Categories
ଆଜିର ଖବର ଜାତୀୟ ଖବର

ନମୋ ଭାରତ ଟ୍ରେନରେ ଛାତ୍ରଛାତ୍ରୀ ଏବଂ ଲୋକୋ ପାଇଲଟ୍‌ଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାହିବାବାଦ ଆରଆରଟିଏସ୍ ଷ୍ଟେସନ୍‌ରୁ ନ୍ୟୁ ଅଶୋକ ନଗର ଆରଆରଟିଏସ୍ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିଥିଲେ। ତାଙ୍କର ଏହି ଯାତ୍ରା ସମୟରେ ସେ ଯୁବ ବନ୍ଧୁମାନଙ୍କ ସହିତ ଭାବ ବିନିମୟ କରିଥିଲେ, ଯେଉଁମାନେ ତାଙ୍କୁ ଅନେକ ପେଣ୍ଟିଂ ଏବଂ କଳାକୃତି ଉପହାର ଦେଇଥିଲେ।

ପ୍ରଧାନମନ୍ତ୍ରୀ ଏବଂ ଉଦୀୟମାନ ଭାରତ ବିଷୟରେ ଏକ କବିତା ପାଠ କରିଥିବା ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ମଧ୍ୟ ଜଣେ ବାଳକ ସହ କଥାବାର୍ତ୍ତା କରିଥିଲେ, ଯିଏ ତାଙ୍କୁ ଏକ ଚିତ୍ରକଳା ଉପହାର ଦେଇଥିଲେ ଏବଂ ଏକ ଘରର ହିତାଧିକାରୀ ଥିଲେ। ଶ୍ରୀ ମୋଦୀ ତାଙ୍କୁ ନୂତନ ଘରେ ସେମାନଙ୍କର ଅଗ୍ରଗତି ସମ୍ପର୍କରେ ପଚାରିଥିଲେ ଏବଂ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ଜଣେ ଯୁବତୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏକ କବିତା ପାଠ କରିଥିଲେ, ସେଥିପାଇଁ ସେ ତାଙ୍କୁ ପ୍ରଶଂସା କରିଥିଲେ।

ଏହା ପରେ ପ୍ରଧାନମନ୍ତ୍ରୀ ମହିଳା ଲୋକୋ ପାଇଲଟମାନଙ୍କ ସହ କଥା ହୋଇଥିଲେ, ଯେଉଁମାନେ ସେମାନଙ୍କ ଚାକିରି ପାଇଁ ଖୁସି ଏବଂ ଗର୍ବ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅତ୍ୟଧିକ ଏକାଗ୍ରତା ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ଏବଂ ନୂତନ ଚାକିରି ପାଇଁ ଶୁଭେଚ୍ଛା ଜଣାଇଥିଲେ।

Categories
ବିଶେଷ ଖବର

ଫୋନ ଯୋଗେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ବଡ ବିଜୟ ହାସଲ କରିଛନ୍ତି। ସେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଇତିହାସ ରଚିଛନ୍ତି। ଯଦିବା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିଲା, ହେଲେ ଓଡିଶାର ଶାସକ ଦଳ ବିଜେଡ଼ି ତାଙ୍କୁ ସମର୍ଥନ କରିଥିଲା। କେବଳ ସେତିକି ନୁହେଁ, ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବିରୋଧୀ ଦଳଙ୍କୁ ମଧ୍ୟ ନିବେଦନ କରିଥିଲା। ଏହି ଆଧାରରେ ଦେଶର ଅନେକ ବିରୋଧୀ ଦଳର ନେତାମାନେ ମଧ୍ୟ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଥିଲେ।

ତେବେ ଓଡିଶାର ଝିଅ ଭାବେ ଦ୍ରୌପଦୀ ଦେଶର ପ୍ରଥମ ନାଗରିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବ ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି ନବୀନ କହିଛନ୍ତି।

ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ।