Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା ମାମଲା: ଅଭିଯୋଗର ୪ ଦିନ ମଧ୍ୟରେ ୪ ଅଭିଯୁକ୍ତ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡା ଗ୍ରାମ ପଞ୍ଚାୟତ ଗେରେଙ୍ଗାକିଆ ଗ୍ରାମରେ ଗତ ମାର୍ଚ୍ଚ ମାସରେ ପୁର୍ବ ଶତୃତାରୁ ପାଉଲ୍ ପ୍ରଧାନ ନାମକ ଜଣେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମର ଚାରି ଭାଇ ହତ୍ୟା କରିଥିଲେ। ଗାଁ ସ୍କୁଲ ନିକଟସ୍ଥ ଏକ ପୋଲ ତଳୁ ଗ୍ରାମବାସୀ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ଏବଂ ପରିବାର ଲୋକଙ୍କ ସହଯୋଗରେ ଗ୍ରାମ ଶ୍ମଶାନରେ ସମାଧି ଦେଇଥିଲେ। କିନ୍ତୁ ପାଉଲଙ୍କ ମୃତ ଏକ ସୁପରିକଳ୍ପିତ ହତ୍ୟା ବୋଲି ତାଙ୍କ ସ୍ତ୍ରୀ ସନ୍ଦେହ କରୁଥିଲେ।

ସ୍ତ୍ରୀ ଶ୍ରୀକଲା ଏହି ବିଷୟରେ କେରଳରେ ରହୁଥିବା ପୁଅକୁ ସବୁ କଥା କହିବା ପରେ ପୁଅ ଗାଁ କୁ ଆସି ପରିବାର ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ସମାଧାନ ନହେବାରୁ ଏହି ମାସ ୨୨ ତାରିଖରେ ପୁଅ ସଞ୍ଜିରାମ ପ୍ରଧାନ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୧୩୪/୨୦୨୩ ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲେ ଯେ, ଗତ ମାର୍ଚ୍ଚ ୧୪ ତାରି ରେ ଗାଁ ରେ କେଢୁ ଯାତ୍ରା ଅନୁଷ୍ଠିତ ହୋଇଥିଲା ଓ ଉକ୍ତ ଯାତ୍ରା ପୋଢ ବଳି ଦିଆଯାଇଛି।

ଏହି ଅବସରରେ ଅଭିଯୁକ୍ତ ୪ ଭାଇ ପୁର୍ଣ୍ଣ ପ୍ରଧାନ, ଟୁଣିଆ ପ୍ରଧାନ, ଡୁଣି ପ୍ରଧାନ ଓ ବିନ୍ଦୁ ପ୍ରଧାନ ପ୍ରମୁଖ ପୋଢ ମାଂସ ଖାଇବାକୁ ଡାକି ଆଣି ଗାଁ ସ୍କୁଲ ନିକଟରେ ନିର୍ଦ୍ଧୁମ ମାଡ଼ ମାରି ପୋଲ ତଳେ ପକାଇ ଦେଇଥିଲେ। ପରେ ଗାଁ ଲୋକେ ଦେଖି ଶବକୁ ଉଦ୍ଧାର କରିଥିଲେ। ଶୁଣିବାକୁ ମିଳୁଛି ଧର୍ମାନ୍ତରୀକରଣ, ପୁର୍ବ ଶତ୍ରୁତା ଓ ଜମିବାଡ଼ି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଧାର୍ମିକ ରିପୋର୍ଟ ମାଧ୍ୟମରେ ଭାରତକୁ ଟାର୍ଗେଟ, ସଂଖ୍ୟାଲଘୁ ସମ୍ପ୍ରଦାୟ ବିଷୟରେ ଏଭଳି କହିଲା ଆମେରିକା

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଆମେରିକା ବିଦେଶ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ଅନୁଯାୟୀ, ସାଧାରଣତଃ ଭାରତରେ ଧାର୍ମିକ ସମ୍ପ୍ରଦାୟକୁ ଖୋଲାଖୋଲି ଭାବେ ଟାର୍ଗେଟ କରାଯାଏ। ୱାଶିଂଟନ୍ ରେ ଏକ କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ବିଭାଗ ଦ୍ଵାରା ୨୦୨୨ ବର୍ଷର ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟ ପ୍ରକାଶ ପାଇଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଙ୍କ ଦ୍ଵାରା ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟ ୨୦୨୨ ପ୍ରକାଶ ପାଇଛି। ବ୍ଲିଙ୍କେନ୍ ତାଙ୍କ ଅଭିଭାଷଣରେ ଭାରତ ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ଗଣମାଧ୍ୟମ ସଂକ୍ଷିପ୍ତ ବୈଠକରେ ଭାରତରେ ରହୁଥିବା ସଂଖ୍ୟାଲଘୁଙ୍କ ଅବସ୍ଥା ଉପରେ ଅସାଧାରଣ ମନ୍ତବ୍ୟ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ରଶଦ ହୁସେନ୍ ନାମକ ଜଣେ ଅଧିକାରୀ କହିଛନ୍ତି ଯେ, ଆମର ରିପୋର୍ଟରେ ଖ୍ରୀଷ୍ଟିଆନ, ମୁସଲମାନ, ଶିଖ୍, ହିନ୍ଦୁ ଦଳିତ ତଥା ଆଦିବାସୀ ସମେତ ଧାର୍ମିକ ସମ୍ପ୍ରଦାୟ ଉପରେ କ୍ରମାଗତ ଆକ୍ରମଣ ରହିଛି। ସେ କହିଛନ୍ତି ଯେ, ଦୁନିଆର ଅନେକ ସରକାର ନିଜ ଦେଶରେ ଧାର୍ମିକ ସମ୍ପ୍ରଦାୟକୁ ଖୋଲାଖୋଲି ଭାବେ ଟାର୍ଗେଟ କରିଛନ୍ତି। ଧାର୍ମିକ ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଉଛି, ଯାହା ଠିକ୍ ନୁହେଁ।

ଏହି କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ଦୂତ ଭାବରେ ଆମନ୍ତ୍ରିତ ହୋଇଥିବା ହୁସେନ୍ ଋଷ, ଚୀନ୍ ଏବଂ ଆଫଗାନିସ୍ତାନକୁ ମଧ୍ୟ କହିଛନ୍ତି ଯେଉଁଠାରେ ଧାର୍ମିକ ସମ୍ପ୍ରଦାୟଗୁଡିକ ଟାର୍ଗେଟ କରୁଛନ୍ତି। ଏହି ସମୟରେ ଭାରତ ବିଷୟରେ କହିଛନ୍ତି ଯେ, ଭାରତର ହରିଦ୍ୱାରର ଧାର୍ମିକ ନେତାମାନେ ମୁସଲମାନମାନଙ୍କ ବିରୋଧରେ ଘୃଣା ଭାଷଣ ବ୍ୟବହାର କରିଛନ୍ତି। ଏହାର ରାଷ୍ଟ୍ରଦୂତ ଏହାକୁ ନିନ୍ଦା କରିଛନ୍ତି।

ଭାରତର ବିଭିନ୍ନ ରାଜ୍ୟରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ରିପୋର୍ଟର ଦଲିଲରେ ଉଲ୍ଲେଖ କରାଯାଇଛି। ଏଥିରେ ସେ କହିଛନ୍ତି ଯେ, ଗୁଜରାଟରେ ଅକ୍ଟୋବରରେ ହିନ୍ଦୁମାନଙ୍କୁ ଆଘାତ ଦେବା ଅଭିଯୋଗରେ ସାଧା ପୋଷାକ ପିନ୍ଧିଥିବା ପୋଲିସ ଚାରି ଜଣ ମୁସଲମାନଙ୍କୁ ମାଡ଼ ମାରିଥିଲେ। ମୁସଲମାନମାନଙ୍କ ଘର ଏବଂ ଦୋକାନରେ ଚାଲୁଥିବା ବୁଲଡୋଜର ବିଷୟ ମଧ୍ୟ ଉଲ୍ଲେଖ କରିଥିଲେ। ଏହା ବ୍ୟତୀତ ମୁସଲିମ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତିଙ୍କ ସହ ଆରଏସଏସ ମୁଖିଆଙ୍କ ବୈଠକ ମଧ୍ୟ ଏହି ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

‘ବର୍ଣ୍ଣ ଏବଂ ଜାତି ବ୍ୟବସ୍ଥା ଅତୀତର କଥା, ଭୁଲିଯିବା ଆବଶ୍ୟକ: ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ଵୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଯୋଗ ଦେଇଥିଲେ। ଏଠାରେ ସେ କହିଥିଲେ ଯେ, ବର୍ଣ୍ଣ ଏବଂ ଜାତି ପ୍ରଣାଳୀ ଅତୀତ ହୋଇଯାଇଛି, ଯାହାକୁ ଭୁଲିଯିବା ଉଚିତ୍।

ସଂଘ ମୁଖ୍ୟ ଭାଗବତ କହିଥିଲେ ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଗୁଜବ ପ୍ରଚାରିତ ହୋଇଛି ଯେ, ସେମାନେ ସଂଘ ତଥା ହିନ୍ଦୁଙ୍କ ଦ୍ଵାରା ବିପଦରେ ଅଛନ୍ତି। ଏହା ଅତୀତରେ ଘଟି ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ ନାହିଁ। ଏହା ନା ସଂଗଠନର ପ୍ରକୃତି ନା ହିନ୍ଦୁମାନଙ୍କର।

ସେ କହିଛନ୍ତି ଯେ, ଘୃଣା, ଅନ୍ୟାୟ, ଅତ୍ୟାଚାର ପ୍ରଚାର କରିବା, ସମାଜ ପ୍ରତି ଅସନ୍ତୋଷ ଓ ଶତ୍ରୁତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଛିଡା ହୋଇ “ଆତ୍ମରକ୍ଷା ଏବଂ ନିଜର ପ୍ରତିରକ୍ଷା କରିବା ଏକ କର୍ତ୍ତବ୍ୟ ହୋଇଯାଏ। ବର୍ତ୍ତମାନ ଏହି ପ୍ରକାରର ହିନ୍ଦୁ ସମାଜ ଆବଶ୍ୟକ। ଭାଇଚାରା, ସୌହାର୍ଦ୍ଦ୍ୟ ଏବଂ ଶାନ୍ତି ପାଇଁ ସଂଘ ସଂକଳ୍ପବଦ୍ଧ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ‘ନିଲାମ’ ପାଇଁ ଆପ୍ ତିଆରି କରିଥିବା ଅଭିଯୋଗରେ ଯୁବକ ଗିରଫ

ନୂଆଦିଲ୍ଲୀ/ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳାଙ୍କ ‘ନିଲାମ’ ପାଇଁ ‘ସୁଲି ଡିଲ୍ସ’ ଆପ୍ ତିଆରି କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ୍ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଇନ୍ଦୋରର ନ୍ୟୁୟର୍କ ସିଟି ଟାଉନସିପ୍ ନିବାସୀ ୨୫ ବର୍ଷିୟ ଓମକାରେଶ୍ୱର ଠାକୁର। ପୋଲିସ ତାଙ୍କୁ ଘରୁ ଗିରଫ କରିଛି। ସେ ଆଇପିଏସ୍ ଏକାଡେମୀ ଇନ୍ଦୋରରୁ ବିସିଏ କରିଛନ୍ତି।

ପୋଲିସର ପ୍ରାରମ୍ଭିକ ପଚରାଉଚରା ବେଳେ ସେ ସ୍ଵୀକାର କରିଛନ୍ତି ଯେ, ସେ ଟ୍ୱିଟରରେ ଏକ ଟ୍ରେଡ ଗ୍ରୁପର ସଦସ୍ୟ ଥିଲେ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାମାନଙ୍କୁ ବଦନାମ ତଥା ଟ୍ରୋଲ କରିବା ପାଇଁ ମତାମତ ସାର୍ବଜନୀନ କରିଥିଲେ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ GitHub ରେ କୋଡ୍ ବିକଶିତ କରିଥିଲେ।

