ନୂଆଦିଲ୍ଲୀ: ବହରୀନରେ ଆନ୍ତ- ସଂସଦୀୟ ସଂଘର ୧୪୬ ତମ ବୈଠକରେ ଭାରତର ପ୍ରତିନିଧୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସାଂସଦ ଡା. ସସ୍ମିତ ପାତ୍ର ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମଞ୍ଚରେ ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନର ଉଲ୍ଲେଖକୁ ଆମେ ସ୍ଵୀକାର କରିବୁ ନାହିଁ।
ଡା. ପାତ୍ର କହିଛନ୍ତି ଯେ, “ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ପୁଣି ଥରେ ଜାମ୍ମୁ କାଶ୍ମୀର ବିଷୟରେ ଉଲ୍ଲେଖ କରିବା ପାଇଁ ଏହି ପ୍ଲାଟଫର୍ମର ଅପବ୍ୟବହାର କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସର୍ବଦା ରହିବ। କୌଣସି ଦେଶ ଦ୍ୱାରା କରାଯାଇଥିବା ବକ୍ତବ୍ୟ ଏବଂ ପ୍ରଚାର ମାଧ୍ୟମରେ ଏହାକୁ ଖାରଜ କରାଯାଇପାରିବ ନାହିଁ। ତଥ୍ୟ ସବୁବେଳେ ତଥ୍ୟ ହେବ।
India slammed Pakistan today at the 146th Inter-Parliamentary Union (IPU) Assembly in Bahrain. During the speech of Pakistan at the Assembly, Pakistan referred to Kashmir in its habitual manner. India through a Right to Reply (RoR) slammed Pakistan at the IPU. pic.twitter.com/wmdzBxU5Zd
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) March 13, 2023
ସସ୍ମିତ ପାତ୍ର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପାକିସ୍ତାନର କହିବାର ଅଧିକାର ନାହିଁ। ଆମେ କ୍ରମାଗତ ଭାବରେ କହିଛୁ ଯେ, ସେମାନେ ତୁରନ୍ତ ବେଆଇନ ତଥା ଜବରଦଖଲ କରିଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ୍।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବିଡମ୍ବନାର ବିଷୟ ଯେ ସୀମା ଆରପାରିରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା ଏବଂ ଜାମ୍ମୁ କାଶ୍ମୀରରେ ଆକ୍ରମଣ କରିବା ପାଇଁ ଦାୟୀ ଦେଶ ମାନବିକ ଅଧିକାର ବିଷୟରେ ବଡ କଥା କହୁଛି। ମୁଁ ପୁଣିଥରେ କହିବାକୁ ଚାହେଁ ଯେ, ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନ ଏହି ମଞ୍ଚର ଅପବ୍ୟବହାର କରିଛି।