ ଭାବରେ ସମ୍ବୋଧିତ କରିଛି। ଅଲ ଜଜିରା ଏହାର ରିପୋର୍ଟରେ ଲେଖିଛି ଯେ, ‘ଅଭିଯୁକ୍ତମାନେ ସାମ୍ବାଦିକ ହୋଇ ଯାଇଥିଲେ। ହତ୍ୟା ପରେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇଥିଲେ, ଯାହା ମୁସଲମାନମାନଙ୍କ ବିରୁଦ୍ଧରେ ଅଭିଯାନରେ ହିନ୍ଦୁ ଜାତୀୟତାବାଦୀଙ୍କ ଏକ ଯୁଦ୍ଧ ଘୋଷଣା ପାଲଟିଛି। ଉଭୟ ମୃତକ ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ।

Categories
ଆଜିର ଖବର

‘ସୁପ୍ରିମକୋର୍ଟଙ୍କୁ ସଜ୍ଞାନ ନେବା ଉଚିତ୍’: ଅତିକ ଅହମ୍ମଦ ହତ୍ୟା ମାମଲାରେ କମଲନାଥଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ନେତାଙ୍କ ବିବୃତ୍ତି ମଧ୍ୟ ତୀକ୍ଷ୍ଣ ହୋଇଛି। ରବିବାର ଦିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହ ରାଣୀ କମଲାପତିଙ୍କ ଉପରେ ବିରୋଧୀ ଦଳର ନେତା ଡକ୍ଟର ଗୋବିନ୍ଦ ସିଂ ଦେଇଥିବା ବିବୃତ୍ତିକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିରୋଧ କରିଛନ୍ତି।

ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କ ହତ୍ୟା ଘଟଣାରେ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ଏକ ହତ୍ୟାକାଣ୍ଡରେ ପରିଣତ ହୋଇଛି ବୋଲି ପିସିସି ମୁଖ୍ୟ କମଲ ନାଥ କହିଛନ୍ତି। ଆଜି କାହାକୁ ହତ୍ୟା କାରାଯାଉଛି ତ ପରଦିନ ଅନ୍ୟ କାହାକୁ ହତ୍ୟା କରାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶ ଏବଂ ଆମ ଦେଶ କେଉଁ ଆଡ଼କୁ ଯାଉଛି, ସମଗ୍ର ସମାଜ ପାଇଁ ଏହା ଚିନ୍ତା କରିବା କଥା।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜଧାନୀ ଭୋପାଳରେ କହିଛନ୍ତି ଯେ ଏହା ଏକ ହତ୍ୟାକାଣ୍ଡ, ଏହା ଉତ୍ତରପ୍ରଦେଶ ଏବଂ ଆମ ଦେଶରେ କ’ଣ ସୂଚାଉଛି? ସେ କହିଛନ୍ତି ଯେ ଦିନେ କାହାକୁ ହତ୍ୟା କରାଯାଏ ଏବଂ ପରଦିନ ଅନ୍ୟ କାହାକୁ ହତ୍ୟା କରାଯାଏ। ଉତ୍ତରପ୍ରଦେଶ ଏବଂ ଆମ ଦେଶକୁ ଟାଣି ନିଆଯାଉଛି ବୋଲି ସମଗ୍ର ସମାଜ ଭାବିବା ଏକ ବିଷୟ।

ସେ କହିଛନ୍ତି ଯେ, ଏହି ଘଟଣା ଦେଶର ସବୁଠାରୁ ବଡ ରାଜ୍ୟରେ ଘଟିଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପିସିସି ମୁଖ୍ୟ କମଲ ନାଥ କହିଛନ୍ତି ଯେ, ସୁପ୍ରିମକୋର୍ଟ ନିଜେ ଏହି ଘଟଣାକୁ ସଜ୍ଞାନକୁ ନେବା ସହ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ।

ସେ କହିଛନ୍ତି, ‘ଯେଉଁମାନେ କେବଳ ଗୋଟିଏ ପରିବାରର ନାମ ଜପ କରନ୍ତି, ଅନ୍ତତ our ପକ୍ଷେ ଆମ ଆଦିବାସୀ ଭାଇ ଓ ଭଉଣୀ ଏବଂ ମହିଳା ରାଣୀ କମଲାପାଟୀଙ୍କ ଗର୍ବକୁ ଅପମାନ କରନ୍ତି ନାହିଁ’।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୂର୍ବତନ ସାଂସଦଙ୍କ ହତ୍ୟା ମାମଲା: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଦାଦାଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଦାଦା ୱାଇ.ଏସ୍ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି। ବିବେକାନନ୍ଦ ରେଡ୍ଡୀ ଆନ୍ଧ୍ରପ୍ରଦେଶର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ରାଜଶେଖର ରେଡ୍ଡୀଙ୍କ ଭାଇ ତଥା ଆନ୍ଧ୍ରପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀଙ୍କ ଦାଦା ଥିଲେ।