ସେ କହିଥିଲେ ଯେ ଗ୍ରୁପର ସମସ୍ତ ସଦସ୍ୟ GitHub ଙ୍କର ଆକ୍ସେସ ଥିଲା। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଆପ୍ ସେୟାର କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାମାନଙ୍କ ଫଟୋ ଗ୍ରୁପ ସଦସ୍ୟଙ୍କ ଦ୍ୱାରା ଅପଲୋଡ୍ ହୋଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଜାନୁଆରୀ ୨୦୨୦ ରେ ଓମକାରେଶ୍ୱର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ @gangescion ମାଧ୍ୟମରେ ଟ୍ୱିଟରରେ ଏକ ଗ୍ରୁପରେ ଯୋଗ ଦେଇଥିଲେ। ଏହି ଗ୍ରୁପର ନାମ ଥିଲା ଟ୍ରେଡ ମହାସଭା। ଏହି ଗ୍ରୁପରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳାମାନଙ୍କୁ ଟ୍ରୋଲ କରିବା ନେଇ ଏକ ବିତର୍କ ହେଉଥିଲା।

ଏହା ପରେ ସେ GitHub ରେ ସୁଲି ଡିଲ୍ସ ଆପ୍ ତିଆରି କରିଥିଲେ, କିନ୍ତୁ ସୁଲି ଡିଲ୍ ମାମଲା ଚର୍ଚ୍ଚାକୁ ଆସିବା ମାତ୍ରେ ସେ ତାଙ୍କର ସମସ୍ତ ସୋସିଆଲ୍ ମିଡିଆର ଫୁଟପ୍ରିଣ୍ଟ ଡିଲିଟ୍ କରିଦେଲେ। ତାଙ୍କଠାରୁ ମିଳିଥିବା ଗ୍ୟାଜେଟଗୁଡ଼ିକୁ ପୋଲିସ ଅନୁସନ୍ଧାନ କରୁଛି।

ଗତ ବର୍ଷ ଲଞ୍ଚ ହୋଇଥିବା ‘ସଲୁ ଡିଲ୍ସ’ ଆପ୍ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳାମାନଙ୍କ ଫଟୋ ପୋଷ୍ଟ କରି ‘ନିଲାମ’ ପାଇଁ ତାଲିକାଭୁକ୍ତ କରିଥିଲା। ବିନା ଅନୁମତିରେ ନିଆଯାଇଥିବା ଏହି ଫଟୋଗୁଡ଼ିକୁ ମଧ୍ୟ ଟ୍ୟାମ୍ପରିଂ କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖରାପ ସମୟରେ ଭାରତ ଆମକୁ ସମର୍ଥନ କରିଥିଲା, ଆମେ ଚାହୁଁନୁ ହିନ୍ଦୁମାନଙ୍କ କୌଣସି କ୍ଷତି ହେଉ: ଶେଖ ହସିନା

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ଏଭଳି ଘଟଣାର ଅପରାଧୀମାନେ ଶୀଘ୍ର ଧରାଯିବେ ବୋଲି ଶେଖ ହସିନା କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଆମେ କେବେ ଚାହୁଁନାହୁଁ ଯେ ଏପରି ଘଟଣା ଘଟିବ ଯାହା ଆମ ଦେଶର ହିନ୍ଦୁମାନଙ୍କୁ କ୍ଷତି ପହଞ୍ଚିବ।

