ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୦୦ ଟଙ୍କା ବିମୁଦ୍ରୀକରଣ ହୋଇଥିବା ନୋଟ୍ ଉପରେ ବଡ଼ ସୂଚନା ଦେଇଛି। ୮ ମାସ ପୂର୍ବରୁ ୨୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପରେ ମଧ୍ୟ ଶତପ୍ରତିଶତ ନୋଟ୍ ଫେରସ୍ତ ସମ୍ଭବ ନୁହେଁ ଏବଂ ଲୋକଙ୍କ ପାଖରେ ୯୩୩୦ କୋଟି ଟଙ୍କା ମୂଲ୍ୟର ନୋଟ୍ ଅଛି। ଏଭଳି ପରିସ୍ଥିତିରେ ମୋଟ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ଆରବିଆଇ ମୋଟ ୯୭.୩୮ ପ୍ରତିଶତ ନୋଟ୍ ଫେରସ୍ତ କରିବାରେ ସକ୍ଷମ ହୋଇଛି।
Tag: ବିମୁଦ୍ରୀକରଣ
ନୂଆଦିଲ୍ଲୀ: ୨୦୧୬ ମସିହାରେ ୬ ବର୍ଷର ବିମୁଦ୍ରୀକରଣ ପରେ, ବର୍ତ୍ତମାନ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏହାର ବୈଧତା ଉପରେ ଶୁଣାଣି କରିବେ। ଏଥିପାଇଁ ଜଷ୍ଟିସ୍ ଏସ୍ ଅବଦୁଲ ନାଜିରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଗଠନ କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୮ ତାରିଖରେ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି ତାରିଖ ସ୍ଥିର କରିପାରନ୍ତି। ଏହି ମାମଲା ଡିସେମ୍ବର ୧୬ ତାରିଖ ୨୦୧୬ରେ ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା କିନ୍ତୁ, ଏହା ଗଠନ ହୋଇପାରି ନଥିଲା।
ଏହି ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠର ସଦସ୍ୟମାନେ- ଜଷ୍ଟିସ୍ ଏସ୍ ଅବଦୁଲ ନଜିର, ବି ଆର ଗଭଇ, ଏ ଏସ ବୋପାନ୍ନା, ଭି ରାମାସୁବ୍ରମଣ୍ୟମ୍ ଏବଂ ବିଭି ନାଗରତ୍ନା ନଭେମ୍ବର ୮ ତାରିଖ ୨୦୧୬ରେ କେନ୍ଦ୍ର ସରକାର ପୁରୁଣା ୫୦୦ ଏବଂ ୧୦୦୦ ନୋଟ୍ ପ୍ରତ୍ୟାହାର କରି ନେଇଥିଲେ। ଏହା ବିରୋଧରେ ଅନେକ ପିଟିସନ ଦାଖଲ କରାଯାଇଥିଲା। ନଭେମ୍ବର ୧୫ ତାରିଖ ୨୦୧୬ ରେ ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି ବେଳେ ତତ୍କାଳୀନ ପ୍ରଧାନ ବିଚାରପତି ଟି.ଏସ୍ ଠାକୁର କହିଥିଲେ, “ଏହି ଯୋଜନା ପଛରେ ସରକାରଙ୍କ ଉଦ୍ଦେଶ୍ୟ ପ୍ରଶଂସନୀୟ। ଆମେ ଅର୍ଥନୈତିକ ନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ କିନ୍ତୁ ଲୋକଙ୍କ ଅସୁବିଧାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ସରକାର ଏହି ଦିଗରେ ଏକ ଆଫିଡେଭିଟ୍ ଦାଖଲ କରିବା ଉଚିତ୍ ବୋଲି ସେ କହିଛନ୍ତି।
ପରେ, ଆବେଦନକାରୀ ପକ୍ଷର ଓକିଲମାନେ ଯୁକ୍ତି କରିଥିଲେ ଯେ, ଏହି ଯୋଜନାରେ ଅନେକ ଆଇନଗତ ତ୍ରୁଟି ରହିଛି। ଏହା ପରେ ଡିସେମ୍ବର ୧୬ ତାରିଖ ୨୦୧୬ରେ, ସୁପ୍ରିମକୋର୍ଟ ଏହି ମାମଲାକୁ ୫-ବିଚାରପତି ସମ୍ବିଧାନ ପୀଠକୁ ପଠାଇଲେ, କିନ୍ତୁ ସେତେବେଳେ ବିମୁଦ୍ରୀକରଣ ଉପରେ ପ୍ରତିବନ୍ଧକ ସମେତ ସୁପ୍ରିମକୋର୍ଟ ଏହି ମାମଲାରେ କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେବାକୁ ମନା କରିଦେଇଥିଲେ। ଏହି ପ୍ରସଙ୍ଗରେ ବିଭିନ୍ନ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ।