Categories
ଆଜିର ଖବର

ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଦେଶବ୍ୟାପୀ ସର୍ବେକ୍ଷଣ କରିବ ଏନଏସଏସଓ

ଭୁବନେଶ୍ୱର: ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ପରିଚାଳନା ଡିଭିଜନର ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ୧୯୫୦ ମସିହା ଠାରୁ ବିଭିନ୍ନ ସାମାଜିକ-ଆର୍ଥିକ ବିଷୟବସ୍ତୁ ଉପରେ ଦେଶବ୍ୟାପୀ ବ୍ୟାପକ ଆକାରରେ ନମୁନା ସର୍ବେକ୍ଷଣ ଆୟୋଜନ କରି ଆସୁଛି।

ଦେଶର ଅର୍ଥବ୍ୟବସ୍ଥାରେ ସେବା କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଜିଡିପିରେ ଏହି କ୍ଷେତ୍ରର ସର୍ବାଧିକ ଅଂଶଧନ ରହିଛି। ଏହି କାରଣରୁ ଏନଏସଏସଓ ଦ୍ୱାରା ସଂଗଠିତ/ନିଗମିତ ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଏକ ଦେଶବ୍ୟାପୀ ସର୍ବେକ୍ଷଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି କ୍ଷେତ୍ରରେ ନିଯୁକ୍ତି, ପୁଞ୍ଜି ସୃଷ୍ଟି, ସକଳ ମୂଲ୍ୟ ବୃଦ୍ଧି, ଉଦ୍ୟୋଗ ମାନ୍ୟତା ଆଦି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟରେ ରହିଥିବା ତଥ୍ୟାତ୍ମକ ଶୂନ୍ୟସ୍ଥାନକୁ ପୂରଣ କରିବା ଉଦ୍ଦେଶ୍ୟରେ ସର୍ବେକ୍ଷଣ ଆୟୋଜନ କରାଯିବ।

ସର୍ବଭାରତୀୟ ସ୍ତରରେ ଚୁଡ଼ାନ୍ତ ସେବା ଆୟୋଜନ କରିବା ପୂର୍ବରୁ ଜିଏସଟିଏନ ତଥ୍ୟକୁ ଆଧାର କରି ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ତ୍ରିପୁରାରେ ଏକ ପରୀକ୍ଷାମୂଳକ ସର୍ବେକ୍ଷଣ କରାଯିବ। ଭୁବନେଶ୍ୱର ଏବଂ ସମ୍ବଲପୁରରେ ରହିଥିବା ଏନଏସଏସଓ ଆଞ୍ଚଳିକ କାର୍ଯ୍ୟାଳୟର କ୍ଷେତ୍ର ପରିଚାଳନା ଡିଭିଯାନର ଅଧିକାରୀମାନେ ଯୋଗ୍ୟ ଉଦ୍ୟୋଗ ଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବେ। ଦୁଇଟି ପର୍ଯ୍ୟାୟରେ ସର୍ବେକ୍ଷଣ ଆୟୋଜନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଠିକଣା ଚିହ୍ନଟ କରିବା ସହିତ ବିଭିନ୍ନ ମାପଦଣ୍ଡ ଉପରେ ସୂଚନା ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ବିସ୍ତୃତ ସର୍ବେକ୍ଷଣ କରାଯିବ।

ସର୍ବେକ୍ଷଣ ଆୟୋଜନରେ ଆବଶ୍ୟକ ସହଯୋଗ ଯୋଗାଇ ଦେବା ନିମନ୍ତେ ଏନଏସଏସଓ ଉପମହାନିର୍ଦ୍ଦେଶକ ଶ୍ରୀନିବାସ ଉପ୍ପାଲା ସେବା କ୍ଷେତ୍ରର ଉଦ୍ୟୋଗ ମାଲିକ ଓ ଉଦ୍ୟୋଗୀମାନଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ ସଫଳତା: ୪୦,୦୦୦ ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ

ଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ଦେଶର ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ କରାଯାଇଛି।

୫୦,୦୦୦ ଅମୃତ ସରୋବର ନିର୍ମାଣର ଏକ ଲକ୍ଷ୍ୟ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଶେଷ ହେବାକୁ ସ୍ଥିର ହୋଇଥିଲା। ୧୧ ମାସର ସ୍ୱଳ୍ପ ଅବଧି ମଧ୍ୟରେ, ଏପର୍ଯ୍ୟନ୍ତ ୪୦,୦୦୦ ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇସାରିଛି, ଯାହା ମୋଟ ଲକ୍ଷ୍ୟର ୮୦% ଅଟେ।
‘ଜନ ଭାଗିଦାରୀ’ ଏହି ମିଶନର ମୂଳ ହୋଇ ରହିଆସିଛି ଏବଂ ସବୁ ସ୍ତରରେ ଲୋକଙ୍କ ଅଂଶଗ୍ରହଣକୁ ଜଡିତ କରିଛି। ପ୍ରତ୍ୟେକ ଅମୃତ ସରୋବର ପାଇଁ ଏପର୍ଯ୍ୟନ୍ତ ୫୪୦୮୮ ଉପଭୋକ୍ତା ଗୋଷ୍ଠୀ ଗଠନ କରାଯାଇଛି। ଏହି ଉପଭୋକ୍ତା ଗୋଷ୍ଠୀଗୁଡ଼ିକ ଅମୃତ ସରୋବରର ବିକାଶର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ସବୁ ଦିଗରୁ ଯଥା, ଉପାଦେୟତା ମୂଲ୍ୟାଙ୍କନ, କାର୍ଯ୍ୟ ଆରମ୍ଭ କରିବା ଏବଂ ଏହାର ଉପଯୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟା ଇତ୍ୟାଦି ସହିତ ସଂଲଗ୍ନ ରହିବ।

ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ନିର୍ଦ୍ଦିଷ୍ଟ ଅମୃତ ସରୋବର ସ୍ଥଳୀ ଗୁଡିକରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା, ୨୬ ଜାନୁଆରୀ ଏବଂ ୧୫ ଅଗଷ୍ଟ ପରି ଗୁରୁତ୍ୱପୂର୍ଣ୍ଣ ତାରିଖରେ ପତାକା ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ବରିଷ୍ଠ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀ ତଥା ସହିଦଙ୍କ ପରିବାର ସଦସ୍ୟ, ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରୁଛନ୍ତି। ଏହି ମିଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୮୪ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ୧୮,୧୭୫ ବୟସ୍କ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ୪୪୮ ସଦସ୍ୟ, ସହିଦ ପରିବାରର ୬୮୪ ସଦସ୍ୟ ଏବଂ ୫୬ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି।

ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ମିଶନ ଅମୃତ ସରୋବର ଗ୍ରାମାଞ୍ଚଳର ଜୀବିକା ବୃଦ୍ଧି କରୁଛି , କାରଣ ଜଳସେଚନ, ମତ୍ସ୍ୟ ଚାଷ, ବତକ ଚାଷ, ପାଣି ସିଙ୍ଗଡା ଚାଷ ଏବଂ ପଶୁ ପାଳନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ସମ୍ପନ୍ନ ସରୋବର ମାନଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୬% ଉପଭୋକ୍ତା ସମୂହ କୃଷି, ୨୧% ମତ୍ସ୍ୟ ଚାଷରେ, ୬% ପାଣି ସିଙ୍ଗଡା ଏବଂ ପଦ୍ମ ଚାଷରେ ଜଡିତ ଏବଂ ୭% ଗୋଷ୍ଠୀ ପଶୁପାଳନ ସହିତ ଜଡିତ ଅଛନ୍ତି। ଏହି କାର୍ଯ୍ୟକଳାପ ଗୁଡିକ ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ପ୍ରତ୍ୟେକ କୌଣସି ନା କୌଣସି ଅମୃତ ସରୋବର ସହିତ ଜଡିତ।

‘ସମ୍ପୂର୍ଣ୍ଣ ସରକାର’ର ଆଭିମୁଖ୍ୟ ହେଉଛି ଏହି ମିଶନର ପ୍ରାଣ, ଯେଉଁଥିରେ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଜଳ ଶକ୍ତି ମନ୍ତ୍ରଣାଳୟ, ପଞ୍ଚାୟତି ରାଜ ମନ୍ତ୍ରଣାଳୟ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବୈଷୟିକ ସଂଗଠନ ଯଥା ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ-ଇନଫର୍ମେଟିକ୍ସ (ବିଆଇଏସ୍ଏଜି – ଏନ୍) ଏବଂ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ସହିତ ମିଳିତ ଭାବରେ କାର୍ଯ୍ୟକ୍ଷମ ହେବା।

ଏହି ସଂଯୁକ୍ତ କାର୍ଯ୍ୟପ୍ରଣାଳୀର ମୁଖ୍ୟ ଆକର୍ଷଣ ହେଉଛି ରେଳ ମନ୍ତ୍ରଣାଳୟ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଖନନ ହୋଇଥିବା ମୃତ୍ତିକା ଅମୃତ ସରୋବର ସୀମାଙ୍କିତ ସ୍ଥଳ ପରିସରରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବ୍ୟବହାର କରୁଛନ୍ତି।

ସାର୍ବଜନୀନ ଏବଂ ସିଏସଆର ସଂସ୍ଥା ସମଗ୍ର ଦେଶରେ ଅନେକ ଅମୃତ ସରୋବର ନିର୍ମାଣ/ନବୀକରଣରେ ସହଯୋଗ କରି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

ମିଶନ୍ ଅମୃତ ସରୋବରର ଏହା ମଧ୍ୟ ଲକ୍ଷ୍ୟ ଯେ, ଅମୃତ ସରୋବର ଗୁଣବତ୍ତାପୂର୍ଣ୍ଣ କାର୍ଯ୍ୟନ୍ୱୟନ ଏବଂ ବିକାଶ ଏହି ଭଳି କରାଯିବ ଯେ, ତାହା ସ୍ଥାନୀୟ ସାମୁଦାୟିକ କାର୍ଯ୍ୟକଳାପ ଗୁଡିକର କେନ୍ଦ୍ର ହୋଇ ଯିବ ତଥା ଅମୃତ ସରୋବର କାର୍ଯ୍ୟ ପାଇଁ ବିଭିନ୍ନ ମନ୍ତ୍ରଣାଳୟକୁ ସଂଲଗ୍ନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ: ମତ୍ସ୍ୟପାଳନ ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ଜୀବିକା ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ଵର: କେନ୍ଦ୍ର ମତ୍ସ୍ୟପାଳନ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଓଡ଼ିଶା ଗସ୍ତ କରି ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସମୀକ୍ଷା କରିଛନ୍ତି। ସେ ଓଡ଼ିଶାରେ ମତ୍ସ୍ୟପାଳନ କ୍ଷେତ୍ରକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିବା ସହିତ କୃଷି ସଂଯନ୍ତ୍ର ମେଳାରେ ଅଂଶଗ୍ରହଣ କରିଥିଲେ। ବାଲେଶ୍ୱର ଠାରେ ମତ୍ସ୍ୟପାଳନ ବିଭାଗର ଅଧିକାରୀ, ମତ୍ସ୍ୟ ଚାଷୀ ଓ ବିଭିନ୍ନ ଅଂଶୀଦାରମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦେଶର ଅନ୍ୟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ପୂର୍ବରୁ ଏହି ସମୀକ୍ଷା ବୈଠକ ଆୟୋଜନ କରାଯାଇସାରିଛି। ଶ୍ରୀ ରୂପାଲା ହିତାଧିକାରୀ, ମତ୍ସ୍ୟଜୀବୀ, ମାଛ ଚାଷୀ, ବ୍ୟବସାୟୀ ଓ ଅନ୍ୟ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହିତ ମତ୍ସ୍ୟପାଳନ କ୍ଷେତ୍ରର ବିକାଶକୁ ନେଇ ଆଲୋଚନା କରିଥିଲେ।

୨୫ ମାର୍ଚ୍ଚ ୨୦୨୩ରେ ଏନଓସିସିଆଇ ବାଲେଶ୍ୱର ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ଠାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମତ୍ସ୍ୟଜୀବୀ, ମାଛ ଚାଷୀ ଏବଂ ମତ୍ସ୍ୟପାଳନ କ୍ଷେତ୍ରର ଅନ୍ୟ ଅଂଶୀଦାରମାନେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଭଳି ବିଭିନ୍ନ କେନ୍ଦ୍ର ସରକାରୀ ଯୋଜନାକୁ ସମୀକ୍ଷା କରିଥିଲେ । ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ରହିଥିବା ଆହ୍ୱାନ, ଉପଲବ୍ଧି ଏବଂ ସୁଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଯୋଜନାର ସୁଧାର ପାଇଁ ଅଂଶୀଦାରମାନେ ଆବଶ୍ୟକ ମତାମତ ଓ ପରାମର୍ଶ ଦେଇଥିଲେ। ବାଲେଶ୍ୱର ଠାରେ ଅନୁଷ୍ଠିତ କୃଷି ସଂଯନ୍ତ୍ର କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ  ତୋମର ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ରବର ବୋର୍ଡ ଅଧ୍ୟକ୍ଷ ସାୱର ଧାନାନିଆ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ରେମୁଣା ବ୍ଲକ୍‌ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, କୃଷି ଜାଗରଣ ସଂସ୍ଥାର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବାଲେଶ୍ୱର ଜିଲ୍ଲାର କୁରୁଡ଼ା ପଡ଼ିଆରେ ଅନୁଷ୍ଠିତ କୃଷି ସଂଯନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ପ୍ରାୟ ୭୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ରୂପାଲା ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ନୀଳ ବିପ୍ଳବ ସହ ଜଡ଼ିତ ବହୁମୁଖି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଅନ୍ତର୍ଦେଶୀୟ ଏବଂ ସାମୁଦ୍ରିକ, ଉଭୟ କ୍ଷେତ୍ରରେ ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦକତା ବଢ଼ାଇବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ଭିତ୍ତିଭୂମି ବିକାଶ, ବିପଣନ, ରପ୍ତାନି ଓ ସଂସ୍ଥାଗତ ବ୍ୟବସ୍ଥା ଆଦି ଯୋଗାଇ ଦେଇ ମତ୍ସ୍ୟପାଳନ ଓ ଆନୁସଙ୍ଗିକ କ୍ଷେତ୍ରକୁ ସରକାର ସହାୟତା ଦେଉଛନ୍ତି।

ସମୀକ୍ଷା ବୈଠକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରୂପାଲା କହିଥିଲେ ଯେ ସେ ପିଏମଏମଏସୱାଇ ଏବଂ କେସିସି ଯୋଜନାର ହିତାଧିକାରୀ, ବିଭାଗୀୟ ଅଧିକାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଛନ୍ତି। ସବୁ ରାଜ୍ୟରେ ପିଏମଏମଏସୱାଇ ଯୋଜନାର କାର୍ଯ୍ୟକାରିତା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଉଭୟ ଯୋଜନାର କାର୍ଯ୍ୟକାରିତା ଦ୍ୱାରା ମୂଲ୍ୟ ଶୃଙ୍ଖଳାରେ ରହିଥିବା ଶୂନ୍ୟସ୍ଥାନକୁ ଦୂର କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ମାଛ ଚାଷୀ, ମତ୍ସ୍ୟଜୀବୀ ଓ ଅନ୍ୟ ହିତାଧିକାରୀମାନଙ୍କୁ ଲାଭାନ୍ୱିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ମତ୍ସ୍ୟ ପାଳନ ବିଭାଗର ସଫଳତା ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରୂପାଲା କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୭ଟି ନୂଆ ମଧୁରଜଳ ଫିନଫିଶ ଉତ୍ପାଦନ କେନ୍ଦ୍ର ନିର୍ମାଣକୁ ମଞ୍ଜୁର ଦିଆଯାଇଛି। ଏହା ଛଡ଼ା ୨ଟି ଚିଙ୍ଗୁଡ଼ି ହାଚେରୀ, ୪ଟି ବ୍ରାକିଶ ୱାଟର ହାଚେରୀ, ୪ଟି ବୃହତ ସାମୁଦ୍ରିକ ଫିନଫିଶ ହାଚେରୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଠାରେ ଷ୍ଟେଜ ଟୁ ମାଛଧରା ହାର୍ବର, ୧୮ଟି ଆଇସ ପ୍ଲାଣ୍ଟ/ଶୀତଳ ଭଣ୍ଡାର, ୧୨ଟି ମାଛ ଖୁଚୁରା ବଜାର ଓ ୩୨ଟି ମାଛ କିଓସ୍କ, ୧୮ଟି ନୂଆ ମାଛ ବିହନ ମିଲ୍‌ ୟୁନିଟ୍‌ ଏବଂ ୩ଟି ମାଛ ଖାଦ୍ୟ ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି।

ସେ ସୂଚନା ଦେଇଥିଲେ ଯେ, ୮ଟି ବରଫ ପ୍ଲାଣ୍ଟ/ଶୀତଳ ଭଣ୍ଡାର ଆଧୁନିକୀକରଣକୁ ଅନୁମୋଦନ କରାଯାଇଛି। ଜଳଜ କୃଷି ବା ଆକ୍ୱାକଲଚର ପାଇଁ ୭୫୦ ହେକ୍ଟର କ୍ଷେତ୍ରଫଳର ସମ୍ପ୍ରସାରଣ, ବ୍ରାକିଶ ୱାଟର ଆକ୍ୱାକଲଚର ପାଇଁ ୮୦୦ ହେକ୍ଟର କ୍ଷେତ୍ରଫଳର ସମ୍ପ୍ରସାରଣ, ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ୫ଟି ନୂଆ ଗଭୀର ସମୁଦ୍ର ମାଛ ଧରା ଜାହାଜ କ୍ରୟକୁ  ମଞ୍ଜୁର କରାଯାଇଛି। ସେହିପରି  ଦୁଇଟି ଜଳଭଣ୍ଡାରର ସମନ୍ୱିତ ବିକାଶ, ୨୩୦୦ ଜଳଭଣ୍ଡାର କ୍ରେଜ୍‌ ପ୍ରତିଷ୍ଠା, ୭ଟି ଅର୍ଣ୍ଣାମେଣ୍ଟାଲ ମାଛ ଚାଷ ଓ ପ୍ରଜନନ ୟୁନିଟ ପ୍ରତିଷ୍ଠା, ୧୫୭ଟି ରିସର୍କୁଲେଟୋରୀ ଆକ୍ୱାକଲଚର ସିଷ୍ଟମ ପ୍ରତିଷ୍ଠା, ୭୫୦ଟି ପୋଷ୍ଟ-ହାର୍ଭେଷ୍ଟ ପରିବହନ ୟୁନିଟକୁ ମଞ୍ଜୁରି ଦିଆଯାଇଛି। ସେହିପରି ୧୦ଟି ରେଫ୍ରିଜରେଟେଡ୍‌ ବାହନ, ୧୧୫ ଇନସୁଲେଟେଡ ବାହନ, ୫ଟି ଲାଇଭ ଫିଶ ଭେଣ୍ଡିଂ ସେଣ୍ଟର୍ସ, ବରଫ ବାକ୍ସ ସହିତ ୪୦୦ ମୋଟର ସାଇକେଲ ଓ ୨୨୦ଟି ତିନିଚକିଆ କ୍ରୟ, ଯାନ୍ତ୍ରିକ ମାଛ ଧରା ଡଙ୍ଗାରେ ୧୦ଟି ବାୟୋଶୌଚାଳୟ ପ୍ରତିଷ୍ଠା, ଭିଏଚଏଫ/ଟ୍ରାନ୍ସଫଣ୍ଡର ଆଦି ଭଳି ପାରମ୍ପରିକ ଓ ମୋଟର ଚାଳିତ ମାଛଧରା ଡଙ୍ଗା ପାଇଁ ୧୭୦୦ଟି ଯୋଗାଯୋଗ ଏବଂ/କିମ୍ବା ଟ୍ରାକିଂ ଡିଭାଇସ, ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ୫୬୦ଟି ଡଙ୍ଗା (ପରିବର୍ତ୍ତନ) ଓ ଜାଲ ଯୋଗାଇ ଦେବା, ପାରମ୍ପରିକ ଓ ମୋଟର ଚାଳିତ ମାଛଧରା ଡଙ୍ଗାର ମତ୍ସ୍ୟଜୀବୀମାନଙ୍କୁ ୭୮୧ଟି ସୁରକ୍ଷା ଉପକରଣ, ୮ଟି ରୋଗ ନିଦାନ ଓ ଗୁଣବତ୍ତା ପରୀକ୍ଷାଗାର, ମୋବାଇଲ ପରୀକ୍ଷାଗାର/କ୍ଲିନିକ ଆଦିକୁ ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ୨୦୨୦-୨୧ ରୁ ୨୦୨୨-୨୩ ସମୟରେ ମାଛ ଧରା ନିଷିଦ୍ଧ/ବନ୍ଦ ରହିଥିବା ସମୟରେ ସାମାଜିକ – ଆର୍ଥିକ ଦୃଷ୍ଟିରୁ ପଛୁଆ ୪୪,୪୧୭ଟି ମତ୍ସ୍ୟଜୀବୀ ପରିବାରକୁ ପୋଷଣ ଓ ଜୀବିକା ସହାୟତା ଯୋଗାଇ ଦିଆଯାଇଛି। ୬୦୦ ବହୁମୁଖି ସାଗର ମିତ୍ରଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ଭାରତ ସରକାରଙ୍କ ଅନ୍ୟ ଯୋଜନାରେ ମତ୍ସ୍ୟପାଳନ କ୍ଷେତ୍ରକୁ ଯୋଗାଇ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ବିଷୟରେ କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଏ ବାବଦରେ ମୋଟ ୯୬୭ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି, ଏଥିମଧ୍ୟରୁ ୩୭୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯିବ।

ଅନ୍ୟପଟେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ଲାଗି କେନ୍ଦ୍ର ମନ୍ତ୍ରୀ ସାର୍ବଜନୀନ ବୈଠକ କରିଥିଲେ। ମାଛ ଚାଷୀ, ମତ୍ସ୍ୟଜୀବୀ, ବ୍ୟବସାୟୀ ସ୍ଥାନୀୟ ଲୋକମାନଙ୍କ ସହିତ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସେମାନେ ନିଜର ସମସ୍ୟା ବିଷୟରେ ଜଣାଇଥିଲେ ଓ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ମତବିନିମୟ କାର୍ଯ୍ୟକ୍ରମରେ ଉପସ୍ଥାପିତ ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିଲେ ମତ୍ସ୍ୟପାଳନ କ୍ଷେତ୍ରର ବିକାଶରେ ସହାୟତା ମିଳିପାରିବ। ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଭବିଷ୍ୟତ ପିଢ଼ି ଉପରେ ଗୁରୁତ୍ୱପୂର୍ଣ୍ଣ ଏବଂ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ। ମତ୍ସ୍ୟପାଳନ କ୍ଷେତ୍ରର ବିକାଶ ଓ ଅଭିବୃଦ୍ଧି ପାଇଁ ଏହି କାର୍ଯ୍ୟକ୍ରମ ସବୁଦୃଷ୍ଟିରୁ ସକାରାତ୍ମକ ପ୍ରଭାବ ପକାଇବ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ଠାରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା-ବାର୍ତ୍ତାଳାପ ଅନୁଷ୍ଠିତ

ବାଲେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ସମ୍ମିଳନୀ କକ୍ଷ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଥିଲେ ଯେ, ଗଣତନ୍ତ୍ରରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ।

ସମ୍ବାଦ ପରିବେଷଣ କରିବା ସମୟରେ ଗଣମାଧ୍ୟମ ଉତ୍ତରଦାୟୀ, ବିଶ୍ୱସନୀୟ ଏବଂ ସତ୍ୟବାଦୀ ହେବା ଉଚିତ୍ ବୋଲି ସେ କହିଥିଲେ। ପିଆଇବି ଓ ଅଲ୍ ଇଣ୍ଡିଆ ରେଡିଓର ଯୁଗ୍ମ ନିର୍ଦ୍ଦେଶକ, ଆରଏନଆଇର ଉପ ପ୍ରେସ୍ ରେଜିଷ୍ଟ୍ରାର ତଥା ସିବିଏଫସିର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ଗିରୀଶ ଚନ୍ଦ୍ର ଦାଶ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସେ ତାଙ୍କର ବକ୍ତବ୍ୟରେ ବାର୍ତ୍ତାଳାପ କର୍ମଶାଳା ଆୟୋଜନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ଡକ୍ଟର ଦାଶ କହିଥିଲେ ଯେ, ବାର୍ତ୍ତାଳାପ ହେଉଛି ଗଣମାଧ୍ୟମ ସହିତ ସମ୍ପର୍କ ଓ ସନନ୍ଵୟ ସ୍ଥାପନର ଏକ ମାଧ୍ୟମ। ଯୋଗାଯୋଗର ଅର୍ଥ କେବଳ ସୂଚନାର ପ୍ରସାର ନୁହେଁ, ସୂଚନା ମୂଲ୍ୟଯୁକ୍ତ ହେଲେ ଯୋଗାଯୋଗ ଅଧିକ ପ୍ରଭାବୀ ହୋଇଥାଏ। ବିକାଶମୂଳକ ସାମ୍ବାଦିକତାରେ ଏହା ବିଶେଷ ଜରୁରୀ। ସୂଚନା ଓ ଭାବନାର ସଠିକ ମିଶ୍ରଣ ସମ୍ବାଦ ପରିବେଷଣକୁ ଆକର୍ଷଣୀୟ ଏବଂ ଉପଯୋଗୀ କରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ପରିଷଦ ସିଡିଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।

ସେହିପରି ବରିଷ୍ଠ ସାମ୍ବାଦିକ ଶିଶିର କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସରକାର ଓ ଗଣମାଧ୍ୟମ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିବା ଉଚିତ୍। ସରକାର ସକ୍ରିୟ ଭାବେ ଗଣମାଧ୍ୟମକୁ ସମସ୍ତ ସୂଚନା ଦେବା ଆବଶ୍ୟକ। ସେହିପରି ଗଣମାଧ୍ୟମ ଖବର ପ୍ରକାଶ କରିବା ସମୟରେ ସମ୍ମୁଖିନ ହେଉଥିବା ସମସ୍ୟା ପ୍ରତି ମଧ୍ୟ ସରକାର ନଜର ରଖିବା ଉଚିତ୍। ଶ୍ରୀ ଦାସ ସାମ୍ବାଦିକମାନଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇବା ସହିତ ଏ ଦିଗରେ କଠୋର ଆଇନ ଆଣିବା ଲାଗି ସରକାରଙ୍କୁ ନିବେଦନ କରିଥିଲେ। ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଭୂମିକା ଓ କାର୍ଯ୍ୟଧାରା ବିଷୟରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ବାଲେଶ୍ୱର ଜିଲ୍ଲାରେ କୃଷି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଏବଂ ଅନ୍ୟାନ୍ୟ ଯୋଜନା ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସରୋଜ କୁମାର ମିଶ୍ର ଯୋଗ ଦେଇ ନିଜସ୍ୱ ବକ୍ତବ୍ୟ ରଖିଥିଲେ।

ସେହିପରି ଲିଡ୍ ବ୍ୟାଙ୍କ ମ୍ୟାନେଜର ବିଶ୍ୱଜିତ ଶତପଥୀ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ମୁଦ୍ରା ଯୋଜନା, ଅଟଳ ପେନସନ, ସୁକନ୍ୟା ସମୃଦ୍ଧି, ଜୀବନ ଜ୍ୟୋତି ବୀମା, ସୁରକ୍ଷା ବୀମା ଏବଂ ଅନ୍ୟାନ୍ୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବୈଷୟିକ ଅଧିବେଶନରେ ବାଲେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସମୀର ଚନ୍ଦ୍ର ଦେ ଜଳ ଜୀବନ ମିଶନ: ହର୍ ଘର ଜଲ ଯୋଜନା ବିଷୟରେ ସୂଚନା ଦେଇଥିଲେ। ପିଆଇବି ଭୁବନେଶ୍ୱରର ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ସାମ୍ବାଦିକ କଲ୍ୟାଣ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ। ବାଲେଶ୍ୱର ଜିଲ୍ଲାର ଶହେରୁ ଅଧିକ ସାମ୍ବାଦିକ ଏହି କର୍ମଶାଳାରେ ଯୋଗଦେଇ ମତବିନିମୟ କରିଥିଲେ।

ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଯୋଗ ଦେଇଥିଲେ। ଶେଷରେ ଶ୍ରୀ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର

ସାତଟି ପିଏମ ମିତ୍ର ପାର୍କ ସାଇଟ୍ ଘୋଷଣା

ନୂଆଦିଲ୍ଲୀ: ଭାରତ ସରକାର ଆଜି ଟେକ୍ସଟାଇଲ୍ ଶିଳ୍ପ ପାଇଁ ୭ ପିଏମ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ରିଜିଓନ୍ସ ଆଣ୍ଡ ଆପାରେଲ୍‌ (ପିଏମ ମିତ୍ର) ପାର୍କ ସ୍ଥାପନ ପାଇଁ ସାଇଟ୍ ଘୋଷଣା କରିଛନ୍ତି। ତାମିଲନାଡୁ, ତେଲଙ୍ଗାନା, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏହି ପାର୍କଗୁଡ଼ିକ ସ୍ଥାପନ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ୫ ଏଫ ଦୃଷ୍ଟିକୋଣରୁ ଅନୁପ୍ରାଣିତ (ଅର୍ଥାତ୍ ଫାର୍ମରୁ ଫାଇବର ରୁ ଫ୍ୟାକ୍ଟ୍ରି ରୁ ଫ୍ୟାଶନ୍ ରୁ ଫରେନ୍‌), ପିଏମ ମିତ୍ର ପାର୍କ ଭାରତକୁ ବୟନ ଉତ୍ପାଦନ ଏବଂ ରପ୍ତାନି ପାଇଁ ବିଶ୍ୱସ୍ତରୀୟ ହବ୍ କରିବା ପାଇଁ ସରକାରଙ୍କ ଦୂରଦୃଷ୍ଟି ହାସଲ କରିବାରେ ଏକ ପ୍ରମୁଖ ପଦକ୍ଷେପ। ଆଶା କରାଯାଉଛି ଯେ ଏହି ପାର୍କଗୁଡିକ ବୟନ ଶିଳ୍ପର ପ୍ରତିଯୋଗିତାକୁ ବଢ଼ାଇବ ଏବଂ ଏହା ଅର୍ଥବ୍ୟବସ୍ଥାକୁ ବିକଶିତ କରିବାରେ ସାହାଯ୍ୟ କରିବ ଏବଂ ଭାରତରେ ଉତ୍ପାଦନ ପାଇଁ ବିଶ୍ୱର ଅନ୍ୟମାନଙ୍କୁ ଆକର୍ଷିତ କରିବ।

ପିଏମ ମିତ୍ର ପାର୍କ ପାଇଁ ୧୮ ଟି ପ୍ରସ୍ତାବ ମଧ୍ୟରୁ ଏହି ୭ ଟି ସାଇଟ୍ ଚୟନ କରାଯାଇଥିଲା ଯାହା ୧୩ ଟି ରାଜ୍ୟରୁ ଗ୍ରହଣ କରାଯାଇଥିଲା।ବିଭିନ୍ନ କାରଣଗୁଡିକ ଯେପରିକି ଯୋଗାଯୋଗ, ବର୍ତ୍ତମାନର ଇକୋସିଷ୍ଟମ୍, ବୟନ/ଶିଳ୍ପ ନୀତି, ଭିତ୍ତିଭୂମି, ଉପଯୋଗୀ ସେବା ଇତ୍ୟାଦି ମାନଦଣ୍ଡ ଉପରେ ଆଧାର କରି ଏକ ସ୍ୱଚ୍ଛ ଚ୍ୟାଲେଞ୍ଜ ପଦ୍ଧତି ବ୍ୟବହାର କରି ଯୋଗ୍ୟ ରାଜ୍ୟ ଏବଂ ସାଇଟଗୁଡିକର ମୂଲ୍ୟାଙ୍କନ କରାଯାଇଥିଲା। ବୈଧତା ପାଇଁ  ପିଏମ ଗତି ଶକ୍ତି – ମଲ୍‌ଟି ମୋଡାଲ କନେକ୍‌ଟିଭିଟି ପାଇଁ ନ୍ୟାସନାଲ୍ ମାଷ୍ଟର ପ୍ଲାନକୁ ମଧ୍ୟ ବ୍ୟବହାର କରାଯାଇଛି।

