ବାଣପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ

Published: Aug 30, 2023, 11:20 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୁ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ଼ ଚିନ୍ତାମଣି ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଣପୁର ଖଣ୍ଡ ସଂଘଚାଳକ ତଥା ଅବସରପ୍ରାପ୍ତ ଉପଜିଲ୍ଲାପାଳ ସତ୍ୟନାରାୟଣ ଷଡ଼ଙ୍ଗୀ ଯୋଗଦେଇଥିଲେ।

ଏହି ଅବସରରେ ହିନ୍ଦୁ ସଂସ୍କୃତିରେ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଅତିଥି ମାନେ ଆଲୋକପାତ କରିବା ସହ ଆରଏସଏସ ର ନିସ୍ଵାର୍ଥପର ରାଷ୍ଟ୍ର ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସ୍ୱୟଂସେବକ ଏବଂ ଦେଶ ମାତୃକାର ସେବା ନିମନ୍ତେ ସର୍ବଦା ତତ୍ପର ହୋଇ ରହିବା ଜଣେ ସ୍ୱୟଂସେବକର କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ।

ଆରଏସଏସ ୧୯୨୫ ମସିହାରୁ ଭାରତବର୍ଷରେ ସେବା କାର୍ଯ୍ୟ ଜାରି ରଖିଛି ଏବଂ ଭାରତକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାର ମୁଖ୍ୟ ବକ୍ତା କହିଥିଲେ।

ଏହି ଅବସରରେ ବାଣପୁର ଖଣ୍ଡର ଏକାଧିକ ସ୍ୱୟଂସେବକ ଓ ଶୁଭେଚ୍ଛୁ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ।

ଅନୁରୂପଭାବେ ସଂଘ ପକ୍ଷରୁ ଗୋ ପୂଜନ କାର୍ଯ୍ୟକ୍ରମ କରାଯିବା ସହ ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ କର୍ମଚାରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ ସୁପକାର ପରିଚାଳନା କରିଥିବା ବେଳେ ଅନ୍ୟ ସ୍ୱୟଂସେବକ ମାନେ ସହଯୋଗ କରିଥିଲେ।

Related posts