ରାଜ୍ୟ ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ୨୦୧୯ ରାତିରେ ପୁଲିବେନ୍ଦୁଲାସ୍ଥିତ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲା ପ୍ରଥମେ ରାଜ୍ୟ ଅପରାଧ ଅନୁସନ୍ଧାନ ବିଭାଗର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା ଯାଞ୍ଚ କରାଯାଇଥିଲା, କିନ୍ତୁ ଜୁଲାଇ ୨୦୨୦ରେ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ସିବିଆଇ ଚାର୍ଜସିଟ୍ ଅନୁଯାୟୀ ବିବେକାନନ୍ଦ ରେଡ୍ଡୀ ନିଜେ କିମ୍ବା ୱାଇ.ଏସ ଶର୍ମିଲା (ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ) କିମ୍ବା ୱାଇ.ଏସ ବିଜୟମ୍ମାଙ୍କ ପାଇଁ ସଂସଦ ନିର୍ବାଚନ ଟିକେଟ ମାଗୁଥିଲେ।

Categories
ବିଶେଷ ଖବର

ନବ ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

ଭୁବନେଶ୍ଵର: ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଉପରେ ବର୍ଷିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ। ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି ନେତାମାନଙ୍କ ସଂପୃକ୍ତି ଥିବାର ପ୍ରମାଣ ମିଳିଛି। ପଦ୍ମପୁର ଉପନିର୍ବାଚନ ବେଳେ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେଉଥିବା ଉଭୟ ବିଜେପି ନେତା ନିଜକୁ ବଞ୍ଚାଇବା ଲାଗି ମନଗଢ଼ା କାହାଣୀ ଗପୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଗଣମାଧ୍ୟମରେ ବିବୃତି ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ସମସ୍ତେ ଜାଣନ୍ତି ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ। ଜଘନ୍ୟ ହତ୍ୟା ସମେତ ମୋଟ ୧୬ଟି ସଂଗିନ ମାମଲାରେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ରହିଛି। ଏକ ହତ୍ୟା ମାମଲାରେ ଗିରଫ ହୋଇ ସେ ଦୀର୍ଘଦିନ ଧରି ଜେଲ୍ ରେ ରହିବା ପରେ ସ୍ୱାସ୍ଥ୍ୟ ଖରାପର ଆଳ ଦେଖାଇ ଜାମିନରେ ବାହାରକୁ ଆସିଛନ୍ତି।

ଆମେ ଆପଣମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ୨୦୧୭ମସିହା ସେପ୍ଟେମ୍ବର ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଘଟିଥିବା ବହୁଚର୍ଚ୍ଚିତ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ ଏବଂ ଉତ୍ତରାଖଣ୍ଡର ଏକ ସରକାରୀ ଗେଷ୍ଟହାଉସରେ ଆଶ୍ରୟ ନେଇଥିଲେ। କଲ୍ ରେକର୍ଡ଼ ଯାଞ୍ଚରୁ ଜଣାପଡ଼ିଥିଲା, ଏହି ହତ୍ୟା ଅଭିଯୁକ୍ତମାନଙ୍କୁ ଓଡ଼ିଶାରୁ ଫେରାର କରାଇବା ଏବଂ ଉତ୍ତରାଖଣ୍ଡ ନେଇ ସରକାରୀ ଗେଷ୍ଟ ହାଉସରେ ରଖିବାର ସବୁ ବ୍ୟବସ୍ଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ କରିଥିଲେ।

ସେହିପରି ୨୦୧୮ ଫେବ୍ରୁଆରି ମାସରେ ବିଜେପୁର ଉପନିର୍ବାଚନ ବେଳେ \òùfgße ସାହୁ ହତ୍ୟା ମାମଲାରେ ସଂପୃକ୍ତି ପାଇଁ ବିଧାୟକ ଜୟନାରାୟଣ ମିଶ୍ର ଓ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। ଆମର aògßûi, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିନା ସମର୍ଥନରେ ବିଜେପିର ଏହି ବରିଷ୍ଠ ନେତାମାନେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ସମ୍ଭବ ନୁହେଁ।

ଶ୍ରୀମତୀ ମଲ୍ଲିକ ଆହୁରି କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସାଂଗଠନିକ ଦକ୍ଷତା ଓ କଠିନ ପରିଶ୍ରମ ଦେଖି ବିଜେପି ଜାଣି ସାରିଥିଲା ଯେ ସେମାନେ ଏଠାରେ ଅତ୍ୟନ୍ତ ଦୟନୀୟ ଭାବେ ହାରିବାକୁ ଯାଉଛନ୍ତି। ତେଣୁ ବିଜେପି ନେତୃବୃନ୍ଦ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଚଳିତ ହୋଇ ପଡ଼ିଥିଲେö ତାଙ୍କ ଭାଷଣରୁ ଏହି ହତାଶା ବାରି ହୋଇ ପଡ଼ୁଥିଲା। ଏପରିକି ସେତେବେଳେ ସେ ବିଜେଡିର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଧମକ ଦେବାକୁ ପଛାଇ ନ ଥିଲେ। ଶ୍ରୀ ପ୍ରଧାନ ଏବଂ ବିଜେପି ନେତୃବୃନ୍ଦ ନବ ଦାସଙ୍କୁ ନେଇ ଏତେ ଆତଙ୍କିତ ହେବାର କାରଣ ହେଲା, ପଶ୍ଚିମ ଓଡ଼ିଶାରେ ଶ୍ରୀ ଦାସ ବିଜେଡିର ଯେଉଁ ଶକ୍ତିଶାଳୀ ସଂଗଠନ ତିଆରି କରିଥିଲେ, ତାକୁ ସାମ୍ନା କରିବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା।

ଏବେ ନବ ଦାସଙ୍କ ହତ୍ୟା ମାମଲାରେ ଜୟନାରାୟଣ ମିଶ୍ର ଓ ଧର୍ମେନ୍ଦ୍ର ପ୍ରଧାନ ଜାଣି ସାରିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସେମାନଙ୍କ ଆଡ଼କୁ ଯାଉଛି। ସେଥିପାଇଁ ଆତଙ୍କିତ ହୋଇ ନିଜକୁ ବଞ୍ଚାଇବା ପାଇଁ ସେମାନେ ନାନାପ୍ରକାର ମିଥ୍ୟା ଅଭିଯୋଗ ଆଣୁଛନ୍ତି। ମାତ୍ର ଆମେ ଜାଣିଛୁ, ଯେତେ ଚେଷ୍ଟା କଲେ ବି ସେମାନେ ଏଥିରୁ ଖସି ପାରିବେ ନାହିଁ। ଉଭୟଙ୍କର ଭୟ ରହୁଛି, କାଳେ ସେମାନଙ୍କର ନାର୍କୋ ଓ ଲାଇ ଡିଟେକ୍ସନ୍ ଟେଷ୍ଟ ହେଲେ ସେମାନଙ୍କ ସଂପୃକ୍ତି ଜଣାପଡ଼ିଯିବ। ସେଥିପାଇଁ ସେମାନେ ଏହି ହତ୍ୟାକାଣ୍ଡକୁ ନେଇ ପ୍ରତିଦିନ ମନଗଢ଼ା କାହାଣୀ ଶୁଣାଉଛନ୍ତି ବୋଲି ଶ୍ରୀମତୀ ମଲ୍ଲିକ ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ଆକ୍ରମଣ କରିଛନ୍ତି। କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି। ଏହା ଷଡଯନ୍ତ୍ର, ଏହି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କଣ୍ଟାବାଞ୍ଜି ବିଧାୟକ ଦାବୀ କରିଛନ୍ତି। ଗୋବିନ୍ଦଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି।

ସେହିଭଳି ଏହି ଘଟଣା ପରେ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରାଇ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଯାହାଦ୍ୱାରା ସରକାରୀ ଦଳରେ ଥିବା କିଛି ନେତା ଧରାପଡିଯିବେ ଭାବି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାପତି ଅଭିଯୋଗ କରିଛନ୍ତି। ତାଙ୍କର ମୃତ୍ୟୁ ପରେ ସମସ୍ତ ତଥ୍ୟ ଲୁଚିଯିବ ଏବଂ ଅନ୍ୟ ଅଭିଯୁକ୍ତମାନେ ଏଥିରୁ ମୁକ୍ତି ପାଇଯିବେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ତେଣୁ ଏହା ଆତ୍ମହତ୍ୟା ନା ମାରିବାକୁ ବାଧ୍ୟ କରାଯାଇଛି, ଏହାର ତଦନ୍ତ କରାଯିବା ଉଚିତ ବୋଲି ସ୍ମୃତି ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ମୁକୁଳିବେ ୬ ଦୋଷୀ: ସୁପ୍ରିମକୋର୍ଟ ଦେଲେ ଆଦେଶ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଲିନୀ ଏବଂ ଆରପି ରବିଚନ୍ଦ୍ରନଙ୍କ ସମେତ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହାପୂର୍ବରୁ କୋର୍ଟ ଏହି ମାମଲାରେ ଦୋଷୀ ପେରିଭାଲାନଙ୍କୁ ମଧ୍ୟ ଆଶ୍ଵସ୍ତି ଦେଇଛନ୍ତି।

