ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା ମାମଲା: ଅଭିଯୋଗର ୪ ଦିନ ମଧ୍ୟରେ ୪ ଅଭିଯୁକ୍ତ ଗିରଫ

Published: May 28, 2023, 12:09 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡା ଗ୍ରାମ ପଞ୍ଚାୟତ ଗେରେଙ୍ଗାକିଆ ଗ୍ରାମରେ ଗତ ମାର୍ଚ୍ଚ ମାସରେ ପୁର୍ବ ଶତୃତାରୁ ପାଉଲ୍ ପ୍ରଧାନ ନାମକ ଜଣେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମର ଚାରି ଭାଇ ହତ୍ୟା କରିଥିଲେ। ଗାଁ ସ୍କୁଲ ନିକଟସ୍ଥ ଏକ ପୋଲ ତଳୁ ଗ୍ରାମବାସୀ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏବଂ ପରିବାର ଲୋକଙ୍କ ସହଯୋଗରେ ଗ୍ରାମ ଶ୍ମଶାନରେ ସମାଧି ଦେଇଥିଲେ। କିନ୍ତୁ ପାଉଲଙ୍କ ମୃତ ଏକ ସୁପରିକଳ୍ପିତ ହତ୍ୟା ବୋଲି ତାଙ୍କ ସ୍ତ୍ରୀ ସନ୍ଦେହ କରୁଥିଲେ।

ସ୍ତ୍ରୀ ଶ୍ରୀକଲା ଏହି ବିଷୟରେ କେରଳରେ ରହୁଥିବା ପୁଅକୁ ସବୁ କଥା କହିବା ପରେ ପୁଅ ଗାଁ କୁ ଆସି ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ସମାଧାନ ନହେବାରୁ ଏହି ମାସ ୨୨ ତାରିଖରେ ପୁଅ ସଞ୍ଜିରାମ ପ୍ରଧାନ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୧୩୪/୨୦୨୩ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ, ଗତ ମାର୍ଚ୍ଚ ୧୪ ତାରି ରେ ଗାଁ ରେ କେଢୁ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଉକ୍ତ ଯାତ୍ରା ପୋଢ ବଳି ଦିଆଯାଇଛି।

ଏହି ଅବସରରେ ଅଭିଯୁକ୍ତ ୪ ଭାଇ ପୁର୍ଣ୍ଣ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନ ପ୍ରମୁଖ ପୋଢ ମାଂସ ଖାଇବାକୁ ଡାକି ଆଣି ଗାଁ ସ୍କୁଲ ନିକଟରେ ନିର୍ଦ୍ଧୁମ ମାଡ଼ ମାରି ପୋଲ ତଳେ ପକାଇ ଦେଇଥିଲେ। ପରେ ଗାଁ ଲୋକେ ଦେଖି ଶବକୁ ଉଦ୍ଧାର କରିଥିଲେ। ଶୁଣିବାକୁ ମିଳୁଛି ଧର୍ମାନ୍ତରୀକରଣ, ପୁର୍ବ ଶତ୍ରୁତା ଓ ଜମିବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି।

Related posts