ନୀତୀଶଙ୍କ କ୍ୟାବିନେଟରେ ସାମିଲ ହେବେ ତିନି କଂଗ୍ରେସ ବିଧାୟକ, ଜାଣନ୍ତୁ କ’ଣ କହିଲେ ଭକ୍ତ ଚରଣ ଦାସ

Published: Aug 14, 2022, 1:58 pm IST

ପାଟନା: ବିହାରରେ କଂଗ୍ରେସର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଦାବି କରିଛନ୍ତି ଯେ, ନୀତୀଶ କୁମାରଙ୍କ ନୂଆ ସରକାରରେ କଂଗ୍ରେସ ତିନି ମନ୍ତ୍ରୀ ପଦ ଗ୍ରହଣ କରୁଛି। ସେ କହିଛନ୍ତି ଯେ, ଦୁଇ କଂଗ୍ରେସ ବିଧାୟକ ଅଗଷ୍ଟ ୧୬ ତାରିଖରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପରବର୍ତ୍ତୀ କ୍ୟାବିନେଟ ବିସ୍ତାରରେ ଆଉ ଜଣେ କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯିବା ନେଇ ଭକ୍ତ ଚରଣ ଦାସ କହିଛନ୍ତି।

ଭକ୍ତ ଚରଣ ଆହୁରି କହିଛନ୍ତି ଯେ, ବିହାରରେ ମିଳିତ ସରକାରରେ କଂଗ୍ରେସ ପାଇଁ ମନ୍ତ୍ରୀ ପଦବୀ ସ୍ଥିର କରାଯାଇଛି। କଂଗ୍ରେସକୁ ମୋଟ ତିନୋଟି ମନ୍ତ୍ରୀ ପଦ ମିଳିବ। ”ଦାସ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ କିଏ ମନ୍ତ୍ରୀ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ସୋମବାର ନୀତୀଶ କୁମାରଙ୍କ କ୍ୟାବିନେଟରେ କିଏ ଶପଥ ନେବେ ସେନେଇ ଦଳ ବିଧାୟକଙ୍କ ନାମ ସ୍ଥିର କରିବ ବୋଲି ସେ କହିଛନ୍ତି। କ୍ୟାବିନେଟରେ କଂଗ୍ରେସ ଚାରିଟି ମନ୍ତ୍ରୀ ପଦବୀ ଆଶା କରୁଥିବା ଜଣାପଡିଛି।

Related posts