Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟର ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦାବି କଲା କଂଗ୍ରେସ

ଭୁବନେଶ୍ଵର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଆଜି ସଂନ୍ଧ୍ୟାରେ ପ୍ରଦେଶ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧୂତ କରି କହିଥିଲେ ଯେ ରାଜ୍ୟରେ ମୋହନ ମାଝୀ ସରକାର ରାଜ୍ୟର ଶତକଡା ୫୪ ପ୍ରତିଶତ ପଛୁଆ ବର୍ଗର ଶିକ୍ଷିତ ଯୁବକ ଓ ଯୁବତୀଙ୍କ ଦାବିକୁ ପ୍ରତ୍ୟାଖାନ କରିବା ସହିତ ତାଙ୍କ ପ୍ରତି ଛଳନା କରିଛନ୍ତି।

ସେ କହିଛନ୍ତି ଯେ ଆଜି ରାଜ୍ୟ କ୍ୟାବିନେଟ୍ ଏସ୍.ସି.ବି.ସି ବର୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ଅଣବୈଷୟିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାର ନିଷ୍ପତି ନେଇଛନ୍ତି। ଯାହାକୁ ସେ ଐତିହାସିକ ପଦକ୍ଷେପ ବୋଲି ଦାବି କରୁଛନ୍ତି ତାହା ଏକ ମିଛ ଛଳନା ଓ ବାହସ୍ପଟ ଛଡା ଅନ୍ୟ କିଛି ନୁହେଁ।

ରାଜ୍ୟର ପଛୁଆ ବର୍ଗର ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ବୈଷୟିକ ଶିକ୍ଷା ଦେବା, ମେଡ଼ିକାଲ ଏଭ୍ୟୁକେସନ, ଇଞ୍ଜିନିୟରିଂ, ଏମ୍.ବି.ଏ., ଫାର୍ମାସି, ନସିଂ ଓ ଅନ୍ୟାନ୍ୟ ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଆସୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ସରକାର ଏହି ସବୁ କ୍ଷେତ୍ରରେ କୌଣସି ସ୍ଥାନ ସଂରକ୍ଷଣ ପଛୁଆ ବର୍ଗର ଛାତ୍ର ଛାତ୍ରୀମାନଙ୍କ ପାଇଁ କଲେ ନାହିଁ। ଯାହାକି ତାଙ୍କ ପ୍ରତି ଏକ ଉପହାସ।

ଏଣୁ ଯଥାଶିଘ୍ର ରାଜ୍ୟ ସରକାର ଏ ନିଷ୍ପତିକୁ ବଦଳାଇ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବୈଷୟିକ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଯୁବକ ଓ ଯୁବତୀ ଙ୍କ ପାଇଁ ପ୍ରଦାନ କରନ୍ତୁ । ଯଦି ଏହି ଦାବିକୁ ସରକାର ନ ମାନନ୍ତି ତାହାଲେ ଆସନ୍ତା ତା. ୨୨ ଓ ୨୩ ତାରିଖ ମେ ମାସ ରାଜ୍ୟ କଂଗ୍ରେସର ସମସ୍ତ ନେତୃବର୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହିତ ପ୍ରତିବାଦ କରିବ । ଯେ ପର୍ଯ୍ୟନ୍ତ ପଛୁଆ ବର୍ଗଙ୍କର ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବିକୁ ସରକାର ଗ୍ରହଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ସରକାର ଏ ବିରୁଦ୍ଧରେ ଆନ୍ଦୋଳନ କରାଯିବା ସହିତ ଦୃଢ଼ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲାଲୁ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଶରତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆତଙ୍କବାଦ ବିଲୋପ ପାଇଁ ପ୍ରଦେଶ କଂଗ୍ରେସ କରିବ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ବର: ଆସନ୍ତା ମେ ୯ ତାରିଖ ସକାଳ ୮ ଘଂଟା ସମୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ । ଏହି ତ୍ରିରଙ୍ଗା ଯାତ୍ରା ରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଟିନ ଛକ ପର୍ଯ୍ୟନ୍ତ ହେବ। ଭାରତର ବୀର ଯବାନ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବାପାଇଁ ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନାର୍ଥେ ଏହି ତ୍ରିରଙ୍ଗା ଯାତ୍ରା ଉଦ୍ଦିଷ୍ଟ ।

ଆମର ଯବାନମାନେ ଦେଶକୁ ସୁରକ୍ଷା ଦେବାପାଇଁ, ଦେଶର ସମ୍ମାନ ରକ୍ଷା କରିବାପାଇଁ ଏବଂ ଆତଙ୍କ ବାଦର ବିଲୋପ ପାଇଁ ଯେଉଁ ସାମରିକ ଦକ୍ଷତା ଓ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାର ପଟାନ୍ତର ନାହିଁ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି । କଂଗ୍ରେସ ଦଳ, କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ, ଜନନାୟକ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ନେତୃବୃନ୍ଦ ଭାରତର ଜଳ, ସ୍ଥଳ ଓ ବାୟୁସେନାର ବୀର ସୈନିକ ମାନଙ୍କୁ ପ୍ରଶଂସା ଜ୍ଞାପନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ, ଯୋଗଦେଲେ ସଭାପତି ଭକ୍ତ ଦାସ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନକ୍ରମେ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା କଂଗ୍ରେସ କମିଟି ଓ ଜିଲ୍ଲା କିଷାନ କଂଗ୍ରେସର ମିଳିତ ଆନୁକୂଲ୍ୟରେ ପାରମ୍ପରିକ ରୀତିରେ କ୍ଷେତରେ ଅଖୁମୁଠି ଅନୁକୂଳ କରାଯାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗ୍ରାମପଞ୍ଚାୟତର କଲ୍ୟାଣପୁର ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ଵଜିତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷିମୁଠି ଅନୁକୂଳ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ରୀତିରେ କ୍ଷେତରେ ଭୂମିପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ଦାସ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ଅକ୍ଷୟ ତୃତୀୟାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସୁଖ ସମୃଦ୍ଧି ଓ ପ୍ରଗତୀ କାମନା କରିଥିଲେ। ରାଜ୍ୟ ସରକାର ଚାଷୀଙ୍କୁ ନ୍ୟାୟ ଦେବା ଏବଂ ସେମାନଙ୍କର ହକ୍ ପୂରଣ କରିବା ଏକାନ୍ତ ଜରୁରୀ ବୋଲି ସେ କହିଥିଲେ। ଆଜି ଅକ୍ଷିମୁଠି ଶୁଭାରମ୍ଭର ଦିନ।

ତେଣୁ ସରକାର ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଉନ୍ନତମାନର ବିହନ ସଠିକ ସମୟରେ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। କୃଷକ ହେଲେ ଅନ୍ନଦାତା ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ଏହି ବର୍ଗର ଲୋକଙ୍କର ସାମଗ୍ରିକ ବିକାଶ ନହେଲେ ରାଜ୍ୟର ପ୍ରଗତି ସମ୍ଭବ ନୁହେଁ। ନଚେତ ନ୍ୟାୟ ପଥରେ ଚାଷୀଙ୍କ ହକ୍ ପାଇଁ ସଂକଳ୍ପ, ସଂଘର୍ଷ ଓ ସମର୍ପଣ ଦ୍ବାରା କଂଗ୍ରେସ ଲଢ଼େଇ ଜାରି ରଖୁବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ ।

ଉଦ୍‌ବୋଧନ ଦେଇ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ,ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଓଡ଼ିଶା ସହ ପ୍ରଭାରୀ ଶ୍ରୀ ସାହାନଓ୍ୱାଜ ଚୌଧୁରୀ, ଏକ୍ରାମ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତ୍ତି ପ୍ରମୁଖ ଯୋଗଦେଇ ଅକ୍ଷୟ ତୃତୀୟ ଦିବସର ମହନୀୟତା ଓ କୃଷକ ସମାଜର ପ୍ରଗତୀ ପାଇଁ କଂଗ୍ରେସ ଦଳ ଅତିତରେ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ସମ୍ପ୍ରତି ଚାଷୀମାନଙ୍କର ମୌଳିକ ସମସ୍ୟାକୁ ରାଜ୍ୟ ସରକାର ଆଜିର ଦିନରେ ତୁରନ୍ତ ସମାଧାନ କରିବାକୁ ଦାବି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ୟାସିର ନୱାଜ, କିଶୋର ଜେନା, ସମାଜସେବୀ ମୂରଲୀ ପ୍ରଧାନ,ଅଶୋକ ଦାସ, ଗିତାଞ୍ଜଳି ମହାନ୍ତି, ପ୍ରକାଶ ଜେନା, ରଜନୀ ମହାନ୍ତି,ସୁବ୍ରତ ମହାପାତ୍ର,ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ସାନ୍ତନୁ ସାହୁ, ଚିନ୍ମୟ ସୁନ୍ଦର ଦାସ,ସୁଧାଂଶୁ ଦେଓ,ଦେଓ ପ୍ରସାଦ, ସୁଶାନ୍ତ ତ୍ରିପାଠୀ,ସୌମେନ୍ଦ୍ର ମହାନ୍ତି,ପ୍ରସନ୍ନ ନାୟକ,ଜୟଶ୍ରୀ ପାତ୍ର,ମନିଷା ଦାଶ ପଟ୍ଟନାୟକ,ଶ୍ରୀୟା ମହାନ୍ତି ,ଯୋଗିନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଇକ ଆଖଡ଼ା, ସଂକୀର୍ତ୍ତନ, ହରିବୋଲ ହୁଳହୁଳି ଧ୍ୱନୀରେ ପିସିସି ସଭାପତି ଶ୍ରୀ ଦାସଙ୍କୁ ସ୍ବାଗତ କରାଯାଇ କ୍ଷେତ ନିକଟକୁ ପାଛୋଟି ନିଆଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି କଂଗ୍ରେସ କରିବ ଆନ୍ଦୋଳନ, ସାମ୍ବାଦିକ ସମ୍ମିଳନୀ କରି କହିଲେ ସଭାପତି ଭକ୍ତ ଦାସ

ଭୁବନେଶ୍ଵର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ରାଜ୍ୟ ପ୍ରଭାରୀ ଅଜୟ କୁମାର ଇଲୁ ଏବଂ ବିଧାୟକ ଦଳ ନେତା ରାମଚନ୍ଦ୍ର କାଳାମ ଓ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉପସ୍ଥିତିରେ କହିଥିଲେ ଯେ ରାଜ୍ୟରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ରାଜଧାନୀରୁ ନେଇ ଗାଁ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବ।

ଓଡ଼ିଶାରେ ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଜେପିର କମ୍ପାନା ପ୍ରୀତି ପାଇଁ ସାଧାରଣ ଆଦିବାସୀଙ୍କର ଭିଟାମାଟି ଏବଂ ଜଙ୍ଗଲ, ଜନ, ଜମି ହଡ଼ପ କରିବାପାଇଁ କରାଯାଉଥିବା ଚକ୍ରାନ୍ତ ବିରୁଦ୍ଧରେ ରାଜ୍ୟ କଂଗ୍ରେସ ଜୋରଦାର ଆରମ୍ଭ କରିବ। ଓଡ଼ିଶା ଫରେଷ୍ଟ ଆଇନ ଅନୁସାରେ ଆଦିବାସୀ ମାନଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା ଥିବା ବେଳେ ବିଜେପି ସରକାର ତାଙ୍କର ଜମି ହଡ଼ପ କରିବା ଅତ୍ୟନ୍ତ ନିନ୍ଦନିୟ ।

ଭାରତ ବର୍ଷର ମହାମହୀମ ରାଷ୍ଟ୍ରପତି ନିଜେ ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେହି ଜିଲ୍ଲାରେ ଆଦିବାସୀ ମାନଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ଓ ଅବିଚାର ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର କମିବାର ନାଁ ଧରନାହିଁ ଏବଂ ଏଥୁପାଇଁ ରାଜ୍ୟ ବିଜେପି ସରକାରର ଉଦାସୀନତା ହିଁ ଦାୟୀ।

ରାଜ୍ୟ ପ୍ରଭାରୀ ଶ୍ରୀ ଅଜୟ କୁମାର ଭଲୁ କରିଥିଲେ ଯେ ଆସନ୍ତା ଏପ୍ରିଲ ୨୮ରେ ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରାଯିବା ସହିତ ଆସନ୍ତା ମେ ମାସ ୩ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏ କାର୍ଯ୍ୟକ୍ରମ କରାଯିବ।

ମେ ମାସ ୧୧ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏ କାର୍ଯ୍ୟକ୍ରମକୁ ପାଳନ କରାଯିବ ସହିତ ମେ ମାସ ୨୦ ତାରିଖରୁ ୩୦ ତାରିଖ ଯାଏଁ କଂଗ୍ରେସ କାର୍ଯ୍ୟକର୍ରା ଓଡ଼ିଶାର ପ୍ରତ୍ୟେକ ଗାଁର ଘରକୁ ଘର ଯାଇ ସମ୍ବିଧାନ ବଞ୍ଚାଅ ଦିବସ ପାଳନ କରିବା ସହିତ ଲୋକଙ୍କ ପାଖକୁ ଯାଇ ତାଙ୍କର ନାର୍ଯ୍ୟ ଦାବି ଏବଂ ଅଧୁକାର ସମ୍ପର୍କରେ ସଚେତନ କରାଇବେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୁଜୁରାଟ ଏଆଇସିସି ଅଧିବେସନରୁ ଫେରିଲେ ଭକ୍ତ ଦାସ, ପାଣ୍ଡିଆନଙ୍କୁ ନେଇ କହିଲେ ଏପରି କଥା

ଭୁବନେଶ୍ବର: ଗୁଜରାଟର ଅହମଦାବାଦ ଠାରେ ଅନୁଷ୍ଠିତ ଏଆଇସିସି ଅଧିବେଶନ ରେ ଏବଂ ସାବରମତୀ ଆଶ୍ରମ ରେ ଅନୁଷ୍ଠିତ ନ୍ୟାୟପଥ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ।

ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଛନ୍ତି କି ଏଆଇସିସି ଅଧିବେଶନ ରେ ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଏଆଇସିସି ସଭ୍ୟ ମାନେ ଯୋଗଦେଇଥିଲେ।ସମସ୍ତେ ଜୋଷ ନେଇ ଫେରିଛନ୍ତି।

ସଂକଳ୍ପ, ସମର୍ପଣ ଓ ସଦଭାବନାକୁ ନେଇ ସଂଘର୍ଷ କରିବା ଉପରେ ଆଲୋଚନା ହେଲା। ସାମାଜିକ ନ୍ୟାୟ କୁ ନେଇ ବ୍ୟାପକ ଭାବେ ଆନ୍ଦୋଲିତ କରିବାକୁ ନିଷ୍ପତି ନିଆଯାଇଛି। ଆମ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ଯ୍ୟାତିତ ମହିଳାଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ସମସ୍ତ ବ୍ଲକରେ ୧୫ ତାରିଖ ଏବଂ ଜିଲ୍ଲା ସ୍ତରରେ ୨୧ ତାରିଖ ଦିନ ମଶାଲ ଯାତ୍ରା କରିବ କଂଗ୍ରେସ।

ଆୟୁଷ୍ମାନ୍ ଯୋଜନା ଉପରେ ମତ ରଖି ସେ କହିଥିଲେ ଯେ ବିଜେପି ର ଏହା କେବଳ ହୋ ହାଲ୍ଲା । ଅନେକ ଯୋଜନା ହଉଛି ହେଲେ କିଛି ମୂଲ୍ୟ ନାହିଁ । ଆୟୁଷ୍ମାନ ସେହିଭଳି ଏକ ଯୋଜନା। ବିଜେପିର କେବଳ ହୋ ହାଲା , ୧୦ ହଜାର କୋଟି, ୨୦ ହଜାର କୋଟି କିନ୍ତୁ ତାର କିଛି ମୂଲ୍ୟ ନାହିଁ। ଆୟୁଷ୍ମାନ୍ ର ସେମିତି କଣ ହେବ।

ସେହିପରି କଂଗ୍ରେସ ନାଁରେ ୫୦୦୦ ହଜାର କର୍ମୀଙ୍କ ନାଁରେ ଏତଲା ନେଇ ମଧ୍ୟ ପ୍ରତିକ୍ରିୟା ରଖି ଶ୍ରୀଯୁକ୍ତ ଦାସ କହିଥିଲେ କି ବିଜେପି ମିଥ୍ୟା କଥା କହୁଛି ଏବଂ ଏତେ ହଜାର ଏତଲା ହୋଇଛି ବିଜେପି ପାର୍ଟି ଏମିତି କଥା କହୁଛି। ପୋଲିସ କଣ ତାଙ୍କର ବାଦ୍ୟ ଯନ୍ତ୍ର କି ? ଦୁର୍ଭାଗ୍ୟ ର କଥା ଆମର ଦୁଇ ତିନିଟା ପିଲାଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି।ସେମାନଙ୍କ ଭୂମିକା କିଛି ନଥିଲା। ପୋଲିସ ଉପରେ ପ୍ରେସର୍ ଥାଇପାରେ ରୁଲିଙ୍ଗ ପାର୍ଟିର।

ହେଲେବି ପୋଲିସ ର ଏମିତି କରିବା କଥା ନୂହେଁ । ପୋଲିସ ଆସୁ ଗିରଫ କରନ୍ତୁ। ଏବିଭିପି ପିଲାଙ୍କ କଥାରେ ଆମ ପିଲା କୁ ଗିରଫ କରାଯାଇଛି। ସେମାନଙ୍କ ଭୂମିକା ସେଦିନ କିଛି ନଥିଲା। ଆମର ବି ୧୦ ରୁ ଉର୍ଦ୍ଧ୍ବ କର୍ମୀ ଆହତ ହୋଇଛନ୍ତି। ଆମେ ବି କେଶ୍ କରି ପାରିବୁ ହେଲେ ଆମେ କରିନୁ। ପୋଲିସ ର ମନୋବଳ ଭାଙ୍ଗିଯିବ। ଗତ ନିର୍ବାଚନ ପରେ ବେକାର ଯୁବକ ମାନଙ୍କୁ ଚାକିରି ଦେବା ପାଇଁ ଅନେକ ଯୋଜନା କଲେ କିଛି ହେଲା ନାହିଁ।

ସେହିପରି ନବୀନ ବାବୁ ସ୍ବୀକାର କରିଛନ୍ତି କି ଦଳକୁ ପଣ୍ଡିଆନ ବହୁତ୍ ସାହାଯ୍ୟ କରିଛନ୍ତି। ଜଣେ ବ୍ୟୁରୋକ୍ରାଟ ଭାବେ ବହୁ କାମ କରିଛନ୍ତି। ସରକାରୀ ଚାକିରୀ ରେ ଥାଇ ଏପରି କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଆନ୍ଦୋଳନ କରିବ କଂଗ୍ରେସ, ଆହ୍ବାନ ଦେଲେ ସଭାପତି ଭକ୍ତ ଦାସ, ଜାଣନ୍ତୁ କେବେ ଏବଂ କେଉଁଠି

ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ପ୍ରଦେଶ କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ଏହି ଆହ୍ବାନ ଦେଇଛନ୍ତି ସଭାପତି। ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଲେ ଯେ ଓଡ଼ିଶାରେ ଅତ୍ୟାଚାରିତା, ଧର୍ଷିତା, ଲୁଣ୍ଠିତା, ନିଖୋଜ ଓ ହତ୍ୟା ହୋଇଥିବା ମହିଳା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ବିଜେପି ସରକାର ସମ୍ପୂର୍ଣ ଅକ୍ଷମ ହୋଇଛନ୍ତି।

ବିଗତ ଦିନରେ ବିଜେଡ଼ିର ସଭାସମିତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ମହିଳାଙ୍କର ଉପସ୍ଥିତି ଭରପୁର ଥିଲା ବେଳେ ଏବେ ମଧ୍ୟ ସେହିଭଳି ପରିସ୍ଥିତି ଦେଖାଦେଇଛି। ମାତ୍ର ପ୍ରତି ବଦଳରେ ଉଭୟ ବିଜେଡ଼ି ଓ ବିଜେପି ସରକାର ଦ୍ବାରା ଓଡ଼ିଶାର ମହିଳା ପ୍ରତାରିତା। ସୁଭଦ୍ରା ଯୋଜନାରେ ଜଣେ ମହିଳାକୁ ଦିନକୁ ୨୭ ଟଙ୍କା ଦିଆଯାଉଛି। ସେଥ‌ିରେ ଗୋଟିଏ ଓଳି ଭୋଳନ ହେବା ସମ୍ଭବ ନୁହେଁ । ପରିବାର ପୋଷିବା କଥା ଛାଡ଼।

ମହିଳା ନିର୍ଯ୍ୟାତନା ପ୍ରସଙ୍ଗରେ ବିଜେଡ଼ି ଓ ବିଜେପିର ଆଭିମୁଖ୍ୟ ଏକାଭଳି । ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକମାନଙ୍କର ନାରୀ ନ୍ୟାୟ ଦାବିକୁ ବିଜେପି ସରକାର ଉପେକ୍ଷା କଲା। ଗୃହ କମିଟି ଗଠନ କରିପାରିଲା ନାହିଁ। ୫ ଜଣିଆ ମନ୍ତ୍ରୀସ୍ତରୀୟ କମିଟି କିମ୍ବା ଆଇଏଏସ ବା ଆଇପିଏସ ଅଫିସରଙ୍କୁ ନେଇ ଟାକ୍ସଫୋର୍ସ କମିଟି ଗଠନ ହୋଇପାରିଥାନ୍ତା, ତାହା ମଧ୍ୟ ହୋଇପାରିଲା ନାହିଁ।

ଆସନ୍ତା ଏପ୍ରିଲ ୧୫ ତାରିଖ ମଙ୍ଗଳବାର ଦିନ ପ୍ରତି ବ୍ଲକ ଓ ସହରରେ ନାରୀ ନ୍ୟାୟ ଏବଂ ୬୦ ହଜାର ନିଖୋଳ ମହିଳାଙ୍କୁ ଖୋଜିବା ପାଇଁ ମଶାଲ ରାଲି ଏବଂ ଏପ୍ରିଲ ୨୧ ତାରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାରେ ଏହି ପ୍ରସଙ୍ଗରେ ମଶାଲ ଶୋଭାଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସ୍ଥାନୀୟ ସମସ୍ୟା, କ୍ଷେତପାଇଁ ପାଣି, ବେକାରୀ ସମସ୍ୟା, ଖଣି ଦୁର୍ନୀତି, ଅନ୍ୟାନ୍ୟ ସରକାରୀ ଦୁର୍ନୀତି, ଚାଷ ଓ ଚାଷୀ ସମସ୍ୟା ପ୍ରସଙ୍ଗ ଗୁଡ଼ିକ ମଧ୍ୟ ଅନ୍ତଭୁକ୍ତ ହେବ।

ଏହା ପରେ କଂଗ୍ରେସର ୩୫ଟି ସାଂଗଠନିକ ଜିଲ୍ଲାରେ ୧୦ କି.ମି. ପଦଯାତ୍ରା ଏବଂ ସମାବେଶ ଆୟୋଜନ ହେବ। ଯାହାକୁ ସଫଳ କରିବା ପାଇଁ ସମସ୍ତ ବରିଷ୍ଠ କଂଗ୍ରେସ ନେତାମାନେ ଦାୟୀତ୍ବ ନ୍ୟସ୍ତ କରାଯିବ । ଜିଲ୍ଲା କମିଟି ଗଠନ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ଓ ବ୍ଲକର ସମସ୍ତ ନେତୃବର୍ଗଙ୍କ ସହ ଖୋଲା ଆଲୋଚନା ହେବ ଏବଂ ସମସ୍ତଙ୍କ ମତାମତକୁ ନେଇ ଜିଲ୍ଲା କମିଟି ଗଠନ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମଙ୍ଗୁ ଖୁଲ, କାତରାକା ଆପାଲ ସ୍ବାମୀ, ପ୍ରଫୁଲ ପ୍ରଧାନ, ସତ୍ୟଜିତ ଗମାଙ୍ଗ ଓ ନିଳମାଧବ ହିଳକା ଉପସ୍ଥିତ ଥିଲେ

Categories
ଆଜିର ଖବର ରାଜ୍ୟ ଖବର

ଆଉ ମନଇଚ୍ଛା ମିିଡିଆରେ ଦେଇପାରିବେ ନାହିଁ ମତ, କଂଗ୍ରେସ ସଭାପତି ଜାରୀ କଲେ ନୋଟିସ୍

ଭୁବନେଶ୍ବର: ଏଣିକି ଟିଭି ମିଡିଆରେ ମନଇଚ୍ଛା କୌଣସି ମତ ଦେଇପାରିବେ ନାହିଁ। ଯଦି କିଛି କହିବାର ଅଛି ତେବେ ପିସିସି ସଭାପତି କିମ୍ବା ମିଡିଆ କମିଟ ଅଧ୍ୟକ୍ଷଙ୍କ ସହ କଥା ହେବେ। ଏହିପରି ଏକ ବିଜ୍ଞପ୍ତି କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଦସ୍ତଖତରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି ଯେ, ଦଳର ନେତାଙ୍କ ଗୋଟିଏ ପ୍ରସଂଗରେ ଭିନ୍ନ ଭିନ୍ନ ମତ ରହୁଛି। ଫଳରେ ପାର୍ଟି ଆଭିମୁଖ୍ୟ ଠିକ ରହିପାରୁ ନାହିଁ।

 

ନିକଟରେ କିଟ ବିଶ୍ବବିଦ୍ୟାଳୟ ନେପାଳି ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସର କେତେକ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ଅଡୁଆରେ ପଡିଯାଇଛି। କିଟ୍ ଘଟଣାରେ କଂଗ୍ରେସର ଦୁଇ ପ୍ରକାର ମତ ଆସିବାରୁ ବିଭିନ୍ନ ମହଲରେ ତାହାକୁ ନେଇ ସମାଲୋଚନା କରାଯାଇଛି। ଫଳରେ ଭବିଷ୍ୟତରେ ଯେପରି ଏମିତି ନ ହୁଏ ସେଥିପାଇଁ ଏହି ବିଜ୍ଞପ୍ତି ଜାରୀ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ୱିତୀୟ ଦିନରେ ଚନ୍ଦନପୁର ଠାରେ ପହଂଚିଲା କଂଗ୍ରେସ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର: ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ।

ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମୀ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ବିୟୋଗରେ ତେଇଶପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିିତ ହୋଇଯାଇଥିଲା ।

ପିସିସି ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଧାୟକ ରମେଶ ଜେନା, ମନୋରଞ୍ଜନ ତ୍ରିପାଠୀ, ନକୁଳ ନାୟକ, ମନୋଜ ଜେନା, ପ୍ରକାଶ ମିଶ୍ର, ଅମୀୟ ପାଣ୍ଡବ, ଅଶିତ୍ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ଇମ୍‌ଦାଦ୍ ଖାନ୍‌, କୃଷ୍ଣ ସଗରିଆ,ସିଦ୍ଧାର୍ଥ ସ୍ୱରୂପ ଦାଶ,ସୁରେଶ ମହାପାତ୍ର, ନେତୃତ୍ୱରେ ଶତାଧିକ ଛାତ୍ର, ଯୁବ ଓ ମହିଳା କର୍ମୀମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛତ୍ସିତ ସମ୍ବର୍ନ୍ଧନା ଜଣାଇଥିଲେ ।

ପଦଯାତ୍ରା ସନ୍ଧ୍ୟା ୭.୪୦ ମିନିଟ୍‌ରେ ଚନ୍ଦନପୁର ଠାରେ ପହଂଚିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉପାବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ନେତୃବର୍ଗ ବିଷ୍ଣୁ ପ୍ରସାଦ ମିଶ୍ର, ଜୟଶ୍ରୀ ପାତ୍ର, ସଶ୍ମିତା ବେହେରା, ଅବିନାଶ ମିଶ୍ର, ଦାମଦୋର ପ୍ରଧାନ, ଦାମଦୋର ମହାପାତ୍ର, ହରପ୍ରସାଦ ଜେନା, ଶିବ ପ୍ରସାଦ ବେହେରା, ରାଜେଶ ମିଶ୍ର, ବ୍ରଜରାଜ ବେହେରା, ଅରକ୍ଷିତ ବାରିକ, ମାଗୁଣି ଭୋଇ, ସରସ୍ୱତୀ ପାତ୍ର, କିଷାନ କୁମାର ମେକାପ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ ଶ୍ରୀଯୁକ୍ତ ଦାସଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ ।

ସେହିପରି ତେଇଶପୁର ଠାରୁ ଚନ୍ଦନପୁର ଅଭିମୁଖେ ଯାତ୍ରା ସମୟରେ ସତ୍ୟବାଦୀ କଲେଜ ଛକଠାରେ ମନୋଜ ରଥ ଶତାଧିକ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ଭର୍ଦ୍ଧନା ଜଣାଇବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ବିଶାଳ ପଦଯାତ୍ରା ସଂକଳ୍ପ ପଦଯାତ୍ରା ପାଇଁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ କଥା ହୋଇ ତାଙ୍କର ଦୁଃଖ ସୁଖରେ ଛିଡ଼ା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଶିଳ୍ପିଶ୍ରୀ ହରିଚନ୍ଦନ, ଶୁସ୍ରୀ ବେହେରା, ସଶ୍ମିତା ପଣ୍ଡା, ଦୀପକ ପଟ୍ଟନାୟକ, ପର୍ଶୁରାମ ପ୍ରଧାନ, ଭାଗ୍ୟବାନ ଜେନା, ବିଦୁଲତା ଆଚାର୍ଯ୍ୟ, ସ୍ୱାଧୀନ ପଣ୍ଡା, ଜଗତଜିବନ ଶତପଥି, ଅଭିଶେଷ ମହାନନ୍ଦ, ଆକାଶ ଭୂୟାଁ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ଯୋଗଦେଇଥିଲେ ।

ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଅପରାହ୍ନରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ବରିଷ୍ଠ ନେତୃବୃନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିବା ପରେ ବଡଦାଣ୍ଡ ଠାରେ ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚମକ ଦେଖାଇଲେ ନୂଆ ପିସିସି ସଭାପତି ଭକ୍ତ ଦାସ, ଶହଶହ ସମର୍ଥକଙ୍କୁ ନେଇ କଲେ ପାୱାର ସୋ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।  ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ମନୋଜ ଜେନା ଓ ଅନ୍ୟମାନେ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ ।

ଓଡ଼ିଶା କଂଗ୍ରେସ ସେବା ଦଳର ଶହ ଶହ କର୍ମୀ କଂଗ୍ରେସ ପତାକା ଧରି ଏହି ସଂକଳ୍ପ ପଦଯାତ୍ରାରେ ଚାଲିଥିଲେ । ହସ୍ପିଟାଲ ଛକରେ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।
ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍‌. ରାଜନ ଏକ୍କା, ସୋଫିଆ ଫିର୍‌ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ।

ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ। ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।

ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ ।

ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।

ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ ।

ବୁଧବାର ସକାଳ ୮.୩୦ ମିନିଟ୍‌ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।

ଏହି ସ୍ୱାଗତ ଓ ସଂକଳ୍ପ ପଦଯାତ୍ରାରେ ସର୍ବଶ୍ରୀ ପ୍ରାକ୍ତନ ସାଂସଦ ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବିଧାୟକ ବଳଭଦ୍ର ମାଝୀ, ଡ.ଲଲାଟେନ୍ଦୁ ମହାପତ୍ର, ଯୁଧିଷ୍ଟିର ଜେନା, ଚିନ୍ମୟ ପ୍ରସାଦ ବେଉରା, ବୀଜୟଲକ୍ଷ୍ମି ସାହୁ,କୃଷ୍ଣଚନ୍ଦ୍ର ସଗରିଆ, ଭାରତ ଭୂଷଣ ବେମାଲ, କୁମାର ଚିରଞ୍ଜିବ, ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ବିଶ୍ୱଭୂଷଣ ଦାସ, ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ପ୍ରକୋଷ୍ଠର କର୍ମକର୍ତାମାନେ ଓ ନେତୃମଣ୍ଡଳୀମାନେ ସଂକଳ୍ପ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୀର୍ଘ ଦିନର ଅନ୍ତ ଘଟିଲା: ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେଲେ ଭକ୍ତ ଚରଣ ଦାସ

ଭୁବନେଶ୍ଵର: ଦୀର୍ଘ ଦିନର ଅପେକ୍ଷା ପରେ କଂଗ୍ରେସ ଦଳ ଓଡିଶା ପ୍ରଦେଶ କଂଗ୍ରେସର ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତ କରିଛି। ସେ ଓଡିଶା ବିଧାନସଭାରୁ ଠାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ତିନି ଥର ସାଂସଦ ଭାବେ ସାଂସଦରେ କାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ନୀତୀଶଙ୍କ କ୍ୟାବିନେଟରେ ସାମିଲ ହେବେ ତିନି କଂଗ୍ରେସ ବିଧାୟକ, ଜାଣନ୍ତୁ କ’ଣ କହିଲେ ଭକ୍ତ ଚରଣ ଦାସ

ପାଟନା: ବିହାରରେ କଂଗ୍ରେସର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଦାବି କରିଛନ୍ତି ଯେ, ନୀତୀଶ କୁମାରଙ୍କ ନୂଆ ସରକାରରେ କଂଗ୍ରେସ ତିନି ମନ୍ତ୍ରୀ ପଦ ଗ୍ରହଣ କରୁଛି। ସେ କହିଛନ୍ତି ଯେ, ଦୁଇ କଂଗ୍ରେସ ବିଧାୟକ ଅଗଷ୍ଟ ୧୬ ତାରିଖରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପରବର୍ତ୍ତୀ କ୍ୟାବିନେଟ ବିସ୍ତାରରେ ଆଉ ଜଣେ କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯିବା ନେଇ ଭକ୍ତ ଚରଣ ଦାସ କହିଛନ୍ତି।

ଭକ୍ତ ଚରଣ ଆହୁରି କହିଛନ୍ତି ଯେ, ବିହାରରେ ମିଳିତ ସରକାରରେ କଂଗ୍ରେସ ପାଇଁ ମନ୍ତ୍ରୀ ପଦବୀ ସ୍ଥିର କରାଯାଇଛି। କଂଗ୍ରେସକୁ ମୋଟ ତିନୋଟି ମନ୍ତ୍ରୀ ପଦ ମିଳିବ। ”ଦାସ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ କିଏ ମନ୍ତ୍ରୀ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସୋମବାର ନୀତୀଶ କୁମାରଙ୍କ କ୍ୟାବିନେଟରେ କିଏ ଶପଥ ନେବେ ସେନେଇ ଦଳ ବିଧାୟକଙ୍କ ନାମ ସ୍ଥିର କରିବ ବୋଲି ସେ କହିଛନ୍ତି। କ୍ୟାବିନେଟରେ କଂଗ୍ରେସ ଚାରିଟି ମନ୍ତ୍ରୀ ପଦବୀ ଆଶା କରୁଥିବା ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଅଭିଯୋଗ, କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ ମହାଲିଙ୍ଗ କଲେଜ ଚଳାଉଥିବା ଟ୍ରଷ୍ଟର ପ୍ରତିଷ୍ଠାତା

ଭୁବନେଶ୍ୱର : ବିଗତ ଦୁଇ ଦିନର ସାମ୍ବାଦିକ ସମ୍ମିଳନୀରେ ଆମେ କହିଥିଲୁ ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶା କଂଗ୍ରେସ କିମ୍ବା ଓଡିଶା ବିଜେପି କେହି ଏହାକୁ ଖଣ୍ଡନ କରିନାହାଁନ୍ତି। ସେମାନଙ୍କର ନିରବତା ଆମର ବିବୃତ୍ତିକୁ ପ୍ରମାଣ କରୁଛି ଯେ ଓଡିଶା କଂଗ୍ରେସ ହେଉଛି ଓଡିଶା ବିଜେପିର ବି-ଟିମ୍ ଏବଂ କଂଗ୍ରେସ ନେତା ଶ୍ରୀ ଭକ୍ତ ଚରଣ ଦାସଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ ଓଡିଶା କଂଗ୍ରେସ ଦ୍ୱାରା ବି-ଟିମ୍‍ ଉଦ୍ୟମର ଏକ ନିୟମିତ କାର୍ଯ୍ୟକ୍ରମ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଟ୍ରଷ୍ଟ୍ ଦଲିଲ ଉପସ୍ଥାପନ କରାଯାଇଛି ସେଥିରୁ ଜଣାପଡୁଛି ଯେ ଶ୍ରୀ ଭକ୍ତ ଚରଣ ଦାସଙ୍କ ପୁଅ କ୍ରାନ୍ତି ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ଟ୍ରଷ୍ଟି ଏବଂ ସଭାପତି ଏବଂ ଅଧ୍ୟକ୍ଷ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମିଶି ଏହାକୁ ଚଳାଉଥିଲେ। ପ୍ରଶ୍ନ ପଚାରିବା ପୂର୍ବରୁ ସେ ଦେଖାଉଥିବା ଦଲିଲ ଅସଲି କି ନୁହେଁ ଶ୍ରୀ ଭକ୍ତ ଚରଣ ଦାସ ତାହାର ଉତ୍ତର ଦେବା ଉଚିତ। ତାଙ୍କ ପୁଅ ମହାଲିଙ୍ଗ କଲେଜ ଚଳାଉଥିବା ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ଥିଲେ କି ନାହିଁ ଏବଂ ଯେତେବେଳେ ଶ୍ରୀ ଭକ୍ତ ଦାସଙ୍କ ପୁଅ ଏହି ଟ୍ରଷ୍ଟ୍‌ର ସଭାପତି ଥିଲେ ସେତେବେଳେ ଅଧ୍ୟକ୍ଷ ଭାବରେ ଗୋବିନ୍ଦ ସାହୁ ଥିଲେ କି ନାହିଁ ।

ଓଡିଶା କଂଗ୍ରେସ ନିଜ ଦଳର ନେତା ଶ୍ରୀ ଭକ୍ତ ଚରଣ ଦାସଙ୍କୁ ଏ ସଂକ୍ରାନ୍ତରେ ପଚାରିବା ଉଚିତ୍‍ । ଅଭିଯୁକ୍ତ ଏବଂ ପୀଡିତାଙ୍କ ସହିତ ଶ୍ରୀ ଦାସଙ୍କର ଯେଉଁ ଫଟୋଗ୍ରାଫ ରହିଛି ତାହା ୨୦୨୦ରେ ଏକ ଉଦ୍‍ଘାଟନ କାର୍ଯ୍ୟକ୍ରମ ସମୟର କି ? ଯଦି କାଗଜପତ୍ର ପ୍ରମାଣ, ଫଟୋ ଏବଂ ଭିଡିଓ ଏକ ଅପରାଧ ସହିତ ଜଡିତ ହେବାର ପ୍ରମାଣ, ତେବେ ଆମେ ଆପଣଙ୍କ ଆଗରେ କାଗଜପତ୍ରର ପ୍ରମାଣ ରଖିଛୁ ଯେଉଁଥିରେ ଶ୍ରୀ ଭକ୍ତ ଚରଣ ଦାସ ମହାଲିଙ୍ଗ କଲେଜ ଏବଂ ଅଭିଯୁକ୍ତଙ୍କ ନିକଟତର ରହିଛନ୍ତି ।

ଯଦି ଜଣେ ମନ୍ତ୍ରୀ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦେଖାଯାଉଛନ୍ତି ଏବଂ ଅଭିଯୁକ୍ତ କରିଥିବା ଅପରାଧ ସହ ଜଡିତ ହେବାର ପ୍ରମାଣ ହେଉଛି, ତେବେ ସମାନ ତର୍କ ଦ୍ୱାରା ଶ୍ରୀ ଭକ୍ତ ଦାସ ମଧ୍ୟ ବହୁତ ବଡ ଅପରାଧୀ । ଶ୍ରୀ ଭକ୍ତ ଦାସ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ସାଂସଦ ହାତପାଣ୍ଠିରୁ ମହାଲିଙ୍ଗ କଲେଜକୁ ବାରମ୍ବାର ଅର୍ଥ ପ୍ରଦାନ କରିଛନ୍ତି, କଲେଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ଯାହା ଆମେ ଦେଖାଉଛୁ ।

ଶ୍ରୀ ଦାସଙ୍କ ଯୁକ୍ତି ଆଧାରରେ ତାଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ୍‍ । ଆଇନ୍‌ର ଶାସନ ବୋଲି ଏ ଦେଶରେ କିଛି ଅଛି ଯାହା ସବୁବେଳେ ତଥ୍ୟ ପ୍ରମାଣ ଆବଶ୍ୟକ କରେ ଯାହା ଶ୍ରୀ ଭକ୍ତ ଦାସଙ୍କ ପାଖରେ ନାହିଁ ଏବଂ ସେଥିପାଇଁ ସେ ମିଥ୍ୟା ଏବଂ ଭିତ୍ତିହୀନ କଥା କହୁଛନ୍ତି । ଏସବୁ ବ୍ୟତୀତ, ତାଙ୍କ ଦୁର୍ନୀତି ଇତିହାସକୁ ଆସିବା । ତାଙ୍କ ଦୁର୍ନୀତିର ପ୍ରଥମ ସୂଚନାଟି ୨୦୧୮ରେ ତେଲେଙ୍ଗାନାରୁ ଆସିଥିଲା ।

ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି କିଆମା ମାଲେଶ ଅଡିଓ ଟେପ୍ ଜାରି କରି କହିଥିଲେ ଯେ ଶ୍ରୀ ଭକ୍ତ ଦାସ ୨୦୧୮ରେ ଇବ୍ରାହିମପାଟନମ୍ ବିଧାନସଭା ଆସନ ଟିକେଟ୍ ପାଇଁ ତାଙ୍କ ଠାରୁ ୩ କୋଟି ଟଙ୍କା ଦାବି କରିଥିଲେ । ଏହା ଦର୍ଶାଏ ଯେ ତାଙ୍କ ଦଳର ନେତାମାନେ ଭାବନ୍ତି ଯେ ଶ୍ରୀ ଭକ୍ତ ଦାସ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯିଏ ଦଳୀୟ ଟିକେଟ ବିକ୍ରି କରନ୍ତି । ତେଲେଙ୍ଗାନାରେ କଂଗ୍ରେସର ଆଶାକୁ ସଫଳତାର ସହିତ ଧ୍ୱଂସ କରିବା ପରେ କଂଗ୍ରେସ ଦଳ ତାଙ୍କୁ ତେଲେଙ୍ଗାନାରୁ ବାହାର କରିଦେଇଥିଲା ।
ଏବେ ବିହାରକୁ ଆସିବା ଏବଂ ଦେଖିବା ସେ କ’ଣ କରିଛନ୍ତି ।

ଅକ୍ଟୋବର, ୨୦୨୧ରେ ବିହାର କଂଗ୍ରେସ ଦଳର ଶତାଧିକ ସଦସ୍ୟ ଏବଂ ସମର୍ଥକ ପାଟ୍‌ନାରେ ଶ୍ରୀ ଦାସଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଗତ ମାସରେ ବିହାର ଉପନିର୍ବାଚନରେ ସେ ଟିକେଟ୍ ବିକ୍ରି କରୁଥିବା ଏବଂ ଟଙ୍କା ସଂଗ୍ରହ କରୁଥିବାରୁ ତାଙ୍କୁ ପଦରୁ ହଟାଇବାକୁ ଦାବି କରିଥିଲେ । ଶ୍ରୀ ଭକ୍ତ ଦାସ ଆଉ ଏକ ପାଦ ଆଗକୁ ଯାଇ ବିହାରରେ ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରି ଆରଜେଡି-କଂଗ୍ରେସ ମହାମେଣ୍ଟକୁ ଭାଙ୍ଗିବା କାର୍ଯ୍ୟ କରିଥିଲେ । ବିହାରରେ ବିଜେପି ତାଙ୍କୁ ସଫଳତାର ସହ ବ୍ୟବହାର କରିବା ପରେ ଓଡିଶା ବିଜେପି ବର୍ତ୍ତମାନ ତାଙ୍କୁ କାଳାହାଣ୍ଡିରେ ଏହାର ରାଜନୈତିକ ଏଜେଣ୍ଟ ଭାବରେ ବ୍ୟବହାର କରୁଛି ।

ଯେହେତୁ ଶ୍ରୀ ଭକ୍ତ ଦାସ ମହାଲିଙ୍ଗ କଲେଜର ଜଣେ ଛାୟା ମାଲିକ ଥିଲେ, ସେ ମହାଲିଙ୍ଗ କଲେଜ ସହ ଜଡିତ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିବା ଉଚିତ । ଯଦି ତାଙ୍କ ନିକଟରେ କିଛି ପ୍ରମାଣ ଅଛି, ତେବେ ସେ ମହାଲିଙ୍ଗ କଲେଜର ମାଲିକ ହୋଇଥିବାରୁ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରନ୍ତୁ ଏବଂ ମାନ୍ୟବର କୋର୍ଟଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ଦିଅନ୍ତୁ । ତାଙ୍କର ଭିତ୍ତିହୀନ ଓ ବିଭ୍ରାନ୍ତକାରୀ ପ୍ରକୃତି ଯୋଗୁଁ ୨୦୧୯ ସଂସଦ ନିର୍ବାଚନରେ କଳାହାଣ୍ଡି ଲୋକେ ଶ୍ରୀ ଦାସଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଥିଲେ । ଆଜି ପୁଣିଥରେ କଳାହାଣ୍ଡି ଓ ଓଡିଶାବାସୀଙ୍କ ସମ୍ମୁଖରେ ତାଙ୍କର ମୁଖା ଖୋଲିଯାଇଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଳାହାଣ୍ଡିର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କୁ ଦୁର୍ବ୍ୟବହାର କଲେ ଲାଲୁ ଯାଦବ

ପାଟନା: ବିହାର ଆସିବା ପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଦିଲ୍ଲୀରେ ଜଣେ କଂଗ୍ରେସ ନେତାଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ବାସ୍ତବରେ, ଲାଲୁ ଯାଦବ ବିହାରର କଂଗ୍ରେସ ଦାୟିତ୍ୱରେ ଥିବା ଓଡିଶାର ପୂର୍ବତନ ସାଂସଦ ଭକ୍ତ ଚରଣ ଦାସଙ୍କୁ ମୂର୍ଖ ବୋଲି ସମ୍ବୋଧନ କରିଛନ୍ତି। ଲାଲୁ ଯାଦବଙ୍କ ଦ୍ୱାରା ବ୍ୟବହୃତ ଏହି ଶବ୍ଦ ବିଷୟରେ କଂଗ୍ରେସ ବିଧାୟକ ଶକିଲ ଅହମ୍ମଦ କହିଛନ୍ତି ଯେ, ଲାଲୁ ପ୍ରସାଦ ଭକ୍ତ ଚରଣ ଦାସଙ୍କ ସ୍ଥିତି ବିଷୟରେ ଅବଗତ ଅଛନ୍ତି। କାରଣ ଭକ୍ତ ଚରଣ ଦାସ ଆଜିର ନେତା ନୁହଁନ୍ତି, ସେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ଥିଲେ।।

ଶକିଲ ଅହମ୍ମଦ କହିଛନ୍ତି ଯେ, ୧୯୯୦ ଦଶକରେ ଭକ୍ତ ଚରଣ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ, ଅନେକ ଥର ବିଧାୟକ ତଥା ସାଂସଦ ମଧ୍ୟ ହୋଇଥିଲେ। ସବୁଠାରୁ ବଡ କଥା ହେଉଛି ବିହାର କଂଗ୍ରେସ ଦଳର ଦାୟିତ୍ୱରେ ଥିବାରୁ ସେ ଶୀର୍ଷ ନେତୃତ୍ୱ ବିରୋଧରେ କୌଣସି ନିଷ୍ପତ୍ତି ନେଉନାହାଁନ୍ତି। ଏପରି ବ୍ୟକ୍ତିଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ବ୍ୟବହାର ଲାଲୁଙ୍କ ବିରୋଧୀ ମାନସିକତାକୁ ଦର୍ଶାଏ। ଏଭଳି କହିବାର କାରଣ, ସେ ଅନେକ ଥର ଏପରି ପରିଚୟ ଦେଇଛନ୍ତି।