ଶେଖ ହସିନା ତାଙ୍କ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ କହିଛନ୍ତି ଯେ, ଆପଣମାନେ ଏହି ମାଟିରେ ଜନ୍ମ ନେଇଛନ୍ତି ଏବଂ ଆପଣ ସମସ୍ତେ ଏଠାରେ ଏହି ମାଟିର ସନ୍ତାନ ଅଟନ୍ତି। ଏଠାରେ ଛୋଟ ଜନସଂଖ୍ୟାରେ ନିଜକୁ ଗଣନା କରନ୍ତୁ ନାହିଁ। ଘଟିଥିବା ଘଟଣାଗୁଡ଼ିକ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ଏବଂ ଖୁବ୍ ଶୀଘ୍ର ଆମେ ଏପରି ଘଟଣା ଘଟାଇଥିବା ଲୋକଙ୍କୁ ମଧ୍ୟ ଗିରଫ କରିବୁ। ଆମର ଖରାପ ସମୟରେ ଭାରତ ଆମକୁ ସମର୍ଥନ କରିଥିଲା। ଆମେ ସବୁବେଳେ ସେମାନଙ୍କ କଥା ମାନୁ। ଆମେ କଦାପି ଚାହୁଁନାହୁଁ ଯେ, ଏପରି ଘଟଣା ଘଟିବ ଯାହା ଆମ ଦେଶର ହିନ୍ଦୁମାନଙ୍କ ପାଇଁ କକୌଣସି କ୍ଷତି ପହଞ୍ଚାଇବ।

ଧର୍ମ ବ୍ୟବହାର କରି ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଙ୍ଗଳବାର ତାଙ୍କ ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟତା ଯାଞ୍ଚ ନକରି ସୋସିଆଲ ମିଡିଆରେ କିଛି ବିଶ୍ଵାସ ନକରିବାକୁ ସେ ଲୋକଙ୍କୁ କହିଥିଲେ।

ଗତ ବୁଧବାର ଦିନ ଦୁର୍ଗା ପୂଜା ଉତ୍ସବରେ ସୋସିଆଲ ମିଡିଆରେ ଏକ ନିନ୍ଦା ପୋଷ୍ଟ ଆସିବା ପରେ ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ତୀବ୍ର ହୋଇଛି। ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ବାଂଲାଦେଶର ୬୬ ଘରକୁ ନଷ୍ଟ କରି ହିନ୍ଦୁମାନଙ୍କ ଅତି କମରେ ୨୦ଟି ଘରେ ନିଆଁ ଲଗାଇ ଦେଇଥିଲେ।

ମଙ୍ଗଳବାର ଦିନ ସାପ୍ତାହିକ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ହସିନା ଗୃହମନ୍ତ୍ରୀ ଅସଦୁଜମାନ ଖାନଙ୍କୁ ଧର୍ମ ବ୍ୟବହାର କରି ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ମାମଲା ବ୍ୟକ୍ତିଗତ ଏବଂ ଏହା ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ।

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଭାରତରେ ବିରୋଧ ପ୍ରଦର୍ଶନ କରିଥିବା ଆନ୍ତର୍ଜାତୀୟ ସୋସାଇଟି ଫର କୃଷ୍ଣ ଚେତନା (ISKCON) ମଙ୍ଗଳବାର ଦିନ କହିଛି ଯେ ସ୍ୱର ଉତ୍ତୋଳନ କରିବା ପାଇଁ ଅକ୍ଟୋବର ୨୩ ତାରିଖରେ ଏକ ଦିନିଆ ବିଶ୍ୱସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ଗତ ସପ୍ତାହରେ ହୋଇଥିବା ଦୁର୍ଗା ପୂଜା ପର୍ବରେ ବାଂଲାଦେଶରେ ପ୍ରଥମ ଥର ପାଇଁ ହିନ୍ଦୁ ବିରୋଧୀ ହିଂସା ଆରମ୍ଭ ହୋଇଥିବାରୁ ଇସ୍କନ କୋଲକାତା ସମେତ ଭାରତରେ ବିରୋଧ ପ୍ରଦର୍ଶନ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ମିଳିତ ଜାତିସଂଘର ହସ୍ତକ୍ଷେପ ଲୋଡିଛି। ଏହାର ସଦସ୍ୟମାନେ କୋଲକାତାରେ ବାଂଲାଦେଶ ଡେପୁଟି ହାଇ କମିଶନ ବାହାରେ ମଧ୍ୟ ବିରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଚା’ ବଗିଚାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜନ ବର୍ଲା ହେଲେ କେନ୍ଦ୍ରମନ୍ତ୍ରୀ: ଶିକ୍ଷାଗତ ଯୋଗ୍ୟତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଜନ ବର୍ଲାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି। ଅଲିପୁରଦ୍ଵାରରୁ ବିଜେପି ସାଂସଦ ଜନ ବର୍ଲାଙ୍କ ବ୍ୟକ୍ତିଗତ ଜୀବନର କାହିଣୀ ଏକ ଅଦ୍ଭୁତ ଏବଂ ଅସାଧାରଣ ଅଟେ। କିଛି ବର୍ଷ ପର୍ଯ୍ୟନ୍ତ ସେ ଚା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ବର୍ଲାଙ୍କ ପିତାଙ୍କ ନାମ ଥୋମସ ବର୍ଲା ଅଟେ। ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲା ଅନ୍ତର୍ଗତ ବନାରହାଟ ଲକ୍ଷ୍ମୀପାରା ଚା’ ବଗିଚାରେ ସେ ରହୁଥିଲେ। ଏଭଳି କି ମହାବୀର ହିନ୍ଦୀ ହାଇସ୍କୁଲରେ ଜନ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିପାରିଥିଲେ। ଅର୍ଥର ଘୋର ଅଭାବ ଯୋଗୁଁ ପାଠ ପଢା ଅଷ୍ଟମ ଶ୍ରେଣୀରେ ଛାଡି ଦେଇଥିଲେ ଏବଂ ଚା’ ବଗିଚାରେ କାମ କରିଥିଲେ। ୨୦୦୭ରେ ଚା’ ବଗିଚାରେ ଜନ ଅସ୍ଥାୟୀ ଡ୍ରାଇଭର ଭାବେ କାର୍ଯ୍ୟ କଲେ। ଦିନ ମଜୁରିଆ ଭାବେ ତାଙ୍କୁ ଦରମା ମିଳୁଥିଲା। କିନ୍ତୁ ରାଜନତୀରେ ରୁଚି ରଖିଥିବା ଜନ ୨୦୦୭ ମସିହାରେ ଗୋରଖାଲ୍ୟାଣ୍ଡ ଆନ୍ଦୋଳନରେ ସାମିଲ ହୋଇଗଲେ।

ଧୀରେ ଧୀରେ ସେ ଆଦିବାସୀ ଅଞ୍ଚଳର ଜଣେ ବଡ ନେତା ଭାବେ ପରିଚିତ ହୋଇଗଲେ। ଏହାପରେ ତରାଇ ଡୁଅର୍ସ କୋର୍ଡିନେସନ କମିଟିର ଅଧ୍ୟକ୍ଷ ଭାବେ ତାଙ୍କୁ ଆଦିବାସୀ ବିକାଶ ପରିଷଦ ମନୋନୀତ କରିଥିଲା। ତା’ପରେ ୨୦୧୪ ମସିହାରେ ଜନ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ଆଲିପୁରଦ୍ଵାର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଗତ କୀଚଚି ଦିନ ତଳେ ଜନ ବର୍ଲା ଚର୍ଚ୍ଚାକୁ ଆସିଥିଲେ। ସେ ଉତ୍ତର ପଶ୍ଚିମବଙ୍ଗକୁ ପଶ୍ଚିମବଙ୍ଗ ଠାରୁ ପୃଥକ କରି ଅଲଗା ରାଜ୍ୟ କରିବା ପାଇଁ ଦାବି କରିଥିଲେ। ତୃଣମୂଳ କଂଗ୍ରେସ ପକ୍ଷରୁ ଜନଙ୍କ ବିରୋଧରେ ଥାନାରେ ଅନେକ ମାମଲା ରୁଜୁ କରାଯାଇଛି। ପୃଥକ ରାଜ୍ୟର ଦାବି କରୁଥିବା ଏହି ଶ୍ରମିକ ନେତାଙ୍କୁ ମୋଦୀ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।