ପିଏମ ମିତ୍ର ପାର୍କଗୁଡିକ ବିଶ୍ୱସ୍ତରୀୟ ଔଦ୍ୟୋଗିକ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ ଯାହାକି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆ) ସହିତ ବୃହତ ପରିମାଣର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଏବଂ ଏହି କ୍ଷେତ୍ର ମଧ୍ୟରେ ନିବେଶ ଏବଂ ନିଯୁକ୍ତି ସୃଷ୍ଟି ପାଇଁ ପ୍ରୋତ୍ସାହନ ଯୋଗାଇ ଦେବ।

ବୟନ ମନ୍ତ୍ରଣାଳୟ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ତଦାରଖ କରିବ। ପ୍ରତ୍ୟେକ ପାର୍କ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଏକ ଏସପିଭି ପ୍ରତିଷ୍ଠା କରାଯିବ ଯାହା ପ୍ରକଳ୍ପର କାର୍ଯ୍ୟକାରିତାକୁ ତଦାରଖ କରିବ। ବୟନ ମନ୍ତ୍ରଣାଳୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବିକାଶ ପୁଞ୍ଜି ସହାୟତା ଆକାରରେ ଆର୍ଥିକ ସହାୟତା ପ୍ରଦାନ କରିବ। ଦ୍ରୁତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ ମିତ୍ର ପାର୍କରେ ଥିବା ୟୁନିଟ୍ ଗୁଡିକୁ ପ୍ରତି ପାର୍କ ପିଛା ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଏକ ପ୍ରତିଯୋଗୀ ପ୍ରୋତ୍ସାହନ ସହାୟତା (ସିଏସ୍ଏସ୍) ପ୍ରଦାନ କରାଯିବ। ମାଷ୍ଟର ଡେଭଲପର୍ ଏବଂ ନିବେଶକ ୟୁନିଟ୍ ଗୁଡିକ ପାଇଁ ଅତିରିକ୍ତ ପ୍ରୋତ୍ସାହନ ନିଶ୍ଚିତ କରିବାକୁ ଅନ୍ୟ ଜିଓଆଇ ସ୍କିମ୍ ସହିତ ସମନ୍ବୟ ସୁବିଧା ମଧ୍ୟ କରାଯିବ।

ରାଜ୍ୟ ସରକାର ଅତି କମରେ ୧୦୦୦ ଏକର ଜମି ପ୍ରଦାନ କରିବେ ଏବଂ ଏହା ସହିତ ସମସ୍ତ ୟୁଟିଲିଟି, ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଏବଂ ଜଳ ଉପଲବ୍ଧତା ଏବଂ ବର୍ଜ୍ୟ ଜଳ ନିଷ୍କାସନ ବ୍ୟବସ୍ଥା, ଏକ ପ୍ରଭାବଶାଳୀ ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ସହିତ ଏକ ସୁବିଧାଜନକ ଏବଂ ସ୍ଥିର ଶିଳ୍ପ/ବୟନ ନୀତିର ବ୍ୟବସ୍ଥା କରିବେ।

ପାର୍କଗୁଡିକ ଏକ ଉତ୍କୃଷ୍ଟ ଭିତ୍ତିଭୂମି, ପ୍ଲଗ୍ ଏବଂ ପ୍ଲେ ସୁବିଧା ତଥା ଶିଳ୍ପ ପାଇଁ ତାଲିମ ଏବଂ ଗବେଷଣା ସୁବିଧା ପ୍ରଦାନ କରିବ।

ପିଏମ ମିତ୍ର ପାର୍କ ଏକ ଅନନ୍ୟ ମଡେଲକୁ ପ୍ରତିନିଧିତ୍ୱ କରିଥାଏ ଯେଉଁଠାରେ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ନିବେଶ ବୃଦ୍ଧି, ନିବେଶକୁ ପ୍ରୋତ୍ସାହନ ଦେବା, ଚାକିରିର ସୁଯୋଗ ସୃଷ୍ଟି କରିବା ଏବଂ ଶେଷରେ ଭାରତକୁ ଟେକ୍ସଟାଇଲ୍ ଉତ୍ପାଦନ ଏବଂ ରପ୍ତାନି ପାଇଁ ଏକ ବିଶ୍ୱସ୍ତରୀୟ ହବ୍ ଭାବେ ପରିଣତ କରିବେ। ଏହି ପାର୍କଗୁଡିକ ମାଧ୍ୟମରେ ପ୍ରାୟ ୭୦,୦୦୦ କୋଟି ଟଙ୍କାର ନିବେଶ ଏବଂ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟିର ପରିକଳ୍ପନା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ତରଫରୁ ଯୁବ ଉତ୍ସବ ପାଳନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଆଜି କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସଭା ଗୃହ ଠାରେ ଯୁବ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ପଟାୟତ ସାହୁ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଯୁବକ ମାନଙ୍କର ଭୂମିକା ଏବଂ ଦେଶ ପାଇଁ ନିଜର ଯୋଗଦାନ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ।

ମୁଖ୍ୟ ବକ୍ତା ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ରେଜିଷ୍ଟାର ପିତାମ୍ବର ଭୋଇ, ଅତିଥି ଭାବରେ ମେଜର ଜୟଦେବ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ବିଶିଷ୍ଟ ଲେଖିକା ତଥା ଓଡ଼ିଆ ବିଭାଗ ମୁଖ୍ୟ ପଲିଶ୍ରୀ ପଟ୍ଟନାୟକ, କ୍ଷେତ୍ର ପ୍ରଚାର ଅଧିକାରୀ ବିଷ୍ଣୁ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଯୁବକ ଯୁବତୀ ମାନଙ୍କୁ ଯୁବ ଉତ୍ସବ ବିଷୟରେ ଅଭିଭାଷଣ ରଖିଥିଲେ।

ନେହେରୁ ଯୁବକେନ୍ଦ୍ର ସଂଗଠନର ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ପଦ୍ମଶ୍ରୀ ପଟାୟତ ସାହୁଙ୍କୁ ମାନପତ୍ର, ଉପ ଢୌକନ ଦେଇ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ପକ୍ଷରୁ ସମ୍ମାନିତ କରାଯାଇ ଥିଲା।

ଏହି ଉତ୍ସବରେ ୫ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଲା ଏବଂ ବିଜେତା ମାନେ ରାଜ୍ୟସ୍ତର ଓ ରାଜ୍ୟରେ ବିଜେତା ମାନେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଯୁବ ଅଧିକାରୀ ସମସ୍ତଙ୍କୁ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗ ଯଥା ପୋଏଟ୍ରି ରେ ମାନସ୍ବିନୀ ଛତ୍ରିଆ, ପେଣ୍ଟିଙ୍ଗରେ ରୁକ୍ତା ମାଝୀ, ଫୋଟୋ ଗ୍ରାଫିରେ ସୌମ୍ୟ ରଞ୍ଜନ ସରଙ୍ଗୀ, ଦୀକ୍ଲାମେଶନରେ ଶୁଭଲଷ୍ମୀ ଦାସ ପ୍ରମୁଖ ବିଜେତା ହୋଇଥିଲେ।

ଏହି ପ୍ରତିଯୋଗିତା ରେ ୩ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ୫ ସହରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଯୋଗଦାନ ଦେଇଥିଲେ। ସେହିମାନଙ୍କୁ ଆର୍ଥିକ ପୁରସ୍କାର, ସାର୍ଟିଫିକେଟ ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ।

ପରେ ଦ୍ୱିତୀୟ ଅଧିବେଶନରେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏଥିରେ ଅତିଥି ଭାବରେ ୬୪ ବାଟାଲିୟନ କମାଣ୍ଡେଣ୍ଟ ସି. ଆର.ପି. ଏଫ ପଙ୍କଜ ଚୌଧୁରୀ ଯୋଗଦେଇ ସାଂସ୍କୃତିକ ଦଳମାନଙ୍କୁ ଉତ୍ସାହିତ କରିଥିଲେ।

ବିନୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ୧୩ ଟି ବ୍ଲକରୁ ୧୧ ଟି ସଂସ୍କୃତିକ ଦଳ ଯୋଗଦେଇଥିଲେ। ଶେଷରେ ଲେଖାପାଳ ଦୂତିଆ ବନଛୋର ସମସ୍ତଙ୍କୁ ଧନ୍ୟବାଦ ଜଣେଇଥିଲେ।

Categories
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର 

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷ ବା ସେଲିବ୍ରିଟି, ଇନଫ୍ଲୁଏନ୍ସର ଏବଂ ଭର୍ଚୁଆଲ ଇନଫ୍ଲୁଏନ୍ସରଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାର ଶୀର୍ଷକ ରହିଛି ‘‘ଏଣ୍ଡୋର୍ସମେଣ୍ଟ ନୋ-ହାଓଜ୍‌!’’ ଅର୍ଥାତ୍‌ ପ୍ରଚାର କିଭଳି କରିବେ ଜାଣନ୍ତୁ। କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ନିଜର ଦର୍ଶକମାନଙ୍କୁ ଯେପରି ପଥଭ୍ରଷ୍ଟ ନକରିବେ ତାହା ସୁନିଶ୍ଚିତ କରିବା ଏହି ମାର୍ଗଦର୍ଶିକାର ଉଦ୍ଦେଶ୍ୟ। ଏପରି କ୍ଷେତ୍ରରେ ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ନିୟମାବଳୀ ଓ ମାର୍ଗଦର୍ଶିକାର ଅନୁପାଳନ ସୁନିଶ୍ଚିତ କରିବା ପ୍ରତି ନୂଆ ମାର୍ଗଦର୍ଶିକାରେ ଗୁରୁତ୍ବାରୋପ କରାଯାଇଛି।

ଏହି ମାର୍ଗଦର୍ଶିକାରେ କୁହାଯାଇଛି ଯେ, ପ୍ରଚାରଗୁଡ଼ିକ ସରଳ ଓ ସ୍ପଷ୍ଟ ଭାଷାରେ ହେବା ଉଚିତ ଏବଂ ‘ବିଜ୍ଞାପନ’ (ଏଡଭର୍ଟାଇଜମେଣ୍ଟ), ‘ପ୍ରାୟୋଜିତ’ (ସ୍ପନସର୍ଡ), ‘ସହଭାଗିତା’ (କୋଲାବରେସନ) କିମ୍ବା ‘ଆର୍ଥିକ ଲାଭ ପାଇଁ ପ୍ରଚାର’ (ପେଡ୍‌ ପ୍ରମୋସନ) ଭଳି ପରିଭାଷାକୁ ଏଥିରେ ବ୍ୟବହାର କରାଯିବା ଆବଶ୍ୟକ। ବ୍ୟକ୍ତିଗତ ଭାବେ ବ୍ୟବହାର କରିନଥିବା କିମ୍ବା ଅନୁଭୂତି ହାସଲ କରିନଥିବା କିମ୍ବା ସେମାନଙ୍କ ଦ୍ବାରା ବିଧିବଦ୍ଧ ଯାଞ୍ଚ କରାଯାଇନଥିବା ଉତ୍ପାଦ କିମ୍ବା ସେବା ସମ୍ପର୍କରେ ବ୍ୟକ୍ତିବିଶେଷମାନେ ପ୍ରଚାର କରିବା ଉଚିତ୍‌ ନୁହେଁ। କେଉଁ ପ୍ରକାରର ସହଭାଗିତା ପାଇଁ କେଉଁ ପ୍ରକଟୀକରଣ ବା ଡିସକ୍ଲୋଜର ଶବ୍ଦ ବ୍ୟବହାର କରାଯାଉଛି ତା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଥିବା ବିଭାଗର ନଜରକୁ ଆସିଛି। ତେଣୁ ଆର୍ଥିକ ଲାଭ ଥିବା କିମ୍ବା ବସ୍ତୁ ବିନିମୟ ବ୍ରାଣ୍ଡର ପ୍ରଚାର ସମୟରେ ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ପ୍ରକଟୀକରଣ ବା ଡିସକ୍ଲୋଜରଗୁଡ଼ିକୁ ଉପଯୋଗ କରାଯାଇପାରିବ ଯଥା : ‘‘ଏଡଭର୍ଟାଇଜ୍‌ମେଣ୍ଟ’’ (ବିଜ୍ଞାପନ), ‘ଆଡ୍‌’ (ବିଜ୍ଞାପନ), ‘‘ସ୍ପନସର୍ଡ’ (ପ୍ରାୟୋଜିତ), ‘‘କୋଲାବରେସନ’’ (ସହଭାଗିତା) କିମ୍ବା ‘‘ପାର୍ଟନରଶିପ’’ (ସହଭାଗିତା)। ତେବେ ଏହି ଶବ୍ଦଗୁଡ଼ିକୁ ହାଶଟ୍ୟାଗ୍‌ କିମ୍ବା ହେଡଲାଇନ୍‌ ଭାବରେ ବ୍ୟବହାର କରାଯିବା ଉଚିତ୍‌।

ମାର୍ଗଦର୍ଶିକାରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି ଯେ, ପ୍ରସିଦ୍ଧ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀ ବହୁସଂଖ୍ୟକ ଦର୍ଶକମାନଙ୍କ ନିକଟରେ ସହଜରେ ପହଞ୍ଚି ପାରିଥାନ୍ତି। ଏହାଛଡ଼ା ନିଜ ଦର୍ଶକମାନଙ୍କ ସହିତ ସେଲିବ୍ରିଟି, ଇନଫ୍ଲୁଏନ୍ସର୍‌ ମାନଙ୍କର ପ୍ରଭାବ, ଜ୍ଞାନ, କ୍ଷମତା କିମ୍ବା ସମ୍ପର୍କ ରହିଥିବା କାରଣରୁ କୌଣସି ଏକ ଉତ୍ପାଦ, ସେବା, ବ୍ରାଣ୍ଡ ସମ୍ପର୍କରେ ଦର୍ଶକମାନଙ୍କର କ୍ରୟ ନିଷ୍ପତ୍ତି କିମ୍ବା ଅନୁଭୂତି କିମ୍ବା ଦୃଷ୍ଟିକୋଣକୁ ପ୍ରଭାବିତ କରିବାର କ୍ଷମତା ସେମାନଙ୍କ ପାଖରେ ରହିଛି। ତେଣୁ ସେମାନେ କୌଣସି ପ୍ରଚାର କରିବା ସମୟରେ ବାସ୍ତବ ଉଦ୍ଦେଶ୍ୟକୁ ପ୍ରକଟ କରିବା ଉଚିତ୍‌।

ଏଥିରେ ଆହୁରି କୁହାଯାଇଛି ଯେ, ପ୍ରଚାର ବାର୍ତ୍ତାରେ ପ୍ରକଟୀକରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ପ୍ରମୁଖତାର ସହିତ କରାଯିବା ଉଚିତ ଏବଂ ଏହା ନିର୍ଦ୍ଦିଷ୍ଟ ଭାବେ ପ୍ରଚାର ଲାଗି ଉଦ୍ଦିଷ୍ଟ ବୋଲି ବୁଝି ହେଉଥିବା ଆବଶ୍ୟକ। ହାଶଟ୍ୟାଗ କିମ୍ବା ଲିଙ୍କ ସହିତ ପ୍ରକଟୀକରଣ କରାଯିବା ଉଚିତ୍‌।

ସେହିପରି ଫଟୋରେ କୌଣସି ପ୍ରଚାର କରାଯାଉଥିବା ସମୟରେ ପ୍ରକଟୀକରଣ ବାର୍ତ୍ତା ଦର୍ଶକଙ୍କ ଦ୍ବାରା ସ୍ପଷ୍ଟ ଭାବେ ଦେଖାଯିବା ଭଳି ସୁପରଇମ୍ପୋଜ ବା ଫଟୋ ଉପରେ ରଖାଯିବା ଉଚିତ୍‌। ଭିଡିଓ କିମ୍ବା ଏକ ଲାଇଭ ଷ୍ଟ୍ରିମ ମାଧ୍ୟମରେ ପ୍ରଚାର କରାଯିବା ସମୟରେ ପ୍ରଚାର ବାର୍ତ୍ତାକୁ ଉଭୟ ଅଡିଓ ଏବଂ ଭିଡିଓ ଫର୍ମାଟ ମାଧ୍ୟମରେ ପ୍ରକଟ କରାଯିବା ଉଚିତ ଏବଂ ଏହା ସମ୍ପୂର୍ଣ୍ଣ ଷ୍ଟ୍ରିମିଂ ସମୟରେ ଲଗାତାର ଓ ପ୍ରମୁଖତାର ସହିତ ପ୍ରଦର୍ଶିତ ହେଉଥିବା ଆବଶ୍ୟକ।

ମାର୍ଗଦର୍ଶିକାରେ ପ୍ରସିଦ୍ଧ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ପରାମର୍ଶ ଦିଆଯାଇଛି ଯେ, ବିଜ୍ଞାପନଦାତା ବିଜ୍ଞାପନରେ କରାଯାଉଥିବା ଦାବିକୁ ପ୍ରମାଣିତ କରିବାର ସ୍ଥିତିରେ ଅଛନ୍ତି ବୋଲି ତାହା ସେମାନେ ସବୁବେଳେ ସମୀକ୍ଷା କରିବା ସହିତ ନିଜେ ସନ୍ତୁଷ୍ଟ ହେବା ଉଚିତ୍‌। ପ୍ରଚାର କରୁଥିବା ବ୍ୟକ୍ତି ଉତ୍ପାଦ ଓ ସେବାକୁ ବାସ୍ତବରେ ବ୍ୟବହାର କରିଥିବା କିମ୍ବା ତାହାର ଅନୁଭୂତି ହାସଲ କରିଥିବା ଆବଶ୍ୟକ।

ଶେଷରେ, କୌଣସି ଉତ୍ପାଦ କିମ୍ବା ସେବାର ପ୍ରଚାର କରିବା ସମୟରେ ବ୍ୟକ୍ତିବିଶେଷମାନେ ସେମାନଙ୍କର ଦର୍ଶକ ଓ ଅନୁଗାମୀମାନଙ୍କୁ ଯେପରି ପଥଭ୍ରଷ୍ଟ ନକରନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମାର୍ଗଦର୍ଶିକାରେ କୁହାଯାଇଛି। ଏହା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ଏହା ସହ ଜଡ଼ିତ କୌଣସି ନିୟମାବଳୀ ଓ ମାର୍ଗଦର୍ଶିକାକୁ ପାଳନ କରୁଥିବା ଉଚିତ୍‌। ନିଜର ଦର୍ଶକମାନଙ୍କ ସହିତ ସ୍ବଚ୍ଛତା ଓ ବିଶ୍ବସନୀୟତା ବଜାୟ ରଖିବା ଲାଗି ଏସବୁ ମାର୍ଗଦର୍ଶିକାକୁ ପାଳନ କରିବା ପ୍ରସିଦ୍ଧ, ପ୍ରଭାବଶାଳୀ ଏବଂ ଜନମାନସକୁ ପ୍ରଭାବିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଜରୁରୀ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ବାରା ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସ ଏବଂ ଏମଏସଏମଇଗୁଡ଼ିକ ପାଇଁ ଆସନ୍ତା ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ମାଗଣାରେ ୫ ଜି ଟେଷ୍ଟ ବେଡ୍‌ ସୁବିଧା ଯୋଗାଇ ଦେବା ଲାଗି ସଞ୍ଚାର ମନ୍ତ୍ରଣାଳୟ ଅଧୀନରେ ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସେବା ପ୍ରଦାନକାରୀ, ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ସରକାରୀ ସଂସ୍ଥା, ବିଭିନ୍ନ ଉପକରଣ ନିର୍ମାତା ଆଦି ବିଭିନ୍ନ ୫ ଜି ଅଂଶୀଦାରମାନେ ଅତି ନାମମାତ୍ର ଦରରେ ଏହି ସୁବିଧାକୁ ଉପଯୋଗ କରିପାରିବେ। ଟେଷ୍ଟ ବେଡ୍‌ ସୁବିଧାର ଉପଯୋଗକୁ ପ୍ରୋତ୍ସାହିତ କରିବା ଏବଂ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଅନୁରୂପ ସ୍ବଦେଶୀ ଜ୍ଞାନକୌଶଳ/ଉତ୍ପାଦ ବିକାଶରେ ସହାୟତା କରିବା ଲାଗି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଭିନ୍ନ ଷ୍ଟାର୍ଟଅପ୍ସ ଓ କମ୍ପାନୀମାନେ ସେମାନଙ୍କର ଉତ୍ପାଦ ଓ ସେବାର ପରୀକ୍ଷଣ ନିମନ୍ତେ ପୂର୍ବରୁ ଟେଷ୍ଟ ବେଡ୍‌ ସୁବିଧାକୁ ଉପଯୋଗ କରି ଆସୁଛନ୍ତି।

ମାର୍ଚ୍ଚ ୨୦୧୮ରେ, ଭାରତର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ୫ ଜି ସେବା ନିୟୋଜନକୁ ଆଗକୁ ବଢ଼ାଇବା ଲାଗି, ଦୂରସଞ୍ଚାର ବିଭାଗ ପକ୍ଷରୁ ୨୨୪ କୋଟି ଟଙ୍କା ବ୍ୟୟବରାଦ ସହିତ ଭାରତରେ ‘ସ୍ବଦେଶୀ ୫ ଜି ଟେଷ୍ଟ ବେଡ’ ସୁବିଧା ଆରମ୍ଭ କରିବା ଲାଗି ବହୁମୁଖି ସଂସ୍ଥାନ ସହଭାଗୀ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପରେ ଆଠଟି ସହଭାଗୀ ପ୍ରତିଷ୍ଠାନ ଥିଲେ ଆଇଆଇଟି ମାଡ୍ରାସ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି ବମ୍ବେ, ଆଇଆଇଟି କାନପୁର, ଆଇଆଇଏସସି ବାଙ୍ଗାଲୋର, ସୋସାଇଟୀ ଫର ଆପ୍ଲାଏଡ୍‌ ମାଇକ୍ରୋୱେଭ୍‌ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଏଣ୍ଡ ରିସର୍ଚ୍ଚ (ସମୀର) ଏବଂ ସେଣ୍ଟର ଅଫ ଏକ୍ସେଲେନ୍ସ ଇନ୍‌ ୱେରଲେସ ଟେକ୍ନୋଲୋଜି (ସିୱିଟ)।

୧୭ ମେ, ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ୫ ଜି ଟେଷ୍ଟ ବେଡକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଟେଷ୍ଟ ବେଡର ଆକ୍ସେସ ଏବଂ ବ୍ୟବହାର ପାଇଁ ଏକ ୱେବପୋର୍ଟାଲ  ଆଇଆଇଟି ମଧ୍ୟ ଡିଜାଇନ କରାଯାଇଛି।

୫ ଜି ଟେଷ୍ଟ ବେଡ ପାଞ୍ଚଟି ସ୍ଥାନ ଯଥା : ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡ ଏବଂ ଆଇଆଇଟି ଦିଲ୍ଲୀ, ଆଇଆଇଟି ହାଇଦ୍ରାବାଦ, ଆଇଆଇଟି କାନପୁର ଏବଂ ଆଇଆଇଏସସି ବାଙ୍ଗାଲୋର ଠାରେ ଉପଲବ୍ଧ ରହିଛି। ଆଇଆଇଟି ମାଡ୍ରାସ/ସିୱିଟ୍‌ ଠାରେ ଥିବା ଏକୀକୃତ ଟେଷ୍ଟ ବେଡରେ ଆରଏଏନ ଲେଭଲ, ପିଏଚୱାଇ ଲେଭଲ ଆଦି ବିଭିନ୍ନ ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ ସୁବିଧା ମିଳିଥାଏ। ଆଇଆଇଟି ହାଇଦ୍ରାବାଦ ଠାରେ ଜିଏନବି ଟେଷ୍ଟିଂ, ୟୁଇ ଟେଷ୍ଟିଂ ଏଣ୍ଡ ଟୁ ଏଣ୍ଡ ଇଣ୍ଟରଅପରେବଲିଟୀ ଟେଷ୍ଟିଂ ଏବଂ ଏନବି-ଆଇଓଟି ଟେଷ୍ଟିଂ ସୁବିଧା ଉପଲବ୍ଧ ରହିଛି। ଅନ୍ୟପଟେ ଆଇଆଇଏସସି ବାଙ୍ଗାଲୋର ଠାରେ ଭିଟୁଏକ୍ସ ଏବଂ ୫ ଜି ଓପନସୋର୍ଟ ଟେଷ୍ଟବେଡ୍‌ ସୁବିଧା ସୁବିଧା ଉପଲବ୍ଧ। ଆଇଆଇଟି କାନପୁରରେ ବେସ ବ୍ୟାଣ୍ଡ ଟେଷ୍ଟ ବେଡ୍‌ ଏବଂ ଆଇଆଇଟି ଦିଲ୍ଲୀରେ ଏନବି-ଆଇଓଟି ଏବଂ ଭିଏଲସି ଟେଷ୍ଟ ବେଡ୍‌ ସୁବିଧା ରହିଛି।

ଏଣ୍ଡ ଟୁ ଏଣ୍ଡ ଟେଷ୍ଟ ବେଡ୍‌ ବୈଶ୍ବିକ 3ଜିପିପି ମାନକ ଏବଂ ଓରାନ୍‌ ମାନକକୁ ଅନୁପାଳନ କରିଥାଏ। ସ୍ବଦେଶୀ ୫ ଜି ଟେଷ୍ଟ ବେଡ୍‌ ଏକ ଓପନ ୫ ଜି ଟେଷ୍ଟ ସୁବିଧା ଯୋଗାଇ ଦେଇଥାଏ ଯାହାକି ଭାରତୀୟ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନମାନଙ୍କର ଗବେଷଣା ଓ ବିକାଶ ଦଳକୁ ସେମାନଙ୍କର ଉତ୍ପାଦ, ପ୍ରୋଟୋଟାଇପ, ଆଲଗୋରିଦିମର ପ୍ରମାଣିକରଣ କରିବା ଏବଂ ବିଭିନ୍ନ ସେବାକୁ ପ୍ରଦର୍ଶିତ କରିବା ପାଇଁ ସକ୍ଷମ କରିଥାଏ। ଆହୁରି, ଏହା ଅଭିନବ ବିଚାର/ଉପାୟ ଉପରେ କାର୍ଯ୍ୟ କରିବା ଲାଗି ଗବେଷଣା ଦଳକୁ ସମ୍ପୂର୍ଣ୍ଣ ସୁବିଧା ଦେଇଥାଏ ଯେଉଁଥିରେ ଭାରତରେ ଏବଂ ବିଶ୍ବ ସ୍ତରରେ ମାନକୀକରଣର ସମ୍ଭାବନା ରହିଥାଏ। ଗ୍ରାମୀଣ ବ୍ରଡବ୍ୟାଣ୍ଡ, ସ୍ମାର୍ଟ ସିଟୀ ଏପ୍ଲିକେସନ ଏବଂ ଇଣ୍ଟେଲିଜେଣ୍ଟ ଟ୍ରାନ୍ସଫୋର୍ଟ ସିଷ୍ଟମ (ଆଇଟିଏସ) ଭଳି ଭାରତୀୟ ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ବିଭିନ୍ନ ସୁବିଧାର ପ୍ରୟୋଗ/ବ୍ୟବହାର  ନିମନ୍ତେ ପରୀକ୍ଷଣ ଓ ପ୍ରଦର୍ଶନ ଲାଗି ଏହା ୫ଜି ନେଟୱର୍କ ସୁବିଧା ଯୋଗାଇ ଦେଇଥାଏ। ଏହା ଭାରତୀୟ ଅପରେଟରମାନଙ୍କୁ ୫ ଜି ପ୍ରଯୁକ୍ତି ଉପରେ କାମ କରିବାର ଉପାୟକୁ ବୁଝିବା ଏବଂ ସେମାନଙ୍କ ଭବିଷ୍ୟତ ନେଟୱର୍କକୁ ନେଇ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ।

ଏହି ସ୍ବଦେଶୀ ଟେଷ୍ଟ ବେଡ୍‌ର ବିକାଶ ଭାରତ ୫ଜି ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ଏବେ ୫ଜି ଆତ୍ମନିର୍ଭର ଭାରତ ଦିଗରେ ଅଗ୍ରସର ହେବା ଦିଗରେ ଏକ ପ୍ରମୁଖ ସଫଳ ପଦକ୍ଷେପ। ଏହି ଟେଷ୍ଟ ବେଡ୍ ଭାରତୀୟ ଷ୍ଟାର୍ଟଅପ୍ସ, ଏମଏସଏମଇ, ଆରଏଣ୍ଡଡି, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ବ୍ୟବହାରକାରୀମାନଙ୍କ ଦ୍ବାରା ବିକଶିତ ଓ ନିର୍ମାଣ କରାଯାଉଥିବା ୫ ଜି ଉତ୍ପାଦର ପରୀକ୍ଷଣ ଏବଂ ପ୍ରାମାଣୀକରଣ ନିମନ୍ତେ ସ୍ବଦେଶୀ କ୍ଷମତା ଯୋଗାଇ ଦେଉଛି। ଫଳରେ ଖର୍ଚ୍ଚ କମିବା ସହିତ ଡିଜାଇନ ପାଇଁ ଲାଗୁଥିବା ସମୟ ହ୍ରାସ ପାଇଛି। ଏଥିଯୋଗୁ ଭାରତୀୟ ୫ ଜି ଉତ୍ପାଦଗୁଡ଼ିକର ବିଶ୍ବସ୍ତରରେ ଅଧିକ ବଜାର ପ୍ରତିଦ୍ବନ୍ଦ୍ବୀ ହୋଇପାରିବ ବୋଲି ଆଶା କରାଯାଉଛି।

ଏହି ଟେଷ୍ଟ ବେଡର ବିକାଶ ଫଳରେ ବିଭିନ୍ନ ୫ ଜି ପ୍ରଯୁକ୍ତି/ଆଇପିର ବିକାଶ ସମ୍ଭବ ହୋଇପାରିଛି ଯାହାକି ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ପ୍ରଯୁକ୍ତି ହସ୍ତାନ୍ତର ପାଇଁ ଉପଲବ୍ଧ ରହିଛି। ଏସବୁ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକୁ ଭାରତରେ 5ଜିର ସୁଗମ ଏବଂ ଦ୍ରୁତ ନିୟୋଜନରେ ସହାୟକ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବରେ ଓଡିଆ ନାଟକ “ବୋତଲ ଭୂତ”

ଭୁବନେଶ୍ଵର: ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଆସାମର ଗୁଆହାଟୀଠାରେ କଳାକ୍ଷେତ୍ରରେ ଥିବା ଶଙ୍କର ଦେବ ଆନ୍ତର୍ଜାତିକ ପ୍ରେକ୍ଷାଳୟରେ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମହୋତ୍ସବରେ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ ଭୁବନେଶ୍ୱରର ଅଗ୍ରଣୀ ନାଟ୍ୟାନୁଷ୍ଠାନ “ଏକ୍ସପ୍ରେସନ୍ସ”।

ଲେଖକ ତଥା ନିର୍ଦ୍ଦେଶକ ଦେବାନନ୍ଦ ନାୟକ ସୋନୀଙ୍କ ନାଟକ “ବୋତଲ ଭୂତ” ମଞ୍ଚସ୍ଥ ହୋଇ ଆସାମ ତଥା ଭାରତର ଅନ୍ୟ ରାଜ୍ୟ ଏବଂ ବିଦେଶୀ ନାଟକ ଦର୍ଶକ ମାନଙ୍କର ପ୍ରଶଂସା ଭାଜନ ହୋଇପାରିଛି। ବିଶେଷ ଭାବରେ ଭାରତର ବିଶିଷ୍ଟ ନାଟ୍ୟବ୍ୟକ୍ତିତ୍ବ ଦୁଲାଲ ରାୟ, ଅରୂପ ହଜାରିକା, ସୀମା ବିଶ୍ବାସ, ଗୁଣାକାର ଗୋସ୍ବାମୀ ଇତ୍ୟାଦି ନାଟକଟିର ଶୈଳୀ ଏବଂ ପ୍ରଦର୍ଶନ ଢଙ୍ଗର ଭୂୟସୀ ପ୍ରଶଂସା କରିଥିଲେ।

ନାଟକ ଟିର ବିଷୟବସ୍ତୁ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମାଜିକ ସମସ୍ୟା ଏବଂ ତାର ମୂଳ କାରଣକୁ ନେଇ ପର୍ଯ୍ୟବେଶିତ ଥିଲା। ଅନେକ ଦିନର ବ୍ୟବଧାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଏହି ଭାରତ ରଙ୍ଗ ମହୋତ୍ସବରେ ଏକ ବଳିଷ୍ଠ ଓଡିଆ ନାଟକ ଦେଖିବାକୁ ମିଳିଲା ବୋଲି ବେଶ୍ କିଛି ଅଣଓଡିଆ ନାଟ୍ୟକର୍ମୀ ମତ ବ୍ୟକ୍ତ କରି ନାଟ୍ୟ ଦଳର କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ତଥା ଲେଖକ ନିର୍ଦ୍ଦେଶକ ଦେବାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପଣ୍ୟ କାରବାର କ୍ଷେତ୍ରରେ ଦେଶରେ ସର୍ବାଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ପାରାଦୀପ: ବନ୍ଦର ଅଧ୍ୟକ୍ଷ

ପାରାଦୀପ/ଭୁବନେଶ୍ୱ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ବନ୍ଦର ନଗରୀ ପାରାଦୀପ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ବନ୍ଦର ପ୍ରାଧିକରଣର ଅଫିସର୍ସ କ୍ଲବ ଠାରେ ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ଶ୍ରୀ ପି.ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବନ୍ଦର ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ହରନାଧ କହିଛନ୍ତି, ଯାହାର ଫଳସ୍ୱରୂପ ୨୦୩୦ ସୁଦ୍ଧା ପାରାଦୀପ ବନ୍ଦରର କ୍ଷମତା ୪୦୦ ମିଲିଅନ ଟନକୁ ବୃଦ୍ଧି ପାଇବ ବୋଲି ଶ୍ରୀ ହରନାଧ କହିଛନ୍ତି। ନିଜର ଉଦବୋଧନରେ ପାରାଦୀପ ବନ୍ଦରର ବିଭିନ୍ନ ଉପଲବ୍ଧି ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ପାରଦୀପ ବନ୍ଦର ବାର୍ଷିକ ଟ୍ରାଫିକ୍‌ କ୍ଷେତ୍ରରେ ୧୭.୫% ରୁ ଅଧିକ ସକାରାତ୍ମକ ଅଭିବୃଦ୍ଧି ହାସଲ କରିଛି ଯାହାକି ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ମଧ୍ୟରେ ସର୍ବାଧିକ। ୧୬ ଫେବୃଆରୀ ୨୦୨୩ ସୁଦ୍ଧା ୧୧୬.୫୯ ନିୟୁତ ମେଟ୍ରିକ୍‌ ଟନ୍‌ ପଣ୍ୟ କାରବାର ହୋଇଛି, ଯାହାକି ପୂର୍ବ ବର୍ଷ ଠାରୁ ଅଧିକ। ବର୍ତ୍ତମାନ ସୁଦ୍ଧା ପାରାଦୀପ ବନ୍ଦର ୮୦ ପ୍ରତିଶତ ବର୍ଥକୁ ମେକାନାଇଜ୍‌ କରିସାରିଥିବା ବେଳେ ୨୦୩୦ ସୁଦ୍ଧା ଶତପ୍ରତିଶତ ମେକାନାଇଜଡ୍‌ ବନ୍ଦର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି । ବନ୍ଦର ଆଧୁନିକୀକରଣ କ୍ଷେତ୍ରରେ ଗତ ୭ ବର୍ଷ ମଧ୍ୟରେ ପାରାଦୀପରେ ୩୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସବୁଜ ଇନ୍ଧନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇ ଶ୍ରୀ ହରନାଧ କହିଥିଲେ ଯେ ଖୁବଶୀଘ୍ର ପାରାଦୀପ ବନ୍ଦର ଏକ ସବୁଜ ହାଇଡ୍ରୋଜେନ୍‌ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି। ଏଥିନିମନ୍ତେ ମନୋନୀତ ହୋଇଥିବା ଦେଶର ତିନୋଟି ବନ୍ଦର ମଧ୍ୟରୁ ପାରାଦୀପ ଅନ୍ୟତମ।

ସମ୍ମାନିତ ଅତିଥି ଭାବେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର କାହ୍ନୁ ଚରଣ ଧୀର ଯୋଗ ଦେଇଥିଲେ। ବିପର୍ଯ୍ୟୟ ପରିଚାଳନାରେ ଗଣମାଧ୍ୟମର ଭୂମିକା’’ ବିଷୟବସ୍ତୁ ଉପରେ ସମ୍ମାନିତ ଅତିଥି ଡ ଧୀର ନିଜର ବକ୍ତବ୍ୟ ରଖିଥିଲେ। ସେ ମହାବାତ୍ୟା ଠାରୁ ଆରମ୍ଭ କରି ଫନି ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଅବତାରଣା କରି ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ।

ପାରାଦୀପରେ ଅବସ୍ଥାପିତ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ଡିଆଇଜି ଯଶୱନ୍ତ କୁମାର ସିଂ ‘‘ସାମୁଦ୍ରିକ/ଉପକୂଳ ସ୍ବଚ୍ଛତା ବଜାୟ ରଖିବା ଏବଂ ସ୍ବଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନରେ ଆଇସିଜିର ଭୂମିକା’’ ବିଷୟବସ୍ତୁ ଉପରେ ଅଭିଭାଷଣ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପାରାଦୀପର ବରିଷ୍ଠ ସାମ୍ବାଦିକ ସୁକଦେବ ଜେନା ଉଦବୋଧନ ଦେଇଥିଲେ। ଶ୍ରୀ ଜେନା ସାମ୍ବାଦିକମାନଙ୍କର ସୁରକ୍ଷା ଉପରେ ଜୋର ଦେଇଥିଲେ। ଏ ଦିଗରେ ଆଇନ ଆଣିବା ଲାଗି ସେ ସରକାରଙ୍କୁ ନିବେଦନ କରିଥିଲେ।

ପିଆଇବିର ଯୁଗ୍ମ ନିର୍ଦ୍ଦେଶକ ତଥା ଉପ ପ୍ରେସ ରେଜିଷ୍ଟ୍ରାର ଏବଂ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ବାର୍ତ୍ତାଳାପ ଏକ ମଞ୍ଚ ଯୋଗାଇ ଦେଇଥାଏ। ଭାରତର ସ୍ବାଧୀନତା ଆନ୍ଦୋଳନରେ ଗଣମାଧ୍ୟମ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବାଲ ଗଙ୍ଗାଧର ତିଲକଙ୍କ ପର୍ଯ୍ୟନ୍ତ ଦେଶର ମହାନ ସ୍ବାଧୀନତା ସଂଗ୍ରାମୀମାନେ ଦେଶ ସ୍ବାଧୀନତା ପାଇଁ ଜନ ଜାଗରଣ ସୃଷ୍ଟି କରିବା ଲାଗି ପତ୍ରପତ୍ରିକା ଓ ସମ୍ବାଦପତ୍ରକୁ ଉପଯୋଗ କରିଥିଲେ। ଆମ ସମସ୍ତଙ୍କୁ ଗଣମାଧ୍ୟମର ଉପଯୋଗ ବଢ଼ାଇବାକୁ ହେବ। ଏହା ଆମ ଗଣତନ୍ତ୍ରକୁ ସୁଦୃଢ଼ କରିବ ବୋଲି ଡକ୍ଟର ଦାଶ କହିଥିଲେ।

ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଭୂମିକା ଏବଂ କାର୍ଯ୍ୟ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବୈଷୟିକ ଅଧିବେଶନରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ବିଶେଷ ଉଲ୍ଲେଖ ସହିତ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା/ମତ୍ସ୍ୟପାଳନ ସହ ଜଡ଼ିତ ଅନ୍ୟ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଜିଲ୍ଲା ଉପ ମତ୍ସ୍ୟ ଅଧିକାରୀ ରେଶମା ସିଂ ଉପସ୍ଥିତ ରହି ନିଜର ମତ ରଖିଥିଲେ। ସେହିପରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ସେଠି ପିଏମ କିଷାନ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାରେ ଷ୍ଟାର୍ଟଅପ୍ସ ଓ ଏମଏସଏମଇ ପାଇଁ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ବକ୍ତବ୍ୟ ରଖିଥିଲେ।  କାର୍ଯ୍ୟକ୍ରମ ଶେଷରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମ୍ବାଦିକ ମାନେ ଅଧିକାରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ। ଏହି ବର୍ତ୍ତାଳାପ କାର୍ଯ୍ୟକ୍ରମରେ  ପାରାଦୀପର ଅଶୀରୁ ଊର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଆଜାଦି କା ଅମୃତ ମହୋତ୍ସବ ବକ୍ତୃତା ମାଳା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତ ସରକାରଙ୍କ ଭାରତୀୟ ଦର୍ଶନ ଅନୁସନ୍ଧାନ ପରିଷଦ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ଆଜାଦି କି ଅମୃତ ମହୋତ୍ସବ ବକ୍ତୃତା ମାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ପ୍ରଫେସର ସରୋଜ କାନ୍ତ କର, ଆସ୍କାସ୍ଥିତ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କେ ଓମ ନାରାୟଣ ରାଓ, ଖଲିକୋଟ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର ଯତୀନ ବିଷୋୟୀ ଓ ଗୋଦାବରୀଶ ମହାବିଦ୍ୟାଳୟ ପ୍ରାକ୍ତନ ଦର୍ଶନ ଅଧ୍ୟାପକ ରମାକାନ୍ତ ନନ୍ଦ ଅତିଥି ବକ୍ତା ଭାବେ ଯୋଗ ଦେଇ ଭାରତର ସମସାମୟିକ ଦାର୍ଶନିକ ଓ ଚିନ୍ତlନାୟକ ମାନଙ୍କର ମାନବତlବାଦ ଓ ପରାହି ତବାଦ ତତ୍ତ୍ୱ ଆଲୋଚନା କରିବା ସହ ସାମ୍ପ୍ରତିକ ସମୟରେ ଏହାର ପ୍ରlସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ବିଭାଗୀୟ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜ୍ୟୋତି ବିଶ୍ୱାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବର୍ଷା ବିଷୋୟୀ ବିଭାଗୀୟ ବିବରଣୀ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଡକ୍ଟର ସରୋଜ କାନ୍ତ କର, ଡକ୍ଟର କେ ଓମ ନାରାୟଣ ରାଓ ଓ ଡକ୍ଟର ଯତୀନ ବିଷୋୟୀ ଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସେମିନାର ସମ୍ପାଦକ ଶୋଭିତ ଜେନା, ଗାୟତ୍ରୀ ରାଉତରାୟ, ଓ ଲଷ୍ମୀପ୍ରିୟା ଘଟୁଆଳି।

Categories
ବିଶେଷ ଖବର

ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଅବଗତ ନାହାନ୍ତି: ବିଜେଡି

ଭୁବନେଶ୍ବର: ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ। ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ କିପରି କାମ କରୁଛି, ତାହା ବୋଧହୁଏ ସେ ଭଲ ଭାବେ ଅବଗତ ନାହାନ୍ତି। ଆଜି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡା. ସସ୍ମିତ ପାତ୍ର।

ଶ୍ରୀ ପାତ୍ର କହିଛନ୍ତି ଯେ, ସମ୍ଭବତଃ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ହାରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ନେତାମାନେ ହତାଶ ହୋଇ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟ ଦେଇଛନ୍ତି। ଓଡ଼ିଶାର ପଞ୍ଚାୟତିରାଜ ବିଭାଗରେ ନିରନ୍ତର ଭାବେ ଯେଉଁସବୁ ଭଲ କାମ ଚାଲିଛି ଏବଂ ସେଥିପାଇଁ ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛି, ତାହା ସେ ଜାଣିନାହାନ୍ତି।

ତେଣୁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ, ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରୁ ଏ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହ କରି ତାହା ଅନୁଧ୍ୟାନ କରନ୍ତୁ । ତେବେ ତାଙ୍କର ଏହି ସଂଶୟ ଦୂର ହୋଇଯିବ। ଏହାଛଡ଼ା ସେ ଆଉ ତାଙ୍କ ଦଳର ସ୍ଥାନୀୟ ନେତାମାନଙ୍କ ମିଛକୁ ବିଶ୍ଵାସ ନ କରିବାକୁ ଏବଂ ଭ୍ରମାତ୍ମକ ତଥ୍ୟ  ଦ୍ଵାରା ପ୍ରଭାବିତ ନ ହେବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱରରେ ଉଦଘାଟିତ ହେବ ପଞ୍ଚାୟତରେ ଲୋକାଲାଇଜେସନ୍ ଉପରେ ଜାତୀୟ କର୍ମଶାଳା 

ଭୁବନେଶ୍ବର: ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଭାରତ ସରକାର, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ (ଏସଆରଆରଡି ଏବଂ ପିଆର), ଓଡ଼ିଶାର ସହଯୋଗରେ ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ର ବିଷୟଗତ ନୀତି ଗ୍ରହଣ କରି ଗ୍ରାମ ପଞ୍ଚାୟତରେ ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲର ଲୋକାଲାଇଜେସନ ଉପରେ ଜାତୀୟ କର୍ମଶାଳାକୁ ଭୁବନେଶ୍ବର ଠାରେ 17-19 ଫେବୃୟାରୀ 2023 ମଧ୍ୟରେ ଆୟୋଜନ କରୁଛନ୍ତି। ଏହି ତିନି ଦିନିଆ କର୍ମଶାଳାର ଉଦଘାଟନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ ଯୋଗଦେବେ। ପଞ୍ଚାୟତ ରାଜ ଓ ପାନୀୟ ଜଳ, ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଓଡ଼ିଶା ସରକାର ଏବଂ ବାସନ୍ତୀ ହେମ୍ବ୍ରମ୍, ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟୀତ୍ବ), ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଏହି ଜାତୀୟ କର୍ମଶାଳାକୁ ସୁନୀଲ କୁମାର, ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଡା. ଚନ୍ଦ୍ର ଶେଖର କୁମାର, ଅତିରିକ୍ତ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ଆଲୋକ ପ୍ରେମ ନାଗର, ଯୁଗ୍ମ ସଚିବ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ସୁଶୀଲ କୁମାର ଲୋହାନୀ, ପ୍ରମୁଖ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଶୁଭ ଶର୍ମା, କମିଶନର-ତଥା-ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା, ଅଶ୍ବଥୀ ଏସ୍, କମିଶନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା, ଗୁହା ପୁନମ୍ ତାପସ କୁମାର, ସିଇଓ, ଓରମାସ, ସୁରେନ୍ଦ୍ର କୁମାର ମୀନା, ନିର୍ଦ୍ଦେଶକ, ଏସଆରଆରଡି ଏବଂ ପିଆର, ଓଡିଶା ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସ୍ଥାନୀୟ ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯିବ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ମିଳିତ ଜାତିସଂଘ / ଆନ୍ତର୍ଜାତୀୟ ଏଜେନ୍ସିର ପ୍ରତିନିଧୀ ତଥା ପଞ୍ଚାୟତ ରାଜ ଅନୁଷ୍ଠାନର ପ୍ରାୟ 1400 ନିର୍ବାଚିତ ପ୍ରତିନିଧୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବେ ବୋଲି ଆଶା କରାଯାଉଛି।