ଏହାପୂର୍ବରୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଲିନୀ ଶ୍ରୀହରନ୍ ମୁକ୍ତି ପାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନଲିନୀ ମାଡ୍ରାସ ହାଇକୋର୍ଟର ଜୁନ୍ ୧୭ ର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ଶୀଘ୍ର ମୁକ୍ତ ପାଇଁ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ସହ-ଦୋଷୀ ଏ.ଜି ପେରିଭଲନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାର ଦୋଷୀ ନଲିନୀ ଶ୍ରୀହରନ୍ ଏବଂ ରବିଚନ୍ଦ୍ରନଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ ଏବଂ ରାଜ୍ୟପାଳଙ୍କ ସହମତି ବିନା ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି କହିଥିଲେଯେ, ସମ୍ବିଧାନର ଧାରା ୨୨୬ ଅନୁଯାୟୀ ହାଇକୋର୍ଟଙ୍କର ଏହା କରିବାର କ୍ଷମତା ନାହିଁ, ଧାରା ୧୪୨ ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟର ବିଶେଷ କ୍ଷମତା ରହିଛି।

ଏଥି ସହିତ, ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଏହାର ଅସାଧାରଣ ଶକ୍ତି ବ୍ୟବହାର କରି ହାଇକୋର୍ଟ ମେ ୧୮ ତାରିଖରେ ୩୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଭୋଗୁଥିବା ପେରିଭଲନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ତାମିଲନାଡୁ ରାଜ୍ୟପାଳ ଏହା କରିବା ଉଚିତ ବୋଲି ସେ କହିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗୋଆ ସରକାରଙ୍କ ବଡ ନିଷ୍ପତ୍ତି: ସୋନାଲି ଫୋଗାଟ ହତ୍ୟା ମାମଲାର ସିବିଆଇ କରିବ ତଦନ୍ତ

ପାଣାଜୀ: ସୋନାଲି ଫୋଗାଟ ଅଗଷ୍ଟ ୨୩ ତାରିଖରେ ଗୋଆର ଏକ ରେଷ୍ଟୁରାଣ୍ଟରେ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ରେଷ୍ଟୁରାଣ୍ଟରୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଗୋଆ ପୋଲିସ ତାଙ୍କ ସହ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦରଙ୍କୁ ଗିରଫ କରିଛି। ଏଥି ସହିତ ଏହି ମାମଲାର ଅଧିକ ତଦନ୍ତ ପାଇଁ ବର୍ତ୍ତମାନ ଗୋଆ ସରକାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୋନାଲି ଫୋଗାଟ ହତ୍ୟା ମାମଲା ଏବେ ସିବିଆଇ ଦ୍ୱାରା ଯାଞ୍ଚ ହେବ। ଗୋଆ ପୋଲିସ ପୁରା ମାମଲା ସିବିଆଇକୁ ହସ୍ତାନ୍ତର କରିବ। ଉଲ୍ଲେଖ ଯୋଗ୍ୟ ଯେ, ଏହି ମାମଲାରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଧରା ଫୋଗାଟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଥିଲେ ଏବଂ ରବିବାର ମଧ୍ୟ ସୋନାଲି ଫୋଗାଟ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଦାବି କରିଥିଲେ।

ହିସାରର ଏକ ଖାପ ପଞ୍ଚାୟତରେ ସୋନାଲି ଫୋଗାଟଙ୍କ ଝିଅ ଯଶୋଧରା ଫୋଗାଟ କହିଥିଲେ ଯେ, ଆମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ବର୍ତ୍ତମାନ ସରକାରଙ୍କ ଉପରେ ଆମର କୌଣସି ଭରସା ନାହିଁ କିମ୍ବା ସେମାନଙ୍କଠାରୁ କୌଣସି ଆଶ୍ଵାସନା ପାଇନାହୁଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସେବାୟତ କାଳିଆ ପଢିଆରୀ ହତ୍ୟା ମାମଲାର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଗିରଫ

ପୁରୀ: ଆଜି ସେବାୟତ କାଳିଆ ପଢିଆରୀଙ୍କ ହତ୍ୟା ମାମଲାକୁ ନେଇ ପୁରୀ ଏସପି କନୱାର ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ଏହି ମାମଲାର ପର୍ଦ୍ଦାଫାସ କରିଛନ୍ତି। ଏହି ବହୁ ଚର୍ଚ୍ଚିତ ମାମଲାରେ ୬ ଜଣଙ୍କୁ ପୋଲିସ ଗିରଫ କରିଛି।

ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଅଛନ୍ତି। ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର ମଧ୍ୟ ଗିରଫ ହୋଇଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।

ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ଏବଂ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯିବ। ତେବେ ଗିରଫ କାଳୁ ଠାରୁ ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି। ପୂର୍ବ ଶତ୍ରୁତା ଏବଂ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରଞ୍ଜିତ ସିଂ ହତ୍ୟା ମାମଲା: ୧୯ ବର୍ଷ ପରେ ମିଳିଲା ନ୍ୟାୟ, ଗୁରୁମିତ ରାମ ରହୀମଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ବାବା ଗୁରୁମିତ ରାମ ରହୀମ ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ପଞ୍ଚକୁଲାର ସିବିଆଇ କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ ମଧ୍ୟ ରାମ ରହୀମଙ୍କ ଉପରେ ୩୧ ଲକ୍ଷ ଜୋରିମାନା ଦେଇଥିବାବେଳେ ବାକି ଅଭିଯୁକ୍ତମାନଙ୍କୁ ୫୦-୫୦ ହଜାର ଜୋରିମାନା ଦେବାକୁ କୁହାଯାଇଛି। ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କର ଏକ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୮ ତାରିଖରେ ପଞ୍ଚକୁଲା କୋର୍ଟ ଏହି ହତ୍ୟା ମାମଲାରେ ରାମ ରହୀମ ଏବଂ ଅନ୍ୟ ଚାରି ଜଣ କୃଷ୍ଣଲାଲ, ଜସବୀର ସିଂ, ଅବତାର ସିଂ ଏବଂ ସାବଦିଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

୨୦୦୨ ମସିହାରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ଏକ ଅଜ୍ଞାତ ଚିଠି ପ୍ରସାରଣରେ ସନ୍ଦେହଜନକ ଭୂମିକା ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଚିଠିରେ କୁହାଯାଇଛି ଯେ, ଡେରା ମୁଖ୍ୟାଳୟରେ ଡେରା ମୁଖ୍ୟ କିପରି ମହିଳାମାନଙ୍କୁ ଯୌନ ଶୋଷଣ କରନ୍ତି।

ସିବିଆଇ ଅନୁଯାୟୀ, ଡେରା ମୁଖ୍ୟ ରାମ ରହୀମ ବିଶ୍ୱାସ କରୁଥିଲେ ଯେ, ଏହି ଅଜ୍ଞାତ ଚିଠିର ପ୍ରସାରଣ ପଛରେ ରଣଜିତ ସିଂ ଅଛନ୍ତି ଏବଂ ସେ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଗୁରୁମିତ ରାମ ରହୀମ ବର୍ତ୍ତମାନ ରୋହତକଙ୍କ ସୁନାରିଆ ଜେଲରେ ଅଛନ୍ତି। ଦୁଇ ଅନୁଗାମୀଙ୍କୁ ବଳାତ୍କାର କରିଥିବାରୁ ତାଙ୍କୁ ୨୦୧୭ ମସିହାରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ହେଉଛି ତୃତୀୟ ସିବିଆଇ ମାମଲା ଯେଉଁଥିରେ ରାମ ରହୀମଙ୍କୁ ଦଣ୍ଡିତ କରାଯାଇଛି। ତାଙ୍କ ବିରୋଧରେ ଆଉ ଏକ ମାମଲା ରହିଛି। ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ହରିୟାଣାରେ ଚାଷୀଙ୍କ ଧର୍ମଘଟ ଜାରି: କୃଷକ ସଂଗଠନର ବୈଠକରେ ଯୋଗ ଦେଲେ ରାଜନୈତିକ ଦଳର ନେତା

ନୂଆଦିଲ୍ଲୀ: ହରିୟାଣାର କରନାଲରେ ଚାଷୀଙ୍କ ଧର୍ମଘଟ ଜାରି ରହିଛି। ଅଗଷ୍ଟ ୨୮ ତାରିଖରେ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିବା ଏସଡିଏମ ଆୟୁଷ ସିହ୍ନାଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜିକରଣ ଦାବିରେ କୃଷକମାନେ ଜିଦ୍ ଧରିଛନ୍ତି। ପ୍ରଶାସନ କ୍ରମାଗତ ଭାବରେ ଚାଷୀଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛି, କିନ୍ତୁ କୃଷକମାନେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତ ନୁହଁନ୍ତି।

ପଞ୍ଜାବ ନିର୍ବାଚନ ସମ୍ପର୍କରେ ଚଣ୍ଡିଗଡ଼ରେ ୩୨ ଟି କୃଷକ ସଂଗଠନର ଏକ ବଡ ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ ବିଜେପି ବ୍ୟତୀତ ସମସ୍ତ ଦଳକୁ ନିମନ୍ତ୍ରଣ କରାଯାଇଛି। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସମେତ ଆପ ଏବଂ ଶିରୋମଣି ଅକାଳୀ ଦଳର ଅନେକ ନେତା ଏହି ବୈଠକରେ ଯୋଗ ଦେଇଛନ୍ତି। କୃଷକମାନେ ଚାହୁଁଛନ୍ତି ଯେ, ପଞ୍ଜାବ ନିର୍ବାଚନର ଆନୁଷ୍ଠାନିକ ଘୋଷଣା ପର୍ଯ୍ୟନ୍ତ ରାଜନୈତିକ ଦଳ ପ୍ରଚାର କରିବା ଉଚିତ୍ ନୁହେଁ। ନିର୍ବାଚନ ରାଲି ଦ୍ୱାରା ସେମାନଙ୍କର ଆନ୍ଦୋଳନ ଦୁର୍ବଳ ହେବ ବୋଲି କୃଷକମାନେ କହିଛନ୍ତି।

ଦିଲ୍ଲୀ ଏବଂ କରନାଲ ପରେ କୃଷି ଆଇନକୁ ବିରୋଧ କରୁଥିବା କୃଷକମାନେ ବର୍ତ୍ତମାନ ପଞ୍ଜାବର ରାଜନୈତିକ ଜମିରେ ଆଲୋଡ଼ନ ସୃଷ୍ଟି କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରାଜନୀତିଠାରୁ ଦୂରରେ ରହିବାକୁ ଦାବି କରୁଥିବା କୃଷକ ସଂଗଠନ ରାଜନୈତିକ ଦଳ ଉପରେ ଚାପ ପକାଇବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ଆଜି ଏହି ପ୍ରସଙ୍ଗରେ ଚଣ୍ଡିଗଡ଼ରେ କୃଷକ ସଂଗଠନର ଏକ ବୈଠକ ଅନୁଷ୍ଠିତ ହେଉଛି। ବୈଠକ ପରେ ଅପରାହ୍ନ ୪ ଟାରେ ଚାଷୀଙ୍କ ସାମ୍ବାଦିକ ସମ୍ମିଳନୀ ହେବ।

ସେପ୍ଟେମ୍ବର ୧୧ ତାରିଖ ପରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସଂଗଠନ ଚେତାବନୀ ଦେଇଛି। କରନାଲର ମିନି ସଚିବାଳୟ ବାହାରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାତିରେ ମଧ୍ୟ ଚାଷୀଙ୍କ ସଂଖ୍ୟା ହ୍ରାସ ପାଉନାହିଁ। ଏସଜିପିସି ସେବାୟତମାନେ ମଧ୍ୟ ତାଙ୍କ ସେବାରେ ଯୋଗ ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଦୃଢ ଭାବରେ ଠିଆ ହେବେ ବୋଲି କୃଷକମାନେ ସ୍ପଷ୍ଟ କରିଛନ୍ତି। ଅଗଷ୍ଟ ୨୮ ତାରିଖରେ କୃଷକମାନଙ୍କ ଉପରେ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିବା ଏସଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କରନାଲର ଚାଷୀମାନେ ଦାବି କରୁଛନ୍ତି। କିନ୍ତୁ ସରକାର କହିଛନ୍ତି ଯେ, ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏହା ସହ କୃଷକଙ୍କ ଭୂମିକାକୁ ମଧ୍ୟ ତଦନ୍ତ କରାଯିବ।