Categories
ଆଞ୍ଚଳିକ

ବାଣପୁର: ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଣପୁର: ଆଜି ହିନ୍ଦୁ ଏକତା ମଞ୍ଚ, ଭାରତ ବାଣପୁର ଶାଖା ଦ୍ବାରା ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଭଗବଦ ଗୀତା ଲିଖିତ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ସଂଗଠନ ର ସଭାପତି ପ୍ରଦୀପ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଡକ୍ଟର ଚିନ୍ତାମଣି ମିଶ୍ର, ସତ୍ୟନାରାୟଣ ଷଡ଼ଙ୍ଗୀ, ରଙ୍ଗନାଥ ସେଠି, ଇଂ. ଶେଷଦେବ ବରାଳ, ପଣ୍ଡିତ ବାଲ୍ମୀକି ଦାସ, ସଞ୍ଜୟ କୁମାର ଦାଶ, ଅଧ୍ୟାପିକା ସୁଜାତା ମିଶ୍ର, ବ୍ରଜକିଶୋର ଜେନା ପ୍ରଭୃତି ଯୋଗ ଦେଇ ଭଗବଦ ଗୀତାର ମହାତ୍ମ୍ୟ ଓ ଏହା ମାନବ ଜୀବନ ପାଇଁ କେତେ ମୂଲ୍ୟବାନ, ସେ ସମ୍ପର୍କରେ ମତ ରଖିଥିଲେ।

ସଭାପତି ଶ୍ରୀ ଜେନା ସଂଗଠନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବାଣପୁର ପାଇଁ ଏକ କମିଟି ଘୋଷଣା କରିଥିଲେ। କୃତି ଛାତ୍ର ଛାତ୍ରୀ ମାନେ ଅତିଥିମାନଙ୍କ ଠାରୁ ପ୍ରମାଣ ପତ୍ର, ଗୀତା ବହି ଓ ଟ୍ରଫି ଗ୍ରହଣ କରିବା ପରେ ଅଧ୍ୟାପିକା ସୁସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୁ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ଼. ଚିନ୍ତାମଣି ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ରବୀନ୍ଦ୍ର ସେଠି ଯୋଗଦେଇଥିଲେ।

ଏହି ଅବସରରେ ହିନ୍ଦୁ ସଂସ୍କୃତିରେ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଅତିଥି ମାନେ ଆଲୋକପାତ କରିବା ସହ ଆରଏସଏସ ର ନିସ୍ଵାର୍ଥପର ରାଷ୍ଟ୍ର ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସ୍ୱୟଂସେବକ ଏବଂ ଦେଶ ମାତୃକାର ସେବା ନିମନ୍ତେ ସର୍ବଦା ତତ୍ପର ହୋଇ ରହିବା ଜଣେ ସ୍ୱୟଂସେବକର କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ।

ଆରଏସଏସ ୧୯୨୫ ମସିହାରୁ ଭାରତବର୍ଷରେ ସେବା କାର୍ଯ୍ୟ ଜାରି ରଖିଛି ଏବଂ ଭାରତକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାର ମୁଖ୍ୟ ବକ୍ତା କହିଥିଲେ।

ଏହି ଅବସରରେ ବାଣପୁର ଖଣ୍ଡର ଏକାଧିକ ସ୍ୱୟଂସେବକ ଓ ଶୁଭେଚ୍ଛୁ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ।

ଅନୁରୂପଭାବେ ସଂଘ ପକ୍ଷରୁ ଗୋ ପୂଜନ କାର୍ଯ୍ୟକ୍ରମ କରାଯିବା ସହ ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ କର୍ମଚାରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ ସୁପକାର ପରିଚାଳନା କରିଥିବା ବେଳେ ଅନ୍ୟ ସ୍ୱୟଂସେବକ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୁ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ଼ ଚିନ୍ତାମଣି ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଣପୁର ଖଣ୍ଡ ସଂଘଚାଳକ ତଥା ଅବସରପ୍ରାପ୍ତ ଉପଜିଲ୍ଲାପାଳ ସତ୍ୟନାରାୟଣ ଷଡ଼ଙ୍ଗୀ ଯୋଗଦେଇଥିଲେ।