‘ପଞ୍ଚାୟତରେ ଏସଡିଜି ଲୋକାଲାଇଜେସନ୍ ଉପରେ ଓଡ଼ିଶା ରାଜ୍ୟ ରୋଡମ୍ୟାପ୍’ – ଜାତୀୟ କର୍ମଶାଳାର ଉଦଘାଟନୀ ଅଧିବେଶନରେ ଓଡିଶା ରାଜ୍ୟ ଦ୍ୱାରା ଏଲଏସଡିଜି ଉପରେ ରାଜ୍ୟ ରୋଡମ୍ୟାପ୍ ପ୍ରକାଶ ପାଇବ। “ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତିକରଣ: ପଞ୍ଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ସୁଯୋଗ ସୃଷ୍ଟି” ଉପରେ ଏକ କଫି ଟେବୁଲ୍ ପୁସ୍ତକ ବ୍ୟତୀତ ଥିମ୍ 3 ଏବଂ ଥିମ୍ 9 (ଶିଶୁ ଏବଂ ମହିଳା ଅନୁକୂଳ ପଞ୍ଚାୟତ) ଉପରେ ଏକ ଭିଜନ୍ ଡକ୍ୟୁମେଣ୍ଟ୍ ପ୍ରକାଶ ପାଇବ। ପିଆରଆଇ ର ନିର୍ବାଚିତ ପ୍ରତିନିଧୀଙ୍କ ପାଇଁ ସ୍ଥାୟୀ ଆଇଡି କାର୍ଡ ମଧ୍ୟ ଡିଜିଟାଲ୍ ଭାବରେ ପ୍ରକାଶ ପାଇବ।

ଦେଶ ତଥା ଓଡିଶା ରାଜ୍ୟରୁ ପଞ୍ଚାୟତିରାଜ ଅନୁଷ୍ଠାନର ମନୋନୀତ ପ୍ରତିନିଧୀ ତଥା କର୍ମକର୍ତ୍ତାମାନେ ଜାତୀୟ କର୍ମଶାଳାରେ ଯୋଗଦେବେ। ବିଷୟବସ୍ତୁ କ୍ଷେତ୍ରରେ ପଦକ୍ଷେପ ନେଇଥିବା ପଞ୍ଚାୟତକୁ କର୍ମଶାଳାରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ କରାଯାଇଛି। ଜାତୀୟ କର୍ମଶାଳାରେ ପ୍ରାୟ 1400 ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି।

ଅଂଶଗ୍ରହଣକାରୀମାନେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତା, ପ୍ରମୁଖ ହିତାଧିକାରୀ, ଡୋମେନ୍ ବିଶେଷଜ୍ଞ ଏବଂ ଏଜେନ୍ସିମାନଙ୍କୁ ନେଇ ମହିଳା ଏବଂ ଶିଶୁଙ୍କ ସଶକ୍ତିକରଣ ତଥା ସୁରକ୍ଷା ପାଇଁ ଆଦର୍ଶ କାର୍ଯ୍ୟ କରୁଥିବା ଏବଂ ସେମାନଙ୍କର ଉତ୍ତମ ବିକାଶ ନିଶ୍ଚିତ କରିବେ। ଏହି ଆଲୋଚନାଚକ୍ରରେ ସମସ୍ତ ରାଜ୍ୟ/ୟୁଟି ର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଓ ଅନ୍ୟାନ୍ୟ ଲାଇନ ବିଭାଗ, ଏନଆଇଆରଡି ଆଣ୍ଡ ପିଆର,  ଏସଆଇଆରଡି ଆଣ୍ଡ ପିଆର, ପଞ୍ଚାୟତିରାଜ ତାଲିମ ପ୍ରତିଷ୍ଠାନ, ୟୁଏନ ଏଜେନ୍ସି, ଏନଜିଓ, ଏସଏସଜି ପ୍ରତିନିଧୀମାନେ ମଧ୍ୟ ଅଂଶଗ୍ରହଣ କରିବେ। ବିଭିନ୍ନ ରାଜ୍ୟ/ୟୁଟି ରୁ ମନୋନୀତ ଗ୍ରାମ ପଞ୍ଚାୟତ ଏବଂ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ବୈଷୟିକ ଅଧିବେଶନ / ପ୍ୟାନେଲ ଆଲୋଚନା ସମୟରେ 3 ରୁ 4 ମିନିଟର ଭିଡିଓ ଚଳଚ୍ଚିତ୍ର ଉପସ୍ଥାପନା ମାଧ୍ୟମରେ ପ୍ରାସଙ୍ଗିକ ବିଷୟବସ୍ତୁ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ପ୍ରଦାନ କରିବେ।

34 ଟି ରାଜ୍ୟ / ୟୁଟି ଏହି ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରୁଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନର ମନୋନୀତ ପ୍ରତିନିଧୀ ତଥା କାର୍ଯ୍ୟକର୍ତ୍ତା, ବିଡିଏ, ଲାଇନ ବିଭାଗର ରାଜ୍ୟ ଅଧିକାରୀ, ଜାତିସଂଘ ଏଜେନ୍ସିମାନେ ମଧ୍ୟ ଏଥିରେ ଯୋଗଦେବେ। ଗ୍ରାମ ପଞ୍ଚାୟତଗୁଡିକ, ଯେଉଁମାନେ ବିଭିନ୍ନ ସମ୍ମିଳିତ କାର୍ଯ୍ୟ ମାଧ୍ୟମରେ ଶିଶୁ ଅନୁକୁଳ ଏବଂ ମହିଳା ଅନୁକୁଳ ଗ୍ରାମ ହାସଲ କରିବାରେ ଉଳ୍ଲେଖନୀୟ ସଫଳତା ହାସଲ କରିଛନ୍ତି, ସେମାନଙ୍କ ଅଭିଜ୍ଞତା ଏବଂ ଅଭିନବ ମଡେଲ, କୌଶଳ, ଆଭିମୁଖ୍ୟ ଇତ୍ୟାଦିକୁ ଉପସ୍ଥାପିତ କରିବେ।

ଥିମ୍ 3 ଏବଂ 9 ରେ ସଙ୍କଳ୍ପ ଚୟନ କରିଥିବା ଗ୍ରାମ ପଞ୍ଚାୟତଗୁଡିକ ଥିମର ସମ୍ପୃକ୍ତ ଦିଗ ଉପରେ ସେମାନଙ୍କର କାହାଣୀ ବିଷୟରେ ଉପସ୍ଥାପନ କରିବା ପାଇଁ କର୍ମଶାଳାରେ ଅଂଶଗ୍ରହଣ କରିବେ। ପଞ୍ଚାୟତର ପ୍ରତିନିଧୀମାନେ ଅନ୍ୟ ଗ୍ରାମପଞ୍ଚାୟତ ଦ୍ବାରା ଗ୍ରହଣ କରାଯାଇଥିବା ତଥା କାର୍ଯ୍ୟକାରୀ ହୋଇଥିବା ଉତ୍ତମ ଅଭ୍ୟାସଗୁଡ଼ିକ ବିଷୟରେ ଜାଣିବାକୁ ପାଇବେ।  ଶିକ୍ଷାର ଆଦାନପ୍ରଦାନ ପାଇଁ ଏକ ସୁଯୋଗ ଯୋଗାଇବା ପାଇଁ କର୍ମଶାଳା/ ପ୍ରୋଗ୍ରାମର 3ୟ ଦିନରେ କ୍ଷେତ୍ର ପରିଦର୍ଶନ ଆୟୋଜିତ ହେବ।

କର୍ମଶାଳାର ମୂଳ ଉଦ୍ଦେଶ୍ୟ ହେଉଛି ଦକ୍ଷତା ବିକାଶ ଏବଂ ତାଲିମ ପ୍ରସଙ୍ଗରେ ଆଦର୍ଶ କୌଶଳ, ଆଭିମୁଖ୍ୟ, ସମ୍ମିଳିତ କାର୍ଯ୍ୟ ଏବଂ ଅଭିନବ ମଡେଲଗୁଡିକ ପ୍ରଦର୍ଶିତ କରିବା; ଏହା ସହିତ ସର୍ବୋତ୍ତମ ଅଭ୍ୟାସ; ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ରେ ଏସଡିଜି ଗୁଡ଼ିକର ଥିମଗୁଡିକର ମନିଟରିଂ ଢାଞ୍ଚା, ପ୍ରୋତ୍ସାହନ ଏବଂ ପ୍ରତିଫଳନ ଆଦିର ସର୍ବୋତ୍ତମ ଅଭ୍ୟାସକୁ ଉପସ୍ଥାପିତ କରାଯିବ।

ତୃଣମୂଳ ସ୍ତରରେ ଲେନ୍ସ ଥିମେଟିକ୍ ଆଭିମୁଖ୍ୟ ମାଧ୍ୟମରେ ଏଲଏସଡିଜି ଗୁଡ଼ିକର ପ୍ରକ୍ରିୟାକୁ ଅନୁଷ୍ଠାନିକ କରିବା ପାଇଁ ଭୁବନେଶ୍ୱର କର୍ମଶାଳା ବିଭିନ୍ନ ମଡେଲରେ ପଞ୍ଚାୟତର ସାଥୀ ଶିକ୍ଷା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ।

ତିନି ଦିନ ମଧ୍ୟରେ ନିମ୍ନଲିଖିତ ଲକ୍ଷ୍ୟ ହାସଲ କରିବାକୁ ଜାତୀୟ କର୍ମଶାଳା ଚେଷ୍ଟା କରିବ :

ଅନ୍ୟ ରାଜ୍ୟମାନଙ୍କ ସହିତ ଭାବ ବିନିମୟ ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରି ଗ୍ରାମ ପଞ୍ଚାୟତ ପାଇଁ ପିୟର-ଲର୍ଣ୍ଣିଂ ପାଇଁ ଏକ ସ୍ଥାନ ସୃଷ୍ଟି କରିବା

ପଞ୍ଚାୟତର ନିର୍ବାଚିତ ପ୍ରତିନିଧୀ ତଥା ନୀତି ନିର୍ମାତା, ସିଭିଲ୍ ସୋସାଇଟି ସଂଗଠନ, ଏନଜିଓ, ଡୋମେନ୍ ଏକ୍ସପର୍ଟଙ୍କ ମଧ୍ୟରେ କଥାବାର୍ତ୍ତାକୁ ସୁଗମ କରିବା

ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ଉପରେ କାର୍ଯ୍ୟକାରୀ କୌଶଳକୁ ମଜବୁତ କରିବା

ଥିମ୍ 3 : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ 9 : ମହିଳା ଅନୁକୂଳ ଗ୍ରାମ ଉପରେ ଅଭିନବ ଚିନ୍ତାଧାରାର ପ୍ରସାର ଏବଂ ବିଚାର ବିମର୍ଶ

ଜାତୀୟ କର୍ମଶାଳା ଗ୍ରାମପଞ୍ଚାୟତ ପାଇଁ ସୁଚିନ୍ତିତ କାର୍ଯ୍ୟ ଏବଂ ଅଭିଜ୍ଞତାମୂଳକ ଶିକ୍ଷା ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହା ଅଂଶଗ୍ରହଣକାରୀ ଏବଂ ଅନୁସନ୍ଧାନକାରୀ ହେବ ଯାହା ତିନି ଥାକିଆ ପ୍ରକ୍ରିୟା ଗ୍ରହଣ କରିବ:

୧- ଭିଡିଓ ଉପସ୍ଥାପନା: ପଞ୍ଚାୟତ ଏବଂ ଡୋମେନ୍ ବିଶେଷଜ୍ଞମାନେ ଗତ କିଛି ବର୍ଷ ଧରି କରିଆସୁଥିବା ଆଦର୍ଶ କାର୍ଯ୍ୟରେ ପ୍ରସ୍ତୁତ ଭିଡିଓ ଦେଖାଇ ଉପସ୍ଥାପନା କରିବେ। ସେମାନେ ଗ୍ରହଣ କରିଥିବା ପ୍ରକ୍ରିୟା, ଏବଂ ସେମାନଙ୍କର ନିଜସ୍ୱ ଗ୍ରାମ ପଞ୍ଚାୟତ କିମ୍ବା ହସ୍ତକ୍ଷେପ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପ୍ରଭାବ ପ୍ରଦର୍ଶନ କରିବେ।

୨- ଗୋଷ୍ଠୀ / ପ୍ୟାନେଲ୍ ଆଲୋଚନା: ପଞ୍ଚାୟତ ପ୍ରତିନିଧୀ, ଡୋମେନ୍ ବିଶେଷଜ୍ଞ, ଏନଜିଓ ସହିତ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ପ୍ୟାନେଲ୍ ଗଠନ କରାଯାଇଛି ଯାହାକି ଭାରତ ଏବଂ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ ଉପସ୍ଥାପନାକୁ ଆଧାର କରି ପ୍ୟାନେଲରେ ବରିଷ୍ଠ ଅଧିକାରୀଙ୍କ ସୁବିଧା ପାଇଁ ଭିଡିଓରେ ଦେଖାଯାଇଥିବା ବିଷୟ ଉପରେ ଆଲୋଚନା କରାଯିବ। ଅଂଶଗ୍ରହଣକାରୀଙ୍କ ପ୍ରତିନିଧୀ ପ୍ରଶ୍ନଗୁଡିକ ଗ୍ରାମ ପଞ୍ଚାୟତ ଏବଂ ବିଶେଷଜ୍ଞମାନଙ୍କ ଦ୍ବାରା ନିଆଯିବ ଏବଂ ସମାଧାନ କରାଯିବ।

୩- କ୍ଷେତ୍ର ପରିଦର୍ଶନ: କର୍ମଶାଳା ସ୍ଥଳର ଚାରୋଟି ବିଷୟରେ କେବଳ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବ ନାହିଁ ବରଂ ଏହା ଅନ୍ୟ ରାଜ୍ୟରୁ ଅଂଶଗ୍ରହଣକାରୀଙ୍କୁ ଓଡ଼ିଶାର ଗ୍ରାମ ପଞ୍ଚାୟତକୁ ନେଇ ଓଡିଶାରେ ଗ୍ରାମ ପଞ୍ଚାୟତ ଦ୍ବାରା କରାଯାଇଥିବା କାର୍ଯ୍ୟ ପ୍ରଦର୍ଶନ କରାଯିବ। ରାଜ୍ୟ ପ୍ରତିନିଧୀମାନେ ନିର୍ଦ୍ଧାରିତ ଗ୍ରାମ ପଞ୍ଚାୟତକୁ ଯାତ୍ରା କରିବେ ଏବଂ କରାଯାଇଥିବା କାର୍ଯ୍ୟ ଏବଂ ଏହାର ପ୍ରଭାବ ଉପରେ ସେମାନଙ୍କର ଅଭିଜ୍ଞତା ହାସଲ କରିବେ। ଏହା ଅଂଶଗ୍ରହଣକାରୀମାନଙ୍କୁ ଓଡିଶାରେ ଗ୍ରହଣ କରାଯାଇଥିବା ଗ୍ରାମ ପଞ୍ଚାୟତ ପ୍ରକ୍ରିୟା ବୁଝିବାରେ ସାହାଯ୍ୟ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡିଶା ସରକାର ଏବଂ ଗ୍ରାମ୍ୟ ଉନ୍ନୟନ ତଥା ରାଜ୍ୟ ପଞ୍ଚାୟତିରାଜ (ଏସଆଇଆରଡି ଏବଂ ପିଆର), ଓଡିଶା, ଭାରତ ସରକାରଙ୍କ ସହିତ କ୍ଷେତ୍ର ପରିଦର୍ଶନକୁ ସମନ୍ୱିତ ତଥା ସୁବିଧା କରାଯିବ।

ପୃଷ୍ଠଭୂମି:

ମିଳିତ ଜାତିସଂଘ ଦ୍ବାରା ଗ୍ରହଣ କରାଯାଇଥିବା ସ୍ଥାୟୀ ବିକାଶ ଲକ୍ଷ୍ୟ ଜାନୁୟାରୀ 1, 2016 ଠାରୁ ଲାଗୁ ହୋଇଛି। ପଞ୍ଚାୟତ ରାଜ ମନ୍ତ୍ରଣାଳୟ, ଭାରତ ସରକାର ଏସଡିଜି ଗୁଡ଼ିକ ଉପରେ ଥିମେଟିକ୍ ଆଭିମୁଖ୍ୟ ଗ୍ରହଣ କରିଛନ୍ତି – ‘ବିଶ୍ୱ ଯୋଜନା’ହାସଲ କରିବା ପାଇଁ ‘ସ୍ଥାନୀୟ କାର୍ଯ୍ୟ’ ଉପରେ ଗୁରୁତ୍ବ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହି ପଦ୍ଧତିଟି ପିଆରଆଇ ମାଧ୍ୟମରେ ଗ୍ରାମାଞ୍ଚଳରେ ଏଡିଜି ଗୁଡ଼ିକୁ ଲୋକାଲାଇଜ୍ କରିବାକୁ ଲକ୍ଷ୍ୟ ରଖିଛି, ବିଶେଷକରି ଗ୍ରାମ ପଞ୍ଚାୟତଗୁଡିକ 17 ଟି ଲକ୍ଷ୍ୟକୁ ‘9 ଥିମ୍’ ରେ ଏକତ୍ରିତ କରିଛି। ଉପଯୁକ୍ତ ନୀତିଗତ ନିଷ୍ପତ୍ତି ଏବଂ ସଂଶୋଧନ ପରେ ରାଷ୍ଟ୍ରିୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ) ଏବଂ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଗାଇଡଲାଇନର ନବୀକରଣ ହୋଇଛି ଯାହା ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି) ର ଲୋକାଲାଇଜେସନ୍ ପ୍ରକ୍ରିୟାକୁ ସୁଗମ କରିଥାଏ।

ପଞ୍ଚାୟତରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କାର୍ଯ୍ୟସୂଚୀ ଅନୁଯାୟୀ, ପଞ୍ଚାୟତ ରାଜ ମନ୍ତ୍ରଣାଳୟ, ଭାରତ ସରକାର ପଞ୍ଚାୟତରେ ପରିପୂର୍ଣ୍ଣ ହେବାକୁ ଥିବା ନଅଟି ଥିମ୍ ଉପରେ ଆଧାର କରି ସ୍ଥାୟୀ ବିକାଶ ଲକ୍ଷ୍ୟ (ଏଲଏସଡିଜି) ର ଲୋକାଲାଇଜେସନ୍ ଉପରେ ଏକ ଥିମେଟିକ୍ କର୍ମଶାଳା / ସମ୍ମିଳନୀ ଆୟୋଜନ କରୁଛନ୍ତି। ବିଭିନ୍ନ ସ୍ଥାନରେ ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆରଆଇ) ରାଜ୍ୟ/ ୟୁଟି ପଞ୍ଚାୟତି ରାଜ ବିଭାଗ, ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତିରାଜ (ଏସଆଇଆରଡି ଆଣ୍ଡ ପିଆର), ଲାଇନ୍ ମନ୍ତ୍ରଣାଳୟ/ ବିଭାଗ ଓ ଅନ୍ୟାନ୍ୟ ହିତାଧିକାରୀଙ୍କ ର ମିଳିତ ସହଯୋଗରେ ଏହାକୁ କରାଯିବ। ଏଲଏସଡିଜିର ସଫଳ କାର୍ଯ୍ୟକାରୀ ସେତେବେଳେ କରାଯାଇପାରିବ ଯେତେବେଳେ ଏହି ବିଷୟକୁ ଉପଯୁକ୍ତ ଭାବରେ ବୁଝା ଯାଇଥିବ ଓ ଏଥିରେ ତ୍ରିସ୍ତରୀୟ ପଞ୍ଚାୟତି ରାଜ ଅନୁଷ୍ଠାନ (ପିଆରଆଇ) ଦ୍ବାରା କାର୍ଯ୍ୟକାରୀ କରାଯିବ।

ଏଲଏସଡିଜି ଥିମ୍ 3 ର ଲକ୍ଷ୍ୟ – ଶିଶୁ ଅନୁକୂଳ ଗ୍ରାମ ହେଉଛି ସମସ୍ତ ଶିଶୁ ବଞ୍ଚିବା, ବିକାଶ, ଅଂଶଗ୍ରହଣ ଏବଂ ସୁରକ୍ଷା ପାଇଁ ସେମାନଙ୍କର ଅଧିକାର ଉପଭୋଗ କରିବାକୁ ସକ୍ଷମ ହେବା ନିଶ୍ଚିତ କରିବା। ଗ୍ରାମ ପଞ୍ଚାୟତଗୁଡିକ ସମସ୍ତ ଶିଶୁଙ୍କୁ ନିରାପଦ, ସୁରକ୍ଷିତ ଏବଂ ସ୍ବଚ୍ଛ ପରିବେଶ ଯୋଗାଇବା ଆବଶ୍ୟକ କରନ୍ତି ଯେଉଁଠାରେ ପ୍ରତ୍ୟେକ ଶିଶୁ ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ତଥା ସୁରକ୍ଷିତ ପରିବେଶ ଦୃଷ୍ଟିରୁ ମୌଳିକ ଆବଶ୍ୟକତା ସୁନିଶ୍ଚିତ କରି ପ୍ରତ୍ୟେକ ଶିଶୁ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟକୁ ବିକାଶ କରିପାରିବେ।

ଏଲଏସଡିଜି ଥିମ୍ 9 ର ଲକ୍ଷ୍ୟ – ମହିଳା ଅନୁକୂଳ ଗ୍ରାମ ହେଉଛି ଲିଙ୍ଗଗତ ସମାନତା ହାସଲ କରିବା, ସମାନ ସୁଯୋଗ, ସମାନ ଅଧିକାର, ସଶକ୍ତିକରଣ ସୁଯୋଗ ଏବଂ ମହିଳାଙ୍କ କଲ୍ୟାଣ ପାଇଁ ସୁରକ୍ଷିତ ତଥା ନିରାପଦ ପରିବେଶ। ସ୍ୱାସ୍ଥ୍ୟ, ଶିକ୍ଷା, ପୁଷ୍ଟିକର ଏହି ଉପଯୁକ୍ତ ସୁବିଧା ବ୍ୟତୀତ, ଏହା ଅପରାଧକୁ ହ୍ରାସ କରିବା, ନିରାପଦ ଜନସାଧାରଣ ତଥା ବେସରକାରୀ କ୍ଷେତ୍ରକୁ ସୁନିଶ୍ଚିତ କରିବା, ନିରନ୍ତର ବିକାଶ ପାଇଁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ମହିଳାମାନଙ୍କ ପାଇଁ ସମାନ ଦରମା ଇତ୍ୟାଦି ପ୍ରଦାନ ଉପରେ ଲକ୍ଷ୍ୟ ରଖିଥାଏ।

Categories
ବିଶେଷ ଖବର

ଭୁବନେଶ୍ବର ଠାରେ ପିଏମ ଗତିଶକ୍ତି: ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ

ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି (ବହୁମୁଖି ଯୋଗାଯୋଗ ନିମନ୍ତେ ଜାତୀୟ ମାଷ୍ଟର ପ୍ଲାନ) ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଭୁବନେଶ୍ବର ଠାରେ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଉଦ୍ୟୋଗ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋହକୁ ସମ୍ବୋଧିତ କରି ଶ୍ରୀ ମହାପାତ୍ର କହିଥିଲେ ଯେ ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ। ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହାଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକଗୁଡ଼ିକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିପାରିବ। ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ଏହା ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ।

ଓଡ଼ିଶା ବିଷୟରେ ଉଲ୍ଲେଖ କରି ଶ୍ରୀ ମହାପାତ୍ର କହିଥିଲେ ଯେ, କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି। ପୂର୍ବାଞ୍ଚଳ କ୍ଷେତ୍ରରେ ଲଜିଷ୍ଟିକ୍ସ ସୁବିଧାର ବିକାଶ ଆବଶ୍ୟକତା ଉପରେ ଆଲୋକପାତ କରି ଶ୍ରୀ ମହାପାତ୍ର କହିଥିଲେ ଯେ, ଏହି କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ। ଏହି ପରିପ୍ରେକ୍ଷୀରେ, ସେ କହିଥିଲେ ଯେ, ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଥିଲେ ଯେ, ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି। ଲଜିଷ୍ଟିକ୍ସର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରି ସେ କହିଥିଲେ ଯେ ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ୍ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ। ତେଣୁ ୧୨୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲାଗି, ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି। ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ। ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ, ଯାହାକି ପିଏମ ଗତିଶକ୍ତି ଯୋଜନାରେ ମଧ୍ୟ ପରିକଳ୍ପନା କରାଯାଇଛି ।

ଶ୍ରୀ ସିହ୍ନା କହିଥିଲେ ଯେ, ରେଳ, ସଡ଼କ ଓ ଜଳପଥ ଭଳି ବର୍ତ୍ତମାନର ପରିବହନ ମାଧ୍ୟମ ବ୍ୟତୀତ ଲଜିଷ୍ଟିକ୍ସ ସହାୟତାର ନୂଆ ମାଧ୍ୟମ ଓ ଢାଞ୍ଚା ବିଷୟରେ ଆମକୁ ଚିନ୍ତା କରିବାକୁ ହେବ ଯାହାଫଳରେ ଏହାର ଖର୍ଚ୍ଚ ହ୍ରାସ ପାଇବ। ଖର୍ଚ୍ଚ କମେଇବା ଓ ଦକ୍ଷତାରେ ସୁଧାର ଆଣିବା ଲାଗି ସାମଗ୍ରୀ ପରିବହନର ସଠିକ ମାଧ୍ୟମ ଉପରେ ସେ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଇସ୍ପାତ ସଚିବ କହିଥିଲେ ଯେ, ବିକଶିତ ରାଷ୍ଟ୍ରରେ ମୁଣ୍ଡପିଛା ଇସ୍ପାତ ଉପଯୋଗ ୭୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ଏହା ୮୦ କିଲୋଗ୍ରାମ ରହିଛି। ଭାରତ ମଧ୍ୟମ ମାନ୍ୟତାପ୍ରାପ୍ତ ଦେଶରେ ସାମିଲ ହେଲେ ଲଜିଷ୍ଟିକ୍ସର ଚାହିଦା ବୃଦ୍ଧି ପାଇବ। ତେଣୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ଏମ ନାଗରାଜୁ କହିଥିଲେ ଯେ, ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ ନିହିତ ରହିଥିବା ସମନ୍ବୟ ଦୃଷ୍ଟିକୋଣ ଉତ୍ପାଦନ କ୍ଷମତା ବଢ଼ାଇବ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ। ଏଥିସହିତ ଭିତ୍ତିଭୂମି ନିର୍ମାଣରେ ବର୍ଜ୍ୟବସ୍ତୁ ପରିମାଣ ମଧ୍ୟ ହ୍ରାସ କରିବ। ଆଜିର ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ଚାରିଟି ରାଜ୍ୟରେ ପ୍ରାକୃତିକ ସମ୍ବଳ ଭର୍ତ୍ତି ହୋଇ ରହିଛି ବୋଲି ଶ୍ରୀ ନାଗରାଜୁ କହିଥିଲେ। ସେ ଆହୁରି କହିଥିଲେ ଯେ, ଦେଶର ଶିଳ୍ପ ବିକାଶରେ ଏହିସବୁ ରାଜ୍ୟ ଦୃଢ଼ ମୂଳଦୁଆ ନିର୍ମାଣ କରିବାରେ ସହାୟକ ହୋଇପାରିବେ। ବସ୍ତୁ ଓ ସାମଗ୍ରୀର ବାଧାମୁକ୍ତ ଓ ବ୍ୟୟସାପେକ୍ଷ ପରିବହନ ସୁନିଶ୍ଚିତ କରିବା ଲାଗି ଏସବୁ ରାଜ୍ୟରେ ଏକ ବ୍ୟବସ୍ଥିତ ଲଜିଷ୍ଟିକସ ନୀତି ବିଶେଷ ସହାୟକ ହୋଇପାରିବ।

ଝାଡ଼ଖଣ୍ଡ ସରକାରଙ୍କ ଖଣି ସଚିବ ଅବୁବାକର ସିଦ୍ଦିକି ପି, ଏନଏଲସିଆଇଏଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ମୋଟୁପଲ୍ଲୀ ମଧ୍ୟ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ‘ପୂର୍ବାଞ୍ଚଳରେ ଭିତ୍ତିଭୂମି ବିକାଶ’ ଉପରେ ୧୦ ଜଣ ସିଇଓଙ୍କୁ ନେଇ ଏକ ମତବିନିମୟ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

ଦେଶରେ ସମନ୍ବିତ ଭିତ୍ତିଭୂମି ବିକାଶ ପାଇଁ ଲଜିଷ୍ଟିକ୍ସ ଦକ୍ଷତାରେ ସୁଧାର ଆଣିବା ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ କମେଇବା ଲାଗି ଏକ ପରିବର୍ତ୍ତନକାରୀ ଆଭିମୁଖ୍ୟ ନେଇ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପର ଏକୀକୃତ ଯୋଜନା ପ୍ରସ୍ତୁତି ଓ ସମନ୍ବିତ କାର୍ଯ୍ୟକାରିତା ନିମନ୍ତେ ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ/ଉଦ୍ୟୋଗକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଏହାର ଉଦ୍ଦେଶ୍ୟ।

ଜାତୀୟ ଲିଜିଷ୍ଟିକ୍ସ ନୀତିର ବିଭିନ୍ନ ଉପାଦାନକୁ ଗଭୀର ଭାବେ ବୁଝିବା ଲାଗି ସବୁ ଅଂଶୀଦାରମାନଙ୍କୁ ପୂର୍ବ ଜୋନ ସମ୍ମିଳନୀ ଏକ ସୁଯୋଗ ଆଣି ଦେଇଛି।

କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ପିଏମ୍‌ ଗତିଶକ୍ତି ଏବଂ ଜାତୀୟ ଲଜିଷ୍ଟିକ ନୀତି ଉପରେ ପୂର୍ବ କ୍ଷେତ୍ର ସମ୍ମିଳନୀ ଆୟୋଜିତ ହେଉଛି। ଆସନ୍ତା ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଆଦି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ନିମନ୍ତେ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋସ ସମନ୍ବୟ ବଢ଼ାଇବା।

ଏହି ସମ୍ମିଳନୀରେ ପୂର୍ବ କ୍ଷେତ୍ରର ରାଜ୍ୟ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା କୋଇଲା, ଡିପିଆଇଆଇଟି, ରେଳବାଇ, ବିଦ୍ୟୁତ, ଇସ୍ପାତ, ସାର ଓ ରସାୟନ, ସଡ଼କ ପରିବହନ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ଓ ଜଳମାର୍ଗ ସମେତ ପୂର୍ବ କ୍ଷେତ୍ରର ଉଦ୍ୟୋଗ ଜଗତର ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି । ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।

ପୂର୍ବାଞ୍ଚଳରେ ସମାବେଶୀ ବିକାଶ ନିମନ୍ତେ ଗଭୀର ବିଚାରବିମର୍ଶ କରିବା ଓ ଆବଶ୍ୟକ ପରାମର୍ଶ ଦେବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଉଦଯାପିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଚାଲିଥିବା ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଟି ବିକାଶ ତାଲିମ ଶିବିର ଉଦଯାପିତ ହୋଇ ଯାଇଛି। ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ସୁଶାନ୍ତ କୁମାର ପଟେଲ, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଅତିଥି ଭାବରେ ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଅମୁଲ୍ୟ କୁମାର ପଣ୍ଡା, ଇଂରାଜୀ ଅଧ୍ୟାପକ ସରକାରୀ ପଲିଟେକନିକ କଲେଜ ହିରେନ୍ଦ୍ର କୁମ୍ଭାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ପ୍ରଶିକ୍ଷଣରେ ଭାଗ ନେଇଥିବା ସମସ୍ତ ଯୁବକ ଯୁବତୀ ମାନେ ଯାହା ଶିଖିଛନ୍ତି ସେହି ସବୁ କୁ ଗାଁ କୁ ଯାଇ ସମସ୍ତଙ୍କୁ ବୁଝେଇବା ସହ ତାହା କାର୍ଯ୍ୟ ରେ ଦେଖେଇବାପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ।  ୩ ଦିନ ଧରି ଯୁବକ ଯୁବତୀ ମାନେ ପ୍ରଶିକ୍ଷଣ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେଇଛନ୍ତି। ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସା ର୍ଟିଫିକେଟ ପ୍ରଦାନ କରାଗଲା।

ଆଜିର ଏହି ଉଦଯାପନୀ ଉତ୍ସବରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ରୁଦ୍ର ମହାରଣା, ନବୀନ ସାହୁ, ବିଳାସ ନାଏକ, ଦୁର୍ମାନୀ ଶବର, ଗଜପତି ଚାଲାଣ, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଶୀଘ୍ର ମହଙ୍ଗା ପେଟ୍ରୋଲ ଏବଂ ଡିଜେଲରୁ ମିଳିବ ମୁକ୍ତି!, ଟିକସ ହ୍ରାସ କରିପାରନ୍ତି ସରକାର

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ମୂଲ୍ୟ ଶସ୍ତା ହୋଇପାରେ। କାରଣ ସରକାର ପୁଣି ଥରେ ଇନ୍ଧନ ମୂଲ୍ୟ ଉପରେ ଟିକସ ହ୍ରାସ କରିପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ହାର ହ୍ରାସ କରିବା ପାଇଁ ଭାରତ ସରକାର ଇନ୍ଧନ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଟିକସ ହ୍ରାସ କରିପାରନ୍ତି। ଯଦି ସରକାର ଏଭଳି ନିଷ୍ପତ୍ତି ନିଅନ୍ତି, ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ହ୍ରାସ ହୋଇପାରେ।

ସୂଚନା ଅନୁଯାୟୀ, ଫେବୃଆରୀ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇପାରେ। ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୭୨ ପ୍ରତିଶତରୁ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ସୂତ୍ରରୁ ଜଣାପଡିଛି ଯେ, ସରକାର ପୁନର୍ବାର ଇନ୍ଧନ ଉପରେ ଟିକସ ହ୍ରାସ କରିପାରନ୍ତି ଏବଂ ଏହା ସହିତ ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ ହୋଇପାରେ।

ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ:

ବିଶ୍ୱ ସ୍ତରରେ କିଛି ସମୟ ପାଇଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି। ଏଥି ସହିତ, ଇନ୍ଧନ କମ୍ପାନୀଗୁଡିକ ସ୍ୱଳ୍ପ ଆମଦାନୀ ମୂଲ୍ୟ ଗ୍ରାହକ ଏବଂ ସେହି କମ୍ପାନୀଗୁଡିକୁ ଦେଇ ନାହାଁନ୍ତି, ଯାହା ଅତୀତର କ୍ଷତି ପୂରଣ କରିବାକୁ ଚେଷ୍ଟା କରୁଛି। ଏଭଳି ପରିସ୍ଥିତିରେ ସରକାର ଟିକସ ହ୍ରାସ କରିବା ମାତ୍ରେ ପେଟ୍ରୋଲ ପମ୍ପ ସିଧାସଳଖ ଲାଭ ପାଇବ ଏବଂ ଖୁଚୁରା ଗ୍ରାହକମାନେ ଶସ୍ତା ମୂଲ୍ୟରେ ପେଟ୍ରୋଲ-ଡିଜେଲ ପାଇପାରିବେ। ଏହାସହିତ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାର ସମ୍ଭାବନା ଅଛି।

ଏହି ଜିନିଷଗୁଡ଼ିକର ମୂଲ୍ୟ ମଧ୍ୟ ହ୍ରାସ ପାଇବ:

ଟିକସ ଏବଂ ଆମଦାନୀ ଶୁଳ୍କ ହ୍ରାସ କରିବାରେ କେବଳ ପେଟ୍ରୋଲ-ଡିଜେଲ ଗ୍ରାହକ ଲାଭ ପାଇବେ ନାହିଁ, ଅନ୍ୟ ଉତ୍ପାଦ ବ୍ୟବହାର କରୁଥିବା ଗ୍ରାହକମାନେ ମଧ୍ୟ ଲାଭ ପାଇବେ। ଯଦି ମକା ମୂଲ୍ୟରେ ବହୁତ କଟ୍ ହୁଏ, ତେବେ ସୋୟା ତେଲର ମୂଲ୍ୟ ମଧ୍ୟ ହ୍ରାସ ହୋଇପାରେ। ଏହା ସହିତ କ୍ଷୀରର ମୂଲ୍ୟ ମଧ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସ୍ଥାନୀୟ ସରକାର ମଧ୍ୟ ଇନ୍ଧନ ଉପରେ ଟିକସ ହ୍ରାସ କରିପାରନ୍ତି:

ଜାନୁଆରୀରେ ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତରୁ ଅଧିକ ହୋଇଛି, ଯାହା ଡିସେମ୍ବରରେ ୫.୯ ପ୍ରତିଶତ ଥିଲା। ନିକଟରେ ଆରବିଆଇ ଦ୍ୱାରା ରେପୋ ହାର ମଧ୍ୟ ବୃଦ୍ଧି କରାଯାଇଛି। କେତେକ ବିଶେଷଜ୍ଞ ବିଶ୍ଵାସ କରନ୍ତି ଯେ, ଯଦି ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିଥାଏ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ହାର ବୃଦ୍ଧି କରିପାରେ। ମୁଦ୍ରାସ୍ଫୀତି ହ୍ରାସ କରିବାକୁ କେନ୍ଦ୍ର ସରକାର ମଧ୍ୟ ଟିକସ ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇ ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପ ଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟ ବକ୍ତା ଭାବରେ ଅମୁଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଭବାନୀପାଟଣା, ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି, ଅଶୋକ କୁମାର ପଟ୍ଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ, ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅଭିଭାଷଣ ରଖିଥିଲେ।

ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ଆଜିର ପ୍ରତ୍ୟେକ ଯୁବକଙ୍କ ପାଖରେ କିଛି ନାଁ କିଛି ଅନ୍ତର୍ନିହିତ ଗୁଣ ଭରି ରହିଛି। ସେହି ଗୁଣ ମାଧ୍ୟମରେ ସେମାନେ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱକୁ ନିର୍ବାହ କରି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ୩ ଦିନ ପ୍ରଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ପ୍ରଶିକ୍ଷଣ ଶିବିରକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର କୋପ୍ନେଶ୍ଵର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନ ଏବଂ ଚୀନ୍‌ ସହ ବିବାଦ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲେ ଭାରତ ସରକାର, ଏହା ଯଥେଷ୍ଟ କି?

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସହ ତିକ୍ତତା ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ୨୦୨୩-୨୪ ପାଇଁ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୫.୯୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅଧିକାଂଶ ବଜେଟ୍ ଯବାନମାନଙ୍କ ପାଇଁ ଆବଶ୍ୟକ ମୌଳିକ ଉନ୍ନତି ପାଇଁ ବ୍ୟବହୃତ ହେବ।

୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ କ’ଣ ଥିଲା?:

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ସୁରକ୍ଷା ବଜେଟକୁ ୯.୮୬ ପ୍ରତିଶତ ବୃଦ୍ଧି କରିଛନ୍ତି। ୨୦୨୨ ର ବଜେଟରେ ସେନା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ପାଇଁ ସରକାର ୪୭ ହଜାର କୋଟି ଟଙ୍କା ବୃଦ୍ଧି କରିଥିଲେ। ୨୦୨୨-୨୩ ରେ ପ୍ରତିରକ୍ଷା ବଜେଟ୍ ଥିଲା ୫.୨୫ ଲକ୍ଷ କୋଟି ଟଙ୍କା।

୫ ବର୍ଷରେ ପ୍ରତିରକ୍ଷା ବଜେଟ୍ କେବେ ଏବଂ କେତେ ବୃଦ୍ଧି ପାଇଲା?:

୨୦୧୯- ୨୦ ରେ ୪.୩୧ ଲକ୍ଷ କୋଟି ଟଙ୍କା।

୨୦୨୦-୨୧ ରେ ୪.୭୧ ଲକ୍ଷ କୋଟି ଟଙ୍କା।

୨୦୨୧-୨୨ ରେ ୪.୭୮ ଲକ୍ଷ କୋଟି ଟଙ୍କା।

୨୦୨୨-୨୩ ରେ ୫.୨୫ ଲକ୍ଷ କୋଟି ଟଙ୍କା।

ବଜେଟ୍ କାଟକୁ ତାଗିଦ୍ କଲା ସଂସଦୀୟ କମିଟି:

ମେ ୨୦୨୨ ରେ ସଂସଦର ପ୍ରତିରକ୍ଷା କମିଟି ଏକ ରିପୋର୍ଟ ଜାରି କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ୧୯୬୨ ପରେ ସରକାର ୨୦୨୨ ମସିହାରେ ସର୍ବନିମ୍ନ ପ୍ରତିରକ୍ଷା ବଜେଟ୍ ବଜାୟ ରଖିଛନ୍ତି।

ଚିନ୍ତା ପ୍ରକଟ କରି କମିଟି କହିଛି ଯେ, ଭାରତୀୟ ସେନା ଦୁଇଟି ମୋର୍ଚ୍ଚାରେ ଯୁଦ୍ଧ କରୁଛି। ଏଭଳି ପରିସ୍ଥିତିରେ ବଜେଟ୍ କାଟିବା ବୁଝିବା ବାହାରେ।

ସାମରିକ ଗବେଷଣା ପାଇଁ ଭାରତ ୧% ରୁ କମ୍ ଖର୍ଚ୍ଚ:

ସଂସଦର ପ୍ରତିରକ୍ଷା କମିଟି ଅନୁଯାୟୀ ମୋଟ ବଜେଟର ୧ ପ୍ରତିଶତରୁ କମ୍ ଭାରତରେ ସାମରିକ ତଥା ଆନୁଷଙ୍ଗିକ ଅନୁସନ୍ଧାନ କାର୍ଯ୍ୟରେ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ, ଶତ୍ରୁ ଦେଶ ଚୀନ୍ ସୁରକ୍ଷା ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ମୋଟ ପ୍ରତିରକ୍ଷା ବଜେଟର ୨୦% ଖର୍ଚ୍ଚ କରିଥାଏ।

Categories
ଆଜିର ଖବର ଜାତୀୟ ଖବର

ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ/ଭୁବନେଶ୍ୱର: ପର୍ଯ୍ୟଟନ କେବଳ ମନୋରଞ୍ଜନ, ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବାର ବିଷୟ ନୁହେଁ ବରଂ ପର୍ଯ୍ୟଟନ ଏକ ଅର୍ଥନୈତିକ ପ୍ରସଙ୍ଗ। ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଐତିହାସିକ ଲାଲକିଲ୍ଲାର ପ୍ରାଙ୍ଗଣରେ ‘ଭାରତ ପର୍ବ ୨୦୨୩’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି। ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନକୁ ଉଲ୍ଲେଖ କରିବାକୁ ଯାଇ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ଅନେକ ବିଷୟରେ ନିଜ ଅଭିଭାଷଣରେ ପ୍ରଦାନ କରିଛନ୍ତି। ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି, କାଶୀ ବିଶ୍ୱନାଥ କୋରିଡର ହୋଇଛି, ମହାକାଳଲୋକ ନୂଆ ରୂପ ନେଇଛି। ଦେଶର ଅନେକ ପ୍ରାନ୍ତରେ ଐତିହ୍ୟ କ୍ଷେତ୍ରରେ ନୂଆ ରୂପ ଆସିଛି। କରୋନାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସାଧାରଣ ନାଗରିକମାନେ ଏହି ପର୍ଯ୍ୟଟନ ସୁବିଧାର ଆନନ୍ଦ ନେଉଛନ୍ତି। ଭାରତର ସାଂସ୍କୃତିକ ଐତିହ୍ୟକୁ ଆଜି ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଭାରତ ପର୍ବରେ ବିକ୍ରି ହେଉଥିବା ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ। ସେ କହିଥିଲେ ଲୋକମାନେ ଆମର ସ୍ୱଦେଶୀ ସାମଗ୍ରୀ କିଣିଲେ ଭାରତର କଳା ବଞ୍ଚିବ ଓ ଗରିବ ଘରେ ସମ୍ପନ୍ନତା ପହଞ୍ଚିବ। ଭାରତର କୁଶଳୀ କାରିଗରୀ, ବୁଣାକାର ମଧ୍ୟ ଆମ ଅର୍ଥନୀତିର ଆଉ ଏକ ମେରୁଦଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ନୂଆ ରୂପ ଓ ଆର୍ଥିକ ଶକ୍ତି ବନାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରୋଜଗାର ମେଳା: ନିଯୁକ୍ତିପତ୍ର ବାଣ୍ଟିବେ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି। ଆସନ୍ତାକାଲି, ୨୦ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ରୋଜଗାର ମେଳା ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ଯୋଗ୍ୟ ମନୋନୀତ ପ୍ରାର୍ଥୀମାନଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିବେ। ଏମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ମିଳିବ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର-ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି)ରେ ଏହି ରୋଜଗାର ମେଳା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଖାଲି ରହିଥିବା ଅନୁମୋଦିତ ପଦବୀ ପୂରଣ କରିବା ଲାଗି ମିଶନ ମୋଡରେ କାମ କରୁଛନ୍ତି।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଭୁବନେଶ୍ବର: ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ସେ କହିଥିଲେ ଯେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। କୋଭିଡ-୧୯ ମହାମାରୀ ଭଳି କଷ୍ଟକର ସମୟରେ ହକି ଦଳକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଥିଲା।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ହକି ଖେଳରେ ଭାରତର ଏକ ସମୃଦ୍ଧ ଇତିହାସ ରହିଛି। ସ୍ବାଧୀନତା ପୂର୍ବରୁ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ବରେ ଏବଂ ସ୍ବାଧୀନତା ପରେ ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ନେତୃତ୍ବରେ ଭାରତୀୟ ଦଳ ତିନି ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲା।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ହକି ବିଶ୍ବକପର ଭବ୍ୟ ଉଦଘାଟନୀ ସମାରୋହକୁ ପ୍ରଶଂସା କରିଥିଲେ। ଭାରତରେ ଲଗାତାର ଦୁଇ ଥର ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଏଫଆଇଏଚ ସଭାପତି ତୟବ ଇକ୍ରାମଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଜଣାଇଥିଲେ। ଦେଶକୁ ଏକ ସୁନ୍ଦର ହକି ଷ୍ଟାଡିୟମ ଭେଟି ଦେଇଥିବାରୁ ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ସମାରୋହ ଅବସରରେ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ହକି ବିଶ୍ବକପ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ଏଫଆଇଏଚ ସଭାପତି ତୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀ, ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଭାରତୀୟ ଦଳ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଦଳର ଖେଳାଳୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଏବଂ ଭୁବନେଶ୍ବରସ୍ଥିତ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ (ଏନଏବିଏମ) ପରିଦର୍ଶନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହିତ ସେ ଏହି ଦୁଇ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ। ଦୂରଦର୍ଶନର ଦର୍ଶକ ସଂଖ୍ୟା ବଢ଼ାଇବା ପାଇଁ କାର୍ଯ୍ୟକ୍ରମର ମାନରେ ସୁଧାର ଆଣିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହାଦ୍ବାରା ଦୂରଦର୍ଶନର ବଜାର ଅଂଶଧନ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଉଭୟ ଦୂରଦର୍ଶନ ଏବଂ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ ପରିସରରେ କେନ୍ଦ୍ର ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କଟକ ଆକାଶବାଣୀ ପରିଦର୍ଶନ କରିଥିଲେ।