Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସିଟି- ଜି ଏସ ଟି ବିଭାଗ ପକ୍ଷରୁ ଚଢାଉ ବେଳେ ଭୁବନେଶ୍ୱର ବିମାନବନ୍ଦର ନିକଟରୁ ୮୦ କେଜି ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦର ନିକଟରୁ ୮୦ କେଜି ସୁନା ଓ ଏକ କ୍ବିଣ୍ଟାଲରୁ ଅଧିକ ରୁପା ଜବତ କରାଯାଇଛି। ସିଟି- ଜି ଏସ ଟି ବିଭାଗ ପକ୍ଷରୁ ଚଢାଉ ବେଳେ ୮୦ କେଜି ସୁନା ଓ ଏକ କ୍ବିଣ୍ଟାଲରୁ ଅଧିକ ରୁପା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ମୁମ୍ବାଇରୁ ଭୁବନେଶ୍ବର ଆସୁଥିଲା ସୁନା ଓ ରୁପା। ଦୁଇଟି ଗାଡ଼ି ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ୱର ବିମାନବନ୍ଦର ପାଇଁ ବିଏମସିର ନୂଆ ଗାଇଡଲାଇନ୍: ସବୁ ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ଅଛି। ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ତତ୍ପରତା ଦେଖାଇଛି। ଭୁବନେଶ୍ୱର ବିମାନବନ୍ଦର ପାଇଁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର କୋଭିଡ ପରୀକ୍ଷା ହେବ। ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିଆର ଟେଷ୍ଟ ବାଧ୍ୟତାମୂଳକ ହୋଇଛି। ବିମାନ ଯାତ୍ରୀ ମାନଙ୍କୁ ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡିବ।

ଆସନ୍ତାକାଲି ଠାରୁ ଏହି ନିୟମକୁ ଲାଗୁ କରାଯିବ। ବିଏମ୍‌ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ପାଇଁ ବ୍ୟବସ୍ଥା କରାଯିବ। କିନ୍ତୁ ଯେଉଁମାନେ ଭାୟା ଭୁବନେଶ୍ବର ଦେଇ ଯିବେ, ସେମାନଙ୍କର କରୋନା ପରୀକ୍ଷା କରାଯିବ ନାହିଁ।