Categories
ଆଜିର ଖବର ରାଜ୍ୟ ଖବର

ଆମ୍ପାନ ସମୟରେ ମାତୃତ୍ବକୁ ସୁରକ୍ଷା ଦେବାରେ ସଫଳ ଭଦ୍ରକ ପ୍ରଶାସନ

ଭୁବନେଶ୍ବର : ବାତ୍ୟା ଆମ୍ପାନ୍‌ ମୁକାବିଲା ସମୟରେ ଭଦ୍ରକ ଜିଲ୍ଳା ପ୍ରଶାସନ ପକ୍ଷରୁ 60ଟି ପ୍ରସବ କରାଯାଇଛି । ସମସ୍ତ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଥିବା ବେଳେ ଦୁଇ ଦିନ ମଧ୍ୟରେ 218 ଜଣ ଗର୍ଭବତୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । 19 ତାରିଖ ଦିନ 177 ଜଣ ଏବଂ 20 ତାରିଖ ଦିନ 41 ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଦିନ 43ଟି ପ୍ରସବ କରାଯାଇଥିବା ବେଳେ 20 ତାରିଖ ଦିନ 17ଟି ପ୍ରସବ କରାଯାଇଥିଲା । ସମୁଦାୟ 60ଟି ପ୍ରସବ ମଧ୍ୟରୁ 6ଟି ସିଜରିଆନ୍‌ ପ୍ରସବ କରାଯାଇଥିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।