Categories
ଆଜିର ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ସିଆରପିଏଫ-୧୨ ବାଟାଲିୟନ ପକ୍ଷରୁ ବାଇକ ଶୋଭାଯାତ୍ରା

ଭୁବନେଶ୍ଵର: ଆନ୍ତର୍ଜାତୀକ ଯୋଗ ଦିବସ ପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ଦେଶବ୍ୟାପୀ ଯୋଗର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି। ଏହିକ୍ରମରେ ନବରଙ୍ଗପୁରଠାରେ ୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀକ ଯୋଗ ଦିବସ ପାଇଁ ଏକ ବାଇକ ରାଲି ଅନୁଷ୍ଠିତ ହୋଇଛି।

ନବରଙ୍ଗପୁରଠାରେ ଅବସ୍ଥାପିତ ସିଆରପିଏଫ-୧୨ ବାଟାଲିୟନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରାର ଯୋଗର ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ନବରଙ୍ଗପୁର ସହର ପରିକ୍ରମା କରିଥିବା ଏହି ଶୋଭାଯାତ୍ରାରେ ବହୁସଂଖ୍ୟାରେ ସିଆରପିଏଫ ଯାବନମାନେ ଯୋଗ ଦେଇଥିଲେ। କମାଣ୍ଡର ନନ୍ଦ କିଶୋର ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ସ୍ୱାଧୀନ ବିଧାୟକ ପ୍ରାର୍ଥୀ କ୍ୟାପଟେନ ମନ୍ମଥଙ୍କ ବାଇକ ଶୋଭାଯାତ୍ରା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ମନ୍ମଥ କୁମାର ସିଂଙ୍କ ନେତୃତ୍ୱରେ ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ, ବଡ଼କୁଳ, ଅଠରବାଟିଆ ପଞ୍ଚୟତ ସମେତ ବାଲୁଗାଁ ଏନଏସି ଅନ୍ତର୍ଗତ ୧୧ ଟି ୱାର୍ଡରେ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବାଣପୁର ଏନଏସି ସମେତ ଆୟତପୁର, ଗମ୍ଭାରୀମୁଣ୍ଡା, ନାଚୁଣି ଆଦି ଅଞ୍ଚଳରେ ସମର୍ଥକଙ୍କ ଗହଣରେ ଶ୍ରୀ ସିଂ ଶୋଭାଯାତ୍ରା କରିଥିଲେ।

ଉକ୍ତ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥିଙ୍କ ପତ୍ନୀ ଦମୟନ୍ତି ସିଂ, ଆଇଏସଏଲ ସମ୍ପାଦକ ଶତ୍ରୁଘ୍ନ ପ୍ରଧାନ, ଭୁବନେଶ୍ୱର ପାଇକରାୟ, ବଳରାମ ସାହୁଙ୍କ ସମେତ ଶତାଧିକ ସମର୍ଥକ ସାମିଲ ହୋଇ ନୌକା ଚିହ୍ନରେ ଭୋଟ ଦେଇ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ସିଂଙ୍କୁ ବିଜୟୀ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୈନିକ ଭାବେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ବେଳେ ଅଞ୍ଚଳବାସୀଙ୍କ ସେବା ମୋ ପାଇଁ ବହୁତ ବଡ଼ କଥା। ଚିଲିକାର ବିକାଶ ପାଇଁ ସଦାସର୍ବଦା ପ୍ରଚେଷ୍ଟା ଜାରି ରଖିବି। ଦଳୀୟ ନେତା, କର୍ମୀ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ମାଗୁଥିବା ବେଳେ ତୃଣମୂଳ ସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ନେତା ଅବା କର୍ମୀ ପହଞ୍ଚି ଲୋକଙ୍କ ଆବଶ୍ୟକ ମୌଳିକ ଅଧିକାର ପଚାରି ନାହାଁନ୍ତି। ୭୬ ବର୍ଷ ସ୍ୱାଧୀନତା ପରେ ବିଭିନ୍ନ ଦଳ ନିଜ ଗ୍ୟାରେଣ୍ଟିର ଦାବି କରୁଛନ୍ତି କିନ୍ତୁ ମୋ ଭାଇ ବନ୍ଧୁ କୁଟୁମ୍ବ, ମୋ ଅଞ୍ଚଳବାସୀ ହେଉଛନ୍ତି ମୋ ଗ୍ୟାରେଣ୍ଟି। ପ୍ରତିଟି ମୁହୂର୍ତ୍ତରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବି କହିବି ବୋଲି ଶ୍ରୀ ସିଂ କହିଛନ୍ତି। ଏହା ସହିତ ନୌକା ଚିହ୍ନରେ ଭୋଟ ଦେବାକୁ ଶ୍ରୀ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ଆଜାଦି କି ଅମୃତ ମହୋତ୍ସବ ପାଳନ କଲା ନିରାକାରପୁର ସାମ୍ବାଦିକ ସଂଘ ଓ ଶାଳିଆ ପ୍ରେସ କ୍ଳବ

ଚିଲିକା: ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ଏବଂ ବାଲୁଗାଁସ୍ଥିତ ଶାଳିଆ ପ୍ରେସ କ୍ଲବର ମିଳିତ ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଳନ କରାଯାଇଛି। ପ୍ରଥମେ ନିରାକାରପୁର ସାମ୍ବାଦିକ ମାନେ ଶ୍ରୀରାମ ମନ୍ଦିର ପରିସରରୁ ବାଣପୁର ଅଭିମୁଖେ ତ୍ରିରଙ୍ଗା ପତାକା ଧରି ଏକ ବାଇକ ଶୋଭାଯାତ୍ରାରେ ବାହାରିଥିଲେ। ନିରାକାରପୁର ଠାରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପ୍ରଥମେ ଜାତୀୟ ପତାକା ଦେଖାଇ ଉକ୍ତ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।

ଶୋଭାଯାତ୍ରାଟି ବାଲୁଗାଁ ପହଞ୍ଚିବା ପରେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ଏଥିରେ ସାମିଲ ହୋଇ ଅଜାଦି କି ଅମୃତ ମହୋତ୍ସବର ନାରା ଦେଇ ବାଲୁଗାଁ ଓ ବାଣପୁର ସହର ପରିକ୍ରମା କରିଥିଲେ ଏବଂ ପରିଶେଷରେ ମା’ ଭଗବତୀ ମନ୍ଦିର ଦର୍ଶନ କରି ଶୋଭାଯାତ୍ରାକୁ ସମାପନ କରିଥିଲେ। ପରବର୍ତ୍ତୀ ସମୟରେ ବଡ଼କୁଳସ୍ଥିତ ରାମେଶ୍ୱର ମନ୍ଦିରରେ ସମସ୍ତ ସାମ୍ବାଦିକମାନେ ପହଞ୍ଚି ଏକ ସଭାର ଆୟୋଜନ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ଅଶୋକନଗରର ସ୍ୱର୍ଣ୍ଣ ପଦକଧାରୀ କ୍ରିଷ୍ଣା ଶିକାରୀଙ୍କୁ ଉଭୟ ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଭୟ ସଂଘର ସଭାପତି ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।