Categories
ଆଜିର ଖବର ଜାତୀୟ ଖବର

ବହୁ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୪ ମହିଳାଙ୍କ ସମେତ ୬ ମୃତ

ସିକନ୍ଦରାବାଦ: ହାଇଦ୍ରାବାଦର ସିକନ୍ଦରାବାଦର ଏକ ବହୁ ମହଲା ବ୍ୟବସାୟିକ କମ୍ପ୍ଲେକ୍ସରେ ନିଆଁ ଲାଗିବା ପରେ ଚାରିଜଣ ମହିଳାଙ୍କ ସମେତ ୬ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ‘ସ୍ଵପ୍ନଲୋକ କମ୍ପ୍ଲେକ୍ସ’ର ପଞ୍ଚମ ମହଲାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ୬ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ମୃତ୍ୟୁର ପ୍ରକୃତ କାରଣ କେବଳ ଯାଞ୍ଚ ପରେ ହିଁ ଜଣା ପଡ଼ିବ, କିନ୍ତୁ ସନ୍ଦେହ କରାଯାଉଛି ଯେ ଏହି ଲୋକମାନେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଯାଞ୍ଚ ପରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।