କନ୍ଦର୍ପ ଜେନା
ରେଢାଖୋଲ: ବାମରା ବନ୍ୟପ୍ରାଣୀ ବନଖଣ୍ଡ ଦ୍ୱାରା ବାଲିଆମ ଗ୍ରାମ ବିସ୍ଥାପିତଙ୍କ ପାଇଁ ସରକାରଙ୍କ ପକ୍ଷରୁ ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଖଳାଶୁଣୀ ଅଭୟାରଣ୍ୟରେ ବିନ୍ଦୁଦେବ ଭୋଇ, ଶୁଦ୍ର ଭୋଇ, ସିନ୍ଧୁ ଭୋଇ ତିନୋଟି ପରିବାର ରହୁଥିବା ବେଳେ ସେମାନଙ୍କୁ ବିଭାଗ ପକ୍ଷରୁ ବିସ୍ଥାପିତ କରାଯାଇ ସେମାନଙ୍କ ପାଇଁ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ତିନୋଟି ନୂତନ ଗୃହ ନିର୍ମାଣ କରାଯାଇଥିଲା।
ତେବେ ଆଜି ଫାଲଗୁନି ସାରଥୀ ମଲ୍ଲିକ ଡିଏଫଓ ବାମରା ବନ୍ୟପ୍ରାଣୀ ବନଖଣ୍ଡ , ଉପଜିଲ୍ଲାପାଳ ପବିତ୍ର ବେହେରା, ଏସିଏଫ ଯତିନ୍ଦ୍ର ବେହେରା, ତହସିଲଦାର ସୁକାନ୍ତ କୁମାର ନାଏକ ପ୍ରମୁଖ ନୂତନ ଗୃହ ଉଦଘାଟନ କରିଥିବା ବେଳେ ରେଂଜର ରବିନ କିସକୋ, ଫରେଷ୍ଟର ଭୁବନେଶ୍ୱର ପାଣି, ଅନୁରାଧା ଖର୍ସେଲ, ଫରେଷ୍ଟ ଗାର୍ଡ ନିହାର ରଂଜନ ବଡପଣ୍ଡା, ପଦ୍ମଲୋଚନ ବଡଗୋଚ୍ଛିଆ, ଅଶୋକ କିଶାନ ପ୍ରମୁଖ ଉପସ୍ଥିତ ଥିଲେ।
ସରକାରଙ୍କ ପକ୍ଷରୁ ତିନୋଟି ପରିବାରଙ୍କୁ ନୂତନ ଗୃହ ସମେତ ୧୦ ଡିସିମିଲ ଜମି ଓ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ ପାଇଛି।