Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ଵରଭଙ୍ଗ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଶୀତଦିନିଆ ସ୍ଵରଭେଦ ରୋଗ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଶୀତଦିନେ ଖଟା ବରକୋଳି, କଇଥ, କମଳା, ଦହି ଆଦି ଖାଇଲେ, କଫ ବଢି ଓ ଉଚ୍ଚ ସ୍ଵରରେ କଥା ହେଲେ ସ୍ଵର ପେଟିକାସ୍ଥ ନାଡୀତନ୍ତୁ ବିକ୍ଷୁବ୍ଧ ହୋଇ ସ୍ଵରପେଟିକା ଶୋଥ ହୋଇଯାଏ। ଗଳା ବସିଯାଏ, ଖାଦ୍ୟ ଖାଇବାରେ କଷ୍ଟ ହୁଏ, ଗଳା ଗତଗତ୍ ହୋଇ କାଶ ହୁଏ, ଖାଦ୍ୟ ଶ୍ୱାସ ନଳିକାକୁ ଚାଲିଯାଏ ଓ କଷ୍ଟହୁଏ। ତେଣୁ ଗରମ ଲୁଣପାଣି କୁଳି କରନ୍ତୁ,ବଚ, କଳlମରିଚ, ଯାଠିମଧୁ, ଅଦା, ପିପ୍ପଳୀ, ଲବଙ୍ଗରୁ ଯେକୌଣସି ଗୋଟିଏ ଦୁଇଟି ଦ୍ରବ୍ୟକୁ ଚୋଷିଲେ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ସୁସ୍ଥ ହୃଦୟ ପାଇଁ ସଚେତନା, ସ୍ଵାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ପ୍ରାତଃ ସମୟରେ ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସୁସ୍ଥ ହୃଦୟ ପାଇଁ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ କ୍ରୋଧ,ଚିନ୍ତା, ଅଶାନ୍ତି ଆମିଷ, ତେଲ, ବନସ୍ପତି ଘୃତ,ପନିର, ଅଜୀର୍ଣ୍ଣ କାରକ ଖାଦ୍ୟ,ପୋଡ଼ା ତେଲ ଛଣା ଖାଦ୍ୟ ଇତ୍ୟାଦି ହୃଦ୍ ରୋଗର କାରଣ ଅଟେ। ଏହି ସବୁକୁ ଛାଡି ଯୋଗାସନ, ପ୍ରାଣାୟାମ କରନ୍ତୁ, ପେଟ ପରିଷ୍କାର ରଖନ୍ତୁ, ଅର୍ଜୁନଛାଲି,ପଦ୍ମମଞ୍ଜି, ଅଁଳା ସେବନ କରନ୍ତୁ।ହୃଦୟ ସଦା ସୁସ୍ଥ ରହିବ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା ।ଡି ଶ୍ରୀନିବାସ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ସାହୁ ଅନୁରୋଧ କରିଛନ୍ତିl