Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅମିତ ଶାହଙ୍କୁ ସାକ୍ଷାତ କଲେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ସାଂସଦ ମମତା ମହାନ୍ତ

ନୂଆଦିଲ୍ଲୀ: ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବହୁ ବିଜେପି ସାଂସଦଗଣ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ପ୍ରଧାନ ଏହି ସାକ୍ଷାତ ଅବସରରେ ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ, ବିଶେଷ କରି ମହିଳା, ଜନଜାତି ଓ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବା ନେଇ ଶ୍ରୀ ପ୍ରଧାନ ତାଙ୍କ ସଂକଳ୍ପକୁ ଦୋହରାଇଛନ୍ତି ।

ସାକ୍ଷାତ ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପିରେ ଯୋଗ ଦେଲେ ମମତା ମହନ୍ତ, ନିକଟରେ ବିଜେଡିରୁ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଅରୁଣ ସିଂ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

ବିଜେପିରେ ମିଶିବା ପରେ ମମତା କହିଛନ୍ତି ଯେ, ଲୋକମାନଙ୍କର ସେବା କରିବା ମୋର ଉଦ୍ଦେଶ୍ୟ। ହେଲେ ବିଜେଡି ମୋତେ ଅଣଦେଖା କରିବାରେ ଲାଗିଲା। ଫଳରେ ମୁଁ ରାଜ୍ୟସଭା ସାଂସଦ ଏବଂ ବିଜେଡିରୁ ଇସ୍ତଫା ପ୍ରଦାନ କଲି। ଗତକାଲି ମମତା ବିଜେଡି ସହିତ ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଥିଲେ।