Categories
ଆଜିର ଖବର ରାଜ୍ୟ ଖବର

ବିଜେପିରୁ କିଏ ହେବ ଭୁବନେଶ୍ଵର ମହାନଗର ପାଇଁ ମେୟର ପ୍ରାର୍ଥୀ?: ଘୋଷଣା କଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ବିଜେଡ଼ି ଆଉ କଂଗ୍ରେସ ପରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀନୀ ଘୋଷଣା କରିଛି ବିଜେପି। ଡାକ୍ତର ସୁନୀତି ମୁଣ୍ଡଙ୍କୁ ବିଜେପି ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମ ପାଇଁ ପ୍ରାର୍ଥୀ କରାଯାଇଛି। ଡାକ୍ତର ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀନୀ ଭାବେ ଭୁବନେଶ୍ଵର ସାଂସଦ ଅପରିଜିତା ଷଡଙ୍ଗୀ ଘୋଷଣା କରିଛନ୍ତି।

ତେବେ ଆଜି ବିଜେଡ଼ି ପକ୍ଷରୁ ଭୁବନେଶ୍ବର ମହାନଗର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି କଂଗ୍ରେସ ମଧ୍ୟ ମେୟର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡ଼ି ପକ୍ଷରୁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀନୀ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଗଣେଶ ପୂଜା ପାଇଁ ନୂତନ କରୋନା ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଗଣେଶ ପୂଜା ପାଳନ କରାଯିବ। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ମଧ୍ୟ ପୂଜା ପାଇଁ କଟକଣା ଲାଗିଛି। ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଗଣେଶ ପୂଜା ପାଇଁ ନୂଆ ଗାଇଡଲାଇନ ଜାରି କରିଛି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ଆବଶ୍ୟକ।

ମଣ୍ଡପରେ ପୂଜା ପାଳନ ବେଳେ ତିନି ପାର୍ଶ୍ଵ ବନ୍ଦ ରହିବ। ଚତୁର୍ଥ ପାର୍ଶ୍ଵକୁ ଆବରଣ କରାଯିବ। ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ରହିବ ନାହିଁ। ପୂଜା ସମୟରେ ପୂଜକଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅନୁମତି ମିଳିବ। କେବଳ ଦ୍ଵିତୀୟ ଡୋଜ ଟୀକା ଦେଇଥିବା ଲୋକଙ୍କୁ ଅନୁମତି ମିଳିବ। ପୂଜା ସମୟରେ ଉପସ୍ଥିତ ତ୍ବା ଲୋକଙ୍କୁ କରୋନା ନିୟମ ମାନିବା ବାଧ୍ୟତାମୂଳକ।

ସେହିଭଳି ଶିକ୍ଷାନୁଷ୍ଠାନରେ ସର୍ବାଧିକ ୨୦ ଜଣ ପିଲାଙ୍କୁ ନେଇ ପୂଜା ଆୟୋଜନ କରାଯିବ। ପୂଜା ସମୟରେ କୌଣସି ପ୍ରକାର ପ୍ରାସାଦ ସେବନ ପାଇଁ ଅନୁମତି ନାହିଁ।

ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ନାହିଁ। କୁତ୍ରିମ ପୁଷ୍କରଣୀରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯିବ। ଗାଇଡଲାଇନର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ।